spot_img
Home Blog Page 1974

ଟି-୨୦ ବିଶ୍ବକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦଳକୁ ଫେରିଲେ ଋଷଭ ପନ୍ଥ

ନନ୍ଦିଘୋଷ ବ୍ୟୁରୋ: ଟି-ଟ୍ଵେଣ୍ଟି ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା। ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଅଛନ୍ତି। ଅନ୍ୟ ଖେଳାଳି ହେଲେ ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଂଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲ। ଏହି ୧୫ ଜଣ ଖେଳାଳିଙ୍କୁ ବାଦ ଦେଇ ଅନ୍ୟ ୪ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁବମନ ଗିଲ, ରିଙ୍କୁ ସିଂ,
ଖଲିଲ ଅହମ୍ମଦ ଓ ଆବେଶ ଖାନ।…ଭାରତୀୟ ଦଳରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ବିରାଟ କୋହଲି, ଯଶସ୍ଵୀ ଜୟସ୍ଵାଲ ରହିଛନ୍ତି। ଦଳରେ ୪ ସ୍ପେଶାଲିଷ୍ଟ ସ୍ପିନର ଦୁଇଜଣ ରିଷ୍ଟ ସ୍ପିନର ଏବଂ ଟୁ-ଫିଙ୍ଗର ସ୍ପିନର ରହିଛନ୍ତି। ଦଳରେ ୩ ପେସ ବୋଲର ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ମିଳିଛି ସ୍ଥାନ। ହାର୍ଡ ହିଟର ରିଙ୍କୁ ସିଂହ ୧୫ ଜଣିଆ ଦଳରେ ସ୍ଥାନ ପାଇନାହାନ୍ତି। ସେ ରିଜର୍ଭ ପ୍ଲେୟାର ଭାବେ ରହିଛନ୍ତି। ସେପଟେ ଶିବମ ଦୁବେଙ୍କୁ ଦଳରେ ସ୍ଥାନ ମିଳିଛି।

ଟି-୨୦ ବିଶ୍ବକପ ପାଇଁ ଘେଷଣା ହେଲା ଇଂଲଣ୍ଡ ଟିମ୍ , ଦୀର୍ଘଦିନ ପରେ ଦଳକୁ ଫେରିଲେ ଜୋଫ୍ରା ଆଚର

ନନ୍ଦିଘୋଷ ବ୍ୟୁରୋ: ସାଉଥ ଆଫ୍ରିକା ପରେ ଟି-୨୦ ବିଶ୍ବକପ ପାଇଁ ଟିମ ଘୋଷଣା କରିଛି ଇଂଲଣ୍ଡ । ଜୋସ୍ ବଟଲରଙ୍କ ଅଧିନାୟକତ୍ବରେ ବିଶ୍ବକପ ଖେଳିବ ଇଂଲଣ୍ଡ । ତେବେ ଦୀର୍ଘଦିନ ପରେ ଦଳରେ ସ୍ଥାନ ପାଇଛନ୍ତି ଜୋଫ୍ରା ଆଚର । ସେ ୧୩ ମାସ ପରେ ଦଳକୁ ଫେରିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଏବେ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲ ଚାଲିଥିବାବେଳେ ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଫିଲିପ୍ ସଲ୍ଟ, ଜନି ବେୟାରଷ୍ଟ୍ର, ବଟଲର ଏବଂ ଓ୍ବିଲ୍ ଜ୍ୟାକଙ୍କ ଭଳି ଖେଳାଳି ରହିଛନ୍ତି । ସେପଟେ ବୋଲିଂରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

ଟି-୨୦ ବିଶ୍ବକପ ପାଇଁ ଟିମ ଘୋଷଣା କଲା ଦକ୍ଷିଣ ଆଫ୍ରିକା

ନନ୍ଦିଘୋଷ ବ୍ୟୁରୋ: ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଟିମ ଇଣ୍ଡିଆ ଏଯାବତ ଦଳ ଘୋଷଣା କରିନଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି । ୧୫ ଜଣିଆ ଘୋଷଣା ହୋଇଥିବା ଟିମରୁ  ୧୦ ଜଣ ଖେଳାଳି ଏବେ ଆଇପିଏଲ ଖେଳୁଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଦିନିକିଆ ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ହୋଇଥିବା ଟିମ୍ବା ବାଭୁମା ଟି-୨୦ ବିଶ୍ବକପ ଦଳରେ ସ୍ଥାନ ପାଇନାହାନ୍ତି । ଇଡେନ ମାକ୍ରମଙ୍କ ଅଧିନାୟକତ୍ବରେ ଦଳ ବିଶ୍ବକପ ଖେଳିବାକୁ ଯାଉଛି । ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି । ଏବେ ୧୦ ଜଣ ଖେଳାଳି ଆଇପିଏଲ ଖେଳୁଥିବାବେଳେ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

