spot_img
Home Blog Page 1849

ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମୀ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମୀ । ଅଭିଯୋଗ ଅନୁସାରେ, ବୌଦ୍ଧ ଜିଲ୍ଲା ପଲସଗୋରା ଗାଁର ବିମ୍ବାଧର ସୁନା ତାଙ୍କ ଶିଶୁ କନ୍ୟାକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ପ୍ରତୀକ୍ଷାଳୟରେ ବସି ଥିବାବେଳେ ଜଣେ ମହିଳା ଶିଶୁ କନ୍ୟାକୁ କାଖେଇ ଥିଲେ । କିଛି ସମୟ ପରେ ସେ ଛୁଆକୁ ଧରି ବାହାରକୁ ବାହାରି ପଡ଼ିଥିଲେ । ଶିଶୁଙ୍କ ସମ୍ପର୍କୀୟ ପାଟି କରିବାରୁ ସୁରକ୍ଷା କର୍ମୀ ତୁରନ୍ତ ବାହାରକୁ ଆସି ମହିଳାଙ୍କୁ ଅଟକ ରଖିଥିଲେ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାଙ୍କ ପରିବାର ସହିତ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେଇଥିଲା ପୋଲିସ  । ତେବେ ଘଟଣାକୁ ଅସ୍ବୀକାର କରିବା ସହିତ ଶ୍ରଦ୍ଧାରେ ତାଙ୍କୁ କାଖେଇ ଥିଲି ବୋଲି ଚୋରି କରିଥିବା ମହିଳା ଜଣକ ପ୍ରତିକ୍ରିୟା ଦେଇଛନ୍ତି ।

ଜାମମୁ କାଶ୍ମୀର ବାନ୍ଦିପୋରାରେ ଟଳିଲା ଜଣେ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏନକାଉଣ୍ଟର। ବାନ୍ଦିପୋରା ଜିଲ୍ଲା ଆରାଗାମ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମୃତ ଆତଙ୍କୀର ପରିଚୟ ମିଳିପାରନାହିଁ। ଆଉ ଜଣେ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।

ଉତ୍ତର କାଶ୍ମୀର ବାନ୍ଦିପୋରା ଅଂଚଳରେ ଗତକାଲି ରାତିରୁ ଆରମ୍ଭ ହୋଇଛି ଏହି ଗୁଳିବିନିମୟ। ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ଜାମ୍ମୁକାଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଛି।

ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନ ଜାମ୍ମୁ ଗସ୍ତରେ ଯାଉଛନ୍ତି। ଆତଙ୍କବାଦୀ ନିପାତ ଅପରେସନର ସମୀକ୍ଷା କରିବେ ସିଡିଏସ। ନାଗରୋଟାରେ ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରିବେ। ଗତକାଲି ଦିଲ୍ଲୀରେ ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଏଥିରେ ଅପରେସନକୁ ଜୋରଦାର କରାଯାଇଛି। ଜିରୋ ଟେରର ନୀତି ଆପଣାଇଛନ୍ତି ସରକାର। ଉପଦ୍ରବ ଚଳାଇଥିବା ଆତଙ୍କବାଦୀକୁ ସୁରକ୍ଷାକର୍ମୀ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ହୋଇଛି।

ଗତ ଦୁଇ ସପ୍ତାହ ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ରିଆସି, କଠୁଆ, ଡୋଡା ଜିଲ୍ଲାରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୯ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ଜଣେ ସିଆରପିଏଫ୍ ଯବାନ୍ ସହିଦ ହୋଇଥିଲେ। ଗତ ୧୨ ତାରିଖରେ କଠୁଆରେ ସେନାର ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

ଚିନ୍ତା ବଢ଼ାଇଛି ଅଜଣା ରୋଗ, ରାୟଗଡ଼ା ପରେ କାଶୀପୁର, କଳାହାଣ୍ଡି ଓ କୋରାପୁଟରେ ଆତଙ୍କ

ରାୟଗଡ଼ା : ପୁଣି ଚର୍ଚ୍ଚାରେ କାଶିପୁର। ତାହା ପୁଣି ଅଜଣା ରୋଗକୁ ନେଇ। ରାୟଗଡା ଜିଲ୍ଲା କାଶିପୁର ବ୍ଲକ ମୁନୁଷପଦର ପରେ କାଶୀପୁର ବ୍ଲକ ସିମାନ୍ତ କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ଅନ୍ତର୍ଗତ ସରପାସ୍ ଗ୍ରାମରେ ଅଜଣା ରୋଗ ଆତଙ୍କ। କିଛି ଦିନ ତଳେ ଜଣେ ଶିଶୁର ମୃତ ହୋଇଥିବା ବେଳେ ଅନେକ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଖବର ପାଇ ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗ ଦଳ ପହଞ୍ଚି ଔଷଧ ବଣ୍ଟନ କରିବା ସହ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଟିମ୍ ପହଞ୍ଚି ଆକ୍ରାନ୍ତଙ୍କ ଠାରୁ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଇଛନ୍ତି। ଡିପଥେରିଆ ନାମକ ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି।

ଗ୍ରୀଷ୍ମ ଲହରୀ କମିଲା ପରେ ସ୍କୁଲ ଖୋଲିବାକୁ ଦାବି

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ନିଷ୍ପତ୍ତିର ପୁନର୍ବିଚାର କରି ଅବଧି ବଢାଇବାକୁ ଦାବି କରିଛି ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ। ଆସନ୍ତାକାଲି ସ୍କୁଲ ଖୋଲିବାକୁ ରାଜ୍ୟ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଯଦି ସ୍କୁଲ ଖୋଲେ ତେବେ ଛାତ୍ରଛାତ୍ରୀମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି।

କାରଣ ରାଜ୍ୟରେ କିଛି ସ୍କୁଲରେ ପଙ୍ଖା ସୁବିଧା ନାହିଁ କି ପିଇବା ପାଣିର ବ୍ୟବସ୍ଥା ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ଅଂଶୁଘାତର ଶୀକାର ହେବାର ସମ୍ଭାବନା ରହିଛି। ତେଣୁ ଗ୍ରୀଷ୍ମଲହରୀ କମିଲେ ସ୍କୁଲ ଖୋଲିବାକୁ ଦାବି କରିଛି ଓଷ୍ଟା। ଅନ୍ୟପକ୍ଷରେ ପାଣିପାଗ ବିଭାଗର ରିପୋର୍ଟକୁ ଦେଖି ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଚଳଚଞ୍ଚଳ ବିଧାନସଭା,କାଲିଠୁ ଦୁଇ ଦିନ ଧରି ଶପଥ ଗ୍ରହଣ କରିବେ ନୂଆ ବିଧାୟକ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ। ଏହା ପୂର୍ବରୁ ୧୮ ଏବଂ ୧୯ ତାରିଖରେ ଦୁଇ ଦିନ ଧରି ନୂଆ ବିଧାୟକ ଶପଥ ଗ୍ରହଣ କରିବେ। ପ୍ରୋଟେମ୍‌ ସ୍ପିକର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଥମେ ନୂଆ ବିଧାୟକଙ୍କ ଶପଥ ପାଠ କରାଇବେ। ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ଚୟନ ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ।

ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଗୁଇନ୍ଦା ବିଭାଗ ଆଇଜି ଅନୁପ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୋଲିସ ଛାଉଣୀ ହେବ। ୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ କଡ଼ା ନଜର ରଖିବେ।

ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ। ତଥାପି ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ବ୍ୟବସ୍ଥା ହେବ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ ।

ତିନି ଭୁଲ,ଯେଉଁଥିପାଇଁ ଜଲପାଇଗୁଡ଼ିରେ ଘଟିଲା ଭୟଙ୍କର ଟ୍ରେନ୍ ଟ୍ରାଜେଡି

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ଲାଇନ୍ । ଗୋଟିଏ ଦିଗରେ ଦୌଡୁଥିଲେ ଦୁଇଟି ଟ୍ରେନ୍ । ଆଉ ଘଟିଲା ଭୟଙ୍କର ଦୁର୍ଘଟଣା । ଜଲପାଇଗୁଡି ଟ୍ରେନ୍ ଟ୍ରାଜେଡ଼ି ବାହନଗାକୁ ଦୋହରାଇଛି । କେମିତି ଘଟିଲା ଏତେ ବଡ଼ ଦୁର୍ଘଟଣା ? ଧିରେଧିରେ ଏବେ ପୁରାଘଟଣାକ୍ରମ ଉପରୁ ପରଦା ହଟିବାରେ ଲାଗିଛି । ତିନୋଟି ଭୁଲ ପାଇଁ ସୋମବାର ଦିନ ଘଟିଛି ବାହନଗା ପାର୍ଟ୍ ଟୁ । ଏବେ ଆସନ୍ତୁ ଜାଣିବା କ’ଣ ଥିଲା ସେହି ତିନି ମାରାତ୍ମକ ଭୁଲ । ଯାହା ଯଦି ହୋଇନଥାନ୍ତା ତେବେ ଘଟିନଥାନ୍ତା ଏଭଳି ଦୁର୍ଘଟଣା ।

