ରୋହିତ ଶର୍ମାଙ୍କ ଏହି ଦୁର୍ବଳତା ଟି-୨୦ ବିଶ୍ବକପରେ ଭାରତ ପାଇଁ ହୋଇପାରେ ମହଙ୍ଗା

1 min read

ନନ୍ଦିଘୋଷ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଭାରତ ସହ ପ୍ରାୟ ଅନେକ ଦଳ ନିଜର ଟିମ ଘୋଷଣା କରିସାରିଲେଣି । ତେବେ ଟିମ ଇଣ୍ଡିଆର ୧୫ ଜଣିଆ ଟିମୁକ ନେଇ ଅନେକ ପ୍ରଅଶ୍ନ ମଧ୍ୟ ଉଠୁଛି । ତେବେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନକୁ ନେଇ ଏବେ ଏକ ପ୍ରଶ୍ନ ଉଠିଛି । ଆଇପିଏଲରେ ସେ ଯେଉଁ ଭୁଲର ଶିକାର ହେଉଛନ୍ତି ତାହା ବିଶ୍ବକପରେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଯଦିଓ ରୋହିତ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ତଥାପି ଶେଷ ୫ଟି ମ୍ୟାଚରେ ବାମହାତୀ ପେସରଙ୍କ ବଲରେ ଆଉଟ ହୋଇଛନ୍ତି । ବିଶ୍ବକପରେ ବାମହାତୀ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଥିବାବେଳେ ଏହା ରୋହିତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ।

ରୋହିତ ଚଳିତ ଆଇପିଏଲରେ ୧୦ଟି ପାଳିରେ ୧୫୮ ଷ୍ଟ୍ରାଇକ ରେଟ ହିସାବରେ ୩୧୫ ରନ ସଂଗ୍ରହ କରିଛନ୍ତି । ତେବେ ଏଥିରେ ଏକ ଶତକ ମଧ୍ୟ ରହିଛି । ଯଦି ସମୁଦାୟ ମ୍ୟାଚ ଉପରେ ନଜର ପକାଇବା ତାହେଲେ ୩୫ ରନର ହାରରେ ସେ ସ୍କୋର କରିଛନ୍ତି । ଚଳିତ ସିଜିନରେ ସେମିତି ବଡ଼ ପାଳି ଖେଳିନାହାନ୍ତି । ତେବେ ବିଶ୍ବକପରେ ରୋହିତଙ୍କ ପ୍ରଦର୍ଶନ କିଭଳି ହେବ ତାହା ଚର୍ଚ୍ଚାର ବିଷୟ ।