spot_img
Home Blog Page 1935

ହିଞ୍ଜିଳିରେ ପିକଅପ୍ ଗାଡି ଓଲଟି ୨ ମୃତ, ୧୧ ଆହତ

ହିଞ୍ଜିଳି : ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଦୁର୍ଘଟଣା। ମ୍ୟାକ୍ସ ପିକଅପ୍ ଗାଡି ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୧ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆଜି ଭୋରରୁ ୨୨ ଜଣ ଦଣ୍ଡୁଆ ବ୍ରହ୍ମପୁରରୁ କ୍ଷେତ୍ରୀ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆହତଙ୍କୁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ୬ ଜଣ ଦଣ୍ଡୁଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ନାଁ ସନିଆ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲେ ନନ୍ଦିଘୋଷ ଓ ସକାଳ ଟିମ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଫେରାଦ ହେଲେ ନନ୍ଦିଘୋଷ ଟିମ ଓ ସକାଳ ଟିମ। ଗତ କାଲି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ଦଳୀୟ ଟିକେଟ ନେଇ ଧସ୍ତାଧସ୍ତି ସହ ହାତାହାତି ହେଉଥିଲେ । ଏହି ଘଟଣାକୁ ନନ୍ଦିଘୋଷ ଟିଭି, କଭରେଜ କରିବା ସମୟରେ ବିଜେପି ନେତା ତଥା ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଓ କର୍ମୀମାନେ ଆମ ସାମ୍ବାଦିକ ଓ କ୍ୟାମେରା ମ୍ୟାନ ଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଜାତୀୟ ଦଳ ହୋଇ ନିର୍ବାଚନ ସମୟରେ , ଗଣମାଧ୍ୟମର କଣ୍ଠରୋଧ କରୁଛି ବିଜେପି । ଏହି ଘଟଣାକୁ ସବୁ ମହଲାରେ ମଧ୍ୟ ତୀବ୍ର ନିନ୍ଦା କରାଯାଇଛି ।

ଆଜି ନନ୍ଦିଘୋଷ ସିଇଓ ଜବର୍ ସିଂ ପନ୍ୱର୍, ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ଇନିପୁଟ ହେଡ ଅଜିତ ଦାସ, ଆଉଟପୁଟ ହେଡ୍ ରଙ୍ଗାଧର ପଣ୍ଡା, ଇନପୁଟ କୋର୍ଡିନେଟର ପାର୍ଥ ସାରଥୀ ରାଉତ, ପ୍ରୋଗ୍ରାମିଙ୍ଗ ହେଡ ସରତ ମହାପାତ୍ର, ଭିଜୁଆଲ ଏଡିଟିଙ୍ଗ ହେଡ ଗୁରୁ ଭାଇ, ବରିଷ୍ଠ ସାମ୍ବାଦିକ ମାନସ ମହାପାତ୍ର, କ୍ୟାମେରା ହେଡ଼ ଭବାନୀ ମଲିକ, କ୍ୟାମେରା ମ୍ୟାନ, ପଦ୍ମନାଭ, ଦିନଭଞ୍ଜନଙ୍କ ସହ ସକାଳର ସିଇଓ ସୁବ୍ରତ ଦାସ ସିଇଓ ଙ୍କୁ ଭେଟି ନିଜ ଅଭିଯୋଗ ପ୍ରଦାନ କରିଛନ୍ତି। ବିଜେପିର ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଓ ଆକ୍ରମଣରେ ସହଯୋଗ କରିଥିବା ସମସ୍ତ କର୍ମୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାସହ ଆଗକୁ ଅବାଧ ନିର୍ବାଚନରେ କିଭଳି ସମସ୍ତ ସୁରକ୍ଷା ମିଳିବ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିବେଦନ କରାଯାଇଛି।

ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରେଙ୍ଗାଳିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ନାୟକ, ବୀରମିତ୍ରପୁରରରୁ ରୋହିତ ଯୋଶେଫ ତିର୍କୀ, ରାଇରଙ୍ଗପୁରରୁ ରାଇସେନ ମୁର୍ମୁ, କେନ୍ଦୁଝରରୁ ମୀନା ମାଝୀ, ବାଲେଶ୍ବରରୁ ସୂରୂପ ଦାସ, ବାରବାଟୀ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଭୁବନେଶ୍ବର-ଜୟଦେବରୁ ନବ କିଶୋର ମଲ୍ଲିକଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ବିଜେଡି ପୂର୍ବରୁ ୯୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ସମସ୍ତଙ୍କର ନଜର ଥିଲା କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀ ଉପରେ କାରଣ ସେଠାରୁ କାହାକୁ ବିଜେଡି ପ୍ରାର୍ଥୀ କରିବ । ସେ ସବୁ ଚର୍ଚ୍ଚା ଆଲୋଚନାର ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ । ଗତ ଦୁଇଦିନ ତଳେ ବିଜେପି ଛାଡି ବିଜେଡିରେ ମିଶିଥିବା ସାଲେପୁରର ପୂର୍ବତନ କଂଗ୍ରେସ ବିଧାୟକ ତଥା ବିଜେପିର କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଦଳ ଯୋଦ୍ଧା କରିଛି ।

୭୦ହଜାର ପାର୍ କରିଛି ସୁନା ଦର

ଭୁବନେଶ୍ବର : ରକେଟ ବେଗରେ ବଢୁଛି ସୁନା ଦର ।  ସୁନା ଦରରେ ବୃଦ୍ଧି ଧାରା ଜାରି । ୭୦ହଜାର ପାର୍ ହୋଇଛି ସୁନା ଦର । ରାଜଧାନୀ ଭୁବନେଶ୍ବରରେ ୨୪କ୍ଯାରେଟ୍ ୧୦ଗ୍ରାମ ପ୍ରତି ସୁନା ଦର ୭୦,୫୭୩ଟଙ୍କାରେ ପହଞ୍ଚିଛି । ୨୨କ୍ଯାରେଟ୍ ସୁନା ଦର ୧୦ଗ୍ରାମ ପିଛା ୬୪,୬୪୫ଟଙ୍କା । ରୂପା କିଲୋଗ୍ରାମ ପିଛା ୮୪ହଜାର ଟଙ୍କାରେ ପହଞ୍ଚିଛି । ବିଶେଷଜ୍ଞଙ୍କ ଆକଳନ, ସୁନା ଚଳିତ ବର୍ଷ ଛୁଇଁବ ୭୫,୦୦୦ଟଙ୍କା ।  ସୁନା ଦର ବୃଦ୍ଧିରେ ରହିଛି ଅନେକ କାରଣ । ବିଶ୍ବବ୍ଯାପି ମାନ୍ଦାବସ୍ତା ଆଶଙ୍କା, ବିଶ୍ବର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ଯାଙ୍କ ଗୁଡି଼କ ଦ୍ବାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଯୋଗୁ ବଢୁଛି ଦର । ନିବେଶକଙ୍କ ପାଇଁ ବଡ଼ ସୁଯୋଗ ।

ଘରେ ଥାଇ କେମିତି ଭୋଟ ଦେବେ ଏବଂ କିପରି ଆବେଦନ କରିବେ ଜାଣନ୍ତୁ ?

ନନ୍ଦିଘୋଷ ବ୍ୟୁରୋ : ଲୋକସଭା ନିର୍ବାଚନରେ ​​ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ ରେ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଘରୁ ଭୋଟ୍ ଦେବାର ସୁବିଧା ଅର୍ଥାତ୍ ଘର ଭୋଟ୍ ଶୁକ୍ରବାର ଦିନ ରାଜସ୍ଥାନରୁ ଆରମ୍ଭ ହୋଇଥିଲା। ରାଜସ୍ଥାନରେ ୫୮ ହଜାର ଭୋଟର ଘରୁ ଭୋଟ୍ ଦେବାକୁ ଚୟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ, ୩୫,୫୪୨ ଲୋକ ଘରୁ ଭୋଟ୍ ଦେବାପାଇଁ ପଞ୍ଜୀକୃତ କରିଛନ୍ତି। ଏଥିପାଇଁ ମାର୍ଚ୍ଚ ୨୭ ରେ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହୋଇଥିଲା | ଘରୁ ଭୋଟ୍ ପାଇଁ ଏକ ସ୍ୱତନ୍ତ୍ର ଭୋଟ୍ ଗୋଷ୍ଠୀ ଗଠନ କରାଯାଇଥିଲା, ଯାହାର ପ୍ରଶିକ୍ଷଣ ଏପ୍ରିଲ୍ ୪ସୁଦ୍ଧା ଶେଷ ହୋଇଥିଲା। ଆସନ୍ତୁ ଜାଣିବା ଘର ଭୋଟ୍ କ’ଣ, କିଏ ଏହି ଉପାୟରେ ଭୋଟ୍ ଦେବାର ସୁଯୋଗ ପାଏ ଏବଂ ଜଣେ କିପରି ଆବେଦନ କରିପାରିବ?

ଘର ଭୋଟ୍ ହେଉଛି ଏକ ପ୍ରକ୍ରିୟା ଯାହା ମାଧ୍ୟମରେ ନିର୍ବାଚନ ଆୟୋଗର ଅଧିକାରୀମାନେ ଭୋଟରଙ୍କ ଘରକୁ ଯାଇ ସେମାନଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥାନ୍ତି | ଗତ କିଛି ନିର୍ବାଚନରେ ​​ମଧ୍ୟ ଗୃହ ଭୋଟିଂ କରାଯାଇଥିଲା ଯାହା ସଫଳ ହୋଇଥିଲା। ଏହି ସ୍ୱତନ୍ତ୍ର ମତଦାନ ଦଳ ପୋଷ୍ଟାଲ ମାଧ୍ୟମରେ ମତଦାନ କରନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ୫ ରୁ ୧୪ଏପ୍ରିଲ ପର୍ଯ୍ୟନ୍ତ ଘର ଭୋଟିଂ କରାଯିବ। କେତେକ ଭୋଟରଙ୍କୁ ଘର ଭୋଟିଂ ଦେବାର ଅଧିକାର ଦିଆଯାଇଛି। ନିର୍ବାଚନ ନିୟମ, ୧୯୬୧ ଅଧିନିୟମର 27A ର ଅନୁପସ୍ଥିତ ଭୋଟର ବିଭାଗ ଅନୁଯାୟୀ ସେମାନଙ୍କୁ ଚିହ୍ନଟ କରାଯାଇଛି | ଗୃହ ଭୋଟ୍ ପାଇଁ ଭୋଟର ବାଛିବା ପାଇଁ କିଛି ନିୟମ ମଧ୍ୟ ଅଛି । ଏଥିପାଇଁ ଭୋଟରଙ୍କ ବୟସ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଉଚିତ୍ | ଭିନ୍ନକ୍ଷମ ଭୋଟରମାନେ ଏହି ସୁଯୋଗ ପାଆନ୍ତି | କୋଭିଡ ପରି ସଂକ୍ରାମକ ରୋଗରେ ପୀଡିତ ଲୋକଙ୍କୁ ଏହି ସୁଯୋଗ ଦିଆଯାଏ | ଏହା ବ୍ୟତୀତ କିଛି ଜରୁରୀ ସେବା ସହିତ ଜଡିତ ଲୋକଙ୍କୁ ଘର ଭୋଟ୍ ଦେବାର ସୁଯୋଗ ଦିଆଯାଇପାରେ |

ଜଣେ କିପରି ଆବେଦନ କରିପାରିବି ?

ଘର ଭୋଟିଂ ପାଇଁ ଆବେଦନ କରୁଥିବା ଯୋଗ୍ୟ ଆବେଦନକାରୀଙ୍କୁ ସେମାନଙ୍କ ଲୋକସଭା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଫର୍ମ 12-D ଦାଖଲ କରିବାକୁ ପଡିବ। ନିର୍ବାଚନ ବିଜ୍ଞପ୍ତି ଜାରି ହେବାର କିଛି ଦିନ ମଧ୍ୟରେ ସେହି ଭୋଟରଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡିବ। ଆବେଦନ ମଞ୍ଜୁର ହେବା ପରେ ମତଦାନ ଦଳ ସହିତ ଦୁଇଜଣ ନିର୍ବାଚନ ଆୟୋଗ ଅଧିକାରୀ ଭୋଟରଙ୍କ ଘରକୁ ଯାଇଥାନ୍ତି। ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାକୁ ସେମାନଙ୍କୁ କହିଥାନ୍ତି | ଏହି ଭୋଟ୍ ସମୟରେ ସ୍ୱଚ୍ଛତା ବଜାୟ ରଖିବାକୁ, ଏହି ଭୋଟରମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ | ଏହି କ୍ଷେତ୍ରର ଦଳର ପ୍ରାର୍ଥୀଙ୍କ ସହ ଏହି ତାଲିକା ଅଂଶୀଦାର ହୋଇଛି | ଭୋଟ୍ ପ୍ରକ୍ରିୟା ସମାପ୍ତ ହେବା ପରେ, ରିଟର୍ଣ୍ଣି ଅଫିସରଙ୍କ ସହିତ ବାଲାଟ ପେପରକୁ ସୁରକ୍ଷିତ ରଖାଯାଏ | ସାଧାରଣ ଭୋଟ୍ ଗଣନା ସମୟରେ ଏହି ବାଲାଟ୍ କାଗଜପତ୍ର ଗଣନା ପ୍ରକ୍ରିୟା ଚାଲିଥାଏ |

UPI ମାଧ୍ୟମରେ ନଗଦ ଜମା କରିପାରିବେ

ନନ୍ଦିଘୋଷ ବ୍ୟୁରୋ : ଯଦି ଆପଣ ନଗଦ ​​ଜମା କରିବାକୁ ଏଟିଏମକୁ ଯାଆନ୍ତି, ତାହେଲେ ଏହି ଖବରଟିକୁ ଜାଣିରଖନ୍ତୁ | ବାସ୍ତବରେ, ଆଗକୁ ନଗଦ ଜମା କରିବା ଏଟିଏମ ମେସିନରେ ଟଙ୍କା ଜମା କରିବା ପାଇଁ ତୁମର ଡେବିଟ୍ କିମ୍ବା ଏଟିଏମ୍ କାର୍ଡର ଆବଶ୍ୟକତା ପଡିବ ନାହିଁ | ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଆରବିଆଇ ଖୁବ୍ ଶୀଘ୍ର ୟୁପିଆଇ ମାଧ୍ୟମରେ ନଗଦ ଜମା ଯନ୍ତ୍ରରେ ଟଙ୍କା ଜମା କରିବାର ସୁବିଧା ଆରମ୍ଭ କରିବାକୁ ଯାଉଛି। ମୁଦ୍ରା ନୀତି ବୈଠକରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ, UPI ମାଧ୍ୟମରେ ଏଟିଏମ୍ ମେସିନରୁ ନଗଦ ଟଙ୍କା ଉଠାଇବା ସୁବିଧା ଉପଲବ୍ଧ | ବର୍ତ୍ତମାନ ଆପଣ ଯେକୈଣସି ଏଟିଏମ୍ ଯାଇ କାର୍ଡଲେସ୍ ସୁବିଧା ବ୍ୟବହାର କରି UPI ରୁ ନଗଦ ଟଙ୍କା ଉଠାଇ ପାରିବେ |

ସୁବିଧା କେବେ ଆରମ୍ଭ ହେବ ?

ଖୁବ୍ ଶୀଘ୍ର ନଗଦ ଜମା ଯନ୍ତ୍ରରେ ଟଙ୍କା ଜମା କରିବାର ସୁବିଧା ଆରମ୍ଭ କରିବାକୁ ଆରବିଆଇ ଘୋଷଣା କରିଛି। ତେବେ, ଏହି ସୁବିଧା କେବେ ଆରମ୍ଭ ହେବ? ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। ଆରବିଆଇ ସୂଚନା ଅନୁଯାୟୀ, ଗୋଟିଏ ପଟେ ବ୍ୟାଙ୍କର ନଗଦ ଜମା ମେସିନ୍ ବ୍ୟବହାର କରି ଗ୍ରାହକଙ୍କ ସୁବିଧା ବୃଦ୍ଧି ପାଇଛି। ଏଥି ସହିତ ବ୍ୟାଙ୍କରେ ନଗଦ ଜମା କରିବାର ଚାପ ହ୍ରାସ ପାଇଛି। ବର୍ତ୍ତମାନ, UPI ର ଲୋକପ୍ରିୟତା ଏବଂ ଗ୍ରହଣୀୟତାକୁ ଦୃଷ୍ଟିରେ ରଖି କାର୍ଡ ବିନା ନଗଦ ଜମା କରିବାର ସୁବିଧା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି | ଏହା ସହିତ, ତୃତୀୟ ପକ୍ଷ UPI ଆପ୍ (ଗୁଗୁଲ୍ ପେ, ଫୋନ୍ ପେ ପରି ଆପ୍) PPI (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟସ୍) ୱାଲେଟରୁ UPI ପେମେଣ୍ଟ କରିବାକୁ ଅନୁମତି ଦେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି |

ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ବୃଦ୍ଧି ପାଇବ

ସମ୍ପ୍ରତି, PPI ମାଧ୍ୟମରେ UPI ଦେୟ କେବଳ PPI କାର୍ଡ ପ୍ରଦାନକାରୀ ଦ୍ୱାରା ପ୍ରଦାନ କରାଯାଇଥିବା ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ବ୍ୟବହାର କରି କରାଯାଇପାରିବ | ଶକ୍ତିକାନ୍ତ ଦାଶ ବିବୃତ୍ତିରେ କହିଛନ୍ତି, ଏହା PPI କାର୍ଡଧାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରି UPI ଦେୟ ଦେବାରେ ସାହାଯ୍ୟ କରିବ। ଏହା ଗ୍ରାହକଙ୍କ ପାଇଁ ଜିନିଷକୁ ସହଜ କରିବ ଏବଂ ଅଳ୍ପ ପରିମାଣର କାରବାର ପାଇଁ ଡିଜିଟାଲ ମାଧ୍ୟମକୁ ପ୍ରୋତ୍ସାହିତ କରିବ। ମୁଁ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରିବି।

ଖୁଚୁରା ନିବେଶକାରୀଙ୍କ ପାଇଁ ଆରବିଆଇ ଆପ୍ ଲଞ୍ଚ କରିବ

ଆରବିଆଇ ଗଭର୍ଣ୍ଣର ଦେଇଥିବା ଅଭିଭାଷଣରେ କୁହାଯାଇଛି ଯେ ଖୁବ୍ ଶୀଘ୍ର ରିଟେଲ ଡାଇରେକ୍ଟ ପାଇଁ ଆପ୍ ଲଞ୍ଚ କରିବ। ଏହା ମାଧ୍ୟମରେ ନିବେଶକମାନେ ସହଜରେ ଆରବିଆଇ ସହିତ ସରକାରୀ ସିକ୍ୟୁରିଟିରେ ବିନିଯୋଗ କରିପାରିବେ | ବର୍ତ୍ତମାନ, ଆପଣ ଆରବିଆଇ ପୋର୍ଟାଲ ମାଧ୍ୟମରେ ସରକାରୀ ସିକ୍ୟୁରିଟିରେ ସିଧାସଳଖ ବିନିଯୋଗ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ସହିତ ଏକ ଆକାଉଣ୍ଟ ଖୋଲିପାରିବେ |ଏପ୍ରିଲ୍ ୨୦୨୪ ର ମୁଦ୍ରା ନୀତିରେ ରେପୋ ହାର ୬.୫ ପ୍ରତିଶତ ଆରବିଆଇ ଦ୍ୱାରା ବଜାୟ ରହିଛି। ଏହା ସହିତ, SDF ଏବଂ MSF କୁ ୬.୨୫ ପ୍ରତିଶତ ଏବଂ ୬.୭୫ ପ୍ରତିଶତ ରଖାଯାଇଛି | ଏହା ବ୍ୟତୀତ ଅର୍ଥନୀତି ଦୃଢ ରହିଛି ବୋଲି ଗଭର୍ଣ୍ଣର କହିଛନ୍ତି। ୨୦୨୪ ଆର୍ଥିକ ବର୍ଷରେ ଏହା ୭.୬ ପ୍ରତିଶତ ଏବଂ ୨୦୨୫ ଆର୍ଥିକ ବର୍ଷରେ ୭ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୨୫ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ହୋଇପାରେ |

ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ

ଭୁବନେଶ୍ୱର: ଖରାରେ କାମ କରିବେନି ଶ୍ରମିକ। ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶାନାମା ଜାରି କରିଛି ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗ। ଏଥିପାଇଁ ବିହିତ ପଦକ୍ଷେପ ନେବା ପାଇଁ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି।

କାର୍ଯରତ ଶ୍ରମିକମାନଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩.୩୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନ ଲଗାଇବାକୁ ବ୍ୟବସ୍ଥା କରାଯିବ। ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟର ସମୟ ପରିବର୍ତ୍ତନ କରାଯାଇପାରିବ। ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରାଯିବ।

ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା ସହ ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସା, ପ୍ରତ୍ୟେକ ଶ୍ରମିକ ପାଇଁ ଓଆରଏସ ପ୍ୟାକେଟ ରଖାଯିବ। ଜିଲ୍ଲାର ଚିକିତ୍ସାଧିକାରୀ, ଏସଡିଏମଓ, ପିଏଚସି, ସିଏଚସି ଗୁଡିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟମାନଙ୍କର ଚିକିତ୍ସାଧିକାରୀମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପ ଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବୁଲା ସହ ରୋଗୀମାନଙ୍କର ତତ୍ ସମ୍ବନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଉଛି।

ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍, ସିସିଟିଭିରେ କଏଦ ଲୁଟର ଦୃଶ୍ୟ

ରାଉରକେଲା: ରାଉରକେଲା ଛେଣ୍ଡ କଲୋନୀରେ ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍। ଲକ୍ଷାଧିକ ଟଙ୍କାର ସୁନା ଚେନ୍ ଛିଣ୍ଡାଇ ନେଲେ ଦୁର୍ବୃତ୍ତ। ସୁନା ଚେନ ଲୁଟ କରିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ୪ ଜଣ ମହିଳା ଏକତ୍ରିତ ହୋଇ କଥା ହେଉଥିବା ସମୟରେ ବିନା ନମ୍ଵର ଥିବା ବାଇକରେ ଆସି ଦୁଇ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ମୁଲ୍ୟର ସୁନା ଚେନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଛେଣ୍ଡ ଥାନାରେ ଅଭିଯୋଗ ପରେ ସିସିଟିଭିକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

 

ଦେବଗଡ଼ରେ ପ୍ରଚାର ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ

ଦେବଗଡ଼: ଜାତୀୟ ଦଳଙ୍କ ପାଇଁ ଓଡ଼ିଶା ଗୋଟିଏ ବିନ୍ଦୁ, କିନ୍ତୁ ବିଜୁ ଜନତା ଦଳ ପାଇଁ ଓଡ଼ିଶା ହେଉଛି ସିନ୍ଧୁ। ଦେବଗଡ଼ରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀରେ ଯୋଗଦେଇ ଏପରି କହିବା ସହ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ଦେବଗଡ଼ ଗସ୍ତ ବେଳେ ପ୍ରଣବଙ୍କୁ ଏକ ବିଶାଳ ରାଲିରେ ସ୍ବାଗତ କରାଯାଇଥିଲା। କର୍ମୀ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଣବ କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼଼ିଶାବାସୀ ୫ ଜଣ ବିଜେପି ସାଂସଦଙ୍କୁ ନିର୍ବାଚିତ କରିଥିଲେ। କିନ୍ତୁ ବିଜେପି ସାଂସଦ ନିର୍ବାଚିତ ହେବାପରେ ଲୋକଙ୍କ କଥା ଭୁଲିଗଲେ। କେନ୍ଦ୍ରର ଆବାସ ଅବହେଳା ଓ ଚାଷୀମାରଣ ନୀତି ସମ୍ପର୍କରେ ସଂସଦରେ ପଦୁଟିଏ ବି କହିଲେନି। ଓଡ଼ିଶାର ସ୍ବାର୍ଥ ପାଇଁ ପଦୁଟିଏ ବି କହିଲେନି ବିଜେପି ସାଂସଦ। ଏବେ ଲୋକଙ୍କ ସମୟ ଆସିଛି। ମିଛ ପ୍ରତିଶୃତି ଓ ପ୍ରତାରଣା କରିଥିବା ନେତାଙ୍କୁ ଜବାବ ଦେବା ପାଇଁ ସମୟ ଆସିଛି ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି।  ଧର୍ମଯୁଦ୍ଧରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିବା ସହ ବିକାଶ ଧାରାରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ପ୍ରଣବ ଆହୁରି କହିଛନ୍ତି, ବିଜେଡି ଯେତେଦିନ ଯାଏ ଅଛି, ଓଡ଼ିଶାର ବିକାଶ ଚାଲିଥିବ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତା’ର ନେତୃତ୍ବ ନେବେ। ମୁଖ୍ଯମନ୍ତ୍ରୀ ଓଡ଼ିଶାର ପ୍ରହରୀ ଭାବେ ଅହରହ କାମ କରୁଛନ୍ତି। ଦେବଗଡ଼ରେ ଏମିତି ମନ୍ଦିର, ମସଜିଦ କି ଚର୍ଚ୍ଚ ନାହିଁ, ଯାହାର ନବକଳେବର ହୋଇନାହିଁ । ଏହା ହିଁ ବିକାଶ ପ୍ରତି ନବୀନଙ୍କ ପ୍ରତିବଦ୍ଧତା। ଖାଲି ବିଧାନସଭା ନୁହେଁ, ଲୋକସଭାରେ ବି ଲୋକଙ୍କ ସ୍ବର ଉତ୍ତୋଳନ କରିବାକୁ ନବୀନଙ୍କ ହାତମୁଠା ଟାଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଣବ। ଏହି ଅବସରରେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ବିଜେଡିରେ ସାମିଲ ହୋଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ଉମାଶଙ୍କର । ଆଗାମୀ ଦିନରେ ବିଜେଡିକୁ ଅଧିକ ସୁଦୃଢ଼ କରିବା ସହ ନବୀନଙ୍କୁ ଷଷ୍ଠଥର ମୁଖ୍ଯମନ୍ତ୍ରୀ କରିବାକୁ ସମସ୍ତେ ଶପଥ ନେଇଛନ୍ତି ।

ପୁଣି କଂଗ୍ରେସକୁ ଝଟକା, ଦଳ ଛାଡ଼ିଲେ ବିଶ୍ବଭୂଷଣ ଦାସ ଓ ତ୍ରିନାଥ ବେହେରା

ପୁଣି କଂଗ୍ରେସକୁ ଝଟକା। ଦଳ ଛାଡ଼ିଲେ ପିସିସି ଉପସଭାପତି  ବିଶ୍ବଭୂଷଣ ଦାସ। ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ। ୨୦୦୯ରେ ସେ ୫୯ ହଜାର ୮୯୩ ଓ ୨୦୧୯ରେ ୪୬ ହଜାର ୨୦୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

ବିଶ୍ବଭୂଷଣ ଦାସ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଭାବେ ମଧ୍ଯ କାମ କରିଥିଲେ। ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜରେ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି  ହୋଇଥିଲେ ବିଶ୍ବଭୂଷଣ ଦାସ।  ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କର ଘନିଷ୍ଠ ସହଯୋଗୀ ଥିଲେ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ କଂଗ୍ରେସକୁ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତ୍ରିନାଥ ବେହେରା । ପୂର୍ବରୁ ୨ ଥର ସେ କଂଗ୍ରେସ ଟିକେଟରେ ହିନ୍ଦୋଳରୁ ବିଧାୟକ ପ୍ରାର୍ଥୀ ଭାବେ ଲଢିଥିଲେ । ଆଜି ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତିଙ୍କୁ ପଠାଇଛନ୍ତି।