spot_img
Home Blog Page 2014

ସଲମାନଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାରେ ୨ ଗିରଫ

ମୁମ୍ବାଇ: ବଲିଉଡ ଭାଇଜାନ୍ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି। ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣା ପରେ ୨ ଅଭିଯୁକ୍ତ ଗୁଜୁରାଟ ପଳାଇଯାଇଥିଲେ। ଉଭୟଙ୍କୁ ଗୁଜୁରାଟର କଚ୍ଛରୁ ଗିରଫ କରାଯାଇ ମୁମ୍ବାଇ ଅଣାଯାଉଛି। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବେ। ତେବେ ଅଭିଯୁକ୍ତମାନେ ବିହାରର ବାସିନ୍ଦା ବୋଲି ଜଣାପଡିଛି।

ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ୨୪ ବର୍ଷିୟ ବିକି ସାହବ ଗୁପ୍ତା ଏବଂ ୨୧ ବର୍ଷିୟ ଶ୍ରୀଜୋଗେନ୍ଦ୍ର ପାଲ ରହିଛନ୍ତି । ଉଭୟ ଅଭିଯୁକ୍ତ ବିହାରର ପଶ୍ଚିମ ଚମ୍ପରାନର ନରକାଟିଆ ତହସିଲର ମସହି ଗାଁର ବାସିନ୍ଦା। ଆହୁରି ମଧ୍ୟ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଏହି ମାମଲାରେ ଲରେନ୍ସ ବିଷ୍ଣୋଇକୁ ପଚରାଉଚରା କରିପାରେ। ଏଥିପାଇଁ ଏକ ଦଳ ଗୁଜୁରାଟର ସାବରମତି ଅଭିମୁଖେ ଯାତ୍ରା କରିବେ। କାରଣ ବର୍ତ୍ତମାନ ଲରେନ୍ସ ସାବରମତି ଜେଲରେ ବନ୍ଦୀ।

ଅଧିକ ପଢନ୍ତୁ:- ସଲମାନ୍ ଖାନଙ୍କ ଘର ବାହାରେ କିଏ ଚଳାଇଲା ଗୁଳି ?

ଆଗାମୀ ୪ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ରାଜ୍ଯରେ ଜାରି ରହିଛି ପ୍ରଖର ଗ୍ରୀଷ୍ମ ପ୍ରବାହ। ଆଗାମୀ ୪ଦିନ ଯାଏଁ ଏପରି ସ୍ଥିତି ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆହୁରି ଖରା ବଢିବା ସହିତ ଅସହ୍ୟ ଗରମ ଅନୁଭୂତ ହେବ। ୪ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ।

ଆଜି ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ଼ ଓ ୧୭ ତାରିଖ ପାଇଁ ମାଲକାନଗିରି, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା , ବୌଦ୍ଧ, ଖୋର୍ଦ୍ଧା ପାଇଁ ଆଲର୍ଟ ଜାରି କରାଯାଇଛି । ଖରା ପାଇଁ ଗହଳି ସ୍ଥାନରୁ ଦୂରେଇ ରହିବାକୁ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ଖରାର ପିକ ଆଓ୍ବାର ଦିନ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ଗର୍ଭବତୀ, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ଅତ୍ୟଧିକ ପାଣି ଓ ଥଣ୍ଡାଜାତୀୟ ଖାଦ୍ୟ ସେବନ କରିବାକୁ କହିଛି ପାଣିପାଗ କେନ୍ଦ୍ର।

ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ, ଜଣେ ମୃତ ଓ ୨୦ରୁ ଅଧିକ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଡଲଫିନ ନାମକ ଏକ ଘରୋଇ ନାଇଟ କୋଚ୍ ବସ ପୁରୀ ଅଭିମୁଖେ ଯାଉଥିଲା। ତେବେ ଜରପଡ଼ା ନିକଟରେ ଦୁର୍ଘଟଣା ଗ୍ରସ୍ତ ହାଇଓ୍ବାକୁ ବସଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଥିଲା। ଗାଡି ଏତେ ଜୋରରେ ଧକ୍କା ହୋଇଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସ୍ଥାନୀୟ ଲୋକ ଓ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବସଯାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣା; SCBରେ ଆହତଙ୍କୁ ଭେଟିଲେ 5T ଅଧ୍ୟକ୍ଷ

ଯାଜପୁର: ଯାଜପୁର ବାରବାଟୀ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଏସସିବି ମେଡିକାଲରେ ଭେଟିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଭୋର ସମୟରେ ଏସସିବି ବଡ଼ ମେଡିକାଲ କାଜୁଆଲଟିରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। କାଜୁଆଲଟିରେ ବର୍ତ୍ତମାନ ୪୬ ଆହତ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସମ୍ବେଦନଶୀଳ ଥିବାରୁ ସେମାନଙ୍କୁ ଟ୍ରମା ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।

5T ଅଧ୍ୟକ୍ଷଙ୍କୁ ଆହତ ମାନେ ଉତ୍ତମ ଚିକିତ୍ସା ପାଉଥିବା ନେଇ ଅବଗତ କରିବା ସହିତ ଦେଖିବାକୁ ଆସିଥିବାରୁ ଭାବବିହ୍ବଳ ହୋଇପଡ଼ିଥିଲେ। ସମସ୍ତଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିବା ସହିତ ଚିକିତ୍ସାରେ ନିୟୋଜିତ ଡାକ୍ତରୀ ଟିମଙ୍କୁ ଧନ୍ୟବାଦ ଜଣାଇଥିଲେ 5T ଅଧ୍ୟକ୍ଷ। ସମସ୍ତ ଆହତଙ୍କୁ ମାଗଣା ଚିକତ୍ସା ସେବା ସହିତ ମେଡିସିନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ନିର୍ଦେଶ ଦେଇଛନ୍ତି।

ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ଜିଲ୍ଲାପାଳ ଅରବିନ୍ଦ ଡାକୁଆ, କଟକ ଡିସିପି ପ୍ରକାଶ ଆର, ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଓ ଯାଜପୁର ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟାମୀ। ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା। ନିର୍ଦ୍ଧାରିତ ନୀତି ଅନୁଯାୟୀ ମନ୍ଦିର ଦ୍ବାର ଖୋଲା, ମଙ୍ଗଳ ଆଳତି ଓ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ। ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ। ୧୨ଟାରେ ମଙ୍ଗଳ ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ୍ ।

ରଥଯାତ୍ରା ବେଳେ ମୁତୟନ ହେବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ । ରଥ ଦଉଡ଼ି ଟାଣିବା ବେଳେ ପୋଲିସ୍ ଘେର ରହିବ। ଖରାକୁ ଦୃଷ୍ଟିରେ ରଖି ପାଣି ସିଞ୍ଚନ ଏବଂ ଆମ୍ବୁଲାନ୍ସ , ଫାଷ୍ଟଏଡର ବ୍ୟବସ୍ଥା କରାଯାଇଛି। ଲୁଟେରାଙ୍କ ଉପରେ ନଜର ରଖିବେ ସାଧା ପୋଷାକଧାରୀ ପୋଲିସ୍।

ରୁକୁଣା ରଥଯାତ୍ରା ଉପଲକ୍ଷେ ଆଜିଠାରୁ ଆରମ୍ଭ ହେବ ଲିଙ୍ଗରାଜ ମହୋତ୍ସବ। ୬ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ୭ଶହରୁ ଉର୍ଦ୍ଧ୍ବ କଳାକାର ଯୋଗଦେବେ। ପ୍ରତିବର୍ଷ ପରି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଯାଜପୁର କୁଆଖିଆରେ ମର୍ମନ୍ତୁଦ ଦୁର୍ଘଟଣା…

ଯାଜପୁର: ଯାଜପୁର କୁଆଖିଆରେ ମର୍ମନ୍ତୁଦ ଦୁର୍ଘଟଣା। ବାରବାଟୀ ଛକରେ ଓଭରବ୍ରିଜ ତଳକୁ ଖସିଲା ବସ। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ଯରେ ୪ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ଘଟିଥିଲା ଏହି ଦୁର୍ଘଟଣା। କାଳିଆ ନନା ନାମକ ଯାତ୍ରୀବାହୀ ସ୍ଲିପର ବସଟି ପୁରୀରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଯାଜପୁର ବାରବାଟୀ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ବ୍ୟାରିକେଡ଼ରେ ପିଟି ହୋଇ ଓଭରବ୍ରିଜ ତଳକୁ ଖସି ପଡିଥିଲା। ପ୍ରଥମେ ସ୍ଥାନୀୟ ଲୋକେ ଏବଂ ପରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତ ଯାତ୍ରୀଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲକୁ ନିଆଯାଇଥିଲା। ପରେ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଯାଜପୁର ଜିଲ୍ଲାପାଳଙ୍କ ସମେତ ଯାଜପୁର ଏସପି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଧର୍ମଶାଳା ବିଧାୟକ ଦୁର୍ଘଟଣା ସ୍ଥଳ ଏବଂ ଧର୍ମଶାଳା ମେଡ଼ିକାଲରେ ପହଞ୍ଚି ସ୍ଥିତି ପରଖିଥିଲେ।

ସେପଟେ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଅନ୍ୟପଟେ ବିଳମ୍ବିତ ରାତିରେ ରାଜ୍ୟ ସଡକ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନବିନ୍ ଆରମ୍ଭ କରିଛନ୍ତି। ତେବେ ବସ୍ ଚାଳକଙ୍କ ତୃଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପରିବହନ ବିଭାଗର ଅତିରିକ୍ତ କମିସନର କହିଛନ୍ତି। ଏଥିସହିତ ସମ୍ପୃକ୍ତ ବସ୍ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ବସ୍ ଦୁର୍ଘଟଣାରେ ୫ ମୃତ, ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା

ଯାଜପୁର: ଯାଜପୁର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଃଖ ପ୍ରକାଶ। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଧିକ ପଢନ୍ତୁ- ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ, ୫ ମୃତ

ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ, ୫ ମୃତ

ଯାଜପୁର: ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୫ ମୃତ। ୪୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଯାଜପୁର କୁଆଖିଆ ବାରବାଟୀ ଛକ ନିକଟରେ ଘଟିଛି ଏ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା। ଓଭରବ୍ରିଜ୍ ତଳକୁ ଖସି ପଡ଼ିଛି ଏହି ବସ। ସମସ୍ତ ଆହତଙ୍କୁ ଯାଜପୁର ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ବସଟି ପୁରୀରୁ କୋଲକାତା ଯାଉଥିଲା କାଳିଆନନା ନାମକ ଏହି ବସ। ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ। ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ଆମ୍ବୁଲାନ୍ସ ଡକାଯାଇଥିଲା। ପାଖାପାଖି ୧୫ଟି ଆମ୍ବୁଲାନ୍ସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ଦୁର୍ଘଟଣାଗ୍ରସ୍ତ ବସକୁ ଉଠାଇବାକୁ କ୍ରେନ ଆସି ପହଞ୍ଚିଛି। ଦୁର୍ଘଟଣାସ୍ଥଳରେ ଅଗ୍ନିଶମବାହିନୀ ସହ ମେଡିକାଲ ଷ୍ଟାଫ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ଏସପି ପହଞ୍ଚି ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିଛନ୍ତି।

ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ବିକାଶକୁ ସହିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧେ ବିକାଶକୁ ଦେଖି ସହିପାରୁନାହାନ୍ତି ।  କେନ୍ଦ୍ରମନ୍ତ୍ରୀ ଭାବରେ ସିଏ କେତେ ବିଫଳ ସମସ୍ତେ ଜାଣିଛନ୍ତି।

ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ହେଉକି ଦେବଗଡ଼, କେଉଁଠି ବି ଗୋଟିଏ ମଧ୍ୟ ସ୍କିଲ ଡେଭଲପମେଣ୍ଟ ସେଣ୍ଟର କରି ପାରିନାହାଁନ୍ତି। ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ବି କରିପାରିଲେ ନାହିଁ ରାଜ୍ୟ କଥା ଛାଡ଼ନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ ରୁମ କରି ପାରିଲେନାହିଁ। ଓଡ଼ିଶାରେ 5T ମାଧ୍ୟମରେ ସ୍କୁଲ ରୂପାନ୍ତରଣକୁ ଦେଖି କେନ୍ଦ୍ରମନ୍ତ୍ରୀ କିଛି ଶିଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ।

NH-55 ଅବସ୍ଥା ନକହିବା ଭଲ। ବାରମ୍ବାର ସମ୍ବଲପୁର ଓ ଢେଙ୍କାନାଳ ଲୋକ ଅଭିଯୋଗ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଏନେଇ ମୁହଁ ଖୋଲିଲେ ନାହିଁ । ଏନଏଚ-୫୫ରେ ଯେଉଁମାନଙ୍କର ଜୀବନ ଯାଇଛି ସେମାନଙ୍କ ପାଖକୁ ଧର୍ମେନ୍ଦ୍ର କେମିତି ଭୋଟ ମାଗିବାକୁ ଯିବେ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ପାନୀୟ ଜଳକୁ ନେଇ ଯେଉଁ ଅଭିଯୋଗ କରୁଛନ୍ତି, ସେ ବୋଧେ ଜାଣି ନାହାନ୍ତି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାକୁ ରାଷ୍ଟ୍ରୀୟ ପୁରସ୍କାର ମିଳିଛି। ଯଦି ପୁରସ୍କାର ନମିଳନ୍ତା ତେବେ କେନ୍ଦ୍ରରେ ତାକୁ ବଦନାମ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଯଥେଷ୍ଟ ସୁଯୋଗ ମିଳିଥାନ୍ତା । ଧର୍ମେନ୍ଦ୍ର ପ୍ରଧାନ ନିଜ ବିଫଳତାକୁ ସ୍ବୀକାର କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସସ୍ମିତ।

ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି, ହେଲେ ମୋ ପ୍ରତି ଘୋର ଅନ୍ୟାୟ ହୋଇଛି: ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ସୁରେଶ ରାଉତରାୟ। ପ୍ରାୟ ୫୦ ବର୍ଷ ଧରି ଦଳ ପାଇଁ କାମ କରିଥିବା ସୁର କଂଗ୍ରେସରୁ ବିଦା। ଦଳ ବିରୋଧୀ କାମ ଅଭିଯୋଗରେ ସୁରେଶ ବହିଷ୍କୃତ। ଜଟଣୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁର।

ଆଜି କଂଗ୍ରେସ ତାଙ୍କୁ ବହିଷ୍କାର କରିବା ପରେ ସୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ତେବେ ମୋ ପ୍ରତି ଏହା ଘୋର ଅନ୍ୟାୟ। କିଛି ଭୁଲ୍ ନକରି କଂଗ୍ରେସରୁ ମୋତେ ବହିଷ୍କାର କରାଯାଇଛି । ୫୦ ବର୍ଷ ଧରି ମୁଁ କଂଗ୍ରେସରେ କାମ କରିଛି। ମୋ ପୁଅ ଅନ୍ଯ ଦଳରୁ ଟିକେଟ ପାଇଛି । ମୋର କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସୁର।

‘‘ମୁଁ ଦଳ ଛାଡ଼ି ନଥିଲି। ବହିଷ୍କାର ସତ୍ତ୍ବେ ମୁଁ କଂଗ୍ରେସରେ ଅଛି ଓ ଜୀବନ ଥିବା ଯାଏ କଂଗ୍ରେସରେ ରହିବି ବୋଲି ବିଧାୟକ ସୁରେଶ ରାଉତରାୟ ପୁଣି ଥରେ କହିଛନ୍ତି । ତାଙ୍କୁ ଶେଷ ଥର ଯେତେବେଳେ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ନେଇ ସେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ଓ ଆସନ୍ତାକାଲି ସେ କଂଗ୍ରେସ ଶୀର୍ଷ ନେତୃତ୍ବଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ।