ଗଡ଼ିଲା ଲିଙ୍ଗରାଜଙ୍କ ରୁକୁଣା ରଥ

1 min read

ଭୁବନେଶ୍ବର: ଗଡ଼ିଲା ଏକାମ୍ରକ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା l ପବିତ୍ର ଅଶୋକାଷ୍ଟମୀରେ ମା ରୁକୁଣା ଓ ଦୋଳଗୋବିନ୍ଦଙ୍କୁ ସାଙ୍ଗରେ ନେଇ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ ପ୍ରଭୁ ଲିଙ୍ଗରାଜ। ରଥଯାତ୍ରାରେ ଶୃଙ୍ଖଳିତ ଓ ସଅଳ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି  l ସକଳୁ ମଙ୍ଗଳା ଆଳତୀ, ଅବକାଶ ନୀତି ସମ୍ପନ୍ନ ପରେ ଭକ୍ତ ମାନଙ୍କ ପାଇଁ ସାହାଣମେଲା ଦର୍ଶନ ହୋଇଥିଲା । ସକାଳ ୭ଟାରେ  ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱରାପାଳ ପୂଜା ପାଇଁ ସାମୟିକ ଭାବେ ଦର୍ଶନ ବନ୍ଦ ରଖାଯାଇଥିଲା । ଏ ସମସ୍ତ ନୀତି ପରେ ଶ୍ରୀଜୀଉଙ୍କ ବଲ୍ଲଭ, ଭୁବନେଶ୍ବରୀଙ୍କ ବଲ୍ଲଭ ଏବଂ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସମ୍ପନ୍ନ କରାଯାଇଛି ରଥଟଣା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।