spot_img
Home Blog Page 2062

ଆଜି ଉତ୍କଳ ଦିବସ, ମହାସମାରୋହରେ ଓଡ଼ିଶା ପାଳୁଛି ଦିବସ

ଭୁବନେଶ୍ବର: ଆଜି ଉତ୍କଳ ଦିବସ । ୮୮ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ତାରିଖ । ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ  । ୧୯୩୬ ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ଆମ ଓଡ଼ିଶାକୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାରେ ଓଡ଼ିଶା ପାଲଟିଥିଲା ଭାରତର ପ୍ରଥମ ରାଜ୍ୟ । ଏହା ପୂର୍ବରୁ ଖଣ୍ଡ ବିଖଣ୍ଡିତ ହୋଇ ବିକ୍ଷିପ୍ତ ଅବସ୍ଥାରେ ଥିବା ଓଡ଼ିଶା ଏହାର ପରିଚୟ ସମ୍ପୂର୍ଣ୍ଣ ହରାଇବାକୁ ବସିଥିଲା  । ୧୫୬୮ ବେଳକୁ ଓଡ଼ିଶାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବ ଯୁଦ୍ଧରେ ପରାସ୍ତ ହେବା ସହିତ ଅସ୍ତମିତ ହୋଇଥିଲା ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟ । ୧୮୦୩ରେ ଓଡ଼ିଶା ଦଖଲ କରିଥିଲେ ଇଂରେଜ ।  ସ୍ବାଧୀନ ଓଡ଼ିଶାର ସୂର୍ଯ୍ୟୋଦୟର ସମ୍ଭାବନା ସୃଷ୍ଟି କରିଥିଲେ ମାଟିମାତୃକାର ସୁଯୋଗ୍ୟ ସନ୍ତାନ । ସେମାନଙ୍କ ଅବିରତ ନିଷ୍ଠାପର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡ଼ିଶାର ନବଜାଗରଣ ପର୍ବର ପୂର୍ଣ୍ଣାହୂତି ହୋଇଥିଲା ୧୯୩୬ ଏପ୍ରିଲ ୧ରେ । ଏହି ଦିନ ଭାଷା ଭିତ୍ତିରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଅନୁମୋଦନ ଦେଇଥିଲା ବ୍ରିଟିଶ ସରକାର । ସେହି ଦିନଠାରୁ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ଅବିହିତ କରାଯାଇଛି ।

ଆମେରିକାରେ ପାଳନ ହେବ ଓଡ଼ିଶା ଦିବସ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପାଳନ ହେବ ଓଡ଼ିଶା ଦିବସ। ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବେ ପାଳନ ଲାଗି ସରକାରୀ ଘୋଷଣାପତ୍ର ଜାରି କରାଯାଇଛି। ଆମେରିକାରେ କିଙ୍ଗ୍ କାଉଣ୍ଟି ପକ୍ଷରୁ ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବେ ପାଳନ କରିବାକୁ ସରକାରୀ ଘୋଷଣାପତ୍ର ଜାରି କରାଯାଇଛି। କିଙ୍ଗ କାଉଣ୍ଟିର ଏକଜିକ୍ଯୁଟିଭ ଡୋ କନଷ୍ଟାଇନ୍ ଏକ ଘୋଷଣାପତ୍ରରେ ଓଡ଼ିଶାର ଉତ୍କର୍ଷ କଳା, ଓଡି଼ଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ମାଧ୍ଯମରେ ଦୁଇ ପ୍ରଦେଶ ମଧ୍ୟରେ ସଂହତି ସ୍ଥାପନରେ ଏହା ଅଧିକ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି। ଆମେରିକାର ବେଲଭ୍ଯୁ ଓ ସିଆଟେଲ ସହରରେ ଅଢେଇ ହଜାରରୁ ଅଧିକ ଓଡ଼ିଆ ଭାଷାଭାଷୀ ବସବାସ କରୁଛନ୍ତି। ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ସେମାନେ ଏକତ୍ରିତ ହୋଇ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ବଳିଷ୍ଠ ଭୂମିକା ଗ୍ରହଣ କରି ଆସୁଛନ୍ତି। ଗତବର୍ଷ ଜୁଲାଇ ମାସରେ କିଙ୍ଗ କାଉଣ୍ଟି ପକ୍ଷରୁ ସରକାରୀ ଭାବେ ଶ୍ରୀଗୁରୁ ଭାଗବତ ଦିବସ ପାଳନ କରାଯାଇଥିଲା। ଆମେରିକାରେ ସରକାରୀ ସ୍ତରରେ ଓଡ଼ିଆ ଭାଷା, ସଂସ୍କୃତିର ଏପରି ଆଦର ଓ ସ୍ଵୀକୃତିକୁ ପ୍ରବାସୀ ଓଡ଼ିଆମାନେ ଉଚ୍ଚ ପ୍ରସଂସା କରି କିଙ୍ଗ କାଉଣ୍ଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡ଼ି ସାଂସଦ ପାର୍ଥୀ ମନ୍ମଥ ରାଉତରାୟ

ଭୁବନେଶ୍ବର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଅଭିଯାନକୁ ଜୋରଦାର କଲେ ବିଜେଡ଼ି ସାଂସଦ ପାର୍ଥୀ ମନ୍ମଥ ରାଉତରାୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳର ଆରାଧ୍ୟ୍ୟ ଦେବତା ପ୍ରଭୁ ପତିତପାବନ ଜିଉଙ୍କୁ ଦର୍ଶନ ସହ ଆଶିଷ ଗ୍ରହଣ କରି ପ୍ରଚାର ଆରମ୍ଭ କରିଛନ୍ତି। ଏହାପରେ ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ ମନ୍ମଥ। ଲକ୍ଷ୍ମୀସାଗର ୪୩ ନମ୍ବର ୱାର୍ଡ  କର୍ପୋରେଟର ଭରତ ଲେଙ୍କାଙ୍କ ନେତୃତ୍ୱରେ ପ୍ରଥମେ ଲକ୍ଷ୍ମୀନାରାୟଣ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇଥିଲେ। ଏହାପରେ ପତିତପାବନଜିଉ ମନ୍ଦିରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଜେଡି ନେତ୍ରୀ ଶାଶ୍ଵତୀ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ମହିଳା ଫୁଲ ଚନ୍ଦନ ଦେଇ ମନ୍ମଥଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ବିଜେଡି ସାଂସଦ ପାର୍ଥୀ ମନ୍ମଥ ରାଉତରାୟଙ୍କ ସହିତ ଭୁବନେଶ୍ୱରମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ଭରତ ଲେଙ୍କା, ପୁଷ୍ପାଞ୍ଜଳି ସେଠୀ, ଦୀପକ ପରିଡା, ଅଜୟ ଲେଙ୍କା, ମହିଳା ବିଜେଡ଼ି ନେତ୍ରୀ ଶାଶ୍ଵତୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନରେ କିଭଳି ବିଜେଡିର ସାଂସଦ ଓ ବିଧାୟକ ପାର୍ଥୀଙ୍କୁ ଅଧିକରୁ ଅଧିକ ଭୋଟ ମିଳିବ ସେ ନେଇ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମର ବହୁ ବରିଷ୍ଠ ନାଗରିକ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ, ଯୁବ ଓ ଛାତ୍ର ବିଜେଡିର କର୍ମକର୍ତା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦରେ ଯେଉଁ ଗୁରୁ ଦାୟିତ୍ଵ ଦିଆଯାଇଛି ତାହାକୁ ସେ ସମ୍ମାନର ସହ ପାଳନ କରିବେ ବୋଲି କହିଛନ୍ତି ମନ୍ମଥ ରାଉରରାୟ।

ପଞ୍ଚୁଦୋଳ ମେଳନ ବୁଲିଲେ ସାଂସଦ ମାନସ ମଙ୍ଗରାଜ


ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆରେ ଐତିହାସିକ ପଞ୍ଚୁଦୋଳ ଯାତ୍ରାର ମେଳଣ ପର୍ବ ଅନୁଷ୍ଠିତ ହେଉଛି । ମେଲଣ ଉତ୍ସବରେ ଯୋଗଦେଇଛନ୍ତି ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ। ମେଲଣ ବୁଲି ଦେଖିବା ସହ ୧୭୨ ଦେବଦେବୀ, ମାଆ ଭଗବତୀ ଓ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ କରିଛନ୍ତି ମାନସ l ଦୋଳ ବେଦୀ, ଝୋଟି ଚିତା ଆଦି ବୁଲି ଦେଖି ସେ ଆଧ୍ଯାତ୍ମିକ ପରିବେଶରେ ମୁଗ୍ଧକର ଅନୁଭୂତି ଲାଭ କରିଛନ୍ତି। ପଞ୍ଚୁଦୋଳ ଯାତ୍ରାରେ ବିଭିନ୍ନ ପଟୁଆର, ଘଣ୍ଟ ଘଣ୍ଟାର ତାଳେତାଳେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଦୋଳ ମେଳଣକୁ ବୁଲି ଦେଖିଥିଲେ ମାନସ । ସାଂସଦଙ୍କ ସହ ବାଣପୁର ନଗରପାଳ ମିଟୁ ନାୟକ, ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୁରୀ ଲୋକସଭା ସାଂସଦଙ୍କ ପ୍ରତିନିଧି ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଐତିହାସିକ ବାଣପୁର ମେଲଣରେ ବାଣପୁର, ଚିଲିକା ଏବଂ ଆଖପାଖ  ଅଂଚଳରୁ ପ୍ରାୟ ୮୪ ଦୋଳ ବିମାନରେ ୧୭୨ ଦେବଦେବୀ  ମେଳଣ  ପର୍ବରେ ସାମିଲ ହୋଇଛନ୍ତି l ସମସ୍ତ ଦୋଳବେଦୀ ଝୋଟିଚିତାରେ ସଜେଇ ହୋଇ ସମସ୍ତଙ୍କୁ ଆକର୍ଷିତ କରୁଛି । ଏହାସହ ଦେବଦେବୀ ମାନଙ୍କ ଦୋଳ ବିମାନ ଆଲୋକ ମାଳାରେ ଝଲସି ଉଠୁଛି। ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମାଗମକୁ ନଜରରେ ରଖି ପଞ୍ଚୁଦୋଳ ଯାତ୍ରା କମିଟି ତରଫରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ, ଏନସିସି , ସ୍କାଉଟ, ରେଡକ୍ରସ ମୁତୟନ ହୋଇଛନ୍ତି ।

ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା

ନନ୍ଦିଘୋଷ ବ୍ୟୁରୋ: ପତି-ପତ୍ନୀଙ୍କ ଝଗଡା ଭିତରେ ଭୂତ ଓ ପିଶାଚ ଶବ୍ଦର ବ୍ୟବହାରକୁ ନେଇ ମାମଲା । ପତି ପତ୍ନୀଙ୍କ ମଧ୍ୟରେ ଝଗଡା ଆଜିକାଲି କିଛି ବଡ଼ ଘଟଣା ନୁହେଁ । ହେଲେ ଏମିତି କିଛି ଝଗଡ଼ାକୁ ନେଇ ସ୍ୱାମୀ ରାଗରେ କହିଥିବା କିଛି ଅପଶବ୍ଦକୁ ନେଇ ଜଣେ ମହିଳା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପାଟନା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟ କହିଛନ୍ତି ସ୍ତ୍ରୀଙ୍କୁ ଭୁତ,ପିଶାଚ କହିବା ଆଇପିସି ଧାରା ୪୯୮-ଏ ଅନୁସାରେ ଅପରାଧ ନୁହେଁ। ଏହାକୁ କ୍ରୁରତା କୁହାଯାଇ ପାରିବ ନାହିଁ। ବିଚାରପତି ବିବେକ ଚୌଧୁରୀ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ‘ଭୂତ’ ଏବଂ ‘ପିଶାଚ’ ବୋଲି କହିବା ଦ୍ୱାରା ତାଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି କହିବା ଅବା ତାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରାଯାଇଛି ବୋଲି କହିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିବେ ନାହିଁ। ଦାଖଲ ହୋଇଥିବା ଏକ ସଂଶୋଧନ ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହା କହିଥିଲେ। ଏହି  ଅଭିଯୋଗ ସମ୍ପୃକ୍ତ ବ୍ୟକ୍ତିଙ୍କ ଶ୍ୱଶୁରଙ୍କ ଦ୍ବାରା ଦାଖଲ କରାଯାଇଥିଲା। ଅଭିଯୋଗ କରାଯାଇଥିଲା ଅଭିଯୁକ୍ତ ପତ୍ନୀଙ୍କୁ ବାପଘରୁ ମାରୁତି କାର  ଆଣିବାକୁ କହିଥିଲେ। କାର ଦେବାରେ ଅସମର୍ଥତା ଯୋଗୁ ତାଙ୍କ ଝିଅଙ୍କୁ ମାରପିଟ୍ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଏହି ସବୁ ଘଟଣା ମହିଳା ତାଙ୍କ ବାପାଙ୍କୁ କେତେକ ଚିଠି ମାଧ୍ୟମରେ ଜଣାଇ ଥିଲେ। ପରବର୍ତ୍ତୀ ସମୟରେ,ଟ୍ରାଏଲ କୋର୍ଟ ମହିଳାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଯୌତୁକ ନିଷେଧ ଆଇନର ଧାରା ୪ ଅନୁଯାୟୀ ୬ ମାସ ଜେଲ୍ ଦଣ୍ଡାଦେଶ ଏବଂ ୧୦୦୦ ଟଙ୍କା ଜୋରିମାନା କରିଥିଲେ। ଏହି ଆଦେଶକୁ ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।  ମହିଳାଙ୍କ ପିତା କୋର୍ଟଙ୍କୁ କହିଥିଲେ ଆବେଦନକାରୀ ମହିଳାଙ୍କୁ “ଭୂତ” ଏବଂ “ପିଶାଚ” ବୋଲି କହୁଥିଲେ। ସେ ଯୁକ୍ତି କରିଥିଲେ ଯେ ଏହା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ। ମାମଲାର ବିଚାର କରିବା ପରେ ହାଇକୋର୍ଟ କହିଛନ୍ତି କାହାକୁ ଭୂତ ଏବଂ ପିଶାଚ ବୋଲି କହିବା ଏକ ନିଷ୍ଠୁର କାର୍ଯ୍ୟ ନୁହେଁ।

ହରିରାଜପୁରରେ ଜମୁଛି ଦୋଳ ମେଳଣ

ଖୋର୍ଦ୍ଧା: ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ହରିରାଜପୁର ଦୋଳ ମେଲଣ । ହରିହରଙ୍କ ଭେଟ ହେଉଛି ଏହି ମେଲଣର ମୁଖ୍ୟ ଆକର୍ଷଣ । ଯାହାକୁ ଦେଖିବା ପାଇଁ ନାହିଁ ନଥିବା ଭିଡ ଜମିଛି । ଆତସବାଜି ସାଙ୍ଗକୁ ମେଳଣ ପଡ଼ିଆରେ ଠାକୁରଙ୍କ ଉପସ୍ଥିତି ଏକ ଆଧ୍ଯାତ୍ମିକ ପରିବେଷ ସୃଷ୍ଟି କରିଛି ।

ଦୋଳରେ ନଟ ନାଗର । ଗୋଟିଏ ନୁହେଁ ଧାଡ଼ି ଲାଗିଛି ବିମାନ। ପାରମ୍ପରିକ ନାଚ ସାଙ୍ଗକୁ ନୃତ୍ଯରେ ବିଭୋର ଦର୍ଶକ । ବାଜା ବାଜଣାରେ କମ୍ପୁଛି ପରିବେଶ । ରଙ୍ଗୀନ ଆଲୋକମାଳାରେ ଝଟକୁଛି ପଡ଼ିଆ । ଏହି ଦୃଶ୍ଯ ହେଉଛି ଖୋର୍ଦ୍ଧା ଜିଲ୍ଲା ହରିରାଜପୁର ପ୍ରଶିଦ୍ଧ ମେଳଣର ଦୃଶ୍ଯ । ଯାହାକୁ ଦେଖିବାକୁ ଜମିଛି ଖଚାଖଚ ଭିଡ଼ । ଖୋର୍ଦ୍ଧା ,ପିପିଲି, ଡେଲାଙ୍ଗ ଅଞ୍ଚଳରୁ ପାଖାପାଖି ୮୦ଟି ଦୋଳ ବିମାନ ଏଥିରେ ସାମିଲ  ହୋଇଛନ୍ତି । ସବୁ ବିମାନ ପହଞ୍ଚିବା ଅନୁଷ୍ଠିତ ହୋଇଥିଲା ହରିହରଙ୍କ ଭେଟ । ରାତି ତମାମ ଏହି ମେଲଣ ଯାତ୍ରା ସହ ଆତସବାଜିରେ କମ୍ପିଥିଲା ମେଳଣ ପଡ଼ିଆ । ଭଗବାନଙ୍କ ଉପସ୍ଥଇତି ଓ ସାଧୁ ସନ୍ଯାସୀଙ୍କ ଆଗମନରେ ସୃଷ୍ଟି ହୋଇଥିଲା ଆଧ୍ଯାତ୍ମିକ ପରିବେଶ । ବିଶ୍ବାସ ରହିଛି ଦୋଳପୂର୍ଣ୍ଣିମାର ହରିହରଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପୂଜାର୍ଚ୍ଚନା ପରେ ଥାନପତି ପଶ୍ଚିମା ସମ୍ଭୁ ସୋମନାଥ ଓ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଦର୍ଶନ ପାଇଁ ଯାଇଥାନ୍ତି ।

ଗୋଟେ ପଟେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଥିବା ବେଳେ ଅନ୍ଯପଟେ ଆୟୋଜକ ମାନକ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଅଭିଭୂତ କରିଥିଲା । ବଛାବଛା କଳାକାର ପ୍ରଦର୍ଶନ ସାଙ୍ଗକୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ଯକ୍ରମରେ ସାମିଲ ହୋଇଥିଲା ବିଧାୟକ ରୁଦ୍ର ମହାରଥୀ ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ନାଚଗୀତ, ପୂଜାର୍ଚ୍ଚନା ସାଙ୍ଗକୁ ବିଭିନ୍ନ ପସରା ଓ ଦୋକାନରେ ଜମିଥିଲା ଭିଡ଼ । ମେଳଣ ମଧ୍ଯରେ ହରିରାଜପୁରର ପୂର୍ବରୁ ସୁନାମ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଜମିଲା ପ୍ରସିଦ୍ଧ ହରିରାଜପୁର ଦୋଳ ମେଳଣ

ଖୋର୍ଦ୍ଧା: ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ହରିରାଜପୁର ଦୋଳ ମେଲଣ । ହରିହରଙ୍କ ଭେଟ ହେଉଛି ଏହି ମେଲଣର ମୁଖ୍ୟ ଆକର୍ଷଣ । ଯାହାକୁ ଦେଖିବା ପାଇଁ ନାହିଁ ନଥିବା ଭିଡ ଜମିଛି । ଆତସବାଜି ସାଙ୍ଗକୁ ମେଳଣ ପଡ଼ିଆରେ ଠାକୁରଙ୍କ ଉପସ୍ଥିତି ଏକ ଆଧ୍ଯାତ୍ମିକ ପରିବେଷ ସୃଷ୍ଟି କରିଛି ।

ଦୋଳରେ ନଟ ନାଗର । ଗୋଟିଏ ନୁହେଁ ଧାଡ଼ି ଲାଗିଛି ବିମାନ। ପାରମ୍ପରିକ ନାଚ ସାଙ୍ଗକୁ ନୃତ୍ଯରେ ବିଭୋର ଦର୍ଶକ । ବାଜା ବାଜଣାରେ କମ୍ପୁଛି ପରିବେଶ । ରଙ୍ଗୀନ ଆଲୋକମାଳାରେ ଝଟକୁଛି ପଡ଼ିଆ । ଏହି ଦୃଶ୍ଯ ହେଉଛି ଖୋର୍ଦ୍ଧା ଜିଲ୍ଲା ହରିରାଜପୁର ପ୍ରଶିଦ୍ଧ ମେଳଣର ଦୃଶ୍ଯ । ଯାହାକୁ ଦେଖିବାକୁ ଜମିଛି ଖଚାଖଚ ଭିଡ଼ । ଖୋର୍ଦ୍ଧା ,ପିପିଲି, ଡେଲାଙ୍ଗ ଅଞ୍ଚଳରୁ ପାଖାପାଖି ୮୦ଟି ଦୋଳ ବିମାନ ଏଥିରେ ସାମିଲ  ହୋଇଛନ୍ତି । ସବୁ ବିମାନ ପହଞ୍ଚିବା ଅନୁଷ୍ଠିତ ହୋଇଥିଲା ହରିହରଙ୍କ ଭେଟ । ରାତି ତମାମ ଏହି ମେଲଣ ଯାତ୍ରା ସହ ଆତସବାଜିରେ କମ୍ପିଥିଲା ମେଳଣ ପଡ଼ିଆ । ଭଗବାନଙ୍କ ଉପସ୍ଥଇତି ଓ ସାଧୁ ସନ୍ଯାସୀଙ୍କ ଆଗମନରେ ସୃଷ୍ଟି ହୋଇଥିଲା ଆଧ୍ଯାତ୍ମିକ ପରିବେଶ । ବିଶ୍ବାସ ରହିଛି ଦୋଳପୂର୍ଣ୍ଣିମାର ହରିହରଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପୂଜାର୍ଚ୍ଚନା ପରେ ଥାନପତି ପଶ୍ଚିମା ସମ୍ଭୁ ସୋମନାଥ ଓ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଦର୍ଶନ ପାଇଁ ଯାଇଥାନ୍ତି ।

ଗୋଟେ ପଟେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଥିବା ବେଳେ ଅନ୍ଯପଟେ ଆୟୋଜକ ମାନକ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଅଭିଭୂତ କରିଥିଲା । ବଛାବଛା କଳାକାର ପ୍ରଦର୍ଶନ ସାଙ୍ଗକୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ଯକ୍ରମରେ ସାମିଲ ହୋଇଥିଲା ବିଧାୟକ ରୁଦ୍ର ମହାରଥୀ ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ନାଚଗୀତ, ପୂଜାର୍ଚ୍ଚନା ସାଙ୍ଗକୁ ବିଭିନ୍ନ ପସରା ଓ ଦୋକାନରେ ଜମିଥିଲା ଭିଡ଼ । ମେଳଣ ମଧ୍ଯରେ ହରିରାଜପୁରର ପୂର୍ବରୁ ସୁନାମ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପି ନେତା

ଭୁବନେଶ୍ବର: ରାଜଗାଙ୍ଗପୁର ବିଜେପିକୁ ଝଟକା।ବିଜେପି ଛାଡି ବିଜେଡିରେ ମିଶିଲେ ୨୦୧୪ର ବିଧାୟକ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ। ବିଜେପିର ପୂର୍ବତନ ନଗର ସଭାପତି ଓ ରାଜଗାଙ୍ଗପୁର ବିକାଶ ପରିଷଦ ସଭାପତି ସୁନିଲ ଅଗ୍ରୱାଲ ଏବଂ ରାଜଗାଙ୍ଗପୁରର ପୂର୍ବତନ ନଗର କଂଗ୍ରେସ କମିଟି ସଭାପତି ରତନ କୁମାର ସାହୁ ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ମିଶ୍ରଣ କର୍ଯ୍ୟକ୍ରମରେ ବିଜେଡିରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ସାରଦା ନାୟକ, ସାଂସଦ ସସ୍ମିତ ପାତ୍ର, ବରିଷ୍ଠ ନେତା ମଙ୍ଗଳା କିସାନ, ସହ ପଯ୍ୟବେକ୍ଷକ ଓ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା, ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ତିନି ନେତା। ଉପେନ୍ଦ୍ର ପ୍ରଧାନ, ରତନ ସାହୁ, ସୁନିଲ ଅଗ୍ରୱାଲ ଜଣେ ଜଣେ ଭଲ ସଂଗଠକ। ସୁନ୍ଦରଗଡ଼ ଏମାନଙ୍କ ଯୋଗଦାନ ପରେ ଆହୁରି ସୁଦୃଢ ହୋଇଛି ବିଜେଡି

 

ଆଗକୁ ଦିନ ସହ ଅସମ୍ଭାଳ କରିବ ରାତିର ତାତି

ଭୁବନେଶ୍ବର: ସାବଧାନ ଆଗକୁ ଆସୁଛି ଉଷ୍ମ ରାତି। ଦିନ ସହ ଅସମ୍ଭାଳ କରିବ ରାତିର ତାତି। ୩ ଦିନ ପାଇଁ ଆଭ୍ଯନ୍ତରୀଣ ଓଡିଶାର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ୍ ୨, ୩ ଏବଂ ୪ ତାରିଖରେ ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା। ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହେବା ସହ ରାତ୍ରୀର ତାପମାତ୍ରା ବି ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ଉପରେ ରହିବ। ଫଳରେ ସୃଷ୍ଟି ହେବ ଅସମ୍ଭାଳ ସ୍ଥିତି। ଘୂର୍ଣ୍ଣିବଳୟ ଏବଂ ନିମ୍ନ ଚାପରେଖା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସହରରେ ହାଲୁକା ବର୍ଷା ହୋଇଛି। କାଲିଠାରୁ ତାତି ପୁଣି ବଢିବ । ବିଶେଷ କରି ସୋନପୁର, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ବରଗଡ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ନୟାଗଡ, ଖୋର୍ଦ୍ଧା ଏବଂ ଗଜପତିରେ ତାତି ୪୦ ଡିଗ୍ରୀ ରହିପାରେ। ୬ ଏବଂ ୭ ତାରିଖ ବେଳକୁ ପୁଣି ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସହ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ନେଇ ଆକଳନ କରାଯାଇଛି।

ରାଜଧାନୀରେ ମାତିଛନ୍ତି ନିଶାଦିଆ ଲୁଟେରା

ଭୁବନେଶ୍ବର:  ରାସ୍ତା ଉପରେ ମିଶନ, ଅଟୋରେ ଅପରେସନ୍ । ସଜା ଭୋଗିବା ପରେ ମଧ୍ୟ ଚେତିନାହିଁ ବୁଦ୍ଧିଆ । ପାରାଲିସିସ ଟାବଲେଟ ଦେଇ ଘାଇଲା କଲେ ଲୁଟେରା । ଜଣଙ୍କ ନାଁ ବୁଦ୍ଧିରାମ ସ୍ୱାଇଁ ଓରଫ ବୁଦ୍ଧିଆ ଓ ଅନ୍ୟ ଜଣଙ୍କ ନାଁ ଗୁଡୁ ନାୟକ ଓରଫ ମୁନା । କାମ, ଅଟୋରେ ଲିଫ୍ଟ ଦେବା ନାଁ ରେ ନିଶା ଦେଇ ଲୁଟିବା । ସବୁଦିନ ଭଳି ଦୁହେଁ ଆଚାର୍ଯ୍ୟବିହାର ଛକରେ ଜାଲ ବିଛାଇଥିବା ବେଳେ ଫଶିଯାଇଥିଲେ ଆଠଗଡ଼ ତିଗିରିଆ ଅଞ୍ଚଳର ନରେଶ ସ୍ୱାଇଁ । ଗତ ୨୧ ତାରିଖ ଦିନ ପାୟ ୧୦ ଟା ବେଳେ ପନିପରିବା ବିକ୍ରି କରି ଫେରିବା ବେଳେ ଦୁଇ ଲୁଟେରା ତାଙ୍କୁ ଅଟୋରେ କଟକ ପର୍ଯ୍ୟନ୍ତ ଯିବାକୁ କହିଥିଲେ । ବ୍ୟବହାର ଏତେ ମାର୍ଜିତ ଥିଲା ଯେ, ସନ୍ଦେହ କରିନଥିଲେ ନରେଶ । ଆଉ ଏହି ସରଳପଣିଆ ପାଇଁ ସେ ଫସି ଯାଇଥିଲେ । ଲୁଟେରା ବାଟରେ ମୃଦ୍ୟୁ ପାନୀୟରେ ନିଶା ଟାଵଲେଟ ମିଶାଇ ନରେଶଙ୍କ ଠାରୁ ଲୁଟିନେଇଥିଲେ ୪୨ ହଜାର ଟଙ୍କା ଓ ମୋବାଇଲ ।

ସହିନଗର ଥାନାରେ ନିଖୋଜ ନେଇ ମାମଲା ହେବା ପରେ ଏହାକୁ ଗୁରୁତର ଭାବେ ନେଇଥିଲେ ଆଇଆଇସି । ତଦନ୍ତକୁ ବ୍ୟାପକ କରିବା ବେଳେ ନରେଶ ଚେତା ଶୂନ୍ୟ ଅବସ୍ଥାରେ ଜଗତପୁର ମାର୍କେଟ ନିକଟରୁ ଉଦ୍ଧାର ହୋଇଥିଲେ ଓ ତାଙ୍କ ଫୋନ ମହାନଦୀ କୂଳରେ ପଡିଥିଲା । ଆଇଆଇସି ପାରିପାର୍ଶ୍ବିକ ପରିସ୍ଥିତି, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଲୋକେସନକୁ ଟ୍ରେସ କରି ପେଶାଦାର ଲୁଟେରା ବୁଦ୍ଧିଆ ଓ ମୁନାଙ୍କୁ ଗିରଫ କରିଥିଲେ । ବୁଦ୍ଧିଆ ନାଁରେ ପୂର୍ବରୁ ଏଭିଭଳି ୧୨ ଟି ମାମଲା ରହିଛି । ଏପରିକି ନିଶା ଦେଇ ଲୁଟରେ ସଜା ମଧ୍ୟ ହୋଇଛି । ସେପଟେ ବାଲେଶ୍ଵରରୁ କିଭଳି ଭାବେ ବିନା ପ୍ରେସକ୍ରିପ୍ସନରେ ରେ ନିଶାଦ୍ରବ୍ୟ ଆସୁଛି, ସେ ନେଇ ଖୋଳତାଡ଼ ଚଳାଇଛି ପୋଲିସ ।