spot_img
Home Blog Page 1989

କାଲିଠୁ ୩୦ ଯାଏଁ ଜଳିବ, ଦିନ ୧୧ ସୁଦ୍ଧା ରାଜଧାନୀ ତତଲା ସହର

ଭୁବନେଶ୍ବର: କାଲିଠାରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ। ୯ ଜିଲ୍ଲାକୁ ରେଡ ଆଲର୍ଟ ଜାରିକଲା ପାଣିପାଗ କେନ୍ଦ୍ର। ବାଲେଶ୍ବର, ମୟୂରଭଞ୍ଜ, ଢେଙ୍କାନାଳ, ଝାରସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

୨୭ ତାରିଖରେ ୧୫ ଜିଲ୍ଲାକୁ ରେଡ ଆଲର୍ଟ ରହିଛି। ୨୮ ଓ ୨୯ ତାରିଖରେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୩୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା । ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ବର ଭୁବନେଶ୍ୱରରେ ସର୍ବାଧିକ ୪୧.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡାରେ ୪୦.୪ ଡିଗ୍ରୀ।, ହୀରାକୁଦରେ ୪୦.୨ ଡିଗ୍ରୀ, କେନ୍ଦୁଝରରେ ୩୯.୬ ଡିଗ୍ରୀ, ସମ୍ବଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ, ପାରାଦୀପ ଓ ପୁରୀରେ ୩୪.୨ ଡିଗ୍ରୀ ଓ ଗୋପାଳପୁରରେ ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ସମ୍ବଲପୁରରେ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚାର

ସମ୍ବଲୁପର: ଲୋକସଭା ଆସନରେ ବିଜେଡିର ଜୋରଦାର ପ୍ରଚାର। ଆଜି ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଲେଇବଣିରେ ପ୍ରଚାର କରିଥିଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ନାରା ସାରା ଓଡ଼ିଶାବାସୀ ମୋର ପରିବାର।

ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ଲୋକଙ୍କ ସମସ୍ଯାର ସମାଧାନ ସହ ଗୋଟି ଗୋଟି କରି ବିକାଶମୂଳକ କାର୍ଯ୍ୟ କରି ଚାଲିଛନ୍ତି। ଜନତାଙ୍କୁ ନିଜ ପରିବାର ଭାବି ବିକାଶମୂଳକ କାର୍ଯ୍ୟ କରିଚାଲିଛନ୍ତି । ବିରୋଧୀ ଅନେକ କଥା କହୁଛନ୍ତି କିନ୍ତୁ କିଛି କରୁନାହାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାଠାରୁ ଅଧିକ କରିକି ଦେଖାଇଛନ୍ତି।

ସେହିପରି ବାରକୋଟରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରି ଆହୁରି ସଶକ୍ତ କରିବାକୁ କହିଛନ୍ତି ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ  ।

ରକ୍ତଦାନ କର ଜୀବନ ବଞ୍ଚାଅର ଆହ୍ବାନ ଦେଲେ ପ୍ରଣବ ପ୍ରକାଶ

ସମ୍ବଲପୁର: ରାଜନୀତି ନୁହେଁ ସେବା ଆଗ। ଏହାକୁ ପାଥେୟ କରି ଆଗେଇ ଚାଲିଛନ୍ତି ପ୍ରଣବ ପ୍ରକାଶ ଦାସ l ନେତା ନୁହେଁ ସେ ପ୍ରଥମେ ଜଣେ ସେବକ ତାହା ପ୍ରମାଣିତ ହୋଇଛି। ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଲେ ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।

ବୁର୍ଲା ଭିମସାର୍ ସ୍ଥିତ ରକ୍ତଦାନ ଶିବିରରେ ଯୋଗଦେବା ସହ ରକ୍ତଦାନ କରିଛନ୍ତି ପ୍ରଣବ। ଏହାସହ ରକ୍ତ ଦେଇ ଜୀବନ ବଞ୍ଚାନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ।

ନାଁ ନନେଇ ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍, ପଟ୍ଟାଙ୍ଗୀରୁ ପ୍ରଚାର ଆରମ୍ଭ କଲେ

କୋରାପୁଟ: ପଟ୍ଟାଙ୍ଗୀରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିଜେଡି ଲୋକସଭା ପ୍ରାର୍ଥୀ କୌଶଲ୍ୟା ହିକକା ଓ ପଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ପାଇଁ ଯୋଡ଼ି ଶଙ୍ଖରେ ଆଶୀର୍ବାଦ କରିବାକୁ ପଟାଙ୍ଗୀବାସୀଙ୍କୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ପଟାଙ୍ଗୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ନିର୍ବାଚନୀ ସଭାରୁ ନାଁ ନନେଇ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ବାରମ୍ବାର ବିଏସକେୱାଇକୁ ଅଯଥା ସମାଲୋଚନା କରୁଛନ୍ତି । ହେଲେ ଏହା ଏକ ଯୁଗାନ୍ତକାରୀ ଯୋଜନା ଓ ଗରିବ ଲୋକଙ୍କୁ ବଡବଡ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବାର ସାହସ ଦେଇଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ପଟାଙ୍ଗୀରେ ଦେଓମାଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୨ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ସେହିଭଳି ରାଣୀ ଡୁମୁଡୁମା ଜଳପ୍ରପାତ ଓ ନାଗେଶ୍ବରୀ ଗୁମ୍ଫାର ରୂପାନ୍ତରଣ ପାଇଁ ୩ କୋଟି ୬୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମାଆ ଗଙ୍ଗେଶ୍ବରୀ ମନ୍ଦିର ପାଇଁ ମଧ୍ୟ ୩ କୋଟି ଟଙ୍କା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଆଦିବାସୀ ଜନଜାତିଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ପଡ଼ୋଶୀ ରାଜ୍ଯ ଛତିଶଗଡ଼, ଝାଢଖଣ୍ଡ କିମ୍ବା ଆନ୍ଧ୍ର ପ୍ରଦେଶରେ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନି । ୨୫ କୋଟି ୬୦ ଲକ୍ଷ ଟଙ୍କାରେ ପଟଙ୍ଗୀରେ ୫୦ରୁ ଅଧିକ ହାଇସ୍କୁଲର ରୂପାନ୍ତରଣ ହୋଇଛି ।

କୋରାପୁଟର ୩ ହଜାର ୭୦୦ ଏସଏଚଜି ସଦସ୍ଯା ବିନା ସୁଧରେ ଋଣ ପାଇଛନ୍ତି । ୧୫ ହଜାର ଗର୍ଭବତୀ ମହିଳା ପ୍ରସବକାଳୀନ ସହାୟତା ପାଇଛନ୍ତି । ଲକ୍ଷ୍ମୀ ଯୋଜନାରେ ଗତ ୪ ମାସରେ କୋରାପୁଟର ୪ ଲକ୍ଷ ମହିଳା ଉପକୃତ ହୋଇଛନ୍ତି । ମଧୁବାବୁ ପେନସନ ଯୋଜନାରେ ଭତ୍ତା ରାଶି ହଜାରେ ଟଙ୍କାକୁ ମୁଖ୍ଯମନ୍ତ୍ରୀ ବଢ଼ାଇଛନ୍ତି । ଆଜି ମଧ୍ୟ ପ୍ରଚାର ସଭାରେ ଫାଇଭ-ଟି ଅଧ୍ୟକ୍ଷଙ୍କୁ ପଟାଙ୍ଗୀର ବହୁ ଲୋକ ଆବେଦନପତ୍ର ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପଟାଙ୍ଗୀବାସୀଙ୍କ ବିଶ୍ବାସର ପ୍ରତୀକ ବୋଲି ସେ କହିଛନ୍ତି । ୨୦୧୯ରେ କୋରାପୁଟ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହାରିଯାଇଥିଲେ ।

କିନ୍ତୁ ଯିଏ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ସେ ଏହି ଅଞ୍ଚଳ ପାଇଁ କ’ଣ କରିଛନ୍ତି ତାହା ପଟାଙ୍ଗୀବାସୀ ବିଚାର କରନ୍ତୁ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ଗତଥର ଭଳି ଏଥର ମଧ୍ୟ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ମହିଳା ସଶକ୍ତିକରଣ ନେଇ ସବୁ ଦଳ ବହୁ ଭାଷଣ ଦେଉଛନ୍ତି । ବିଜେଡି ଛଡ଼ା ଅନ୍ୟ କୌଣସି ଦଳ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିନାହାନ୍ତି । ପଟାଙ୍ଗୀରେ ଆରମ୍ଭ ହୋଇଥିବା ବିକାଶ ଯାତ୍ରାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଯୋଡ଼ିଶଙ୍ଖରେ କୌଶଲ୍ୟା ହିକକା ଓ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ବଡ଼ ବ୍ଯବଧାନରେ ଜିତାଇବାକୁ କାର୍ତ୍ତିକ ପାଣ୍ଡିଆନ ଅପିଲ କରିଛନ୍ତି ।

ଲୋକସଭା ନିର୍ବାଚନ ବେଳେ ପାଟନାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା

ପାଟନା: ଭାରତରେ ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ବିହାରରେ ବଡ ଅଘଟଣ  । ଶାସକ ଦଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାର୍ଟି ଜନତା ଦଳ ୟୁନାଇଟେଡ (ଜେଡିୟୁ)ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି  । ରାଜଧାନୀ ପାଟନାର ପୁନପୁନ ଅଞ୍ଚଳରେ ଏହି ହତ୍ୟା ପରେ ଚାଞ୍ଚଲ୍ୟ ଖେଳିଯାଇଛି  । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପାଟନା ପୁନପୁନ ରାସ୍ତା ଅବରୋଧ କରି ହଙ୍ଗାମା କରିଛନ୍ତି  ।

ପୁନପୁନର ପେମାର ଗାଁ ନିକଟ ବେଲଡିଆ ପୋଲ ନିକଟରେ ଜେଡିୟୁ ନେତା ସୌରଭ କୁମାରଙ୍କୁ ଅପରାଧୀମାନେ ଗୁଳିକରି ହତ୍ୟା କରିଛନ୍ତି  । ସୌରଭଙ୍କ ଜଣେ ବନ୍ଧୁ ଗୁଳିମାଡରେ ଆହତ ହୋଇଛନ୍ତି  । ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି  । ସନ୍ଧାନୀ କୁକୁର ସହ ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ କରୁଛି  ।

ଜେଡିୟୁ ନେତା ସୌରଭ କୁମାର ବୁଧବାର ଦିନ ବିଳମ୍ବିତ ରାତିରେ ବଢେୟାଁ କୋଲ ଗାଁରୁ ଏକ ବିବାହ ଭୋଜିରୁ ଜଣେ ବନ୍ଧୁଙ୍କ ସହ ଫେରୁଥିୁଲେ  । ସୌରଭ ଗାଡି ଷ୍ଟାଟ୍‌ କରିବା ସମୟରେ ହିଁ କିଛି ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଥିଲେ  । ସୌରଭଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ତାଙ୍କ ବନ୍ଧୁଙ୍କ ପେଟ ଓ ଗୋଡରେ ଗୁଳି ବାଜିଥିଲା  । ଗୁଳି ଚଳାଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ  । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନାରେ ସୌରଭଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର  ।

ଲୋକଙ୍କ ସମସ୍ୟା ସମାଧାନ କରିପାରୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ନବୀନ: କାର୍ତ୍ତିକ ପାଣ୍ଡିଆନ

କୋରାପୁଟ: ଲକ୍ଷ୍ମୀପୁର ନିର୍ବାଚନ ମଇଦାନରେ ଆଜି ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ସେ ଜୋରଦାର ବର୍ଷିଛନ୍ତି। ନିର୍ବାଚନ ବେଳେ କେମିତି ବିରୋଧୀଙ୍କ ଭୋଟରଙ୍କ କଥା ମନେପଡେ ବୋଲି ଉଲ୍ଲେଖ କରିଛନ୍ତି ପାଣ୍ଡିଆନ  । ସେ କହିଛନ୍ତି ‘‘କିଛି ଲୋକଙ୍କ ନିଦ ଭାଙ୍ଗିଯାଇଛି । ନିର୍ବାଚନ ବେଳେ ବଡ ବଡ ମିଠା କଥା କହିବେ । ନିର୍ବାଚନ ପରେ ସେମାନେ ଖୋଜିଲେ ବି ମିଳିବେନି । ଆପଣ ଯାହା ମାଗିଥିଲେ ତାହା ମିଳିଛି । ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି । ଶଙ୍ଖର ଚିହ୍ନ ହେଉଛି ବିକାଶ । ଆପଣଙ୍କ ସମସ୍ୟାକୁ ଜଣେ ଲୋକ ଦୂର କରିପାରିବେ । ସିଏ ହେଉଛନ୍ତି ନବୀନ ପଟ୍ଟନାୟକ’’ ।

ସେହିପରି BSKY କାର୍ଡକୁ ବି ଫୋକସ୍‌ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଗରିବଙ୍କ ସମ୍ମାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ୍ ଦେଇଛନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି । ହେଲେ ବିରୋଧୀ ବିଏସକେୱାଇ କାର୍ଡକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ସତର୍କ ରହିବେ । ଷଡ଼ଯନ୍ତ୍ରକାରୀଙ୍କଠାରୁ ସତର୍କ ରୁହନ୍ତୁ । ନରହିଲେ ସେମାନେ ବିଏସକେୱାଇ କାର୍ଡ ବନ୍ଦ କରିଦେବେ ବୋଲି ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ପାଣ୍ଡିଆନ  ।

ସେହିପରି ମହିଳାଙ୍କ ଦୁବାଇ ଯିବାକୁ କିଛି ନେତା ସହି ପାରୁନାହାନ୍ତି । ତେଣୁ ସେମାନେ ଦୁବାଇ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ । ଆପଣ ଭଲରେ ରହିବା ସେମାନେ ଚାହୁଁନାହାନ୍ତି । ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । କିଛି କାମ କରନ୍ତି ନାହିଁ । ଖାଲି ବଡ଼ବଡ଼ କଥା କହିବେ । ମିଠା ଭାଷଣ ଦେବେ । ସେହି ନେତା ମିଶନ ଶକ୍ତି ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି କାମ ବେଶି କରନ୍ତି ବୋଲି କହିଛନ୍ତି ପାଣ୍ଡିଆନ  ।

କେନିୟାରେ ବନ୍ୟା ବୀଭିଷିକା, ୩୮ ଜଣଙ୍କ ମୃତ୍ୟୁ

ନାଏରୋବି: ଦୁବାଇ ପରେ ଏବେ କେନିୟାରେ ବନ୍ୟା ସ୍ଥିତି  । ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୮ ଜଣ ପ୍ରାଣ ହରାଇ ସାରିଲେଣି  । ବିପଦସ୍ତର ଉପରେ କେନିୟାର ସ୍ଥିତି  । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଦଶ ହଜାର ଲୋକେ ବାସହୀନ ହୋଇସାରିଲେଣି  । ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ କାରବାରରେ ବ୍ୟାଘାତ ଘଟିଛି  ।

ବୁଧବାର ଦିନ ରାତିରେ ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ନିଖୋଜ ଅଛନ୍ତି  । ରାସ୍ତାରେ ବନ୍ୟା ପାଣି ପ୍ରବେଶ କରିବା କାରଣରୁ କିଛି ଅଞ୍ଚଳ ସହରରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ରାଜଧାନୀରେ ଦକ୍ଷିଣରେ କିଣ୍ଟେଗାଲାର ମୁଖ୍ୟ ପୋଲରେ ଅଥି ନଦୀର ପାଣି ପଶିଯିବାରୁ କିନ୍ତେଗାଲାରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି  ।

 କେନିୟା ପାଣିପାଗ ବିଭାଗ ଅନୁସାରେ ଏଠାରେ ୨୪ ଘଣ୍ଟାରେ ୨୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି  ।

ନିଶାସକ୍ତ ହୋଇ ସାନଭାଇର ଗଳା କାଟିଲା ବଡଭାଇ

ବାରଙ୍ଗ: ସମ୍ପର୍କରେ ଲାଗିଲା ରକ୍ତ ଛିଟା। ଭାଇର ଗଳା କାଟିଲା ଭାଇ। ଏଭଳି ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଥାନା ଗୋଡିସାହିରେ। କଟକ ଶିଖରପୁରର ସୋମବ୍ରତ ବେହେରା ବଡ଼ବାପା ପୁଅ ଭାଇ ସୂର୍ଯ୍ୟବ୍ରତ ବେହେରାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟ ମଦ୍ୟପାନ କରିଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ହଠାତ ସୂର୍ଯ୍ୟବ୍ରତ ଏକ ଧାରୁଆ ଅସ୍ତ୍ରରେ ସୋମବ୍ରତଙ୍କ ଗଳାକୁ ଆକ୍ରମଣ କରିଥିଲେ।

ବଡ଼ ବାପା ପୁଅ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଆହତ ଯୁବକଙ୍କ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ପୋଲିସର ତଦନ୍ତ ଜାରି ରହିଛି  ।

ନିର୍ବାଚନୀ ଋତୁରେ ବଢୁଛି ବିବାଦୀୟ ମନ୍ତବ୍ଯ, ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ କଂଗ୍ରେସ

ନୂଆଦିଲ୍ଲୀ: ବଢିବାରେ ଲାଗିଛି ବିବାଦୀୟ ମନ୍ତବ୍ଯ ସଂଖ୍ଯା । ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଥା କଟାକଟି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବଗୁରୁ ବଦଳରେ ବିଷଗୁରୁ ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ମହିଳାଙ୍କ ମଙ୍ଗଳସୂତ୍ରକୁ ଛଡାଇ ନେଇଯିବାକୁ କଂଗ୍ରେସ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ଯକୁ ସମାଲୋଚନା କରି ଜୟରାମ କହିଛନ୍ତି ପ୍ରଧାନମନ୍ତ୍ରୀ ପବିତ୍ର ମଙ୍ଗଳସୂତ୍ରକୁ ସମ୍ମାନ ଦିଅନ୍ତି ନାହିଁ । ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ । ରାଜସ୍ଥାନରେ ବାନସ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ- ଅନୁପ୍ରବେଶକାରୀ ଏବଂ ଯେଉଁମାନଙ୍କ ଅଧିକ ସନ୍ତାନ ରହିଛି ସେମାନଙ୍କ ହାତରେ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥ ଓ ସମ୍ପତ୍ତି ଟେକି ଦେବା ଲାଗି କଂଗ୍ରେସ ଯୋଜନା କରିଛି ।

ଅର୍ବାନ ନକ୍ସଲ ଯାହା ଚିନ୍ତା କରନ୍ତି କଂଗ୍ରେସ ତାହା ଚିନ୍ତା କରୁଛି । ମୋଦୀ କହିଥିଲେ- କ୍ଷମତାରେ ଥିବାବେଳେ କଂଗ୍ରେସ କହୁଥିଲା- ଦେଶର ସମ୍ବଳରେ ମୁସଲିମମାନଙ୍କ ପ୍ରଥମ ଅଧିକାର ରହିଛି । ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସେ ତେବେ ସମସ୍ତଙ୍କ ସମ୍ପତ୍ତି ଏକାଠି କରିବା ସହ ଯେଉଁମାନଙ୍କ ଅଧିକ ସନ୍ତାନ ରହିଛି ସେମାନଙ୍କ ମଧ୍ୟରେ ବାଣ୍ଟିଦେବ । ତେଣେ ଜୟରାମ କହିଛନ୍ତି- ଅଯଥାରେ ଏହାକୁ ନେଇ ବିବାଦ ସୃଷ୍ଟି କରାଯାଉଛି ।

ନିଜର ନିର୍ବାଚନ ଇସ୍ତାହାରରେ ଦେଶରେ ଅର୍ଥନୈତିକ ଅସମାନତା ପ୍ରସଙ୍ଗ ଉଲ୍ଲେଖ କରାଯାଇଛି ବୋଲି କହିଛନ୍ତି ଜୟରାମ । ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ହେଟସ୍ପିଚ ବୋଲି ଦର୍ଶାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହି ମନ୍ତବ୍ଯ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି । ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ବି ସମାଲୋଚନା କରିଛନ୍ତି AIMIM ନେତା ଅସଦୁଦ୍ଦିନ ଓବେସି । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯୁଦ୍ଧ ସମୟରେ ତାଙ୍କ ଜେଜେ ମା ନିଜର ସୁନାଗହଣା ଦାନ ଦେଇଥିଲେ ।

ଏପରିକି ତାଙ୍କ ମାଙ୍କ ମଙ୍ଗଳସୂତ୍ର ଦେଶଲାଗି ଉତ୍ସର୍ଗୀକୃତ ହୋଇଛି । ଦେଶ ସ୍ବାଧୀନତା ପାଇବାର ୭୭ ବର୍ଷ ହେଲା । ଦେଶରେ କଂଗ୍ରେସ ପ୍ରାୟ ୫୫ ବର୍ଷ ଶାସନ କରିଛି । ଏହି ସମୟ କାଳ ମଧ୍ଯରେ କାହାଠାରୁ କଂଗ୍ରେସ ମଙ୍ଗଳସୂତ୍ର ଛଡାଇ ନେଇଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ଏହାରି ଭିତରେ ଆଉ ଏକ ବିବାଦ ଠିଆ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଆମେଠିର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଆମେଠିବାସୀଙ୍କୁ ସେ କହିଛନ୍ତି- ଆପଣମାନେ ନିଜ ନିଜର ସମ୍ପତ୍ତିର କାଗଜପତ୍ର ଲୁଚାଇ ରଖନ୍ତୁ । ରାହୁଲ ଗାନ୍ଧୀ ଓ ତାଙ୍କ ଭିଣୋଇ ରବର୍ଟ ବାଦ୍ରା ଏହା ଯଦି ଜାଣନ୍ତି ତେବେ ତାହା ସେମାନେ ଛଡାଇ ନେଇ ବାଣ୍ଟିଦେବେ ।

ଆମେଥିରୁ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ୍ କରିବେ ରାହୁଲ !

ଅମେଥୀ: ଅମେଥୀରୁ ପୁଣି ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ  । ଶୁଣିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆସନ୍ତାକାଲି ୱାଇନାଡ ଭୋଟିଂ ପରେ ରାହୁଲଙ୍କ ନାଁ ଅମେଥୀରୁ ଘୋଷଣା ହୋଇପାରେ ।

ଆଗାମୀ ସପ୍ତାହରେ ଅମେଥୀରେ ନାମାଙ୍କନ ଦାଖଲ କରିପାରନ୍ତି ରାହୁଲ  । ଅମେଥୀରୁ ରାହୁଲଙ୍କ ନାଁରେ ପାର୍ଟି କମାଣ୍ଡ ମୋହର ମାରିବା ପୂର୍ବରୁ କଂଗ୍ରେସ ଏଠାରେ ପ୍ରସ୍ତୁତି ଆରମ୍ଭ କରିଦେଇଛି  । ଶୁଣିବାକୁ ମିଳୁଛି ଯେ ୱାଇନାଡରୁ ଭାଗ୍ୟ ପରୀକ୍ଷା ପରେ ଅମେଥୀରୁ ରାହୁଲଙ୍କ ନାଁ ଘୋଷଣା ହୋଇପାରେ  ।

ଏଥର ପୁଣିଥରେ ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ  । ପ୍ରକୃତରେ କଂଗ୍ରେସର ଏକ ସର୍ଭେ ରିପୋର୍ଟ କହୁଛି ଯେ ଅମେଥୀରୁ ରାହୁଲ ପ୍ରତିଦ୍ବନ୍ଦିତା କଲେ ଜିତିବାର ଅନେକ ସୁଯୋଗ ରହିଛି  ।