ଲୋକଙ୍କ ସମସ୍ୟା ସମାଧାନ କରିପାରୁଥିବା ଜଣେ ବ୍ୟକ୍ତି ହେଉଛନ୍ତି ନବୀନ: କାର୍ତ୍ତିକ ପାଣ୍ଡିଆନ

1 min read

କୋରାପୁଟ: ଲକ୍ଷ୍ମୀପୁର ନିର୍ବାଚନ ମଇଦାନରେ ଆଜି ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ପ୍ରଚାର ଆରମ୍ଭରୁ ବିରୋଧୀଙ୍କ ଉପରେ ସେ ଜୋରଦାର ବର୍ଷିଛନ୍ତି। ନିର୍ବାଚନ ବେଳେ କେମିତି ବିରୋଧୀଙ୍କ ଭୋଟରଙ୍କ କଥା ମନେପଡେ ବୋଲି ଉଲ୍ଲେଖ କରିଛନ୍ତି ପାଣ୍ଡିଆନ  । ସେ କହିଛନ୍ତି ‘‘କିଛି ଲୋକଙ୍କ ନିଦ ଭାଙ୍ଗିଯାଇଛି । ନିର୍ବାଚନ ବେଳେ ବଡ ବଡ ମିଠା କଥା କହିବେ । ନିର୍ବାଚନ ପରେ ସେମାନେ ଖୋଜିଲେ ବି ମିଳିବେନି । ଆପଣ ଯାହା ମାଗିଥିଲେ ତାହା ମିଳିଛି । ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି । ଶଙ୍ଖର ଚିହ୍ନ ହେଉଛି ବିକାଶ । ଆପଣଙ୍କ ସମସ୍ୟାକୁ ଜଣେ ଲୋକ ଦୂର କରିପାରିବେ । ସିଏ ହେଉଛନ୍ତି ନବୀନ ପଟ୍ଟନାୟକ’’ ।

ସେହିପରି BSKY କାର୍ଡକୁ ବି ଫୋକସ୍‌ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଗରିବଙ୍କ ସମ୍ମାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ୍ ଦେଇଛନ୍ତି । ସେମାନେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି । ହେଲେ ବିରୋଧୀ ବିଏସକେୱାଇ କାର୍ଡକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି । ସତର୍କ ରହିବେ । ଷଡ଼ଯନ୍ତ୍ରକାରୀଙ୍କଠାରୁ ସତର୍କ ରୁହନ୍ତୁ । ନରହିଲେ ସେମାନେ ବିଏସକେୱାଇ କାର୍ଡ ବନ୍ଦ କରିଦେବେ ବୋଲି ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ପାଣ୍ଡିଆନ  ।

ସେହିପରି ମହିଳାଙ୍କ ଦୁବାଇ ଯିବାକୁ କିଛି ନେତା ସହି ପାରୁନାହାନ୍ତି । ତେଣୁ ସେମାନେ ଦୁବାଇ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ । ଆପଣ ଭଲରେ ରହିବା ସେମାନେ ଚାହୁଁନାହାନ୍ତି । ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । କିଛି କାମ କରନ୍ତି ନାହିଁ । ଖାଲି ବଡ଼ବଡ଼ କଥା କହିବେ । ମିଠା ଭାଷଣ ଦେବେ । ସେହି ନେତା ମିଶନ ଶକ୍ତି ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ କଥା କମ କୁହନ୍ତି କାମ ବେଶି କରନ୍ତି ବୋଲି କହିଛନ୍ତି ପାଣ୍ଡିଆନ  ।