spot_img
Home Blog Page 2098

OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଠକେଇ, ୨ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ

ଭୁବନେଶ୍ବର: ଆପଣ ରାଜଧାନୀରେ OLXରେ ଘର ଭଡା ଖୋଜୁଛନ୍ତି କି ? ଆପଣ ଘରଭଡା ନେବା ପୂର୍ବରୁ କାହାକୁ ପେମେଣ୍ଟ କରିଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ। ଆପଣବି ହୋଇପାରନ୍ତି ଠକେଇର ଶିକାର । ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାର ଠକେଇ କରିଥିବା ଯାଜପୁରର ଦୁଇ ଜଣ ଠକଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଦେଉଥିଲେ । ବିଭିନ୍ନ ଘରର ଫଟୋ ଲୋକଙ୍କ ପାଖକୁ ପଠାଉଥିଲେ । ଘର ଦେବାକୁ ଦେବାକୁ କହି ଅଗ୍ରୀମ ୭ରୁ ୧୫ ହଜାର ନେଇ ଚମ୍ପଟ ମାରୁଥିଲେ । ଠକଙ୍କ ବିରୁଦ୍ଧରେ କମିଶନରେଟ ପୋଲିସରେ ଅଭିଯୋଗ ହୋଇଥିଲା।

କଙ୍ଗନା କିଣିଲେ ନୂଆ କାର, ଦାମ୍ ଜାଣିଲେ ହୋଇଯିବ ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ କଳାକାରମାନେ ସର୍ବଦା ନିଜର ଲାଇଫ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ରବିବାର ଏକ ନୂଆ କାର କିଣିଛନ୍ତି । ମୁମ୍ବାଇରେ ସେ ନଜର ଆସିଥିବାବେଳେ ନୂଆ କାରରେ ବସି ଯିବାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଯାହାକି ଭାଇରାଲ ହେବା ସହ ୟୁଜର୍ସମାନେ ଏହାକୁ ଲାଇକ ସେୟାର କରୁଥିବା ଦେଖିବାକୁ ମିଳିଛି । ମର୍ସଡିଜ୍ ମେବେକ୍ ଜିଏଲଏସ କାର କିଣିଛନ୍ତି । ପୂର୍ବରୁ ତାଙ୍କ ପାଖରେ ମଧ୍ୟ ଏକ ମର୍ସିଡିଜ୍ କାର ରହିଛି । ତେବେ ଏହି ନୂଆ କାରର ମୂଲ୍ୟ ହେଉଛି ୨.୪୩ କୋଟି । ପୂର୍ବରୁ ତାଙ୍କ ପାଖରେ ଥିବା ମର୍ସଡିଜ୍ କାରର ମୂଲ୍ୟ ରହିଥିଲା ୩.୬ କୋଟି ଟଙ୍କା । କଙ୍ଗନା ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । କଳା ଚଷମା ପିନ୍ଧି ଷ୍ଟାଇଲରେ ଗାଡ଼ି ବସି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

https://www.instagram.com/viralbhayani/?utm_source=ig_embed&ig_rid=d407e3c0-7611-4aba-9b8c-48fffe62de45

ଇଫତାର ପାର୍ଟିରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ମହାକାଳପଡ଼ା: ଇଫତାର ପାର୍ଟିରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡା ମହାକାଳପଡା ରାଜଗଡ଼ ଗାଁରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ଲୋକ କରିଥିଲେ ନିମନ୍ତ୍ରଣ। ରମଜାନ ମାସ ଚାଲିଥିବାରୁ ରାଜଗଡ଼ରେ ଥିବା ସୁନି ମସଜିଦରେ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଅତନୁ ସବ୍ୟସାଚୀ ନାୟକ ରାଜଗଡ଼ ସୁନି ମସଜିଦରେ ପହଞ୍ଚି ମୁସଲିମ ସମ୍ପ୍ରଦାୟର ଭାଇ ମାନଙ୍କୁ ଭେଟି ଭଲ ମନ୍ଦ ପଚାରି ବୁଝିଥିଲେ l ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହି ଅତନୁ ସବ୍ୟସାଚୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଭୁବନେଶ୍ବରରେ ପୁଣି ହିଟ୍ ଆଣ୍ଡ ରନ୍ ମାମଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ୍। ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ପାର୍ ହେଉଥିବା ବେଳେ ୪ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା କଣ୍ଟେନର। ପଳାଶୁଣୀ ଛକରୁ କଣ୍ଟେନରକୁ ସହିଦନଗର ଥାନା ପୋଲିସ ଜବତ କରିଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଲ୍ୟାବ୍କୁ ଗଲା ଏଲଭିସ୍ ଯାଦବଙ୍କ ଫୋନ୍, ଏଥର ଖୋଲିପାରେ ବହୁ ଗୁମର

ନନ୍ଦିଘୋଷ ବ୍ୟୁରୋ: ସାପ ବିଷ ମାମଲାରେ ଫସିଥିବା ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କୁ ନେଇ ପୁଣି ସାମନାକୁ ଆସିଛି ବଡ଼ ଖବର । ଏଲଭିସଙ୍କ ମୋବାଇଲ ପୋଲିସ ଜବତ କରିଥିବାବେଳେ ଅନେକ ଚାର୍ଟ ଡିଲେଟ୍ ହୋଇଥିବା ପୋଲିସ ସୂତ୍ରରୁ କୁହାଯାଇଛି । ତେବେ ଏଲଭିସଙ୍କ ସହ ତାଙ୍କର ଦୁଇ ବନ୍ଧୁଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । ଏଲଭିସଙ୍କ ଚାର୍ଟ ଡିଲେଟ୍ ହୋଇଥିବାବେଳେ ଲ୍ୟାବକୁ ତାଙ୍କ ମୋବାଇଲ ପଠାଯାଇଛି । ଏଥିରୁ ବହୁ ଗୁମର ଖୋଲିବ ବୋଲି ଜଣାପଡ଼ିଛି ।  ଏଲଭିସଙ୍କ ଦୁଇ ବନ୍ଧୁ ବିନୟ ଏବଂ ଇଶ୍ବର ମଧ୍ୟ ଏହି ସାପ ବିଷ ଯୋଗାଉଥିବା ମାମଲାରେ ଫସିଥିବାବେଳେ ସେମାନେ ଜାମିନ ପାଇଛନ୍ତି । ଏଲଭିସ୍ ମଧ୍ୟ ଜାମିନ ପାଇଛନ୍ତି । ତେବେ ମାମଲାରେ ଏବେ ବିଚାରାଧିନ ରହିଥିବାବେଳେ ଏଥୀରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ।

ରାଇରଙ୍ଗପୁରରେ ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ

କରଞ୍ଜିଆ: ରାଇରଙ୍ଗପୁରରେ ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ। ରାଇସେନ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେଡି। ରାଇରଙ୍ଗପୁର ଉପଖଣ୍ଡରେ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିକାଶର ଛବି ଦେଖିବାକୁ ମିଳେ। ରାଇରଙ୍ଗପୁର ପୌରଧକ୍ଷଙ୍କ ନେତୃତ୍ୱରେ ରାଇରଙ୍ଗପୁରଠାରେ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାନ ସଭା ପ୍ରାର୍ଥୀ ରାଇସେନ ମୁର୍ମୁ, ରାଇରଙ୍ଗପୁର ପୌରlଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଏବଂ ରାଇରଙ୍ଗପୁର ଉପଖଣ୍ଡର ପଞ୍ଚାୟତସ୍ତରର କର୍ମୀ ମାନେ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ କିଭଳି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବେ ସେଥିପାଇଁ ହୋଇଥିଲା ଆଲୋଚନା।

ଭାରସାମ୍ଯ ହରାଇ କେନାଲ ଭିତରକୁ ଖସି ପଡିଲେ ଇ-ସ୍କୁଟର ଚାଳକ

ବାଙ୍କୀ: ବାରଙ୍ଗ ପୁରୀ କେନାଲରେ ପୁଣି ଅଘଟଣ। ଭାରସାମ୍ଯ ହରାଇ କେନାଲ ଭିତରକୁ ଖସି ପଡିଲେ ଇ-ସ୍କୁଟର ଚାଳକ। ସ୍କୁଟର ଚାଳକ ନିଖୋଜ। ପାଣି ଭତରୁ ସ୍କୁଟର ଓ ମୋବାଇଲ ଜବତ। ବିଳମ୍ବିତ ରାତିରେ ଘଟିଛି ଘଟଣା। ନଖରାର ରାକେଶ କୁମାର ସାହୁ ଗତକାଲି ରାତିରେ ନରାଜ ନିକଟସ୍ଥ ଏକ ପ୍ରତିଷ୍ଠିତ ଦୁଗ୍ଧ କମ୍ପାନୀରେ କାର୍ଯ୍ୟସାରି ଫେରୁଥିଲେ। ଭାରସାମ୍ଯ ହରାଇ କାନପୁର ନିକଟସ୍ଥ ପୁରୀ କେନାଲକୁ ଖସିପଡିଥିଲେ। କେନାଲରୁ ଯୁବକଙ୍କ ଇ-ସ୍କୁଟର ଓ ମୋବାଇଲ ଜବତ କରିଛି ବାରଙ୍ଗ ପୋଲିସ।

ଜନ୍ମଦିନ ପାଳିବା ହେଲା କାଳ

କଟକ: ଜନ୍ମଦିନ ପାଳିବା ହେଲା କାଳ। ସଟ ସର୍କିଟ ଯୋଗୁଁ ଚାଲିଗଲା ଜୀବନ।  ମୃତକ ଜଣକ ହେଲେ କଟକ ଷ୍ଟୁଆଟ ପାଟଣା ଅଞ୍ଚଳର ଆଲୋକ ପ୍ରଧାନ। ଅଲୋକଙ୍କ ବୟସ ୨୩ ବର୍ଷ। ଆଲୋକ ତାଙ୍କ ସାଙ୍ଗ ଆକାଶଙ୍କ ଜନ୍ମଦିନ ପାଳିବା ପାଇଁ କଟକ ତୁଳସୀପୁର ସ୍ଥିତ ମଧୁକୁଞ୍ଜ ପାର୍କ ଯାଇଥିଲେ। ଆଲୋକ ଓ ତାଙ୍କ ସାଙ୍ଗ ଉଦିତ କେକ୍ କାଟି ଫେରିବା ବେଳେ ପାର୍କ ସମ୍ନାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟିରେ ସଂଯୋଗ ହେବାରୁ ଦୁଇ ଜଣଙ୍କୁ କରେଣ୍ଟ ଆଘାତ ହୋଇଥିଲା। ଘଟଣା ସ୍ଥଳରେ ଆଲୋକଙ୍କର ମୃତ୍ୟ ହୋଇଥିଲା। ଉଦିତ ଗୁରୁତର ଭାବେ ଆହତ ହୋଇଥିଲେ। ଦୁଇ ସାଙ୍ଗଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିବା ବେଳେ ଉଦିତଙ୍କର ଚାଲିଛି ଚିକିତ୍ସା।

ଆଜି ଏହିସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହୋଇପାରେ ବର୍ଷା

ଭୁବନେଶ୍ବର: ରାଜ୍ୟରେ ବଦଳିଛି ପାଗ, ତାତିରୁ  ମିଳିଛି ଅସ୍ବସ୍ତି । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ଏକ ପଶ୍ଚିମା ଝଡ ସକ୍ରିୟ ହୋଇଥିବା ବେଳେ ବାୟୁମଣ୍ଡଳର ଉପରିଭାଗରେ ଏକ ନିମ୍ନଚାପରେଖା ସୃଷ୍ଟି ହୋଇଛି। ଏହାସହ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପବଳୟ ସକ୍ରିୟ ରହିଛି । ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ୩ଟି ଯାକ ପାଣିପାଗ ପ୍ରତିକ୍ରିୟାଶୀଳ ହୋଇ ଘଡଘଡି ବିଜୁଳି ସହ ରାଜ୍ୟରେ ଝଡବର୍ଷା ସୃଷ୍ଟି କରିବାରେ ସହାୟକ ହେଉଛି । ଆଜି ବି କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ୧୦ ତାରିଖରୁ ପାଗ ବଦଳିବା ସମ୍ଭାବନା ରହିଛି।

ଘାଟିରୁ ଓଲଟିଲା ପର୍ଯ୍ୟଟକ ବସ

ବାରିପଦା: ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ପର୍ଯ୍ୟଟକ ବସ। ଦୁର୍ଘଟଣାରେ ବସର ଡ୍ରାଇଭର ସମେତ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ବାଙ୍ଗିରିପୋଷି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବସ୍ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ ନମ୍ବର ଥିବା ବସଟି ପର୍ଯ୍ୟଟକଙ୍କୁ ନେଇ ଆସୁଥିବା ବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟଇ ପଡ଼ିଥିଲା।