spot_img
Home Blog Page 1967

ପ୍ରକାଶ ପାଇଲା ବିଜେପିର ପ୍ରାର୍ଥୀ ତାଲିକା

ନନ୍ଦିଘୋଷ ବ୍ୟୁରୋ: ବିଜେଡି ପରେ ଗୁରୁବାର ପ୍ରକାଶ ପାଇଛି ବିଜେପିର ପ୍ରାର୍ଥୀ ତାଲିକା । ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ଦଳ ଏଯାବତ ୧୪୬ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ପ୍ରକଶ ପାଇଥିବା ୬ ବିଧାୟକ ପ୍ରାର୍ଥୀ ହେଲେ

*ଘଷିପୁରା- ଶମ୍ଭୁନାଥ ରାଉତ

*ଭୋଗରାଇ – ଆଶିଷ ପାତ୍ର

*ବରୀ- ଉମେଶଚନ୍ଦ୍ର ଜେନା

*ବାରବାଟୀ -କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର

*ବେଗୁନିଆ – ପ୍ରକାଶଚନ୍ଦ୍ର ରଣବିଜୁଳି

*ଭଣ୍ଡାରିପୋଖରୀ – ସୁଧାଂଶୁ ନାୟକ

ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କି କେନ୍ଦ୍ରମନ୍ତ୍ରୀ?

ନନ୍ଦିଘୋଷ ବ୍ୟୁରୋ: ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଖିଳ ଭାରତୀୟ ଗୋଁଣ୍ଡ ମହାସଭାର ଓଡ଼ିଶା ଶାଖା ସଭାପତି ମହେନ୍ଦ୍ର ନାଏକ ବିଜେଡିରେ ଥିବାବେଳେ ସେ ବିଜେପିରେ ଯୋଗଦେଇଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି । ଖୋଦ ମହେନ୍ଦ୍ର ହିଁ ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଡାହା ମିଛ କହୁଥିବା ଅଭିଯୋଗ କରିଛନ୍ତି ମହେନ୍ଦ୍ର ନାଏକ । ଅଭିଯୋଗ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଏକ୍ସ ଆକାଉଣ୍ଟରେ କିଛି ବ୍ୟକ୍ତି ବିଜେପିରେ ଯୋଗଦେଇଥିବା ନେଇ ଫଟୋ ଛାଡ଼ିଥିଲେ। ମହେନ୍ଦ୍ର ନାଏକ ବିଜେପିରେ ଯୋଗଦାନ କରିଛନ୍ତି ଏବଂ ମୁଁ ତାଙ୍କୁ ସ୍ବାଗତ କଲି ବୋଲି ଲେଖଥିଲେ ଧର୍ମେନ୍ଦ୍ର। ହେଲେ ମହେନ୍ଦ୍ର ଏବେ ବିଜେଡିରେ ଅଛନ୍ତି। ଏହା ସମ୍ପୂର୍ଣ୍ଣ ମିଛ ଏବଂ ଏହା ଧର୍ମେନ୍ଦ୍ରଙ୍କର ମିଛ ପଲିଟିକାଲ ଷ୍ଟଣ୍ଟ ବୋଲି ମହେନ୍ଦ୍ର କହିଛନ୍ତି। ଏଭଳି ଅପପ୍ରଚାର ପାଇଁ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।

BMCର ନିଆରା ପ୍ରୟାସ, ଟ୍ରାଫିକ୍ ପୋଷ୍ଟରେ ଅସ୍ଥାୟୀ ଟେଣ୍ଟ

ଭୁବନେଶ୍ବର: ତତଲା କଡେଇରେ ଭାଜି ହେଉଛି ଓଡିଶା। ରାଜଧାନୀ ବି ତାତିରୁ ବାଦ ପଡିନି। ବାଇକ ଅରୋହିଙ୍କ ଲାଗି ବିଏମସିର ଚିନ୍ତା। ଟ୍ରାଫିକ  ଛକରେ ବିଏମସି ଲଗାଇଲା ଗ୍ରୀନ ସେଡ। ବାଇକ ଅରୋହିଙ୍କୁ ମିଲିଲା ଛାଇ। ବ୍ୟସ୍ତ ବହୁଳ ଟ୍ରାଫିକ ଛକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଛି ଅସ୍ଥାୟୀ ସେଡର ବ୍ୟବସ୍ଥା। ରାଜଧାନୀରେ ହେଉଥିଲା ଅଗ୍ନିବର୍ଷା। ଲଗାତର ୧୫ ଦିନ ଧରି ପାରଦ ଥିଲା ୪୦ ଡିଗ୍ରୀ ଉପରେ। ଘର ହେଉକି ରାଜରାସ୍ତା ରହି ହେଉନଥିଲା। ଖାସ କରି ଟ୍ରାଫିକ ପୋଷ୍ଟରେ ଖରାର ଯନ୍ତ୍ରଣା ବଳି ଯାଉଥିଲା। ଲୋକଙ୍କୁ ମୁଣ୍ଡ ଫଟା ଖରରୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସବୁଜ ପାଲ ଲଗାଇଛି ବିଏମସି।  ବାଇକ ଆରୋହି ମାନକୁ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତ ଦେବାକୁ ଭୁବନେଶ୍ୱରରେ ପ୍ରାଥମିକ ପଯ୍ୟାୟରେ ନାଲୋକ ଛକ ଭଳି ପ୍ରମୁଖ ୧୦ ଛକରେ ଏଭଳି ଲାଗିଛି। ଆଗାମୀ ଦିନରେ ଭୁବନେଶ୍ୱର ଟ୍ରାଫିକ ଫ୍ଲୋ ଦେଖି ଅନ୍ୟ ଛକରେ ଏଭଳି ଗ୍ରୀନ ସ୍ୟାଡ଼ ଲଗାଇବ ବୋଲି ବିଏମସି କହିଛି।।।କେବଳ ଟ୍ରାଫିକ ଛକରେ ଗ୍ରୀନ ସେଡ ନୁହଁ ସହରରେ ଏକାଧିକ ଜାଗାରେ ଜଳଛତ୍ର ଖୋଲିଛି ବିଏମସି। ଦିନ ୧୧ରୁ ୩ ଟା ପିକ ସମୟ ଥିବାରୁ ଅତି ଆବଶ୍ୟକ ନଥିଲେ ଲୋକ ମାନେ ବହାରୁକୁ  ନ ଯିବାକୁ ବିଏମସି କମିଶନର ଅପିଲ କରିଛନ୍ତି। ସେପଟେ ବିଏମସି ଏ ପଦକ୍ଷେପକୁ ଲୋକେ ସ୍ୱାଗତ କରିଛନ୍ତି ଲୋକେ।

ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ଜାରି ହେଲା ଲୁକଆଉଟ୍ ନୋଟିସ୍

ନନ୍ଦିଘୋଷ ବ୍ୟୁରୋ: ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ଜାରି ହେଲା ଲୁକଆଉଟ୍ ନୋଟିସ୍ । ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗୁରୁବାର ତାଙ୍କ ବିରୋଧରେ ଏହି ନୋଟିସ୍ ଜାରି କରିଛି। ବିଶ୍ୱର ସମସ୍ତ ଇମିଗ୍ରେସନ ପଏଣ୍ଟରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଜ୍ଜ୍ୱଳ ଦେଶ ଛାଡି ଜର୍ମାନୀ ପଳାୟନ କରିବା ପରେ ଏସ୍‌ଆଇଟି ଏହି ନୋଟିସ୍‌ ଜାରି କରିଛି।

 

ରୋହିତ ଶର୍ମାଙ୍କ ଏହି ଦୁର୍ବଳତା ଟି-୨୦ ବିଶ୍ବକପରେ ଭାରତ ପାଇଁ ହୋଇପାରେ ମହଙ୍ଗା

ନନ୍ଦିଘୋଷ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଭାରତ ସହ ପ୍ରାୟ ଅନେକ ଦଳ ନିଜର ଟିମ ଘୋଷଣା କରିସାରିଲେଣି । ତେବେ ଟିମ ଇଣ୍ଡିଆର ୧୫ ଜଣିଆ ଟିମୁକ ନେଇ ଅନେକ ପ୍ରଅଶ୍ନ ମଧ୍ୟ ଉଠୁଛି । ତେବେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ଏବେ ଏକ ପ୍ରଶ୍ନ ଉଠିଛି । ଆଇପିଏଲରେ ସେ ଯେଉଁ ଭୁଲର ଶିକାର ହେଉଛନ୍ତି ତାହା ବିଶ୍ବକପରେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯଦିଓ ରୋହିତ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ତଥାପି ଶେଷ ୫ଟି ମ୍ୟାଚରେ ବାମହାତୀ ପେସରଙ୍କ ବଲରେ ଆଉଟ ହୋଇଛନ୍ତି । ବିଶ୍ବକପରେ ବାମହାତୀ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଥିବାବେଳେ ଏହା ରୋହିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ।

ରୋହିତ ଚଳିତ ଆଇପିଏଲରେ ୧୦ଟି ପାଳିରେ ୧୫୮ ଷ୍ଟ୍ରାଇକ ରେଟ ହିସାବରେ ୩୧୫ ରନ ସଂଗ୍ରହ କରିଛନ୍ତି । ତେବେ ଏଥିରେ ଏକ ଶତକ ମଧ୍ୟ ରହିଛି । ଯଦି ସମୁଦାୟ ମ୍ୟାଚ ଉପରେ ନଜର ପକାଇବା ତାହେଲେ ୩୫ ରନର ହାରରେ ସେ ସ୍କୋର କରିଛନ୍ତି । ଚଳିତ ସିଜିନରେ ସେମିତି ବଡ଼ ପାଳି ଖେଳିନାହାନ୍ତି । ତେବେ ବିଶ୍ବକପରେ ରୋହିତଙ୍କ ପ୍ରଦର୍ଶନ କିଭଳି ହେବ ତାହା ଚର୍ଚ୍ଚାର ବିଷୟ ।

କେନ୍ଦ୍ର ବିଜେପି ଜାଣିଛି ଓଡିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି: ବିଜେଡି

ଭୁବନେଶ୍ବର: ଓଡିଶା ବିଜେପି ସଭାପତି ଚାଷୀଙ୍କ ବିଷୟରେ କିଛି ବକ୍ତବ୍ୟ ରଖିଛନ୍ତି। ଏହା ତାଙ୍କ କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି । ୨୦୧୭ ମାର୍ଚ୍ଚରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ ଏମଏସପି ୨୯୩୦ଟଙ୍କା ବୃଦ୍ଧି କରିବାକୁ ପାରିତ କରାଯାଇଥିଲା। ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ, ବିଜେପି ଵି ସମର୍ଥନ କରିଥିଲେ । ୭ ବର୍ଷ ମଧ୍ଯରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି ମନମୋହନ। ନିର୍ବାଚନ ଆସିଛି, ନିଦ ଭାଙ୍ଗିଛି, ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଆସିଛନ୍ତି । କାହିଁକି ସାତ ବର୍ଷ ହେବ ଧାନ ୨୯୩୦ ହେଲାନି? କାହିଁକି ବିଜେପି ବିଧାୟକ ପାଟି ଫିଟାଇଲେ ନାହିଁ? ନୀରବ ଦ୍ରଷ୍ଟା ସାଜିଲେ। ତାଙ୍କ ବକ୍ତବ୍ୟ ଖୋକଲା । ନିଜ ଦଳ ବିଧାୟକଙ୍କ ଅକର୍ମତାକୁ ଦର୍ଶାଇଲେ ମନମୋହନ। ଚାଷୀଙ୍କୁ ନିର୍ବାଚନ ମୋହରା ନ କରନ୍ତୁ । ନବୀନ ପଟ୍ଟନାୟକ ଚାଷୀଙ୍କ ବିକାଶ ସହ ମେରୁଦଣ୍ତ ସୁଧାରିଛନ୍ତି । ଏହା ବିଜେପିର ଦୋମୁହାଁ ନୀତି ବୋଲି କହିଛନ୍ତି  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଅମିତ ଶାହଙ୍କ ୧୬ ସିଟ୍ ଜିତିବା ନେଇ ନେଇ ବିଜେଡିର ପ୍ରତିକ୍ରିୟା। କେନ୍ଦ୍ର ବିଜେପି ଜାଣିଛି ଓଡିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି । ୩୦ ଜିଲ୍ଲା ପରିଷଦ ବିଜେପି ହାରିଥିଲା । ବିଜେପିକୁ ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ୯୦% ବିଜୟ ବିଜେଡି ଜିତିଛି । ବାରମ୍ବାର ହାରି ହତାଶ ହୋଇଥିବା ବିଜେପି କର୍ମୀଙ୍କୁ ଏପରି ବକ୍ତବ୍ୟ ଦିଆଯାଉଛି । ୨୦୨୪ ନିର୍ବାଚନରେ ବିଜେଡି୧୭ ଲୋକସଭା ଓ ୨୦୧୯ ତୁଳନାରେ ଅଧିକ ବିଧାୟକ ଜିତିବେ। 3/4th ବିଧାୟକ ପ୍ରାର୍ଥୀ ଜିତିକି ଆସିବେ. ଜୁନ ୪ରେ ଏହା ମନେ ପକାଇ ଦିଆଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର।

ବିଜେଡିର ଶେଷ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଆସିଲା ବିଜେଡିର ଶେଷ ପ୍ରାର୍ଥୀ ତାଲିକା। ବାକି ଥିବା ୩ ବିଧାନସଭା ପ୍ରାର୍ଥୀ ଘୋଷଣା। କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ପ୍ରାର୍ଥୀ। ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ। ସନ୍ଧ୍ୟାରାଣୀ ଦାସ କୋରେଇ ବିଧାୟକ ପ୍ରାର୍ଥୀ ।

ସେପଟେ ଦେବଗଡ଼ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେଡି । ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କଲା ଦଳ । ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଂଜନ ହେଲେ ପ୍ରାର୍ଥୀ ।

 

ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ

ବାଲିଗୁଡା: ଡବଲ ଇଞ୍ଜିନକୁ ଟାର୍ଗେଟ କଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ଜିତିବାକୁ ମିଛ କହି ଅପପ୍ରଚାର କରୁଛନ୍ତି। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର କରିଥିଲେ। ରାଜ୍ୟବାସୀ ତାର ଜବାବ ଦେଲେ । ସମସ୍ତ ୩୦ ଜିଲ୍ଲା ପରିଷଦ ଆସନ ଦଖଲ କଲା ବିଜେଡି। ବିଜେଡି ପ୍ରତି ବଢୁଥିବା ଜନସମର୍ଥନ, ବିରୋଧୀଙ୍କ ଆତ୍ମବିଶ୍ବାସ ଭାଙ୍ଗିଦେଉଛି। ୧୨୦ ବିଧାନସଭା ଓ ୧୬ ଲୋକସଭା ଆସନରୁ ଜିତିବାକୁ ଦାବି କରୁଛନ୍ତି ଡବଲ ଇଞ୍ଜିନ ଦଳ। ହେଲେ ସେମାନଙ୍କ ପାଖରେ ପ୍ରାର୍ଥୀ ନାହାଁନ୍ତି। ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶକୁ ଅପେକ୍ଷା କରୁଛନ୍ତି ବିରୋଧୀ। ବାଲିଗୁଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ଡବଲ ଇଞ୍ଜିନ ଦଳର ମିଛ ଘୋଷଣାର ପୋଲ ଖୋଲିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ପାଣ୍ଡିଆନ୍ ଆହୁରୀ ମଧ୍ୟ କହିଛନ୍ତି, ପ୍ରତିବର୍ଷ ଦୁଇ କୋଟି ନିଯୁକ୍ତି ଘୋଷଣାକୁ ଭୁଲିଗଲେ ଡବଲ ଇଞ୍ଜିନ ସରକାର । ପେଟ୍ରୋଲ ଦର କମାଇବୁ, ଡିଜେଲ ଦର କମାଇବୁ, ଗ୍ୟାସ ଦର କମାଇବାକୁ ଘୋଷଣା କରିଥିଲେ। ସରକାର ଆସିବା ପରେ ସେ ଘୋଷଣା ଭୁଲିଗଲେ। ନବୀନ ଇଞ୍ଜିନ କିନ୍ତୁ ଲୋକଙ୍କ ସବୁ ସମସ୍ୟାର ସମାଧାନର ଗ୍ୟାରେଣ୍ଟି ଦେବା ସହ ଲୋକଙ୍କୁ ସବୁ କାମର ହିସାବ ଦେଉଛି। ଡବଲ ଇଞ୍ଜିନ ପାଖରେ ହିସାବ ଦେବାକୁ ଦମ ନାହିଁ। ହେଲେ ନବୀନ ଇଞ୍ଜିନ ସବୁ କାମର ହିସାବ ଦେବାକୁ ଦମ ରଖିଛି।

