spot_img
Home Blog Page 1948

ବିଜେପିକୁ ପାଠ ପଢ଼ାଇଲେ ଖାରବେଳ

ନନ୍ଦିଘୋଷ ବ୍ୟୁରୋ: ପ୍ରାର୍ଥିତ୍ବ ନେଇ ପୁଣି ମୁହଁ ଖୋଲିଲେ ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ବାଇଁ। ଖାରବେଳ ତାଙ୍କ ନିଜ ଦଳକୁ ପାଠ ପଢ଼ାଇଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଖାରବେଳ କହିଛନ୍ତି, ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନୀଳଗିରି ବିଧାୟକ ପ୍ରାର୍ଥୀ କରାଯାଉ । ତାଙ୍କୁ ବାଲେଶ୍ବର ସାଂସଦ ପ୍ରାର୍ଥୀ କରିବା ପାଇଁ ବିଜେପିକୁ ଖାରବେଳ ପରାମର୍ଶ ଦେଇଛନ୍ତି । ଯଦି ଏହା ନହୁଏ, ତେବେ ବିକଳ୍ପ ଭାବେ ଆଉ ଏକ ବାଟ ମଧ୍ଯ ଦେଖାଇଛନ୍ତି ଖାରବେଳ । ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳର ସାଂସଦ ପ୍ରାର୍ଥୀ କରାଯାଉ ବୋଲି କହିଛନ୍ତି । ବିଜେପି ବାଲେଶ୍ବର ଆସନରେ ତାଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ଗଣମାଧ୍ୟମ ଜରିଆରେ ବିଜେପିକୁ ବାଟ ଦେଖାଇଛନ୍ତି ଖାରବେଳ ସ୍ବାଇଁ । ତାଙ୍କୁ ଟିକେଟ ମିଳିନଥିବାରୁ ବିଜେପିରେ ରହି ବାଲେଶ୍ଵର ସାଂସଦ ପ୍ରାର୍ଥୀ ହେବେ ବୋଲି ପୂର୍ବୂରୁ ଖାରବେଳ କହିଥିଲେ।

ରାଜ୍ୟ ବିଜେପିକୁ ମିଳୁନି ପ୍ରାର୍ଥୀ : ବିଜେଡି

ଭୁବନେଶ୍ବର: ରାଜ୍ୟ ବିଜେପିକୁ ବିଜେଡିର କଟାକ୍ଷ । ଶଙ୍ଖ ଭବନରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି କି, ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି । ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି । ବାସ୍ତବ ହେଲା, ୮୦ ଆସନ ପାଇଁ ବି ପ୍ରାର୍ଥୀ ମିଳୁନି । ୨୦୨୪ରେ ୮୦ ଆସନ ଜିତି ସରକାର କରିବାକୁ ବିଜେପି କହିଥିଲା । ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ନୁହନ୍ତି । ଏହା ଓଡିଶା ବିଜେପିର ଅସଲ ସ୍ଥିତି । ଓଡ଼ିଶା ବିଜେପି ନେତା କହିଥିଲେ, ଜିଲ୍ଲାକୁ ଜିଲ୍ଲା ନେତା ଯାଇଛନ୍ତି । ପ୍ରାର୍ଥୀ ଖୋଜା ହୋଇଛି, ହେଲେ ଏଯାଏଁ ଘୋଷଣା କରି ପାରିଲେ ନାହିଁ । ଓଡ଼ିଶା ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ, ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରୁ ଟିକେଟ  ପାଉଥିବା ନେତା, ଅପରାଧୀ ରେକର୍ଡ ନେତାଙ୍କୁ ନିଜ ଦଳକୁ ଆପଣାଇ ନେଉଛନ୍ତି । ଯେବେ ଏହି ତାଲିକା ଭରିବ, ସେତେବେଳେ ଘୋଷଣା କରିବେ । ଗାଁ ଗଣ୍ଡାରେ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ବିଜେପି । ବସଷ୍ଟାଣ୍ଡ, ରେଳ ଷ୍ଟାଣ୍ଡରୁ ପ୍ରାର୍ଥୀ ଖୋଜୁଛନ୍ତି । ଲୋକେ ଜାଣି ସାରିଲେଣି ଯେ ତାଙ୍କ ପାଖରେ ପ୍ରାର୍ଥୀ ନାହିଁ ।

