spot_img
Home Blog Page 1913

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ : ଭୃଗୁବକ୍ସି ପାତ୍ର

ଭୁବନେଶ୍ୱର : ଚଳିତ ନିର୍ବାଚନରେ ଦୁଇଟି ପର୍ଯ୍ୟାୟ ସରିଛି । ତୃତୀୟ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ । ସମ୍ବଲପୁର ସଂସଦୀୟ କ୍ଷେତ୍ର ତୃତୀୟ ପର୍ଯ୍ୟାୟରେ ଯାଉଛି । ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ ହେଲାଣି । ଯେବେ ବିଜେପି ନିର୍ବାଚନ ହାରିବାକୁ ଯାଏ । ଶାସକ ଦଳ ଉପରେ ମିଛ ଅଭିଯୋଗ କରିଥାଏ । ଏହା ସେମାନଙ୍କର ଚିରାଚରିତ ଢଙ୍ଗ । ସରକାରୀ କଳ ବ୍ୟବହାର, ଟଙ୍କା ବଣ୍ଟନ କଥା କହିଥାଏ ବିଜେପି । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଅସନ୍ତୋଷ ବା ଆକ୍ରୋଶ ଅଛି । ସମ୍ବଲପୁର ଲୋକସଭାରେ ଯେଉଁ ପରି କେନ୍ଦ୍ର ବିକାଶ କରିବା କଥା, ତାହା ହୋଇନି । ପ୍ରଚାର ସମୟରେ ବିଜେପି ଅନୁଭବ କରିଥିବ ଯେ ଅସନ୍ତୋଷର କାରଣ ହେଉଛି ପ୍ରାର୍ଥୀ ଓ ନିଜେ ବିଜେପି । ଜାତୀୟ ରାଜପଥ 55 କଥା ଅଞ୍ଚଳରେ ବାରମ୍ବାର ଲୋକଙ୍କ ପାଖରେ ଉଠୁଛି । କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କଟକରୁ ସମ୍ବଲପୁର ଯାଏଁ ଏହି କାମ ହେବା କଥା । କେତେ ଜୀବନ ଦୁର୍ଘଟଣାରେ ଯାଉଛି । ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଲୋକଙ୍କ ଆକ୍ରୋଶ ଅଛି । ଧର୍ମେନ୍ଦ୍ର ଶିକ୍ଷା ମନ୍ତୀ, ହେଲେ ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଲା ନାହିଁ ।

ସେ ଦକ୍ଷତା ବିକାଶ ମନ୍ତ୍ରୀ ହେବା ସତ୍ୱେ, ସମ୍ବଲପୁରରେ ଦକ୍ଷତା ବିକାଶ କେନ୍ଦ୍ର ହେଲାନି । ସମଲେଶ୍ୱରୀ ଓ ଶ୍ରୀମନ୍ଦିର କାମକୁ ଧର୍ମେନ୍ଦ୍ର ଓ ବିଜେପି ବିରୋଧ କଲେ । ଆଜି ମନ୍ଦିରର ଯେଉଁ ନବୀକରଣ ହୋଇଛି, ତାହା ଦେଖିଲା ଭଳି ହୋଇଛି । ମହାନଦୀ କୋଲ ଫିଲଡ଼ସ, ଓଡ଼ିଶାରୁ କୋଇଲା ଉତ୍ପାଦନ ହେଉଛି । ହେଲେ CSR ଫଣ୍ଡର ଖର୍ଚ୍ଚ ଲୋକଲୋଚନକୁ ଆସିଲା ନାହିଁ । ରୋଜଗାର ନେଇ MCL ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେଲା ନାହିଁ । ମଧ୍ୟପ୍ରଦେଶ ଓ ବିହାର ଯୁବକ ପାଇଲେ ନିଯୁକ୍ତି । କାରଣ ମଧ୍ୟପ୍ରଦେଶ ଓ ବିହାରରୁ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଯାଇଥିଲେ । ସେ ଅନୁଭବ କରୁଥିବେ, ୧୦ ବର୍ଷ NDA ସରକାର ଯଦି ଏହି କାମ କରିଥାନ୍ତା, ତେବେ ଅସନ୍ତୋଷ ହୋଇ ନଥାନ୍ତା । ପରାଜୟ ଭୟରେ ନିଜକୁ ନିବୃତ ରଖି ମିଛ ଅଭିଯୋଗ ଆଣୁଛନ୍ତି ବିଜେପି ।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ଥୁତି ଶେଷ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୫ତାରିଖରେ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ । ସେ ନେଇ ସମସ୍ତ ପ୍ରସ୍ଥୁତି ସରିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେ କହିଛନ୍ତି ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ୯୪ ଲକ୍ଷ ୪୮ ହଜାର ଭୋଟର୍ ଭୋଟ ଦେବେ। ପୁରୁଷ ଭୋଟର୍ ଙ୍କ ସଂଖ୍ୟା ୪୮ଲକ୍ଷ ୩୦ହଜାର। ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର୍। ୨୧% ଯୁବ ଭୋଟର୍ ରହିଛନ୍ତି । ୩ ହଜାର ଭୋଟର୍ ୮୫ ବର୍ଷରୁ ଅଧିକ ବୟସ୍କ ଘରୁ ମତଦାନ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଭୋଟିଂରେ ମୋଟ ସାଂସଦ ପ୍ରାର୍ଥୀ ଅଛନ୍ତି ୬୪ ଜଣ ଏବଂ ୩୮୩ ଜଣ  ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଅନ୍ୟପଟେ ସେ କହିଛନ୍ତି ତୃତୀୟ ପର୍ଯ୍ୟାୟରେ ମୋଟ ବୁଥ୍ ସଂଖ୍ୟା ୧୦ ହଜାର ୫୫୧ । ୨ ହଜାର ମଡେଲ ବୁଥ। ଏହି ପର୍ଯ୍ୟାୟରେ ସର୍ବାଧିକ ୧୨୧ କମ୍ପାନୀ CAPF ମୁତୟନ ହୋଇଛନ୍ତି । ଅନ୍ଧାରୀ ବିଜେ ରୋକିବାକୁ Silent Hour ଆରମ୍ଭ ହେବ । ସବୁ ହୋଟେଲ, ଗେଷ୍ଟ ହାଉସ୍ ଯାଞ୍ଚ ହେବ। କେହି ଯେମିତି ନିର୍ବାଚନମଣ୍ଟଳିର ବାହାରଲୋକ  ରହିବେ ନାହିଁ । ନିୟମ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପଟେ କେନ୍ଦୁଝର ହିଂସା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଥିଲେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି । ୬ ସଂସଦୀୟ କ୍ଷେତ୍ରରେ ମୋଟ ୨୬୩.୫୫ କୋଟି ଟଙ୍କାର ସିଜର ହୋଇଛି । ୬ଟି ସଂସଦୀୟ କ୍ଷେତ୍ରରୁ ୧୨ କୋଟି ୨୨ ଲକ୍ଷ ଟଙ୍କା ଜବତ | ୧୨ କୋଟି ୮୩ ଲକ୍ଷ ମଦ ଜବତ । ମୋଟ ୮୭ କୋଟି ଜବତ ।  ଭୁବନେଶ୍ୱରରୁ ୯.୬୬ କୋଟି । ପୁରୀ ରୁ ୨.୮୨ ଲକ୍ଷ ଜବତ ।

ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ ଅନୱର ଉଲ ଅଜିମ୍ ଅନାର। କୋଲକାତାର ନ୍ଯୁଟାଉନରେ ତାଙ୍କୁ ହତ୍ଯା କରାଯାଇଥିବା ନେଇ ଅଭିଯୋଗ କରିଛି ବାଂଲାଦେଶ। ଏ ନେଇ ଗତକାଲି ବାଂଲାଦେଶ ଗୃହମନ୍ତ୍ରୀ ରାଜଧାନୀ ଢାକାରେ ପ୍ରତିକ୍ରିୟା ରଖିଥଲେ। କୋଲକାତାରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ଯା କରାଯାଇଥିବା ନେଇ କହିଥିଲେ। ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ମାମଲାର ତନାଘନା କରୁଛି କୋଲକାତା ପୋଲିସ। ଅଧିକ ତଦନ୍ତ ଲାଗି ଭାରତରେ ବାଂଲାଦେଶ ପୋଲିସ ଟିମ୍ କୋଲକାତା ସିଆଇଡି ସହ ମିଶି ତନାଘନା ଚଲାଇଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବାଂଲାଦେଶୀ ବୋଲି ଜଣାପଡିଛି। ସାଂସଦ ଅନୱର ଉଲ୍ ଅଜିମ ବାଂଲାଦେଶରେ କ୍ଷମତାରେ ଥିବା ଆୱାମି ଲିଗର ଜଣେ ସାଂସଦ। ସେ ମେ’ ୧୨ ତାରିଖରେ ଚିକିତ୍ସା ପାଇଁ କୋଲକାତା ଆସିଥିଲେ।ଏହାପରେ ତାଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା । ସେ ନିଖୋଜ ହୋଇଯାଇଥିବାରୁ କୋଲକାତା ପୁଲିସ୍ ମେ’ ୧୮ରେ ଗୋଟିଏ ଅଭିଯୋଗ ପାଇଥିଲା । ପ୍ରାରମ୍ଭିକ ଅଭିଯୋଗ ପରେ କୋଲକାତାର ବାରାନଗର ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଅଜିମଙ୍କ ଶେଷ ଥର ପାଇଁ ସହରର ନ୍ୟୁଟାଉନ ଅଞ୍ଚଳରେ ରହିଥିବା ଖବର ମିଳିଥିଲା। ଏଠାରେ ଥିବା ଗୋଟିଏ ଫ୍ଲାଟକୁ ସେ ଯାଇ ଜଣେ ବ୍ୟକ୍ତିଙ୍କୁ ଦେଖା କରିଥିଲେ। ହେଲେ ସେଠାରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇ ଯାଇଥିବା ସନ୍ଦେହ କରିଛି କୋଲକାତା ପୋଲିସ ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ ବିରୋଧୀଙ୍କୁ ପଡ଼ିବ ମହଙ୍ଗା : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ବିରୋଧୀଙ୍କୁ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜବାବ୍ । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ ବିରୋଧୀଙ୍କୁ ପଡ଼ିବ ମହଙ୍ଗା । ଓଡ଼ିଶାବାସୀଙ୍କ ହୃଦୟରେ ରୁହନ୍ତି ନବୀନ। ଅଣ୍ଡାମାଡ ପାଇଁ ବିଜେପି ହାରିଥିଲା ୩୦ ଜିଲ୍ଲା ପରିଷଦ । ଭୋଟର ନେବେ ଅପମାନର ପ୍ରତିଶୋଧ । ପ୍ରଶଂସା ଓ ନିନ୍ଦାରୁ ଉର୍ଦ୍ଧ୍ୱରେ ନବୀନ । ରାଜ୍ୟରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରୁଛନ୍ତି ସାମ୍ବାକିକଙ୍କ ଏହି ପ୍ରଶ୍ନର ଉତ୍ତର ରଖି ପାଣ୍ଡିଆନ କହିଥିଲେ ୨୦୧୯ ନିର୍ବାଚନରେ ବି ଅନେକ ନେତା ଆସିଥିଲେ, ୨୪ରେ ଆସୁଛନ୍ତି । କିନ୍ତୁ କିଛି ପ୍ରଭାଵ ପଡ଼ିବ ନାହି। ସେମାନଙ୍କର ଓଡ଼ିଶା ସହ କିଛି ଲେଣଦେଣ ନାହିଁ। ନିର୍ବାଚନ ଚାଲିଛି ବୋଲି ଆସୁଛନ୍ତି। ସରିଗଲେ ଆଉ ଆସିବେ ନାହିଁ। ଓଡଶାବାସୀ ଜାଣିଛନ୍ତି ନବୀନ ବାବୁ ତାଙ୍କ ପଛରେ ଛିଡା ହୋଇଛନ୍ତି। ସେମାନେ ଆସୁଛନ୍ତି ନିଜର କର୍ମୀ ମାଙ୍କୁ ଉତ୍ସାହିତ କରିବ ପାଇଁ। ସେମାନଙ୍କର ଯେଉଁ ନେତ୍ରୁ ମଣ୍ଡଳୀ ଅଛନ୍ତି ସେମାନେ ନିଜ ଅଞ୍ଚଳରୁ ବାହାରି ପାରୁ ନାହାନ୍ତି। ତେଣୁ କିଏ ନା କିଏ ପ୍ରଚାର କରିବାକୁ ପଡ଼ିବ ନ ହେଲେ କର୍ମୀ ମାନେ କେମିତି ଉତ୍ସାହିତ ହେବେ।

ପାଣ୍ଡିଆନ କହିଥିଲେ ମତେ ବ୍ୟକ୍ତିଗତ ଆକ୍ରମଣ କଲେ ମୋର କିଛି ପ୍ରଭାଵ ପଡ଼ିବ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଖରାପ ଭାଷାଲଗାଇ କହୁଛନ୍ତି ଓ ଆକ୍ରମଣ କରିଛନ୍ତି ୪ କୋଟି ଓଡ଼ିଆଙ୍କୁ କହିଲା ଭଳି। କାରଣ ପ୍ରତି ଓଡିଆଙ୍କ ମନରେ ମୁଖ୍ୟମନ୍ତ୍ରୀ  ଅଛନ୍ତି ତାଙ୍କୁ ଅସମ୍ମାନ କରିବା ମାନେ ଓଡ଼ିଆ ଅସ୍ମିତା ଉପରେ ବହୁତ୍ ବଡ କ୍ଷତି ପହ୍ନଚିବ । ଓଡ଼ିଶା ବାସୀ ଠିକ ଉଚିତ ଜବାବ ଦେବେ। ବିଜେପୁରରେ ଚପଲ ମାଡ କଲେ ୪୫ ହଜାର ଭୋଟରେ ଜିତିଲା ବିଜେଡ଼ି। ପୁରୀରେ ଅଣ୍ଡା ପକାଇଲେ ୩୦ ଜିଲ୍ଲା ପରିଷଦ ଜିତିଲା। ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଭାବ ପଡ଼ିବ ନାହିଁ। ଲୋକ ମାନଙ୍କ  ହୃଦୟରେ ଅଛନ୍ତି ଲୋକଙ୍କ ସେବା କରୁଛନ୍ତି। ମହିଳା ମାନଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ଅନେକ ଲୋକଙ୍କ ନୂଆଁ ଜୀବନ ନୂଆଁ ଆଶା ଦେଇଛନ୍ତି ସେମାନେ ହିଁ ଏହି ଅସମ୍ମାନ ର ଜବାବ ଦେବେ ।

ଫସଲରେ ପାଣି ମଡ଼ାଇବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ

ବାରଙ୍ଗ : ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ନିରୀହ ଜୀବନ। ଫସଲରେ ପାଣି ମଡ଼ାଇବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ। ଏଭଳି ଦୃଦୟ ବିଦାରକ ଘଟଣା ଘଟିଛି ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗାଁରେ । ବୁଧବାର ଅପରାହ୍ନ ପ୍ରାୟ ୫ଟାରେ ମଧୁବନ ଗାଁର ରାଜକିଶୋର ଖଟୁଆ ଏବଂ ତାଙ୍କ ସ୍ତ୍ରୀ ସଯୁକ୍ତା ଖଟୁଆ ଘର ପଖରେ ଥିବା ଚାଷ ଜମିକୁ ପାଣି ମଡ଼ାଇବାକୁ ଯାଇଥିଲେ। ପାଣି ମଡ଼ାଉଥିବା ସମୟରେ ଉଭୟ ଦମ୍ପତି କୌଣସି କାରଣବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଚାଷ ଜମିରୁ ଫେରିବା ବିଳମ୍ବ ଯୋଗୁ ପରିବାର ପକ୍ଲୋଷରୁ ଖୋଜାଖୋଜି କରାଯାଇଥିଲା । ଉଭୟେ ଚାଷ ଜମିରେ ପଡ଼ିଥିବା ଦେଖି ତୁରନ୍ତ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା ।

ଡାକ୍ତର ସେଠାରେ ଉଭୟ ଦମ୍ପତିଙ୍କୁ ମୃତ ଘୋଷଣା କରିଥିଲେ। କିଛିଦିନ ପୂର୍ବରୁ  ରାଜକିଶୋର ଖଟୁଆଙ୍କ ଝିଅ ତୃପ୍ତିମୟୀ ଖଟୁଆ ଓଡ଼ିଶା ପ୍ରଶାସନିକ ସେବାରେ ୧୮୩ ନଂ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ବାରଙ୍ଗ ଅଞ୍ଚଳ ପାଇଁ ଗୌରବ ଆଣିଦେଇଥିଲେ। ପରିବାରରେ ଖୁସିର ମାହୋଲ ରହିଥିଲା । ହେଲେ ଗତକାଲିର ଅଘଟଣ ପରିବାରକୁ  ଶୋକରେ ବୁଡ଼ାଇ ଦେଇଛି ।

 

ଘଷିପୁରା ନିର୍ବାଚନମଣ୍ଡଳିରେ ଗୋଷ୍ଠୀ ସଂଘର୍ଷ

କେନ୍ଦୁଝର :  ନିର୍ବାଚନ ରାଜନୀତିକୁ ନେଇ ମହାଭାରତ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣେ ଯୁବକ ଆହତ । ଘଷିପୁରା ନିର୍ବାଚନମଣ୍ଡଳିର ପଣ୍ଡୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ  ଯୁବକ ପଣ୍ଡୁଆ ଗାଁ ର ବସନ୍ତ ଚକ୍ରଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭତ୍ତି କରାଯାଇଛି । ଉଭୟ ପକ୍ଷଙ୍କ ମଧ୍ଯରେ ପ୍ରଥମେ ନିର୍ବାଚନକୁ ନେଇ ବଚଷା ଓ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।  ପ୍ରତିପକ୍ଷ ଯୁବକଙ୍କ ଆକ୍ରମଣରେ  ବସନ୍ତ ଆହତ ହୋଇଥିଲେ।  ଘଣାପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଚନ୍ଦ୍ରପୁର ପୋଲିସ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ଆଗାମୀ ୧୦ ବର୍ଷ ଯୁବ ପିଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ

ଭୁବନେଶ୍ୱର : ଯୁବ ପୀଢ଼ିଙ୍କ ପାଇଁ ନବୀନ ଆଣିବେ ସୁବର୍ଣ୍ଣ ଯୁଗ l ଆଗାମୀ ୧୦ ବର୍ଷ ଯୁବ ପିଢ଼ିଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି l ରାଜ୍ୟର ଯୁବ ପିଢ଼ିଙ୍କ ପାଇଁ ଆଗାମୀ ପ୍ଲାନ୍ ବାବଦରେ ସୂଚନା ଦେଇଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବିଜେପି ନିର୍ବାଚନ ଇସ୍ତାହାରରେ ଖୋଜିଲେ ବି ଯୁବପିଢିଙ୍କ ପାଇଁ କିଛି ନାହିଁ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି l କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା  ୧ ଲକ୍ଷ କୋଟିର ଯୁବ ବଜେଟ ଆଣିବ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା। ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି। ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି। ଯୁବ  ପିଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ଲକ୍ଷ ରଖିଛନ୍ତି ସରକାର ।

ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇଛି । ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ବି ରୂପାନ୍ତରଣ ହୋଇଛି। ଆଗକୁ ବି କଲେଜ ରୂପାନ୍ତରଣ ଜାରି ରହିବ। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲ ରେ ଅଧିକ ସୁବିଧା ମିଳିବ। ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ଯୁବ ପିଢ଼ିଙ୍କ ସହିତ ରହିଛନ୍ତି। ଯୁବ ପିଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ। 2024 ରୁ 2034 ଯାଏ 10 ବର୍ଷ ଭିତରେ ଓଡିଶା ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି l

 

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ। ସାମାନ୍ୟ ଉତ୍ତରପୂର୍ବ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଳଘୁଚାପ । ତେବେ କାଲି ସକାଳ ସୁଦ୍ଧା ଅବାପାତରେ ପରିଣତ ହେବା ସମ୍ଭାବନା ରହିଛି l ଉତ୍ତର ଓଡିଶା- ପଶ୍ଚିମବଙ୍ଗର କଣ୍ଟାଇ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ୨୪ ରାତିରୁ ୨୬ ଅପରାହ୍ନ ଯାଏଁ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ବିସ୍ତାରିତ ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଉପକୂଳରେ କୋହୋଲା ପାଗ ସହ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ  ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି।

ରଇସିଙ୍କ ମୃତ୍ୟୁକୁ ନେଇ ପ୍ରତିଶୋଧର ‘ଟ୍ରେଲର’ ଦେଖାଇଲା ଇରାନ

ନନ୍ଦିଘୋଷ ବ୍ୟୁରୋ : ଇବ୍ରାହିମ ରଇସିଙ୍କୁ ଏପର୍ଯ୍ୟନ୍ତ କବର ଦିଆଯାଇ ନାହିଁ। ଏହି ସମୟରେ ତାଙ୍କ ମୃତ୍ୟୁର ପ୍ରତିଶୋଧ ଆରମ୍ଭ ହୋଇଛି। ହୁତି ଇରାନର କ୍ଷେପଣାସ୍ତ୍ର ମାଧ୍ୟମରେ ବିଡେନଙ୍କ ଫ୍ଲାଇଙ୍ଗ ସ୍କ୍ୱାଡକୁ ଶିକାର କରିଛି। ରାଜଧାନୀ ତେହେରାନରେ ଏକ ପ୍ରକ୍ସି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଇରାନ ସମର୍ଥିତ ଅନେକ ସଂଗଠନର ମୁଖ୍ୟ ତଥା ବଡ ବଡ ନେତାମାନେ ଅଂଶଗ୍ରହଣ କରିଥିଲେ। ଏହି କ୍ରମରେ ଗତକାଲି ରାତିରେ ୟେମେନରେ ଆମେରିକାର ରେପର୍ ଡ୍ରୋନ୍ ପୋଡି ଯାଇଥିଲା। ଯଦି ହୁତିମାନେ ଇରାନର କ୍ଷେପଣାସ୍ତ୍ର ସହିତ ବାଇଡେନଙ୍କ ଫ୍ଲାଇଙ୍ଗ ସ୍କ୍ୱାଡକୁ ଶିକାର କରିଥିଲେ, ତେବେ ଏହି ଆକ୍ରମଣରୁ ବୁଝିବାକୁ ପଡ଼ିବ କି ରଇସିଙ୍କ ମୃତ୍ୟୁର ପ୍ରତିଶୋଧ ଆରମ୍ଭ ହୋଇଛି ? ରେପର୍ ଡ୍ରୋନ୍ ହେଉଛି ଆମେରିକାର ଏକ ସ୍ୱତନ୍ତ୍ର ଏବଂ ଆଧୁନିକ ଡ୍ରୋନ୍ | ଯୁଦ୍ଧଠାରୁ ଆରମ୍ଭ କରି ଗୁପ୍ତଚର ପର୍ଯ୍ୟନ୍ତ ଆମେରିକୀୟ ସେନା ଏହାକୁ ବ୍ୟବହାର କରିଆସୁଛି।

ରେପର୍ ଡ୍ରୋନ କଣ ?

ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ଏହି ଆମେରିକୀୟ ଡ୍ରୋନର ବିଶେଷତା, ଶକ୍ତି ଏବଂ ସାମର୍ଥ୍ୟ କ’ଣ, ଯାହା ଦ୍ୱାରା ଏହା ବିଶ୍ୱର ସବୁଠାରୁ ମାରାତ୍ମକ ବିସ୍ଫୋରଣ ହୋଇନଥିବା ଅର୍ଡାନ୍ ଭାବରେ ପରିଗଣିତ ହୁଏ ? ରେପର ଡ୍ରୋନର ବଡ ବୈଶିଷ୍ଟ୍ୟ ହେଉଛି ଗୁପ୍ତଚର ବ୍ୟତୀତ ଏହା ଆମେରିକୀୟ ଆକାଶ ମାର୍ଗରେ ଆକ୍ରମଣ ଏବଂ ରକ୍ଷା କରିବାର କ୍ଷମତା ରଖିଛି | MQ-9 ରେପର୍ ଡ୍ରୋନ୍ ଘଣ୍ଟା ପ୍ରତି ୩୬୮ କିଲୋମିଟର ବେଗରେ ଆକାଶରେ ଉଡିଥାଏ |

ଅନ୍ୟପଟେ ଖାମେନେ ହାମାସ ମୁଖ୍ୟଙ୍କୁ ଭେଟିଛନ୍ତି । ରଇସିଙ୍କ ମୃତ୍ୟୁ ପରେ ବିଶ୍ୱାସ କରାଯାଏ ଯେ ଇରାନର ପ୍ରକ୍ସି ଅନିୟମିତ ହୋଇଯିବେ । ବୋଧହୁଏ ହୁତି ଓ ଇସଲାମିକ ମଧ୍ୟରେ ଆକ୍ରମଣରୁ ଏହା ଆରମ୍ଭ ହୋଇଛି । କିନ୍ତୁ ସେପଟେ, ଦାବି ହେଉଛି ଯେ ରଇସିଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଇରାନରେ, ଇସ୍ରାଏଲର ବିନାଶ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ଏବଂ ଏହି ବ୍ଲୁ ପ୍ରିଣ୍ଟକୁ ସିଲ୍ କରିବା ପାଇଁ ବିଭିନ୍ନ ପ୍ରକ୍ସି ସଂଗଠନର ମୁଖ୍ୟମାନେ ତେହେରାନରେ ପହଞ୍ଚିଛନ୍ତି। ହମାସର ମୁଖ୍ୟ ଇସମାଇଲ ହାନିଆ ଏପରିକି ଇରାନର ସର୍ବୋଚ୍ଚ ନେତା ଖାମେନେଙ୍କୁ ଭେଟିଥିଲେ। ଦାବି ହେଉଛି ଯେ ଦୁଇ ନେତାଙ୍କ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଥିଲା। କେବଳ ଏତିକି ନୁହେଁ, ଏହା ମଧ୍ୟ ଦାବି କରାଯାଉଛି ଯେ ତେହେରାନରେ କାଟାଏବ ହିଜବୁଲ ନେତା କାଇସ ଅଲ-ଖଜଲି ମଧ୍ୟ ଉପସ୍ଥିତ ଥିଲେ।

ତାଇୱାନକୁ ଅସ୍ତ୍ର ବିକ୍ରି କରିବାରୁ ଆମେରିକୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଚୀନ୍

ନନ୍ଦିଘୋଷ ବ୍ୟୁରୋ : ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକୀୟ କମ୍ପାନୀଗୁଡିକ ଉପରେ ଚୀନ୍ ପ୍ରତିବନ୍ଧକ ଲଗାଇଛି ଚିନ୍ । ଚୀନ୍ ଏଥିରେ ରାଗିଯାଇ ପ୍ରତିରକ୍ଷା ସମ୍ବନ୍ଧୀୟ ୧୨ଟି ଆମେରିକୀୟ କମ୍ପାନୀ ଏବଂ ୧୦ଜଣ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଋଷ ସହ ଜଡିତ ଚୀନ୍ କମ୍ପାନୀଗୁଡିକ ଉପରେ ପୂର୍ବରୁ ଆମେରିକାର ପ୍ରତିବନ୍ଧକ କାରଣରୁ ଚୀନ୍ କ୍ରୋଧିତ ଥିଲା । ବର୍ତ୍ତମାନ ତାଇୱାନକୁ ଅସ୍ତ୍ର ବିକ୍ରି ପ୍ରସଙ୍ଗରେ ଏକ ତୀବ୍ର ପ୍ରତିକ୍ରିୟା ଦେଇଛୀ ଚିନ୍ । ଯେଉଁ କମ୍ପାନୀଗୁଡିକ ଚୀନ୍ ଦ୍ୱାରା ନିଷିଦ୍ଧ ହୋଇଛି ସେଗୁଡ଼ିକ ମଧ୍ୟରେ ରହିଛି ଲକର୍ଡି ମାର୍ଟିନ, ରାଇଥନ୍, ଜେନେରାଲ୍ ଡାଇନାମିକ୍ସ ଏବଂ ଅନ୍ୟାନ୍ୟ କମ୍ପାନୀର ୟୁନିଟ୍ ଅନ୍ତର୍ଭୁକ୍ତ | ଏହା ସହିତ ନର୍ଥ୍ରୋପ ଗ୍ରୁପମ୍ୟାନ କର୍ପୋରେସନ ଏବଂ ଜେନେରାଲ ଡାଇନାମିକ୍ସର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ବାରଣ କରାଯାଇଛି। ଚୀନ୍ ସ୍ୱୟଂ ଶାସିତ ଦ୍ୱୀପ (ତାଇୱାନ) କୁ ଏହାର ଅଞ୍ଚଳ ବୋଲି ଦାବି କରେ | ଆମେରିକା ତାଇୱାନକୁ ଏକ ଦେଶ ଭାବରେ ସ୍ୱୀକୃତି ଦେଇନଥିଲେ ମଧ୍ୟ ଏହି ଦ୍ୱୀପକୁ ଆମେରିକାର ଅସ୍ତ୍ର ବିକ୍ରୟକୁ ବହୁ ଦିନରୁ ବିରୋଧ କରିଆସୁଛି ଚୀନ୍ । ୱାଶିଂଟନର ଏକ ସଂଘୀୟ ନିୟମ ଅନୁଯାୟୀ କୌଣସି ଦ୍ୱୀପକୁ ସରକାର ରକ୍ଷା କରିବାର ବ୍ୟବସ୍ଥା ଅଛି କି ନାହିଁ ତାହା ସ୍ପଷ୍ଟ କରିବାକୁ ବାଧ୍ୟ ।

ଚୀନ୍ ଏହି ଆମେରିକୀୟ କମ୍ପାନୀଗୁଡିକୁ ନିଷିଦ୍ଧ କରିଛି

ଚୀନ୍ ବୋଇଙ୍ଗ ପ୍ରତିରକ୍ଷା, ସ୍ପେସ୍ ସିକ୍ୟୁରିଟି ଏବଂ ଆମେରିକାର ଅନ୍ୟ ଦୁଇଟି ପ୍ରତିରକ୍ଷା କମ୍ପାନୀ ଉପରେ ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରି ଏବଂ ୱିସ୍କୋସିନ୍ର ପୂର୍ବତନ ରିପବ୍ଲିକାନ୍ ପ୍ରତିନିଧୀ ମାଇକ୍ ଗାଲାଗେର୍ଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଚୀନ୍‌ର ବୈଦେଶିକ ବିରୋଧୀ ପ୍ରତିବନ୍ଧକ ଆଇନ ଅନୁଯାୟୀ ଲାଗୁ ହୋଇଥିବା ଏହି ପ୍ରତିବନ୍ଧକ ଚୀନ୍ ଭିତରେ ବ୍ୟବସାୟ କରୁଥିବା ସମସ୍ତ ସମ୍ପତ୍ତିକୁ ଫ୍ରିଜ୍ କରିବ ଏବଂ ହଂକଂ ଓ ମାକାଉର ସମସ୍ତ ବ୍ୟକ୍ତି ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ଭିସା ପ୍ରତ୍ୟାଖ୍ୟାନ କରିବ। ଚାଇନିଜ୍ କମ୍ପାନୀଗୁଡିକ ସହିତ ବ୍ୟବସାୟ ଏବଂ ବ୍ୟକ୍ତିବିଶେଷଙ୍କୁ ମଧ୍ୟ କୌଣସି ବ୍ୟବସାୟ କରିବାକୁ ବାରଣ କରାଯିବ।