spot_img
Home Blog Page 2102

ମଦୁଆ ଡ୍ରାଇଭର ସାମଧାନ: ଆଉ ଫାଇନ ନେଇ ଛାଡ଼ିବନି ପୋଲିସ, ଗିରଫ କରି କୋର୍ଟ ପଠାଇବ

ଭୁବନେଶ୍ବର: ଯେତେ ଯାହା କଲେ ବି ସାବାଡ଼ ହେବାର ନାଁ ନେଉ ନାହାନ୍ତି ଅମାନିଆ । ମଦ ପିଇ ଗାଡି ଚଲାଇବା ଯେମିତି ସେମାନଙ୍କ ଜନ୍ମସିଦ୍ଧ ଅଧିକାର । ଯଦି ମଦୁଆ ଗାଡି ଚାଳକ ଏମିତି ଭାବୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ମଦ ପିଇ ଧରା ପଡ଼ିଲେ ଆଉ ଫାଇନ୍ ନେଇ ଛାଡି ଦେବନି ପୋଲିସ । ଏଧର ଗିରଫ କରି ଜେଲ ହାଜତକୁ ପଠାଇ ଦେବ । କୋର୍ଟ ଜାମିନ ନଦେବା ପର୍ଯ୍ୟନ୍ତ, ଜେଲରେ କାଟିବାକୁ ପଡ଼ିବ ରାତି ।

ନୂଆ କରି କମିଶନର ଭାବେ ସଞ୍ଜୀବ ପଣ୍ଡା ଯୋଗଦେବା ପୂରା ଆକ୍ସନ ମୋଡକୁ ଆସିଛି ପୋଲିସ । ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରାଯାଇଛି । ଲକ୍ଷ୍ମୀସାଗର ଥାନା ପକ୍ଷରୁ ଚେକିଂ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କଟକ ରୋଡ଼ ନିକଟରୁ କାର ସହ ଚାରି ଜଣଙ୍କୁ କାବୁ କରିଥିଲା ପୋଲିସ । ଅତ୍ୟଧିକ ମଦ୍ୟପାନ କରିବା ସହ ସେମାନେ ପୋଲିସକୁ ଗାଳି ଗୁଳଜ କରୁଥିବା ଦେଖାଯାଇଥିଲା । ଆଜି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ୪ଟି କାର ଜବତ କରାଯାଇଛି ।

କମିଶନରେଟ ପୋଲିସର SOP: ବାହୁ ଦେଖାଇ ଦାଦାଗିରି କଲେ ଗିରଫ ହେବେ ବାଉଁଶର

ଭୁବନେଶ୍ବର: ଦାଦାଗିରି ଚଳିବନି । ଆଇନକୁ ହାତକୁ ନେଲେ ହାତରେ ପଡ଼ିବ ହାତକଡ଼ି । ବାହୁ ଦେଖାଇ ଦାଦା ବନିଲେ ବାନ୍ଧିବ ପୋଲିସ । ଗତ କିଛିଦିନ ଧରି ବାରମ୍ବାର ବାରରେ ନିୟୋଜିତ ବାଉନସରଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ଼କୁ ଆସିଛି କମିଶନରେଟ ପୋଲିସ । ଜାରି ହୋଇଛି ଏସଓପି ।

ବାହୁବଳୀଙ୍କୁ ସାବାଡ଼ କରିବା ପାଇଁ ନୂଆ କମିଶନର ଆଣିଲେ ଏସଓପି । ସିଆରପି ଛକରେ ଜମି ପଜେସନ ହେଉ କିମ୍ବା ଓପିଡି ବାର ସମ୍ମୁଖ ଗଣ୍ଡଗୋଳ । ଝାରପଡା ଅଞ୍ଚଳରେ ଭାଇଗିରି ପାଇଁ ହେଉ ଅଥବା ଏମ୍ବାସି ପବ ସମ୍ମୁଖରେ ଗଣ୍ଡଗୋଳ । ସବୁଠି ସାମ୍ନାକୁ ଆସିଛି ଦଲାଲ ବାଉନସରଙ୍କ କାରନାମା । ତେଣୁ ଏମାନଙ୍କ ଉପରେ ଲଗାମ ଲଗାଇବା ପାଇଁ କମିଶନରେଟ ପୋଲିସ ଆଣିଛି ଏସଓପି ।

ନୋଟିଫିକେସନ ଅନୁସାରେ ବାଉଁଶର ପ୍ରଥମତଃ PASARA ଅଧୀନରେ ରେଜିଷ୍ଟର ସିକ୍ୟୁରିଟି ସଂସ୍ଥାର ହୋଇଥିବା ଆବଶ୍ଯକ । ଚାକିରି ପୂର୍ବରୁ ପୋଲିସ ଭେରିଫିକେସନ ଆବଶ୍ୟକ । ଯଦି ପୂର୍ବରୁ କେହି କାମ କରୁଛନ୍ତି ତେବେ ସମ୍ପୃକ୍ତ ଡ୍ୟାନ୍ସ ବାର ମାଲିକ ନିକଟସ୍ଥ ଥାନାରେ ଏ ନେଇ ଲିଖିତନାମା ଦାଖଲ କରିବେ । ତାଙ୍କ ନାଁରେ ଅପରାଧିକ କାର୍ଯ୍ୟକଳାପ ଅଛି କି ନାହିଁ, ସେ ନେଇ ତଦନ୍ତ ହେବ ।

