କେନ୍ଦ୍ର ବିଜେପି ଜାଣିଛି ଓଡିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି: ବିଜେଡି

1 min read

ଭୁବନେଶ୍ବର: ଓଡିଶା ବିଜେପି ସଭାପତି ଚାଷୀଙ୍କ ବିଷୟରେ କିଛି ବକ୍ତବ୍ୟ ରଖିଛନ୍ତି। ଏହା ତାଙ୍କ କୁମ୍ଭୀର କାନ୍ଦଣାକୁ ଦର୍ଶାଉଛି । ୨୦୧୭ ମାର୍ଚ୍ଚରେ ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନ ଏମଏସପି ୨୯୩୦ଟଙ୍କା ବୃଦ୍ଧି କରିବାକୁ ପାରିତ କରାଯାଇଥିଲା। ମନମୋହନ ସାମଲ ବୋଧେ ଭୁଲି ଯାଇଛନ୍ତି ଯେ, ବିଜେପି ଵି ସମର୍ଥନ କରିଥିଲେ । ୭ ବର୍ଷ ମଧ୍ଯରେ ଏହି ପ୍ରସଙ୍ଗ ଉଠାଇ ନାହାନ୍ତି ମନମୋହନ। ନିର୍ବାଚନ ଆସିଛି, ନିଦ ଭାଙ୍ଗିଛି, ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଆସିଛନ୍ତି । କାହିଁକି ସାତ ବର୍ଷ ହେବ ଧାନ ୨୯୩୦ ହେଲାନି? କାହିଁକି ବିଜେପି ବିଧାୟକ ପାଟି ଫିଟାଇଲେ ନାହିଁ? ନୀରବ ଦ୍ରଷ୍ଟା ସାଜିଲେ। ତାଙ୍କ ବକ୍ତବ୍ୟ ଖୋକଲା । ନିଜ ଦଳ ବିଧାୟକଙ୍କ ଅକର୍ମତାକୁ ଦର୍ଶାଇଲେ ମନମୋହନ। ଚାଷୀଙ୍କୁ ନିର୍ବାଚନ ମୋହରା ନ କରନ୍ତୁ । ନବୀନ ପଟ୍ଟନାୟକ ଚାଷୀଙ୍କ ବିକାଶ ସହ ମେରୁଦଣ୍ତ ସୁଧାରିଛନ୍ତି । ଏହା ବିଜେପିର ଦୋମୁହାଁ ନୀତି ବୋଲି କହିଛନ୍ତି  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଅମିତ ଶାହଙ୍କ ୧୬ ସିଟ୍ ଜିତିବା ନେଇ ନେଇ ବିଜେଡିର ପ୍ରତିକ୍ରିୟା। କେନ୍ଦ୍ର ବିଜେପି ଜାଣିଛି ଓଡିଶା ବିଜେପି ଶୋଚନୀୟ ପରାଜୟ ଆଡ଼କୁ ଯାଉଛି । ୩୦ ଜିଲ୍ଲା ପରିଷଦ ବିଜେପି ହାରିଥିଲା । ବିଜେପିକୁ ୨୦୨୨ ପଂଚାୟତ ଓ ପୌର ନିର୍ବାଚନରେ ୯୦% ବିଜୟ ବିଜେଡି ଜିତିଛି । ବାରମ୍ବାର ହାରି ହତାଶ ହୋଇଥିବା ବିଜେପି କର୍ମୀଙ୍କୁ ଏପରି ବକ୍ତବ୍ୟ ଦିଆଯାଉଛି । ୨୦୨୪ ନିର୍ବାଚନରେ ବିଜେଡି୧୭ ଲୋକସଭା ଓ ୨୦୧୯ ତୁଳନାରେ ଅଧିକ ବିଧାୟକ ଜିତିବେ। 3/4th ବିଧାୟକ ପ୍ରାର୍ଥୀ ଜିତିକି ଆସିବେ. ଜୁନ ୪ରେ ଏହା ମନେ ପକାଇ ଦିଆଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର।