ଆଜି ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ଅଶୋକାଷ୍ଟାମୀ। ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା। ନିର୍ଦ୍ଧାରିତ ନୀତି ଅନୁଯାୟୀ ମନ୍ଦିର ଦ୍ବାର ଖୋଲା, ମଙ୍ଗଳ ଆଳତି ଓ ଅବକାଶ ପରେ ସାହାଣ ମେଲା ଦର୍ଶନ କରାଯିବ। ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ। ୧୨ଟାରେ ମଙ୍ଗଳ ଆଳତୀ, ୨ଟାରେ ଭୋଗ ଲାଗି ଓ ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥଟଣା ଆରମ୍ଭ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ୍ ।

ରଥଯାତ୍ରା ବେଳେ ମୁତୟନ ହେବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ । ରଥ ଦଉଡ଼ି ଟାଣିବା ବେଳେ ପୋଲିସ୍ ଘେର ରହିବ। ଖରାକୁ ଦୃଷ୍ଟିରେ ରଖି ପାଣି ସିଞ୍ଚନ ଏବଂ ଆମ୍ବୁଲାନ୍ସ , ଫାଷ୍ଟଏଡର ବ୍ୟବସ୍ଥା କରାଯାଇଛି। ଲୁଟେରାଙ୍କ ଉପରେ ନଜର ରଖିବେ ସାଧା ପୋଷାକଧାରୀ ପୋଲିସ୍।

ରୁକୁଣା ରଥଯାତ୍ରା ଉପଲକ୍ଷେ ଆଜିଠାରୁ ଆରମ୍ଭ ହେବ ଲିଙ୍ଗରାଜ ମହୋତ୍ସବ। ୬ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମରେ ୭ଶହରୁ ଉର୍ଦ୍ଧ୍ବ କଳାକାର ଯୋଗଦେବେ। ପ୍ରତିବର୍ଷ ପରି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।