ବିଚାର ବିଭାଗୀୟ ହାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀ ତିହାର ଜେଲରେ ରହିବେ କେଜରିୱାଲ। ତନାଘନା ପାଇଁ ଆଉ ରିମାଣ୍ଡ ଦାବି କରିନଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ୪ ଦିନ ପାଇଁ ଦ୍ଵିତୀୟ ଥର ଲାଗି ରିମାଣ୍ଡରେ ନେଇଥିଲା ଇଡି। ରିମାଣ୍ଡ ସରିବା ପରେ ଆଜି କେଜରିୱାଲଙ୍କ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପୁଣି ପାକିସ୍ତାନ କ୍ରିକେଟରେ ବିବାଦ! ସାହିନ୍ କହିଲେ..

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ କ୍ରିକେଟରେ ଥମିବାର ନାଁ ନେଉନି ବିବାଦ । ହ୍ବାଇଟ୍ ବଲ କ୍ରିକେଟରେ ଦଳର ଅଧିନାୟକକୁ ନେଇ ସବୁକିଛି ଠିକ୍ ଠାକ ହୋଇ ଯାଇଥିଲା । ବାବର ଆଜମଙ୍କ ନାମକୁ ଅଧିନାୟକ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଥିଲା । ଏଭଳି ସମୟରେ ପିସିବି ଓ୍ବେବସାଇଟରେ ଲେଖାଯାଇଥିଲା କି, ବାବରଙ୍କୁ ଅଧିନାୟକ କରାଯିବାକୁ ସାହିନ୍ ସ୍ବାଗତ କରିଛନ୍ତି । ଏହାସହ ସାହିନ୍ କହିଛନ୍ତି କି, ପାକିସ୍ତାନର ଅଧିନାୟକ ରହିବା ମୋ ପାଇଁ ଗର୍ବର ବିଷୟ । ପିସିବି ନେଇଥିବା ପ୪କ୍ଷେପକୁ ମୁଁ ସ୍ବାଗତ କରୁଛି । ବାବରଙ୍କୁ ମୁଁ ସପୋର୍ଟ କରୁଛି । ଯାହାକି ସାହିନ କହିନଥିବା କହିଛନ୍ତି । ତେବେ ପିସିବି ପକ୍ଷରୁ ଏଭଳି କାହିଁକି ଓ୍ବେବସାଇଟରେ ଅପଡେଟ୍ କରାଗଲା ତାକୁ ନେଇ ବିବାଦ ଦେଖିବାକୁ ମିଳିଛି । ଏହାକୁ ନେଇ ସାହିନ ରାଗି ଯାଇଥିବା ମଧ୍ୟ କୁହାଯାଇଛି ।

ଶଙ୍ଖ ଭବନରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ବର: ଶଙ୍ଖ ଭବନରେ ପାଳନ ହେଲା ଉତ୍କଳ ଦିବସ। ଏହି ଅବସରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନେକ ବିଧାୟକ ଓ କର୍ମୀ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଯୋଗଦାନ ଥିବା ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭିଜନ 2036 ନେଇ ବିକାଶ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ସ୍ୱତନ୍ତ୍ର ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ। ସଂଗଠିତ ହୋଇ ରାଜ୍ୟର ବିକାଶ ପାଇଁ କାମ କରିବାକୁ ସମସ୍ତେ ପ୍ରଣ କରିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପୋଲିସ ପାଇଁ ସ୍ବତନ୍ତ୍ର ଦିନ । ଆଜି ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମହାଆଡ଼ମ୍ବରରେ ପାଳନ କରାଯାଇଛି। ଏନେଇ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୋଲିସ କର୍ମଚାରୀଙ୍କ ମନୋବଳ ବଢାଇଥିଲେ। ଆଜିର ଦିନ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୋଲିସ ବିଭାଗ। ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୋଲିସ ବିଭାଗ। ଏହି ଅବସରରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଢି ଶୁଣାଇଥିଲେ ଏସ୍ପି। ଏହି ଅବସରରେ ନୁଆ କରି ପୋଲିସ ବିଭାଗରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ନିଜର କର୍ତ୍ତବ୍ୟ ସାଧନ ଉପରେ ପ୍ରେରଣା ଦେବା ସହ କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । କର୍ତ୍ତବ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କୃତି କର୍ମଚାରୀଙ୍କୁ ସମ୍ମାନୀତ ଓ ପୁରସ୍କୃତ କରିଛନ୍ତି ଆରକ୍ଷୀ ଅଧିକ୍ଷକ।