ଅଣ୍ଡର ସେକ୍ସନ ୫୮, ଅର୍ବାନ ଆକ୍ଟ ୨୦୦୩ ମୁତାବକ ଯଦି କୌଣସି ବାର, ପବ ଏ ନିୟମର ଉଲ୍ଲଂଘନ କରେ ତେବେ ଧାରା ୧୪୪ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ଆଇନଶୃଙ୍ଖଳା ପରିସ୍ଥିତି ସେଠାରେ ସୃଷ୍ଟି ହୁଏ, ତେବେ ୧୧୨କୁ କଲ କରି ପୋଲିସକୁ ଜଣାଇପାରିବେ । ବାରମ୍ବାର ଗଣ୍ଡଗୋଳ ଘଟଣା ନଜର ଆସିବା ପରେ ୩ଟି ପବକୁ ପୂର୍ବରୁ ସ୍କାନରକୁ ନେଇଛି ଅବକାରୀ ବିଭାଗ । ଏହା ପରେ ବି ଯଦି ନିୟମ ଉଲ୍ଲଂଘନ କରି କୌଣସି ଗ୍ରାହକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୁଏ, ତେବେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସିପି ସଞ୍ଜୀବ ପଣ୍ଡା ।

ରାଜ୍ୟରେ ବର୍ତ୍ତମାନ ୪ ଶହ ରେଜିଷ୍ଟରଭୁକ୍ତ ସିକ୍ୟୁରିଟି ସଂସ୍ଥା ରହିଛି । କମିଶନରଙ୍କ ଏଭଳି ନିର୍ଦ୍ଦେଶକୁ ସ୍ୱାଗତ କରିଛି ସଂଘ ।

ପୁଣି ଝଟକିବ ‘ଆଶା ସାଗର’ର ସୌନ୍ଦର୍ଯ୍ୟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସର୍ବବୃହତ ପୁଷ୍କରିଣୀ ‘ଆଶା ସାଗର’ର ହେବ ପୁନରୁଦ୍ଧାର । ଚାରିପାଖରେ ହେବ ସୌନ୍ଦର୍ଯ୍ୟକରଣ । ପୁଣି ନିଜ ସୌନ୍ଦର୍ଯ୍ୟର ଲୋକଙ୍କୁ ଆକୃଷ୍ଟ କରିବ ଆଶା ସାଗର । 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଭବାନୀପାଟଣା ଆସିଥିବା ବେଳେ ଆଶା ସାଗର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ସହରବାସୀ ଖୁସି ପ୍ରକାଶ କରିଛନ୍ତି ।

ଆଶା ସାଗରର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ପଦକ୍ଷେପ । ଜଳପୂର୍ଣ୍ଣ ହୋଇ ରହିବ ୬୦ ଏକର ଜମି ପରିମିତ ଆଶା ସାଗର । ଚତୁଃପାର୍ଶ୍ବର ହେବ ନବକଳେବର । ଜଳ ସେଚନ ସହ ପାନୀୟ ଜଳର ହେବ ସୁବିଧା । ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ପୁଷ୍କରିଣୀ ପ୍ରାୟ ଦୁଇ ଦଶନ୍ଧି ହେଲା ପୋତି ହୋଇରହିଥିଲା ।

‘ଆଶା ସାଗର’ ପୁନରୁଦ୍ଧାର ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ କୋଟି ୬୮ ଲକ୍ଷ ୬୧ ହଜାର ଟଙ୍କା ବ୍ୟୟ ଅଟକଳକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଭବାନୀପାଟଣା ପୌରାଞ୍ଚଳରେ ଥିବା ୨୫ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଆଶା ସାଗର ପୁନରୁଦ୍ଧାର ଦାୟିତ୍ବ ଦିଆଯାଇଛି ।

ସିପାହୀ ବିଦ୍ରୋହ ବେଳେ କଳାହାଣ୍ଡିର ତତ୍କାଳୀନ ମହାରାଜା ଉଦିତ ପ୍ରତାପ ଦେଓ ଲୋକଙ୍କ ସୁବିଧା ପାଇଁ ‘ଆଶା ସାଗର’ ଖନନ କରିଥିଲେ । ଚାଷଜମିକୁ ଜଳସେଚନ ଓ ପାନୀୟଜଳର ସୁବିଧା ଯୋଗାଇବା ଥିଲା ମୁଖ୍ୟ ଉଦ୍ଦେଶ୍ୟ । ୯୯ ଏକର ପରିମିତ ଜଳାଶୟର ଗଭୀରତା ୪୦ ଫୁଟ୍ ଥିଲା । ମହାରାଣୀ ଆଶାକୁମାରୀ ଦେବୀଙ୍କ ସ୍ମୃତିରେ ଏହାର ନାମ ରଖାଯାଇଥିଲା ‘ଆଶା ସାଗର’ । ତେବେ ଆଶା ସାଗରର ଜମି ଚାରିପଟୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି ।

