spot_img
Home Blog Page 1941

ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ। ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ୨୦୧୯ ନିର୍ବାଚନରେ ବୀରମିତ୍ରପୁରରୁ କଂଗ୍ରେସ ପ୍ରାର୍ଥୀ ଥିବା ରୋହିତଙ୍କ ବାପା ଜର୍ଜ ତିର୍କୀ ଜଣେ ବିଶିଷ୍ଟ ଆଦିବାସୀ ନେତା। ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ। ସୁନ୍ଦରଗଡ଼ରେ ହକି, ଶିକ୍ଷା ସବୁ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରେ ଅନୁପ୍ରାଣିତ ହୋଇ ରୋହିତ ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି ସାରଦା।

୨୦୧୯ ମସିହାରୁ ସୁନ୍ଦରଗଡ଼ ଜିଲ୍ଲାର ବ୍ଯାପକ ରୂପାନ୍ତରୀକରଣ କାମ ହୋଇଛି। ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରୋହିତ ଦଳରେ ମିଶିବାକୁ ଇଛା ପ୍ରକାଶ କରିଥିଲେ। ଏହାଦ୍ବାରା ବୀରମିତ୍ରପୁରରେ ଦଳ ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି ବୋଲି କହିଛନ୍ତି ରୋହିତ। ବାପାଙ୍କ ଆଶୀର୍ବାଦ ଅଛି। ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଓ ସୁନ୍ଦରଗଡ଼ ପାଇଁ ଯାହା ନିର୍ଦ୍ଦେଶ ରହିବ, ତାକୁ ଆଗକୁ ନେବି ବୋଲି କହିଛନ୍ତି ରୋହିତ ।

ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗଙ୍କ ପରିବାର ବିରୋଧରେ କଂଗ୍ରେସ ଷଡଯନ୍ତ୍ର କରିଥିବା ଅଭିଯୋଗ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗଙ୍କ ପରିବାର ବିରୋଧରେ କଂଗ୍ରେସ ଷଡଯନ୍ତ୍ର କରିଥିବା ଅଭିଯୋଗ । ପୁଅ ଶିଶିର ଗମାଙ୍ଗ ଦଳ ବିରୋଧରେ ଏପରି ଅଭିଯୋଗ ଆଣିଲେ। କହିଲେ ମୋ ମାଆଙ୍କ ଟିକେଟ କଟିବା ଏହାର ବଡ ପ୍ରମାଣ। ଟିକେଟ ଚୟନ କେଉଁ ଆଧାରେ ହୋଇଛି। କାହିଁକି ଗୋଟିଏ ପରିବାରକୁ ୪ଟି ଟିକେଟ ଓ ଆଉ ଗୋଟେ ପରିବାରକୁ ବାପା ଓ ପୁଅକୁ ଟିକେଟ ଦିଆଗଲା। କେବଳ ମୋ ପରିବାର ନୁହେଁ, କଂଗ୍ରେସ ଦଳ ପ୍ରତି ଏହା ଷଡଯନ୍ତ୍ର। ଏକଥା ଦିଲ୍ଲୀ ଦରବାରରେ ଆମେ କହିବା ସହ ଆମ ପରିବାରକୁ ନ୍ୟାୟ ଦେବାକୁ ଦାବି କରିବୁ।

ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ

ଭୁବନେଶ୍ୱର:  ବିଜେଡିରେ ସାମିଲ ହେଲେ କୁଚିଣ୍ଡାର ଭବାନୀ ଶଙ୍କର କାଲୋ । ସେ ଅଖିଳ ଭାରତୀୟ ଗଣ୍ଡ ମହାସଭାର ଉପଦେଷ୍ଟା । ୮.୯୩ ଲକ୍ଷ ଗଣ୍ଡଙ୍କ ଉପଦେଷ୍ଟା । ଗଣ୍ଡ ସମାଜକୁ ଆଗେଇବା ପାଇଁ ସେ ବହୁ ଆଗରୁ କାମ କରି ଆସିଛନ୍ତି ।  ତାଙ୍କ ଅବଦାନ ଓଡ଼ିଶା ଓ ଗଣ୍ଡ ସମାଜ ପାଇଁ ଗର୍ବର ବିଷୟ ।

ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ଭବାନୀ ଶଙ୍କର କହିଲେ, ଆମ ଅନୁଷ୍ଠାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ। ଭୁବନେଶ୍ୱରରେ ଆମ ସମାଜ ପାଇଁ ଜମି ଦେଇଛନ୍ତି। ଗଣ୍ଡ ବିକାଶ ପାଇଁ ସେ କାମ କରୁଛନ୍ତି। ଗଣ୍ଡ ବହୁତ ସାହସୀ । 1992 ମସିହାରେ ବିଜୁ ପଟ୍ଟନାୟକ ଆମ ସଂଗଠନରେ ସାମିଲ ହୋଇ ଆଗେଇବାକୁ ପ୍ରତିଶୃତି ଦେଇଥିଲେ । ସଂଗଠନ ଆହୁରି ଆଗେଉଛି । ବିଜେଡିକୁ ସହଯୋଗ କରିବୁ ବୋଲି କହିଛନ୍ତି ଭବାନୀ ଶଙ୍କର କାଲୋ ।

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ: ବିଜେଡିରେ ଯୋଗଦେଲେ ପ୍ରକାଶ ବେହେରା

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ । ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ପ୍ରକାଶ ବେହେରା । ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଥିଲେ ପ୍ରକାଶ ଚନ୍ଦ୍ର ବେହେରା । ଆଜି ସମର୍ଥକଙ୍କ ସ‌ହ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ପ୍ରକାଶ । ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା, ଅଂଶୁମାନ ମହାନ୍ତି, ବିଧାୟକ ପ୍ରଶାନ୍ତ ବେହେରା ଉପସ୍ଥିତ ଅଛନ୍ତି ।

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଲେପୁର ବିଧାୟକ ପ୍ରକାଶ ବେହେରା । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ସେ କଟକ ସଦର ବିଜେପି ସଭାପତି ଥିଲେ । ୨୦୧୪ ରେ ସେ କଂଗ୍ରେସ ଟିକେଟରୁ ଜିତି ସାଲେପୁର ବିଧାୟକ ହୋଇଥିଲେ. ହେଲେ ୨୦୧୯ ରେ ବିଜେପି ଟିକେଟରୁ ପରାଜୟ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ପ୍ରକାଶ ଓ ତାଙ୍କ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।  ମାନସ ମଙ୍ଗରାଜ କହିଛନ୍ତି, ଆଜି ପ୍ରକାଶ ଚନ୍ଦ୍ର ବେହେରା ବିଜେଡିରେ ସାମିଲ ହୋଇଛନ୍ତି । ସେ ବିଜେପି ଛାଡି ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦାନ କରୁଛନ୍ତି । ତାଙ୍କ ଯୋଗଦାନରେ ବିଜେଡି କଟକ ଜିଲ୍ଲା ଓ ସାଲେପୁରରେ ଆହୁରି ସଶକ୍ତ ହେବ । ତାଙ୍କ ସହ ଅନେକ ପଂଚାୟତ ନେତା ଯୋଗ ଦେଇଛନ୍ତି । ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଲେ ମାନସ ମଙ୍ଗରାଜ।

ପ୍ରତାପ ଜେନା କହିଛନ୍ତି, ଆଜି ଶଙ୍ଖ ଭାବନରେ କେବଳ ମିଶ୍ରଣ ନୁହେଁ, ମହାମିଶ୍ରଣ ପର୍ବ ହୋଇଛି । ପୂର୍ବତନ ବିଧାୟକ ପ୍ରକାଶ ବେହେରା ମୋ ସାନ ଭାଇ ବିଜେଡିରେ ମିଶିଲେ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଆକର୍ଷିତ ହୋଇ ପ୍ରକାଶଙ୍କ ସହ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ନେତା ବିଜେଡିରେ ସାମିଲ ହେଲେ । ଏହି ମିଶ୍ରଣ ଦ୍ୱାରା ବିଜେଡି ଆହୁରି ଶକ୍ତିଶାଳୀ ହେବ।  ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଉନ୍ନତି ଆହୁରି ତ୍ୱରାନ୍ୱିତ ହେବ ।

ପ୍ରଶାନ୍ତ ବେହେରା କହିଛନ୍ତି, ଆଜି ପ୍ରକାଶ ବେହେରା ବିଜେପି ଛାଡି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲେ । ଏଥିପାଇଁ ସ୍ୱାଗତ। ମିଳିମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାଲେପୁରରେ ବିଜେଡିକୁ ଆହୁରି ସଶକ୍ତ କରି ବିଜେଡି ଗଡ଼ କରିବୁ । ଅଂଶୁମାନ ମହାନ୍ତି କହିଛନ୍ତି ଯେ, ମହାମିଶ୍ରଣ ପର୍ବ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମାଟିରୁ ଆସିଥିବା ସବୁ ନେତାଙ୍କ ସମେତ ଉପସ୍ଥିତ ନେତାଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଲେପୁର ମାଟିକୁ ବିଜେଡିକୁ ଆହୁରି ଆଗକୁ ନେବାକୁ ସମସ୍ତେ ମିଶିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ସାଲେପୁରର ବିକାଶ ।

ସସ୍ମିତ ପାତ୍ର କହିଛନ୍ତି ପ୍ରକାଶ ବେହେରାଙ୍କୁ ସ୍ୱାଗତ। ଏହା ବିକାଶ ପାଇଁ ମହାମିଶ୍ରଣ। ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ କରିବାକୁ ସାଲେପୁର ଏକ ମାଇଲଖୁଣ୍ଟ ହେବ । ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ । ପ୍ରକାଶ ବେହେରା କହିଛନ୍ତି, ଆଜି ନିଶ୍ଚିତ ଭାବେ ଏକ ସମସ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଦିନ । ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚେଷ୍ଟା କରି ଚାଲିଛନ୍ତି । ତାଙ୍କ ପାଇଁ ବିଜେଡିରେ ଯୋଗ ଦେଲୁ । ମୁଁ ଅତ୍ୟନ୍ତ ଖୁସି ବିଜେଡିରେ ଗ୍ରହଣ ହୋଇଥିବାରୁ । ଏଥି ପାଇଁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକ ଓ ନେତୃ ମଣ୍ଡଳୀକୁ କୃତଜ୍ଞତା ଜଣାଇଲି। ସମସ୍ତେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବା । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲୁ । ସାଲେପୁର ବିକାଶ ପାଇଁ କାମ କରିବା । ମୁଁ ଜଣେ ରାଜନୈତିକ କର୍ମୀ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆମେ ମାନିବୁ ବୋଲି କହିଛନ୍ତି ପ୍ରକାଶ ବେହେରା।

ନାମାଙ୍କନ ଦାଖଲ କରିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲଙ୍କ ମହା ରାଲି। କେରଳ ୱାୟନାଡ ଆସନରୁ ଆଜି ନାମାଙ୍କନ ଦାଖଲ କରିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ନାମାଙ୍କନ ଦାଖଲ କରିବା ପୂର୍ବରୁ ରାହୁଲ ଗାନ୍ଧୀ ରୋଡ୍ ସୋ କରିବେ। ରାହୁଲଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ଅଛନ୍ତି।

ୱାୟନାଡରେ ବିଶାଳ ରାଲିରେ ବାହାରିଛନ୍ତି ରାହୁଲ। ହଜାର ହଜାର ସଂଖ୍ଯାରେ ସମର୍ଥକ ରାହୁଲଙ୍କ ସାଥିରେ ନାମାଙ୍କନ ରାଲିରେ ଚାଲିଛନ୍ତି। ରାହୁଲଙ୍କ ବିରୋଧରେ ସିପିଆଇରୁ ଆନି ରାଜା ପ୍ରତିନ୍ଦ୍ବନ୍ଦିତା କରିବେ। ସେହିପରି ବିଜେପିର କେ. ସୁରେନ୍ଦ୍ରନ ରାହୁଲ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରଦୀପ ପାଣିଗ୍ରାହିଙ୍କୁ ବିରୋଧ, ଭୋଟର ଦେଲେ କଡ଼ା ଚେତାବନୀ

ବ୍ରହ୍ମପୁର: ବିଜେଡି ଛାଡ଼ିଥିବା ନେତାଙ୍କୁ କୋଳାଉଛି ବିଜେପି। ବିଜେଡିରୁ ବହିଷ୍କୃତ ଜନବିରୋଧୀ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ କରି ବାହାବାହା ନେଉଛି ବିଜେପି। ଜନପ୍ରତିନିଧି ଭାବେ ଜନସେବା କଲେ ନାହିଁ ପ୍ରଦୀପ ପାଣିଗ୍ରାହୀ। ଓଲଟା ବିରୋଧ କଲେ। ଏବେ ପୁଣି ଜନପ୍ରତିନିଧି ସାଜି ସ୍ବାର୍ଥ ହାସଲ ପାଇଁ ପ୍ରୟାସ।

ବ୍ରହ୍ମପୁର ଲୋକସଭା ଆସନ ବିଜେପି ପ୍ରାର୍ଥୀଙ୍କୁ ସାଧାରଣ ଲୋକ ଘୋର ବିରୋଧ କରିଛନ୍ତି। କଡ଼ା ଚେତାବନୀ ଦେଇଛନ୍ତି ଭୋଟର। ସମସ୍ୟା ସମୟରେ ଲୋକଙ୍କ ପାଖରେ ଛିଡ଼ା ନହୋଇ ଲୋକଙ୍କ ଟଙ୍କାରେ ବିମାନରେ ଉଡୁଥିଲେ। କୋଭିଡ୍ କାଳରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀଙ୍କୁ ଫେରାଇ ଆଣିବାକୁ ବିରୋଧ କରିଥିଲେ ସ୍ୱାର୍ଥପର ପ୍ରଦୀପ ପାଣିଗ୍ରାହୀ। ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଖାଇ ବନ୍ଧା ହୋଇଥିଲେ। ଏଭଳି ନେତାଙ୍କୁ ଲୋକ ଠିକ୍ ଚିହ୍ନିଛନ୍ତି। ଭୋଟର ପ୍ରତ୍ୟାଖ୍ୟାନ କରିବେ ବୋଲି ଖୋଲାଖୋଲି କହିଛନ୍ତି।

 

 

ପୁରୀ ଲେପୋର୍ସି ମେଡିକାଲ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡ ଲେପ୍ରୋସି ମେଡିକାଲ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। କେହି ହତ୍ୟା କରି ବ୍ଯକ୍ତିଙ୍କୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛିl ବିଳମ୍ବିତ ରାତିରେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ।

ମୃତବ୍ୟକ୍ତିଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ବେକରେ ମଧ୍ୟ ଗଭୀର ଆଘାତ ଲାଗିଛିl ନିଶା କାରବାର ନେଇ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଘଟଣାର ଖବର ପାଇ ପୁରୀ ସିଟି ଡ଼ିଏସପି ଏବଂ ସମୁଦ୍ର କୂଳ ଥାନା ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅଜଣା ଗାଡି ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ଆଠଗଡ: ଦୁର୍ଘଟଣାରେ ଦମ୍ପତ୍ତି ମୃତ। ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ। ଆଠଗଡ ଥାନା ଚିରୁଗୁଡିଆ ଶୀତଳଭଣ୍ଡାର ନିକଟରେ ଘଟିଛି  ଦୁର୍ଘଟଣା। ମୃତକ ହେଲେ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ଚଣିଆ ବାରିକ ଓ ପତ୍ନୀ ରେବତି ବାରିକ। ଘଟଣାସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅଧିକ ତଦନ୍ତ ଚଳାଇଛି ପୋଲିସ୍।

ସୂଚନା ଅନୁଯାୟୀ, ନାତିର ଦେହ ଖରାପ ଥିବାରୁ ଆଠଗଡ ଡାକ୍ତରଖାନାକୁ ଦେଖିବାକୁ ଆସୁଥିଲେ ଅଜା, ଆଇ। ହେଲେ ବିଧିର ବିଧାନ ଥିଲା ଅଲଗା। କିଛି ସମୟ ପରେ ହସ୍ପିଟାଲରେ ପହଞ୍ଚିଥାନ୍ତେ। କିନ୍ତୁ ବାଟରେ ଯେମିତି ଜଗି ବସିଥିଲା ଜମ। ଅଧା ବାଟରେ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। ମୃତକ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ଚଣିଆ ବାରିକ ଓ ପତ୍ନୀ ରେବତି ବାରିକ।

ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ। ବିଜେଡି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ମଧ୍ୟ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଚନ୍ଦ୍ରଶେଖରଙ୍କ ନିଯୁକ୍ତିକୁ ମଞ୍ଜୁର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ।

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ୪ ମୃତ

ବ୍ୟୁରୋ ରିପୋର୍ଟ: ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ। ଭୂକମ୍ପରେ ଥରିଲା ତାଇୱାନ ରାଜଧାନୀ ହୁଆଲିଏନ୍ ସହର। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭.୪ ରେକର୍ଡ ହୋଇଛି। ଏକାଧିକ ସ୍ଥାନରେ ବଡବଡ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଏହି ଭୂମିକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

ଘଟଣା ପରେ ପଡୋଶୀ ଦେଶ ଜାପାନ ପକ୍ଷରୁ ସୁନାମୀ ନେଇ ସତର୍କତା ଜାରି ହୋଇଛି। ସେପେଟେ ତାଇୱାନରେ ହୋଇଥିବା ଭୂକମ୍ପ ଏତେ ଶକ୍ତିଶଶାଳୀ ଥିଲା ଯେ ଚୀନ୍‌ର ସାଂଘାଇ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ଏଥିସହ ଦେଶର ବହୁ ଟ୍ରେନ୍‌ ସେବାକୁ ବାତିଲ କରି ଦିଆଯାଇଛି।