ରାୟଗଡା ଭାମିନୀ ଦ୍ବିତୀୟ ଆଇଆରବିଏନ୍ କ୍ୟାମ୍ପର ପଡିଆ ପରିସରରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ। ଏହି ଅବସରରେ ଯବାନ ମାନେ ପରେଡ଼ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଭାବେ ଦୁର୍ଗପତୀ ବ୍ରଜ ମୋହନ ନାୟକ ଯୋଗଦେଇଥିଲେ। ସଂଯୋଜକ ଉପ ଦୁର୍ଗପତୀ ବିଧୁ ଭୁଷଣ ଉଦଗାତା ପରିଚାଳନା କରିଥିଲେ। ପରେଡରେ ୪ ଟି ପ୍ଲାଟୁନ୍ ଯବାନ ଅଂଶଗ୍ରହଣ କରିଥିଲେ। ବ୍ୟାଣ୍ଡ ପରିବେଷଣର ତାଳେତାଳେ ଏକ ଚିତାକର୍ଷକ ପରେଡ୍ ପ୍ରଦର୍ଶନ ହୋଇଥିଲା।

 

୫ ହଜାର କୋଟି ଟଙ୍କା ଦାନ କରି ଦାନୀ ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ଏହି ଦୁଇ ଭାଇ

ନନ୍ଦିଘୋଷ ବ୍ୟୁରୋ: ଦୁଇ ଭାଇଙ୍କ ମହାନତା । ସ୍ବାର୍ଥପର ଦୁନିଆରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଦୁଇଭାଇ । ଆଜିକାଲି ଦୁନିଆରେ କେହି କାହାକୁ ଟଙ୍କାଟେ ମଧ୍ୟ ଦେଉନାହାନ୍ତି । ଦେବା ପୂର୍ବରୁ ୧୦ଥର ଭାବିଥାନ୍ତି । କିନ୍ତୁ ଏମିତି ଦୁଇ ଭାଇ ଅଛନ୍ତି ଯିଏକି ସମାଜସେବା ମନୋବୃତି ନେଇ ୫ ହଜାର କୋଟି ଟଙ୍କା ଦାନ କରିଛନ୍ତି । ସୁଧୀର ମେହେଟା ଏବଂ ତାଙ୍କ ଭାଇ ସମୀର ଏଭଳି ମହତ କାର୍ଯ୍ୟ କରିବାକୁ ଯାଉଛନ୍ତି । ଟରେଣ୍ଟ ଗୃପର ସମ୍ପାଦକ ତଥା ତାଙ୍କ ପିତାଙ୍କ ଜନ୍ମ ଶତବାର୍ଷିକରେ ୫ ହଜାର ଟଙ୍କା ଦାନ କରିବେ । ସ୍ବାସ୍ଥ୍ୟ, ଶିକ୍ଷା, ପରିବେଶ ଏବଂ କଳା କ୍ଷେତ୍ରରେ ଏହି ଟଙ୍କା ଲାଗିବ । ୧ ଏପ୍ରିଲରୁ ୫ ବର୍ଷ ପର୍ଯ୍ୟନ୍ତ ୫ ହଜାର କୋଟି ଅଥବା ୬ ଶହ ମିଲିୟନ ଡଲାର ଦାନ କରିବା ଆରମ୍ଭ କରିଛନ୍ତି । ତାଙ୍କ ପିତା ଅତମଲାଲ ନାଥଭାଇ ମେହେଟ୍ଟା ଏହି କମ୍ପାନୀ ୧୯୫୯ରେ ପ୍ରତିଷ୍ଠା କରିଥିଲେ । ସେହି ବର୍ଷ ବଜାଜ ଅଟୋ ଭାରତରେ ତିନି ଚକିଆ ଯାନ ତିଆରି କରିବାର ଲାଇସେନ୍ସ ନେଇଥିଲା । ଅହମ୍ମଦାବାଦରେ ଏହି କମ୍ପାନୀ ରହିଥିବାବେଳେ ଏହା ଭାରତ ବର୍ଷରେ ଏକ ଜଣାଶୁଣା ଗୃପ୍ ଅଟେ । ଦୁଇ ଭାଇ ଏବେ ଏହି କମ୍ପାନୀ ଚଳାଉଛନ୍ତି ।

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ଦିନ ଟିଏ । ସୋମବାର ହେଉଛି ଉତ୍କଳ ଦିବସ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ମାନସ ମଙ୍ଗରାଜ, ସାଂସଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ହ୍ରିତିକ ରୋଶନଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଫଟୋ ପୋଷ୍ଟ କରି ଏମିତି ଲେଖିଲେ ପୂର୍ବତନ ପତ୍ନୀ ସୁଜେନ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଷ୍ଟାର ହ୍ରିତିକ ରୋଶନ ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି । ଉଭୟଙ୍କ ଫଟୋ ମଧ୍ୟ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏପରିକି ଅନେକ ପାର୍ଟିରେ ମଧ୍ୟ ଉଭୟ ନଜର ଆସିଛନ୍ତି । ଯାହାକୁ ନେଇ ଉଭୟ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ତେବେ ସବା ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜେନଙ୍କ ସହ ଏକ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି କି, ଥ୍ୟାଙ୍କ୍ ୟୁ ଡାର୍ଲିଙ୍ଗ । ତେବେ ଏହା ହ୍ରିତିକଙ୍କ ପୁଅ ରୋଶନଙ୍କ ଜନ୍ମଦିନର ଫଟୋ । ରୋଶନଙ୍କ ଜନ୍ମଦିନରେ ଯୋଗଦେବା ଅବସରରେ ଉଭୟ ଏକାଠି ଫଟୋ ଉଠାଇଥିବାବେଳେ ସେ ଏହାକୁ ନିଜର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଥିଲେ ।  ଯାହାକୁ ୟୁଜର୍ସମାନେ ଲାଇକ୍ କରିବା ସହ ମଜାଳିଆ ମଜାଳିଆ କମେଣ୍ଟମାନ କରୁଛନ୍ତି ।

 

କମିଲା କମର୍ସିଆଲ ଗ୍ୟାସ୍ ଦର

ନନ୍ଦିଘୋଷ ବ୍ୟୁରୋ: ଆସିଲା ଖୁସି ଖବର । କମିଲା କମର୍ସିଆଲ ଗ୍ୟାସ୍ ଦର । ଦେଶର ୪ ମହାନଗରରେ ଏହି କମର୍ସିଆଲ ଗ୍ୟାସ୍ ଦର ହ୍ରାସ ପାଇଛି । ଆଇଓସିଏଲ ଓ୍ବେବସାଇଟ ହିସାବରେ କମର୍ସିଆଲ ଗ୍ୟାସ ଦର ସିଲିଣ୍ଡର ପିଛା ୩୦ ଟଙ୍କା ହ୍ରାସ ପାଇଛି । ତେବେ ଗୋଟିଏ ବର୍ଷରେ ୨୫୦ ଟଙ୍କା କମିଛି । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ଟଙ୍କା ରହିଛି ଘରୋଇ ଗ୍ୟାସ୍ ଦର ।

୧- ରାଜଧାନୀ ଦିଲ୍ଲୀରେ  ୮୦୩ ଟଙ୍କାରେ ଉପଲବ୍ଧ ହୋଇଥାଏ ଗ୍ୟାସ୍ ସିଲିଣ୍ଡର । ଗୋଟିଏ ବର୍ଷରେ ୩୦୦ ଟଙ୍କା ହ୍ରାସ ପାଇଛି ।

୨- କୋଲକାତାରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୨୯ ଟଙ୍କାରେ ମିଳୁଛି।  ବର୍ଷେ ପୂର୍ବେ ଏହି ମୂଲ୍ୟ ୧୧୨୯ ଟଙ୍କା ଥିଲା |

୩- ମୁମ୍ବାଇରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୦୨ ଟଙ୍କା ୫୦ ପଇସାରେ ମିଳିଥାଏ । ଏଠାରେ ମଧ୍ୟ ବର୍ଷକ ମଧ୍ୟରେ ୩୦୦ ଟଙ୍କା ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଛି।

୪- ଚେନ୍ନାଇରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୧୮ ଟଙ୍କା ୫୦ ପଇସାରେ ଉପଲବ୍ଧ । ବର୍ଷେ ପୂର୍ବେ ଏଠାରେ ମୂଲ୍ୟ ୧୧୧୮.୫୦ ଟଙ୍କା ଥିଲା