ପ୍ରଥମେ ଦୁର୍ଘଟଣାର ଟାଇମ୍ ଲାଇନ୍ ଉପରେ ନଜର ପକାନ୍ତୁ । ସୋମବାର ସକାଳ ୮.୪୫ ମିନିଟରେ କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ଗୋଟିଏ ମାଲଗାଡ଼ି ଜୋରଦାର ଧକ୍କା ମାରିଥିଲା । ଦୁଇଟି ଯାକ ଟ୍ରେନ୍ ଗୋଟିଏ ଦିଗରେ ଗୋଟିଏ ଟ୍ରାକ୍ ଉପରେ ଦୌଡୁଥିଲେ । ସିଗନାଲ ସମସ୍ୟା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ସିଗନାଲ ଏରର ପାଇଁ ମାଲ ଗାଡ଼ି ସିଧା ଯାଇ କାଞ୍ଚନଜଙ୍ଘା ଏକ୍ସପ୍ରେସ ସହ ଧକ୍କା ଖାଇଥିଲା । ସମାନ ଭୁଲ ବାହନଗାରେ ମଧ୍ୟ ହୋଇଥିଲା । ସିଗନାଲ ଫେଲ୍ୟୁର ବାରମ୍ବାର ଭାରତୀୟ ରେଳବାଇକୁ ଫେଲ୍ କରି ଆସୁଛି ।

ଭାରତୀୟ ରେଳବାଇର ନିର୍ଦ୍ଦେଶ ଅନୁସାରେ ଉତ୍ତର ବଙ୍ଗଳାରୁ କୋଲକତା ଯାଉଥିବା ଟ୍ରେନଗୁଡି଼କୁ ପ୍ରାଥମିକତା ଦିଆଯାଏ । ଜଲପାଇଗୁଡ଼ିରେ ଯେଉଁ ସ୍ଥାନରେ ଦୁର୍ଘଟଣା ହୋଇଛି,ସେହି ଟ୍ରାକରୁ ପ୍ରଥମେ କୋଲକତା ଯିବାକୁ ଥିବା ଟ୍ରେନକୁ ଛଡ଼ାଯାଏ । କୋଲକତାଗାମୀ ଟ୍ରେନ୍ ଯାଉଥିବା ବେଳେ ସେହି ଟ୍ରାକରେ ଅନ୍ୟକୌଣସି ଟ୍ରେନକୁ ଯିବାକୁ ଦିଆଯାଏ ନାହିଁ । ତେବେ ପ୍ରଥମ ଭୁଲ ଏହିଠାରେ ହିଁ ହୋଇଥିଲା । ଟ୍ରାକରେ କାଂଚନଜଙ୍ଘା ଯାଉଥିବା ବେଳେ ମାଲଗାଡ଼ିକୁ କେମିତି ଯିବାକୁ ଦିଆଗଲା ତାହ ହେଉଛି ବଡ଼ ପ୍ରଶ୍ନ । ଏଭଳି ପରିସ୍ଥିତିରେ ମାଲଗାଡ଼ି ଦ୍ୱିତୀୟ ଟ୍ରାକରେ ଯିବାର ଥିଲା । ଦୁର୍ଘଟଣାର ସବୁଠାରୁ ବଡ଼ କାରଣ ଭାବେ ଏହାକୁ ଗଣାଯାଉଛି ।

ଦ୍ୱିତୀୟ ଭୁଲ ହେଉଛି ମାଲଗାଡ଼ି ଓଭରଲୋଡ୍ ସହିତ ଓଭର ସ୍ପିଡ୍ ଥିଲା । ନିର୍ଧାରିତ ବେଗରୁ ଅଧିକ ବେଗରେ ଏହା ଟ୍ରାକ୍ ଉପରେ ଦୌଡୁଥିଲା । ଅନ୍ୟପକ୍ଷରେ କାଂଚନଜଙ୍ଘାର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଥିଲା । ଏହି କାରଣରୁ ମାଲଗାଡ଼ି,କାଂଚନଜଙ୍ଘାକୁ ଧକ୍କା ଦେବା କ୍ଷଣି ଦୁଇଟି ବଗି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ଓ ଗୋଟିଏ ସାମ୍ନା ବଗି ଉପରେ ଚଢି ଯାଇଥିଲା ।
ତୃତୀୟ ଭୁଲ ହେଉଛି,କାଂଚନଜଙ୍ଘା ଏକ୍ସପ୍ରେସ୍ ଓ ମାଲଗାଡି ଗୋଟିଏ ଟ୍ରାକରେ ଯାଉଥିବା ବାବଦରେ ଖବର ରେଳକର୍ମଚାରୀଙ୍କ ପାଖରେ ନଥିଲା କି ?

ଝାଡ଼ଖଣ୍ଡରେ ବଡ଼ ଧରଣର ଏନକାଉଣ୍ଟର, ପୋଲିସ ଗୁଳିରେ ୪ ଜଣ ନକ୍ସଲ ନିହତ

ନନ୍ଦିଘୋଷ ବ୍ୟୁରୋ :  ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ପଶ୍ଚିମ ସିଂହଭୂମ ଜିଲ୍ଲାରେ ପୋଲିସର ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଜଣେ ଜୋନାଲ କମାଣ୍ଡର ଓ ୨ ଜଣ ଏରିଆ କମାଣ୍ଡରଙ୍କ ସମେତ ୪ ଜଣ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ନିହତ ନକ୍ସଲଙ୍କ ମୁଣ୍ଡ ଉପରେ ଥିଲା ପୁରସ୍କାର ରାଶି।

ଖଲ୍ଲିସ୍ତାନ ଆତଙ୍କବାଦୀ ପନ୍ନୁ ହତ୍ୟା ମାମଲା : ଅଭିଯୁକ୍ତ ନିଖିଲଙ୍କୁ ଚେକ୍ ରିପବ୍ଲିକରୁ ଅଣାଗଲା ଆମେରିକା

ଆମେରିକାର ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ତଥା ଆମେରିକାର ନାଗରିକ ଗୁରୁପତଓ୍ୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରୁ ଆମେରିକା  ପ୍ରତ୍ୟର୍ପଣ କରାଯାଇଛି । ଏହା ପୂର୍ବ ବର୍ଷ ମଧ୍ୟ ତାଙ୍କୁ ଗିରଫ କରାଯାଇଥିଲା  । କିନ୍ତୁ  ପ୍ରତ୍ୟର୍ପଣ ସମ୍ୱନ୍ଧରେ ଆମେରିକା କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛି ।

ସୂଚନା ଅନୁଯାୟୀ, ୫୨ ବର୍ଷ ଧରି ନିଖିଲ ଗୁପ୍ତାଙ୍କୁ ବ୍ରୁକଲିନର ମେଟ୍ରୋପାଲିଟନ ଡିଟେନସନ ସେଣ୍ଟରରେ ରଖାଯାଇଥିଲା  । ଯାହା ଏକ ଫେଡରାଲ ଆଡମିନିଷ୍ଟେଟିବ୍ ଡିଟେନଶନ ସେଣ୍ଟର । ଏକ ସୁତ୍ର ଅନୁଯାୟୀ, ନିଖିଲଙ୍କ ପ୍ରତ୍ୟର୍ପଣ ଏବଂ ବ୍ରୁକଲିନରେ ନଜର ବନ୍ଦୀକୁ ନେଇ ପୃଷ୍ଟି କରାଯାଇଛି । କୁହାଯାଉଛି କି ନିଖିଲ ଗୁପ୍ତାଙ୍କୁ ଆଜି ନ୍ୟୁୟର୍କର ଫେଡରାଲ କୋର୍ଟରେ ହାଜର କରାଯିବ ।

ଟିପ୍ପଣୀ ଦେବାକୁ ମନା କଲା ଆମେରିକା

ଗତମାସରେ ଚେକ୍ କୋର୍ଟ ନିଖିଲ ଗୁପ୍ତଙ୍କ ଆମେରିକା ପଠାଯିବାର ଯାଚିକାକୁ ପ୍ରତ୍ୟାଖାନ କରି ଚେକ୍ ନ୍ୟାୟ ମନ୍ତ୍ରୀଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଟ ଫିଟାଇଦେଇଥିଲେ  । ଯାହା ପରେ ଗୁପ୍ତାଙ୍କୁ ଯେକୌଣସି ଦିନ ଆମେରିକା ପଠାଯିବା ନେଇ କୁହାଯାଉଥିଲା  । ଗତବର୍ଷ ଜୁନରେ ଭାରତରୁ ଚେକ୍ ରିପବ୍ଲିକ୍ ଯାଇଥିଲେ ନିଖିଲ ଗୁପ୍ତା ଏବଂ ସେଠାରେ ଚେକ୍ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ବର୍ତ୍ତମାନ ପ୍ରତ୍ୟର୍ପଣ କୁ ନଇେଇ ଆମେରିକାର ନ୍ୟାୟ ବିଭାଗର ପ୍ରବୋକ୍ତା ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି । ଅନ୍ୟପଟେ ଗୁପ୍ତାଙ୍କ ଆମେରିକାର  ଓକିଲ ମଧ୍ୟ କିଛି ମନ୍ତବ୍ୟ ଦେଇନାହାନ୍ତି ।

ବାସ୍ତବରେ ଆମେରିକା ଏବଂ କାନାଡାରେ ଖଲ୍ଲିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ଘଟଣାକୁ ନେଇ ଭାରତ ସହ ସମ୍ପର୍କରେ ମଧ୍ୟ ଏହା ପ୍ରଭାବ ପକାଇଛି । ଏହି ଷଡ଼ଯନ୍ତ୍ରରେ କୌଣସି ପ୍ରକାର ସଂପୃକ୍ତି ନଥିବା ନେଇ ଭାରତ ସରକାର କ୍ରମାଗତ ଭାବେ ଅସ୍ୱୀକାର କରିଛନ୍ତି ।

ପଶ୍ଚିମବଙ୍ଗରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା : କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ଧକ୍କା ମାରିଲା ମାଲଗାଡି ଟ୍ରେନ୍

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ସୋମବାର ସକାଳୁ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଘା ଏକ୍ସପ୍ରେସର ଏକ ମାଲଗାଡ଼ି ସହିତ ହୋଇଥିବା ଧକ୍କା ବାହନଗା ଦୁର୍ଘଟଣାକୁ ମନେ ପକାଇ ଦେଇଛି । ପ୍ରାଥମିକ ସୂଚନା ଅନୁସାରେ ଦାର୍ଜିଲିଂର ରଙ୍ଗାପାଣି ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ସିଆଲଦା ଯାଉଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ମାଲଗାଡି ପଛରୁ ଧକ୍କା ମାରିଥିଲା । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୨୫ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି ।

ଧକ୍କା ଏତେ ତୀବ୍ର ଥିଲା ଯେ, କାଞ୍ଚନଜଙ୍ଘା ଏକ୍ସପ୍ରେସର ଗୋଟିଏ ବଗି ହାୱାରେ ଲଟକି ରହିଛି । ଦୁର୍ଘଟଣାରେ ଏକ୍ସପ୍ରେସର ପଛ ଭାଗର ତିନୋଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ଦୁର୍ଘଟଣା ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପଂହଚିଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି । ଏକ୍ସ’ରେ ପୋଷ୍ଟ କରି ମମତା ଲେଖିଛନ୍ତି ଯେ, ଘଟଣାସ୍ଥଳକୁ ପୋଲିସ ଓ ଅଗ୍ନିଶମ ଦଳ ସହିତ ଅନ୍ୟମାନଙ୍କୁ ପଠାଯାଇଛି । ଦୁର୍ଘଟଣାସ୍ଥଳରେ ଏସପି ଓ ଜିଲ୍ଲାପାଳ ଉପସ୍ଥିତ ଥିବା ନେଇ ସେ ସୂଚନା ଦେଇଛନ୍ତି ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି

ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି । ନୀତି ଶେଷ ହେବା ପରେ ମଦନମୋହନ ଆଜ୍ଞାମାଳ ପାଇ ବଟ ଗଣେଶଙ୍କଠାରେ ଥିବା ଖଟ ଉପରେ ବିଜେ କରିବେ । ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନର ବିଦ୍ୟୁତ ଆଲୋକ ବନ୍ଦ କରାଯାଇ ଅନ୍ଧାର କରାଯିବ । ଏହି ସମୟରେ ଭିତରେ ମହାପ୍ରଭୁଙ୍କମାନଙ୍କର ଆଲଟ ଲାଗି କରାଯିବ ।

ପୌରାଣିକ କଥା ଅନୁଯାୟୀ, ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମଣୀଙ୍କ ବିବାହ ପ୍ରସ୍ତାବ ଜଣାଇବା ସହ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ଖବର ଦେଇଥାନ୍ତି । ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟମୂଳେ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି । ଏହାପରେ ଘଣ୍ଟ, ଛତା, କାହାଳି ବାଜି ବିମାନବଡୁ ମାନେ ରଥକୁ ବଡ଼ ଦେଉଳକର ବେଢ଼ା ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି ।