spot_img
Home Blog Page 1867

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତ ରାୟ

ଖୋର୍ଦ୍ଧା: କାଳୁ ଚରଣ ଖଣ୍ଡାୟତ ରାୟ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି ।

ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ  । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ  । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଥିଲା  । ଏହାପରେ କ୍ରମାଗତ ଗଣମାଧ୍ୟମରେ ଆସି ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ  । ଏପରିକି ୨ କୋଟି ଟଙ୍କା ଦେଇ ପାରିଲେନି ବୋଲି ଦଳୀୟ ଟିକେଟରୁ ତାଙ୍କୁ ବଞ୍ଚିତ କରାଗଲା ବୋଲି ସେ ବୟାନ ଦେଇଥିଲେ ।

ଗତ ଥର ଖୋର୍ଦ୍ଧା  ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଖଣ୍ଡାୟତ  । ଆଜି ବହୁ ବାଦ ବିବାଦ ପରେ  ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି  ।

ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ବ୍ରହ୍ମପୁର: ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ । ୪ ସେଟ୍‌ ନାମାଙ୍କନ ଭରିଲେ ନବୀନ  । ସାଙ୍ଗରେ ଉପସ୍ଥିତ ଅଛନ୍ତି ବିଜେଡିର ବହୁ ବରିଷ୍ଠ ନେତା । ନବୀନଙ୍କ ଷଷ୍ଠ ଇଂନିସ । ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ଆସନରୁ କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ନାମାଙ୍କନ ଦାଖଲ କରିଛନ୍ତି।

ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ମାଆଙ୍କ ଆଶୀର୍ବାଦ ନେଇଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ଯମାନେ ଉପସ୍ଥିତ ଅଛନ୍ତି । ୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହି ଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ନିର୍ବାଚନ ଲଢୁଛନ୍ତି ।

ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଲେ । ଆଉ ବନିଗଲେ ଅପରାଜେୟ, ଅପ୍ରତିଦ୍ବନ୍ଦୀ ଆଉ ଓଡ଼ିଶାବାସୀଙ୍କ ଅତିଆପଣାର । ୧୯୯୭ ଆସିକା ଉପନିର୍ବାଚନରୁ ଏଯାଏ ନବୀନ ରହିଛନ୍ତି ଅନବିଟେବୁଲ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ । ପରେ ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି ।

୨୪ ବର୍ଷର ଶାସନରେ ଓଡ଼ିଶାକୁ ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ରାଜ୍ଯ ଭାବେ ନବୀନ ଗଢିତୋଳିଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ । ୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ । ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ମେ ୨୦ ତାରିଖରେ ହିଞ୍ଜିଳିର ମତଦାନ ହେବ । ନବୀନ ହିଞ୍ଜିଳି ଛଡ଼ା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ଯ ପ୍ରାର୍ଥୀ ହୋଇଛନ୍ତି ।

ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ, ଚାପି ହୋଇଗଲେ ୩ ଛାତ୍ର

ଢ଼େଙ୍କାନାଳ: ସନ୍ଥପୁର ବ୍ରିଜରେ ଦୁର୍ଘଟଣା। ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବାଲି ବୋଝେଇ ଟ୍ରକ। ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣ ଛାତ୍ର ଟ୍ରକ ତଳେ ଫଶି ହୋଇ ରହିଥିବା ଜଣାପଡିଛି।

ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଥିବାରୁ ଟ୍ରକକୁ ଉଠାଯାଇ ପାରୁନି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି।

ସମ୍ବଲପୁରରେ ନାମାଙ୍କନ ଦାଖଲ କଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସାଂସଦ ପ୍ରାର୍ଥୀ ଭାବେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କଲେ ନାମାଙ୍କନ । ୫ ଜଣ ପ୍ରସ୍ତାବକଙ୍କ ସହ ୪ ସେଟ ନାମାଙ୍କନ ଦାଖଲ କଲେ । ପ୍ରାର୍ଥିପତ୍ର  ଦାଖଲ ପୂର୍ବରୁ ମା’ ସମଲେଶ୍ବରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଆଶିଷ ଲୋଡିଛନ୍ତି ପ୍ରଣବ।

ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଣବ । ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯାଇ ପହଞ୍ଚିଥିଲେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ । ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି ।

ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ । ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ । ଦ୍ବିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ପ୍ରଣବ ମଧ୍ଯ ବେଶ୍ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ଯର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି ।

ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଥାନାରେ ମାମଲା, ଜାଣିଆଣ ଅଭିଯୋଗ କଲେ କର୍ମୀ

ଟିଟିଲାଗଡ: ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ନାମରେ ଥାନାରେ ମାମଲା । ଜାତିଗତ ଆକ୍ଷେପ ଏବଂ ଗାଳିଗୁଲଜ କରିଥିବା ଅଭିଯୋଗରେ ଥାନରେ ଏତଲା ଦେଲେ ବିଜେପି କର୍ମୀ ଚୂଡାମଣି ଭରାସାଗର ଓ ସହଯୋଗୀ । ବିରାଟ ପଟୁଆ ବିଜେପି ପ୍ରାର୍ଥୀ ନବୀନ ଜୈନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ଅବସରରେ ସହରରେ ଏକ ଶୋଭାଯାତ୍ରା ହୋଇଥିଲା ।

ଏହି ଶୋଭାଯାତ୍ରାରେ ଭାଗ ନେବାକୁ ତାଙ୍କ ସମର୍ଥକଙ୍କୁ ଟଙ୍କା ଦେଇ ଡକାଇଥିଲେ । କିଛି ସମର୍ଥକଙ୍କୁ ନେଇ ଚୂଡାମଣି ଟିଟିଲାଗଡ ଆସିଥିଲେ । ପୂର୍ବରୁ ନବୀନ ଜୈନ ଖର୍ଚ୍ଚ ବାବଦରେ ଯେତେ ଟଙ୍କା ଦେଇଥିଲେ ତାହା କମ ପଡିଥିଲା । ପରେ ବାକି ଟଙ୍କା ମାଗିବାକୁ ନବୀନ ଜୈନଙ୍କ ଘରକୁ ଚୂଡାମଣି ଓ ତାଙ୍କ ସହଯୋଗୀ ଯାଇଥିଲେ । ହେଲେ ଚୂଡାମଣି ଓ ସହଯୋଗୀ ଅନୁସୂଚିତ ଜାତିର ହୋଇଥିବାରୁ ଘର ଭିତରକୁ କାହିଁକି ପଶି ଆସିଲ ବୋଲି କହି ଗାଳି ଗୁଲଜ କରିବା ସହିତ ବାହାରକୁ ବାହାର କରିଦେଇଥିଲା ଅଭିଯୋଗ କରିଛନ୍ତି ଚୂଡାମଣି ।

ନବୀନ ଜୈନ ଓ ତାଙ୍କ ପୁଅ ଜାତିକୁ ଆକ୍ଷେପ କରି ଅନେକ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଆଜି ଉଭୟେ ଟିଟିଲାଗଡ ଥାନାରେ ଏଫଆଇଆର ଦେଇଛନ୍ତି । ଉଭୟ ବାପା ପୁଅଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ସେପଟେ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ପତ୍ନୀ ମମତା ଦେବୀ ଜୈନ ଆଣିଛନ୍ତି ପାଲଟା ଅଭିଯୋଗ । ଏଫଆଇଆର ଦେଇଥିବା ଦୁଇ ବିଜେପି କର୍ମୀଙ୍କ ବିରୋଧରେ ଦେଇଛନ୍ତି ଏତଲା ।

ଛତିଶଗଡ଼ ବସ୍ତରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ବସ୍ତରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ। ଯବାନଙ୍କ ଗୁଳିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏବେ ବି ଜଙ୍ଗଲରେ ଜାରି ରହିଛି ଗୁଳି ବିନିମୟ।

ମାଓ କ୍ୟାମ୍ପ ଚାଲିଥିବା ବେଳେ ଘେରାଉ କରିଥିଲେ ଯବାନ। ଏହି ସମୟରେ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳରେ କମ୍ବିଂକୁ ଜୋରଦାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କସ୍ତର ଆଇଜି ପି. ସୁନ୍ଦରରାଜ। ଡିଆରଜି ଓ ଏସଟିଏଫ୍ ଯବାନ ଅପରେସନରେ ସାମିଲ । ବିଭିନ୍ନ ମାଓ ଆଡ୍ଡାସ୍ଥଳୀରେ  ମାଓବାଦୀଙ୍କୁ ଯବାନମାନେ ଘେରି ରହିଛନ୍ତି ।

ନିର୍ବାଚନ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ୭୫ ଲକ୍ଷ ନଗଦ ଟଙ୍କା

ଭୁବନେଶ୍ବର: ନିର୍ବାଚନ ସମୟରେ ଗୋଟିଏ ଦିନରେ ଭୁବନେଶ୍ୱରରୁ ଜବତ ହେଲା ୭୫ ଲକ୍ଷ ଟଙ୍କା ନଗଦ ଟଙ୍କା। ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ପୁଳା ପୁଳା ଟଙ୍କା। ଦୁଇ ଜଣ ବ୍ୟକ୍ତିଙ୍କ ଲଗେଜରୁ ଟଙ୍କା ଜବତ ହୋଇଛି। ଜଣେ ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ। ସାଙ୍ଗରେ ଥିବା ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ଟଙ୍କା।

ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା। କେଉଁଠୁ ଓ କଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ। ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରୁଛି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କାକୁ ସିଜ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ।

ରାଷ୍ଟ୍ରହିତ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା  । କେଜ୍ରିୱାଲଙ୍କୁ ନେଇ ଏଭଳି ଟିପ୍ପଣୀ କଲେ ହାଇକୋର୍ଟ  । ରାଷ୍ଟ୍ରୀୟ ହିତ ଓ ସାର୍ବଜନିକ ହିତ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହୁଥିବା କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ଅନୁପସ୍ତିତ ରହିବା ଅନୁଚିତ୍‌  । କେଜ୍ରିୱାଲଙ୍କ ଗିରଫଦାରୀ ପରେ ଯଦି କେହି ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି ତେବେ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି  । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଅନିଶ୍ଚିତତା କାଳ ପର୍ଯ୍ୟନ୍ତ ଅନୁପସ୍ଥିତ ରହିବେ  ।

ହାଇକୋର୍ଟ କେଜ୍ରିୱାଲଙ୍କୁ ପରାମର୍ଶ ଦେଇ କହିଛନ୍ତି କେବଳ ଦିଲ୍ଲୀ ଏକ ବ୍ୟସ୍ତବହୁଳ ରାଜଧାନୀ ନୁହେଁ ବରଂ ଅନ୍ୟ କୌଣସି ରାଜ୍ୟର ଔପଚାରିକ ଭାବେ ମୁଖ୍ୟମନ୍ତ୍ରୀ ପଦ ନୁହେଁ  । ଏହା ଏଭଳି ଏକ ପଦ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପଦଧାରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବା ସଙ୍କଟକୁ ମୁକାବିଲା କରିବା ପାଇଁ ୨୪ ଘଣ୍ଟା ଓ ସାତ ଦିନ ଉପଲବ୍ଧ ରହିବାକୁ ପଡିଥାଏ  ।

ସେପଟେ ହାଇକୋର୍ଟଙ୍କ ଟିପ୍ପଣୀ ପରେ ଆପ୍‌ କହିଛି ଯେ ଅରବିନ୍ଦ କେଜ୍ରିୱାଲ ହିଁ ଦିଲ୍ଲାର ମୁଖ୍ୟମନ୍ତ୍ରୀ ରହିବେ । ସାଂସଦ ସଞ୍ଜୟ ସିଂ କହିଛନ୍ତି କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ, ଅଛନ୍ତି ଆଉ ରହିବେ  । ଏହି ହାଇକୋର୍ଟ ପୂର୍ବରୁ କେଜ୍ରିୱାଲଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଜନହିତକର ଯାଚିକାକୁ ଖାରଜ କରିଥିବାବେଳେ ଏବେ ଓଲଟା ପରାମର୍ଶ ଦେଉଥିବା ସାଂସଦ ସମାଲୋଚନା କରିଛନ୍ତି  ।

ମଦ ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜ୍ରିୱାଲ  । ବର୍ତ୍ତମାନ ସେ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲରେ ସଜା କାଟୁଛନ୍ତି  ।

ଆପାର୍ଟମେଣ୍ଟରେ ଆତ୍ମହତ୍ୟା କଲେ ଅମୃତା, ଶେଷଥର ପୋଷ୍ଟ କଲେ ଏଭଳି ଷ୍ଟାଟସ୍‌

ପାଟନା: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦୁଃଖଦ ଖବର  । ଜଣାଶୁଣା ଅଭିନେତ୍ରୀ ଅମୃତା ପାଣ୍ଡେ ଆଉ ନାହାନ୍ତି  । ବିହାରରେ ନିଜ ଆପାର୍ଟମେଣ୍ଟରୁ ଅମୃତାଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅମୃତା ହ୍ୱାଟସ୍‌ଆପ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି  । ଯେଉଁ ଶେଷ ହ୍ବାଟସ୍‌ଆପ୍‌ ପୋଷ୍ଟରେ ଲେଖାଯାଇଛି ‘‘ଦୁଇଟି ଡଙ୍ଗାରେ ତା ଜୀବନ ଫସିରହିଥିଲା, ମୁଁ ମୋ ଡଙ୍ଗା ବୁଡାଇ ତା ଯାତ୍ରା ସହଜ କରିଦେଲି’’ ।

ଅମୃତାଙ୍କ ପରିବାର ଲୋକଙ୍କ କହିବା କଥା ସେ ନିଜ କ୍ୟାରିଅରକୁ ଚିନ୍ତିତ ରହୁଥିଲେ  । ଦୀର୍ଘ ଦିନ ଧରି ସେ ଡିପ୍ରେସନରେ ଥିବା ପରିବାର ଲୋକେ କହିଛନ୍ତି  । ଗତ ୨୦୨୨ରେ ସେ ଛତିଶଗଡ ବିଳାସପୁରର ଚନ୍ଦ୍ରମଣି ଝାଙ୍ଗଡଙ୍କୁ ବିବାହ କରିଥିଲେ  । ଶେଷଥର ପାଇଁ ଅମୃତାଙ୍କୁ ୱେବସିରିଜ ପ୍ରତିଶୋଧରେ ଦେଖିବାକୁ ମିଳିଥିଲା  । ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ସହ ଫିଲ୍ମ ଦିୱାନାପନରେ ନଜର ଆସିଥିଲେ ଅମୃତା  ।

ଗତ ଏପ୍ରିଲ ୨୭ରେ ଦିବ୍ୟଧର୍ମା ଆପାର୍ଟମେଣ୍ଟରେ ଅମୃତା ଆତ୍ମହତ୍ୟା କରିଥିଲେ  । ଦ୍ବିପ୍ରହର ୩ଟାରେ ଭଉଣୀ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ଭଉଣୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପୋଲିସ ଘଟଣାର ତଦନ୍ତ କରୁଛି ।

୧୦୩ ବର୍ଷ ପରେ ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌

ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟଙ୍କ ଉତ୍ତାପ, ଗରମ ପବନ ଏବଂ ମାତ୍ରାଧିକ ତାପମାତ୍ରା ଏବେ ଏପ୍ରିଲ୍ ମାସରେ ଦେଖିବାକୁ ମିଳିଛି  । ଏହି ମାସରେ ସମସ୍ତ ରେକର୍ଡ ଭାଙ୍ଗିଛି ତାତି । ୧୦୩ ବର୍ଷ ପରେ ଅନେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି  । ମେ ମାସରେ ପାଗ କିପରି ହେବ ସେନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ବିଭାଗ ୧୯୨୧ ରୁ ୨୦୨୪ ମଧ୍ୟରେ ଏପ୍ରିଲ୍ ମାସ ତାପମାତ୍ରାର ତଥ୍ୟ ସେୟାର କରିଛି। ଏହି ତଥ୍ୟ ଦର୍ଶାଉଛି ଯେ ଦେଶର ଅନେକ ସ୍ଥାନରେ ଏହା ସବୁଠାରୁ ଗରମ ମାସ । ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ଆହୁରି ଅଧିକ ହେବାକୁ ଯାଉଛି  । ଆଇଏମଡି ଅନୁଯାୟୀ, ଦେଶର ପୂର୍ବ ଏବଂ ଦକ୍ଷିଣ ଦ୍ୱୀପପୁଞ୍ଜରେ ଲୁର ପ୍ରଭାବ ଦେଖିବାକୁ ମିଳୁଛି।

 ଏହି ତୀବ୍ର ଉତ୍ତାପ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ  । ଏହି ସମୟ ମଧ୍ୟରେ ଯେଉଁ ସ୍ଥାନରେ ମତଦାନ ହେବାକୁ ଅଛି ସେହି ସ୍ଥାନରେ ଅତ୍ୟଧିକ ଗରମ ଅନୁଭୂତ ହେବ  । ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଓଡିଶାର କେତେକ ସ୍ଥାନରେ ହିଟୱେଭର ସମ୍ଭାବନା ରହିଛି। ଏହା ବ୍ୟତୀତ କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଭୀଷଣ ଗରମ ଅନୁଭୂତ ହେବ ।

ଏପ୍ରିଲ ଏବଂ ମେ ବିଷୟରେ ପାଣିପାଗ ବିଭାଗ ପୂର୍ବରୁ ମଧ୍ୟ କହିଥିଲା ​​ଯେ ଏହି ଦୁଇ ମାସ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଗରମ ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ବୈଠକରେ ପାଣିପାଗ ବିଭାଗର ଅଧିକାରୀମାନେ ଏହା କହିଛନ୍ତି। ପ୍ରବଳ ଗରମ କାରଣରୁ ଦୁଇଟି ପର୍ଯ୍ୟାୟ ଭୋଟିଂ ପ୍ରଭାବିତ ହୋଇଛି  ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ କେତେକ ରାଜ୍ୟର ଅଧିକାରୀମାନେ ମଧ୍ୟ ଏହା ଉଲ୍ଲେଖ କରିଥିଲେ। ତଥ୍ୟ ଅନୁଯାୟୀ, ହିଟୱେଭ ସୂଚକାଙ୍କ ଅନୁସାରେ ତାପମାତ୍ରା ୪୦ ରୁ ୫୦ ଡିଗ୍ରୀ ସେଲସିୟସ ଦେଖାଯାଉଛି  । ଏହି ସୂଚକାଙ୍କ କେରଳ ସମେତ ପୂର୍ବ ଉପକୂଳର ଅନେକ ସ୍ଥାନରେ ୫୦ ରୁ ୬୦ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି  ।

ଆଗାମୀ ୨ ଦିନ ମଧ୍ୟରେ ପୂର୍ବ ଭାରତରେ ସର୍ବାଧିକ ତାପମାତ୍ରା ୧ ରୁ ୨ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ଅଛି  ।

ଆଗାମୀ ୪ ରୁ ୫ ଦିନ ମଧ୍ୟରେ କେନ୍ଦ୍ରୀୟ ଭାରତର ସର୍ବାଧିକ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ  । ତାମିଲନାଡୁର ସର୍ବାଧିକ ତାପମାତ୍ରା ଆସନ୍ତା ୩ ରୁ ୪ ଦିନରେ ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି।