spot_img
Home Blog Page 20

ହାତର ଯାଦୁରେ ବିଶ୍ୱକପ୍ରେ ଓଡ଼ିଆ ପୁଅର କମାଲ ।

ନନ୍ଦିଘୋଷ ବ୍ୟୁରୋ :ଓଡ଼ିଶାର ପୁଅଙ୍କ ହାତର ଯାଦୁ  ଇଜିପ୍ଟର କାଇରୋ ସହରରେ ଆୟୋଜିତ ସିଜିସି ୱାର୍ଲ୍ଡ କପ୍‌ରେ ଇଣ୍ଡିଆ ପାଇଁ ପ୍ରତିନିଧିତ୍ୱ କରି ଚର୍ଚ୍ଚାରେ ଓଡ଼ିଶା ର ବୌଦ୍ଧ ଜିଲ୍ଲା ର ଅଞ୍ଜନ କୁମାର ମାରଣ । ୧୭ଟି ଦେଶର ପ୍ରତିଯୋଗୀଙ୍କ ମଧ୍ୟରେ ୫୨ ଜଣ ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ଭାରତର ଏକମାତ୍ର ପ୍ରତିନିଧି ଭାବେ ଅଞ୍ଜନ ଦେଖାଇଛନ୍ତି ନିଜ ହାତର ଯାଦୁ ।ମୋବାଇଲ ମରାମତି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ।

ଆଉ ଏବେ ବିଦେଶ ମାଟିରେ ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ପୁଅ ଅଞ୍ଜନ କୁମାର ମାରଣ । ଇଜିପ୍ଟର କାଇରୋ ସହରରେ ଆୟୋଜିତ ସିଜିସି ୱାର୍ଲ୍ଡ କପ୍‌ -୨୦୨୬ ପାଇଁ ମନୋନୀତ ହୋଇଥିଲେ ଅଞ୍ଜନ ବିଶ୍ୱର ୧୭ଟି ଦେଶରୁ ୫୨ ଜଣ ପ୍ରତିଯୋଗୀ ଏହ ପ୍ରତି ଯୋଗିତାରେ ଭାଗ ନେଇଥିବା ବେଳେ ଭାରତର ଏକମାତ୍ର ପ୍ରତିନିଧି ଭାବେ ସେ ନେଇଥିଲେ ଭାଗ । ଆଇଫୋନ ମୋବାଇଲକୁ କେତେ କମ୍ ସମୟରେ ଖୋଲିବା ମରାମତି କରିବା ଏବଂ ପୁଣି ଫିଟିଂ କରି ଚାଲୁ କରିବା ଏହି ଦକ୍ଷତାର ପରୀକ୍ଷା ହୋଇଥିଲା ୱାର୍ଲ୍ଡ କପ୍‌ରେ । ଆଉ ଏଥିରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ଅଞ୍ଜନ ।ବିଦେଶ ମାଟିରେ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ନିଶ୍ଚିତ ଭାବେ ଗର୍ବର ବିଷୟ । ନିଜ ଦକ୍ଷତାକୁ ବିଶ୍ୱସ୍ତରୀୟ ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଅଞ୍ଜନ ମଧ୍ୟ ଖୁସି

କେବଳ ଏହି ପ୍ରତିଯୋଗିତା ନୁହେଁ ପୂର୍ବରୁ ମଧ୍ୟ ଏକାଧିକ ଦେଶକୁ ଯାଇ ଆଇଫୋନ ମୋବାଇଲ ମରାମତିରେ ନିଜ ଦକ୍ଷତା ଦେଖାଇଛନ୍ତି ଅଞ୍ଜନ । ଆଇଫୋନ୍‌ ଭଳି ଦାମୀ ମୋବାଇଲକୁ କମ୍ ସମୟରେ ମରାମତି କରି ଗ୍ରାହକଙ୍କୁ ଫେରାଇବା ହେଉଛି ତାଙ୍କର ଲକ୍ଷ୍ୟ ଆଧୁନିକ ଯୁଗରେ ଆଇଫୋନ୍‌ର ଚାହିଦା ବଢ଼ୁଥିବା ବେଳେ ଦ୍ରୁତ ଏବଂ ଦକ୍ଷତାର ସହ ମରାମତି ସେବା ଯୋଗାଇବାକୁ ଗୁରୁତ୍ୱ ଦେଉଛନ୍ତି ଅଞ୍ଜନ । କାଇରୋରେ ନିଜ ହାତର ଯାଦୁ ଦେଖାଇବା ପରେ ଏବେ ତାଙ୍କୁ ବିଭିନ୍ନ ମହଲରୁ ମିଳୁଛି ଶୁଭେଚ୍ଛା । ଆଗାମୀ ୨୦୨୭ ୱାର୍ଲ୍ଡ କପ୍‌ରେ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ଆଶା ରଖିଛନ୍ତି ଅଞ୍ଜନ

ଓଡ଼ିଶାର ମାଟିରୁ ଇଜିପ୍ଟର କାଇରୋ ରେ ଇଜିପ୍ଟର କାଇରୋ ସହରରେ ହର ସିଟ୍ ବସି ହାତର ଯାଦୁରେ ଭାରତୀୟ ତ୍ରିରଙ୍ଗା ପତାକା ଓ ଝଣ୍ଡା ଗଡ଼ିବା ସହ ପଞ୍ଜାବୀ ସଙ୍ଗୀତ  ପରିବେଷଣ କରିଥିଲେ ଅଞ୍ଜନ କୁମାର ମହାରଣା। ଭାରତର ପତାକା ଓ ଦେଶର ଗୀତକୁ ବିଦେଶ ମାଟିରେ ପରିବେଷଣ କରି ଦେଶର ଗୌରବ ବଢ଼ାଇଥିବାରୁ ଏହି ମୁହୂର୍ତ୍ତକୁ ନେଇ ସେ ବେଶ୍‌ ଗର୍ବିତ ବୋଲି କହିଛନ୍ତି। ହାତର ଯାଦୁରେ ମୋବାଇଲ ମରାମତି କରି ବିଶ୍ୱମଞ୍ଚରେ ଦେଶର ନାଁ ଉଚ୍ଚା କରିଛନ୍ତି ଓଡ଼ିଆ ପୁଅ ଅଞ୍ଜନ । ଏବେ ନଜର ୨୦୨୭ ୱାର୍ଲ୍ଡ କପ୍‌ ଉପରେ ।

ଶବ ସତ୍କାର ପାଇଁ ଉଛୁଳା ନଈ ପାରି

ନନ୍ଦିଘୋଷ ବ୍ୟୁରୋ :ରାସ୍ତା ନଥିବାରୁ ଉଛୁଳା ନଈ ପାରି ହୋଇ ଶବ ସତ୍କାର ପାଇଁ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି ସମ୍ପର୍କୀୟ।  କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡା ଗାଁ ଦୃଶ୍ୟ।  ଏହି ଗାଁର ପାତେ ଖରା ନାମକ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇ ଥିଲା।ଶ୍ମଶାନ ଯିବାକୁ କୌଣସି ରାସ୍ତା ନଥିବାରୁ ବାଧ୍ୟ ହୋଇ ଲୋକେ ଗାଁ ପାଖ ଦେଇ ଯାଇଥିବା ବାସୁକି ନଦୀ ପାର ହୋଇ ଶବ ସତ୍କାର କରିବାକୁ ଯିବା ପାଇଁ ପଡ଼ିଥିଲା। ନଦୀ ରେ ଉଛୁଳା ପାଣି ସହିତ ପ୍ରଖୋର ସ୍ରୋତ ଥିଲା। ଏଣୁ ନିଜ ସମ୍ପର୍କୀୟ ଓ ଗାଁ ଲୋକେ ଏକ ଦଉଡ଼ି ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ନଦୀ ଭିତରେ ପଶି ଶବକୁ କାନ୍ଧେଇ ନଦୀ  ପାର ହୋଇ ଶବ ସତ୍କାର କରିଥିଲେ ।ଗ୍ରାମବାସୀ ନଦୀରେ ପୋଲ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡ଼ିଛି…।

 

ପୁରୁଣା ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ, ଆକ୍ରମଣରେ ବାପା ମୃତ

ନନ୍ଦିଘୋଷ ବ୍ୟୁରୋ :ସାହି ସାହି ମଧ୍ୟରେ ବିବାଦ ନେଲା ଉଗ୍ରରୂପ । ପୁରୁଣା ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ଜେନାସାହିରେ ହତ୍ୟାକାଣ୍ଡ ଘଟିଛି । ଏହି ଅଞ୍ଚଳରେ ସାହି ସାହି ମଧ୍ୟରେ ପୁରୁଣା ବିବାଦ ଥିଲା । ଏବେ ପୁଣି କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ପରେ ଗୋଟିଏ ପକ୍ଷର ୩୦ରୁ ଅଧିକ ଲୋକ ସଂଘବଦ୍ଧ ଭାବେ ଆସି ଲକ୍ଷ୍ମୀଧର ଜେନାକୁ ଆକ୍ରମଣ କରିଥିଲେ । ପରେ ଦୁଇ ପୁଅ ବଞ୍ଚାଇବାକୁ ଆସିବା ବେଳ ସେମାନଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା । ଆକ୍ରମଣରେ ବାପା ଲକ୍ଷ୍ମୀଧର ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ପର୍ଶୁରାମ ଜେନା ଗୁରୁତର ହୋଇଛନ୍ତି। ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ପର୍ଶୁରାମଙ୍କୁ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଚନ୍ଦକାରେ ଭାଇ ଭାଇ ଭିତରେ ରକ୍ତାକ୍ତ ସଂଘର୍ଷ ।

ନନ୍ଦିଘୋଷ ବ୍ୟୁରୋ :ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ଭାଇ ଭାଇ ଭିତରେ ରକ୍ତାକ୍ତ ସଂଘର୍ଷ। ବୋମାମାଡ଼ରେ ଜଣେ ମୃତ , ଜଣେ ଗୁରୁତର ହୋଇଛନ୍ତି। ସାମାନ୍ୟ କଥାକୁ ନେଇ ପ୍ରଥମେ ବଚସା ହୋଇଥିଲା, ପରେ ତାହା ଉଗ୍ର ରୂପ ନେଇଥିଲା। ବଚସା ପରେ ହାତ ତିଆରି ବୋମା ପକାଇ ଆକ୍ରମଣ କରାଯାଇଛି। ଏଥିରେ ଜଣେ ଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଚନ୍ଦକା ଥାନା ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗାଁରେ ଘଟିଛି ଏଭଳି ଘଟଣା। ସୂଚନା ଅନୁସାରେ ପାରିବାରିକ କଳହକୁ କଥା କଟାକଟି ପରେ ଜଣେ ଭାଇ ଉତକ୍ଷିପ୍ତ ହୋଇ  ବାରାହା ଶିକାର କରିବାକୁ ପାଖରେ ରଖିଥିବା ହାତ ତିଆରି ବୋମା ପକାଇ ଆକ୍ରମଣ କରିଥିଲା। ବୋମାମାଡ଼ରେ ମଝିଆ ଭାଇ ମୋହନ ପାଢ଼ୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସାନ ମଝିଆ ଭାଇ ମଦନ ପାଢ଼ୀ  ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ଚନ୍ଦକା ଥାନା ପୋଲିସ ,ଜୋନ ଏସିପି ,ସାଇଣ୍ଟିଫିକ୍ ଟିମ୍ ଓ ଭୁବନେଶ୍ବର ଡିସିପି କ୍ରାଇମ୍ ସ୍ପଟ୍ ରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।  ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ବୋମା କେଉଁଠୁ ଆସିଲା ଏବଂ ଏହା ପଛର ପ୍ରକୃତ କାରଣ କଣ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି..।

ମହଙ୍ଗା ପଡ଼ିଲାଣି ଇରାନ ବିରୋଧୀ ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ :ମହଙ୍ଗା ପଡ଼ିଲାଣି ଇରାନ ବିରୋଧୀ ଯୁଦ୍ଧ। ୬ ମାସରେ ଆମେରିକାର କ୍ଷତି ହେଲାଣି ୩୩.୪ ବିଲିୟନ ଡଲାର। ଭାରତୀୟ ମୁଦ୍ରାରେ ଏହି ପରିମାଣ ହେବ ୩ ଲକ୍ଷ ୨୧ ହଜାର କୋଟି ଟଙ୍କା।  ସେଥିରେ ରହିଛି ୨୨ ବିଲିୟନ ଡଲାରର ଯୁଦ୍ଧାସ୍ତ୍ର। କେବଳ ଏତିକି ନୁହେଁ ୨୪ରୁ ଅଧିକ ବିମାନ ଧ୍ବଂସ ହେବା ସହ ବିଭିନ୍ନ ସ୍ଥାନରେ ଥିବା ଶତାଧିକ ସାମରିକ ବେସ ବି ନଷ୍ଟ ହେଲାଣି। ଏହି ଯୁଦ୍ଧ ଯୋଗୁ ଆମେରିକାର ଯୁଦ୍ଧାସ୍ତ୍ର ପରିମାଣ ହ୍ରାସ ପାଇଛି। ପ୍ରତିରକ୍ଷା ଇନ୍ସପେକ୍ଟର ଜେନେରାଲ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୨ ବିଲିୟନ ଡଲାରର ଯୁଦ୍ଧାସ୍ତ୍ର ମଧ୍ୟରେ ରହିଛି ୩.୭ ବିଲିୟନ ଡଲାରର ଯନ୍ତ୍ରାଂଶ ଓ ୭.୪ ବିଲିୟନ ଡଲାରର ବିଭିନ୍ନ ଖର୍ଚ୍ଚ। ନଷ୍ଟ ହୋଇଥିବା ବିମାନ ମଧ୍ୟରେ ରହିଛି ଅନେକ ଫାଇଟର ଜେଟ, ଏରିଆଲ ରିଫୁଏଲିଂ ଟ୍ୟାଙ୍କର, ହେଲିକପ୍ଟର ଓ ମାନବବିହୀନ ସାମରିକ ବିମାନ। ୪ଟି F-15E ଲଢୁଆ ଜେଟକୁ ଗତ ମାର୍ଚ୍ଚ ୧ରେ କୁଏତରେ ଖସାଇ ଦିଆଯାଇଥିଲା। ସେହି ମାର୍ଚ୍ଚରେ ଗୋଟିଏ F-35A ଷ୍ଟେଲଥ ଫାଇଟର ଜେଟକୁ ଖସାଇଦେଇଥିଲା ଇରାନ। ସେହିପରି ଇରାନ ଆକ୍ରମଣରେ ନଷ୍ଟ ହୋଇଛି ଗୋଟିଏ A-10 ଗ୍ରାଉଣ୍ଡ ଆଟାକ ଏୟାରକ୍ରାଫ୍ଟ। ୭ଟି KC-135 ଏରିଆଲ ରିଫୁଏଲିଂ ଟ୍ୟାଙ୍କର, ଗୋଟିଏ E-3 ସେଣ୍ଟ୍ରି ଏୟାରବର୍ନ ଅର୍ଲିୱାର୍ଣ୍ଣିଂ ଏୟାରକ୍ରାଫ୍ଟ ବି ନଷ୍ଟ ହୋଇଛି। ସେହିପରି ଗୋଟିଏ HH-60W ହେଲିକପ୍ଟର, ଗୋଟିଏ MQ-4C ଟ୍ରାଇଟନ ସର୍ଭେଲାନ୍ସ ଏୟାରକ୍ରାଫ୍ଟ, ଗୋଟିଏ AH-64 ଆପାଚେ ଆଟାକ ହେଲିକପ୍ଟର, ୪ଟି AH-6 ହେଲିକପ୍ଟର ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି। କୁଏତ, ବାହାରିନ, କତାର, ୟୁଏଇ, ସାଉଦିଆରବ, ଇରାକ, ଓମାନ ଓ ଜୋର୍ଡାନରେ ଥିବା ଆମେରିକାର ସାମରିକ ପ୍ରତିଷ୍ଠାନର କ୍ଷତି ଘଟିଛି। ବର୍ତ୍ତମାନ ସୁଦ୍ଧା ଆମେରିକାର ୧୧ଜଣ ସାମରିକ କର୍ମଚାରୀଙ୍କ ପ୍ରାଣହାନି ହୋଇଥିବା କୁହାଯାଇଛି।…

ସେପଟେ ମହଙ୍ଗା ପଡ଼ିପାରେ ରୁଷିଆରୁ ତୈଳ କ୍ରୟ। ଭାରତ ସମେତ କିଛି ରାଷ୍ଟ୍ର ଉପରେ ୧୦୦ ପ୍ରତିଶତ ଟାରିଫ ଲଦିବା ଲାଗି ପଥ ପରିଷ୍କାର କଲା ଆମେରିକା ପ୍ରତିନିଧି ସଭା। ଗୃହୀତ ପ୍ରସ୍ତାବରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି କ୍ଷମତା ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ ବିଲକୁ ମଞ୍ଜୁରୀ ଦିଆଯାଇଛି।

ସାଉଦିଆରବ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ

ନନ୍ଦିଘୋଷ ବ୍ୟୁରୋ :ଇତିହାସରେ ପ୍ରଥମ ଥର ଲାଗି ମକ୍କାରେ ଆଲର୍ଟ ଜାରି। ମକ୍କା, ଜେଡା ଓ ତାଇଫ ସହରରେ ହାଇଆଲର୍ଟ ଜାରି କରିଛି ସାଉଦିଆରବ ସିଭିଲ ଡିଫେନ୍ସ। ବିଭିନ୍ନ ସହରରେ ଆକ୍ଟିଭ ହୋଇଛି ଏୟାର ଡିଫେନ୍ସ ସିଷ୍ଟମ। ମକ୍କା ଉପରେ ଆକାଶ ମାର୍ଗରୁ ଆକ୍ରମଣ ସମ୍ଭାବନା ଦୃଷ୍ଟିରୁ ଏହି ଆଲର୍ଟ ଜାରି କରାଯାଇଛି। ଗତ କିଛି ଦିନ ଧରି ସାଉଦିଆରବର ବିଭିନ୍ନ ସ୍ଥାନକୁ ଇରାନ ସମର୍ଥିତ ହୁତି ଟାର୍ଗେଟ କରିଆସୁଛି। ଏହାକ ନେଇ ସାଉଦିଆରବ ସରକାର ନେଇଛନ୍ତି ଆଗୁଆ ପଦକ୍ଷେପ। ମଦିନାକୁ ବି ଯିବାକୁ ଥିବା କିଛି ବିମାନର ଯାତ୍ରାକୁ ବାତିଲ କରାଯାଇଛି। ଗତ ୨ ଦିନ ତଳେ ୟେମେନରୁ ହୁତି ପ୍ରୟୋଗ କରିଥିବା ମିସାଇଲ ହମଲାରେ ସାଉଦିଆରବ ୧୩ ଜଣ ଆହତ ହୋଇଥିଲେ। ସମ୍ଭାବ୍ୟ ବିପଦ ଆଶଙ୍କାକୁ ନେଉ ସାଉଦିଆରବ ଜାରି କରିଛି ଏମର୍ଜେନ୍ସି ନମ୍ବର। ପୂର୍ବରୁ ସାଉଦି ସିଭିଲ ଡିଫେନ୍ସ ୬ଟି ଅଞ୍ଚଳରେ ଜାରି କରିଥିଲା ଏୟାର ରେଡ ଆଲର୍ଟ। ଗତ କିଛି ଦିନ ଧରି ସାଉଦିଆରବର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରିଆସୁଛି ହୁତି। ଆଫ୍ରିକାର ଜିବୋତିରେ ଥିବା ଆମେରିକାର ଏକମାତ୍ର ସାମରିକ ବେସକୁ ବି କବଜାକୁ ନେଇଥିଲା ହୁତି।…

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ନଦୀରେ ବୁଡି ୨ ନାବାଳକ ଛାତ୍ର ମୃତ

ନନ୍ଦିଘୋଷ ବ୍ୟୁରୋ :ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ବୁଡି ୨ ନାବାଳକ ଛାତ୍ର ମୃତ। ୨ ମୃତକ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ ଓ ହିଞ୍ଜିଳିକାଟୁ ଗାୟତ୍ରୀ ନଗରର ପ୍ରୀତମ ସାମେଲି। ଉଭୟ ଆଦର୍ଶ ଓ ପ୍ରୀତମଙ୍କ ବୟସ ୧୪ ବର୍ଷ। ଉଭୟ ଛାତ୍ର ଅନ୍ୟ ସାଥୀମାନଙ୍କ ସହ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଘୋଡ଼ାହାଡ଼ ନଦୀକୁ ଯାଇଥିଲେ। ବିସର୍ଜନ ସମୟରେ ଅସାବଧାନତାବଶତଃ ଉଭୟେ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ  ଗୁରୁତର ଅବସ୍ଥାରେ ଉଭୟଙ୍କୁ ନଦୀରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

କାହିଁକି ମୃତ୍ୟୁ ମୁଖରେ ପଡୁଛନ୍ତି ଓଡ଼ିଶା ଲୋକେ। ସେ କାରଣ କେହି ଜାଣି ପାରୁନାହାନ୍ତି

ନନ୍ଦିଘୋଷ ବ୍ୟୁରୋ : ମୃତ୍ୟୁର କାରଣ ଜାଣି ପାରୁନାହାନ୍ତି ପରିବାର ଲୋକ। ପ୍ରତିବର୍ଷ ଯେତିକି ଲୋକଙ୍କ ଜୀବନ ଯାଉଛି, ସେଥିରୁ ୮୦% ମୃତ୍ୟୁର ଜଣାପଡୁନି କାରଣ। କେବଳ ୨୦ % ମୃତ୍ୟୁର ହୋଇପାରୁଛି ଡାକ୍ତରୀ ପ୍ରମାଣପତ୍ର। ବାସ୍ତବରେ ହଜାର ହଜାର ଲୋକଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହେଉଛି, ତାହା କେହି ଜାଣନ୍ତି ନାହିଁ। ସରକାର ମଧ୍ୟ ମୃତ୍ୟୁର କାରଣ ଜାଣିବାକୁ ଇଚ୍ଛୁକ ନୁହନ୍ତି। ଦେଶର ଛୋଟ ଛୋଟ ରାଜ୍ୟ ଡାକ୍ତରୀ ପ୍ରମାଣପତ୍ର ଜାରି କରିବାରେ ଆଗରେ ଥିବା ବେଳେ, ବହୁ ପଛରେ ପଡ଼ିଛି ଓଡ଼ିଶା। ତେଣୁ ଅନ୍ଧାରରେ ବାଡ଼ି ବୁଲାଇବା ଭଳି ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ରୋଗ ବଢୁଥିବା ଯୁକ୍ତିର କୌଣସି ଯଥାର୍ଥତା ନାହିଁ ବୋଲି ଏବେ ଡାକ୍ତରୀ ମହଲରେ ଆଲୋଚନା ହେଲାଣି। ୨୦୨୪ ଜାନୁଆରୀ ପହିଲାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶ ତଥା ବିଭିନ୍ନ ରାଜ୍ୟରେ ହୋଇଥିବା ମୃତ୍ୟୁକୁ ଆଧାର କରି ଜାରି ହୋଇଛି ଏମ୍ସିସିଡି ତାଲିକା। ଯେଉଁଥିରେ ୨୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ୨୦୨୪ରେ ଓଡ଼ିଶାରେ ୪ ଲକ୍ଷ ୧୫ ହଜାର ୫୩୧ ଜଣଙ୍କ ମୃତ୍ୟୁର ରେକର୍ଡ ହୋଇଛି। ସେଥିରୁ ୮୪ ହଜାର ୫୬୨ ଜଣ ମୃତକଙ୍କୁ ମିଳିଛି ଡାକ୍ତରୀ ପ୍ରମାଣପତ୍ର। ଯେଉଁଥିରେ ୫୦ ହଜାର ୭୦୮ ଜଣ ପୁରୁଷ ଓ ୩୩ ହଜାର ୮୫୪ ଜଣ ମହିଳା ଅଛନ୍ତି।

ଏମ୍ସିସିଡି ହୋଇ ପାରୁଥିବା ମୃତକଙ୍କ ଭିତରେ ୨୮.୨% ହେଉଛି ହୃଦ୍ଜନିତ ରୋଗ। ସେହିପରି ଶ୍ଵାସଜନିତ ରୋଗ ୮.୯% ଥିବା ବେଳେ, ପାରାସାଇଟ୍ ସଂକ୍ରମଣ ୮.୪%, ଅସ୍ଵାଭାବିକ ଲାବୋରେଟୋରିରେ ଚିହ୍ନଟ ରୋଗରେ ମୃତ୍ୟୁ ହାର ହେଉଛି ୧୭.୮%। ରାଜ୍ୟରେ ପ୍ରତିବର୍ଷ ଯେତିକି ସଂଖ୍ୟକ ମୃତ୍ୟୁ ହେଉଛି, ସେଥିରୁ ୩୦% ମେଡିକାଲରେ ହେଉଥିବା ବେଳେ, ୭୦% ଘରେ ହେଉଛି। ସେହିପରି ହୃଦଘାତ ଜନତି ମୃତ୍ୟୁ ମଧ୍ୟ ଚିନ୍ତାର କାରଣ ପାଲଟିଛି।

ଘରେ ହେଉଥିବା ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନା  ଏହାର ସମାଧାନ ପାଇଁ ପୂର୍ବରୁ ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀ, ଆୟୁଷ ଡାକ୍ତର ଓ ମେଡିକାଲ ଅଫିସରଙ୍କ ଜରିଆରେ ଏମ୍ସିସିଡି କରିବା ଲାଗି ନିଷ୍ପତ୍ତ ନେଇଥିଲେ। ୨୧ ଦିନ ଭିତରେ ମୃତକଙ୍କ ସଂପର୍କୀୟ ଏଥିପାଇଁ ଆବେଦନ କରିପାରିବେ। ମାତ୍ର ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ଲୋକଙ୍କୁ ମିଳିପାରୁନି ଡାକ୍ତରୀ ପ୍ରମାଣପତ୍ର।

ରାଜସ୍ବ ବିଭାଗର ଅନଲାଇନ ଆଶ୍ବାସନା ପାଲଟିଛି ପ୍ରହସନ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଆସିକାର ରାମହରି ଚୌଧୁରୀ । ନିଜ ପଟ୍ଟା ସଂଶୋଧନ ପାଇଁ ୬ ମାସ ହେଲା ଦୌଡୁଛନ୍ତି ତହସିଲ କାର୍ଯ୍ୟାଳୟ। ଏଠି ଅନଲାଇନ ଫେଲ ମାରିଛି । ସବୁ କିଛି ଚାଲିଛି ଅଫଲାଇନରେ। ବାରମ୍ବାର ତହସିଲ କାର୍ଯ୍ୟାଳୟ ଯିବାକୁ ପଡୁଛି। କିରାଣୀଙ୍କୁ ଅନୁରୋଧ କରିବାକୁ ପଡୁଛି । ଦିନ ସାରା ଗୋଡ଼ ଭାଙ୍ଗି ଛିଡ଼ା ହେବାକୁ ପଡୁଛି। ତଥାପି ବାବୁଙ୍କ ଦୟା ନହେଲେ କାମ ହେଉନି। ରାଜସ୍ବ ବିଭାଗର ଅନଲାଇନ ଆଶ୍ବାସନା ପାଲଟିଛି ପ୍ରହସନ। ମନ୍ତ୍ରୀ କେବଳ ପ୍ରଚାର ପାଇଁ ଟିଭି ଆଗରେ ଏମିତି କହୁଛନ୍ତି ସିନା, ହେଲେ ବାସ୍ତବରେ ଚାଲିଛି ଓଲଟା। ଆସିକା ଅଞ୍ଚଳର ଅନେକ ଲୋକଙ୍କ ଅଭିଯୋଗ ସମାନ । ରାଉରକେଲା ସହରରେ ବି ଅନଲାଇନରେ କିଛି ହେଉନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ତହସିଲ କାର୍ଯ୍ୟାଳୟକୁ ସବୁବେଳେ ଯିବାକୁ ପଡୁଛି, ବାବୁମାନଙ୍କୁ ଗୁହାରୀ କରିବାକୁ ପଡୁଛି। ବାବୁମାନଙ୍କୁ ହାତଗୁଞ୍ଜା ବି ଦେବାକୁ ପଡୁଛି। ତଥାପି କାମ ହେଉନାହିଁ। ସରକାର ଅନଲାଇନର ଥୋପ ନ ଦେଇ ଆଗ ଭଳି ସବୁ କାମ ଅଫଲାଇନରେ ହେଉଛି ବୋଲି ଘୋଷଣା କରିଦେଲେ ଭଲ ହୁଅନ୍ତା ବୋଲି ହିତାଧିକାରୀମାନେ କହିଛନ୍ତି।

ପଟ୍ଟାରେ ମାଲିକାନା ସ୍ବତ୍ତ୍ବ ଆପେ ଆପେ ସଂଶୋଧନ ହେବ। ଏଥିପାଇଁ ଗାଁକୁ ଯାଉଛି ତହସିଲ । ଏଭଳି ଢଙ୍ଗରେ ଲକ୍ଷାଧିକ ପଟ୍ଟା ସଂଶୋଧନ ହେଲାଣି ବୋଲି ମନ୍ତ୍ରୀ କହୁଛନ୍ତି । ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ, ପଟ୍ଟା ସଂଶୋଧନ, ଜମି ସୀମା ଚିହ୍ନଟ, ଜମିର କିସମ ପରିବର୍ତ୍ତନ ଭଳି ଗୁରୁତ୍ବପୂର୍ଣ୍ଣ କାମ ପାଇଁ ଲୋକେ ତହସିଲ ଅଫିସ ଯିବାକୁ ପଡ଼ୁନାହିଁ ବୋଲି ରାଜସ୍ବ ବିଭାଗର ସ୍ଲୋଗାନ ଫେଲ ମାରୁଛି। ଏବେ ରାଜସ୍ବ ବିଭାଗର ଅନଲାଇନ ସେବା, ହ୍ବାଟସଆପ୍ ସେବା ଗ୍ରାଉଣ୍ଡ ଜିରୋରେ ବିଫଳ ହୋଇଛି। ତଥାପି ଚାଲିଛି ବିଭାଗରେ ସଂସ୍କାର। ଆସୁଛି ଗୋଟିଏ ପରେ ଗୋଟିଏ ଡିଜିଟାଲ ସେବା। ମନ୍ତ୍ରୀ କହିଛନ୍ତି, ରାଜସ୍ବ ସେବା ଲୋକଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ପହଞ୍ଚାଇବା ପାଇଁ ସରକାର ବଦ୍ଧପରିକର।

ଗାଁ ହେଉ କି ସହର, ସାଧାରଣ ଲୋକଙ୍କ ସରକାରୀ କାମ ସବୁଠାରୁ ଅଧିକ ଥାଏ ତହସିଲ କାର୍ଯ୍ୟାଳୟରେ । ବର୍ଷ ବର୍ଷ ଧରି ନିଜ ଜମି ରେକର୍ଡ ସଠିକ କରିବା ପାଇଁ ହନ୍ତସନ୍ତ ହେଉଛି ସାଧାରଣ ଲୋକ। ମନ୍ତ୍ରୀଙ୍କ ଡିଜିଟାଲ ସେବା ପ୍ରଚାର ଯେତିକି ହେଉଛି, ବାସ୍ତବରେ ସେତିକି ରୂପାୟନ ହେଲେ ତଳ ସ୍ତରରେ ଲୋକେ ଉପକୃତ ହୋଇପାରନ୍ତେ ।..

ଖାଉଟିଙ୍କ ଉପରେ ପଡ଼ିଛି ମହଙ୍ଗା ପାହାର

ନନ୍ଦିଘୋଷ ବ୍ୟୁରୋ : ଖାଉଟିଙ୍କ ଉପରେ ପଡ଼ିଛି ମହଙ୍ଗା ପାହାର। ପୁଣି ବଢିଛି ଦେଶର ଖୁଚୁରା ମୁଦ୍ରାସ୍ଫୀତି। ଏହାର ପ୍ରଭାବ ପଡ଼ିଛି ବଜାର ଉପରେ। ବଢିଛି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ। ହେଲେ ଏଥର ଓଡ଼ିଶା ଜାତୀୟ ହାର ଟପିଛି। ଜାତୀୟ ହାର ୪.୮୨% ଥିବା ବେଳେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ପହଞ୍ଚିଛି ୫.୫୨%ରେ। ସାରା ଦେଶର ବଡ଼ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ୫ ନମ୍ବରରେ ଅଛି। ତେଲେଙ୍ଗାନା ୬.୨୭% ସହ ସବୁଠାରୁ ଆଗରେ ଥିବା ବେଳେ ଏହା ପଛକୁ ତାମିଲନାଡ଼ୁ ରହିଛି । ବଜାରରେ ଅଗଷ୍ଟ ମାସ ଅପେକ୍ଷା ସେପ୍ଟେମ୍ବର ମଝିରେ ଯଦିଓ ସ୍ଥିତି ଟିକେ ସୁଧୁରିଛି, ହେଲେ ଏବେ ବି ବଜାର ଦର ଘାଇଲା କରୁଛି। ପିଆଜ କିଲୋ ୬୦ ଥିବା ବେଳେ ଚିନି କିଲୋ ୭୦। ପରିବାରେ ବିନ କିଲୋ ୧୦୦ ଉପରେ। ତେବେ ବଜାର ଦର ବୃଦ୍ଧି ପାଇଁ ବ୍ୟବସାୟୀ ମହାସଂଘ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ଦାୟୀ କରିଛି। ବିଦେଶକୁ ଅଧିକ ଚିନି ଆମଦାନୀ ସାଙ୍ଗକୁ ରିଟେଲ ବଜାରରେ ଏଫ୍ଡ଼ିଆଇକୁ ସରକାର ଅନୁମତି ଦେଇଥିବାରୁ ଛୋଟ ଛୋଟ ବେପାରୀ କର୍ପୋରେଟ ଜଗତ ସହ ତାଳ ଦେଇ ଚାଲିପାରୁନାହାନ୍ତି। ସେଥିପାଇଁ ଦର ବଢୁଛି, ଖାଉଟି ଉପରେ ଚାପ ବି ବଢୁଛି ବୋଲି ବ୍ୟବସାୟୀ ମହାସଂଘ କହିଛି।

ଗ୍ରାମାଞ୍ଚଳରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ସାରା ଦେଶରେ ୩ ନମ୍ବରରେ ପହଞ୍ଚିଛି। ଅଗଷ୍ଟରେ ଅଦା, ପିଆଜ, ରସୁଣ ଦର ୪୩ରୁ ୭୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସୁନା, ହୀରା ଅଳଙ୍କାର ୩୫ ପ୍ରତିଶତ ବୃଦ୍ଧି ହୋଇଛି । ଅଗଷ୍ଟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ରେସ୍ତୋରାଁରେ ଖାଇବା ଖର୍ଚ୍ଚ ବି ବଢିଛି । ମୁଦ୍ରାସ୍ଫୀତି ବୃଦ୍ଧି ହେଲେ ଏହାର ପ୍ରଭାବ ଅର୍ଥନୀତି ଅଭିବୃଦ୍ଧି ଉପରେ ପଡ଼ିବ ବୋଲି ବିଶେଷଜ୍ଞ କହିଛନ୍ତି । ସିଧାସଳଖ ଲୋକଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ବଜାର ଦର ବୃଦ୍ଧି ଯୋଗୁଁ ଲୋକଙ୍କ ସଞ୍ଚୟ କମୁଛି। ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଆଗକୁ ରିଜର୍ଭ ବ୍ୟାଙ୍କ ରେପା ରେଟ ବୃଦ୍ଧି କଥା ଚିନ୍ତା କରୁଥିବାରୁ ଋଣ ଦେୟ ମଧ୍ୟ ବଢିବ। ସରକାର ଏହା ଉପରେ ଚିନ୍ତା କରିବାର ସମୟ ଆସିଛି ବୋଲି ବିଶେଷଜ୍ଞ କହିଛନ୍ତି।

ଖୁଚୁରା ସହ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଁ ୯.୯୨%ରେ ପହଞ୍ଚିଛି। ବିଶ୍ବରେ ତୃତୀୟ ଅର୍ଥନୀତି ହେବାର ସ୍ବପ୍ନ ଦେଖୁଥିବା ଭାରତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ନ କଲେ ଆଗକୁ ସ୍ଥିତି ଅଧିକ ଖରାପ ହେବାର ସମ୍ଭାବନା ରହିଛି।.