ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଏନ. ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ। ପୂର୍ବାହ୍ନରେ କ୍ରିଷ୍ଣା ଜିଲ୍ଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ। ଚଳିତ ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନା ପାର୍ଟି ମେଣ୍ଟ କରି ନିର୍ବାଚନ ଲଢି ୱାଇଏସ ଜଗନମୋହନ ରେଡ୍ଡୀ ସରକାରକୁ ଗାଦିଚ୍ଯୁତ କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପିକୁ ୧୩୫, ପୱନ କଲ୍ଯାଣଙ୍କ ଜନସେନାକୁ ୨୧ ଓ ବିଜେପିକୁ ୮ ଆସନ ମିଳିଥିଲା। ୩୦ ବର୍ଷ ତଳେ ଅର୍ଥାତ ୧୯୯୫ରୁ ୧୯୯୯ରେ ଚନ୍ଦ୍ରବାବୁ ହୋଇଥିଲେ ମୁଖ୍ଯମନ୍ତ୍ରୀ। ପରେ ସେ ୧୯୯୯ରୁ ୨୦୦୪ ଓ ୨୦୧୪ରୁ ୨୦୧୯ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୦୪ରେ ତାଙ୍କୁ ଗାଦିଚ୍ଯୁତ କରିଥିଲେ ୱାଇଏସ ରାଜଶେଖର ରେଡ୍ଡୀ। ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ହେବା ପରେ ସେ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୧୯ରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ରାଜ୍ଯରେ ୱାଇଏସ ଆର ଜଗନମୋହନଙ୍କ ଶାସନ ପ୍ରତିଷ୍ଠା ହୋଇଥିଲା। ପ୍ରାୟ ୫ ବର୍ଷ ପରେ ପୁଣି ଥରେ ସିଏମ ହୋଇଛନ୍ତି ଚନ୍ଦ୍ରବାବୁ। କେନ୍ଦ୍ରର ଏନଡିଏ ସରକାରକୁ ଟିଡିପି ନିଃସର୍ତ୍ତ ସମର୍ଥନ ଯୋଗାଇଛି।
ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
ନନ୍ଦିଘୋଷ ବ୍ୟୁରୋ: ଆଜି ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ। ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ମୋହନ ଚରଣ ମାଝୀ । ଅପରାହ୍ଣରେ ଜନତା ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ ବିଜେପି ଟିମ। ବିଜେପି ବିଧାୟକ ଦଳ ନେତା ମୋହନ ମାଝୀଙ୍କ ନେତୃତ୍ଵରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲା ବିଜେପି ଟିମ। ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ପରେ ସରକାର ଗଠନ ଦାବି ରଖିଥିଲେ ମୋହନ। ମୋହନ ମାଝୀଙ୍କ ସହ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ସାଥିରେ ଥିଲେ। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବ ଭୂପେନ୍ଦ୍ର ଯାଦବ ମୋହନ ମାଝୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଥିଲେ।
ବାଲୁକା କଳା ମାଧ୍ୟମରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା
ନନ୍ଦିଘୋଷ ବ୍ୟୁରୋ: ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ଆସନ୍ତାକାଲି ଶପଥ ଗ୍ରହଣ କରିବାକୁ ଯାଉଥିବା ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଲୁକା କଳାରେ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ। ନରେନ୍ଦ୍ର ମୋଦି ଓ ମୋହନ ମାଝୀଙ୍କ ବାଲୁକା ଚିତ୍ର ସହ କୋଣାର୍କ ଚକ୍ରକୁ ମଧ୍ୟ ବାଲୁକା କଳାରେ ସ୍ଥାନ ଦେଇ ସେ ଅଭିନନ୍ଦନ ଜଣାଇଛନ୍ତି।
ନୂଆ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ
ନନ୍ଦିଘୋଷ ବ୍ୟୁରୋ: ନୂଆ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପି ବିଧାୟକ ଦଳ ବୈଠକରେ ମନୋନୀତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ନୂଆ ନେତୃତ୍ଵ କାର୍ଯ୍ୟ କରିବେ ବୋଲି ମୋର ଆଶା ବୋଲି ନିଜ ସୋସିଆଲ ସାଇଟରେ ଉଲ୍ଲେଖ କରିଛନ୍ତି ପ୍ରଣବ ପ୍ରକାଶ ଦାସ।
ସଂକ୍ଷପରେ ଜାଣନ୍ତୁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ..
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ରହିବେ ୨ ଉପମୁଖ୍ୟମନ୍ତ୍ରୀ। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସେହିଭଳି ପ୍ରଭାତୀ ପରିଡ଼ା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଭାବେ ମୋହର ମାରିଛନ୍ତି ବିଧାୟକଦଳ ନେତା। ବିଧାୟକ ଦଳ ନେତା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଯୋଗ ଦେଇଥିଲେ। ଏହାସହ ବୈଠକରେ ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ମଧ୍ୟ ଯୋଗ ଦେଇଥିଲେ।
ବିଜେପିର ହେଭିୱେଟ ନେତା ହେଉଛନ୍ତି କନକ ବର୍ଦ୍ଧନ ସିଂଦେଓ। ପାଟଣାଗଡ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି କନକ ବର୍ଦ୍ଧନ ସିଂଦେଓ। ପୂର୍ବତନ କ୍ଯାବିନେଟ ମନ୍ତ୍ରୀ ଥିଲେ କନକ ବର୍ଦ୍ଧନ। ୨୦୦୦ରୁ ୨୦୦୪ ଶିଳ୍ପ ଓ ସାଧାରଣ ଉଦ୍ଯୋଗ ମନ୍ତ୍ରୀ ଥିଲେ କନକ ବର୍ଦ୍ଧନ। ୨୦୦୪ରୁ ୨୦୦୯ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ବିଜେପି ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ଯ ମଧ୍ୟ ଥିଲେ କନକ ବର୍ଦ୍ଧନ। ୧୯୯୫ରୁ ୨୦୧୪ ଯାଏ ପାଟଣାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ପାଟଣାଗଡ଼ ଆସନରୁ ପୁଣି ବିଜୟୀ ହୋଇଛନ୍ତି ୬୭ ବର୍ଷ ବୟସ୍କ କନକ ବର୍ଦ୍ଧନ ସିଂଦେଓ। ବିଧାୟକ ଭାବେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ।
ସେହିପରି ରାଜ୍ୟ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତ୍ରୀ ହେଉଛନ୍ତି ପ୍ରଭାତୀ ପରିଡ଼ା। ପ୍ରଭାତୀ ପରିଡ଼ାଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ ପ୍ରଭାତୀ ପରିଡ଼ା। ନିମାପଡ଼ାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା। ଦୀର୍ଘ ଦିନ ଧରି ବିଜେପିର ସଂଗଠନ ସହ ଜଡ଼ିତ ଅଛନ୍ତି ପ୍ରଭାତୀ। ପ୍ରଥମ ଥର ଲାଗି ନିମାପଡ଼ାରୁ ବିଧାୟିକା ହୋଇଛନ୍ତି ପ୍ରଭାତୀ…। ପେଷାରେ ଜଣେ ଓକିଲ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ଵାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ପ୍ରଭାତୀ ପରିଡ଼ା। ୧୯୬୭ ମସିହାରେ ପ୍ରଭାତୀ ପରିଡ଼ାଙ୍କ ଜନ୍ମ। ୨୦୨୪ ନିର୍ବାଚନରେ ବିଜେପି ବିଧାୟିକା ଭାବେ ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା। ପ୍ରତିନ୍ଦ୍ଵନ୍ଦ୍ଵୀ ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା।
ସରପଞ୍ଚରୁ ସିଏମ୍, ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ କାହାଣୀ
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକ ପରେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି ଦଳ । ତେବେ ସରପଞ୍ଚରୁ ସିଏମ ବନିଥିବା ମୋହନ ଚରଣ ମାଝୀ ୧୯୭୨ ଜାନୁଆରୀ ୬ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି । ସେ ୪ଥର ବିଧାୟକ ହୋଇଥିବାବେଳେ ପ୍ରଥମେ ସେ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ ପାଠ ପଢ଼ାଉଥିଲେ । ପରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଆଉ ୨୦୦୦ ମସିହାରେ ପ୍ରଥମେ କେନ୍ଦୁଝରର ବିଧାୟକଭାବେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୪ଥର ବିଧାୟକଭାବେ ଭାବେ ନିର୍ବାଚିତ ହୋଇଥିବାବେଳେ ବିଜେପିର ଜଣେ ଦକ୍ଷ ସଂଗଠନ ଥିଲେ । ମୁଖ୍ୟମନ୍ତ୍ରୀଭାବେ ତାଙ୍କ ନାମ ଘୋଷଣା ହେବା ପରେ ଛୁଟିଛି ଶୁଭେଚ୍ଛାର ସୁଅ ।
ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀଙ୍କ ନାଁରେ ବାଜିଲା ମୋହର
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନାମରେ ବାଜିଲା ମୋହର । ବିଜେପି ବିଧାୟକ ଦଳ ବୈଠକ ଶେଷ ପରେ ନିଷ୍ପତ୍ତି ନିଆଯାଇଛି । କେଭି ସିଂହଦେଓ ଏବଂ ପ୍ରଭାତି ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ ।
ଜୁନ୍ ୩୦ ଯାଏ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
ନନ୍ଦିଘୋଷ ବ୍ୟୁରୋ: ଜୁନ୍ ୩୦ ତାରିଖ ଯାଏ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ତେବେ ଅଧିକାରୀମାନଙ୍କ ହେଡକ୍ବାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ବାସ୍ଥ୍ୟଗତ ସମସ୍ୟାଥିଲେ ଛୁଟି ନେଇପାରିବେ । ସରକାରୀ ଛୁଟି ଦିନରେ ମଧ୍ୟ ଉପସ୍ଥିତ ରହିବେ ଅଧିକାରୀ । ନୂଆ ସରକାର ଗଠନକୁ ନେଇ ଛୁଟି ବାତିଲ କରାଯାଇଛି । ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ବିଜେପିର ବୈଠକ ଜାରି
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଜାରି ରହିଛି । ନବନିର୍ବାଚିତ ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ରହିଛନ୍ତି । ବୈଠକ ଜାରି ରହିଥିବାବେଳେ କିଛି ସମୟ ମଧ୍ୟରେ ସ୍ପଷ୍ଠ ହେବ । ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ବହୁ ହେବିଓ୍ବେଟଙ୍କ ନାମ ରହିଛି । ମନମୋହନ ସାମଲ, କେ.ଭି ସିଂଦେଓ, ସୁରମା ପାଢ଼ୀ, ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ, ସୁରଜ ସୁର୍ଯ୍ୟବଂଶୀ, ମୋହନ ମାଝୀ, ପ୍ରଭାତି ପରିଡ଼ାଙ୍କ ଭଳି ବହୁ ହେବିଓ୍ବେଟଙ୍କ ନାମ ରହିଛି ।
ପିସିବିର ବଡ଼ ଯୋଜନା, ଏହି ୩ ଖେଳାଳିଙ୍କ ଉପରେ ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ
ନନ୍ଦିଘୋଷ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ । ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନର ପରାଜୟ ପରେ ଏବେ ପିସିବି ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । କୁହାଯାଉଛି କି, ୩ଜଣ ଖେଳାଳିଙ୍କ ଉପରେ ପିସିବି ପକ୍ଷରୁ ନଜର ରଖାଯାଇଥିବାବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠନ ମଧ୍ୟ ଗ୍ରହଣ କରାଯାଇପାରେ । ଅଧିନାୟକ ବାବର ଆଜମ, ମହମ୍ମଦ ରିଜଓ୍ବାନ ଏବଂ ଶଦାବ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ପିସିବି । ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।
କହି ରଖୁଛୁ କି, ପାକିସ୍ତାନ ଚଳିତ ଟି-୨୦ ବିଶ୍ବକପରେ ପ୍ରଥମ ମ୍ୟାଚରେ ଆମେରିକାଠାରୁ ପରାସ୍ତ ହୋଇଛି । ପ୍ରଥମଥର ପାଇଁ ଟି-୨୦ ବିଶ୍ବକପ ଖେଳୁଥିବା ଆମେରିକାଠାରୁ ସୁପର ଓଭରରେ ପାକିସ୍ତାନ ପରାସ୍ତ ହୋଇଥିଲା । ଏହାପରେ ଭାରତଠାରୁ ମଧ୍ୟ ପରାସ୍ତ ହୋଇଛି । ଯାହାକୁ ନେଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ବେଶ ବିଦ୍ରୋହ ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଭାରତ ୧୧୯ ରନ କରିଥିବାବେଳେ ପାକିସ୍ତାନ ଆଗରେ ମାତ୍ର ୧୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା । ଯାହାକି ପାକିସ୍ତାନ ସହଜରେ ହାସଲ କରିବ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ । ଏପରିକି ପ୍ରଥମରୁ ପାକିସ୍ତାନ ବ୍ୟାଟିଂ ମଧ୍ୟ ଭଲ କରିଥିଲା । ମାତ୍ର ପରେ ପାକିସ୍ତାନର ବ୍ୟାଟିଂ ପତନ ସମସ୍ତଙ୍କ ବେଶ ଚକିତ କରିଥିଲା । ଏବଂ ପାକିସ୍ତାନର ପରାଜୟ ପରେ ପିସିବି ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିବା କୁହାଯାଉଛି ।

