ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପୀଡିତ ମହାପ୍ରଭୁ । ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ବାରା ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଉପଚାର । ଏହି ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ଅଲାରନାଥଙ୍କ ଅନବସର ଦର୍ଶନ । ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଆଜିଠାରୁ ୧୩ ଦିନ ଯାଏଁ ଚାଲିବ ଦର୍ଶନ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା । ବ୍ଯାରିକେଡରେ ଯାଇ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି ।
ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁ ମଦମୃତ୍ୟୁ ଘଟଣାରେ ମୃତ୍ଯୁସଂଖ୍ଯା ହେଲା ୫୩। କାଲ୍ଲାକୁରୁଚିରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଶୋକ। ଏହାକୁ ନେଇ ରାଜ୍ଯ ଅବକାରୀ ମନ୍ତ୍ରୀ ଏସ. ମୁଥୁସ୍ବାମୀଙ୍କ ଇସ୍ତଫା ଦାବି କରିଛି ବିଜେପି। ଶାସକ ଡିଏମକେ ବିରୋଧରେ ବି ଆନ୍ଦୋଳନ କରିଛି ବିଜେପି। ବର୍ତ୍ତମାନ ସୁଦ୍ଧା ୧୯୩ ଅସୁସ୍ଥଙ୍କ ମଧ୍ଯରୁ ୧୪୦ ଜଣ ନିରାପଦ ଅଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ଏମଏସ ପ୍ରଶାନ୍ତ। ୧୪ଜଣଙ୍କୁ ରିମାଣ୍ଡରେ ପୋଲିସ ନେଇଥିବାବେଳେ ସେମାନଙ୍କ ମଧ୍ଯରୁ ୪ଜଣଙ୍କ ମେଡିକାଲ ଯାଞ୍ଚ ଲାଗି ହସ୍ପିଟାଲକୁ ନିଆଯାଇଛି। ଘଟଣାର ତଦନ୍ତଭାର ତାମିଲନାଡୁ ପୋଲିସର ସିବିଆଇ ସିଆଇଡି ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ବିଭିନ୍ନ ମେଡିକାଲ କଲେଜରୁ ୫୬ ଜଣ ଡାକ୍ତରଙ୍କୁ ଅଣାଯାଇ ରୋଗୀ ସେବାରେ ନିୟୋଜିତ କରାଯାଇଛି।
ଆସନ୍ତାକାଲିଠୁ ଅଲାରନାଥରେ ଲାଗିବ ଭକ୍ତଙ୍କ ଗହଳି
ନନ୍ଦିଘୋଷ ବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପୀଡିତ ହେବେ ମହାପ୍ରଭୁ। ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ବାରା ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଉପଚାର। ଏହି ଅବସରରେ ଅଲାରନାଥରେ ବିଷ୍ଣୁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅଲାରନାଥଙ୍କ ଅନବସର ଦର୍ଶନ। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ବ୍ଯାପକ ବ୍ଯବସ୍ଥା କରାଯାଇଛି। କାଲିଠାରୁ ୧୩ ଦିନ ଯାଏଁ ଚାଲିବ ଦର୍ଶନ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା। ବ୍ଯାରିକେଡରେ ଯାଇ ଅଲାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି।
ଶିକ୍ଷାନୁଷ୍ଠାନ ଗସ୍ତ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ
ନନ୍ଦିଘୋଷ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତଙ୍କ ଶିକ୍ଷାନୁଷ୍ଠାନ ଗସ୍ତ । ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଡଙ୍ଗରୀଗୁଡା ଏ.ସି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ମଧ୍ୟାନ୍ନ ଭୋଜନ ବିଷୟରେ ପଚାରି ବୁଝିଛନ୍ତି । ପିଲାଙ୍କ ପରୀକ୍ଷା ଫଳାଫଳକୁ ନେଇ ମଧ୍ୟ ସ୍କୁଲ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ଯେପରି ପରିକ୍ଷା ଫଳ ଅଧିକରୁ ଅଧିକ ଭଲ ହେବ ଓ ପିଲାଙ୍କ ଉପସ୍ଥାନ ବଢିବ ସେନେଇ ଦୃଷ୍ଟି ଦେବାକୁ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସ୍କୁଲ ପରିବେଶକୁ ସବୁଜ ସୁନ୍ଦର ରଖିବାକୁ ମଧ୍ୟ ଆଲୋଚନା କରିଛନ୍ତି ।
ଜିଏସଟି କ୍ଷେତ୍ରରେ ରିହାତି ଦେବା ଲାଗି ଜିଏସଟି ପରିଷଦ ବୈଠକରେ ଆଲୋଚନା
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ଯକ୍ଷତାରେ ଜିଏସଟି ପରିଷଦ ବୈଠକ। ବ୍ଯବସାୟୀମାନଙ୍କୁ ଜିଏସଟି କ୍ଷେତ୍ରରେ ରିହାତି ଦେବା ଲାଗି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଜିଏସଟି ରିଟର୍ଣ୍ଣ ଫାଇଲିଂରେ ପରିବର୍ତ୍ତନ କିମ୍ବା ଯୋଗ ଲାଗି ଆସିଥିବା ପ୍ରସ୍ତାବ ସମ୍ପର୍କରେ ବି ବିଚାର କରାଯାଇଛି। ବୈଠକରେ ବିଭିନ୍ନ ରାଜ୍ଯର ଅର୍ଥମନ୍ତ୍ରୀ ଯୋଗଦେଇଥିଲେ। ପ୍ରଥମ ଥର ଲାଗି ଜିଏସଟି ରେଜିଷ୍ଟ୍ରେସନ ଲାଗି ଆଧାର ବାୟୋମେଟ୍ରିକ ଅଥେନଟିକେସନ ବ୍ଯବସ୍ଥା ଲାଗୁ ହେବା ଲାଗି ପଦକ୍ଷେପ ନିଆଯିବା ସମ୍ଭାବନା ରହିଛି। ଏହା ସହ ଦେଶରେ ଅନଲାଇନ ଗେମିଂ ଶିଳ୍ପ ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ସାମଗ୍ରୀ ଓ ସେବା କର ବା ସିଜିଏସଟି ଆଇନ, ୨୦୧୭କୁ ସଂଶୋଧନ ଲାଗି ପ୍ରସ୍ତାବ ଅଣାଯିବା ସମ୍ଭାବନା ରହିଛି। ଯଦି ଏହି ପ୍ରସ୍ତାବ ଗୃହୀତ ହୁଏ ତେବେ ଇ-ଗେମିଂ, କାସିନୋ, ହର୍ଷ ରେସିଂ ଆଦି କ୍ଷେତ୍ରରେ ୨୮ ପ୍ରତିଶତ ଜିଏସଟି ଆଦାୟ କରାଯାଇ ନପାରେ। ସେହିପରି ଭାରତର ପ୍ରତିଯୋଗିତା କମିଶନ ବା ସିସିଆଇକୁ ଅଧିକ ଶକ୍ତିଶାଳୀ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇପାରେ। ଜିଏସଟି ଆପେଲେଟ ଟ୍ରିବ୍ଯୁନାଲ ବା ଜିଏସଟିଏଟି, ହାଇକୋର୍ଟ, ସୁପ୍ରିମକୋର୍ଟ ଦ୍ବାରା ଗ୍ରହଣ କରାଯାଉଥିବା ମାମଲାଗୁଡିକରେ ଆର୍ଥିକ ସୀମା ନିର୍ଦ୍ଧାରଣ କରିବା ଲାଗି ମଧ୍ଯ ପରିଷଦରେ ଆଲୋଚନା କରାଯିବ। ଜିଏସଟିଏଟି ଲାଗି ସର୍ବାଧିକ ମନିଟାରୀ ଲିମିଟ ୨୦ ଲକ୍ଷ, ହାଇକୋର୍ଟଗୁଡିକ ଲାଗି ସର୍ବାଧିକ ୧ କୋଟି ଓ ସୁପ୍ରିମକୋର୍ଟ ଲାଗି ସର୍ବାଧିକ ୨ କୋଟି ଟଙ୍କାର ସୀମା ନିର୍ଦ୍ଧାରଣ ଲାଗି ଲ କମିଟି ଯେଉଁ ପ୍ରସ୍ତାବ ଦେଇଥିଲା ସେ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।
ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି
ନନ୍ଦିଘୋଷ ବ୍ୟୁରୋ: ପ୍ରଶ୍ନପତ୍ର ଲିକ୍ କଲେ ଆଉ ମିଳିବନି ତ୍ରାହି। ଏଥର ପ୍ରଶ୍ନପତ୍ର ଲିକ୍ କଲେ ହେବ ୧୦ ବର୍ଷ ଯାଏ ଜେଲ ଦଣ୍ଡାଦେଶ। କେବଳ ସେତିକି ନୁହେଁ ୧୦ ଲକ୍ଷରୁ ୧ କୋଟି ଯାଏ ଜରିମାନା ମଧ୍ୟ ଦେବାକୁ ପଡିବ। ଦେଶରେ ଲାଗୁ ହୋଇଛି ଆଣ୍ଟି ପେପର୍ ଲିକ୍ ଆଇନ୍। ପ୍ରଶ୍ନ ପତ୍ର ଲିକ୍ ସମ୍ବନ୍ଧରେ ଚଳିତ ବର୍ଷ ଫେବ୍ରୁଆରୀରେ ପାରିତ ହୋଇଥିବା ଆଇନ ଆଜି ଠାରୁ ଲାଗୁ ହୋଇଛି। ସରକାର ଏହି ଆଇନର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ୍ର ନାଁ ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅର୍ଥାତ୍ ପବ୍ଲିକ୍ ଏଗଜାମିନେସନ୍ ଆଇନ୍ ୨୦୨୪ ନାମରେ ନାମିତ କରାଯାଇଛି। ଫେବୃଆରୀ ୨୦୨୪ରେ ସଂସଦ ଦ୍ୱାରା ଏହି ଆଇନ ପାରିତ ହୋଇଥିଲା। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ତିନି ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନ ଏବଂ ପେପର୍ ଲିକରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। UPSC, SSC, ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଦ୍ୱାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ଏହି ଆଇନରେ ଅନ୍ତର୍ଭୁକ୍ତ ହେବ। ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ରେ କୁହାଯାଇଛି ଯେ, ପ୍ରଶ୍ନପତ୍ର ଲିକ୍ କିମ୍ବା ଉତ୍ତର କପି ଲିକ୍’, କୌଣସି ସାର୍ବଜନୀନ ପରୀକ୍ଷାରେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସହାୟତା କରିବା, ଏବଂ କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟୱାର୍କ କିମ୍ବା କମ୍ପ୍ୟୁଟର ସିଷ୍ଟମ ସହିତ ଟାମ୍ପରିଂ କରିବା ଅପରାଧ। NET ଓ NEET ପରୀକ୍ଷାରେ ହେରଫେର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି। ଏଭଳି ପରିସ୍ଥିତିରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ ରଖିଛି ଏନଟିଏ । ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ହେବାର ଥିଲା। ତେବେ କିଛି ଅନିବାର୍ଯ୍ୟ କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ କହିଛି ।

