spot_img
Home Blog Page 1961

ବରଗଡ଼ ବିଜେପି ବିଧାନସଭା ପ୍ରାର୍ଥୀ ଅଶ୍ଵିନୀ ଷଡ଼ଙ୍ଗୀ ନାମାଙ୍କନ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ଆଣିଲେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ନିପନ ଦାସ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ବିଧାନସଭା ବିଜେପି ପ୍ରାର୍ଥୀଙ୍କ ନାଁରେ ନାମାଙ୍କନବେଳେ ତଥ୍ୟ ଲୁଚାଇବା ଭଳି ସଂଗୀନ ଅଭିଯୋଗ। ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡ଼ଙ୍ଗୀଙ୍କ ନାଁରେ ନାମାଙ୍କନରେ ତଥ୍ୟ ଲୁଚାଇବା ଭଳି ଗୁରୁତର ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାନସଭା ପ୍ରାର୍ଥୀ ନିପନ ଦାସ।ବରଗଡ଼ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ଅଶ୍ଵିନୀ ପ୍ରାର୍ଥିପତ୍ର ଦାଖଲ ସମୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଛନ୍ତି। ଅଶ୍ଵିନୀ ଷଡଙ୍ଗୀଙ୍କ ନାଁରେ  41 A CRPC ଧାରାରେ ମାମଲା ଥିବାବେଳେ ସେ ଜାମିନରେ ରହିଛନ୍ତି। ତେବେ ଏହି ତଥ୍ୟ ସେ ସତ୍ୟପାଠରେ ଲୁଚାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ନିପନ ଦାସ। ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ ଏହା ନିର୍ବାଚନ ନିୟମର ଉଲ୍ଲଂଘନ ବୋଲି ନିପନ କହିଛନ୍ତି। ତଥ୍ୟ ପ୍ରଦାନ କରିନଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ଦାବି କରିଛନ୍ତି। ଗତ ୩୦ ତାରିଖରେ ଅଶ୍ଵିନୀ ଷଡ଼ଙ୍ଗୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କରେ ନାମାଙ୍କନ ଦାଖଲ କରିଥିଲେ। ୨୦୨୧ରେ ଏକ ଅପରାଧିକ ମାମଲା ବିଜେପି ପ୍ରାର୍ଥୀଙ୍କ ନାମରେ ରହିଥିବାବେଳେ କାହିଁକି ସେ ଏହାକୁ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ନିପନ ଦାସ।

କ୍ରିକେଟରେ ଧୋନୀଙ୍କ ମୋ ବାପାଙ୍କ ଭଳି, ଜାଣନ୍ତୁ କାହିଁକି ଏମିତି କହିଲା ପଥିରାନା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କାର ଯୁବ ବୋଲର ପଥିରାନା ଚଳିତ ଆଇପିଏଲ ସିଜିନରେ ନିଜର ପ୍ରାଧାନ୍ୟ ବିସ୍ତାର ଜାରି ରଖିଛନ୍ତି । ସେ ପର୍ପଲ କ୍ୟାପ ଦୌଡରେ ମଧ୍ୟ ରହିଛନ୍ତି । ତେବେ ଏହି ସିଂହଳି ବୋଲର ନିଜର ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜର ପିତା ବୋଲି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି କି, ଅନେକ ସମୟରେ ବହୁ ନିଷ୍ପତ୍ତି ମଧ୍ୟ ମଇଦାନରେ ତାଙ୍କୁ ପଚାରି ନେଇଥାଏ । ସେ ମୋତେ ବହୁ ଉପଦେଶ ମଧ୍ୟ ଦିଅନ୍ତି । ଯାହାକି ମୋ କ୍ୟାରିୟର ଉପରେ ବହୁ ପ୍ରଭାବ ପକାଇଛି ।

କହି ରଖୁଛୁ କି, ଅଣ୍ଡର ୧୯ ଦଳରେ ଦମଦାର ପ୍ରଦର୍ଶନ କରିବା ପରେ ପଥିରାନାଙ୍କୁ ଶ୍ରୀଲଙ୍କା ଆନ୍ତର୍ଜାତୀୟ ଦଳରେ ସାମିଲ କରାଯାଇଥିଲା । ଏହାପରେ ପୁଣିଥରେ ସେ ଆଇପିଏଲ ଖେଳିବାର ସୁଯୋଗ ପାଇଥିଲେ । ତାଙ୍କ ବୋଲିଂ ଷ୍ଟାଇଲ ପାଇଁ ବେବି ମଲିଙ୍ଗାଭାବେ ପରିଚିତ ଥିଲେ । ଚଳିତ ଆଇପିଏଲରେ ସେ ୬ ମ୍ୟାଚରେ ୧୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ୨୦୨୨ରୁ ସେ ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ଖେଳୁଛନ୍ତି ।

ତାତିରୁ ମିଳିବ ତ୍ରାହି, କମିବ ଦିନ ତାପମାତ୍ରା

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ୱସ୍ତି। ବଦଳିବ ପାଣିପାଗ । ୨ ଦିନ ପରେ ତାତି କମିବା ସହିତ ଦିନ ତାପମାତ୍ରା ବି ୩ ରୁ ୫ ଡିଗ୍ରୀ କମିବ ବୋଲି ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଗାମୀ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖ ପରେ ବର୍ଷା ବଢିବାର ସମ୍ଭାବନା ଅଛି । କିଛି କିଛି ଜାଗାରେ ପ୍ରବଳ ବର୍ଷା ବି ହୋଇପାରେ। ଆଗାମୀ ୫ ଦିନ ଭିତରେ ରାଜ୍ୟରେ ଝଡ଼ ତୋଫାନ ସହିତ ବର୍ଷା ହେବ ବୋଲି କହିଛି କେନ୍ଦ୍ର। ସେପଟେ ହଟାତ ତାପମାତ୍ରା କମିବାର କାରଣ ହେଉଛି ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି। ଏବଂ ବଙ୍ଗୋପସାଗରରୁ ଆସୁଥିବା ପବନ ଧୀରେ ଧୀରେ ସବଲ ହେଉଛି। ଯାହା କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପରେ ରାଜ୍ୟରେ ଗୁଳୁଗୁଳି କମିବାର ମଧ୍ୟ ସମ୍ଭାବନା ରହିଛି। ରାଜ୍ୟରେ ୨ ଟି ପର୍ଯ୍ୟୟାରେ ପ୍ରାୟ ୨୦ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗରୁ ମଧ୍ୟ ୧,୨ ଥର ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଆଜି ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅପରାହ୍ନରେ  ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର।

ବାଲେଶ୍ବରରେ ଜମୁଛି ନିର୍ବାଚନୀ ପ୍ରଚାର

ବାଲେଶ୍ବର: ବାଲେଶ୍ବରରେ ଜମୁଛି ନିର୍ବାଚନୀ ପ୍ରଚାର। ନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ଓ ବିଜେପି। ପ୍ରଚାର ମଇଦାନରେ ପଛରେ ନାହିଁ କଂଗ୍ରେସ। ବାଲେଶ୍ବର ବିଜେଡି ବିଧାୟକ । ଯୋଡିଶଙ୍ଖରେ ଭୋଟଦେଇ ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ସେହିପରି ବିଜେପି ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ କେନ୍ଦ୍ରୀୟ ଯୋଜନାକୁ ମୁଦ୍ଦା କରି ଲୋକଙ୍କ ନିକଟତର ହେଉଛନ୍ତି । ବିଜେପି ସରକାର ଆସିଲେ ଉନ୍ନୟନମୂଳକ କାମ କରିବାକୁ ପ୍ରତିଶୃତି ଦେଉଛନ୍ତି । ସେପଟେ କଂଗ୍ରେସ ମଧ୍ୟ ତାହାର ପ୍ରଚାରକୁ ଜୋରଦାର ଚଳାଇଛି। ବାଲେଶ୍ବର କଂଗ୍ରେସ ବିଧାୟକ ପ୍ରାର୍ଥୀ ମୋନାଲିସା ସାମଲ କଂଗ୍ରେସର ଗ୍ୟାରେଣ୍ଟି ସହ ଶ୍ବଶୁର ଓ ସ୍ବାମୀଙ୍କ ସମାଜସେବାକୁ ମୁଦ୍ଦା କରି ଭୋଟ ଭିକ୍ଷା କରୁଛନ୍ତି।

ବିଜେଡିରେ ସାମିଲ ହେଲେ ରବୀନ୍ଦ୍ର କୁମାର ପାଟଯୋଶୀ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରବୀନ୍ଦ୍ର କୁମାର ପାଟଯୋଶୀ। ରବୀନ୍ଦ୍ର ଥିଲେ ଧର୍ମଗଡ଼ ବ୍ଲକ ପୂର୍ବତନ ଅଧକ୍ଷ। ୨୦୧୪ରେ ବିଜେପି ବିଧାୟକ ପ୍ରାର୍ଥୀ ଥିଲେ ରବୀନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲେ। ତାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର ।

‘ଧର୍ମେନ୍ଦ୍ରଙ୍କ ଶୋଭାଯାତ୍ରାରେ ପ୍ରାଣ ହରାଇଲେ କଳାକାର, ଅନାଇଲେ ନାହିଁ ଅବିବେକୀ ଧର୍ମେନ୍ଦ୍ର କି ବିଜେପି’

ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ରାଲିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲା ବିଜେଡି। ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମକ୍ରମେ ମୃତକଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି ବିଜେଡି। ସମ୍ବଲପୁରବାସୀଙ୍କ ହଳିଆ ହେବି ବୋଲି କହୁଥିବା ଧର୍ମେନ୍ଦ୍ର ପ୍ରଧାନ କେବଳ ନିଜର ସ୍ୱାର୍ଥ ପାଇଁ ନିର୍ବାଚନ ଲଢୁଛନ୍ତି ବୋଲି ଏକଥା ସ୍ପଷ୍ଟ ହୋଇଛି । କ୍ଷମତା ଲାଳସାରେ ଧର୍ମେନ୍ଦ୍ର ଏଭଳି ଭାବରେ ବୁଡ଼ି ରହିଛନ୍ତି ଯେ, ଭୋଟରଙ୍କ ଭଲମନ୍ଦ ବୁଝିବାକୁ ତାଙ୍କ ପାଖରେ ସମୟ ନାହିଁ । ସମ୍ବଲପୁରବାସୀଙ୍କ ଶବର ପାହାଚ ଚଢ଼ି କ୍ଷମତା ଗାଦିରେ ବସିବା ଧର୍ମେନ୍ଦ୍ରଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରେସମିଟ କରି ବର୍ଷିଛି ବିଜେଡି।

ଦିନରାତି ପ୍ରଚାରରେ ମାତିଛନ୍ତି କେନ୍ଦ୍ରମନ୍ତ୍ରୀ। ତାଙ୍କ ନାମାଙ୍କନପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇ ଜଣେ ଗରିବ ପରିବାରର ରୋଜଗାରିଆଙ୍କ ଜୀବନ ଗଲା। ହେଲେ ଏକଥା କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାନାହିଁ । କିମ୍ବା ଜାଣିଶୁଣି ଚୁପ ରହିଛନ୍ତି । ନିର୍ବାଚନ ତ ଆସିବ ଯିବ । କିନ୍ତୁ ନେତାଙ୍କ ପାଇଁ ଜନତା ନୁହେଁ, ଜନତାଙ୍କ ପାଇଁ ନେତା ଏ ବିଚାର ଧର୍ମେନ୍ଦ୍ର ପ୍ରଧାନଙ୍କ ମନରେ ଆସିବା ଦରକାର ବୋଲି କଡ଼ା ସମାଲୋଚନା କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଗତ ବୁଧବାର ଦିନ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବାକୁ ଯିବା ସମୟରେ ଏକ ରାଲିର ଆୟୋଜନ କରିଥିଲେ । ଲୋକଭିଡ଼ ଦେଖାଇବା ପାଇଁ ଦୂର ଦୂରାନ୍ତରରୁ ଲୋକଙ୍କୁ ଡକାଇଥିଲେ । ଏପରିକି ୪୦ଟି ସାଂସ୍କୃତିକ ଦଳକୁ ମଧ୍ୟ ଡାକିଥିଲେ । ଶୋଭାଯାତ୍ରାରେ ସାମିଲ ହେବାକୁ ଆସିଥିଲେ ବାମରା ବ୍ଲକ ଅର୍ନ୍ତଗତ ପିଣ୍ଡାପଥର ଗ୍ରାମର ବାଘପଡ଼ା ନିବାସୀ କୁମର ମାଝୀ ।

୪୩ ଡିଗ୍ରୀ ଖରାରେ ସହର ସାରା ବୁଲିବୁଲି ବାଜା ବଜାଇଲେ । କିନ୍ତୁ ଶୋଭଯାତ୍ରାରେ ସାମିଲ ହୋଇଥିବା କଳାକାର କିମ୍ବା ଜନତାଙ୍କୁ ପାଣି ଟିକିଏ ଦେବାକୁ ଉଚିତ ମଣିଲାନି ବିଜେପି । ଫଳସ୍ୱରୂପ କୁମର ମାଝୀ ଅଂଶୁଘାତର ଶିକାର ହୋଇ ପ୍ରାଣ ହରାଇଥିଲେ ବୋଲି ଚର୍ଚ୍ଚା ହେଉଛି । ପ୍ରାଣ ହରାଇଥିବା କୁମର ଏକା ନୁହନ୍ତି, ସେହିଦିନ ଧର୍ମେନ୍ଦ୍ରଙ୍କ ଶୋଭଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଜନତା ଭୋକଶୋଷରେ ଛଟପଟ ହୋଇଛନ୍ତି । କୁମର ମାଝୀଙ୍କ ମୃତ୍ୟୁକୁ ୭୨ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ବର୍ତ୍ତମାନ ସୁଦ୍ଧା ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ ଦଳର କୌଣସି ନେତା ପରିବାର ପରିଜନଙ୍କୁ ଭେଟି ସମବେଦନା ଟିକିଏ ଜଣାଇନାହାନ୍ତି ।

ଅପରପକ୍ଷେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମକ୍ରମେ ମୃତକଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଛି ବିଜୁ ଜନତା ଦଳ । ବିଜେଡିର କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କ ନେତୃତ୍ୱରେ ଏକ ନେତୃମଣ୍ଡଳୀ କୁମରଙ୍କ ଘରେ ପହଞ୍ଚିଥିଲେ । କୁମରଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ଘରର ଆର୍ଥିକ ଅବସ୍ଥାରେ ସର୍ମ୍ପକରେ ପଚାରି ବୁଝିଥିଲେ । ଏହାସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛି ବିଜେଡି।

ଦୁଆର ଦୁଆର ବୁଲୁଛନ୍ତି ଦେବାଶିଷ ନାୟକ, ପଦ୍ମ କ୍ୟାମ୍ପ ଛାଡ଼ି ଶେଷରେ କଂଗ୍ରେସରେ ପଶିଲେ ଶରଣ

ନନ୍ଦିଘୋଷ ବ୍ୟୁରୋ : ଦୁଆର ଦୁଆର ବୁଲୁଛନ୍ତି ଦେବାଶିଷ ନାୟକ। ଟିକେଟ୍ ଆଶାରେ ଦୁଇମାସ ତଳେ ବିଜେପିରେ ଯୋଗ ଦେଇଥିବା ବରିର ପୂର୍ବତନ ବିଧାୟକ ଆଜି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଭୋଟ୍ ଦୁଆର ମୁହଁରେ ପହଞ୍ଚିଥିବା ବେଳେ କେଉଁ ଦୁଆରେ ଦେବାଶିଷ ଛିଡା ହୋଇ ନିଜ ରାଜନୈତିକ ସ୍ବାର୍ଥ ହାସଲ କରିବେ ସେନେଇ ନିଷ୍ପତି ନେଇ ପାରୁନାହାଁନ୍ତି। ଦେବାଶିଷ ପୂର୍ବରୁ ବିଜେଡିରେ ଥିଲେ। ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ବିଧାୟକ ହୋଇ ମନ୍ତ୍ରୀ ବି ହୋଇଥିଲେ। ହେଲେ ଯୌନ ଉତ୍ପୀଡ଼ନ ମାମଲାରେ ଫସିବାରୁ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ। ତାପରେ ତାଙ୍କୁ ନିଲମ୍ବିତ କରିଥିଲେ ମୁଖ୍ଯମନ୍ତ୍ରୀ।

ନିଲମ୍ବନ ହଟିବା ପରେ ୨୦୦୯ ଓ ୨୦୧୪ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୯ରେ କିନ୍ତୁ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ତାପରଠାରୁ ଦେବାଶିଷଙ୍କ ଏକପ୍ରକାର ପଲିଟିକାଲ୍ ଡେଥ ହୋଇ ଯାଇଛି। ଦୀର୍ଘବର୍ଷ ବାଉଳିଚାଉଳି ହେବା ପରେ ଟିକେଟ୍ ଆଶାରେ କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ହେଲେ ବିଜେପି କିନ୍ତୁ ଏହି ଧୋକ୍କାବାଜ୍ ନେତାଙ୍କୁ ଧୋକ୍କା ଦେଇଥିଲା। ଟିକେଟ୍ ପ୍ରତିଶୃତି ଦେଇ ଟିକେଟ୍ ଦେଇନଥିଲା ବିଜେପି। ଏହାପରେ ଦେବାଶିଷଙ୍କ ଅକଲଗୁଡୁମ୍ ହୋଇ ଯାଇଥିଲା। ଆଜି ବାଧ୍ଯ ହୋଇ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ରୋଚକ କଥା ହେଲା ଦଳ ବଦଳ କରୁ କରୁ ସେ  ରାଜୀବ ଗାନ୍ଧୀଙ୍କ ତ୍ଯାଗ କଥାକୁ ମନେ ପକାଇଛନ୍ତି ଆଉ ବିଜେପିର ସଂସ୍କାରକୁ ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ ବିଜେପି ହାରୁ ନେତାଙ୍କୁ ଟିକେଟ୍ ଦିଏ ବୋଲି କଟାକ୍ଷ କରିଛନ୍ତି। ବିଜେପିରୁ ଧୋକ୍କା ଖାଇବା ପରେ ଆଜି ଦେବାଶିଷଙ୍କ ସ୍ବର ପରିବର୍ତ୍ତନ ହୋଇଛି। ଟିକେଟ ଆଶାରେ ନୁହେଁ  ଲୋକଙ୍କ ସେବା କରିବାକୁ ସେ ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି। ଶୁଣନ୍ତୁ ବିଜେପିରେ ଯୋଗ ଦେବା ଦିନ କଣ କହିଥିଲେ ଦେବାଶିଷ ଓ ଆଜି କେମିତି ବଦଳି ଯାଇଛି ତାଙ୍କ ଉଚ୍ଚାରଣ।

ନବରଙ୍ଗପୁର ମାଝୀଗୁଡ଼ାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଚାର

ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ କ୍ୟାମ୍ପେନ କରିଛନ୍ତି।ନବରଙ୍ଗପୁରରୁ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ଯାଣ ଯୋଜନା, ମମତା, ଲକ୍ଷ୍ମୀ ବସ ଭଲ ହୋଇଛି କି ବୋଲି ଜନତାଙ୍କୁ ପଚାରିଥିଲେ।

ମିଶନ ଶକ୍ତି ଯୋଜନା, ପିଲାଙ୍କ ସ୍କଲାରସିପ, ଚାଷୀଙ୍କ କାଳିଆ ଯୋଜନା ଏବଂ ପୁରୀ ଶ୍ରୀମନ୍ଦିର କାମ ଭଲ ହୋଇଛି କି ବୋଲି ପଚାରିଥିଲେ। ଜନତାଙ୍କୁ ସମ୍ବୋଧିତ କରି ମୋତେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶଙ୍ଖ ଚିହ୍ନରେ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଚିକିତ୍ସା କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ

କଟକ : ଚିକିତ୍ସା କ୍ଷେତ୍ରରେ ପୁଣି ଇତିହାସ ରଚିଲା କଟକ ଏସସିବି ମେଡିକାଲ। ଏସସିବି ଲିଭର ପ୍ରତିରୋପଣ ୟୁନିଟରେ ଓଡ଼ିଶାର ପ୍ରଥମ ଲିଭର ପ୍ରତିରୋପଣ ସଫଳତାର ସହିତ କରାଯାଇଛି। ଏନେଇ ଆଜି ଏସସିବି କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।

କଟକ ତିଗିରିଆ ଅଞ୍ଚଳର ଜଣେ ବ୍ୟକ୍ତି ୨ବର୍ଷ ହେଲା ଲିଭର ରୋଗରେ ପୀଡ଼ିତ ଥିଲେ। ଏକ ବର୍ଷ ହେଲା ଏସସିବିରେ ନିୟମିତ ଚିକିତ୍ସା ହେଉଥିଲେ। ତେବେ ତାଙ୍କ ଲିଭର ସମ୍ପୂର୍ଣ ଖରାପ ହୋଇଯାଇଥିବାରୁ ପ୍ରତିରୋପଣ ଆବଶ୍ୟକତା ପଡିଥିଲା। ଏଥିପାଇଁ ସେ ମାର୍ଚ୍ଚ ମାସରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆସିଆନ ଇନିଷ୍ଟିଚ୍ୟୁଚ ଅଫ ଗ୍ୟାଷ୍ଟ୍ରୋଲୋଜିର ଅଭିଜ୍ଞ ଡାକ୍ତର ଓ ଏସସିବି ଲିଭର ପ୍ରତିରୋପଣର ଟିମ ଅଫ ଡକ୍ଟର ଏପ୍ରିଲ ୩ରେ ଉକ୍ତ ବ୍ୟକ୍ତିଙ୍କ ସଫଳ ଲିଭର ପ୍ରତିରୋପଣ କରିଥିଲେ। ତାଙ୍କ ପତ୍ନୀ ଲିଭର ଦାନ କରିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଆଜି ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

ନେପାଳ ୧୦୦ଟଙ୍କିଆ ନୋଟରେ ଭାରତ ଅଞ୍ଚଳ

ନୂଆଦିଲ୍ଲୀ: ନେପାଳରେ ଜାରି କଲା ନୂଆ ୧୦୦ ଟଙ୍କିଆ ନୋଟ୍। କିନ୍ତୁ  ଏଥିରେ ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ବୋଲି ଦର୍ଶାଇ ନୂଆ ନୋଟ୍ରେ ଛାପିଥିବା ଜଣାପଡିଛି ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍ଛପାଯିବା ନେଇ ଘୋଷଣା କରାଯାଇଥିଲା। ଏହି ନୋଟରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଆଦି ଅଞ୍ଚଳର ଫଟୋ ସ୍ଥାନିତ କରାଯାଇଛି। ଯେଉଁଗୁଡ଼ିକ ଭାରତର ଅଞ୍ଚଳ। ଏହି ଭୂଭାଗକୁ ନେଇ ଭାରତ ନେପାଳ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିବା ବେଳେ ନେପାଳର ଏଭଳି କାମକୁ କୃତ୍ରିମ ବିସ୍ତାର ଏବଂ ସରକାରଙ୍କ ଅସ୍ଥିରତା ବୋଲି ଭାରତ କହିଛି

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଳ ଦହଲଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ନେପାଳର ନୂଆ ନକ୍ସା ଛପାଯିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣିକୁ ୧୦୦ ଟଙ୍କିଆ ନୋଟରେ ସାମିଲ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ସୂଚନା ଅନୁଯାୟୀ, ସୂଚନା ପ୍ରସାରଣ ବିଭାଗ ମନ୍ତ୍ରୀ ରେଖା ଶର୍ମା କହିଛନ୍ତି, ଗତ ଏପ୍ରିଲ ୨୫ ଏବଂ ମେ ୨ରେ ନେପାଳ ସରକାରଙ୍କ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକରେ ୧୦୦ ଟଙ୍କିଆ ନୋଟକୁ ପୁନର୍ବାର ଡିଜାଇନ କରିବା ସହିତ ଏହା ପଛପଟେ ଛପାଯାଇଥିବା ପୁରୁଣା ମାନଚିତ୍ରକୁ ବଦଳାଇବା ପାଇଁ ଅନୁମତି ଦେଇଥିଲା।

୨୦୨୦ ଜୁନ ୧୮ ତାରିଖରେ ନେପାଳ ସରକାର ସମ୍ବିଧାନ ସଂଶୋଧନ କରିଥିଲେ। ଏଥିରେ ନେପାଳର ରାଜନୈତିକ ମାନଚିତ୍ରକୁ ପରିବର୍ତ୍ତନ କରାଯାଇଥିଲା ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀ ଭଳି ବିବାଦୀୟ ସ୍ଥାନକୁ ନିଜର ବୋଲି ଦର୍ଶାଇଥିଲା ନେପାଳ। ଏହାକୁ ନେଇ ଭାରତ ସରକାର କଡ଼ା ଜବାବ ଦେଇଥିଲେ