ନୂଆଦିଲ୍ଲୀ : ଆଜି ଓ କାଲି ଖୋଲା ରହିବ ଦେଶର ସମସ୍ତ ବୀମା କମ୍ପାନୀ କାର୍ଯ୍ୟାଳୟ । ଏନେଇ କମ୍ପାନିଗୁଡିକୁ ନିର୍ଦ୍ଦେଶ ଦେଇଛି ଭାରତର ବୀମା ନିୟାମକ ଓ ବିକାଶ ନିୟାମକ ବା ଆଇଆରଡିଏ । ପଲିସିଧାରୀଙ୍କ ନିମନ୍ତେ ସୁବିଧା କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଥିବାବେଳେ ଏହି ଦିବସ ହେଉଛି ଚଳିତ ଆର୍ଥିକ ବର୍ଷର ଶେଷ ଦିନ । ପଲିସିଧାରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେଥିଲାଗି ଦୃଷ୍ଟି ଦେବାକୁ ଆଇଆରଡିଏ ନିର୍ଦ୍ଦେଶ ଦେଇଛି । ଆଇଆରଡିଏର ନିର୍ଦ୍ଦେଶ ପରେ ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସି ପକ୍ଷରୁ କୁହାଯାଇଛି ସାରା ଦେଶରେ ଏହି ଦୁଇ ଦିନ ଏଲଆଇସିର ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ । ସେପଟେ ସରକାରୀ ସମ୍ପର୍କିତ କାରବାର ଜଡ଼ିତ ରହୁଥିବାରୁ ୩୧ ତାରିଖରେ ବ୍ୟାଙ୍କ ଶାଖାଗୁଡିକୁ ଖୋଲା ରଖିବା ଲାଗି ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ଯାଙ୍କ । ସାଧାରଣ କାର୍ଯ୍ୟଦିବସ ପରି ରବିବାର ବି ବ୍ୟାଙ୍କ ଶାଖାଗୁଡିକ କାର୍ଯ୍ୟ କରିବେ । ତେଣେ ଆସନ୍ତା ଏପ୍ରିଲ ୧ରେ ୨୦୦୦ ଟଙ୍କିଆ ନୋଟ ଜମା କରାଯାଇପାରିବ ନାହିଁ ବୋଲି କହିଛି ରିଜର୍ଭ ବ୍ଯାଙ୍କ । ବାର୍ଷିକ ଆକାଉଣ୍ଟ କ୍ଲୋଜିଂ କାର୍ଯ୍ୟ ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୨ରୁ ୨୦୦୦ ଟଙ୍କିଆ ନୋଟ ଜମା ପ୍ରକ୍ରିୟା ଚାଲିବ । ମାର୍ଚ୍ଚ ୩୧ମଧ୍ୟରାତ୍ରୀ ଯାଏ ନ୍ଯାସନାଲ ଇଲେକ୍ଟ୍ରୋନିକସ ଫଣ୍ଡସ ଟ୍ରାନ୍ସଫର ବା ଏନଇଏଫଟି ଓ ରିୟଲ ଟାଇମ ଗ୍ରସ ସେଟେଲମେଣ୍ଟ ବା ଆରଟିଜିଏସ ଉପଲବ୍ଧ ହେବ ।
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁଦାମ ମାର୍ଣ୍ଡିଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ମୟୂରଭଞ୍ଜ ଜିଲ୍ଲାର ଵିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଭାବରେ ସୁଦାମ ମାର୍ଣ୍ଡିଙ୍କ ନାମ ଘୋଷଣା ପରେ ଆଜି ସେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି । ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଂଚଳରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ଅନୁଭବି ନେତା ସୁଦାମ ମାର୍ଣ୍ଡି ଜଣେ ଦକ୍ଷ ରାଜନେତା ଏବଂ ଉତ୍ତମ ଲୋକସମ୍ପର୍କ ପାଇଁ ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମଗ୍ର ରାଜ୍ୟର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ରହିଥିବା କହିଛନ୍ତି ସୁଦାମ ମାର୍ଣ୍ଡି । କେବଳ ମୟୂରଭଞ୍ଜ ନୁହେଁ ସମଗ୍ର ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ବୋଲି ସୁଦାମ କହିଥିଲେ। କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ନାନନ୍ଦ ମହାନ୍ତିଙ୍କ ସମେତ ବିଜେଡ଼ିର ପ୍ରମୁଖ ନେତା ଓ କର୍ମୀମାନେ ଅଂଶଗ୍ରହଣ କରିଥିଲେ। ବିଜେଡ଼ି ସମର୍ଥକମାନେ ବାରିପଦା ସହରରେ ବାଇକ ରାଲିରେ ସହର ପରିକ୍ରମା କରିଥିଲେ।
ଏପ୍ରିଲ୍ ପହିଲାରୁ ବଦଳିବ ଏହିସବୁ ନିୟମ
\ନନ୍ଦିଘୋଷ ବ୍ୟୁରୋ: ସରିବାକୁ ବସିଲାଣି ମାସ ମାର୍ଚ୍ଚ । ଏପ୍ରିଲ ପହିଲାରୁ ବଦଳିବାକୁ ଯାଉଛି ଅନେକ ନିୟମ । ଏପ୍ରିଲ ପହିଲାରେ ଆରମ୍ଭ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷ । ଏଣୁ ଏପ୍ରିଲ ୧ରୁ ଟଙ୍କା ସହ ଜଡିତ ଅନେକ ନିୟମ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା କଣ ସବୁ ବଦଳିବ ।
୧- ଏପ୍ରିଲ ୧ରୁ ବଢ଼ିବ SBI ଡେବିଟ୍ କାର୍ଡରେ ଚାର୍ଜ
୨- NPS ନିୟମରେ ପରିବର୍ତ୍ତନ
୩- LPG ଗ୍ୟାସ ଦାମ ବଢ଼ିପାରେ
ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ଗଣ୍ଡଗୋଳ ଘଟଣା, ୮ ଗିରଫ
ଭୁବନେଶ୍ବର: ନୟାପଲ୍ଲୀ ବ୍ରିଟ୍ କଲୋନୀରେ ହୋଲି ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା। ଆଠ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗଣ୍ଡଗୋଳରେ ବ୍ୟବହୃତ ଖଣ୍ଡା, ଭୁଜାଲି, ଠେଙ୍ଗା,ବାଇକ ଜବତ କରିଛି ପୋଲିସ। ହୋଲି ସନ୍ଧ୍ୟାରେ ନୟାପଲ୍ଲୀ ବ୍ରିଟ୍ କଲୋନୀରେ ଏମାନେ ଆତଙ୍କରାଜ ଘଟାଇଥିଲେ। ମୋଟ ଉପରେ ଏ ନେଇ ୪ ଟି କେସ ରୁଜୁ କରାଯାଇଥିଲା । ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ଗାଧୋଇବାକୁ ନେଇ ସୃଷ୍ଟି ହୋଇଥିଲା ଝଗଡା । ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା । କିଛି ଯୁବକ ସନ୍ଧ୍ୟା ସମୟରେ ଆସି ଅତର୍କିତ ଆକ୍ରମଣ କରିଥିଲେ। କିଛି ନିରୀହ ଲୋକେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରୁ ସିସିଟିଭି ଜବତ କରାଯାଇଥିଲା । ଯାହା ଆଧାରରେ ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ଏକ କାର ଓ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ରେ ପୂର୍ବରୁ ଅପାରାଧିକ ମାମଲା ମଧ୍ୟ ରହିଛି ।

