spot_img
Home Blog Page 201

ସଫଳ ଇଞ୍ଜିନିୟରିଂରୁ ସଫଳ ଯୁବ ଚାଷୀ: ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର

ସଫଳ ଇଞ୍ଜିନିୟରିଂରୁ ସଫଳ ଯୁବ ଚାଷୀ । ଗୋ-ପାଳନ, ଛେଳି ପାଳନ ଓ ମାଛ ଚାଷ କରି ଲକ୍ଷପତି । ନିଜେ ରୋଜଗାମକ୍ଷମ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର। ବାଲେଶ୍ୱର ଜିଲ୍ଲା ନୀଳଗିରିର ଯୁବ ଚାଷୀ ସୌମ୍ୟକାନ୍ତ ପ୍ରଧାନ । ବର୍ଷକୁ କରୁଛନ୍ତି ୧୮ଲକ୍ଷରୁ ଉର୍ଦ୍ଧ୍ବ ରୋଜଗାର। ପୁଣେରେ ମେକାନିକାଲ ଇଂଜିନିୟରିଂ ଭାବେ ଏକ ବେସରକାରୀ କମ୍ପାନୀରେ କାମ କରୁଥିଲେ। ହେଲେ ଛୋଟ ବେଳୁ ଚାଷ ପ୍ରତି ଥିଲା ଅହେତୁକ ଦୁର୍ବଳତା। କୋଭିଡ୍ ସମୟରେ ଲକଡାଉନ୍ ଯୋଗୁଁ ଘରକୁ ଫେରି ଚାଷ ପ୍ରତି ଆକର୍ଷିତ ହୋଇଥିଲେ । ଏକ ଘରୋଇ କଲେଜରେ ଚାକିରି କରିବା ସହ ନୀଳଗିରି ଏନଏସି ମିରିଗିଣି ଖଣ୍ଡିଆହୁଡି ନିକଟରେ କରୁଛନ୍ତି ଚାଷ। ନିଜ ପୈତୃକ ୫ ଏକର ଜାଗାରେ ଭିନ୍ନ ପ୍ରଜାତିର ସିବିଜର୍ସି ଗାଈ ଓ ଦେଶୀ ଛେଳି ରଖିଛନ୍ତି। ଏହାସହ ଦୁଇଟି ପୋଖରୀ କାଟି ମାଛଚାଷ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ଦୁଇବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁ ଆମେରିକାରେ ସୌମ୍ୟକାନ୍ତଙ୍କୁ କଳା ହଳଦୀ, କଳା ଧାନ ସମ୍ପର୍କରେ କହିଥିଲେ । ବର୍ତ୍ତମାନ ସୌମ୍ୟକାନ୍ତ ନିଜ ଘର ବାଡ଼ିରେ କଳା ହଳଦୀ ଚାଷ କରିଛନ୍ତି । ଲୋକଙ୍କୁ ମଧ୍ୟ କଳା ହଳଦୀ ଚାଷ କରିବା ପାଇଁ ଚାରା ଯୋଗାଉଛନ୍ତି। ନିଜ ଫାର୍ମରେ ୩ ଜଣ ଲୋକ ରଖିଛନ୍ତି। ଘର ପାଖରେ କାମ କରି ସେମାନେ ବି ବେଶ୍ ଖୁସି। ଆଜିର ଯୁବପିଢି ଚାକିରି ପଛରେ ନ ଗୋଡ଼ାଇ ଚାଷ କରି ଭଲ ରୋଜଗାର କରିପାରିବେ ବୋଲି ସୌମ୍ୟକାନ୍ତ କହିଛନ୍ତି।

ନିଝୁମ୍ ରାତିରେ ନିଶାଚୁର ହେଉଥିଲେ ଯୁବକ ଯୁବତୀ: ବିନା ବାର୍ ଲାଇସେନ୍ସରେ ବେଧଡକ ଚାଲିଥିଲା ମଦ ବେପାର

ଲିମିଟ୍ କ୍ରସ୍ କରି ଛାତି ଥରାଉଥିଲା ‘ନୋ ଲିମିଟ’ । ନିଝୁମ୍ ରାତିରେ ନିଶାଚୁର ହେଉଥିଲେ ଯୁବକ ଯୁବତୀ । ବିନା ବାର୍ ଲାଇସେନ୍ସରେ ବେଧଡକ ଚାଲିଥିଲା ମଦ ବେପାର । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବି ଶୁଣୁନଥିଲା ପୋଲିସ୍ । ଗୋଆ ହରର୍ ପରେ ଥରହର ହେଲା ଭୁବନେଶ୍ୱର । ଅଗ୍ନିକାଣ୍ଡରେ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ “ନୋ ଲିମିଟ ଏୟାର” ଦିନ ପ୍ରାୟ ୮ ଟା ୩୦ ରେ ଜଳୁଥିବା ଦେଖି ଅଗ୍ନିଶମ ବିଭାଗର ୫ଟି ଟିମ ପହଁଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି । ଖବର ମୁତାବକ ବିନା ଅବକାରୀ ଲାଇସେନ୍ସରେ ଚାଲିଥିଲା ମଦ ର ଆସର । ନିଶା ଚଢ଼ିବା ପରେ ରୁଫ ଟଫରେ ମିଳୁଥିଲା ହୁକା । ଡିଜେ ତାଳେ ତାଳେ ନିୟମ କାନୁନର ଧଜିଆ ଉଡାଉଥିଲେ ନୋ ଲିମିଟ କର୍ତ୍ତୃପକ୍ଷ । ନା ଥିଲା ପୋଲିସକୁ ଭୟ, ନା ଥିଲା ଅବକାରୀ ବିଭାଗକୁ ଖାତିର । ରେସ୍ତୋରାଁ ନାଁରେ ରାତି ତମାମ ଚାଲୁଥିଲା ତାମସା । ଏଭଳି ଅଘଟଣ ଘଟିବା ପରେ କଣ କହୁଛନ୍ତି କର୍ତ୍ତୃପକ୍ଷ ଶୁଣନ୍ତୁ ।

ଲାଇସେନ୍ସ ନଥିଲା କିନ୍ତୁ ପଡିଥିଲା ପୁଳା ପୁଳା ମଦ ବୋତଲ । ଖବର ମୁତାବକ ରାଜମହଲରେ ଥିବା ‘ନୋ ଲିମିଟ’ ବ୍ରାଞ୍ଚରୁ ସେଠାକୁ ସପ୍ଲାଏ ହଉଥିଲା ମଦ। ବ୍ୟାଚେଲର୍ ପାର୍ଟି, ବାର୍ଥ ଡେ’ ପାର୍ଟି ହେଲେ ନିଶା ଖାଇ ନାକେଦମ କରୁଥିଲେ ନିଶାଡୀ । କିଛିମାସ ତଳେ ମଧ୍ୟ ଠିକ ଏହି ସ୍ଥାନରେ ବିଳମ୍ବିତ ରାତିରେ ଯୁବକଙ୍କୁ ହୋଇଥିଲା ଛୁରାମାଡ଼ । ସବୁ ଦେଖି ମଧ୍ୟ ନିଦାବିଷ୍ଣୁ ପାଲଟିଥିଲା ପୋଲିସ । ସବୁ ଜାଣି ମଧ୍ୟ କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲା ଅବକାରୀ ବିଭାଗ । ଆଉ ଘଟଣା ଘଟିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ । ଆଗକୁ ବଡ଼ଦିନ, ନୂଆବର୍ଷ ଥିବାବେଳେ ମଦ ମାଫିଆଙ୍କୁ ଧରାଯିବ ବୋଲି ଚେତାବନୀ ଦେଇଛନ୍ତି ସୁପରିନଟେଣ୍ଡେଣ୍ଟ । ନର୍ଥ ଗୋଆରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନି ଘଟିବା ପରେ ଦୁଇଦିନ ତଳେ ସହରରେ ଥିବା ବାର, କ୍ଲବ, ରେସ୍ତୋରାଁ ର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଥିଲେ ଅଗ୍ନିଶମ ଡିଜି । କିନ୍ତୁ ଆଜିର ଏହି ଅଘଟଣ ବିଭାଗୀୟ ଅପାରଗତାକୁ ପଦାରେ ପକାଇଛି ।

