spot_img
Home Blog Page 2012

ଦେଶର ୧୦ଟି ସ୍ଥାନକୁ ଗଡିଲା ବନ୍ଦେ ଭାରତ, ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା

ଭୁବନେଶ୍ବର: ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ବିଶାଖାପାଟଣାରୁ ଭୁବନେଶ୍ବରକୁ ଗଡ଼ିଲା ବନ୍ଦେ ଭାରତ। ଓଡ଼ିଶା ସମେତ ଦେଶରେ ୧୦ଟି ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ବନ୍ଦେ ଭାରତ ଏକ୍ସପ୍ରେସ ସହ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

ରେଳବାଇ ଭିତ୍ତିଭୂମିର ଅଭିବୃଦ୍ଧି ଓ ଭାରତୀୟ ରେଳ ସଂଯୋଗୀକରଣ ପ୍ରକ୍ରିୟାର ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୨୭୪ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି । ୮୫ ହଜାର କୋଟି ଟଙ୍କାର ୬ ହଜାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୧୦ଟି ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଏହା ଭିତରେ ରହିଛି ଭୁବନେଶ୍ବର ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାବାସୀଙ୍କ ପାଇଁ ତୃତୀୟ ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ବର ବିଶାଖାପାଟଣା ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ୍ ଓ ବିଜୟନଗରମ ଠାରେ ରହିବ । ଶନିବାରକୁ ଛାଡ଼ି ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚାଲିବ ।

ବରଯାତ୍ରୀରୁ ଫେରିବା ବେଳେ ଅଘଟଣ, ୩୦ ଫୁଟ ତଳକୁ ଖସିଲା କାର

ଆନନ୍ଦପୁର: କେନ୍ଦୁଝରରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖସିଲା କାର୍। ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଦୁର୍ଘଟଣା । ୨ ଜଣ ଗୁରୁତର ଥିବା ବେଳେ ଅନ୍ଯ ୩ ଜଣ ସାମାନ୍ଯ ଆହତ ହୋଇଛନ୍ତି। ସମସ୍ତ ଆହତ ପଦ୍ମପୁରର ବୋଲି ଜଣାପଡିଛି।

ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା। ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବଲାଙ୍ଗୀରରେ ମିଳିଲା କଳାହାଣ୍ଡି ଯୁବକଙ୍କ କ୍ଷତାକ୍ତ ମୃତଦେହ

ବଲାଙ୍ଗୀର: ଯୁବକଙ୍କ ସନ୍ଦେହଜନକ ମୃତ୍ଯୁ। ବଲାଙ୍ଗୀର କଣ୍ଟାବାଞ୍ଜି ଝୁପଡିପଡା ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଭବାନୀପାଟଣାର ଜଗନ୍ନାଥ ଗହୀର। ଜଗନ୍ନାଥ ଝୁପଡିପଡା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ।

ରକ୍ତାକ୍ତ ଅବସ୍ଥାରେ ସମ୍ପର୍କୀୟ ଡାକ୍ତରଖାନା ଆଣିଥିବା ବେଳେ, ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜଗନ୍ନାଥଙ୍କ ମୃତ୍ୟୁ କେମିତି ହେଲା ତାର କାରଣ ଅସ୍ପଷ୍ଟ ରହିଛି । କଣ୍ଟାବାଞ୍ଜି ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

ଘରୁ ମିଳିଲା ୨୫ ଖପୁରୀ, ବସିବା ଶୋଇବା ପାଇଁ ଘରେ ବିଛାଇଥିଲେ ଅସ୍ଥିଶଯ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ରାମନଗର ଜିଲ୍ଲାରେ ମାନବ ଖପୁରୀ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି  । ଜିଲ୍ଲାର ଜୋଗାନାହଲ୍ଲୀ ଗାଁର ଏକ ଫାର୍ମ ହାଉସରେ ୨୫ଟି ମାନବ ଖପୁରୀ ମିଳିଛି। ବଳରାମ ନାମକ ଜଣେ ବ୍ୟକ୍ତି ଖପୁରୀ ସଂଗ୍ରହ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ବଳରାମ କୋଟିଆଦୀଶ ମାନବ ଖପୁରୀ ସଂଗ୍ରହ କରି ତନ୍ତ୍ରରେ ବ୍ୟବହାର କରୁଥିଲା।  ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ବଳରାମଙ୍କୁ ଗିରଫ କରାଯାଇଛି ।

ଏହି ଖପୁରୀ ଉପରେ କମଳା ଏବଂ ଧଳା ରଙ୍ଗ ପ୍ରୟୋଗ କରାଯାଇଥିଲା  ।  ମାମଲାରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।FSL ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି। ଗତ ୪ ରୁ ୫ ବର୍ଷ ଧରି ଖପୁରୀ, ହାତ ଏବଂ ପାଦର ହାଡ ସଂଗ୍ରହ କରାଯାଇଥିବାର ସନ୍ଦେହ କରାଯାଉଛି  ।

ପୋଲିସ ବଳରାମଙ୍କୁ ଗିରଫ କରିଛି।  ସେ ତାଙ୍କ ଜମିରେ ଏକ ଶେଡ ନିର୍ମାଣ କରିଛନ୍ତି। ସେହି ଶେଡର ନାମ ଶ୍ରୀ ଶ୍ୟାମଶନ୍ ପୀଠ ରଖାଯାଇଛି  । ଅଭିଯୁକ୍ତ ବ୍ୟକ୍ତି କବର ସ୍ଥାନରୁ ଏକ ଖପୁରୀ ଆଣି ଏହାକୁ ପୂଜା କରନ୍ତି।

ବସିବା ଏବଂ ଶୋଇବା ପାଇଁ ଅସ୍ଥି ଶଯ୍ୟା

ଅନୁସନ୍ଧାନ କରିବାକୁ ଯାଇ ପୋଲିସ ଦେଖିଥିଲା ଯେ ସେଠାରେ ଅନେକ ଗୁଣ୍ଡ ମାନବ ହାଡ ପଡ଼ିଛି। ଏହା ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସମଗ୍ର ଘରେ ପୋକ ସାଲୁବାଲୁ ହେଉଥିଲେ  । ଅଭିଯୁକ୍ତ ବଳରାମ ବସିବା ଓ ଶୋଇବା ପାଇଁ ମାନବ ଶରୀରର ହାଡର ଏକ ଶଯ୍ୟା ତିଆରି କରିଥିଲା  । ଅନ୍ୟ ଏକ ତଦନ୍ତକାରୀ ଟିମ୍ ଜୋଗ୍ରାଡୋଡି ନିକଟ ଫାର୍ମ ହାଉସ୍ ପରିଦର୍ଶନ କରିଥିଲେ  । ଯେଉଁଠାରେ ଆହୁରି ଅଧିକ ମାନବ ହାଡ ରହିଥିଲା  । ଶେଡରେ ୫୦ରୁ ଅଧିକ ହାଡ ଥିବା FSL ଦଳ କହିଛି। ଅଧିକାରୀମାନେ ସମଗ୍ର ଅଞ୍ଚଳକୁ ସିଲ୍ କରିଛନ୍ତି। ସମଗ୍ର ସନ୍ଦିଗ୍ଧ ଅଞ୍ଚଳର ଅନୁସନ୍ଧାନ କରାଯାଉଛି।

 

IPL ୨୦୨୪, ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡିପାରନ୍ତି ସୂର୍ଯ୍ୟକୁମାର ଯାଦବ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ଦିନ ପାଖଉ ଥିବାବେଳେ ସୂର୍ଯ୍ୟକୁମାରଙ୍କୁ ନେଇ ସସପେନ୍ସ ବଢି ଚାଲିଛି  । ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଦୁଇଟି ମ୍ୟାଚରେ ସୂର୍ଯ୍ୟକୁମାରଙ୍କ ବାହୁଡା ନେଇ ଏବେ ଅନେକ ପ୍ରଶ୍ନ  ।

ସୂର୍ଯ୍ୟକୁମାର ଯାଦବଙ୍କୁ ନିକଟରେ ପ୍ରାକ୍ଟିସ କରିବାଦେଖିବାକୁ ମିଳିଛି ।  ସୋସିଆଲ ମିଡିଆରେ ମଧ୍ୟ ସେ ସକ୍ରିୟ  । ପ୍ରତିଦିନ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରିବା ସହ ଇନଷ୍ଟା କାହାଣୀ ମାଧ୍ୟମରେ ସାଥୀ ଖେଳାଳିଙ୍କ ମନୋବଳ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି  । ହେଲେ ଆଇପିଏଲ୍ 2024 ରେ ସେ ଖେଳିବା ନେଇ ସସପେନ୍ସ ଖଣ୍ଡା କାହିଁକି ତାଙ୍କ ଉପରେ ଝୁଲିଛି? କାହିଁକି କୁହାଯାଉଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରାରମ୍ଭିକ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବ?  କାରଣ ସେ ଏପର୍ଯ୍ୟନ୍ତ ଏନସିଏରୁ ଫିଟନେସ ପ୍ରମାଣପତ୍ର ପାଇନାହାଁନ୍ତି।

