spot_img
Home Blog Page 1927

ପୁଅ ପାଇଁ ପ୍ରଚାର କରିବି : ସୁର

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କୁ ଦଳର କାରଣଦର୍ଶାଅ ନୋଟିସ୍ ନେଇ ସୁର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମୁଁ ଅନ୍ୟ ଦଳ ପାଇଁ ପ୍ରଚାର କରିନାହିଁ । ମଲା ଯାଏଁ କଂଗ୍ରେସରେ ରହିବି । ଏକଥା ମୁଁ କଂଗ୍ରେସ ନେତୃତ୍ବଙ୍କୁ ଜଣାଇଦେବି । ମୋ ପୁଅ ପ୍ରାର୍ଥୀ ହୋଇଛି। ପୁଅ କଥା ଯିଏ ପଚାରିବ ମୁଁ କହିବି । ଦୀର୍ଘ ବର୍ଷ ଧରି ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସାମାଜିକ କାର୍ଯ୍ଯକ୍ରମରେ ସାମିଲ ଅଛି । ଆଜି ବି ଯାଉଛି l ପୁଅ ପାଇଁ ପ୍ରଚାର କରିବି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ମୁସାନାଲ ଠାରେ ବିଜେଡିର ଶକ୍ତି ପ୍ରଦର୍ଶନ। ହଜାର ହଜାର ଲୋକଙ୍କୁ ନେଇ ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦୀଶାରିଙ୍କ ଶୋଭାଯାତ୍ରା। ଟିକେଟ ଘୋଷଣା ପରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ଆରମ୍ଭ କରିଛନ୍ତି । ମୁସନାଲ ଜଗନ୍ନାଥ ମନ୍ଦିର ଦର୍ଶନ ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଉଭୟ ପ୍ରାର୍ଥୀ ସାମିଲ ହୋଇ ମୂଷାନାଲ ସଭାରେ ଯୋଗଦେଇଛନ୍ତି। ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। କାର୍ଯ୍ୟକ୍ରମରେ ହଜାର ହଜାର ଅଞ୍ଚଳବାସୀଙ୍କ ସମେତ ବିଜେଡି ନେତା ଓ କର୍ମୀ ସାମିଲ ହୋଇଛନ୍ତି।

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍

ଭଞ୍ଜନଗର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ। ଭଞ୍ଜନଗର ଥାନା ଘୁମୁସର ନୂଆଗାଁ ବ୍ରିଜ଼ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍।ବସ୍‌ରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ଦୁର୍ଘଟଣାରେ କିଛି ମହିଳା ଓ କଲେଜ ଛାତ୍ରୀ ଆହତ ହୋଇଥିବା ସୂଚନା। ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଭଞ୍ଜନଗରରୁ ବୁଗୁଡ଼ା ଯାଉଥିଲା ବସ୍।

OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଠକେଇ, ୨ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ

ଭୁବନେଶ୍ବର: ଆପଣ ରାଜଧାନୀରେ OLXରେ ଘର ଭଡା ଖୋଜୁଛନ୍ତି କି ? ଆପଣ ଘରଭଡା ନେବା ପୂର୍ବରୁ କାହାକୁ ପେମେଣ୍ଟ କରିଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ। ଆପଣବି ହୋଇପାରନ୍ତି ଠକେଇର ଶିକାର । ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାର ଠକେଇ କରିଥିବା ଯାଜପୁରର ଦୁଇ ଜଣ ଠକଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଦେଉଥିଲେ । ବିଭିନ୍ନ ଘରର ଫଟୋ ଲୋକଙ୍କ ପାଖକୁ ପଠାଉଥିଲେ । ଘର ଦେବାକୁ ଦେବାକୁ କହି ଅଗ୍ରୀମ ୭ରୁ ୧୫ ହଜାର ନେଇ ଚମ୍ପଟ ମାରୁଥିଲେ । ଠକଙ୍କ ବିରୁଦ୍ଧରେ କମିଶନରେଟ ପୋଲିସରେ ଅଭିଯୋଗ ହୋଇଥିଲା।

କଙ୍ଗନା କିଣିଲେ ନୂଆ କାର, ଦାମ୍ ଜାଣିଲେ ହୋଇଯିବ ଆଶ୍ଚର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ କଳାକାରମାନେ ସର୍ବଦା ନିଜର ଲାଇଫ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତେବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ରବିବାର ଏକ ନୂଆ କାର କିଣିଛନ୍ତି । ମୁମ୍ବାଇରେ ସେ ନଜର ଆସିଥିବାବେଳେ ନୂଆ କାରରେ ବସି ଯିବାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ଯାହାକି ଭାଇରାଲ ହେବା ସହ ୟୁଜର୍ସମାନେ ଏହାକୁ ଲାଇକ ସେୟାର କରୁଥିବା ଦେଖିବାକୁ ମିଳିଛି । ମର୍ସଡିଜ୍ ମେବେକ୍ ଜିଏଲଏସ କାର କିଣିଛନ୍ତି । ପୂର୍ବରୁ ତାଙ୍କ ପାଖରେ ମଧ୍ୟ ଏକ ମର୍ସିଡିଜ୍ କାର ରହିଛି । ତେବେ ଏହି ନୂଆ କାରର ମୂଲ୍ୟ ହେଉଛି ୨.୪୩ କୋଟି । ପୂର୍ବରୁ ତାଙ୍କ ପାଖରେ ଥିବା ମର୍ସଡିଜ୍ କାରର ମୂଲ୍ୟ ରହିଥିଲା ୩.୬ କୋଟି ଟଙ୍କା । କଙ୍ଗନା ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବାବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । କଳା ଚଷମା ପିନ୍ଧି ଷ୍ଟାଇଲରେ ଗାଡ଼ି ବସି ଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

https://www.instagram.com/viralbhayani/?utm_source=ig_embed&ig_rid=d407e3c0-7611-4aba-9b8c-48fffe62de45

ଇଫତାର ପାର୍ଟିରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ମହାକାଳପଡ଼ା: ଇଫତାର ପାର୍ଟିରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡା ମହାକାଳପଡା ରାଜଗଡ଼ ଗାଁରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ଲୋକ କରିଥିଲେ ନିମନ୍ତ୍ରଣ। ରମଜାନ ମାସ ଚାଲିଥିବାରୁ ରାଜଗଡ଼ରେ ଥିବା ସୁନି ମସଜିଦରେ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଅତନୁ ସବ୍ୟସାଚୀ ନାୟକ ରାଜଗଡ଼ ସୁନି ମସଜିଦରେ ପହଞ୍ଚି ମୁସଲିମ ସମ୍ପ୍ରଦାୟର ଭାଇ ମାନଙ୍କୁ ଭେଟି ଭଲ ମନ୍ଦ ପଚାରି ବୁଝିଥିଲେ l ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ ରହି ଅତନୁ ସବ୍ୟସାଚୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଭୁବନେଶ୍ବରରେ ପୁଣି ହିଟ୍ ଆଣ୍ଡ ରନ୍ ମାମଲା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହିଟ୍ ଆଣ୍ଡ ରନ୍। ୪ ଜଣଙ୍କୁ ଧକ୍କା ଦେଲା କଣ୍ଟେନର। ବାଣୀବିହାର ସତସଙ୍ଗ ବିହାର ନିକଟରେ ଏହି ଦୁର୍ଘଟଣା ଘଟିଛି । ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ପାର୍ ହେଉଥିବା ବେଳେ ୪ ଜଣଙ୍କୁ ଧକ୍କା ଦେଇ ଫେରାର ହୋଇଯାଉଥିଲା କଣ୍ଟେନର। ପଳାଶୁଣୀ ଛକରୁ କଣ୍ଟେନରକୁ ସହିଦନଗର ଥାନା ପୋଲିସ ଜବତ କରିଛି। ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଲ୍ୟାବ୍କୁ ଗଲା ଏଲଭିସ୍ ଯାଦବଙ୍କ ଫୋନ୍, ଏଥର ଖୋଲିପାରେ ବହୁ ଗୁମର

ନନ୍ଦିଘୋଷ ବ୍ୟୁରୋ: ସାପ ବିଷ ମାମଲାରେ ଫସିଥିବା ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କୁ ନେଇ ପୁଣି ସାମନାକୁ ଆସିଛି ବଡ଼ ଖବର । ଏଲଭିସଙ୍କ ମୋବାଇଲ ପୋଲିସ ଜବତ କରିଥିବାବେଳେ ଅନେକ ଚାର୍ଟ ଡିଲେଟ୍ ହୋଇଥିବା ପୋଲିସ ସୂତ୍ରରୁ କୁହାଯାଇଛି । ତେବେ ଏଲଭିସଙ୍କ ସହ ତାଙ୍କର ଦୁଇ ବନ୍ଧୁଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ପୋଲିସ । ଏଲଭିସଙ୍କ ଚାର୍ଟ ଡିଲେଟ୍ ହୋଇଥିବାବେଳେ ଲ୍ୟାବକୁ ତାଙ୍କ ମୋବାଇଲ ପଠାଯାଇଛି । ଏଥିରୁ ବହୁ ଗୁମର ଖୋଲିବ ବୋଲି ଜଣାପଡ଼ିଛି ।  ଏଲଭିସଙ୍କ ଦୁଇ ବନ୍ଧୁ ବିନୟ ଏବଂ ଇଶ୍ବର ମଧ୍ୟ ଏହି ସାପ ବିଷ ଯୋଗାଉଥିବା ମାମଲାରେ ଫସିଥିବାବେଳେ ସେମାନେ ଜାମିନ ପାଇଛନ୍ତି । ଏଲଭିସ୍ ମଧ୍ୟ ଜାମିନ ପାଇଛନ୍ତି । ତେବେ ମାମଲାରେ ଏବେ ବିଚାରାଧିନ ରହିଥିବାବେଳେ ଏଥୀରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି ।

ରାଇରଙ୍ଗପୁରରେ ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ

କରଞ୍ଜିଆ: ରାଇରଙ୍ଗପୁରରେ ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ। ରାଇସେନ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେଡି। ରାଇରଙ୍ଗପୁର ଉପଖଣ୍ଡରେ ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିକାଶର ଛବି ଦେଖିବାକୁ ମିଳେ। ରାଇରଙ୍ଗପୁର ପୌରଧକ୍ଷଙ୍କ ନେତୃତ୍ୱରେ ରାଇରଙ୍ଗପୁରଠାରେ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଧାନ ସଭା ପ୍ରାର୍ଥୀ ରାଇସେନ ମୁର୍ମୁ, ରାଇରଙ୍ଗପୁର ପୌରlଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଏବଂ ରାଇରଙ୍ଗପୁର ଉପଖଣ୍ଡର ପଞ୍ଚାୟତସ୍ତରର କର୍ମୀ ମାନେ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ କିଭଳି ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବେ ସେଥିପାଇଁ ହୋଇଥିଲା ଆଲୋଚନା।

ଭାରସାମ୍ଯ ହରାଇ କେନାଲ ଭିତରକୁ ଖସି ପଡିଲେ ଇ-ସ୍କୁଟର ଚାଳକ

ବାଙ୍କୀ: ବାରଙ୍ଗ ପୁରୀ କେନାଲରେ ପୁଣି ଅଘଟଣ। ଭାରସାମ୍ଯ ହରାଇ କେନାଲ ଭିତରକୁ ଖସି ପଡିଲେ ଇ-ସ୍କୁଟର ଚାଳକ। ସ୍କୁଟର ଚାଳକ ନିଖୋଜ। ପାଣି ଭତରୁ ସ୍କୁଟର ଓ ମୋବାଇଲ ଜବତ। ବିଳମ୍ବିତ ରାତିରେ ଘଟିଛି ଘଟଣା। ନଖରାର ରାକେଶ କୁମାର ସାହୁ ଗତକାଲି ରାତିରେ ନରାଜ ନିକଟସ୍ଥ ଏକ ପ୍ରତିଷ୍ଠିତ ଦୁଗ୍ଧ କମ୍ପାନୀରେ କାର୍ଯ୍ୟସାରି ଫେରୁଥିଲେ। ଭାରସାମ୍ଯ ହରାଇ କାନପୁର ନିକଟସ୍ଥ ପୁରୀ କେନାଲକୁ ଖସିପଡିଥିଲେ। କେନାଲରୁ ଯୁବକଙ୍କ ଇ-ସ୍କୁଟର ଓ ମୋବାଇଲ ଜବତ କରିଛି ବାରଙ୍ଗ ପୋଲିସ।