ନନ୍ଦିଘୋଷ ବ୍ୟୁରୋ: ବଡଭାଇର ଖଣ୍ଡା ଚୋଟରେ ସାନଭାଇର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ଗାଁରେ। ଉକ୍ତ ଗାଁର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜାଗାକୁ ନେଇ ଆଜି ସକାଳେ ବଡ ପୁଅ ଅରୁଣ ମାହାନା ଏବଂ ସାନ ପୁଅ ଜୟନ୍ତ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିଲା। ଆଜି ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣା କରିଥିଲା । ଘର ସାମ୍ନାରେ ପାଚେରୀକୁ କେନ୍ଦ୍ରକରି ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା ଯେ, ସେ ଏକ ଖଣ୍ଡାରେ ଜୟନ୍ତଙ୍କ ବେକକୁ ହାଣି ଦେଇଥିଲେ। ଫଳରେ ଅରୁଣ ଘଟଣାସ୍ଥଳରେ ଟଳି ପଡ଼ିଥିଲେ l ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ବଡ ଭାଇ ଫେରାର ଥିବା ଜଣାପଡିଛି।
ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପଫେକ୍ ଭିଡିଓ ଭାଇରାଲ
ନନ୍ଦିଘୋଷ ବ୍ୟୁରୋ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପଫେକ ଭିଡିଓ ଭାଇରାଲ। କ୍ରମାଗତ କିଛିଦିନ ଧରି ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ଡିପଫେକ ଭିଡିଓ ଭାଇରାଲ ହେଉଥିବାବେଳେ ଏବେ ଆଲିଆଙ୍କ ଭିଡିଓକୁ ନେଇ ଜୋର ଧରିଛି ଚର୍ଚ୍ଚା। `ଗେଟ ରେଡି ୱିଥ ମି’ ଟ୍ରେଣ୍ଡରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଡିପଫେକ ଭିଡିଓ ଦେଖାଯାଇଛି ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଭିଡିଓରେ ସେ କଳା କୁର୍ତ୍ତା ପରିଧାନ କରିଥିବା ଦେଖାଯାଇଛି। ପୂର୍ବରୁ ଆଲିଆ ଭଟ୍ଟ ଓ ଅଭିନେତା ୱାମିକା ଗାବିଙ୍କ ଫଟୋ ବି ଭାଇରାଲ ହୋଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ ହେଉଥିବା ଡିପଫେକ ଭିଡିଓ ଏବେ ବିଭିନ୍ନ ସ୍ତରରେ ଚିନ୍ତାର କାରଣ ହୋଇଛି। ପୂର୍ବରୁ ରଶ୍ମିକା ମନ୍ଦାନ୍ନା, କାଜୋଲ, କାଟ୍ରିନ କୈଫ, ଆମିର ଖାଁ, ରଣବୀର ଓ ସାରା ତେନ୍ଦୁଲକରଙ୍କ ଡିପଫେକ ଭିଡିଓ ବି ଭାଇରାଲ ହୋଇଥିଲା।
ଇଭିଏମ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନର ଫଳାଫଳ ପରେ ପ୍ରଥମ ଥର ଲାଗି ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ ଏହାକୁ ଏକ ବ୍ଲାକ ବକ୍ସ ବୋଲି କହିଛନ୍ତି। ସେ କହିଛନ୍ତି- ଭାରତ ଭଳି ଦେଶରେ ଏହାର ଅନୁସନ୍ଧାନ କରିବାକୁ କାହାକୁ ଅନୁମତି ନାହିଁ। ଏପରିକି ସେ କହିଛନ୍ତି- ମୁମ୍ବାଇ ଉତ୍ତର-ପଶ୍ଚିମ ଲୋକସଭା ଆସନରେ ଜିତିଥିବା ଶିବସେନା ସାଂସଦଙ୍କ ଜଣେ ସମ୍ପର୍କୀୟଙ୍କ ପାଖରେ ଏକ ଫୋନ୍ ଅଛି ଯେଉଁଥିରେ ଇଭିଏମ୍ ସହଜରେ ଖୋଲାଯାଇପାରିବ। ଇଭିଏମକୁ ନେଇ ଭାରତର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢୁଛି।
ଯେତେବେଳେ ସଂସ୍ଥାଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ଗଣତନ୍ତ୍ର ଲଜ୍ଜାଜନକ ଠକାମିର ଶିକାର ହୁଏ। ଇଭିଏମ୍ ର ସୁରକ୍ଷାକୁ ନେଇ ଆମେରିକାର ବିଶିଷ୍ଟ ଉଦ୍ଯୋଗପତି, ଟେସଲା ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ମାଲିକ ଏଲନ୍ ମସ୍କ ମଧ୍ଯ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଇଭିଏମ୍ କୁ ହ୍ଯାକ୍ କରାଯାଇ ପାରିବ। ଏଆଇ ବା ମଣିଷ ଦ୍ବାରା ଏହାକୁ ହ୍ଯାକ୍ କରାଯାଇପାରେ। ଏହାର ଯଥେଷ୍ଟ ଆଶଙ୍କା ରହିଛି। ନିର୍ବାଚନରେ ଇଭିଏମ୍ ବ୍ଯବହାର କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ଏଲନ୍ ମସ୍କ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୁର୍ଟୋ ରିକୋରେ ହୋଇଥିବା ପ୍ରାଇମେରିରେ ଅନେକ ଅନିୟମିତତା ଦେଖାଯିବା
ପରେ ମସ୍କ ଏହି ଆଶଙ୍କା ପ୍ରକାଶ କରିଛନ୍ତି। ଭାଗ୍ଯ ଭଲ ପେପର୍ ଟ୍ରେଲ୍ ସ୍ଲିପ ଥିଲା। ତାକୁ ଗଣତି କରିବାରୁ ଠିକ୍ ତଥ୍ଯ ଆସିଥିଲା। ଏହା ପରେ ଆମେରିକାରେ ଇଭିଏମ୍ କୁ ନେଇ ଅନେକ ଆଶଙ୍କା ଦେଖାଦେଇଛି। ମସ୍କଙ୍କ ସହିତ ଜୁନିଅର କେନେଡି ମଧ୍ଯ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଇଭିଏମ୍ ଉପରେ ମସ୍କ ପ୍ରଶ୍ନ ଉଠାଇବା ପରେ ପୂର୍ବତନ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସବୁ ଇଭିଏମକୁ ସମାନ ଭାବେ ଗ୍ରହଣ କରାଯାଇପାରିବ ନାହିଁ।
ଭାରତର ଇଭିଏମ୍ ସହିତ ଅନ୍ଯ କୌଣସି କନେକଟିଭିଟି ନାହିଁ। ବ୍ଲୁ ଟୁଥ୍ ନାହିଁ କି ଇଣ୍ଟରନେଟ ନାହିଁ, ୱାଇ ଫାଇ ନାହିଁ । ପ୍ରଥମରୁ ଯାହା ପ୍ରୋଗ୍ରାମ କରି ରଖାଯାଇଛି, ତାକୁ ବଦଳାଇ ହେବ ନାହିଁ। ଜାଲିଆତି କରି ନ ହେବା ଭଳି ଇଭିଏମ୍ ଭାରତ ତିଆରି କରୁଛି। ଏହା ଥାର୍ଡ ଜେନେରେସନ ଇଭିଏମ୍ । କଟାକ୍ଷ କରି ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଏପରି ଇଭିଏମ୍ ତିଆରି ଆମେରିକାକୁ ଶିଖାଇବାକୁ ଭାରତ ରାଜି ଅଛି।
ନିଟକୁ ନେଇ ଜାରି ରହିଛି ସାରା ଦେଶରେ ବିକ୍ଷୋଭ
ନନ୍ଦିଘୋଷ ବ୍ୟୁରୋ: ନିଟକୁ ନେଇ ବଢୁଛି ବିବାଦ। କେନ୍ଦ୍ର ବିରୋଧରେ ଏକ ହେବାରେ ଲାଗିଛନ୍ତି ବିରୋଧୀ। ନିଟରେ ହୋଇଥିବା ଜାଲିଆତି ଅଭିଯୋଗକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଥିବାବେଳେ କେନ୍ଦ୍ରକୁ ଘେରିଛନ୍ତି ବିରୋଧୀ। ନିଟ ବିବାଦ ପରିପ୍ରେକ୍ଷୀରେ ନ୍ଯାସନାଲ ଟେଷ୍ଟିଂ ଏଜେନ୍ସି କେବଳ ନୀରବଦ୍ରଷ୍ଟା ସାଜିଛି ବୋଲି ଡିଏମକେ ଅଭିଯୋଗ କରିଛି। ଏପରିକି ବିଭିନ୍ନ କୋଚିଂ ସେଣ୍ଟରକୁ ଏନଟିଏ ପ୍ରୋତ୍ସାହନ ଦେଇଆସୁଛି ବୋଲି କହିଛି ଦଳ। ସେହିପରି କଂଗ୍ରେସ ବି ସୁପ୍ରିମକୋର୍ଟ ନେତୃତ୍ବରେ ତଦନ୍ତ କରାଯାଉ ବୋଲି ଦାବି କରିଛି। ୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ରଖିବା ସହ ପେପର ଲିକ୍ ହୋଇଥିବା ଅଭିଯୋଗ ନେଇ ସାରା ଦେଶରେ ଜାରିରହିଛି ତମ୍ବି ତୋଫାନ। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ନିଟ୍ ସ୍କାମ ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତକୁ ଅନ୍ଧାର କରିଦେଇଛି। ସେହିପରି ଏହି ମାମଲାରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏହି ସ୍କାମ ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମଧ୍ଯ କେନ୍ଦ୍ରକୁ ଟାର୍ଗେଟ କରାଯାଇଛି। ଆସନ୍ତା ଜୁଲାଇ ୬ରେ ମେଡିକାଲ କଲେଜଗୁଡିକରେ ସିଟ୍ ଲାଗି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ସୁପ୍ରିମକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଜୁଲାଇ ୮ରେ ହେବ। ସେପଟେ ନିଟ ଅନିୟମିତତା ବିରୋଧରେ ଅଗରତାଲା ଓ ଦିଲ୍ଲୀରେ ପ୍ରତିବାଦ ଆନ୍ଦୋଳନ ହୋଇଛି।
ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ନେଇ ଉଚ୍ଚସ୍ତରୀୟ ସମୀକ୍ଷା
ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ଯକଳାପ ନେଇ ଉଚ୍ଚସ୍ତରୀୟ ସମୀକ୍ଷା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ଯକ୍ଷତାରେ ନୂଆଦିଲ୍ଲୀରେ ବୈଠକ। ଗତକିଛି ଦିନ ଧରି ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହମଲା ସଂଖ୍ଯା ବଢୁଥିବାବେଳେ ତାହା ଥମିବାର ନାଁ ନେଉନାହିଁ। ଆସନ୍ତା ଜୁନ ୨୯ରୁ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଥିବାବେଳେ ଜାମ୍ମୁ କାଶ୍ମୀରର ସୁରକ୍ଷା ନେଇ ବୈଠକରେ ସମୀକ୍ଷା କରାଯାଇଛି। ଆତଙ୍କବାଦକୁ ଦମନ ଲାଗି ଗାଇଡଲାଇନ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ବୈଠକରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ, ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ସେନାମୁଖ୍ଯ ଜେନେରାଲ ମନୋଜ ପାଣ୍ଡେ, ନୂଆସେନାମୁଖ୍ଯ ହେବାକୁ ଯାଉଥିବା ଉପେନ୍ଦ୍ର ଦ୍ବିବେଦୀ, କେନ୍ଦ୍ର ଗୃହସଚିବ ଅଜୟ ଭାଲ୍ଲା, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ ଡିଜି ଅନୀଶ ଦୟାଲ ସିଂ, ଜାମ୍ମୁ ଓ କାଶ୍ମୀର ପୋଲିସ ମହାନିର୍ଦେଶକ ଆର. ଆର. ସ୍ବାଇଁ ତଥା ତୁଙ୍ଗ ନିରାପତ୍ତା ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି। ଆନ୍ତର୍ଜାତିକ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷା ବ୍ଯବସ୍ଥା କଡାକଡି କରିବାକୁ ବୈଠକରେ ଆଲୋଚନା ହୋଇଛି। ଗତ କିଛି ଦିନ ମଧ୍ଯରେ ରିଆସି, କାଠୁଆ, ଡୋଡା ଜିଲ୍ଲାରେ ଆତଙ୍କୀ କାର୍ଯ୍ଯକଳାପ ବୃଦ୍ଧି ପାଇଛି ଏବଂ କେତେକ ଯବାନ ପ୍ରାଣ ହରାଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଏନକାଉଣ୍ଟରରେ ଦୁଇ ଜଣ ସନ୍ଦିଗ୍ଧ ପାକ୍ ଆତଙ୍କବାଦୀ ବି ପ୍ରାଣ ହରାଇଥିବାବେଳେ ବିପୁଳ ଗୋଳାବାରୁଦ ଜବତ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା
ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନରେ ବସିଛି ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଆଇନ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି।
ଖାଦ୍ୟ ପାଇଁ ଗାଁକୁ ଆସି ପଙ୍କ ଭର୍ତ୍ତି ନାଳରେ ଫସିଲେ ୩ ହାତୀ
ନନ୍ଦିଘୋଷ ବ୍ୟୁରୋ: କଟକ ବଡମ୍ବା ରେ ଫସିଲେ ହାତୀ ପଲ। କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ବେଲିଆପାଳ ଗ୍ରାମରେ ଥିବା କିମ୍ଭିରି ନାଳରେ ଫସି ରହିଛନ୍ତି ୩ଟି ହାତୀ। ଦୁଇଟି ଦନ୍ତା ହାତୀ ଥିବାବେଳେ ଗୋଟିଏ ମାଈ ହାତୀ ଥିବା ସୂଚନା। ଘଟଣାସ୍ଥଳରେ ବନ କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ବଡ଼ମ୍ବା ପୋଲିସ ପହଞ୍ଚିଛନ୍ତି। ନାଳଟି ପଙ୍କରେ ଭର୍ତ୍ତି ହୋଇଥିବାରୁ ହାତୀ ଫସି ଯାଇଥିବା ଜଣାପଡିଛି।
’ବର୍ଡର ୨’ ପୂର୍ବରୁ ଦର୍ଶକଙ୍କ ହୃଦୟକୁ ଛୁଇଁଛି ସନ୍ନି ଦେଓ୍ବଲଙ୍କ ଏହିସବୁ ଦେଶଭକ୍ତି ସିନେମା
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଦେଶଭକ୍ତି ସିନେମା ଦର୍ଶକଙ୍କ ମହଲରେ ସବୁବେଳେ ଆଦୃତ ହୋଇଥାଏ । ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ ଦର୍ଶକେ ବେଶ ପସନ୍ଦ କରିଥିଲେ । ସନ୍ନି ଦେଓଲଙ୍କ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିବାବେଳେ ଏବେ ତାଙ୍କର ବହୁ ଫିଲ୍ମର ସ୍ବିକେଲ ଆସିବାକୁ ଯାଉଛି । ଏବେ ’ବର୍ଡର-୨’ ଆସିବାକୁ ଯାଉଛି । ଯାହାକି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି । ତେବେ ’ବର୍ଡର-୨’ ପୂର୍ବରୁ ବହୁ ଦେଶଭକ୍ତି ସିନେମା ଦର୍ଶକଙ୍କ ମହଲରେ ଆଦୃତ ହୋଇଛି । ତେବେ ଆସନ୍ତୁ ନଜର ପକାଇବା ସନ୍ନି ଦେଓଲଙ୍କ କିଛି ଦେଶଭକ୍ତି ସିନେମା ଉପରେ..
ଦ ହିରୋ : ୨୦୦୩ ମସିହାରେ ରିଲିଜ ହୋଇଥିବା ’ଦ ହିରୋ ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ପ୍ରିୟଙ୍କା ଚୋପ୍ରା ଏବଂ ପ୍ରିତି ଜିଣ୍ଟା ଏହି ଫିଲ୍ମରେ ସନ୍ନିଙ୍କ ସହ ଅଭିନୟ କରିଛନ୍ତି ।
ବର୍ଡର: ୧୯୯୭ ମସିହାରେ ରିଲିଜ ହୋଇଥିଲା ବର୍ଡର । ୧୯୭୧ ମସିହାରେ ଭାରତ- ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି । ପ୍ରତ୍ୟେକ ଚରିତ୍ର ବେଶ ଭଲଭାବେ ନିଭାଇଥିଲେ ।
ଯାହାର ଏବେ ପାର୍ଟ ୨ ଆସିବାକୁ ଯାଉଛି ।
ମା ତୁଝେ ସଲାମ: ଦୁଧ ମାଙ୍ଗେଙ୍ଗେ ତେ କ୍ଷୀର ଦେଙ୍ଗେ, କାଶ୍ମୀର ମାଙ୍ଗେଙ୍ଗେ ତୋ ଜିର୍ ଦେଙ୍ଗେ । ଏହି ଡାଇଲଗଟି ବେଶ ଭାଇରାଲ ହୋଇଥିଲା । ବର୍ଡର ଫିଲ୍ମର ଏହି ଡାଇଲଗ ଦର୍ଶକଙ୍କ ବେଶ ପସନ୍ଦ ହୋଇଥିଲା । ଫିଲ୍ମର କାହାଣୀ ସାଙ୍ଗକୁ ଷ୍ଟାରକାଷ୍ଟ ଚର୍ଚ୍ଚାରେ ରହିଥିଲା ।
ଇଣ୍ଡିଆନ: ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଶିଳ୍ପା ସେଟ୍ଟୀ । ଡିସିପି ରାଜ ଶେଖର ଭୂମିକାରେ ନଜର ଆସିଥିବାବେଳେ ଫିଲ୍ମର ଗୀତଗୁଡ଼ିକୁ ବେଶ ପସନ୍ଦ କରିଥିଲେ ଦର୍ଶକେ ।
ଗଦର: ଗଦର ଏକ ପ୍ରେମ କଥା ଯାହାକି ଏକ ଦେଶଭକ୍ତି ଫିଲ୍ମ । ପାକିସ୍ତାନକୁ ଯାଇ ହିରୋଇନକୁ ଆଣିବା ଏବଂ ସେହି ସିନ୍ ସମସ୍ତଙ୍କର ବେଶ ମନେ ରହିଛି । ଏହାସହ ଗଦର-୨ ମଧ୍ୟ ଦର୍ଶକଙ୍କ ମହଲରେ ଆଦୃତ ହୋଇଥିଲା ।
ବିଜେପି ନେତାଙ୍କ ଅଭିଯୋଗ, ଦିଲ୍ଲୀରେ ମୁସମାନ ସଂପ୍ରଦାୟ ରହୁଥିବା ଅଞ୍ଚଳରେ ମିଳୁଛି ପ୍ରଚୁର ପାଣି କିନ୍ତୁ ହିନ୍ଦୁଙ୍କୁ ମିଳୁନି ଜଳ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଜଳ ସଙ୍କଟ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଜଳ ସଙ୍କଟ ଦିନକୁ ଦିନ ଯେତିକି ଜଟିଳ ହେବାରେ ଲାଗିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି । ଆପ ସରକାରଙ୍କୁ ଦୋଷ ଦେଉଛି ବିଜେପି । ବିଜେପି ନେତା କପିଲ୍ ମିଶ୍ର କହିଛନ୍ତି ହିନ୍ଦୁମାନେ ରହୁଥିବା ଅଞ୍ଚଳରେ ଠିକରେ ପାଣି ମିଳୁନାହିଁ । କିନ୍ତୁ ମୁସଲମାନ ସମ୍ପ୍ରଦାୟର ଲୋକେ ଅଧିକ ପାଣି ପାଉଛନ୍ତି । ହିନ୍ଦୁ ସଂପ୍ରଦାୟ ବିଜେପିକୁ ଭୋଟ ଦେଇଥିବାରୁ ଜାଣିଶୁଣି ଏଭଳି ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା । ଏପରିକି ସେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି ମଧ୍ୟ କହିଛନ୍ତି । କେଜ୍ରିଓ୍ବାଲଙ୍କ ଅଧିନରେ ଜଳ ବିଭାଗ ଯାଉଥିବାବେଳେ ଲୋକଙ୍କୁ ପାଣି ମିଳୁନଥିବା ଦୁର୍ଭାଗ୍ୟଜନକ କଥା । ସେ ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।
दिल्ली में पानी के भयानक संकट का सबसे बड़ा कारण जानकार आप चौंक जाएँगे
हिंदू बहुल इलाक़ों का पानी रोककर मुस्लिम इलाक़ों में एक्स्ट्रा सप्लाई की जा रही है
हिंदुओं को लोकसभा में मोदी को वोट देने की सजा दी जा रही है
यमुना विहार , मौजपुर, गोकुलपुरी का पानी सीलमपुर, जाफ़राबाद,… pic.twitter.com/SG192QT8eb
— Kapil Mishra (@KapilMishra_IND) June 16, 2024
ଅମୀରଙ୍କୁ ଟକ୍କର ଦେବେନି କି ଅକ୍ଷୟ ?
ନନ୍ଦିଘୋଷ ବ୍ୟୁରୋ: ଅମୀର ଖାନ ଏବଂ ଅକ୍ଷୟ କୁମାରଙ୍କ ଫ୍ୟାନ, ଫଲୋର୍ସଙ୍କ ସଂଖ୍ୟା ଢ଼େର ରହିଛନ୍ତି । ଡିସେମ୍ବର ମାସରେ ଅକ୍ଷୟ କୁମାରଙ୍କ ଏକ ଫିଲ୍ମ ଆସିବାକୁ ଯାଉଛି । ମଲ୍ଟିଷ୍ଟାର ରହିଥିବା ଏହି ଫିଲ୍ମର ନାମ ହେଉଛି ’ଓ୍ବେଲକମ୍ ୨ ଦ ଦଙ୍ଗଲ’ । ଏହାସହ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ’ସିତାରେ ଜମିନ ପର’ ଡିସେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଖ୍ରୀଷ୍ଟମାସ ସମୟରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଥିଲା । ମାତ୍ର ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚିବାକୁ ଯାଉଛି । ଏହି ଫିଲ୍ମରେ ବହୁ ବଡ଼ ବଡ଼ କଳାକାରମାନେ ଅଭିନୟ କରିବେ ବୋଲି କୁହାଯାଉଛି । ସଞ୍ଜୟ ଦତ୍ତ ଏହି ଫିଲ୍ମରେ ନଜର ଆସିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିଲା । ମାତ୍ର ସେ ଏଥିରୁ ନିଜର ନାମକୁ ପ୍ରତ୍ୟାହାର କରିବା ପରେ ଏଥିରେ ତାଙ୍କ ସ୍ଥାନରେ ନାନା ପାଟେକର ଅଭିନୟ କରୁଛନ୍ତି ।

