ପୋଲିସ ଏସଆଇ ପରୀକ୍ଷା ସ୍କାମ । ଆନ୍ତଃ ରାଜ୍ୟ ଲିଙ୍କ ନେଇ ଆଉ ଜଣଙ୍କୁ ଗିରଫ କଲା ସିବିଆଇ । ବାହାର ରାଜ୍ୟରୁ ନୀତୁ ଆରୋରାଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି ସିବିଆଇ । ସେପଟେ ୨ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତ ମୁନା ମହାନ୍ତି, ଟି. ଅଭିମନ୍ୟୁ ଦୋରା , ଶ୍ରୀକାନ୍ତ ମହାରଣା ଓ ପ୍ରିୟଦର୍ଶିନୀ ସାମଲଙ୍କୁ କୋର୍ଟରେ ହାଜର କରିଛି ସିବିଆଇ । ପୂର୍ବରୁ ବିହାରରୁ ନୀତୀଶକୁ ଗିରଫ କରାଯାଇଥିଲା । ରିମାଣ୍ଡ ଅବଧି ସମୟରେ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ପଦାକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୫ ଲକ୍ଷ ଟଙ୍କା ବିନିମୟରେ କିଭଳି ମିଳୁଥିଲା ଚାକିରୀ ? ପାୱାର କରିଡରରେ କିଏ ଦେଉଥିଲା ବ୍ୟାକ୍ ସପୋର୍ଟ ? କାହା ଛତ୍ରଛାୟାରେ ରହି କ୍ରାଇମ ସିଣ୍ଡିକେଟ ଚଳାଉଥିଲେ ଅଭିଯୁକ୍ତ ? ସେ ନେଇ ସିବିଆଇକୁ ମିଳିଛି ନେକ ତଥ୍ୟ।
୭ମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ: ବିଦ୍ୟାଳୟ ପରିସରରେ ଉତ୍ତେଜନା
ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ। ବିଦ୍ୟାଳୟ ପରିସରରେ ଉତ୍ତେଜନା ପରେ ଥାନାରେ ମାମଲା। ବାଲେଶ୍ଵର ଜିଲ୍ଲା ଟାଉନଥାନା ଅଞ୍ଚଳର ଏକ ସ୍କୁଲରୁ ୭ମ ଶ୍ରେଣୀର ଛାତ୍ରୀଙ୍କୁ ଗଣିତ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟର ଛାତକୁ ଏକୁଟିଆ ଡ଼ାକି ପ୍ରାଇଭେଟ୍ ଅଙ୍ଗକୁ ଟଚ୍ କରିବା ନେଇ ଘରେ ମାଆଙ୍କୁ ଜଣାଇଥିଲେ ଛାତ୍ରୀ । ଏନେଇ ଆଜି ଛାତ୍ରୀର ପରିବାର ବିଦ୍ୟାଳୟକୁ ଆସି ପଚାରିବାରୁ ଉତ୍ତେଜନା ଦେଖାଦେଇଥିଲା । ବିଦ୍ୟାଳୟ ପରିସରରେ ଟାଉନ ଥାନା ପୋଲିସ ପହଁଚି ବୁଝାସୁଝା କରିଥିଲା । ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି।
ଉଦ୍ଧାର ହେବ ସବୁଠାରୁ ବଡ ଓ ପୁରାତନ ହାତୀ ରାମୁର କଙ୍କାଳ
ଉଦ୍ଧାର ହେବ ରାମୁର କଂକାଳ । ଚନ୍ଦକା ଜଙ୍ଗଲର ସବୁଠାରୁ ବଡ ଓ ପୁରାତନ ହାତୀ ହେଉଛି ରାମୁ । ଗତ ବର୍ଷ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ଘଟିଥିଲା। ଆଜି ଉଦ୍ଧାର ଟିମରେ ବନବିଭାଗ, ଏମ୍ସର ଫରେନସିକ ଟିମ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ଓ ଡାକ୍ତରୀ ଟିମ ରହିଛନ୍ତି।
ନବମ ଶ୍ରେଣୀ ଛାତ୍ରର ପକେଟରୁ ବାହାରିଲା ବନ୍ଧୁକ
ନବମ ଶ୍ରେଣୀ ଛାତ୍ରର ପକେଟରୁ ବାହାରିଲା ବନ୍ଧୁକ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍କୁଲରେ ଗଣିତ କ୍ଲାସ ଚାଲିଥିବା ସମୟରେ ଶ୍ରେଣୀ ଗୃହରେ ଛାତ୍ରର ପକେଟ ଉଚା ଦେଖାଯିବାରୁ ଗଣିତ ସାର ନୃସିଂହ ସ୍ବାଇ ଚେକିଂ କରିଥିଲେ । ଚେକିଂ ସମୟରେ ଛାତ୍ର ପକେଟରୁ ଏକ ବନ୍ଧୁକ ବାହାରିଥିଲା । ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିବା ପରେ ବନ୍ଧୁକ ଜବତ ସହ ଛାତ୍ରକୁ କୋରୁଆ ସ୍ବଧାର ଗୃହରେ ରଖି ଅଧିକ ତଦନ୍ତ କରୁଛି ପୋଲିସ ।