ଆଦିବାସୀଙ୍କ ପରିଚୟ ହେଉଛି ସେମାନଙ୍କ ଭାଷା, କଳା, ସଂସ୍କୃତି ଓ ପୂଜାସ୍ଥଳୀ । ଛତିଶଗଡରେ ଡବଲ ଇଞ୍ଜିନ ସରକାର ଏବଂ ଝାରଖଣ୍ଡରେ ବି ଡବଲ ଇଞ୍ଜିନ ସରକାର ଥିଲା। ସେମାନେ କିନ୍ତୁ ଆଦିବାସୀଙ୍କ ଭାଷା, କଳା ଓ ସଂସ୍କୃତିର ସୁରକ୍ଷା ପାଇଁ କିଛି କଲେନି। ମୁଖ୍ୟମନ୍ତ୍ରୀ କିନ୍ତୁ ଓଡିଶାର ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି। ଗତ ବର୍ଷକ ମଧ୍ୟରେ ସ୍ବତନ୍ତ୍ର ବିକାଶ ପରିଷଦ ଜରିଆରେ ବାଲିଗୁଡା ବିଧାନସଭା କ୍ଷେତ୍ରରେ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସୁବିଧା ଯୋଗାଇଦେବାକୁ ଆଦିବାସୀ ହଷ୍ଟେଲ ସହ ଇଂରାଜୀ ମାଧ୍ୟମରେ ପାଠ ପଢିବାକୁ ଆଦର୍ଶ ବିଦ୍ୟାଳୟ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ। କୌଣସି ଡବଲ ଇଞ୍ଜିନ ସରକାର ଏହା କରିପାରିନାହାଁନ୍ତି। ଆଦିବାସୀଙ୍କ ଉପରେ ଥିବା ୫୦ ହଜାରରୁ ଅଧିକ ଛୋଟମୋଟ ମାମଲାକୁ ରଦ୍ଦ କରିଛନ୍ତି। ଏଭଳି ନିଷ୍ପତ୍ତି କୌଣସି ସରକାର କେବେ ନେଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ସବୁ ସଂପ୍ରଦାୟକୁ ସମ୍ମାନ ଦେଉଛନ୍ତି। ଯେଉଁଥିପାଇଁ ଓଡିଶାରେ ଶାନ୍ତି ପ୍ରତିଷ୍ଠା ହେବା ପ୍ରଗତିର ଧାରା ଜାରି ରହିଛି। ଗତ ଜୁନ ମାସରେ ମିଳିଥିବା ଆବେଦନ ଆଧାରରେ ସରକାର ନେଇଥିବା ନିଷ୍ପତ୍ତିର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ବାଲିଗୁଡାରୁ ମିଳିଥିବା ଆବେଦନ ମଧ୍ୟରୁ ୮୦ ପ୍ରତିଶତ ସମସ୍ୟାର ସମାଧାନ ହୋଇଛି। ଏଥିସହ ନିର୍ବାଚନ ପରେ ଆଜି ମିଳିଥିବା ଆବେଦନ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାର ହିସାବ ଦେବାକୁ ସେ ପ୍ରତିଶୃତି ଦେଇଛନ୍ତି ।

ବିରାଟ ଶୋଭାଯାତ୍ରା ଏବଂହଜାର ହଜାର ଲୋକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ

ପୁରୀ: ହଜାର ହଜାର ଲୋକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ବଡ଼ଦାଣ୍ଡରେ ଘଣ୍ଚଘଣ୍ଟା, ସାହିଜାତ, ଗୋଟିପୁଅ ନୃତ୍ଯ ଆଉ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅରୂପ। ଏହି ସମୟରେ ଅରୂପଙ୍କ ସହ ସତ୍ଯବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାଶବର୍ମା, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର ଓ ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଉପସ୍ଥିତ ଥିଲେ।

ସକାଳେ ପ୍ରଥମେ ପିପିଲି ବାଟ ମହାବୀର ମନ୍ଦିରରେ ପୂଜାର୍ଚ୍ଚନା କରି ଆଶିଷ ଗ୍ରହଣ କରିଥିଲେ ଅରୂପ। ଏହାପରେ ପୁରୀ ଯାଇ ବିରାଟ ଶୋଭାଯାତ୍ରା କରିଥିଲେ। ରାଲିରେ ପାରମ୍ପରିକ ଘଣ୍ଚଘଣ୍ଟା, ସାହିଜାତ, ଗୋଟିପୁଅ ନୃତ୍ଯ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ଗହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଅରୂପ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ଭଲପାଇବା ରହିଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଭିମୁଖ୍ଯ ସମସ୍ତଙ୍କୁ ଅନୁପ୍ରାଣିତ କରିଛି। ପୁରୀ ଲୋକସଭା କ୍ଷେତ୍ରବାସୀ ସବୁବେଳେ ବିଜେଡିକୁ ସମର୍ଥନ କରିଆସିଛନ୍ତି। ଏଥର ବି ବିଜେଡିକୁ ଲୋକ ଆଶୀର୍ବାଦ କରିବେ ବୋଲି ଅରୂପ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ବିଜେଡିରେ ମିଶିଲେ କଟକ ସଦର ନିର୍ବାଚନ ମଣ୍ଡଳୀର ସତ୍ୟ ଜେନା

ଭୁବନେଶ୍ୱର: ବିଜେଡିରେ ମିଶିଲେ କଟକ ସଦର ନିର୍ବାଚନ ମଣ୍ଡଳୀର ସତ୍ୟ ଜେନା। ସେ ପୂର୍ବତନ ରାଜ୍ୟ ସମ୍ପାଦକ ବିଜେପିର ଯୁବ, ମହିଳା ଓ ସମାଜ ସଶକ୍ତିକରଣ ପାଇଁ ସେ କାମ କରିଛନ୍ତି। ସେହିପରି ମହିଳା ଶସକ୍ତିକରଣ କରିଥିବା ଅନ୍ନପୂର୍ଣ୍ଣା ସାହୁ କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି। ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ସସ୍ମିତ ପାତ୍ର କହିଛନ୍ତି। ତାଙ୍କ ସହ ଅନେକ ସମର୍ଥକ ବି ବିଜେଡି ମିଶିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର।

କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଅନେକ ନେତାଙ୍କ ଏହି ମିଶ୍ରଣ ହୋଇଛି। ନବୀନଙ୍କ ବିକାଶ ଧାରାକୁ ସେମାନେ ଅନୁଭବ କରିଛନ୍ତି। ବିକାଶ କେବଳ ନବୀନ ପଟ୍ଟନାୟକ ଓ ବିଜେଡି ଦ୍ୱାରା ସମ୍ଭବ ବୋଲି ସେମାନେ ଜାଣିଲେ । ମୁଖ୍ୟମନ୍ତ୍ରୀଙ୍କ ଭିଜନ ୨୦୩୬ ସ୍ବପ୍ନକୁ ମିଳିମିଶି ଆଗେଇବୁ। ସତ୍ୟ ଜେନା କହିଛନ୍ତି ଯେ, ଧନ୍ୟବାଦ ଯେ ସମସ୍ତେ ବହୁ ସଂଖ୍ୟାରେ ଉପସ୍ଥିତ ରହି ବିଜେଡିକୁ ସମର୍ଥନ ଦେଲେ। ନବୀନ ପଟ୍ଟନାୟକଙ୍କ ବିକାଶ କାମ ଯୋଗୁଁ ଆମେ ମିଶିଲୁ। ଚନ୍ଦ୍ର ସାରଥୀ ବେହେରାଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜିତାଇବା ବୋଲି ଆଶା। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଵି ବହୁତ ଅବଦାନ ରହିଛି ଏହି ମିଶ୍ରଣରେ ବୋଲି ସସ୍ମିତ ପାତ୍ର କହିଛନ୍ତି। ଅନ୍ନପୂର୍ଣ୍ଣା ସାହୁ କହିଛନ୍ତି, ସମସ୍ତଙ୍କୁ ହୃଦୟରୁ ପ୍ରଣାମ । ଲୋକଙ୍କ ସହ ଥିଲି, ବହୁ ପରିଶ୍ରମ କରିଛି, ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶ କାର୍ଯ୍ୟକ୍ରମ ଦେଖି ସେବା କରିବାକୁ ଆସିବା ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ କାମ କରିବୁ ବୋଲି ଅନ୍ନପୂର୍ଣ୍ଣା ସାହୁ କହିଛନ୍ତି ।