 

୨୨ ମାର୍ଚ୍ଚରୁ IPL ୨୦୨୪ ଆରମ୍ଭ ହେଉଛି  । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୪ ରବିବାର ଠାରୁ ଗୁଜୁରାଟ ଟାଇଟାନ୍ସ ବିରୋଧରେ ଅଭିଯାନ ଆରମ୍ଭ କରିବ।  ବଡ ପ୍ରଶ୍ନ ହେଉଛି ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଟି -20 ରେ ଖେଳିବେ କି? ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ୍ ଖେଳିପାରିବେ ନାହିଁ  । କେବଳ ଏତିକି ନୁହେଁ, ଏହା ପରେ ସେ ପରବର୍ତ୍ତୀ ମ୍ୟାଚ୍ ମଧ୍ୟ ଖେଳି ପାରିବେ ନାହିଁ। କାରଣ, ସେ ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ କି ନାହିଁ ତାହା କହିବା କଷ୍ଟକର।

 

ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀରେ ରହିଛନ୍ତି। ଏକ ସର୍ଜରୀ ପରେ ସେ ଏବେ ଆରାମ କରୁଛନ୍ତି  । ଯାହା ଦେଖାଯାଉଛି ଯେ ସେ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଠାରୁ ଖେଳିବାକୁ ପ୍ରସ୍ତୁତ  । କିନ୍ତୁ ବିସିସିଆଇ ସୂତ୍ରରୁ ପିଟିଆଇ ଯାହା ଲେଖିଛି ତାହା ସନ୍ଦେହଜନକ।

 

ବିସିସିଆଇ ସୂତ୍ର ଅନୁଯାୟୀ, ଏନସିଆର ସ୍ପୋର୍ଟସ ସାଇନ୍ସ ଏବଂ ମେଡିକାଲ ଟିମ୍ ସୂର୍ଯ୍ୟକୁମାର ଯାଦବଙ୍କ ଫିଟନେସ ଉପରେ ନିଶ୍ଚିତ କିଛି କହି ନାହାଁନ୍ତି। ବିଶେଷକରି ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ, ଯାହା ମାର୍ଚ୍ଚ ୨୭ ରେ ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରହିଛି  । ହେଲେ ବର୍ତ୍ତମାନସୁଦ୍ଧା  ଏନସିଏ ତାଙ୍କ ଫିଟନେସ୍ ନିଶ୍ଚିତ ନକରିବା ପର୍ଯ୍ୟନ୍ତ ସୂର୍ଯ୍ୟକୁମାର କିପରି ଖେଳିବେ ତାହାକୁ ନେଇ ଅନେକ ପ୍ରଶ୍ନ  ।

ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର, ୬ ମୃତ ୧୦ ଆହତ

0

ଭୋପାଳ: ବାହାଘର ରୋଷଣୀ ବେଳେ ଅଘଟଣ  । ବରଯାତ୍ରୀଙ୍କ ଉପରେ ମାଡିଗଲା ଡମ୍ଫର  । ଘଟଣାସ୍ଥଳରେ ପ୍ରାଣ ହରାଇଲେ ୬  । ସେହିପରି ୧୦ରୁ ଊର୍ଦ୍ଧ୍ବ ଦୁର୍ଘଟଣାରେ ଆହତ ହୋଇଛନ୍ତି

ମଧ୍ୟ ପ୍ରଦେଶର ଖାମରିଆ ଗାଁରେ ବାହାଘର ପ୍ରୋସେସନ ଚାଲିଥିଲା  । ଠିକ ଏହି ସମୟରେ ଏକ ଡମ୍ଫର ଭିଡ ଭିତରକୁ ମାଡି ଆସିଥିଲା  । ଘଟଣାସ୍ଥଳରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି  । ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିବାରେ ସଫଳ ହୋଇଛି  । ଟ୍ରକଟି ରାଜସ୍ଥାନର ହୋଇଥିବାବେଳେ ଏହା ଭୋପାଳରୁ ବାହାରିଥିଲା  ।

