spot_img
Home Blog Page 2031

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋ ପ୍ରଦର୍ଶନୀ

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମବାର୍ଷିକୀ ଅବସରରେ ଫଟୋ ପ୍ରଦର୍ଶନୀ। ଭୁବନେଶ୍ବର ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀ କରାଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଛନ୍ତି। ଏହି ପ୍ରଦର୍ଶନୀରେ ବିଜୁ ବାବୁଙ୍କର ବିରଳ ଫଟୋ ପ୍ରଦର୍ଶିତ କରାଯାଇଛି। ବିଶେଷ କରି ଦୁସାହାସିକ ପାଇଲଟ, ପରିବାର ଗହଣରେ ବିଜୁବାବୁଙ୍କ ଫଟୋ ଦେଖିବାକୁ ମିଳିଛି। ସ୍ବାଧିନତା ସଂଗ୍ରାମ ସମୟରେ ବିଜୁ ବାବୁ କିଭଳି କାମ କରୁଥିଲେ , ପାରଦୀପ ବନ୍ଦର ଉଦ୍ଘାଟନର ସମୟ, ତେଲ ନଦୀ ସେତୁ ଉଦ୍ଘାଟନ, ୧୯୯୨ରେ କଳିଙ୍ଗ ବାଲିଯାତ୍ରା ଶୁଭାରମ୍ଭ, ରାଜ୍ୟ ରାଜନୀତିରେ ବିଜୁବାବୁ, ବିଜୁବାବୁଙ୍କ ଅନ୍ତିମ ଯାତ୍ରାର ଫଟୋ, ଡାକ ଟିକଟରେ ବିଜୁବାବୁ, ଖବରକାଗଜର ଶିରୋନାମାରେ ବିଜୁବାବୁ ଏହାସହ ବିଜୁବାବୁ କିଭଳି ସରଳ ଜୀବନ ବିତାଉଥିଲେ ତାହାର ଫଟୋ ପ୍ରଦର୍ଶନ କରାଯାଇଛି। ଆଗାମୀ ପିଢି ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଅଧିକ ଜାଣିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଏହି ଫଟୋ ପ୍ରଦର୍ଶନୀ କରାଯାଇଛି।

ମାଉଥ୍ ଫ୍ରେସନର ଖାଇବା ମାତ୍ରେ ପାଟିରୁ ବାହାରିଲା ରକ୍ତବାନ୍ତି

ନନ୍ଦିଘୋଷ ବ୍ୟୁରୋ: ଗୁରୁଗ୍ରାମର ଏକ ରେସ୍ତୋରାଁରେ ଖାଇବା ପରେ ପାଞ୍ଚ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ। ଶୁଖିଲା ବରଫ ମିଶ୍ରିତ ମାଉଥ୍ ଫ୍ରେସନର ଖାଇବା ମାତ୍ରେ ପାଟିରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ଏବଂ ସମସ୍ତଙ୍କର ବାନ୍ତି ହୋଇଥିଲା। ପୋଲିସ କହିବା ଅନୁଯାୟୀ, ପାଞ୍ଚ ଜଣଙ୍କ ମଧ୍ୟରୁ ଚାରିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରେଟର ନୋଏଡା ନିବାସୀ ଅଙ୍କିତ କୁମାରଙ୍କ ଅଭିଯୋଗ ଅନୁଯାୟୀ ସେ ଶନିବାର ଗୁରୁଗ୍ରାମର ସେକ୍ଟର ୯୦ରେ ଥିବା ଏକ ରେସ୍ତୋରାଁରେ ତାଙ୍କ ପତ୍ନୀ ଏବଂ ଚାରିଜଣ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ। ରାତ୍ରୀ ଭୋଜନ ପରେ ସେଠାରେ ଜଣେ ୱେଟର ମାଉଥ ଫ୍ରେସନର ଆଣିଥିଲେ। ପାଞ୍ଚ ଜଣ ଏହାକୁ ଖାଇଥିଲେ। ମାଉଥ୍ ଫ୍ରେସନର ଖାଇବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ।  ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଦେଖି ସେଠାକାର ସମସ୍ତ କର୍ମଚାରୀ ପଳାଇ ଯାଇଥିଲେ। ଅଭିଯୋଗକାରୀ କହିଛନ୍ତି, ମୁଁ ଜଣେ ଡାକ୍ତରଙ୍କୁ ମାଉଥ୍ ଫ୍ରେନ୍ସର ପ୍ୟାକେଟ ଦେଖାଇଥିଲି, ସେ କହିଥିଲେ ଯେ ଏହା ଶୁଖିଲା ବରଫ। ଡାକ୍ତରଙ୍କ ଅନୁଯାୟୀ ଏହା ଏକ ଏସିଡ ଯାହା ମୃତ୍ୟୁର କାରଣ ହୋଇପାରେ।

 

ଚଣ୍ଡିଖୋଲରେ ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଚଣ୍ଡିଖୋଲ ବେଣାପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ବିକାଶର ଅନେକ ବଡ଼ ବଡ଼ କାମ ହେଉଛି। ୨୦୧୪ ପୂର୍ବରୁ କାମ ହୋଇପାରିଥାନ୍ତା। କଂଗ୍ରେସ ଓ ତାର ସାଥି ଦଳ ନିଜର ପେଡି ଭର୍ତ୍ତି କରିବାରେ ବ୍ୟସ୍ତ ଥିଲେ। ଯେଉଁ କଂଗ୍ରେସ ସରକାର କୋଇଲା ଲୁଟ କରି ଖାଇ ଯାଉଛି, ସେ ଗରିବଙ୍କୁ ମାଗଣା ଖାଦ୍ୟ ଦେବାକୁ କେମିତି ଭାବି ପାରିବ ବୋଲି କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯେଉଁ ସରକାର ୟୁରିଆ ଘୋଟାଲାରେ ସାମିଲ ସେ ଚାଷୀଙ୍କୁ ମାଗଣା ସାର କେମିତି ଦେଇପାରିବ। ନିୟୁକ୍ତି ଯୋଜନାରେ ଘୋଟାଲା କରିଥିବା କଂଗ୍ରେସ ସରକାର ଦେଶର ବେକାରୀ ଯୁବକଙ୍କୁ କେମିତି ଚାକିର ଦେବ। ସ୍ଵାଧୀନତା ପରଠାରୁ କଂଗ୍ରେସ ଏମିତି ବ୍ୟବସ୍ଥା କଲେ ଯେଉଥିଲେ ଗରିବ, ଯୁବକ ଓ ଆଦିବାସୀ ସେମାନଙ୍କ ଉପରେ ବିଶ୍ଵାସ ହରାଇଛନ୍ତି। ଗରିବ କଂଗ୍ରେସ ସରକାର ପାଖକୁ ଗଲେ କିଛି ଗ୍ଯାରେଣ୍ଟି ନେବାକୁ କହୁଥିଲା।

ବ୍ଯାଙ୍କରେ ଖାତା ଖୋଲିବା ଠାରୁ ଆରମ୍ଫଭ କରି ଋଣ, ଚାକିରୀ ଆବେଦନରେ କଂଗ୍ରେସ ଗ୍ଯାରେଣ୍ଟି ମାଗୁଥିଲା। ହେଲେ ୨୦୧୪ ପରେ ଏବେ ଗରିବ ପୁଅ ସରକାରରେ ଆସିଛି ବୋଲି କହିଥିଲେ ମୋଦି। ଗରିବର ସବୁ ଗ୍ଯାରେଣ୍ଟି ମୋଦି ବନିବ। ଯେଉଁ ଗରିବ, ଦଳିତ, ଓବିସି ଓ ଆଦିବାସୀଙ୍କ ପାଖରେ କିଛି ନଥିଲା ସେମାନଙ୍କ ଲାଗି ବିନା ଗ୍ଯାରେଣ୍ଟିରେ ମୁଦ୍ରା ଯୋଜନା ଆରମ୍ଭ କରାଯାଇଛି। ଏମିତି ଗ୍ଯାରେଣ୍ଟି ନେଇ ଗରିବର ଆତ୍ମବିଶ୍ଵାସ ବଢିଛି। ସେହିପରି ଇଣ୍ଡି ମେଣ୍ଟକୁ ନେଇ ମଧ୍ୟ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ଇଣ୍ଡି ମେଣ୍ଟର ଭ୍ରଷ୍ଟାଚାରୀଙ୍କ ଏହା ପସନ୍ଦ ଆସୁନି। ଏମାନଙ୍କ ପାଖରେ ଆମର ସଂକଳ୍ପ, ସିଦ୍ଧି, ନୀତି ଏବଂ ନିଷ୍ଠା ଜବାବରେ କିଛି ନାହିଁ । ସେଥିଲାଗି ଇଣ୍ଡି ମେଣ୍ଟ ଗଠନ କରାଯାଇଛି। ପରିବାରବାଦ ପ୍ରସଙ୍ଗକୁ ନେଇ ପୁଣି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପରିବାରବାଦୀ ସେମାନଙ୍କ ଭବିଷ୍ୟ ନେଇ ଭାବୁଛନ୍ତି । ଏ ଇଣ୍ଡି ମେଣ୍ଟ ଏଥିଲାଗି ତିଆରି କରାଯାଇଛି। କିନ୍ତୁ ମୋଦି ଦେଶର କୋଟି କୋଟି ପୁଅଝିଅଙ୍କ ଭବିଷ୍ୟ ଗଠନରେ ଲାଗିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ବଢ଼ୁଛି ବାଉଁଶ ତିଆରି ପେନର ଚାହିଦା

ନୂଆପଡ଼ା: ପ୍ଲାଷ୍ଟିକ ନୁହେଁ ବାଉଁଶ ତିଆରି ପେନ୍ ବ୍ଯବହାର କରିବେ ପିଲା। ସୁରକ୍ଷିତ ରହିବ ପରିବେଶ। ଏଭଳି କିଛି ଚିନ୍ତା କରି ବାଉଁଶ ଅଦରକାରୀ ପେପରରେ ତିଆରି ହେଉଛି ପେନ୍। ନୂଆପଡା ଖଡିଆଳ ବ୍ଲକ ନେହେନା ଗାଁରେ ରହୁଥିବା ପ୍ରଭାକର ଦଣ୍ଡସେନା ଏବଂ କିଛି ଏସଏଚଜି ମହିଳା ମିଶି ଏଭଳି ନିଆରା ପେନ୍ ତିଆରି କରିଛନ୍ତି।

ଅଦରକାରୀ କାଗଜ, ବାଉଁଶ ଓ ତାଳ ପତ୍ରରେ ତିଆରି ହୋଇଛି ଡଟ ପେନ୍। ପରିବେଶ ଅନୁକୂଳ ଏହି ପେନ୍। ନୂଆପଡା ଖଡିଆଳ ବ୍ଲକ ନେହେନା ଗାଁରେ ରହୁଥିବା ପ୍ରଭାକର ଦଣ୍ଡସେନା ଏବଂ କିଛି ଏସଏଚଜି ମହିଳା ମିଶି ଏଭଳି ନିଆରା ପେନ୍ ତିଆରି କରିଛନ୍ତି। ଅଦରକାରୀ କାଗଜ ସହ ବାଉଁଶ ଓ ତାଳ ପତ୍ର ଦ୍ୱାରା ଡ଼ଟ୍ ପେନ୍ ତିଆରି ହୋଇ ସେଥିରେ ପିଜୁଳି, ଲେମ୍ବୁ, କମଳା, ଡାଳିମ୍ବ ଭଳି ମଞ୍ଜିକୁ ଖଞ୍ଜି ଭିନ୍ନ ଏକ ଡିଜାଇନ୍ ଦିଆଯାଇଛି। ପେନ୍ ତିଆରି କରିବା ପାଇଁ ଏସଏଚଜି ମହିଳାଙ୍କୁ ପ୍ରିଶିକ୍ଷଣ ମଧ୍ଯ ମିଳିଛି।

ପ୍ଲାଷ୍ଟିକ ପେନ୍ ପରିବେଶ ପ୍ରତି କ୍ଷତିକାରକ। ପ୍ଲାଷ୍ଟିକ ପେନ୍ ବ୍ଯବହାର କରି ଫିଙ୍ଗିଦେବା ଦ୍ବାରା ଏହା ପରିବେଶକୁ ନଷ୍ଟ କରିଥାଏ। ଏହା ବଦଳରେ ଯଦି କାଗଜ ବାଉଁଶ ଓ ପତ୍ରରେ ତିଆରି ଡ଼ଟ୍ ପେନ୍ ବ୍ୟବହାର ହୁଏ ପରିବେଶ ସୁରକ୍ଷିତ ରହିବ। ଏହି ପେନ୍ ବ୍ୟବହୃତ ପରେ ଫିଙ୍ଗିଦେଲେ ସେଥିରେ ଲାଗିଥିବା ମଞ୍ଜିରୁ ଗଛ ସୃଷ୍ଟି ହେବ। ଏହାକୁ ଦୃଷ୍ଟି ଦେଇ ପ୍ରତିଦିନ ନେହେନା ଗାଁର ଗାୟତ୍ରୀ ଏସଏଚଜି ଗ୍ରୁପର ୧୦ ଜଣ ମହିଳା ୫ ଶହରୁ ୧ ହଜାର ପର୍ଯ୍ୟନ୍ତ ଡ଼ଟ୍ ପେନ୍ ତିଆରି କରୁଛନ୍ତି । ଏହି ପେନର ବହୁଳ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ଗୋଟିଏ ଡ଼ଟ୍ ପେନକୁ ୩ଟଙ୍କାରେ ବିକ୍ରି କରାଯାଉଛି।

ଶ୍ରମିକରୁ ସଫଳ ଚାଷୀ, ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ସୁନ୍ଦରଗଡ଼: ଶ୍ରମିକରୁ ସଫଳ ଚାଷୀ । ଦିନଥିଲା ବାହାର ରାଜ୍ଯରେ ରହି କାମ କରୁଥିଲେ । ଏବେ ଚାଷ କରି ସ୍ବାବଲମ୍ବୀ  ସୁନ୍ଦରଗଡ ତୁରୁଙ୍ଗାଗଡର ଅନନ୍ତ ମାଝୀ। ୮ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରି ହେଉଛି ଭଲ ରୋଜଗାର।ବାର୍ଷିକ ୮ ଲକ୍ଷ ଟଙ୍କା ରୋଜଗାର  ହେଉଛି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ସଫଳତା ପାଦ ଛୁଏଁ । ଦାଦନ ଶ୍ରମିକରୁ ସଫଳ ଚାଷୀ । ସୁନ୍ଦରଗଡ ଜିଲ୍ଲା ତୁରୁଙ୍ଗାଗଡ ଗାଁର ଅନନ୍ତ ମାଝୀ ଚାଷ କରି ସ୍ଵାବଲମ୍ବୀ । ପ୍ରଥମେ ୧ ଏକର ୬୬ ଜେସିମିଲ ଜମିରେ ଜୈବିକ ପଦ୍ଧତିରେ ଚାଷ ଆରମ୍ଭ କରିଥିଲେ । ପରେ ୮ ଏକର ଜମିରେ ୩୫୦ ଆମ୍ବଗଛ ସହ କଦଳୀ, ମାଛ, ଟମାଟୋ , ବାଇଗଣ , ଗାଜର ,ବିଟ୍ ସହ ସମସ୍ତ ପନିପରିବାର ଚାଷ କରି ବାର୍ଷିକ ୮ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ନିଜେ ରୋଜଗାର କ୍ଷମ ହେବା ସହ ୫ଜଣଙ୍କୁ ଦେଇଛନ୍ତି ରୋଜଗାର । ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ଜରିଆରେ ଆଦିବାସୀ ଉନ୍ନୟନ ସଂସ୍ଥା , ବନ ବିଭାଗର ଓଏଫଡିସି -୨ ତରଫରୁ ଅନନ୍ତଙ୍କୁ ଚାଷ ପାଇଁ ତାଲିମ ଦିଆଯାଉଛି । ଏହା ସହ ତାଙ୍କୁ ବଜାର ସହିତ ସଂଯୋଗୀକରଣ ମଧ୍ୟ କରାଯାଇଛି । ଉତ୍ପାଦିତ ସମସ୍ତ ସାମଗ୍ରୀର ବଜାରରେ ଭଲ ଚାହିଦା ରହିଛି ।

ଆସନ୍ତା ସପ୍ତାହରୁ ଆହୁରି ବଢ଼ିବ ତାତି

ଭୁବନେଶ୍ବର:  ଆସନ୍ତା ସପ୍ତାହରୁ ସାଙ୍ଘାତିକ ତାତି। ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ। ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବା ବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରା ଛାଇରେ ଖେଳ ଦେଖିବାକୁ ପଡିବ। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ, ମୟୁରଭଞ୍ଜ, ଝାରସୁଗୁଡା ଆଦି ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି। ସେହିଭଳି ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପୂର୍ବାହ୍ନରେ ପ୍ରବଳ ତାତି ଏବଂ ଅପରାହ୍ନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା କାଲି କେନ୍ଦୁଝର ଏବଂ ମୟୁରଭଞ୍ଜ ସମେତ କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ରାୟଗଡା ଏବଂ କୋରାପୁଟରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି। ଯେଉଁ ଜିଲ୍ଲା ଗୁଡିକରେ ବର୍ଷା ହେବ ସେହି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ କମ୍ ରହିବ। ବାକି ଶୁଖିଲା ଥିବା ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ। ଏହାସହ ୫୦ ରୁ ୬୦ ପ୍ରତିଶତ ହ୍ୟୁମିଡିଟି ରହିବ। ଫଳରେ ଅସହ୍ୟ ଗରମ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ୯ ତାରିଖ ପର୍ଯ୍ୟନ୍ତ ଏଭଳି ଭାବରେ ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ୧୨ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ।

ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ

ଚଣ୍ଡିଖୋଲ: ଚଣ୍ଡିଖୋଲରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ଅବସରରେ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ। ସେ କହିଥିଲେ, ଓଡିଶାର ଯାଜପୁରରେ ବିକାଶର ନୂଆ ଧାରା ବହିବା ଆରମ୍ଭ ହୋଇଛି। ଆଜି ବିଜୁ ବାବୁଙ୍କର ଜନ୍ମଜୟନ୍ତୀ ଅବସର ଥିବାରୁ ଓଡ଼ିଶାର ବିକାଶ ଲାଗି, ଦେଶର ବିକାଶ ଲାଗି ବିଜୁବାବୁଙ୍କ ଯୋଗଦାନ ଅପୂରଣୀୟ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ସମସ୍ତ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧେୟ ବିଜୁବାବୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ୨୦ ହଜାରରୁ ଅଧିକ କୋଟିର ଅନେକ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ଯାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ପେଟ୍ରୋଲିୟମ, ପ୍ରାକୃତିକ ଗ୍ଯାସ ଓ ପରମାଣୁ ଶକ୍ତି ପ୍ରକଳ୍ପ ସହ ସଡ଼କ, ରେଳ, ପରିବହନ ଯୋଜନା ଦ୍ଵାରା ବିକାଶ କାମରେ ଏଠାରେ ଉଦ୍ଯୋଗ ଗତିବିଧି ବୃଦ୍ଧି ପାଇବ। ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ।  ଏହି ପ୍ରକଳ୍ପ ଲାଗି ଓଡ଼ିଶାବାସୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ: ମୁଖ୍ୟମନ୍ତ୍ରୀ

ଚଣ୍ଡିଖୋଲ: ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ । ଚଣ୍ଡିଖୋଲ ସଭାରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ ମୁଖ୍ଯମନ୍ତ୍ରୀ । ନବୀନ କହିଛନ୍ତି, କଳିଙ୍ଗନଗରକୁ ଶିଳ୍ପର ହବ କରିବାକୁ ୯୦ ଦଶକରେ ଚିନ୍ତା କରିଥିଲେ ବିଜୁ ବାବୁ । ତାଙ୍କର ସ୍ବପ୍ନ ଆଜି ସାକାର ହୋଇଛି । ଆଜି ଶିଳ୍ପାୟନର ପ୍ରମୁଖ କେନ୍ଦ୍ରରେ ରୂପାନ୍ତରିତ ହୋଇଛି କଳିଙ୍ଗନଗର । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ ।

ମାଲକାନଗିରିରେ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ସାର୍ଟିଫିକେଟ୍ ବାଣ୍ଚିଲେ 5T ଅଧ୍ୟକ୍ଷ

ମାଲକାନଗିରି: ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କ ଲାଗି ଆଉ ପାଠ ପଢାରେ ରହିବନି ଅର୍ଥର ଅଭାବ।

ବାପାମାଆଙ୍କ ଉପରେ ଯାହା ବୋଝ ପଡୁଥିଲା ସେଇଟାକୁ କିଛିମାତ୍ରାରେ କମ କରିବା ଲାଗି ମୁଖ୍ୟମନ୍ତ୍ରୀ ଏହି ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ପାଠପଢ଼ାରେ ଯେପରି କେହି ବଞ୍ଚିତ ନହୁଅନ୍ତୁ, ସେଥିପାଇଁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତେ ନୂଆ ଓଡ଼ିଶା ଗଠନ କରିବାରେ ବ୍ରତି ହେବା ସହ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୁକ୍ତ ୩ ଏବଂ ପିଜିର ୬ ଲକ୍ଷ ଛାତ୍ରଛାତ୍ରୀ ଏହାଦ୍ଵାରା ଉପକୃତ ହେବେ। ଏହି ଯୋଜନା ନୂଆ ଓଡ଼ିଶା ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେବ।

ଏହାସହ ଆଜିଠୁ ଆରମ୍ଭ ହୋଇଛି ନବୀନ ମ୍ୟାଜିକ୍ କାର୍ଡର ଶୁଭାରମ୍ଭ। ଆଜିଠୁ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରିପାରିବେ। ଏହି ନୂଆ-ଓ ମ୍ୟାଜିକ୍ କାର୍ଡ ବିଷୟରେ କହିଛନ୍ତି 5T ଅଧ୍ୟକ୍ଷ। ଏହି କାର୍ଯ୍ୟ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ମିଳିବ। ଯେଉଁ ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ଆକ୍ଟିଭିଟିରେ ଭାଗନେବେ, ସେହି ଅନୁସାରେ କାର୍ଡର ରିଚାର୍ଜ ପରିମାଣ ବଢ଼ିବ। ଯେଉଁ କାର୍ଡ ଅଧିକ ପଏଣ୍ଟ ଆଣିବ, ସେହି ଅନୁସାରେ, ଛାତ୍ରଛାତ୍ରୀ ଅଭିଭାବକ ଓ ସଂପୃକ୍ତ କଲେଜକୁ ସମ୍ବର୍ଦ୍ଧିତ କରାଯିବ।

ଛାତ୍ରଛାତ୍ରୀଙ୍କ କ୍ୟାରିୟର କ୍ଷେତ୍ରରେ ମଧ୍ୟ ଏହି କାର୍ଯ୍ୟ ସହାୟକ ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ। ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ଯ ରଖିଛନ୍ତି ସରକାର। ଏଥିଲାଗି ରାଜ୍ୟ ପ୍ରଶାସନକୁ ୨୦୩୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟାର୍ଗେଟ ଦେଇଛନ୍ତି। ୧୦ ବର୍ଷରେ ଓଡ଼ିଶାକୁ ସବୁ ଦିଗରୁ ସଶକ୍ତ କରିବାକୁ ଲକ୍ଷ୍ଯ ରହିଛି। ଲକ୍ଷ୍ୟ ହାସଲରେ ଯୁବକଙ୍କ ଭୂମିକା ହେବ ଗୁରୁତ୍ବପୂର୍ଣ୍ଣ। ରାଜ୍ଯ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ। ଯୁବକଙ୍କ ସବୁ ସ୍ବପ୍ନକୁ ସାକାର କରିବେ ରାଜ୍ୟ ସରକାର। ଯୁବ ଶକ୍ତିକୁ ସାମର୍ଥ୍ୟ ଯୋଗାଇବାକୁ ଏବେଠୁ କାମ ଆରମ୍ଭ ହୋଇଛି। ରାଜ୍ୟର ୬ହଜାର ୮୫୦ ହାଇସ୍କୁଲର ହୋଇଛି ରୂପାନ୍ତରୀକରଣ। ଯୁବକ ଯାହା ସ୍ଵପ୍ନ ଦେଖିବ, ତାକୁ ସାକାର କରିପାରିବ।

ବିଶ୍ଵର ଧନୀ ତାଲିକାରୁ ଏଲନ ମସ୍କଙ୍କୁ ପଛରେ ପକାଇଲା ଜେଫ ବେଜୋସ

ନନ୍ଦିଘୋଷ ବ୍ୟୁରୋ: ବିଶ୍ଵର ଧନୀ ତାଲିକାରୁ ଏଲନ ମସ୍କଙ୍କୁ ପଛରେ ପକାଇଲା ଜେଫ ବେଜୋସ । ସାରା ବିଶ୍ଵରେ ଧନୀ ତାଲିକାରେ ଉତଥାନ ପତ୍ତନ ପରେ ଦେଶ ସାରା ଦେଶରେ ଧନୀ ବ୍ଯକ୍ତି ତାଲିକାରେ ବଡ ଧରଣରକ ଅଦଳବଦଳ ଦେଖାଦେଉଛି । ଏହି ଲିଷ୍ଟ ମଧ୍ଯରେ ଏଲନ ମକ୍ସଙ୍କୁ ବଡ ଝଟକା ମିଳିଛି ।

ବ୍ଲୁମ ବର୍ଗଙ୍କ ରିପୋର୍ଟ ମୁତାବକ ଏକ୍ସ ଏବଂ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ ଏବେ ଦୁନିଆର ସବୁଠାରୁ ବଡ ଧନୀ ବ୍ଯକ୍ତି ଏବେ ଦୁନିଆର ସବୁଠାରୁ ଧନୀ ବ୍ଯକ୍ତି ହୋଇକି ନାହାଁନ୍ତି । ଏଲନ ମକ୍ସ ଏବେ ନୁହଁନ୍ତି ବିଶ୍ଵର ଶ୍ରେଷ୍ଠ ଧନୀ । ବିଶ୍ଵର ଶ୍ରେଷ୍ଠ ଧନୀ ତାଲିକାରୁ ଏଲନ ମକ୍ସଙ୍କୁ ପଛରେ ପକାଇଲେ ଜେଫ ବେଜୋସ । ସୋମବାର ଦିନ ଟେସଲା ସେୟାର ବଜାରରେ ୭.୨ ପ୍ରତିଶତ ଗିରାବଟ ପରେ ଏଲନ ମକ୍ସ ଧନୀ ତାଲିକାରୁ ଖସିଯାଇଛନ୍ତି । ୫୨ ବର୍ଷୀୟ ଏଲନ ମକ୍ସ ଏବଂ ୬୦ ବର୍ଷୀୟ ଜେଫ ବେଜୋସଙ୍କ ସଂପତ୍ତି ମଧ୍ଯରେ ଦିନେ ୧୪୨ ବିଲିୟନ ଡଲାରର ବ୍ଯବଧାନ ଥିଲା ।