ମଣିଷ ପରି କଥା କହିବ ରୋବୋଟ: ରାଉରକେଲା ଏନଆଇଟିର ଛାତ୍ରଛାତ୍ରୀଙ୍କ ଅଦ୍ଭୂତ ଉଦ୍ଭାବନ

ମଣିଷ ପରି କଥା କହିବ ରୋବୋଟ । ମଣିଷର ଭାଷା ବୁଝିବା ସହ ଦେବ ପ୍ରଶ୍ନର ଉତ୍ତର । ଦୈନନ୍ଦିନ ଜୀବନରେ ମଣିଷର ପାଲଟିବ ପରମ ବନ୍ଧୁ । ଏମିତି ଏକ ଅଦ୍ଭୂତ ଉଦ୍ଭାବନ କରିଛନ୍ତି ରାଉରକେଲା ଏନଆଇଟିର ଗବେଷଣାରତ ଛାତ୍ରଛାତ୍ରୀ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ବ୍ୟବହାର କରି ଦୁଇଜଣ ପ୍ରଫେସର ଓ ୬ ଜଣ ଛାତ୍ରଛାତ୍ରୀ ନିର୍ମାଣ ମିଶି ଏପରି ନିର୍ମାଣ କରିଛନ୍ତି ରୋବୋଟ୍ । ଏହି ରୋବଟ ମଣିଷର ଭାଷା ବୁଝି ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହ ପ୍ରଶ୍ନର ଉତ୍ତର ଦେଇ ବାସ୍ତବ ସମୟରେ ଯୋଗାଯୋଗ କରି ପାରିବ । ଘର, ଶ୍ରେଣୀଗୃହ, କାର୍ଯ୍ୟାଳୟ, ହସ୍ପିଟାଲ ଓ ସାମୁଦାୟିକ ସ୍ଥାନରେ ଏହାକୁ ବ୍ଯବହାର କରିହେବ । ଏହି ବିକଶିତ ନବସୃଜନ ଓ ସିଷ୍ଟମ ପାଇଁ ଏନ୍ଆଇଟି ରାଉରକେଲା ଏକ ପେଟେଣ୍ଟ ହାସଲ କରିଛି ।

ବ୍ୟବହାରକାରୀଙ୍କ ମୁହଁର ଅଭିବ୍ୟକ୍ତିକୁ ବୁଝି ମଣିଷର ସୁଖ ଦୁଃଖର ସାଥୀ ହୋଇ ପାରିବ ଏହି ରୋବୋଟ । ଯାତାୟତ କରିବା ପାଇଁ ଏଥିରେ ଚକ ଆଧାରିତ ପ୍ଲାଟଫର୍ମ ଓ ନାଭିଗେସନ୍ ସିଷ୍ଟମ୍ ଖଞ୍ଜାଯାଇଛି । ବିଲ୍ଟ-ଇନ୍ ଡିଷ୍ଟାନ୍ସ-ସେନ୍ସିଂ ମଡ୍ୟୁଲ୍ ଯୋଗୁଁ ଭିଡ଼ ସ୍ଥାନରେ ସୁରକ୍ଷିତ ଭାବରେ ଯାତାୟତ କରିପାରିବ । ଙ୍କେତିକ ଭାଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିପାରିବ । ହସ୍ପିଟାଲ, କର୍ମକ୍ଷେତ୍ର ତଥା କମ୍ୟୁନିଟି ସେଣ୍ଟରଗୁଡ଼ିକରେ ଏହା ଉପଯୋଗୀ ହେବ । ବିଶ୍ୱ ସ୍ତରରେ ଉପଲବ୍ଧ ଅନ୍ୟ ରୋବୋଟ ତୁଳନରେ ଏହାର ଢାଞ୍ଚା ଭାରତୀୟ ପରିବେଶ ପାଇଁ ଉପଯୋଗୀ ବୋଲି କହିଛନ୍ତି ଏନଆଇଟି ଛାତ୍ରଛାତ୍ରୀ । ଏହି ରୋବୋଟ୍ର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ଟିମ ସୂଚନା ଦେଇଛି ।

ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ: ହତ୍ୟା ଅଭିଯୋଗ ଆଣିଲେ ଗୁରୁଙ୍କ ମଉସା

ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟି ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ଧାମନଗର ଥାନାରେ ପହଞ୍ଚି ଗୁରୁଙ୍କୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରି ଜଣାଇଛନ୍ତି ଗୁରୁଙ୍କ ମଉସା ନରେନ୍ଦ୍ର ମିଶ୍ର । ନା ନନେଇ ଗୁରୁଙ୍କ ହତ୍ୟା ପଛରେ ଯାତ୍ରାପାର୍ଟି ସ୍ୱର୍ଣ୍ଣମହଲର ହାସ୍ୟ ଅଭିନେତ୍ରୀଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଘଟଣା ଦିନ ଅଭିନେତ୍ରୀଙ୍କ ସହ ଗୁରୁଙ୍କ ଝଗଡା ନେଇ ଖବର ପାଇଥିଲେ । ତେଣୁ ସେହି ଅଭିନେତ୍ରୀ ଗୁରୁଙ୍କ ହତ୍ୟା କରିଥାଇ ପାରନ୍ତି । ଘଟଣା ଘଟିବାର କିଛି ଘଣ୍ଟା ପୂର୍ବର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏନେଇ ଗୁରୁଙ୍କ ସ୍ତ୍ରୀ ସ୍ନେହଲତା ମଧ୍ୟ ପୂର୍ବରୁ ହତ୍ୟା ଅଭିଯୋଗ ଆଣିବା ସହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ।ଅନ୍ୟପଟେ ଦୁର୍ଘଟଣାରେ ଗୁରୁଙ୍କ ନିଖୋଜ ଦୁଇଟି ମୋବାଇଲ ପୋଲିସଠାରୁ ନେଇଛନ୍ତି ମଉସା ନରେନ୍ଦ୍ର। ରବିବାର ୭ ତାରିଖ ଦିନ ଗୁରୁ ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତେବେ ଗୁରୁଙ୍କ ମୃତ୍ୟୁ ପରଠାରୁ ତାଙ୍କ ମୋବାଇଲରେ କେତେକ ଆପତ୍ତିଜନକ ଚାଟିଂ ଓ ମୃତ୍ୟୁର କିଛି ସମୟ ପୂର୍ବରୁ ଏକ ଭିଡିଓକୁ ନେଇ ଗୁରୁଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

୬ଟି ଦେଶରେ ବ୍ୟାନ ବଲିଉଡ ସିନେମା ଧୁରନ୍ଧର

୬ଟି ଦେଶରେ ବ୍ୟାନ ବଲିଉଡ ସିନେମା ଧୁରନ୍ଧର। ଅଭିନେତା ରଣବୀର ସିଂହଙ୍କ ଫିଲ୍ମ ଧୁରନ୍ଧରକୁ ୬ଟି ଉପସା୮ଗରୀୟ ଦେଶ ନିଶିଦ୍ଧ କରିଛନ୍ତି। ବାହାରିନ୍, କୁଏତ, ଓମାନ, ସାଉଦି ଆରବ, ୟୁଏଇ ଏବଂ କତାରରେ ଫିଲ୍ମର ରିଲିଜ୍ ଉପରେ ରୋକ ଲଗାଯାଇଛି। ଫିଲ୍ମରେ ପାକିସ୍ତାନ ବିରୋଧୀ ବିଷୟବସ୍ତୁ ଥିବାରୁ ଉପସାଗରୀୟ ଦେଶ ଏହାକୁ ବ୍ୟାନ କରିଛନ୍ତି। ପାକିସ୍ତାନ ବିରୋଧୀ ସିନେମା ଆଖ୍ୟା ଦେଇ ଏହି ଫିଲ୍ମକୁ ନିଶିଦ୍ଧ କରିଛନ୍ତି। ନିକଟରେ ଦେଶ ସମେତ ବିଶ୍ଵରେ ବିଭିନ୍ନ ଦେଶରେ ମୁକ୍ତିଲାଭ କରିଛି ଏହି ସିନେମା। ଅଭିନେତା ରଣବୀର ସିଂହ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ, ଆର ମାଧବନ ଏବଂ ଅର୍ଜୁନ ରାମପାଲଙ୍କ ଅଭିନୟକୁ ପ୍ରଶଂସା କରାଯାଇଛି।

ରଣବୀର ସିଂହଙ୍କ ଫିଲ୍ମ ଧୁରନ୍ଧର ବିଶ୍ୱବ୍ୟାପୀ ବକ୍ସ ଅଫିସରେ ବଡ଼ ଧମାଲ ସୃଷ୍ଟି କରିଛି। ଧୁରନ୍ଧର ବିଭିନ୍ନ ଦେଶରେ ପ୍ରାୟ ୩୦୦ କୋଟି ଟଙ୍କା ରୋଜଗାର କରିଛି। ଏହାପରେ ବି ଅନେକ ଉପସାଗରୀୟ ଦେଶ ଏହି ଫିଲ୍ମକୁ ବ୍ୟାନ କରିଛନ୍ତି। ଫିଲ୍ମ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଗୁଇନ୍ଦାଗିରି ରହସ୍ୟରେ ଭରପୁର ଏହି ଫିଲ୍ମ ଉପରେ ରୋକ ଲଗାଇଛନ୍ତି। ଫିଲ୍ମ ନିର୍ମାତା ଆଦିତ୍ୟ ଧର ପୂର୍ବରୁ ଫିଲ୍ମ ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକକୁ ବେଶ ପ୍ରଶଂସା ମିଳିଛି। ଧାରା 370 ଭଳି ଚଳଚ୍ଚିତ୍ର ନିର୍ମାଣ କରି ମଧ୍ୟ ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି ନିର୍ଦ୍ଦେଶକ ଆଦିତ୍ୟ ଧର। ପାକିସ୍ତାନ ବଲୋଚ ନେତା ମୀର ୟାର ଫିଲ୍ମକୁ ବିରୋଧ କରିଛନ୍ତି। ବଲୋଚ ଆନ୍ଦୋଳନକାରୀ କେବେବି ପାକିସ୍ତାନର ISI ସହ ସାମିଲ ନଥିବା କହିଛନ୍ତି ମୀର ୟାର।

ଭିଜିଲାନ୍ସ ନାଁରେ OAS ଅଫିସରଙ୍କୁ ଠକେଇ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

ଭିଜିଲାନ୍ସ ନାଁରେ OAS ଅଫିସରଙ୍କୁ ଠକେଇ ଅଭିଯୋଗ। ଠକେଇ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ। OAS ଅଧିକାରୀଙ୍କୁ ଚାନ୍ଦା ମାଗି ଧରାପଡିଲେ ୨ ଠକ। ଗଣେଶ ନନ୍ଦ ଓ ପ୍ରଦୀପ ପଣ୍ଡା ନାମକ ବ୍ୟକ୍ତି ଗିରଫ। ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ। ଉଭୟଙ୍କ ଘର ସୁବର୍ଣ୍ଣପୁର ବୀରମହାରାଜପୁର ଅଂଚଳରେ। ଭିଜିଲାନ୍ସ ଅଧିକାରୀ ନାଁରେ ଟଙ୍କା ଆଦାୟ ଅଭିଯୋଗ। ୨ଟି କିସ୍ତିରେ OAS ଅଧିକାରୀଙ୍କଠୁ ୪ ଲକ୍ଷ ଆଦାୟ ଅଭିଯୋଗ। ଭିଜିଲାନ୍ସ ପରିଚୟ ଦେଇ ଠକେଇ କରୁଥିଲେ ।

ଇଣ୍ଡିଗୋ ଅଚଳାବସ୍ଥା ଘଟଣା: ୪ ଫ୍ଲାଇଟ ଅପରେସନ୍ସ ଇନ୍ସପେକ୍ଟର ବହିଷ୍କୃତ

ଇଣ୍ଡିଗୋ ଅଚଳାବସ୍ଥା ଘଟଣା। ୪ ଫ୍ଲାଇଟ ଅପରେସନ୍ସ ଇନ୍ସପେକ୍ଟର ବହିଷ୍କୃତ। ଫ୍ଲାଇଟ ଅପରେସନ୍ସ ଇନ୍ସପେକ୍ଟରଙ୍କୁ ବହିଷ୍କାର କଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ- DGCA। କିଛି ଦିନ ଧରି ସାରା ଦେଶରେ ଇଣ୍ଡିଗୋ ଅଚଳାବସ୍ଥା ଯୋଗୁ ଲକ୍ଷ ଲକ୍ଷ ଯାତ୍ରୀ ହୋଇଥିଲେ ପ୍ରଭାବିତ।
ଗତକାଲି ଏହି ପ୍ରସଙ୍ଗରେ ଡିଜିସିଏଙ୍କ ନିକଟରେ ହାଜର ହୋଇଥିଲେ ଇଣ୍ଡିଗୋ ସିଇଓ ପିଟର ଏଲବର୍ସ। ଇଣ୍ଡିଗୋ ହାତରୁ ବିମାନ ଚଳାଚଳ ହ୍ରାସ କରି ଅନ୍ୟ କମ୍ପାନିକୁ ହସ୍ତାନ୍ତର କରିଥିଲେ ସରକାର। ଯାତ୍ରୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଅର୍ଥ ଫେରସ୍ତ ଲାଗି ନିର୍ଦ୍ଦେଶ ଦେଇଥିଲା ମନ୍ତ୍ରାଳୟ।

ଲୋକସଭାରେ ଦିଲ୍ଲୀ ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି

ପାର୍ଲାମେଣ୍ଟରେ ପୁଣି ଉଠିଲା ପ୍ରଦୂଷଣ ପ୍ରସଙ୍ଗ। ଲୋକସଭାରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଲଗାତାର ଅନେକ ଦିନ ହେଲାଣି ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣକୁ ଆସୁନାହିଁ। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପଚାରିଛନ୍ତି ରାହୁଲ। ଆଗାମୀ ୪ରୁ ୫ ବର୍ଷ ମଧ୍ୟରେ ସରକାରଙ୍କ କଣ ଯୋଜନା ରହିଛି। ଏ ପ୍ରସଙ୍ଗରେ ସଂସଦରେ ଏକ ଜରୁରୀ ଏବଂ ସଂଗଠିତ ବିତର୍କ ହେବା ଜରୁରୀ ବୋଲି କହିଛନ୍ତି ରାହୁଲ।ବାୟୁ ପ୍ରଦୂଷଣ ଏକ ଗୁରୁତର ସମସ୍ୟା। ଏହାକୁ ନେଇ ଗୃହରେ ଆରୋପ ପ୍ରତ୍ୟାରୋପ ହେବା ଅନୁଚିତ। ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦେଶର ସମସ୍ତ ସହରରେ ନିୟମ ହେବା ଦରକାର। କାହାକୁ ଦୋଷ ନଦେଇ ଏକାଠି କାମ କରିବା ବୋଲି କହିଛନ୍ତି ରାହୁଲ। ଏହାକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଦର୍ଶାଯାଇଛି। ସେପଟେ ଏହି ପ୍ରସଙ୍ଗ ନେଇ ସରକାର ଆଲୋଚନା କରିବାକୁ ରାଜି ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ।

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ଘର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ

ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଘର ମାଲିକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ। ମହିଳା ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୀଡିତା। ସଖୀ ସେଣ୍ଟରରେ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଦୁଷ୍କର୍ମ ଅଭିଯୋଗରେ ଘର ମାଲିକକୁ ଗିରଫ କରାଯାଇଛି। ଗତ ୪ ତାରିଖରେ ଘଟିଥିଲା ଏହି ଘଟଣା। ବାପା ମା’ ଘରେ ନଥିବା ବେଳେ ଘର ମାଲିକ ଦୁଷ୍କର୍ମ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମହିଳା କମିଶନ ସଦସ୍ୟା କ୍ୟାପିଟାଲ ହସ୍ପିଟାଲ ଯାଇ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି। ପୀଡିତାଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।ଏହାପରେ ମାମଲା ନେଇ ମହିଳା ଥାନାରେ ପଚାରି ବୁଝିଛନ୍ତି। କେସରେ ତ୍ୱରିତ ପଦକ୍ଷେପ ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ସହ ଆଲୋଚନା ହୋଇଥିବା କହିଛନ୍ତି ମହିଳା କମିଶନ ସଦସ୍ୟା।.

ବିଜେପି ଶାସନରେ ବଢ଼ୁଛି ନାରୀ ନିର୍ଯାତନା: ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ଟିମ୍

ରାଜ୍ୟରେ ବଢୁଛି ନାରୀ ନିର୍ଯାତନା। ବିଜେପି ଶାସନ କ୍ଷମତା ଆସିବା ପରଠାରୁ ବଢ଼ିଛି ନିର୍ଯାତନାର ଗ୍ରାଫ। ପ୍ରତିଦିନ ଘଟିଚାଲିଛି ଅମାନବୀୟ ଘଟଣା। ହେଲେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଆଜି ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଛି ବିଜେଡି ଟିମ। ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇଛି। ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ସମ୍ପର୍କରେ ରାଜ୍ୟପାଳଙ୍କୁ ଦଳ ଅବଗତ କରାଇଛି । ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ । ତାର ପ୍ରତିବାଦରେ ଡିଜିପି, ମହିଳା କମିଶନ, କେନ୍ଦ୍ର ମହିଳା କମିଶନଙ୍କୁ ବିଜେଡି ପକ୍ଷରୁ ଅବଗତ କରାଯାଇଥିଲେ ବି ଫଳ ଶୂନ। ମାଲକାନଗିରିରେ ସୃଷ୍ଟି ହୋଇଥିବା ଘଟଣାର ସମାଧାନ କରିବାରେ ସରକାର ଅକ୍ଷମ ବୋଲି କହିଛି ବିଜେଡି।