କାନାଡା ପ୍ରତିନିଧିଙ୍କୁ ଭାରତର ସମନ, ସାଧାରଣ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ

ଅଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୁଙ୍କ ସଭାରେ ଶୁଭିଲା ଖାଲିସ୍ତାନ ସ୍ଲୋଗାନ । ଏହାକୁ ନେଇ ତୀବ୍ର ବିରୋଧ କରିଛି ଭାରତ । କାନାଡାର ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିଛି ଭାରତ । ଏହି ଘଟଣା ଭାରତ-କାନାଡା ସମ୍ପର୍କରେ ପ୍ରଭାବ ପକାଇବ ବୋଲି କହିଛି ଭାରତ । ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କାନାଡାରେ ଘଟିଥିବା ଏହି ଘଟଣା ବିଚ୍ଛିନ୍ନତାବାଦ, ଆତଙ୍କବାଦ ଓ ହିଂସାକୁ ପ୍ରୋତ୍ସାହିତ କରିବ ।

ଖଲାସା ଦିବସ ପାଳନ ଅବସରରେ ଜଷ୍ଟିନ ଭାଷଣ ଦେବା ଲାଗି ଷ୍ଟେଜକୁ ଯିବା ମାତ୍ରେ ଖାଲିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଶୁଭିଥିଲା । ଶିଖ ଆତଙ୍କବାଦୀ ନେତା ହରଦୀପ ସିଂ ନିଜାର ହତ୍ଯା ଘଟଣାରେ ଭାରତର ସମ୍ପୃକ୍ତି ରହିଛି ବୋଲି ଗତବର୍ଷ ଜଷ୍ଟିନ କହିଥିବାରୁ ଦୁଇ ଦେଶ ମଧ୍ଯରେ କୂଟନୈତିକ ସମ୍ପର୍କ ବାଧାପ୍ରାପ୍ତ ହୋଇଥିଲା ।

ଏହାକୁ ନେଇ କାନାଡାରେ ନିଜ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ଭାରତ ହ୍ରାସ କରିଥିବାବେଳେ ଭାରତରୁ ୪୧ ଜଣ କୂଟନୀତିଜ୍ଞ ଓ ସେମାନଙ୍କ ପରିବାରକୁ ହଟାଇ ନେଇଥିଲା ବ୍ରିଟେନ । ସେପଟେ ନ୍ୟୁୟର୍କ ଷ୍ଟେଟ ଅଫିସକୁ ନିର୍ବାଚିତ ପ୍ରଥମ ପଞ୍ଜାବୀ-ଆମେରିକୀୟ ପ୍ରତିନିଧି ଜେନିଫର ରାଜକୁମାରଙ୍କୁ ନେଇ ଚର୍ଚ୍ଚା । ନ୍ୟୁୟର୍କରେ ଆୟୋଜିତ ଶିଖ୍ ଦିବସ ପରେଡରେ ସେ ଉଦବୋଧନ ଦେବା ସହ ସେ ଶିଖ ସମ୍ପ୍ରଦାୟକୁ ପ୍ରଶଂସା କରିଥିଲେ । ତେବେ ତାଙ୍କ ସଭାରେ ଖାଲିସ୍ତାନୀ ପତାକା ସ୍ଥାନ ପାଇବାକୁ ନେଇ ଭାରତ ପକ୍ଷରୁ ପ୍ରକାଶ କରାଯାଇଛି ଉଦବେଗ ।

ନ୍ୟୁୟର୍କରେ ଆୟୋଜତି ଶିଖ୍ ଦିବସ ପରେଡ ବା ଖଲାସା ଦିବସ ବା ବୈଶାଖୀ ଉତ୍ସବକୁ ନେଇ ଏବେ ଚର୍ଚ୍ଚା । ଏହି ଉତ୍ସବକୁ ନେଇ ସେ ଯେଉଁ ଫଟୋ ସେୟାର କରିଥିଲେ ସେଥିରେ ଖଲିସ୍ତାନ ପତାକା ଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ସମ୍ପର୍କରେ କେତେକ ବ୍ଯକ୍ତି ମତ ଦେଇଛନ୍ତି- ଖଲିସ୍ତାନୀଙ୍କ ଆତଙ୍କରାଜ କାରଣରୁ ଏୟାଇ ଇଣ୍ଡିଆ ଫ୍ଲାଇଟ 182 ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିଲେ ୩୨୯ ଯାତ୍ରୀ । ଏୟାର ଇଣ୍ଡିଆ ବିମାନ କନିଷ୍କକୁ ୧୯୮୫ ଜୁନ୍ ୨୩ରେ ଆତଙ୍କୀମାନେ ଉଡାଇଦେଇଥିଲେ ।

ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପିର ଅସମ୍ମାନ ଗ୍ରହଣୀୟ ନୁହେଁ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ମହିଳାଙ୍କୁ ବିଜେପି ଦୁର୍ବ୍ୟବହାର ପ୍ରଦର୍ଶନ କରୁଛି। ମହିଳାଙ୍କ ନାଁରେ ମିଛ ଅଭିଯୋଗ ସହ ସେମାନଙ୍କ ଚରିତ୍ର ସଂହାର କରୁଛି ବିଜେପି । ମହିଳାମାନଙ୍କୁ ଆଗକୁ ନେବା ପାଇଁ ମିଶନ ଶକ୍ତି କାମ କରୁଛି। ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ସମାଜ ପାଇଁ କାମ କରୁଛନ୍ତି। ନିର୍ବାଚନ ଆସିବ, ଯିବ । ହେଲେ ନିର୍ବାଚନ ପାଇଁ ମହିଳାଙ୍କୁ ବିଜେପି ଲଗାତାର ଅସମ୍ମାନ କରିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି ।

ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଏନେଇ ଅଭିଯୋଗ କରିଛି। ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ମହିଳାବିରୋଧୀ ଆଭିମୁଖ୍ୟ ନେଇ ଅଭିଯୋଗ କରି କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି । ବିଜେଡି ପ୍ରତିନିଧି ଦଳରେ ସାଂସଦ ସୁଲତା ଦେଓ, ମୁଖପାତ୍ର ପ୍ରିୟବ୍ରତ ମାଝୀ, ମହୀକ୍ଷିତା ମିଶ୍ର ଓ ଅନ୍ୟମାନେ ସାମିଲ ଥିଲେ ।

ଭିଡିଓରେ ଲୁଚିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ନାତିର ସେକ୍ସ ସ୍କାଣ୍ଡାଲ

ବେଙ୍ଗାଲୁରୁ: କର୍ଣ୍ଣାଟକର ହାସନରେ ନିର୍ବାଚନ ପ୍ରଚାର ଚାଲିଥିଲା।  ଏପ୍ରିଲ ୨୬ରେ ମତଦାନ ହେବ। ଜେଡିଏସ୍ ପ୍ରାର୍ଥୀ ପ୍ରଜ୍ବଲ ରେଭାନ୍ନାଙ୍କ ଉପରେ ଏଭଳି ବିପଦ ମାଡି ଆସିବ ବୋଲି ସେ କେବେ ଚିନ୍ତା ବି କରିନଥିଲେ  । ଏପ୍ରିଲ୍ ୨୪ ରେ ରେଭାନ୍ନାଙ୍କ ଏକ ଅଶ୍ଳୀଳ ଭିଡିଓ ହଠାତ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ଲାଗିଲା  । ଏହା ପରେ ରାଜ୍ୟ ମହିଳା ଆୟୋଗରେ ଏକ ଚିଠି ପହଞ୍ଚିଛି। ଯାହା ସହିତ ଏକ ପେନ୍‌ଡ୍ରାଇଭ ମଧ୍ୟ ଥିଲା  । ଏହା ପରେ ଜଣେ ୪୭ ବର୍ଷ ବୟସ୍କା ମହିଳା ରେଭାନ୍ନା ପରିବାରର ସତ ସାମନାକୁ ଆଣିଥିଲେ  ।

ପ୍ରଜ୍ଜ୍ବଲ ରେଭାନ୍ନା ବର୍ତ୍ତମାନ ବିଦେଶରେ ଅଛନ୍ତି । କର୍ଣ୍ଣାଟକ ସରକାର ଏସଆଇଟି ଗଠନ କରିଛନ୍ତି। ପ୍ରଜ୍ଜ୍ବଲଙ୍କ ବାପା ଏଚଡି ରେଭାନ୍ନା ଏହି ଘଟଣାକୁ ଏକ ଷଡଯନ୍ତ୍ରର ରୂପ ଦେଇଛନ୍ତି। ତେଣୁ ତାଙ୍କ ଭାଇ କୁମାରସ୍ୱାମୀ ଦାବି କରିଛନ୍ତି ଯେ ଯିଏ ଭୁଲ୍ କରିଛି ତାଙ୍କୁ ଦଣ୍ଡ ଦିଆଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡାଙ୍କ ନିର୍ଦ୍ଦେଶରେ ପ୍ରଜ୍ଜ୍ବଳଙ୍କୁ ମଧ୍ୟ ଦଳରୁ ବିଦା କରିଦିଆଯାଇଛି  ।