ସମ୍ବିଧାନରେ ଅହିଂସାକୁ ସାମିଲ କରିବାକୁ ଦାବି ଦୋହରାଇଲା ବିଜେଡି

ନୂଆଦିଲ୍ଲୀ: ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ସଂସଦରେ ପୁଣି ଦାବି ଦୋହରାଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର ଏନେଇ ରାଜ୍ଯସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାରତୀୟ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସାମିଲ କରାଇବା ନେଇ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ନିବେଦନ ମଧ୍ଯ କରିଆସୁଛନ୍ତି । ଓଡ଼ିଶା ବିଧାନସଭାରେ ମଧ୍ୟ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ଏହାସତ୍ତ୍ବେ କେନ୍ଦ୍ର ଏଥିପ୍ରତି ଧ୍ଯାନ ଦେଉନଥିବାରୁ ଆଜି ପୁଣି ଥରେ ସଂସଦରେ ଦାବି ଦୋହରାଇଛନ୍ତି ସାଂସଦ ସସ୍ମିତ ପାତ୍ର ।

ବାପୁଙ୍କ ବାଣୀ ଓ କର୍ମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବ ପ୍ରଭାବିତ କରି ଆସିଛି । ସରକାରୀ ଯୋଜନା ହେଉ କି ସମାଜର ବିକାଶ ସବୁଥିରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇଛନ୍ତି ନବୀନ । ଏହି ଶବ୍ଦ ସହ ସମସ୍ତେ ପରିଚିତ ହେବା ଆବଶ୍ଯକ ମନେ କରି ଏହାକୁ ସମ୍ବିଧାନରେ ସାମିଲ କରିବା ଲାଗି ଚିନ୍ତା କରିଥିଲେ ।

୨୦୧୮ରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପୂର୍ତ୍ତି ପାଳନ ପାଇଁ ଗଠିତ ଜାତୀୟ କମିଟିର ପ୍ରଥମ ବୈଠକ । ପ୍ରଧାନମନ୍ତ୍ରୀଙ୍କ ସମେତ ୨୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନଙ୍କ ଏହି ଚିନ୍ତାଧାରାକୁ ସାବାସୀ ମିଳିଥିଲା । କେବଳ ଦେଶର ପରପିଢି ନୁହେଁ, ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିଲେ ଭାରତୀୟ ପରମ୍ପରା, ସଂସ୍କୃତି, ଆଦର୍ଶ କଥା ବାହାର ଦେଶ ବି ଜାଣିପାରିବ ବୋଲି ନବୀନ କହିଥିଲେ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ୨୩ ମାର୍ଚ୍ଚ ୨୦୨୧ରେ ବଡ଼ ଧୂମଧାମରେ ପାଳିତ ହୋଇଥିଲା । ଏହି ଅବସରରେ ଓଡ଼ିଶା ସରକାର ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ବୋଲି ନବୀନ କହିଥିଲେ । ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ଏହି ଦିନରେ ଓଡ଼ିଶା ବିଧାନସଭା ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରୁ କେନ୍ଦ୍ର: ମାନସ

ନୂଆଦିଲ୍ଲୀ: ବଜ୍ରପାତକୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବାକୁ ଦାବି । ରାଜ୍ୟସଭାରେ ଏମିତି ଦାବି କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଆଜି ରାଜ୍ଯସଭାର ଶୂନ୍ଯକାଳରେ ସେ ଏହି ପ୍ରସଙ୍ଗ ଉତଥାପନ କରି କହିଥିଲେ, ‘ଆଇଏମଡି ଅନୁସାରେ ଦେଶରେ ବଜ୍ରପାତ, ବାର୍ଷିକ ଅଢ଼େଇ ହଜାର ଜୀବନ ନେଉଛି । ବଜ୍ରପାତ ଯୋଗୁଁ ଅନେକ ଲୋକ ପୋଡ଼ି ହେଉଥିବା ବେଳେ ମାଂସପେଶୀ ଆଘାତପ୍ରାପ୍ତ ହେବା ଦୃଷ୍ଟିକୁ ଆସୁଛି । ସେହିପରି ଶରୀରର ଅନେକ ଅଂଶ ମଧ୍ଯ କାମ କରିନଥାଏ । ଏପରିକି ହୃଦଘାତ ଓ ହଠାତ୍ ମୃତ୍ଯୁ ମଧ୍ଯ ଆସିଥାଏ । ବଜ୍ରପାତ ଗ୍ରାମାଞ୍ଚଳରେ ବେଶୀ ହେଉଥିବା ବେଳେ ୯୬ ପ୍ରତିଶତ ଗ୍ରାମବାସୀ ଏହାର ଶିକାର ହୋଇଥାନ୍ତି । ବିଶେଷକରି ଚାଷୀ, ଗାଈ ଚରାଳି, ଧୀବର, ଜଙ୍ଗଲକୁ ଯାଉଥିବା ଲୋକ ଓ ବାହାରେ କାମ କରୁଥିବା ଦିନ ମଜୁରିଆ ଶିକାର ହୋଇଥାନ୍ତି ।’

ଆଗକୁ ସେ କହିଥିଲେ, ‘ଜଳବାୟୁରେ ପ୍ରତ୍ଯେକ ଡିଗ୍ରୀ ତାତି ବଢିବା ସହ ୧୨ ପ୍ରତିଶତ ଯାଏଁ ବଜ୍ରପାତ ବୃଦ୍ଧି ପାଇଥାଏ । ଗତବର୍ଷ ରିପୋର୍ଟ ଅନୁସାରେ, ଓଡ଼ିଶାରେ ସର୍ବାଧିକ ବଜ୍ରପାତ ହୋଇଛି । ଜଳବାୟୁର ଜଟିଳ ଭୌଗୋଳିକ ସ୍ଥିତି ଯୋଗୁଁ ବଜ୍ରପାତ ପାଇଁ ଓଡ଼ିଶା ସମ୍ବେଦନଶୀଳ । ବାତ୍ଯା, ପ୍ରାକ୍ –ମୌସୁମୀ ଓ ମୌସୁମୀ ବର୍ଷା ସମୟରେ ବଜ୍ରପାତ ତୀବ୍ର ହୋଇଥାଏ । ଏହାସତ୍ତ୍ବେ ବଜ୍ରପାତଜନିତ ମୃତ୍ଯୁ ହ୍ରାସ କରିବାରେ ଓଡ଼ିଶା ବିଶେଷ ସଫଳତା ଲାଭ କରିଛି । ୨୦୧୯-୨୦ରେ ୨୦୭ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୧୫୬କୁ ଖସି ଆସିଥିଲା । ୧ ଏପ୍ରିଲ ୨୦୧୫ ମସିହାରେ ଓଡ଼ିଶା ବଜ୍ରପାତକୁ ରାଜ୍ଯ ବିପର୍ଯ୍ଯୟ ଭାବେ ଘୋଷଣା କରିଛି । ବଜ୍ରପାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଜ୍ଯ ସରକାର ଯୋଗାଇ ଦେଉଛନ୍ତି ।’

ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବାକୁ କେନ୍ଦ୍ରକୁ ନିକଟରେ ଓଡ଼ିଶା ପ୍ରସ୍ତାବ ଦେଇଛି । ଏଥିସହ ବଜ୍ରପାତ ମୁକାବିଲା ପାଇଁ ଆବଶ୍ଯକ ପଦକ୍ଷେପ ନେବାକୁ ପ୍ରସ୍ତାବ ଦିଆଯାଇଛି । ବଜ୍ରପାତଜନିତ ମୃତ୍ଯୁ ହ୍ରାସ କରିବା ପାଇଁ ରାଜ୍ଯ ସରକାର ଜଙ୍ଗଲ ଓ କୃଷି ବିଭାଗକୁ ବହୁଳ ପରିମାଣରେ ତାଳଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ଥାଇଲାଣ୍ଡ ଓ ବାଂଲାଦେଶ ବଜ୍ରପାତଜନିତ ମୃତ୍ଯୁ କମାଇବାରେ ସଫଳ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ଯୟ ଘୋଷଣା କରିବା ପାଇଁ ଶୂନ୍ଯକାଳରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି । ଏହାଦ୍ବାରା ବଜ୍ରପାତରେ ମୃତକଙ୍କ ପରିବାରକୁ ଉପଯୁକ୍ତ ପରିମାଣର ଅନୁକମ୍ପାମୂଳକ ସହାୟତା ମିଳିପାରିବ । ଫଳରେ ବାର୍ଷିକ ହଜାର ହଜାର ପରିବାର ଉପକୃତ ହୋଇପାରିବେ । ବଜ୍ରପାତଜନିତ ମୃତ୍ଯୁ ଅଧିକ ହେଉଥିବା ବେଳେ ତୁରନ୍ତ ଏସବୁ ପଦକ୍ଷେପ ନେବାକୁ ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି ।

ପରୀର ଶବ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସରୋଜ, ଦେଖୁଥିଲା ରେପ୍ ଆଣ୍ଡ ମର୍ଡର ଅଫ୍ ଚାଇଲ୍ଡ ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ । ଅଭିଯୁକ୍ତ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ପ୍ରାୟ ୪ ବର୍ଷ ପୂର୍ବର ଏହି ଘଟଣା କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଚର୍ଚ୍ଚାର ଖବର ପାଲଟିଥିଲା । ଜାମୁକୋଳି ଖାଇବାକୁ ଯାଇଥିବା ୫ ବର୍ଷର ପରୀକୁ ଉଠାଇ ନେଇ ହତ୍ୟା କରିବା ପରେ ଶବ ସହ ଦୁଷ୍କର୍ମ କରିଥିଲା ସେ ସମୟରେ ନାବାଳକ ଥିବା ଅଭିଯୁକ୍ତ ସରୋଜ ସେଠୀ ।

ଜାମୁକୋଳି ଗଛ ମୂଳରୁ ଅପହରଣ, ହତ୍ୟା, ଶବ ସହ ଦୁଷ୍କର୍ମ

ଅଭିଯୁକ୍ତ ସରୋଜ ସେଠୀ ଘର ପାଖରେ ଥିବା ଏକ ଜାମୁକୋଳି ଗଛ ପାଖକୁ ଗାଁର ଛୋଟ ଛୋଟ ପିଲା କୋଳି ଖାଇବାକୁ ଆସି ଥାଆନ୍ତି । ପରୀ ବି ସେଠାକୁ ଜାମୁକୋଳି ଖାଇବାକୁ ଆସିଥାଏ । ଘଟଣା ଦିନ ପରୀ ଏକୁଟିଆ ଆସିଥିଲା । ତାକୁ ଏକାଟିଆ ଦେଖି ଏବଂ ତା’ ଘରେ କେହି ନଥିବାରୁ ଅଭିଯୁକ୍ତ ସରୋଜ ମନରେ ପାପ ଚିନ୍ତା ଆସିଥିଲା । ସେ ପରୀକୁ ତାଙ୍କ ଘରର ବାରିପଟେ ଥିବା ଘରକୁ ଡାକି ନେଇଥିଲା । ସେଠାରେ ତା’ର ଯୌନ ଲାଳସା ଚରିତାର୍ଥ କରିବାକୁ ପରୀ ପିନ୍ଧିଥିବା ଲେଗିନ୍ସ ଖୋଲିବାକୁ ଉଦ୍ୟମ କରିଥିଲା । ଏହା ଦେଖି ପରୀ ପାଟି କରି କାନ୍ଦଥିଲା । ତାକୁ ଚୁପ କରିବାକୁ ଯାଇ ସରୋଜ ତା’ ତଣ୍ଟି ଚିପି ଦେଇଥିଲା । ଅଣନିଃଶ୍ବାସୀ ହୋଇ ସେହିଠାରେ ପରୀର ମୃତ୍ୟୁ ଘଟିଥିଲା । ଏହା ପରେ ଯୌନପାଗଳ ସରୋଜ ଶବ ସହ ଦୁଷ୍କର୍ମ କରିଥିଲା ।

ଅଖାରେ ବାନ୍ଧି ପୋଖରୀରେ ଫିଙ୍ଗିଥିଲା ଶବ

ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଏପରି ଅମାନୁଷିକ କାଣ୍ଡ ଘଟାଇବା ପରେ ଧରାପଡ଼ିବା ଭୟରେ ପରୀକୁ ଅଖା ଭିତରେ ବାନ୍ଧି ବାରିପଟେ ଫୋପାଡ଼ି ଦେଇଥିଲା । ପ୍ରଥମେ ଅଖା ବନ୍ଧା ପରୀର ଶବକୁ ପୋଖରୀରେ ଫୋପାଡ଼ି ଦେଇଥିଲା । ଏହାପରେ ପରୀର ଲେଗିନ୍ସ ତା’ ଘରେ ରହିଯାଇଥିବା ଦେଖିବାକୁ ପାଇଥିଲା । କିଛି ସମୟ ପରେ ସେ ତାହାକୁ ନେଇ ପୋଖରୀରେ ଫୋପାଡ଼ି ଦେଇଥିଲା ।

ମୋବାଇଲରେ ଦେଖୁଥିଲା ରେପ୍ ଆଣ୍ଡ ମର୍ଡର ଅଫ୍ ଚାଇଲ୍ଡ ଭିଡିଓ

ଘଟଣାର ତଦନ୍ତ ଏସଆଇଟି କରୁଥିଲା । ତଦନ୍ତ ବେଳେ ଅଭିଯୁକ୍ତର ଆଚରଣ ଓ ତା’ ମୋବାଇଲ୍ ଫୋନରୁ ଅପରାଧ ସମ୍ପର୍କରେ ସଙ୍କେତ ପାଇଥିଲା ଏସଆଇଟି । ଏସଆଇଟି ଟିମ୍ ଅଭିଯୁକ୍ତ ସରୋଜର ମୋବାଇଲ୍ ଯାଞ୍ଚ କରିବା ବେଳେ ବାରମ୍ବାର ରେପ୍ ଆଣ୍ଡ ମର୍ଡର ଅଫ୍ ଚାଇଲ୍ଡ ସଂପର୍କିତ ଖବରର ଆପ୍ ଆସିଥିଲା । ସେଥିରୁ ଜଣାପଡ଼ିଲା ଯେ, ସେ ଗୁଗଲରେ ଏଭଳି ବିଷୟ ବାରମ୍ବାର ସର୍ଚ୍ଚ କରିଛି । ପୁଣି ତା’ର ମୋବାଇଲର ପାସୱାର୍ଡ ଦେବାକୁ ସେ ମନା କରିଥିଲା । ସେହିପରି ତାକୁ ଯେତେବେଳେ ଏପରି କାଣ୍ଡ ତୁମେ କରିଛ ବୋଲି ପ୍ରଶ୍ନ କରାଗଲା, ସେ ସିଧାସିଧା ଉତ୍ତର ଦେଇଥିଲା- ଆପଣଙ୍କ ପାଖରେ କି ଏଭିଡେନ୍ସ ଅଛି ? ସାଧାରଣ ଭାବେ ଜଣେ ନାବାଳକଠାରୁ ଏପରି ପ୍ରତିକ୍ରିୟା ଆଶା କରାଯାଇନଥାଏ । ଏସବୁ କଥା ତଦନ୍ତକାରୀଙ୍କ ସନ୍ଦେହକୁ ଦୃଢ଼ କରିଥିଲା । ଅନ୍ୟପକ୍ଷରେ ଗାଁର ୧୨୦ ପରିବାରରର ସଂପୂର୍ଣ୍ଣ ତଥ୍ୟ ନିଆଯାଇଥିଲା ଓ ଅଧିକାଂଶ ତଦନ୍ତରେ ସହଯୋଗ କରିଥିବା ବେଳେ ଅଭିଯୁକ୍ତ ସରୋଜ ମୂଳରୁ ଅସହଯୋଗ ମନୋଭାବ ପ୍ରଦର୍ଶନ କରିଥିଲା । ଅଧିକ ପ୍ରମାଣ ପାଇଁ ଯେଉଁ ପୋଖରୀ ପାଖରୁ ପରୀର ମୃତଦେହ ମିଳିଥିଲା ସେହି ପୋଖରୀକୁ ଶୁଖାଇଥିଲା ଏସଆଇଟି । ପୋଖରୀରୁ ପରୀର ଲେଗିନ୍ସ ଉଦ୍ଧାର କରାଯାଇଥିଲା । ପରେ ରିମାଣ୍ଡରେ ନେଇ ଅଭିଯୁକ୍ତଠାରୁ ସତ ଉଗାରିଥିଲା ଏସଆଇଟି ।

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୮ ଜୀବନ, ଜଳିଗଲେ ୭୪ ଜଣ

ହରଦା: ମଧ୍ୟ ପ୍ରଦେଶର ହରଦା ଜିଲ୍ଲା ବୈରାଗଡ଼ ଗାଁରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ନିଆଁରେ ଜଳି ଯାଇଛନ୍ତି । ଗୁରୁତର ୧୧ ଜଣଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୩ ଜଣଙ୍କ ଚିକିତ୍ସା ଜିଲ୍ଲା ହସ୍ପିଟାଲରେ ଚାଲିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିମିଷକ ମଧ୍ୟରେ ପୂରା ଅଞ୍ଚଳକୁ ପୋଡ଼ି ପାଉଁଶ କରି ଦେଇଥିଲା । ଏପରିକି କାରଖାନା ପାଖରେ ଥିବା ୫୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ସ୍ଥଳରେ ଏବେ ବି ବହୁ ଲୋକ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

ବିସ୍ଫୋରଣ ପରର ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ଅଗ୍ନିଶମବାହିନୀ ସହ ସଡିଆରଏଫର ଏକାଧିକ ଟିମ ଲାଗିଛନ୍ତି । ଏସଡିଆରଏଫ ପକ୍ଷରୁ ମଧ୍ୟ ଉଦ୍ଧାରକାର୍ଯ୍ୟ କରାଯାଉଛି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବୈଠକ ଡାକିଥିବା ବେଳେ ଭୋପାଲ ଏମ୍ସକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ କାରଖାନା ଥିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କିଏ ଓ କେମିତି ଏହି କାରଖାନା ନିର୍ମାଣ କରିଛି ଏବଂ ଏଥିପାଇଁ କାହା ପାଖରୁ ଅନୁମତି ଅଣାଯାଇଛି ତାହାର ତଦନ୍ତ ଆରମ୍ଭ ହୋଇସାରିଛି । ହରଦାକୁ ଲାଗିଥିବା ଅନ୍ୟ ଜିଲ୍ଲାରୁ ଅଗ୍ନିଶମ ଗାଡି ଆସି ନିଆଁ ଲିଭା କାମରେ ଲାଗିଛନ୍ତି । ଘଟଣା ସ୍ଥଳରେ ୫୦ରୁ ଅଧିକ ଆମ୍ବୁଲାନ୍ସକୁ ପ୍ରସ୍ତୁତ କରି ରଖାଯାଇଛି ।

ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପିଲାଙ୍କ ପାଠପଢ଼ଶ ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ କହିଛନ୍ତି ।

ପରୀ ହତ୍ୟାକାଣ୍ଡ: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ଯା ମାମଲାର ଆସିଛି ରାୟ । ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ପୋକ୍ସୋ ଆକ୍ଟ ୩୦୨. ୨୦୧, ୩୬୩ ଅନୁସାରେ ବିଚାର କରାଯାଇ ଅଭିଯୁକ୍ତକୁ ୨୦ ବର୍ଷ ଦଣ୍ଡାଦେଶ ସହ ୬ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ   ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।

ଏହି ହତ୍ୟା ଘଟଣାର ତଦନ୍ତ କରିଥିଲା ରାଜ୍ୟ କ୍ରାଇମବ୍ରାଞ୍ଚର ଏସଆଇଟି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତର ସବିଶେଷ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରାଯାଉଥିଲା । ତଦନ୍ତ ନେଇ ହାଇକୋର୍ଟ ସନ୍ତୋଷ ବ୍ୟକ୍ତ କରିଥିଲେ । ଯଦୁପୁର ଗାଁର ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚର ଏସଆଇଟି ଗିରଫ କରି କୋର୍ଟ ଚାଲାଣ କରିବା ସହ ପରବର୍ତ୍ତି ସମୟରେ ଚାର୍ଜସିଟ ଦାଖଲ କରିଥିଲା ।

ବିଭିନ୍ନ ପ୍ରକାର ଚାପର ବଶବର୍ତ୍ତି ହୋଇ ପରୀର ବାପା ମା’ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ନଥିଲେ । ସୁପ୍ରିମକୋର୍ଟରେ ପରୀର ବାପା ମା’ ସବୁଠୁ ଦାମୀ ଓକିଲ ମହେଶ ଜେଠାମାଲିନୀଙ୍କୁ ନିଯୁକ୍ତ କରିଥିଲେ । ମୃତ ପରୀର ବାପା ମା’ ଗରିବ ହୋଇଥିବା ସତ୍ତ୍ବେ ଏତେ ଦାମୀ ଓକିଲ କିଭଳି ନିଯୁକ୍ତ କଲେ ତାକୁ ନେଇ ସବୁଠି ଭୃକୁଞ୍ଚନ ସୃଷ୍ଟି ହୋଇଥିଲା ।

ଆମ ଆଦମି ପାର୍ଟି ନେତାଙ୍କ ଘରେ ଇଡି ରେଡ

ନୂଆଦିଲ୍ଲୀ : ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ଆମ ଆଦମୀ ପାର୍ଟି ସାଂସଦ ଏନଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି। ଦିଲ୍ଲୀରେ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଇଡି। ଜଳ ସମ୍ପଦ ବିଭାଗରରେ ବ୍ୟାପକ ଘୋଟାଲା ମାମଲାରେ ଇଡି ଏହି ରେଡ୍ କରୁଛି। ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶଲଭ କୁମାରଙ୍କ ଘର ସହ ଅନ୍ୟ କିଛି ନେତାଙ୍କ ଘରେ ମଧ୍ୟ ରେଡ୍ କରିଛି ଇଡି। ଦିଲ୍ଲୀ ସମେତ ଚଣ୍ଡିଗଡ଼ ଏବଂ ବାରଣାସୀରେ ମଧ୍ୟ କିଛି ସ୍ଥାନରେ ରେଡ୍ ଚାଲିଛି। ଏହି ରେଡକୁ ନେଇ ପ୍ରତିକ୍ରିୟା ରଖିଛି ଆମ ଆଦମି ପାର୍ଟି। ଦିଲ୍ଲୀର ମନ୍ତ୍ରୀ ଅତିଶୀ ଏହି ରେଡକୁ ନେଇ ଆମେ ଡରିବୁ ନାହିଁ ବୋଲି କଛନ୍ତି। ଏବେଯାଏଁ ଗୋଟିଏ ଟଙ୍କା ମଧ୍ୟ ଜବତ କରିନାହିଁ ଇଡି।  ଗୋଟିଏ ହେଲେ ବି ପ୍ରମାଣ ପାଇନାହାନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଆଜି ୧୦ଟା ସମୟରେ ED ବିଷୟରେ କିଛି ପ୍ରକାଶ କରିବାକୁ ଯାଉଥିଲା ଆମ ଆଦମି ପାର୍ଟି | କିନ୍ତୁ ଏହା ପୂର୍ବରୁ ଇଡି ଦଳ ଚଢ଼ାଉ ଆରମ୍ଭ କରିଥିଲେ। ଆମ୍ ଆଦମୀ ପାର୍ଟି ସୋସିଆଲ ମିଡିଆରେ ପ୍ରକାଶ କରିଛି ଯେ ଆଜି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ଇଡି ଅନେକ AAP ନେତାଙ୍କ ଘରେ ଚଢାଉ ଆରମ୍ଭ କରିଥିଲା।Chhattisgarh ED Raid on Mahadev App Case 5 crore rupees cash Seized from  Driver Bappa Singh House ANN | Chhattisgarh ED Raid: महादेव एप मामले में ED  का छापा, ड्राइवर के घर

