spot_img
Home Blog Page 2063

ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ, ମେଳି କରୁଛନ୍ତି ନିଜ ଦଳର କର୍ମୀ

ଖୋର୍ଦ୍ଧା: ଦିନକୁ ଦିନ ତୀବ୍ର ହେଉଛି ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅସନ୍ତୋଷ । ତାଙ୍କ ବିରୋଧରେ ମେଳି କରୁଛନ୍ତି ତାଙ୍କ ନିଜ ଦଳ ବିଜେପିର କର୍ମୀ। ଜୋତାମାଳ ପିନ୍ଧାଇବାକୁ ଧମକ ଦେଇଛନ୍ତି । ନିର୍ବାଚନ ଯେତିକି ପାଖେଇ ଆସୁଛି, ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କର ସେତିକି ଅଡୁଆ ବଢୁଛି । ୫ ବର୍ଷ ଭୁବନେଶ୍ବର ସାଂସଦ ଥିବା  ଅପରାଜିତା  ଦ୍ବିତୀୟ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏଥର ତାଙ୍କୁ ସବୁ ସ୍ଥାନରେ ତାଙ୍କ ନିଜ ଦଳ ବିଜେପି କର୍ମୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ  ବିଭିନ୍ନ ସ୍ଥାନରେ ଅପରାଜିତାଙ୍କ ବିରୋଧରେ ମେଳି ଚାଲୁଛି । ଅପରାଜିତା ଷଡ଼ଙ୍ଗୀଙ୍କୁ ଲୋକ ତୀବ୍ର ବିରୋଧ କରୁଛନ୍ତି। ଇଏ ହେଉଛି ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ ମାଣିତ୍ରୀ ରାମଚଣ୍ଡୀ ପୀଠ । ଏଠି ବହୁ ସଂଖ୍ୟାରେ ମହିଳା ଅପରାଜିତାଙ୍କ ବିରୋଧରେ ଏକାଠି  ହୋଇଥିଲେ। ଅପରାଜିତା ଗୋ ବ୍ୟାକ୍, ଅପରାଜିତା ତୁମ ମନମାନି ଚାଲିବ ନାହିଁ । ନିର୍ବାଚନ ପ୍ରଚାରକୁ ଆସିଲେ ଅପରାଜିତା ଷଡ଼ଙ୍ଗୀଙ୍କୁ ଜୋତାମାଳ ପିନ୍ଧାଇବୁ ବୋଲି ବିଜେପି କର୍ମୀ ଚେତାବନୀ ଦେଇଛନ୍ତି ।

ପ୍ରତିଷ୍ଠା ଦିବସରେ ସମ୍ବଲପୁର ବିଜେପିରେ ଫାଟ

ସମ୍ବଲପୁର: ସମ୍ବଲପୁର ବିଜେପିରେ ଫାଟ। ପ୍ରତିଷ୍ଠା ଦିବସରେ ନାହିଁ ନଥିବା କନ୍ଦଳ। ଶନିବାର ପ୍ରତିଷ୍ଠା ଦିବସ ପାଳନ ପାଇଁ ସଂସଦ ପ୍ରାଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ସହ ରେଙ୍ଗାଲି ବିଧାୟକ ନାଉରି ନାଏକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l ତେବେ ସେଠାରେ ଆରମ୍ଭ ହୋଇଥିଲା ଗୋଷ୍ଠୀ କନ୍ଦଳ।  ଗୋଟିଏ ପଟେ ଜୟ ନାରାୟଣ ଗୋଷ୍ଠୀ ଆଉ ଗୋଟିଏ ପଟେ ଜିଲ୍ଲା ସଭାପତି ଗିରିଶ ପଟେଲ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି।  ଗେଟରେ ଲାଗିଥିବା ପୋଷ୍ଟରରେ ଜିଲ୍ଲା ସଭାପତିଙ୍କ ଫଟୋ ନଥିଲା।  ଜୟନାରାୟଣ ମିଶ୍ରଙ୍କୁ ସ୍ୱାଗତ ପାଇଁ ଗିରିଶ ପଟେଲ ଆସି ନଥିଲେ। ପାର୍ଟି ଅଫିସ ରେ ଗିରିଶ ଏବଂ ତାଙ୍କ ସମର୍ଥକ ମାନେ ଅନ୍ୟ ପଟେ ଛିଡା ହୋଇଥିଲେ l ସେପଟେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୟ ନାରାୟଣ ମିଶ୍ର ଭିତରକୁ ଗଲା ପରେ ଜିଲ୍ଲା ସଭାପତିଙ୍କୁ ଡାକି ନ ଥିଲେ। ଜିଲ୍ଲା ସଭାପତିଙ୍କୁ ତାଙ୍କ ସମର୍ଥକ ମାନେ ଜବରଦସ୍ତି ଭିତରକୁ ଠେଲିଲା ପରେ ଗିରିଶ ଭିତର କୁ ଯାଇଥିଲେ l ସମ୍ବଲପୁର ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ ପୁରୋହି ଙ୍କୁ ମଧ୍ୟ ଭିତରକୁ ଛଡାଯାଇ ନଥିଯିବାରୁ କିଛି ସମୟ ପାଇଁ ସୁଶାନ୍ତ ଏବଂ ତାଙ୍କ ସମର୍ଥକ ସେଠାରେ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା l

ଅରେଞ୍ଜ କ୍ୟାପ୍ ଲଢ଼େଇ, ଆଜି ବିରାଟ ବନାମ ରିଆନ୍ ପରାଗ

ନନ୍ଦିଘୋଷ ବ୍ୟୁରୋ: ରୋମାଞ୍ଚ ହେଉଛି ଆଇପିଏଲ ଲଢ଼େଇ । ପ୍ରତି ମ୍ୟାଚରେ ଦମଦାର ଲଢ଼େଇ ଦେଖିବାକୁ ମିଳୁଛି । ତେବେ ଅରେଞ୍ଜ କ୍ୟାପ ଏବେ ବିରାଟଙ୍କ ପାଖରେ ଥିବାବେଳେ ରିଆନ ପରାଗ ଆଜିର ମ୍ୟାଚରେ ବଡ଼ ପାଳି ଖେଳିଲେ ସେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇପାରନ୍ତି । ରାଜସ୍ଥାନ ନିଜର ଶେଷ ମ୍ୟାଚ ଖେଳିବା ଅବସରରେ ପରାଗଙ୍କ ପାଖରେ ଅରେଞ୍ଜ କ୍ୟାପ୍ ରହିଥିଲା । ତେବେ କୋହଲି ଏହାକୁ ଅତିକ୍ରମ କରିଛନ୍ତି । ବିରାଟ କୋହଲି ୨୦୩ ରନ ସଗ୍ରଂହ କରି ଅରେଞ୍ଜ କ୍ୟାପ୍ ତାଲିକାରେ ଶୀର୍ଷରେ ରହିଛନ୍ତି । ପରାଗ ୧୮୧ ରନ କରି ଦ୍ବିତୀୟ ସ୍ଥାନରେ ଥିବାବେଳେ ହେନରି କ୍ଲାସନ ୧୭୬ ରନ ସହ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଆଜିର ମ୍ୟାଚରେ ବିରାଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରନ୍ତି ୫୦ ଲକ୍ଷ ଟଙ୍କାରେ କିଣା ହୋଇଥିବା ଖେଳାଳି । ରିଆନ ପରାଗ ୫୦ ଲକ୍ଷ ଟଙ୍କାରେ କିଣା ହୋଇଛନ୍ତି । ସେ ବିରାଟଙ୍କ ସହ ଲଢ଼େଇ କରିବେ ଅରେଞ୍ଜ କ୍ୟାପ ପାଇଁ ।

ବିଜେପି ଛାଡ଼ିଲେ ରଘୁ ମହାନ୍ତି

ଭୁବନେଶ୍ବର: ବାଲେଶ୍ଵର ବିଜେପିକୁ ଶକ୍ତ ଧକ୍କା। ଦଳ ଛାଡ଼଼ିଲେ ବିଜେପି ବରିଷ୍ଠ ନେତା ରଘୁନାଥ ମହାନ୍ତି। ପୂରା ପରିବାର ସହ ରଘୁନାଥ ମହାନ୍ତି ବିଜେପି ଦଳ ଛାଡିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର। ବାଲେଶ୍ଵର ରାଜନୀତିର ପରିଚିତ ଚେହେରା ହେଉଛନ୍ତି ରଘୁନାଥ ମହାନ୍ତି। ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳିରୁ ବିଧାନସଭାକୁ ସେ ୫ ଥର ନିର୍ବାଚିତ ହୋଇଛନ୍ତି ରଘୁନାଥ। ୧୯୯୦ରେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ଲଗାତାର ୫ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪ ଓ ୨୦୦୯ରେ ସେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ ବିଜେଡିରୁ ଉପସଭାପତି ପଦ ସହ ଢେଙ୍କାନାଳ ଜିଲ୍ଲାର ପର୍ଯ୍ଯବେକ୍ଷକ ଭାବେ ନିଯୁକ୍ତି ହୋଇଥିଲେ।୨୦୧୯ ଏପ୍ରିଲରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ବସ୍ତା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରିଥିଲା। ହେଲେ ସେ ମାତ୍ର ୩୬ ହଜାର ୮୭୪ ଭୋଟ ପାଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିଲେ। ମାତ୍ର ୨୧.୫୭ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ରଘୁନାଥ ମହାନ୍ତି । ଶେଷଥର ପାଇଁ ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ। ଲଗାତର ବସ୍ତା ବିଧାନସଭା କ୍ଷେତ୍ରରୁ ପାଞ୍ଚଥର ଜିତିଥିବା ରଘୁନାଥ ମହାନ୍ତି ୧୯୯୦ ଏବଂ ୧୯୯୫ ନିର୍ବାଚନରେ ଜନତା ଦଳରୁ ଲଢି ଜିତିଥିବାବେଳେ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ।…

କରୋନା ଅପେକ୍ଷା ୧୦୦ ଗୁଣ ଅଧିକ ବିପଜ୍ଜନକ ଏହି ଜୀବାଣୁ

ନନ୍ଦିଘୋଷ ବ୍ୟୁରୋ : ପିଟ୍ସବର୍ଗରେ ବାର୍ଡ ଫ୍ଲୁ ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଡକ୍ଟର ସୁରେଶ କୁଚିପୁଡି ଚେତାବନୀ ଦେଇଛନ୍ତି । ଯେ H5N1 ଜୀବାଣୁ ମଣିଷ ସମେତ ବହୁ ସଂଖ୍ୟକ ସ୍ତନ୍ୟପାୟୀ ଜୀବଙ୍କୁ ସଂକ୍ରମିତ କରିପାରେ। ଡକ୍ଟର ସୁରେଶ କୁଚିପୁଡି ଦାବି କରିଛନ୍ତି ଯେ ଏହି ଭୂତାଣୁ ସେହି ଦିଗରେ ଗତି କରୁଛି ଯେମିତି କି ଏହା ଏକ ମହାମାରୀ ସୃଷ୍ଟି କରିପାରେ। ବିଶେଷଜ୍ଞମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ ବାର୍ଡ ଫ୍ଲୁ ସଂକ୍ରମଣ ଶୀଘ୍ର ମହାମାରୀର ରୂପ ନେଇପାରେ ଏବଂ ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ H5N1 ଜୀବାଣୁ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି କରୁଛି ଏବଂ ଏହା ବିଶ୍ୱର ମହାମାରୀ ସୃଷ୍ଟି କରିପାରେ ବୋଲି ଭୟ ରହିଛି। ମିଡିଆ ରିପୋର୍ଟରେ ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ କରୋନା ମହାମାରୀ ଅପେକ୍ଷା ବାର୍ଡ ଫ୍ଲୁ ସଂକ୍ରମଣ ଅଧିକ ବିପଜ୍ଜନକ ହୋଇପାରେ।

ବାର୍ଡ ଫ୍ଲୁ କରୋନା ମହାମାରୀ ଅପେକ୍ଷା ୧୦୦ ଗୁଣ ଅଧିକ ବିପଜ୍ଜନକ ବୋଲି ସେ ଦାବି କରିଛନ୍ତି। ବାର୍ଡ ଫ୍ଲୁ ମହାମାରୀରେ ମୃତ୍ୟୁ ହାର କରୋନା ତୁଳନାରେ ବହୁତ ଅଧିକ ହେବ ଏବଂ ଯଦି ଏହା ମଣିଷରେ ପରିବର୍ତ୍ତନ ହେବା ଆରମ୍ଭ କରେ,ତେବେ ଏହା ଗୁରୁତର ହେବାର ଆଶଙ୍କା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ୨୦୦୩ ପରଠାରୁ H5N1 ଜୀବାଣୁ ସଂକ୍ରମିତ ପ୍ରତ୍ୟେକ ୧୦୦ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ଘଟିଛି। ତେଣୁ, H5N1 ର ମୃତ୍ୟୁ ହାର ୫୦ ପ୍ରତିଶତରୁ ଅଧିକ ଅଟେ | ଯଦି ଆମେ ଏହାକୁ କରୋନା ଜୀବାଣୁ ସହିତ ତୁଳନା କରୁ, ମହାମାରୀ ଆରମ୍ଭରେ କେତେକ ସ୍ଥାନରେ ଏହାର ମୃତ୍ୟୁ ହାର ୨୦ ପ୍ରତିଶତ ଥିଲା, ଯାହା ପରେ ମାତ୍ର ୦.୧ ପ୍ରତିଶତକୁ ଖସି ଆସିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୮୮୭ଟି ବାର୍ଡ ଫ୍ଲୁ ରୋଗ ହୋଇଥିବା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୬୨ ଜଣଙ୍କର ମୃତ୍ୟୁ ହୋଇଛି।

 

ସାମାନ୍ୟ କଙ୍କଡ଼ା ପାଇଁ ହରଡ଼ଘଣାରେ MLA

ନନ୍ଦିଘୋଷ ବ୍ୟୁରୋ : ସାମାନ୍ୟ କଙ୍କଡ଼ା ପାଇଁ ହରଡ଼ଘଣାରେ ଏମଏଲଏ । ଏକ ସାମ୍ବାଦିକ ସମ୍ମିଳନୀରେ ଏନସିପି ଶରଦ ପାଓ୍ବାର ଗୋଷ୍ଠୀର ବିଧାୟକ ରୋହିତ ପାଓ୍ବାର ଏକ କଙ୍କଡାକୁ ଝୁଲାଇବା ଦେଖାଯାଇଥିଲା। ଏହାକୁ ବିରୋଧ କରିଛି ପ୍ରାଣୀ ଅଧିକାର ସଂଗଠନ ପେଟା ।  ରୋହିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏନସିପି ସଭାପତି ଓ ନିର୍ବାଚନ କମିଶନ କର୍ତ୍ତୃପକ୍ଷଙ୍କ ନିକଟକୁ ପତ୍ର ଲେଖିଛି ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲସ ବା ପେଟା । ନିର୍ବାଚନ ପ୍ରଚାର ସମୟରେ କୌଣସି ପ୍ରକାର ପ୍ରାଣୀଙ୍କୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଗତ  ୨୦୧୪ ମାର୍ଚ୍ଚ ୨୪ରେ ମହାରାଷ୍ଟ୍ର ମୁଖ୍ଯ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ଜାରି କରିଥିଲେ । ଏହା ଏକ ମିଡିଆ ଷ୍ଟଣ୍ଟ ଥିଲା ଏବଂ ଅଯଥାରେ ଏକ ନିରୀହ ପ୍ରାଣୀ ପ୍ରତି ନିଷ୍ଠୁର ଆଚରଣ ଥିଲା ବୋଲି କହିଛି ପେଟା । ଗବେଷକଙ୍କ ମତରେ କଙ୍କଡା ଏକ ଜ୍ଞାନୀ ପ୍ରାଣୀ ଏବଂ ସେମାନେ ନିଜ ଚାରିପାଖର ଅବସ୍ଥା ସମ୍ପର୍କରେ ଜାଣିପାରିଥାନ୍ତି ।

ସେମାନଙ୍କ ସ୍ମୃତିଶକ୍ତି ଅଧିକ ଏବଂ ପରସ୍ପର ସହ ଭଲ ଯୋଗାଯୋଗ ରଖିପାରିଥାନ୍ତି । ନିର୍ବାଚନ ପ୍ରଚାର ସମୟରେ ପ୍ରାଣୀଙ୍କୁ ବ୍ୟବହାର ନ କରିବା ଲାଗି ଇସିଆଇ ଗାଇଡଲାଇନ ଜାରି କରିଛନ୍ତି । ୨୦୧୩ରେ ମହାରାଷ୍ଟର ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସମୟରେ ଗଧ, ଷଣ୍ଢ, ହାତୀ, ଗାଈଙ୍କୁ ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି କରିଥିଲେ । ସେହି କଙ୍କଡ଼ାକୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ହାତରେ ଅର୍ପଣ କରିବା ଲାଗି ରୋହିତଙ୍କୁ ପେଟା ନିର୍ଦ୍ଦେଶ ଦେଇଛି ।

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଓହିଓର କ୍ଲିଭଲ୍ୟାଣ୍ଡରେ ଉମାସତ୍ଯ ସାଇ ଗାଦେ ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛି ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୯ରୁ ଅଧିକ ଭାରତୀୟ କିମ୍ବା ଭାରତ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଲାଣି । ତେବେ ଉମାସତ୍ଯଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଗତ ମାର୍ଚ୍ଚରେ ମିସୋରୀସ୍ଥିତ ସେଣ୍ଟ ଲୁଇରେ କୋଲକାତାର ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା । ସେହିପରି ଗତ ମାର୍ଚ୍ଚରେ ବୋଷ୍ଟନ ୟୁନିଭର୍ସିଟିରେ ଅଧ୍ୟୟନରତ ଆନ୍ଧ୍ରପ୍ରଦେଶର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ପାରୁଚୁରି ଅଭିଜିତଙ୍କୁ ହତ୍ଯା କରାଯାଇଥିଲା । ଏକ ଜଙ୍ଗଲରୁ ତାଙ୍କ ମୃତଦେହ ଠାବ ହୋଇଥିଲା । ଗତ ଫେବୃଆରୀ ୫ରେ ପୁର୍ଦୋ ବିଶ୍ବବିଦ୍ୟାଳୟରେ ୨୩ ବର୍ଷ ବୟସ୍କ ସମୀର କାମାଥଙ୍କ ମୃତଦେହ ଠାବ କରାଯାଇଥିଲା । ପୂର୍ବରୁ ବି  ୨୦୧୮ ଜୁଲାଇରେ ଆମେରିକାର କାନସାସର ଏକ ରେଷ୍ଟୁରାଣ୍ଟରେ ୨୬ ବର୍ଷ ବୟସ୍କ ତଥା ମିସୋରୀ କାନସାସ ସିଟି ୟୁନିଭର୍ସିଟିରେ ଅଧ୍ୟୟନରତ ତେଲଙ୍ଗାନାର ସାରଥି କୋପୁଙ୍କୁ ଗୁଳି କରି ହତ୍ଯା କରାଯାଇଥିଲ।

 

ଓଡିଶାରେ ଅଗ୍ନି ବର୍ଷା, ଆଉ ୨୪ ଘଣ୍ଟା ପାଇଁ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର : ଓଡିଶାରେ ଅଗ୍ନି ବର୍ଷା। ଆଉ ୨୪ ଘଣ୍ଟା ପାଇଁ ହିଟ୍‌ୱେଭ୍‌ ଆଲର୍ଟ ଜାରି ରକାଯାଇଛି। ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ କଟକ, ଭଦ୍ରକ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗିରକୁ ସତର୍କତା ଜାରି କରାଯାଇଛି। ୮ ଜିଲ୍ଲାରେ ରାତି ଉଷ୍ମତା ଜାରି ନେଇ ମଧ୍ୟ ସତର୍କ ସୂଚନା ଜାରି ହୋଇଛି। କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ନୟାଗଡ଼ରେ ଉଷ୍ମ ରାତି ସତର୍କତା ହୋଇଛି। ଗଜପତି, ବାଲେଶ୍ବର, ଖୋର୍ଦ୍ଧା, ପୁରୀରେ ଗରମ ସହ ଜାରି ରହିବ ଗୁଳୁଗୁଳି। ଏହାସହ ସୃଷ୍ଟି ହେବ ଅସହ୍ୟ ପାଣିପାଗ ସ୍ଥିତି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ରହିବ। ଏହି ପିକ୍ ଆଓ୍ବାରରେ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି। ଆସନ୍ତାକାଲିଠାରୁ ରାଜ୍ୟରେ ବଦଳିବ ପାଗ। ଅଧିକାଂଶ ଜିଲ୍ଲାରେ କାଳବୈଶାଖି ସମ୍ଭାବନା ଥିବା ବେଳେ, ୨ ରୁ ୩ ଡିଗ୍ରୀ କମିବ ତାପମାତ୍ରା।

ପ୍ରାର୍ଥିତ୍ବକୁ ନେଇ ବଡ଼ମ୍ବା ବିଜେପି ଭାଗ ଭାଗ

ବଡ଼ମ୍ବା : ପ୍ରାର୍ଥିତ୍ବ ନେଇ ବିଜେପିରେ ବିବାଦ ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକେଟକୁକୁ ନେଇ ବିଜେପି ଭାଗ ଭାଗ ହୋଇଯାଇଛି। ଟିକେଟ ପାଇଥିବା ସମ୍ବିତ ତ୍ରିପାଠୀଙ୍କୁ ବିରୋଧ କରି ବିଜୟ ଦଳବେହେରାଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।। ବଡ଼ମ୍ବାରେ ପ୍ରାର୍ଥୀଙ୍କୁ ବିରୋଧ କରି ବିଜେପି କର୍ମକର୍ତ୍ତାମାନେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପ୍ରାର୍ଥୀ ବଦଳ ନହେଲେ ବିଜେପି ଛାଡ଼ିବା ସହ ସ୍ୱାଧୀନ ଭବେ ଲଢ଼ିବାକୁ ପଛେଇବେ ନାହିଁ ବୋଲି କହିଛନ୍ତି ବଡ଼ମ୍ବା ବିଜେପି କର୍ମକର୍ତ୍ତା । କେବଳ ବଡ଼ମ୍ବା ନୁହେଁ, ରାଜ୍ଯର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ବ ନେଇ ବିଜେପିରେ ବିବାଦ ଦେଖାଦେଇଛି।  ବିଜେପିରେ ବଢୁଛି ବିଦ୍ରୋହ। ବିଜେପିରେ ଅସନ୍ତୋଷ ବିସ୍ଫୋରଣର ରୂପ ନେବାକୁ ଯାଉଛି। ବିଜେପି ରାଜ୍ଯ ଅଫିସରେ ବାରମ୍ବାର ଗଣ୍ଡଗୋଳ ଘଟୁଥିବା ଦେଖିବାକୁ ମିଳୁଛି।

ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ

ନନ୍ଦିଘୋଷ ବ୍ୟୁରୋ : ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ । ଆମେରିକା କିମ୍ବା ଇସ୍ରାଏଲର ବିଭିନ୍ନ ସ୍ଥାନରେ ଇରାନର ଆକ୍ରମଣ ଯୋଜନା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଆମେରିକା ସଜାଗ । ସିରିଆର ଡାମାସ୍କସସ୍ଥିତ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜବାବରେ ଇରାନ ଏହି ଆକ୍ରମଣ ଯୋଜନା ପ୍ରସ୍ତୁତ କରିଛି । ଏହି ଆକ୍ରମଣରେ ଇରାନ କୁଦସ ଫୋର୍ସର ଜଣେ ତୁଙ୍ଗ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜାହିଦିଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୨୦ରେ ଆମେରିକାର ଡ୍ରୋନ ହମଲାରେ କୁଦସ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ପରେ ଏହା ହେଉଛି ଦ୍ବିତୀୟ ହାଇପ୍ରୋଫାଇଲ ମୃତ୍ୟୁ । ସେପଟେ ଇସ୍ରାଏଲ ଭିତରେ ସାମରିକ ଓ ଗୁଇନ୍ଦା ସଂସ୍ଥା ଉପରେ ଇସ୍ରାଏଲର ଟାର୍ଗେଟକୁ ସମାଲୋଚନା କରିଛି ବାଇଡେନ ପ୍ରଶାସନ । ଇରାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଇରାନ ନିକଟରେ ରହିଥିବା ଦୂରଗାମୀ କ୍ରୁଜ ମିସାଇଲ ଜରିଆରେ ଡ୍ରୋନ କିମ୍ବା ସ୍ଥଳ ହମଲା କରାଯିବା ଆଶଙ୍କା ରହିଛି । ଆସନ୍ତା ସପ୍ତାହରେ ରମଜାନ ସରିବାକୁ ଯାଉଥିବାବେଳେ ତା ପୂର୍ବରୁ ଏହି ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିଛି । ଯଦି ଇସ୍ରାଏଲ ଉପରେ ଇରାନା ସିଧାସଳଖ ଆକ୍ରମଣ କରେ ତେବେ ଇସ୍ରାଏଲ-ହମାସ ଯୁଦ୍ଧର ପରିସର ଅଧିକ ବ୍ୟାପ୍ତ ହେବ ବୋଲି ଆଶଙ୍କା କରାଯାଉଛି । ତେଣେ ଇରାନ ଓ ଇସ୍ରାଏଲର ଦ୍ବିପାକ୍ଷିକ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକାକୁ ଚେତାବନୀ ଦେଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ।

ବିଭିନ୍ନ ରାଷ୍ଟ୍ରରେ ରହିଥିବା ଆମେରିକୀୟ ଦୂତାବାସକୁ ଆମେରିକା ପ୍ରାଧାନ୍ୟ ଦେଇଥାଏ । ଦୂତାବାସ ଉପରେ ଆକ୍ରମଣକୁ ଆମେରିକା ଉପରେ ଆକ୍ରମଣ ବୋଲି ଆମେରିକା ସର୍ବଦା ବିଚାର କରିଆସିଛି । ଗତ ଗୁରୁବାର ଇରାନର ସମ୍ଭାବ୍ୟ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ଯାନାହୁ । ଇରାନଠାରୁ ଇସ୍ରାଏଲ ଉପରେ କୌଣସି ପ୍ରକାର ଆକ୍ରମଣକୁ ବିରୋଧ କରୁଛି ଆମେରିକା । ଇସ୍ରାଏଲର ସୁରକ୍ଷା ଆମେରିକାର ପ୍ରାଥମିକ କର୍ତ୍ତବ୍ୟ ହୋଇଆସିଛି । ସେପଟେ ଇସ୍ରାଏଲ ଉପରେ ଯେକୌଣସି ପ୍ରକାର ହମଲା ଲାଗି ପ୍ରସ୍ତୁତ ଥିବା ସୂଚନା ଦେଇଛି ହେଜବୁଲ୍ଲା ।