 

ଏପ୍ରିଲ୍ ୨୪ ରେ, ପ୍ରଜୱାଲଙ୍କ ଭିଡିଓ ଭାଇରାଲ ହେବା ପରେ ୪୭ ବର୍ଷୀୟା ମହିଳା ହୋଲେନାରସିପୁରରେ ଏକ ମାମଲା ଦାୟର କରିଥିଲେ। ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ପ୍ରଜୱାଲଙ୍କୁ ବିରୋଧରେ ସେ ଅଭିଯୋଗ କରିଥିଲେ ।୨୦୧୯ ରେ ମହିଳା ଜଣଙ୍କ କାମ କରିବାକୁ ରେଭାନ୍ନାଙ୍କ ଘରକୁ ଆସିଥିଲେ। ସେତେବେଳେ ତାଙ୍କ ଘରେ ୬ ଜଣ ପୁରୁଷ କର୍ମଚାରୀ ଏବଂ ୬ ଜଣ ମହିଳା କର୍ମଚାରୀ ଥିଲେ।

 

ଚାରିମାସ ପରେ ଯେତେବେଳେ ରେଭାନ୍ନାଙ୍କ ପତ୍ନୀ ଘରେ ନଥିଲେ ସେ କିଛି ବାହାନା କରି ତାଙ୍କୁ ଡାକିଲେ ଏବଂ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ରେଭାନା ମଧ୍ୟ ତାଙ୍କ ଝିଅକୁ ଫୋନ କରି ଅଶ୍ଳୀଳ ଭାଷାରେ କଥା ହୋଇଥିଲେ। ଏହା ପରେ ତାଙ୍କ ନମ୍ବରକୁ ବ୍ଲକ୍‌ କରିଦିଆଯାଇଥିଲା। ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ହଠାତ୍ ପ୍ରଜୱାଲଙ୍କ ଭିଡିଓ ସାମ୍ନାକୁ ଆସିଲା ସେତେବେଳେ ସ୍ୱାମୀ ସନ୍ଦେହ କରିବା ଆରମ୍ଭ କରିଥିଲେ। ଏହା ପରେ ହଠାତ୍ ମହିଳା ଜଣକ ଆଗକୁ ଆସି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୋଲିସର ସୁରକ୍ଷା ମାଗିଥିଲେ।

 

ଗତ ଡିସେମ୍ବରରେ ବିଜେପି ନେତା ଦେବରାଜ ଗୌଡା କର୍ଣ୍ଣାଟକ ବିଜେପିର ସଭାପତି ଷଷ୍ଠ ବିଜୟନ୍ଦ୍ରଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ କୁହାଯାଇଥିଲା ଯେ ଦେବ ଗୌଡାଙ୍କ ପରିବାର ବିରୋଧରେ ଗୁରୁତର ଅଭିଯୋଗ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପେଣ୍ଡ୍ରାଇଭରେ ସମୁଦାୟ ୨୯୭୬ ଟି ଭିଡିଓ ଅଛି ଯାହା ଅତ୍ୟନ୍ତ ଆପତ୍ତିଜନକ  । ଏପରିକି ଏହି ଚିଠିରେ ଦାବି କରାଯାଇଛି ଯେ ଏକ ପେଣ୍ଡ୍ରାଇଭ୍ କଂଗ୍ରେସ ନେତାଙ୍କ ନିକଟରେ ମଧ୍ୟ ପହଞ୍ଚିଛି।

 

ଏହି ଭିଡିଓ ଭାଇରାଲ ପରେ ଏଚଡି ରେଭାନ୍ନା ଏହି ମାମଲାକୁ ସମ୍ପୂର୍ଣ୍ଣ ଷଡଯନ୍ତ୍ର ବୋଲି କହିଛନ୍ତି। ତେବେ ସେ କହୁଛନ୍ତି ଯେ ଭିଡିଓଟି ୪ ରୁ ୫ ବର୍ଷ ପୁରୁଣା। ରେଭାନ୍ନା ଏହା ମଧ୍ୟ କହିଛନ୍ତି ଯେ ସେ ଭୟଭୀତ ହୋଇ ପଡ଼ିଆ ଛାଡିବା ଳୋକ ନୁହଁନ୍ତି। ବିଶେଷ କଥା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡାଙ୍କ ନିର୍ଦ୍ଦେଶରେ ପ୍ରଜ୍ଜ୍ବଲଙ୍କୁ ଜେଡିଏସରୁ ବହିଷ୍କାର କରାଯାଇଛି।

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତ ରାୟ

ଖୋର୍ଦ୍ଧା: କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି ।

ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ  । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ  । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଥିଲା  । ଏହାପରେ କ୍ରମାଗତ ଗଣମାଧ୍ୟମରେ ଆସି ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ  । ଏପରିକି ୨ କୋଟି ଟଙ୍କା ଦେଇ ପାରିଲେନି ବୋଲି ଦଳୀୟ ଟିକେଟରୁ ତାଙ୍କୁ ବଞ୍ଚିତ କରାଗଲା ବୋଲି ସେ ବୟାନ ଦେଇଥିଲେ ।

ଗତ ଥର ଖୋର୍ଦ୍ଧା  ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଖଣ୍ଡାୟତ  । ଆଜି ବହୁ ବାଦ ବିବାଦ ପରେ  ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି  ।

ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ବ୍ରହ୍ମପୁର: ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ । ୪ ସେଟ୍‌ ନାମାଙ୍କନ ଭରିଲେ ନବୀନ  । ସାଙ୍ଗରେ ଉପସ୍ଥିତ ଅଛନ୍ତି ବିଜେଡିର ବହୁ ବରିଷ୍ଠ ନେତା । ନବୀନଙ୍କ ଷଷ୍ଠ ଇଂନିସ । ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ଆସନରୁ କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ନାମାଙ୍କନ ଦାଖଲ କରିଛନ୍ତି।

ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ମାଆଙ୍କ ଆଶୀର୍ବାଦ ନେଇଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ଯମାନେ ଉପସ୍ଥିତ ଅଛନ୍ତି । ୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହି ଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ନିର୍ବାଚନ ଲଢୁଛନ୍ତି ।

ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଲେ । ଆଉ ବନିଗଲେ ଅପରାଜେୟ, ଅପ୍ରତିଦ୍ବନ୍ଦୀ ଆଉ ଓଡ଼ିଶାବାସୀଙ୍କ ଅତିଆପଣାର । ୧୯୯୭ ଆସିକା ଉପନିର୍ବାଚନରୁ ଏଯାଏ ନବୀନ ରହିଛନ୍ତି ଅନବିଟେବୁଲ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ । ପରେ ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି ।

୨୪ ବର୍ଷର ଶାସନରେ ଓଡ଼ିଶାକୁ ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ରାଜ୍ଯ ଭାବେ ନବୀନ ଗଢିତୋଳିଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ । ୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ । ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ମେ ୨୦ ତାରିଖରେ ହିଞ୍ଜିଳିର ମତଦାନ ହେବ । ନବୀନ ହିଞ୍ଜିଳି ଛଡ଼ା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ଯ ପ୍ରାର୍ଥୀ ହୋଇଛନ୍ତି ।

ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ, ଚାପି ହୋଇଗଲେ ୩ ଛାତ୍ର

ଢ଼େଙ୍କାନାଳ: ସନ୍ଥପୁର ବ୍ରିଜରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ। ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଛାତ୍ର ଟ୍ରକ ତଳେ ଫଶି ହୋଇ ରହିଥିବା ଜଣାପଡିଛି।

ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଥିବାରୁ ଟ୍ରକକୁ ଉଠାଯାଇ ପାରୁନି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି।

ସମ୍ବଲପୁରରେ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସାଂସଦ ପ୍ରାର୍ଥୀ ଭାବେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କଲେ ନାମାଙ୍କନ । ୫ ଜଣ ପ୍ରସ୍ତାବକଙ୍କ ସହ ୪ ସେଟ ନାମାଙ୍କନ ଦାଖଲ କଲେ । ପ୍ରାର୍ଥିପତ୍ର  ଦାଖଲ ପୂର୍ବରୁ ମା’ ସମଲେଶ୍ବରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଆଶିଷ ଲୋଡିଛନ୍ତି ପ୍ରଣବ।

ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଣବ । ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ପହଞ୍ଚିଥିଲେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ । ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି ।

ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ । ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ । ଦ୍ବିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ପ୍ରଣବ ମଧ୍ଯ ବେଶ୍ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ଯର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।