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଅର୍ଥ ହେରଫେର ମାମଲାରେ ସେମାନଙ୍କର ଅନେକ ନେତା ଫସିଛନ୍ତି । ଇଡିର ଖଣ୍ଡା ନିଜେ କେଜ୍ରିୱାଲଙ୍କ ଉପରେ ଲାଗିଛି। ଇଡିରୁ କେଜ୍ରିୱାଲଙ୍କୁ ପାଞ୍ଚଟି ସମନ ପଠାଯାଇଛି । ଗତ ଚାରି ମାସ ମଧ୍ୟରେ ଇଡି କେଜ୍ରିୱାଲଙ୍କୁ ୪ଥର ସମନ ପଠାଇଥିଲା କିନ୍ତୁ ସେ ଥରେ ମଧ୍ୟ ଦେଖା କରିନଥିଲେ। ଯେତେବେଳେ ସେ ପାଞ୍ଚଟି ସମନ ପଠାଇବା ସତ୍ତ୍ବେ ପଚରାଉଚରା କରିବାକୁ ଆସିନଥିଲେ, ପରେ ଇଡି କୋର୍ଟ ନିକଟକୁ ଯାଇଥିଲେ। କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗରେ ଏଜେନ୍ସି କହିଛି ଯେ କେଜ୍ରିୱାଲ ଇଡି ଡାକରା ପାଳନ କରୁନାହାଁନ୍ତି।

ଛୁଆ ମରିଯିବା ପରେ ମାଟି ତଳେ ଛୁଆକୁ ଖୋଜୁଛି ମାଆ ହାତୀ

କେନ୍ଦୁଝର : ମାଆର ଅନାବିଳ ମମତା ଓ ସ୍ନେହର ପଟ୍ଟାନ୍ତର ନାହିଁ । ମଣିଷ ହେଉ ଅବା ପଶୁ ସନ୍ତାନକୁ ହରାଇଲେ ମାଆ ଯେ ସବୁଠୁ ଅଧିକ ଦୁଃଖ ପାଇଥାଏ ତାହା କାହାକୁ ବା ଅଛପା । ସନ୍ତାନକୁ ମାଆ କେବେବି ଭୁଲି ପାରେ ନାହିଁ । ଆଉ ସେମିତି ଏକ ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଛି । ପାଖରୁ ଦେଖୁଥିବା ବାଟୋଇର ବି ଆଖି ଛଳ ଛଲ ହୋଇ ପଡ଼ୁଛି । କାରଣ ଛୁଆ ମରିଯିବା ପରେ ମାଟି ତଳେ ପୋତା ହୋଇଥିବା ଛୁଆକୁ ଖୋଜୁଛି ମାଆ ହାତୀ । ହୃଦୟକୁ ଆନ୍ଦୋଳିତ କରୁଥିବା ଏଭଳି  ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଯୋଡ଼ା ସେକ୍ସନ ଦଡୁଆଁ ଜଙ୍ଗଲରେ । ଛୁଆକୁ ହରାଇ ଏକ ମାଆହାତୀ ଦୁଃଖରେ ଭାଙ୍ଗି ପଡ଼ିଛ ।  ଛୁଆ  ପୋତା ହୋଇଥିବା ସ୍ଥାନର ଚାରିପାଖରେ ରାତିସାରା ବୁଲୁଛି ମାଆହାତୀ । ଗତ ରବିବାର ଏଠାରେ ୧୨ ଟିକିଆ ହାତୀପଲରୁ ଏକ ମାଈହାତୀ ଛୁଆ ଜନ୍ମ ଦେଇଥିଲା ।

ହେଲେ କୌଣସି କାରଣରୁ ହାତୀଛୁଆର ମୃତ୍ୟୁ ହୋଇଥିଲା । ଗତକାଲି ବନ ବିଭାଗ କର୍ମଚାରୀ  ହାତୀଛୁଆର ବ୍ୟବଛେଦ କରି ସେଠାରେ ପୋତି ଦେଇଥିଲେ । କିଛି ସମୟ ପରେ ମାଆହାତୀ ସେଠାରେ ପହଞ୍ଚି ଲୁହ ଛଳଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲୁଥିବାର ଦେଖିବାକୁ ମିଳିଥିଲା । ବହୁ ସମୟ ଧରି ଠିଆ ହୋଇ ନିଜ ସନ୍ତାନକୁ ଅପେକ୍ଷା କରି ରହିଥିଲା ମାଆହାତୀ । ଏଭଳି ଘଟଣା ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଛି ।