spot_img
Home Blog Page 2083

ନବରଙ୍ଗପୁରରେ ସଶକ୍ତ ହେଉଛି ବିଜେଡି

ନବରଙ୍ଗପୁର: ନବରଙ୍ଗପୁରରେ ସଶକ୍ତ ହେଉଛି ବିଜେଡି। ୧୦୦ରୁ ଅଧିକ ଛାତ୍ର ବିଜେଡିରେ ସାମିଲ। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ନିର୍ବାଚନ ନିକଟତର ହେଉଥିବା ବେଳେ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ସଶକ୍ତ ହେଉଛି ବିଜେଡ଼ି। ନବରଙ୍ଗପୁର ବିଧାନସଭା ମଣ୍ଡଳୀ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ବିଧାୟକ ସଦାଶିବ ପ୍ରଧାନୀ ଓ ନବରଙ୍ଗପୁର ବିଜେଡି ବିଧାୟକ ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତି ଥିଲେ। ସମସ୍ତଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ।

ବଢ଼ୁଛି କେ.କବିତାଙ୍କ ଅଡ଼ୁଆ


ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢୁଛି ଭାରତ ରାଷ୍ଟ୍ର ସମିତି ନେତ୍ରୀ କେ. କବିତାଙ୍କ ଅଡୁଆ। ଆପକୁ ୨୫ କୋଟି ଟଙ୍କା ଦେବାକୁ ଅରବିନ୍ଦ ଫାର୍ମା ପ୍ରମୋଟର ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ଦେଇଥିଲେ ଧମକ। ସ୍ବତନ୍ତ୍ର କୋର୍ଟରେ ଦିଲ୍ଲୀ ମଦନୀତି ମାମଲାର ଶୁଣାଣି ବେଳେ ଏହା ଦର୍ଶାଇଛି ସିବିଆଇ। ସିବିଆଇ କହିଛି- ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଆଧାରରେ ଫାର୍ମକୁ ୫ଟି ରିଟେଲ ଜୋନ ଆଲଟ କରାଯାଇଥିବାରୁ ଆପକୁ ୨୫ କୋଟି ଟଙ୍କା ଦେବାକୁ ଧମକାଇଥିଲେ କବିତା। ଯଦି ଆପକୁ ଏହି ଅର୍ଥ ଦିଆ ନଯାଏ ତେବେ ଉଭୟ ତେଲଙ୍ଗାନା ଓ ଦିଲ୍ଲୀରେ ତାଙ୍କ ଫାର୍ମର ବ୍ଯବସାୟ ପ୍ରଭାବିତ ହେବ।

ମହାରାଷ୍ଟ୍ରରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାରଙ୍କୁ ଝଟକା

ମୁମ୍ୱାଇ: ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରକାଶିତ ତାରକା ପ୍ରଚାରକ ତାଲିକାରୁ ବାଦ୍ ପଡିଲେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର। କେବଳ ନିଜ ଦଳର ନେତା ହିଁ ପ୍ରଚାରକ ତାଲିକାରେ ରହିବେ। ଅନ୍ଯ ଦଳର ନେତା ଏହି ତାଲିକାରେ ରହିପାରିବେ ନାହିଁ ବୋଲି ରାଜ୍ଯ ନିର୍ବାଚନ ଅଧିକାରୀ ଏକ ପତ୍ର ଦେବା ପରେ ଦୁଇ ନେତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ମହାରାଷ୍ଟ୍ରର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପତ୍ର ଲେଖି ସିଇଓ କହିଛନ୍ତି-ଜନ ପ୍ରତିନିଧି ଆଇନ ଅନୁସାରେ କୌଣସି ଦଳର ତାରକା ପ୍ରଚାରକ ତାଲିକାରେ କେବଳ ସେହି ଦଳର ନେତା ହିଁ ସ୍ଥାନ ପାଇବେ।

ସେପଟେ ବିଜେପି ପକ୍ଷରୁ ସଂଶୋଧିତ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି। ମହାରାଷ୍ଟ୍ରର ଅବଶିଷ୍ଟ ଆସନ ଲାଗି ପ୍ରଚାର କ୍ଷେତ୍ରରେ ଏହି ସଂଶୋଧିତ ତାଲିକା କାର୍ଯ୍ୟକାରୀ ହେବ ବୋଲି ମୁଖ୍ଯ ନିର୍ବାଚନ ଅଧିକାରୀ ରାଜୀବ କୁମାରଙ୍କ ନିକଟକୁ ପତ୍ର ଲେଖିଛନ୍ତି ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ। ଏହି ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ରହିଛନ୍ତି।

ଏପ୍ରିଲ ୧୫ ତାରିଖରେ ତିହାର ଜେଲରେ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ !

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। କେଜରିଓ୍ବାଲଙ୍କ ସହ ସାକ୍ଷାତକାର କରିବା ପାଇଁ ଅନୁମତି ମିଳିଛି। ଏହି ଅନୁମତି ଜେଲ୍ କର୍ତ୍ତୃପକ୍ଷ ଦେଇଛନ୍ତି । ଆସନ୍ତା ୧୫ ତାରିଖରେ ଦୁଇ ମୁଖ୍ଯମନ୍ତ୍ରୀ ପରସ୍ପରକୁ ଭେଟିବେ ବୋଲି ସୂଚନା ମିଳିଛି। ଭଗଓ୍ବନ୍ତଙ୍କ ଗସ୍ତ ଲାଗି ତିହାର ଜେଲ କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ ଓ ପଞ୍ଜାବ ପୋଲିସ ନିରାପତ୍ତା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି। ଦିଲ୍ଲୀ କାରାଗାର ନିୟମାବଳୀ ଅନୁସାରେ ଏହି ସାକ୍ଷାତ ଆଲୋଚନା ହେବ।

ଅନ୍ୟପଟେ ଯେଉଁ ୬ ଜଣଙ୍କ ସହ ସାକ୍ଷାତ କରିବା ଲାଗି କେଜ୍ରିଓ୍ବାଲ ଅନୁମତି ମାଗିଥିଲେ ସେମାନଙ୍କ ମଧ୍ୟରେ ଭଗଓ୍ବନ୍ତ ଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଆସନ୍ତା ଏପ୍ରିଲ ୧୫ ଯାଏଁ ବିଚାର ବିଭାଗୀୟ ହେପାଜତରେ ରହିବେ।

କେଜ୍ରିୱାଲଙ୍କ ସହ ପତ୍ନୀ ସୁନୀତାଙ୍କ ସାକ୍ଷାତକୁ ଅଗ୍ରାହ୍ଯ କଲେ ତିହାର ଜେଲ କର୍ତ୍ତୃପକ୍ଷ, ଏନେଇ ବର୍ଷିଲେ ଆପ ନେତା ସଞ୍ଜୟ ସିଂ

ନୂଆଦିଲ୍ଲୀ: ପତ୍ନୀ ସୁନୀତାଙ୍କ ସହ ସାକ୍ଷାତ କରିବା ଆବେଦନକୁ ଅଗ୍ରାହ୍ଯ କଲେ ତିହାର ଜେଲ କର୍ତ୍ତୃପକ୍ଷ। ଏନେଇ ବର୍ଷିଛନ୍ତି ଆପନେତା ସଞ୍ଜୟ ସିଂ। ସେ କହିଛନ୍ତି, ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁମତି ଦିଆଗଲା ନାହିଁ। ହତ୍ୟା ଅପରାଧୀଙ୍କୁ ବାରାକ୍ ପାଖରୁ ଭେଟିବାକୁ ସୁଯୋଗ ଦିଆଯାଉଛି, କିନ୍ତୁ ତିନି ଥରର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏପରି ଆଇନ କଣ ପାଇଁ ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ସିଂ କହିଛନ୍ତି- ସେ କହିଛନ୍ତି ଯେ, ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀଙ୍କ ସହ ସାକ୍ଷାତ ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ଅନୁମତି ଦିଆଗଲା ନାହିଁ। ନିଜ ନିଜ ବାରାକରେ କୁଖ୍ଯାତ ଅପରାଧୀମାନେ ସେମାନେ ଚାହୁଁଥିବା ବ୍ଯକ୍ତିଙ୍କୁ ସାକ୍ଷାତ କରିପାରୁଥିବା ବେଳେ କେଜ୍ରିୱାଲଙ୍କୁ ଏହି ଅନୁମତି ନଦେବା ଅମାନବିକତାର ପରିଚୟ।

ଚିଲିକାରେ ଲାଗିଲା ଭୟଙ୍କର ନିଆଁ, ଜଳୁଛି ନଳବଣ

ଚିଲିକା: ହୁତୁହୁତୁ ହୋଇ ଜଳିଲା ନଳବଣ । ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ।  ଏକର ଏକର ନଳବଣ ନିଆଁରେ ପୋଡି ପାଉଁଶ। ଜୋରରେ ପବନ ହେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ଚିଲିକା ବ୍ଳକ କାଳୁପଡା ଘାଟ ଜେଟି ନିକଟରେ ଲାଗିଛି ନିଆଁ। ବହୁ ବିରଳ ଫିସିଂ କ୍ୟାଟ ସହ ଜଳଚର ଜୀବ ପୋଡି ଯାଇଥିବା ସୂଚନା। ମତ୍ସ୍ଯଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି ପାଉଁଶ ହୋଇଛି।  ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି।

ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର

ପୁରୀ: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜୁ ଜନତା ଦଳର ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଂସଦ ଟିକେଟ ପ୍ରଦାନ କରିବା ପରେ ଆଜି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ଲେଖାଶ୍ରୀ। ଦର୍ଶନ ପରେ ସେ ଅରୁଣ ସ୍ତମ୍ଭ ନିକଟରେ ଭୂମିଷ୍ଠ ପ୍ରଣାମ କରିଥିଲେ।

ଲେଖାଶ୍ରୀ କହିଛନ୍ତି, ବିଜୁ ଜନତା ଦଳ ପୁନର୍ବାର ସରକାର ଗଢ଼ିବ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଦେଖି ବିଜୁ ଜନତା ଦଳରେ ଯୋଗଦାନ କରିଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଆଶା ପ୍ରକଟ କରି ସାଂସଦ ଟିକେଟ ପ୍ରଦାନ କରିଛନ୍ତି। ଆଜି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

 

କିପରି ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର ରୂପରେଖ, ବସିଲା ଦଳର ପ୍ରଥମ ବୈଠକ

 

ଭୁବନେଶ୍ୱର: କିପରି ରହିବ ବିଜେଡିର ନିର୍ବାଚନୀ ଇସ୍ତାହାର ରୂପରେଖ। ସେନେଇ ଶଙ୍ଖ ଭବନରେ କମିଟିର ପ୍ରଥମ ଇସ୍ତାହାର କମିଟି ବୈଠକ ଆରମ୍ଭ ହୋଇଛି। ଗତ ବୁଧବାର ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ-ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ଵ ଦିଆଯାଇଛି। ୨୫ ଜଣ ସଦସ୍ୟ ରହିଛନ୍ତି।

ବିଜେଡି ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବ ସେ ନେଇ ପ୍ରସ୍ତୁତ ହେବ ଇସ୍ତାହାର। ଏହି କମିଟିର ପରାମର୍ଶ ଆଧାରରେ ପ୍ରସ୍ତୁତ ହେବ ଇସ୍ତାହାର।

ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ, ୧୭ରୁ ୨୦ ଯାଏଁ ସାଂଘାତିକ ସ୍ଥିତି

ଭୁବନେଶ୍ୱର: ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ। ଆସନ୍ତା ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି। ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଆଜିଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ। ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ। ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିଭଳି ୧୫ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ୧୬ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର, ନୟାଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ମହଙ୍ଗା ପଡୁଛି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ମୋହ, ୩ଟି ସାଧାରଣ ନିର୍ବାଚନରେ ୪୬ କୋଟି ଟଙ୍କା ବାଜ୍ୟାପ୍ତି

ନୂଆଦିଲ୍ଲୀ: ମହଙ୍ଗା ପଡୁଛି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ମୋହ। ଆବଶ୍ୟକତା ନଥିବା ସହ ଜନ ସମର୍ଥନ ନଥିବା ସତ୍ତ୍ବେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଫଳ ହେବା ଉଦାହରଣକୁ ନେଇ ପ୍ରକାଶ ପାଇଛି ରିପୋର୍ଟ। ଗତ ତିନୋଟି ସାଧାରଣ ନିର୍ବାଚନରେ ୨୧ ହଜାର ପ୍ରାର୍ଥୀଙ୍କ ପ୍ରାୟ ୪୬ କୋଟି ଟଙ୍କା ବାଜ୍ୟାପ୍ତି ହୋଇଛି। ୨୦୦୯, ୨୦୧୪, ୨୦୧୯ ନିର୍ବାଚନର ଏହି ତଥ୍ୟ ପଦାକୁ ଆସିଛି।

ଭାରତୀୟ ନିର୍ବାଚନ କମିଶନ ନିୟମାବଳୀ ଅନୁସାରେ, ଜଣେ ଲୋକସଭା ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବାବେଳେ ୨୫ ହଜାର ଟଙ୍କା ଜମାଦେବାକୁ ପଡିଥାଏ। ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ପରିମାଣ ରହିଛି ପ୍ରାୟ ୧୨ ହଜାର ଟଙ୍କା। ସର୍ଭେ ଅନୁସାରେ ୧୯୯୯ ପରଠାରୁ ଲଗାତାର ଭାବେ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅମାନତ ହରାଉଥିବାରୁ ସେମାନଙ୍କ ଦ୍ବାରା ଜମା ହୋଇଥିବା ଅର୍ଥ ବି ବାଜ୍ଯାପ୍ତ ହେଉଛି । ୨୦୦୯ ମସିହାରେ ୮ ହଜାର ୭୦ ଜଣ ପ୍ରାର୍ଥୀ ଥିବାବେଳେ ସେମାନଙ୍କ ମଧ୍ଯରୁ ଜମାରାଶି ହରାଇଥିଲେ ୬ ହଜାର ୮୨୯ ପ୍ରାର୍ଥୀ। ୨୦୧୪ ମସିହାରେ ୮ ହଜାର ୨୫୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜମା ଅର୍ଥ ହରାଇଥିଲେ ୭ ହଜାର ପ୍ରାର୍ଥୀ। ୨୦୧୯ ମସିହାରେ ୮ ହଜାର ୫୪ ପ୍ରାର୍ଥୀଙ୍କ ମଧ୍ୟରୁ ଜମା ରାଶି ହରାଇଥିଲେ ୬ ହଜାର ୯୨୩ ପ୍ରାର୍ଥୀ। ଇସିଆଇ ତଥ୍ଯ ଅନୁସାରେ ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ପ୍ରାୟ ୮୫ ପ୍ରତିଶତ ପ୍ରାର୍ଥୀ ସିକ୍ଯୁରିଟି ଡିପୋଜିଟ ହରାଇଛନ୍ତି। ନିୟମ ଅନୁସାରେ ଦିଆଯାଇଥିବା ବୈଧ ଭୋଟର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହେଲେ ଜଣେ ପ୍ରାର୍ଥୀଙ୍କ ଅମାନତ ରାଶି ବାଜ୍ଯାପ୍ତି ହୋଇଥାଏ।

୨୦୦୯ ରୁ ୨୦୧୯ ମଧ୍ୟରେ ମୋଟ ୨୪ ହଜାର ୩୭୫ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ ହଜାର ୭୫୨ ପ୍ରାର୍ଥୀ ଅମାନତ ରାଶି ହରାଇଥିଲେ। ୨୦୦୯ରେ ୧୫ କୋଟି ୫୯ ଲକ୍ଷ, ୨୦୧୪ ରେ ୧୪ କୋଟି ୫୭ ଲକ୍ଷ ଓ ୨୦୧୯ ରେ ୧୫ କୋଟି ୮୬ ଲକ୍ଷ ଟଙ୍କାର ଜମାରାଶି ବାଜ୍ଯାପ୍ତି ହୋଇଛି।

୧୯୫୧ ମସିହାରେ ହୋଇଥିବା ନିର୍ବାଚନରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ମୋଟ ପ୍ରାର୍ଥୀ ସଂଖ୍ୟା ଥିଲେ ୯ ହଜାର ୬୭ । ସେତେବେଳ ବାଜ୍ଯାପ୍ତ ଅର୍ଥ ପରିମାଣ ଥିଲା ୨୨ ଲକ୍ଷ ୮୦ ହଜାର ଟଙ୍କା । ସେତେବେଳେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଲାଗି ଜମାରାଶି ଥିଲା ୫ ଶହ ଟଙ୍କା । ଏସସି ଓ ଏସଟି ବର୍ଗର ପ୍ରାର୍ଥୀଙ୍କ ଲାଗି ଜମାରାଶି ଥିଲା ୨୫୦ ଟଙ୍କା।