spot_img
Home Blog Page 200

BCCI ଦେଲା ଅନୁମତି !, ଏହି ବିଦେଶୀ ଲିଗରେ ଭାଗ ନେବେ ଭାରତୀୟ ଖେଳାଳି

0

ନନ୍ଦିଘୋଷ ବ୍ୟୁରୋ : ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗଭାବେ ଜଣାଶୁଣା ଆଇପିଏଲ ହେବାକୁ ଆହୁରି ତିନି ମାସ ବାକି ରହିଛି । ଏହାରି ଭିତରେ ମିନି ଅକ୍ସନ ସରିଥିବାବେଳେ ସମସ୍ତ ଦଳ ଟ୍ରଫି ହାତେଇବା ଲାଗି ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଭାରତୀୟ ଖେଳାଳିମାନେ ବିଦେଶୀ ଲିଗରେ ଭାଗ ନେଉନାହାନ୍ତି । ତେବେ ଆଇପିଏଲ ପୂର୍ବରୁ ବିଦେଶରେ ଖେଳାଯାଉଥିବା ଲିଗରେ ଭାରତୀୟ ଖେଳାଳି ନଜର ଆସିବେ ! ତେବେ କହି ରଖୁଛୁ କି, ସାଉଥଆଫ୍ରିକାରେ ଖେଳା ଯାଉଥିବା  SA-20 ରେ ଲକ୍ଷ୍ନୌର କିଛି ବୋଲରମାନେ ନଜର ଆସିବେ । ତେବେ ସେମାନେ ଏହି ଲିଗରା ଖେଳିବେ ନାହିଁ । ବରଂ ବୋଲରମାନେ ନିଜର ଦକ୍ଷତା ପାଇଁ ଏହି ଲିଗରେ ଯାଇ ଦକ୍ଷତା ବୃଦ୍ଧି ପାଇଁ ଅଭ୍ୟାସ କରିବେ । ଲକ୍ଷ୍ନୌ ଫ୍ରାଞ୍ଚାଇଜର ଏକ ଟିମ ସେଠାରେ ଖେଳୁଛି । ଏଣୁ ସେମାନେ ସାଥୀ ଖେଳାଳିଙ୍କ ସହ ଅଭ୍ୟାସ କରିପାରିବେ । ଆଭେସ୍ ଖାନ୍ ଏବଂ ମହସିନ୍ ଖାନଙ୍କ ଭଳି ଖେଳାଳିଭାବେ ଏବେ ଭାଗ ନେଇପାରନ୍ତି ।

ତେବେ ଯଦିଓ ଏନେଇ ଏଯାବତ ବିସିସିଆଇ କୌଣସି ହଁ କରିନାହିଁ ତଥାପି ଏମାନେ ଅଭ୍ୟାସ ପାଇଁ ଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ବିସିସିଆଇ ନିୟମ ଅନୁସାରେ ଯେଉଁମାନେ କଣ୍ଟ୍ରାକ୍ଟରେ ନାହାନ୍ତି କିମ୍ବା କୌଣସି ରାଜ୍ୟ ପାଇଁ ଖେଳୁ ନାହାନ୍ତି ଅଭ୍ୟାସ କରିବା ପାଇଁ ବାହାରକୁ ଯାଇପାରିବେ ।

ଖାଦ୍ୟରେ ବିଷକ୍ରିୟାରୁ ୩ ମୃତ !

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ। ଗୋଟିଏ ପରିବାରର ତିନି ଜଣ ମୃତ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି। ଆଜି ସକାଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ  ଗତକାଲି ରାତିରେ ମା ଗୋଲାପ ସାହୁ, ବଡ଼ପୁଅ ଭାରତ ସାହୁ ଓ ସାନ ପୁଅ ଲିଟୁ ସାହୁ ରାତିରେ ଖାଇ ଶୋଇଥିଲେ। ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ। ଘରର ଅନ୍ୟ ସଦସ୍ୟ ଓ ପଡୋଶୀ ମିଶି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଚିକିତ୍ସାଳୟରେ ପହଂଚିବା ପୂର୍ବରୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏଡିଏମ। ସେପଟେ ଖାଦ୍ୟରେ ବିଷକ୍ରିୟାରୁ ମୃତ୍ୟୁ ହୋଇଛି ନା ଅନ୍ୟ କିଛି କାରଣ ତାହା ତଦନ୍ତ ପରେ ଜଣାପଡିବ ହିନ୍ଦୋଳ ଏସ୍ଡ଼ିପିଓ ସତ୍ୟନନ୍ଦ କହିଛନ୍ତି ଘରେ ନିଆଁ ଜାଳି ଶୋଇଥିଲେ। କାର୍ବନ ମନୋକ୍ସାଇଡ ଯୋଗୁଁ ଅଣନିଶ୍ୱାସୀ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

‘ମାଡାମ ମୋ ଝିଅକୁ ମାରିବେନି ତା’ର ମାଆ ନାହିଁ’… ଭାଇରାଲ ଭିଡିଓ କହୁଛି ଅସହାୟ ବାପାର ଝିଅ ପ୍ରତି ସ୍ନେହ ଓ ଭଲ ପାଇବାର ଅକୁହା କଥା

‘ମାଡାମ ମୋ ଝିଅକୁ ମାରିବେନି ତା’ର ମାଆ ନାହିଁ’… ଭାଇରାଲ ଭିଡିଓ କହୁଛି ଅସହାୟ ବାପାର ଝିଅ ପ୍ରତି ସ୍ନେହ ଓ ଭଲ ପାଇବାର ଅକୁହା କଥା

ନନ୍ଦିଘୋଷ ବ୍ୟୁରୋ: ବାପା ଓ ଝିଅ ମଧ୍ୟରେ ଅତୁଟ ଭଲ ପାଇବା ତ ସମସ୍ତେ ଦେଖିଛନ୍ତି । ହେଲେ କେବେ ମାଆ ଛେଉଣ୍ଡ ଝିଅ ପାଇଁ ବାପାର ମମତା ଦେଖିଛନ୍ତି କି ? ଆଜ୍ଞା ହଁ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଯିଏ ଦେଖୁଛନ୍ତି ତାଙ୍କ ଆଖିରେ ଲୁହ ଆସି ଯାଉଛି । ଭିଡିଓଟିରେ ଜଣେ ଅସହାୟ ବାପା ସ୍କୁଲରେ ଝିଅର ମାଡାମଙ୍କୁ ନିବେଦନ କରି ତାଙ୍କ ଝିଅକୁ ନମାରିବାକୁ କହୁଛନ୍ତି । ଆଉ ଏହାର କାରଣ ସେ ଯାହା ଦେଉଛନ୍ତି ତାହା ସମସ୍ତ ମନକୁ ଭିତରୁ ଆନ୍ଦୋଳିତ କରି ଦେଉଛି । ବାପା ଜଣଙ୍କ ଝିଅର ମାଡାମଙ୍କୁ କହୁଛନ୍ତି, ‘ମାଡାମ୍, ମୋ ଝିଅକୁ ମାରିବେ ନାହିଁ । ତା’ର ମାଆ ନାହିଁ । ସେ ଯଦି କାନ୍ଦିବ ତାକୁ ଚୁପ କିଏ କରାଇବ ।’

ଭିଡିଓରେ ବାପା ବ୍ୟକ୍ତି ଜଣଙ୍କ ଏକ ସ୍କୁଲ ବେଞ୍ଚରେ ତାଙ୍କ ଝିଅ ସହ ବସିଥିବା ଦେଖିବାକୁ ମିଳୁଛି । ଭିଡିଓଟି କୌଣସି ସରକାରୀ ସ୍କୁଲର ଭଳି ଜଣାପଡୁଛି । ହେଲେ ଭିଡିଓରେ ବ୍ୟକ୍ତି ଜଣଙ୍କ ତାଙ୍କ ଝିଅକୁ ନେଇ ମାଡାମଙ୍କୁ କରୁଥିବା ଅନୁରୋଧ ତାଙ୍କ ଅସହାୟତା, ଝିଅ ପ୍ରତି ସ୍ନେହ ଓ ମମତାକୁ ଦର୍ଶାଉଛି ।

ଶାନ୍ତ ପଡ଼ିଗଲା କ୍ଲାସ ରୁମ୍

ବ୍ୟକ୍ତି ଜଣଙ୍କ ଏତିକି କହିବା ପରେ ପୂରା କ୍ଲାସ ରୁମ୍ ଶାନ୍ତ ହୋଇ ଯାଇଥିଲା । କ୍ଲାସରେ ଥିବା ଛୋଟ ଛୋଟ ପିଲାମାନେ ମଧ୍ୟ ତାଙ୍କ ସାଙ୍ଗର ବାପାଙ୍କ କଥା ଶୁଣି ଭାବୁକ ହୋଇଯାଇଥିଲେ । କିଛି ପିଲାଙ୍କ ମନ ଉଦାସ ହୋଇଯାଇଥିବା ବେଳେ କିଛି ପିଲାଙ୍କ ଆଖିରେ ଲୁହ ଚାଲି ଆସିଥିଲା । କେବଳ ପିଲାମାନେ ନୁହଁନ୍ତି, ମାଡାମ ଜଣଙ୍କ ବି ବ୍ୟକ୍ତିଙ୍କ ଅସହାୟତା ଦେଖି ଭାବୁକ ହୋଇଯାଇଥିଲେ ।

ଭିଡିଓଟି ଭାଇରାଲ ହେବା ପରେ ଲୋକଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । ଜଣେ ୟୁଜର୍ସ ଲେଖିଛନ୍ତି, ବାପା କେବଳ ରକ୍ଷକ ନୁହେଁ ଦରକାର ପଡ଼ିଲେ ମାଆ ବି ହୋଇପାରେ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଯେତେବେଳେ ଜଣେ ବାପା ଭଲ ପାଇବା ଦେଇଥାନ୍ତି, ତାହା ସୁରକ୍ଷା କବଚ ହୋଇଯାଇଥାଏ । ଯାହା ପିଲାକୁ ସବୁଠାରୁ କଷ୍ଟ ସମୟରେ ବି ସୁରକ୍ଷା ଦେଇଥାଏ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ବାପା ଜଣଙ୍କ ଏକ ବଡ଼ ଶିକ୍ଷା ଦେଇଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହା ପ୍ରମାଣିତ କରୁଛି କି ଜଣେ ବାପାଙ୍କ ଭଲ ପାଇବା ପିଲାଙ୍କ ପାଇଁ କେମିତି ସବୁଠାରୁ ବଡ଼ ସୁରକ୍ଷା କବଚ ହୋଇପାରେ ।

ଖେଳାଳିଙ୍କୁ ଗାଳିକଲେ ସର୍ଫରାଜ!, ଭାଇରାଲ ହେଉଛି ଅଡିଓ…

0

ନନ୍ଦିଘୋଷ ବ୍ୟୁରୋ: ରବିବାର ଖେଳାଯାଇଥିବା ଅଣ୍ଡର-୧୯ ଏସିଆ କପରେ ପାକିସ୍ତାନ ବଡ଼ ବିଜୟ ହାସଲ କରିଛି । ଭାରତକୁ ହରାଇ ଟ୍ରଫି ହାତେଇଛି ଶତ୍ରୁ ଦେଶ । ପାକିସ୍ତାନ ୧୯୧ ରନରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ ସମୟରେ ପାକିସ୍ତାନର ମେଣ୍ଟର ଭାବେ କାର୍ଯ୍ୟ କରୁଥିବା ପୂର୍ବତନ କ୍ରିକେଟର ସର୍ଫରାଜ ଅହମ୍ମଦ ଏକ ଅପଶବ୍ଦ ବ୍ୟବହାର କରିଛନ୍ତି । ସେ ଜାହିଲ କହିଥିବାର ଏକ ଅଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ତାଙ୍କୁ ମଧ୍ୟ ପ୍ରଶଂସକମାନେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ତେବେ ସେ ନିଜର ସାଥୀ ଖେଳାଳିଙ୍କୁ ଏଭଳି ଶବ୍ଦର ବ୍ୟବହାର କରିଥିବା ଦେଖିବାକୁ ମିଳିଛି ।

ଫାଇନାଲରେ ଭାରତ ଟସ୍ ଜିତିଥିବାବେଳେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଏକ ବିଶାଳ ସ୍କୋର କରିଥିଲା । ପାକିସ୍ତାନ ୩୪୭ ରନ କରିଥିବାବେଳେ ଭାରତ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଥିଲା । ତେବେ ପାକିସ୍ତାନ ଏହି ମ୍ୟାଚକୁ ୧୯୧ ରନରେ ଜିତି ନେଇଥିଲା ।

ଭିତରକନିକାରେ କେବେଠୁ ଆରମ୍ଭ ହେବ କୁମ୍ଭୀର ଗଣନା ? ସ୍ଥିର ହୋଇପାରୁନି ତାରିଖ

ନନ୍ଦିଘୋଷ ବ୍ୟୁରୋ: ଅନିଶ୍ଚିତତା ଭିତରେ ଭିତରକନିକା କୁମ୍ଭୀର ଗଣନା।  ଭିତରକନିକାରେ କୁମ୍ଭୀର ଗଣନାକୁ ନେଇ ସ୍ଥିର ହୋଇପାରୁନାହିଁ ତାରିଖ । ୧୯୭୬ ମସିହାରୁ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ୧ ମାସ ପୂର୍ବରୁ ଭିତରକନିକା ୧୦ ଦିନ ବନ୍ଦ ରହିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଥାଏ। କିନ୍ତୁ ଚଳିତବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏ ପର୍ଯ୍ୟନ୍ତ କୁମ୍ଭୀର ଗଣନା କେବେ ହେବ ସ୍ଥିର ହୋଇପାରୁନାହିଁ ଫଳରେ ଦେଶ ବିଦେଶରୁ ଭିତରକନିକା ବୁଲି ଆସୁଥିବା ପର୍ଯ୍ୟଟକମାନେ ଟ୍ରେନ ଓ ଫ୍ଲାଇଟି ଟିକେଟ ବୁକ୍ କରିଛନ୍ତି। ଯଦି ହଠାତ୍ ଭିତରକନିକା ବନ୍ଦ ରୁହେ ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବେ ପର୍ଯ୍ୟଟକୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହୋଟେଲ ବ୍ୟବସାୟୀ ଓ ପରିବେଶବିତ୍ । ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ପିସିସିଏଫଙ୍କ ନିର୍ଦେଶ ମିଳିଲେ ତାରିଖ ଘୋଷଣା କରାଯିବ ।

କ୍ରିକେଟକୁ ନେଇ ବଡ଼ ଖବର: ମୁହାଁମୁହିଁ ହେବେ ଗିଲ-ସୂର୍ଯ୍ୟକୁମାର

କ୍ରିକେଟକୁ ନେଇ ବଡ଼ ଖବର: ମୁହାଁମୁହିଁ ହେବେ ଗିଲ-ସୂର୍ଯ୍ୟକୁମାର

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ପରେ ଯେମିତି ସୋସିଆଲ ମିଡ଼ିଆରେ ଶୁବମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ପୋଷ୍ଟ କଣ୍ଟ୍ରେଷ୍ଟ ଲାଗି ଯାଇଛି । ଉଭୟଙ୍କ ପ୍ରଶଂସକ ନିଜ ନିଜ ପ୍ରିୟ ଖେଳାଳିଙ୍କୁ ନେଇ ନାନା ପ୍ରକାର ପୋଷ୍ଟ କରୁଛନ୍ତି । କାରଣ ୨୦୨୬ ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ଗିଲଙ୍କୁ ସ୍ଥାନ ମିଳି ନଥିବା ବେଳେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯାଇଛି । ଆଉ ଯାହାକୁ ଗିଲଙ୍କ ଫ୍ୟାନ୍ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଉ ଏମିତି ସ୍ଥିତିରେ ଗିଲ ଏବଂ ସୂର୍ଯ୍ୟକୁମାରଙ୍କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ବିଶ୍ବକପ୍ ଇନ-ଆଉଟ କେଁ ଭିତରେ ଉଭୟ ପଡ଼ିଆରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଜ୍ଞା ହଁ ଗିଲ ଏବଂ ସୂର୍ଯ୍ୟକୁମାର ବିଜୟ ହଜାରେ ଟ୍ରଫିରେ ସାମ୍ନାସାମ୍ନି ହେବେ । ଖବର ଅନୁସାରେ ଜାନୁଆରୀ ୬ ଓ ୮ ତାରିଖରେ ସୂର୍ଯ୍ୟକୁମାର ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ଟିମରୁ ଖେଳିବା ସ୍ପଷ୍ଟ ହୋଇଛି । ଆଉ ୮ ଜାନୁଆରୀରେ ମୁମ୍ବାଇର ଟକ୍କର ପଞ୍ଜାବ ସହ ରହିଛି । ଅର୍ଥାତ ମୁମ୍ବାଇରୁ ସୂର୍ଯ୍ୟକୁମାର ଏବଂ ପଞ୍ଜାବରୁ ଗିଲଙ୍କ ମଧ୍ୟରେ ପଡ଼ିଆରେ ଟକ୍କର ଦେଖିବାକୁ ମିଳିବ ।

ମୁମ୍ବାଇ ଟିମରେ ଦୁଇଟି ପରିବର୍ତ୍ତନ

ମୁମ୍ବାଇ ବିଜୟ ହଜାରେ ଟ୍ରଫିର ଆରମ୍ଭ ଡିସେମ୍ବର ୨୪ ତାରିଖରୁ ଜୟପୁରରୁ କରିବ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖବର ମିଳିଛି ମୁମ୍ବାଇ ଟିମରେ ଦୁଇ ଜଣ ବଡ଼ ଖେଳାଳି ଖେଳିବେ । ଟି-୨୦ ବିଶ୍ବକପ୍ ସ୍କ୍ବାର୍ଡରେ ସ୍ଥାନ ପାଇଥିବା ସୂର୍ଯ୍ୟକୁମାରଙ୍କ ସହ ଶିବମ ଦୁବେ ଏହି ଦୁଇଟି ମ୍ୟାଚରେ ମୁମ୍ବାଇର ପ୍ଲେଇଂ ଇଲେଭେନରେ ରହିବେ ବୋଲି ମୁମ୍ବାଇ କ୍ରିକେଟ ଆସୋସିଏସନ ସ୍ପଷ୍ଟ କରିଛି । ଆସୋସିଏସନର ଅଧିକାରୀ କହିଛନ୍ତି, ସୂର୍ଯ୍ୟକୁମାର ଏବଂ ଦୁବେ ଆମକୁ ୬ ଓ ୮ ତାରିଖ ମ୍ୟାଚ୍ ଖେଳିବାକୁ କହିଛନ୍ତି । ସେମାନଙ୍କ ନାଁ ମୁମ୍ବାଇ ଟିମରେ ସାମିଲ କରାଯିବ । ରୋହିତ ଶର୍ମା ଲିଗର ଦୁଇଟି ମ୍ୟାଚ୍ ଖେଳିବେ । ସିକ୍କିମ ଓ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଖେଳି ପାରନ୍ତି । ଯାହା ୨୪ ଓ ୨୬ ଡିସେମ୍ବରକୁ ଖେଳାଯିବ ।

ସୂର୍ଯ୍ୟକୁମାର-ଗିଲଙ୍କ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ବିଜୟ ହଜାରେ ଟ୍ରଫି ?

ବିଜୟ ହଜାରେ ଟ୍ରଫି ଉଭୟ ଶବମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । କାରଣ ଉଭୟ ଏବେ ଖରାପ ଫର୍ମରେ ରହିଛନ୍ତି । ୨୦୨୫ରେ ଗିଲ ଗୋଟିଏ ବି ଟି-୨୦ରେ ଅର୍ଦ୍ଧଶତକ ଲଗାଇ ନାହାନ୍ତି । ଆଉ ଏହାର ଫଳ ତାଙ୍କୁ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପ୍ ଟିମରୁ ବାହାର ହୋଇ ଚୁକାଇବାକୁ ପଡ଼ିଛି । ସେହିପରି ଗତ ଦୁଇ ବର୍ଷ ହେବ ଟି-୨୦ ଫର୍ମାଟରେ ସୂର୍ଯ୍ୟକୁମାର ଫ୍ଲପ୍ ହୋଇ ଚାଲିଛନ୍ତି । ଏମିତି ସ୍ଥିତିରେ ବିଶ୍ବକପ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଫର୍ମକୁ ଫେରିବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି ।

 

ଧାନ କିଣା ନେଇ ସମବାୟ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା

ନନ୍ଦିଘୋଷ ବ୍ୟୁରୋ: ଧାନ କିଣା ନେଇ ସମବାୟ ମନ୍ତ୍ରୀଙ୍କୁ କାଉଣ୍ଟର କଲେ ବିଜେଡିର ବରିଷ୍ଠ ଉପସଭାପତି ସଞ୍ଜୟ ଦାସବର୍ମା । ସେ କହିଛନ୍ତି- ସବୁଠାରୁ ଯନ୍ତ୍ରଣାଦାୟକ ମନ୍ତ୍ରୀଙ୍କ ବୟାନ । କିଭଳି ଧାନ ସଂଗ୍ରହ ହେବ ସେଥିପାଇଁ ଧ୍ୟାନ ଦିଅନ୍ତୁ । ଟୋକନ ପାଇଁ ସମ୍ବଲପୁର ବନ୍ଦ ହେବା ଦଶନ୍ଧିରେ ପ୍ରଥମ । ଏବେ ଉଚିତ ଜବାବ ଚାଷୀ ଦେଉଛନ୍ତି। ଆଗକୁ ବିଜେଡି ମଧ୍ୟ ବିଧାନସଭାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଲଢ଼େଇ କରିବ ବୋଲି ସଞ୍ଜୟ ଚେତାଇ ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଭୟଙ୍କର ସ୍ଥିତି । ଭାଲିଡ ଟୋକନ ପାଇଁ ପ୍ରଥମ ଥର ପାଇଁ ଚାଷୀ ଧାରଣାରେ ବସିଛନ୍ତି । ଏପଟେ କେନ୍ଦ୍ର ସରକାର ଦେଉଥିବା ୭୯ ଟଙ୍କା ଏମଏସପି ରାଜ୍ୟର ଚାଷୀ ପାଇଲେ ନାହିଁ । ୨୦୨୪-୨୫ରେ ୨୦ ପ୍ରତିଶତ ଧାନ ସଂଗ୍ରହ ବାକି ରହିଛି । ଧାନ ସଂଗ୍ରହରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ।

ସାଟେଲାଇଟ ସର୍ଭେ ମାଧ୍ୟମରେ ଧାନ ଚାଷ ହୋଇଥିବା ସ୍ଥାନକୁ ମଧ୍ୟ କାଟି ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଓ ସଂପୃକ୍ତ ତିନି ବିଭାଗକୁ ଡାକି ସମାଧାନ କରିବା ଉଚିତ ବୋଲି କହିଛନ୍ତି ସଂଜୟ । ଏହାର ଜବାବରେ ସମବାଯ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ୩ ଲକ୍ଷ ୮୫ ହଜାର ୪୦୫ଟନ ଧାନ ବର୍ତ୍ତମାନ ସୁଦ୍ଧା ଉଠିସାରିଲାଣି । ୮୫ ହଜାର ୧୮୩ ଜଣ ଚାଷୀ ଧାନ ବିକିଛନ୍ତି । ଧାନ ପ୍ରତି ଦିନ ଉଠୁଛି। ସରକାରକୁ ବଦନାମ କରିବାକୁ କିଛି ଲୋକ ଓ ବିରୋଧୀ ଦଳ ପ୍ରୟାସ କରୁଛନ୍ତି । ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି । ସରକାରଙ୍କ ପାଖେ ଖବର ଅଛି । ଚାଷୀ ଚାହୁଁଛନ୍ତି ଧାନ ଆଣିଲେ ସଙ୍ଗେ ସଙ୍ଗେ ଉଠୁ ବୋଲି । କିନ୍ତୁ ତାହା ସମ୍ଭବ ନୁହେଁ । ଯେହେତୁ ଦିନେ ଦୁଇଦିନ ସମୟ ଲାଗୁଛି ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି ବୋଲି ପାଲଟା ଜବାବ ଦେଇଛନ୍ତି ସମବାୟ ମନ୍ତ୍ରୀ ।

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ । କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତିୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନାମକୁ ପରିବର୍ତନ କରି ଜି ରାମ ଜି କରିବାକୁ ନେଇ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସର ଶହଶହ କର୍ମୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଥିଲେ । ମହାତ୍ମାଗାନ୍ଧୀ ଜାତିୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଗରୁ ୧୦୦ ଦିନର କାମ ମିଳୁଥିବା ବେଳେ ଏବେ କେନ୍ଦ୍ର ସରକାର ୧୫୦ ଦିନ କରନ୍ତୁ ବୋଲି ଦାବି କରିଥିଲେ । ଏହି ଯୋଜନାର ନାମ ପରିବର୍ତନ କରି କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କରିଥିବା ଅଭିଯୋଗ କରିଛି କଂଗ୍ରେସ ।

ବନ୍ଧାହେଲେ ୪ ସାଇବର ଠକ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋଲିସକୁ ବଡ଼ ସଫଳତା । ୪ ସାଇବର ଠକଙ୍କୁ ଗିରଫ ସହ ୨ଟି ବ୍ୟାଙ୍କ୍ ଜମାଖାତା ଜବତ । ୭୮୦ରୁ ଅଧିକ ମାମଲା ରଜୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ । ଜବତ ହୋଇଥିବା ୨ଟି ବ୍ୟାଙ୍କ୍ ଜମାଖାତାରେ ୮ ଲକ୍ଷ ଟଙ୍କା ଅନ୍‌ଲାଇନ୍ ଦେଣନେଣ ହୋଇଥିବା ଜଣାପଡିଛି । ଗିରଫ ୪ ଜଣ ହେଲେ ଛତ୍ରପୁର ଗଣେଶନଗର ପ୍ରଥମ ଲାଇନ୍‌ର କେ.ଅନୀଲ୍ ପାତ୍ର, ନିଳକଣ୍ଠସାହିର ଗଗନ ଦଳାଇ, ହୁମ୍ମାର ଶଙ୍କର୍ଷଣ ସାହୁ ଏବଂ ରମ୍ଭା ଥାନା କୁଜିଢ଼େପ ଗାଁର ପବିତ୍ର ପ୍ରଧାନ । ଏହି ଘଟଣାର ମୁଖ୍ୟ ଏଜେଣ୍ଟ ହେଉଛି ପବିତ୍ର ପ୍ରଧାନ । ସେ ଗତ ୨ ବର୍ଷ ହେଲା ଫେସ୍‌ବୁକ୍ ସାଙ୍ଗ ଦିଲ୍ଲୀର ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ସହ ଯୋଗାଯୋଗ କରି ଅନ୍‌ଲାଇନ୍ ମାଧ୍ୟମରେ ସାଇବର ଠକେଇ ଚଳାଇଥିଲା ।

ପବିତ୍ର ଛତ୍ରପୁର ଓ ଗଞ୍ଜାମ ଅଂଚଳର ସହଯୋଗୀ ମାନଙ୍କ ମାଧ୍ୟମରେ ହିତାଧିକାରୀଙ୍କ ଆଧାରକାର୍ଡ ନେଇ ସିମ୍ ପ୍ରସ୍ତୁତ କରିଥିଲା । ଏହି ସିମ୍ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କ୍ ଗୁଡିକରେ ଜମାଖାତା ଖୋଲିଥିଲା  । ସେହି ଜମାଖାତା ଗୁଡିକ କୁରିରିଅର ମାଧ୍ୟମରେ ଦିଲ୍ଲୀର ରଜତ ଶର୍ମାଙ୍କ ନିକଟକୁ ପବିତ୍ର ପଠାଉଥିଲା  । ଗୋଟିଏ ଜମାଖାତା ପିଛା ରଜତ ଶର୍ମା ପବିତ୍ରକୁ ୧୮ ହଜାର ଟଙ୍କା ଦେଉଥିଲା । ସେଥିରୁ ପବିତ୍ର ୭ ହଜାର ଟଙ୍କା ରଖି ବାକି ୧୧ ହଜାର ଟଙ୍କା ସହଯୋଗୀ ମାନଙ୍କୁ ଦେଉଥିଲା । ସହଯୋଗୀ ମାନେ ଯେଉଁମାନଙ୍କ ଆକାଉଣ୍ଟ, ସେହିମାନଙ୍କୁ ୩ ରୁ ୫ ହଜାର ଟଙ୍କା ଦେଇ ବାକି ଟଙ୍କା ରଖୁଥିଲେ । ଏହାପରେ ଦିଲ୍ଲୀର ରଜତ ଶର୍ମା ଏଠାରୁ ସଂଗ୍ରହ ହୋଇଥିବା ଜମାଖାତା ଗୁଡିକୁ ଅନ୍‌ଲାଇନ୍ ବିଭିନ୍ନ ପ୍ରକାର ଖେଳ ତଥା ଠକେଇରେ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲା  । ଏଭଳି ଠକେଇ ସିଣ୍ଡିକେଟର ପର୍ଦାଫାଶ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଛି ପୋଲିସ ।

ଷ୍ଟାଇପେଣ୍ଡ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଓୟୁଏଟି ଛାତ୍ରଛାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଷ୍ଟାଇପେଣ୍ଡ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଓୟୁଏଟି ଛାତ୍ରଛାତ୍ରୀ। ଓୟୁଏଟି ଫାଟକ ଆଗରେ ଅନଶନରେ ବସିଛନ୍ତି ଶତାଧିକ M.SC ଓ PH.D ଛାତ୍ରଛାତ୍ରୀ। ବାରମ୍ବାର ସରକାରଙ୍କୁ କୁଳପତିଙ୍କ ଜରିଆରେ ଅବଗତ କରାଯାଇଥଲେ ମଧ୍ୟ ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଓଡ଼ିଶାର ଏକମାତ୍ର କୃଷି ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଷ୍ଟାଇପେଣ୍ଡ ନ ମିଳିବା ଦୁର୍ଭାଗ୍ୟ ଜନକ ବୋଲି ସେମାନେ କହିଛନ୍ତି। ଅନ୍ୟ ରାଜ୍ୟର କୃଷି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରେ କାହିଁକି ଦିଆଯାଉନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଷ୍ଟାଇପେଣ୍ଡ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ମିଳିବା ଯାଏ ଅନଶନ ଜାରି ରହିବ ବୋଲି କହିଛନ୍ତି ସେମାନେ ।