ପୋଲିସର ଘଟଣାର ତଦନ୍ତ ଚଳାଇଛି  । ଖୁବଶୀଘ୍ର ଟ୍ରକ ଡ୍ରାଇଭରକୁ ଧରିବା ପାଇଁ ଛାନବିନ ଚଳାଇଛି ପୋଲିସ  ।

ପୁଅକୁ ଚେଙ୍କ ଦେଇ ଫେରାର ମା’, ନନ୍ଦିନୀଙ୍କୁ ଖୋଜୁଛି ପୋଲିସ

0

ଯାଜପୁର: ନିର୍ଯାତନା ଦେଲା ଜନ୍ମକଲା ମାଆ । ସାମାନ୍ଯ ଭୁଲ ପାଇଁ ପୁଅକୁ ଚେଙ୍କ ଦେଇ କଲା ଲହୁଲୁହାଣ । ଗୁରୁତର ଅବସ୍ଥାରେ ୮ ବର୍ଷର ପୁଅକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ହସ୍ତକ୍ଷେପ କରିଛନ୍ତି ଶିଶୁ ମଙ୍ଗଳ ଅଧିକାରୀ । ଘଟଣା ଘଟିଛି ଯାଜପୁର ଅଳକୁଣ୍ଡ ଥାନା ଝିଙ୍କିରି ଗ୍ରାମରେ । ଗାଁର ଅଧୀର ଜେନା ବେଙ୍ଗଳୁରୁରେ ରହି କାମ କରନ୍ତି । ପତ୍ନୀ ନନ୍ଦିନୀ ଶାଶୁ ଶ୍ବଶୂରଙ୍କ ସହ ଝଗଡ଼ା କରି ଦୁଇ ପୁଅଙ୍କୁ ନେଇ ଅଲଗା ରୁହନ୍ତି ।

ଏପରିକି ପିଲାଙ୍କୁ ଶାଶୁ ଶ୍ବଶୂରଙ୍କ ସହ ମିଶିବାକୁ ଦିଅନ୍ତି ନାହିଁ । ବଡ ପୁଅ ତୁଷାର ସ୍ଥାନୀୟ ଗୋଖାସାହି ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ଟ୍ୟୁସନରୁ ଫେରିବା ବେଳେ ମାର କଟକଣାକୁ ନମାନି ଲୁଚି ଜେଜେ ଓ ଜେଜିଙ୍କୁ ଦେଖା କରନ୍ତି । ଏହା ଜାଣିବା ପରେ ରାଗି ନନ୍ଦିନୀ ତାଙ୍କୁ  ଚେଙ୍କ ଦେଇଥିଲେ ।

ଗୁରୁତର ଶିଶୁକୁ ଉଦ୍ଧାର କରି ଜେଜେ ବାପା ଓ ଗ୍ରାମବାସୀ ମେଡିକାଲ ନେବା ସହ ଅଳକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ । ଶିଶୁ ମଙ୍ଗଳ ଅଧିକାରୀ ଶିଶୁକୁ ଉଦ୍ଧାର କରି ବାଳାଶ୍ରମରେ ରଖିବାକୁ ବନ୍ଦୋବସ୍ତ କରିଥିଲେ। ତେବେ ତୁଷାର ମନା କରିବାକୁ ତାଙ୍କୁ ଜେଜେଙ୍କ ଜିମା ଦିଆଯାଇଛି। ଘଟଣା ପରେ ନନ୍ଦିନୀ ଫେରାର ଥିବାରୁ ତାଙ୍କୁ ଖୋଜୁଛି ପୋଲିସ୍ ।

ଦେଶରେ ଲାଗିୁ ହେଲା CAA, ସହଜ ଭାଷାରେ ଜାଣନ୍ତୁ କଣ କଣ ବଦଳିବ ?

ନୂଆଦିଲ୍ଲୀ:  ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ର ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହିତ ବର୍ତ୍ତମାନ CAA ଦେଶରେ ଲାଗୁ ହୋଇଛି  । CAA ଲାଗୁ ହେବା ପରେ ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଅଣ-ମୁସଲମାନ ସଂଖ୍ୟାଲଘୁଙ୍କ ପାଇଁ ଭାରତୀୟ ନାଗରିକତ୍ୱ ପାଇବା ପାଇଁ ରାସ୍ତା ସଫା କରାଯାଇଛି। ୨୦୨୦ ମସିହାରେ, ସାରା ଦେଶରେ CAA ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା  । ଏହି ପ୍ରଦର୍ଶନରେ ଅନେକ ଲୋକ ଥିଲେ ଯେଉଁମାନେ ଆଇନ ବିଷୟରେ ଅଳ୍ପ କିମ୍ବା ଭୁଲ ଜ୍ଞାନ ରଖିଥିଲେ  । ତେବେ ଆସନ୍ତୁ ଜାଣିବା CAA ଲାଗୁ ପରେ କ’ଣ ପରିବର୍ତ୍ତନ ହେବ ?

ଟେକ୍ନିକାଲ୍, ନାଗରିକତ୍ୱ ସଂଶୋଧନ ଅଧିନିୟମ ଯଥା CAA ୧୯୫୫ ର ନାଗରିକତ୍ୱ ଅଧିନିୟମରେ ସଂଶୋଧନ କରିଛି  । ଏହାର ଅର୍ଥ ହେଉଛି ଯେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ସେହି ଲୋକମାନେ ୩୧ ଡିସେମ୍ବର ୨୦୧୪ ପୂର୍ବରୁ କୌଣସି ପ୍ରକାର ନିର୍ଯାତନା କାରଣରୁ ଭାରତ ଆସିଥିଲେ, ସେମାନେ ନାଗରିକତ୍ୱ ପାଇବେ।  ଏହି ମୁସଲମାନ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଉପକୃତ କରିବ ଯେଉଁଥିରେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଏବଂ ଖ୍ରୀଷ୍ଟିଆନ ଅନ୍ତର୍ଭୁକ୍ତ।

 

ସରକାର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ CAA ମାଧ୍ୟମରେ ଦିଆଯାଇଥିବା ନାଗରିକତା କେବଳ ଗୋଟିଏ ଥର ହେବ। ଅର୍ଥାତ୍ ଡିସେମ୍ବର 31, 2014 ପରେ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ବେଆଇନ ଭାବେ ଭାରତ ଆସିଥିବା ଅଣ-ମୁସଲମାନ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ଦିଆଯିବ ନାହିଁ। ଏହି ନିୟମ କାର୍ଯ୍ୟକାରୀ ହେବା ପରେ ଧର୍ମ ନିର୍ବିଶେଷରେ ଭାରତର କୌଣସି ନାଗରିକଙ୍କ ନାଗରିକତ୍ୱ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

 

ଭାରତର ପୂର୍ବତନ ବୈଦେଶିକ ସଚିବ କହିଛନ୍ତି ଯେ ଦଶନ୍ଧି ଧରି ଭାରତକୁ ଆସି ଦେଶରେ ବସବାସ କରୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ଏବଂ ଖ୍ରୀଷ୍ଟିଆନ ସଂଖ୍ୟାଲଘୁମାନେ ପୂର୍ବ ସଂଶୋଧିତ ନାଗରିକତ୍ୱ ଆଇନ ଅନୁଯାୟୀ ଭାରତୀୟ ନାଗରିକତ୍ୱ ହାସଲ କରିପାରିନଥିଲେ। ଏହି କାରଣରୁ ସେ ଭାରତୀୟ ନାଗରିକତ୍ୱର ଅନେକ ଲାଭରୁ ବଞ୍ଚିତ ହୋଇଥିଲେ। ସଂଶୋଧନ ପରେ ସେମାନଙ୍କୁ ଏକ ଅନିଶ୍ଚିତ ଜୀବନ ବଞ୍ଚିବାକୁ ପଡିବ ନାହିଁ  ।

 

ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କ ଆଗମନ ପାଇଁ ଅନେକ କାରଣ ଥିଲା  । ନିର୍ଯ୍ୟାତନା, ଭେଦଭାବ, ଶାରୀରିକ ଅସୁରକ୍ଷିତତା, ବାଧ୍ୟତାମୂଳକ ପରିବର୍ତ୍ତନ ହେବାର ଆଶଙ୍କା ଇତ୍ୟାଦି  । ସରକାରୀ ଆକଳନ ଅନୁସାରେ ମୁସଲମାନ ସଂଖ୍ୟାଲଘୁ ପଡୋଶୀ ଦେଶରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ବୃହତ ସ୍ଥାନାନ୍ତରଣକୁ ପ୍ରମାଣିତ କରେ  । ୧୯୪୭ ମସିହାରେ ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟ, ଅଧିକାଂଶ ହିନ୍ଦୁ ଏବଂ ଶିଖ୍, ଜନସଂଖ୍ୟାର ପ୍ରାୟ ୨୩% ଗଠନ କରିଥିଲେ । ଆଜି ସେମାନେ ପ୍ରାୟ ୫% | ହିନ୍ଦୁମାନେ କେବଳ ୧.୬୫% ରେ ରହିଛନ୍ତି  ।

 

ସେହିଭଳି, ଯେତେବେଳେ ୧୯୭୧ ରେ ବାଂଲାଦେଶ ଗଠନ ହେଲା, ହିନ୍ଦୁମାନେ ଜନସଂଖ୍ୟାର ୧୯% ଥିଲେ। ୨୦୧୬ ରେ ସେମାନେ ମାତ୍ର ୮% ଥିଲେ ।ଯେଉଁଠାରେ ଭାରତରେ ସଂଖ୍ୟାଲଘୁଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ୧୯୪୭ ମସିହାରେ ଭାରତରେ ମୁସଲମାନମାନଙ୍କ ସଂଖ୍ୟା ୯.୨ କୋଟି ଥିଲା। ଆଜି ସେମାନଙ୍କର ଆନୁମାନିକ ସଂଖ୍ୟା ପ୍ରାୟ ୨୦ କୋଟି ।

 

୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା, ଟ୍ବିନ ସିଟିରେ ୪୦ ପାର୍ କରିପାରେ ପାରଦ

ଭୁବନେଶ୍ବର: ରାଜ୍ୟରେ ବଢ଼ିଲା ତାତି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅସମ୍ଭାଳ। ଆସନ୍ତା କାଲି ଯାଏଁ ମିଳିବନି ତାତିରୁ ନିସ୍ତାର। ଆଜି ଉପକୂଳ ଓଡ଼ିଶାରେ ବି ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି।

ଆଗକୁ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ରାଜ୍ୟର କିଛି ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ। ବିଶେଷ କରି ଟୁଇନ୍ ସିଟି କଟକ ଭୁବନେଶ୍ବର ସମେତ କିଛି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିପାରେ। କାଲି ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ୧୪ ତାରିଖ ବେଳକୁ ରାଜ୍ୟରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବ।

ଏହା ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି।

ରାଜନୈତିକ ଦଳଙ୍କୁ ଇଲେକ୍ଟୋରାଲ ବଣ୍ଡରେ ଅର୍ଥ ଦାନ ପ୍ରସଙ୍ଗ, ଆଜି ସୁଦ୍ଧା ତଥ୍ୟ ଦେବ SBI

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ତଥ୍ୟ ରଖିବେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କର୍ତ୍ତୃପକ୍ଷ। ଆଜି ଇଲେକ୍ଟୋରାଲ ବଣ୍ଡ ଜରିଆରେ ଦେଶର ବିଭିନ୍ନ ରାଜନୈତିକ ଦଳକୁ ମିଳିଥିବା ଅର୍ଥର ସବିଶେଷ ତଥ୍ୟ ରଖିବାକୁ ଷ୍ଟେଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଆସନ୍ତା ୧୫ ତାରିଖ ସୁଦ୍ଧା ଅଫିସିଆଲ ୱେବସାଇଟରେ ତଥ୍ୟ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତଥ୍ୟ ପ୍ରଦାନ ଲାଗି ଆସନ୍ତା ୩୦ ତାରିଖ ଯାଏଁ ସମୟ ଦେବାକୁ ଆବେଦନ କରିଥିଲା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ। ତେବେ ଏହି ଅବଧି ବୃଦ୍ଧି କରିବାକୁ ରୋକଠୋକ୍ ଭାବେ ମନା କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗତ ୨୬ ଦିନ ଧରି କଣ କରୁଥିଲ ବୋଲି ଷ୍ଟେଟବ୍ଯାଙ୍କକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ଵ ଗଠିତ ବେଂଚ୍ ଏହି ମାମଲାର ଶୁଣାଣି କରିଛନ୍ତି। ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ସୁପ୍ରିମକୋର୍ଟରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା କରିଥିଲା ଏଡିଆର।

ପୂର୍ବରୁ ଗତ ଫେବୃଆରୀ ୧୫ରେ ଗତ ୬ ତାରିଖ ସୁଦ୍ଧା ରାଜନୈତିକ ଦଳଙ୍କୁ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ ସହ ମାର୍ଚ୍ଚ ୧୩ ସୁଦ୍ଧା ଅଫିସିଆଲ ୱେବସାଇଟରେ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଗତ ୪ ତାରିଖରେ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଥିଲା