spot_img
Home Blog Page 19

ବାଲିପଶି ଛକରେ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର ; ଜଳିଗଲା ଟ୍ୟାଙ୍କର ଡ୍ରାଇଭର ଜୀବନ୍ତ ଦଗ୍ଧ

ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାଲିପଶି ଛକ ନିକଟ ଜାତୀୟରାଜପଥ 149 ରେ ଭାରସାମ୍ୟ ହରାଇ ଏକ ପିଚୁ ବୋଝେଇ ଟ୍ୟାଙ୍କର ଓଲଟି ପଡିଥିଲା, ଦୃଘଟଣା ପରେ ଟ୍ୟାଙ୍କର ରେ ସର୍ଟସର୍କିଟ ହୋଇ ଟ୍ୟାଙ୍କର ଟି ସମ୍ପୂର୍ଣ ଜଳି ଯାଇଥିଲା, ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୃଘଟଣାଗ୍ରସ୍ଥ ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ବାହାରି ନପାରି ଜିଅନ୍ତା ଜଳିଯାଥିଲେ I

ଟ୍ୟାଙ୍କର ଟି ତାଳଚେର ପଟୁ ପାଲଲହଡା ପଟକୁ ଯାଉଥିବା ଜଣାପଡିଛି I ଖବର ପାଇ ଖମାର ପୋଲିସ ଏବଂ ପାଲଲହଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳ ରେ ପହଞ୍ଚି ଟ୍ୟାଙ୍କର ମଧ୍ୟରୁ ଡ୍ରାଇଭର ଙ୍କ ମୃତଦେହ କୁ ଉଦ୍ଧାର କରି ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି ଏବଂ ଘଟଣା ର ଅଧିକ ଦତନ୍ତ ଜାରି ରଖିଛି I

 

କୁଆଖାଇ ନଦୀପଠାରେ ମୃତଦେହ ; ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

କୁଆଖାଇ_ନଦୀପଠାରେ_ମୃତଦେହ

ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ଭୁବନେଶ୍ୱର ବରିମୁଣ୍ଡ ବାଲିଯାତ୍ରା ପଡିଆର ଉଦ୍ଧାର ହେଲା ଅଜଣା ବ୍ଯକ୍ତିଙ୍କ ମୃତଦେହ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସର ଛାନଭିନ ।

ଚୈତ୍ର ମାସରେ କ’ଣ କରିବେ ଓ କ’ଣ କରିବେ ନାହିଁ ?

ଜ୍ଯୋତିଷ_ଶାସ୍ତ୍ର_ନିୟମ_ଅନୁସାରେ …

ଚୈତ୍ର ମାସରେ କ’ଣ କରିବେ ଓ କ’ଣ କରିବେ ନାହିଁ ?

ଆସନ୍ତୁ ଜାଣିବା ଆଜିର ମହାଉପାୟରେ କଣ କହୁଛନ୍ତି ଆମ ଜ୍ୟୋତିର୍ବିଦ୍ ମୌସୁମୀରାଣୀ ସାବତଙ୍କ ଠାରୁ …

ଗ୍ୟାସ ଅଭାବକୁ ନେଇ ବିଧାନସଭାରେ ହଙ୍ଗାମା ; ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଗ୍ୟାସ ଅଭାବକୁ ନେଇ ହଙ୍ଗାମା । ବିରୋଧୀ ଦଳର ହଟ୍ଟଗୋଳ । ଗୃହକୁ ମୁଲତବୀ କଲେ ବାଚସ୍ପତି । ସାଢ଼େ ୧୧ଟା ଯାଏ ମୁଲତବୀ ।

ଜଙ୍ଗଲ_ଛାଡି_ ଏବେ ଗାଁ ମୁଁହା ହାତୀ ପଲ

ଆଠଗଡ ବନଖଣ୍ଡ ବେଣ୍ଟପଦା ନିକଟସ୍ଥ ମାନପୁର ଗାଁ ନିକଟରେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଗାଁ ପାଖରେ ହାତୀପଲ ରହିଥିବାରୁ ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ।

ଫାରୁକ ଅବଦୁଲ୍ଲାଙ୍କୁ ଗୁଳିମାଡ଼ ; ଅଳ୍ପକେ ବର୍ତ୍ତିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ

ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଗୁଳିମାଡ଼। ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ଅଳ୍ପକେ ସେ ବର୍ତ୍ତିଛନ୍ତି। ଜାମ୍ମୁର ଗ୍ରେଟର କୈଳାସ ଯାଇଥିବା ବେଳେ ତାଙ୍କୁ ଗୁଳି କରିଥିଲା ଜଣେ ଦୁର୍ବୃତ୍ତ।

ଚଳିତ ମାସ ୨୮ରୁ ଆରମ୍ଭ ହେବ ଆଇପିଏଲର ୧୯ତମ ସଂସ୍କରଣ

ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବ ଆଇପିଏଲର ୧୯ତମ ସଂସ୍କରଣ । ଇଣ୍ଡିଆନ ପ୍ରିମିୟର ଲିଗର ୨୦ ମ୍ୟାଚ୍ ଲାଗି ଆଜି ଘୋଷଣା ହୋଇଛି ପ୍ରଥମ ପର୍ଯ୍ୟାୟ ଖେଳ ସୂଚୀ । ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ତାରିଖ ଯାଏଁ ଖେଳ ସୂଚୀ ଘୋଷଣା ହୋଇଛି ।

ପୁଣି ଅଶାନ୍ତ ମଣିପୁର : ମଣିପୁରରେ ଜନଗଣନା ପୂର୍ବରୁ ଏନଆରସି କାର୍ଯ୍ୟକାରୀ ଦାବିରେ ହଙ୍ଗାମା

ମଣିପୁରରେ ଜନଗଣନା ପୂର୍ବରୁ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ ବା ଏନଆରସି କାର୍ଯ୍ୟକାରୀ ଦାବିରେ ହଙ୍ଗାମା। ଗତକାଲି ପରି ଆଜି ବି ଆନ୍ଦୋଳନ କରିବେ ବିଭିନ୍ନ ସଂଗଠନ।

ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ; ୧୬ ତାରିଖ ଯାଏ ବର୍ଷା ସମ୍ଭାବନା

ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା । ଆହୁରି ୨ ଦିନର ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ୧୬ ତାରିଖ ଯାଏ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ପୂର୍ଣ୍ଣ କିମ୍ବା ଆଂଶିକ ସରକାରୀ ଅନୁଦାନ ପାଉଥିବା ପ୍ରତିଷ୍ଠାନଗୁଡିକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ଏହା ସହ ପୂର୍ଣ୍ଣ କିମ୍ବା ଆଂଶିକ ସରକାରୀ ଅନୁଦାନ ପାଉଥିବା ପ୍ରତିଷ୍ଠାନଗୁଡିକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ। ଏନସିଆଇରଟି ସୋସିଆଲ ସାଇନ୍ସେସ ଅଧ୍ୟକ୍ଷ ପ୍ରଫେସର ମିସେଲ ଡେନିନୋ ଓ ତାଙ୍କ ଦୁଇ ସହଯୋଗୀ ସଦସ୍ୟଙ୍କୁ ଦୂରେଇ ରଖିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନସିଇଆରଟି ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ଟେକ୍ସଟବୁକର କରପସନ ଇନ ଦି ଜୁଡିସିଆରୀ ଶୀର୍ଷକ ବିଷୟ ପ୍ରସ୍ତୁତିରେ ଭୂମିକା ଥିବାରୁ ସେମାନଙ୍କୁ ଦୂରେଇ ରଖିବା ଲାଗି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରତିଷ୍ଠାନର ବିଷୟ ପ୍ରସ୍ତୁତି କ୍ଷେତ୍ରରେ ସେମାନଙ୍କୁ ଦୂରେଇ ରଖିବା ଲାଗି ଖଣ୍ଡପୀଠ କହିଛନ୍ତି। ସେମାନଙ୍କଠାରୁ କୌଣସି ପ୍ରକାର ପାଇବା ଲାଗି କେହି ଆଶା ନ କରିବା ଲାଗି କୋର୍ଟ କହିଛନ୍ତି। ପ୍ରଫସର ମିସେଲ ଡେନିନୋ, ତାଙ୍କର ଦୁଇ ସହଯୋଗୀ ସୁପର୍ଣ୍ଣା  ଦିବାକର ଓ ଆଲୋକ ପ୍ରସନ୍ନ କୁମାରଙ୍କ ନିକଟରେ ଭାରତୀୟ ବିଚାର ବିଭାଗ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ନାହିଁ କିମ୍ବା ସେମାନେ ଜାଣିଶୁଣି ବିଚାର ବିଭାଗକୁ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି କୋର୍ଟ। ଏପରିକି ସେମାନେ ଅଷ୍ଟମ ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଏପରି ହୀନ ଚିନ୍ତାଧାରା ସୃଷ୍ଟି କରିବା ଲାଗି ପ୍ରୟାସ କରିଛନ୍ତି। ପରବର୍ତ୍ତୀ ପିଢ଼ି ଲାଗି ସେମାନଙ୍କୁ ସମ୍ପୃକ୍ତ କରିବାର କୌଣସି କାରଣ ନାହିଁ। ସେମାନଙ୍କୁ ଏସବୁ ସ୍ତରରୁ ଦୂରେଇ ରଖିବା ଲାଗି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।