spot_img
Home Blog Page 1849

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଜ୍ଜଳା ଦିଦିଙ୍କ କଟାକ୍ଷ, କହିଲେ ସେ ଉଜ୍ବଳା ମ୍ୟାନ୍ ନୁହେଁ ଅନ୍ଧାରୀ ମ୍ୟାନ୍

ସୋମବାର ଭୁବନେଶ୍ବରରେ ପଣ କରିଥିଲେ । ମଙ୍ଗଳବାରଠୁ ସମ୍ବଲପୁର ଲୋକସଭା ଆସନରେ ଆରମ୍ଭ ହୋଇଛି ଧର୍ମେନ୍ଦ୍ର ବିରୋଧୀ ଅଭିଯାନ । ପ୍ରଥମେ ଅନୁଗୁଳ ପରେ ସମ୍ବଲପୁରରେ ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ଉଜ୍ଜ୍ବଳା ଦିଦି । ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ ପରେ ହଟହଟା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଯୁକ୍ତି ଦେଇ ନିର୍ବାଚନ ଜିତିଲ। ପାରିଶ୍ରମିକ ନ ଦେଇ କାହିଁକି ଠକିଲ ବୋଲି କଲେ ପ୍ରଶ୍ନ। ମହିଳାଙ୍କୁ ଦେଖି ତରତର ହୋଇ ଗାଡିରେ ବସି ଚାଲିଗଲେ ଧର୍ମେନ୍ଦ୍ର। ଆଜି ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଠିକ୍ ଏହି ସମୟରେ ଉଜ୍ଜଳା ଦିଦିମାନେ ସେଠାରେ ପହଞ୍ଚି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ଚେଷ୍ଟା କରୁଥିଲେ। ହେଲେ କେନ୍ଦ୍ରମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବେ କଣ ସେମାନଙ୍କୁ ଆଡେଇ ପଳାଇଥିଲେ। ମନ୍ତ୍ରୀଙ୍କ ଗାଡିକୁ ଘେରିବା ପାଇଁ ଉଜ୍ଜଳା ଦିଦିମାନେ ପଛେପଛେ ଗୋଡେଇବାରୁ ମନ୍ତ୍ରୀ ସେଠାରୁ ତୁରନ୍ତ ଖସି ପଳାଇଥିଲେ। ପରେ ଉଜ୍ଜଳା ଦିଦିମାନେ ନାରାବାଜି କରିବା ସହ ଯେଉଁ ମନ୍ତ୍ରୀ ମହିଳା ମାନଙ୍କୁ ସମ୍ମାନ ଦେଉନାହାନ୍ତି ତାଙ୍କୁ ଭୋଟ ନଦେବାକୁ ଲୋକଙ୍କୁ କହିବା ସହ ଲିଫଲେଟ୍ ବାଣ୍ଟିଥିଲେ। ରାଜ୍ୟରେ ପ୍ରାୟ ୧୨ ହଜାର ଉଜ୍ଜଳା ଦିଦି ଥିବା ବେଳେ, ସମସ୍ତେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବୁଲି ବୁଲି ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଚାର କରୁଛନ୍ତି।

ଠକ ଧର୍ମେନ୍ଦ୍ର ପ୍ରଧାନ, ଉଜ୍ବଳା ମ୍ୟାନ୍ ନୁହେଁ ଅନ୍ଧାରୀ ମ୍ୟାନ୍ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଅଭିଯୋଗ ଆଣିଛନ୍ତି ଓଡ଼ିଶାର ଉଜ୍ବଳା ଦିଦି। ଦିନ ଥିଲା କେନ୍ଦ୍ରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ସୁଖରେ ଦୁଃଖରେ ଅଛି ଲୋ ଆମ ଉଜ୍ବଳା ଦିଦି ବୋଲି ନାରା ଦେଉଥିଲେ। ହେଲେ ସେହି ଉଜ୍ବଳା ଦିଦି ମାନେ ଏବେ ଦୁଃଖରେ। ୨୦୧୦ ମସିହାରୁ ଖଟିଲେ, ହେଲେ ଟଙ୍କାଟିଏ ପାଉଣା ପାଇଲେ ନାହିଁ। ଏଭଳି ଅଭିଯୋଗ ଆଣିବା ସହ ଅନୁଗୁଳରେ ବୁଲି ବୁଲି ଧର୍ମେନ୍ଦ୍ରଙ୍କ ଠକ ବୁଦ୍ଧିର ପ୍ରଚାର ପତ୍ର ବାଣ୍ଟୁଛନ୍ତି ଉଜ୍ବଳା ଦିଦି। ଆରମ୍ଭରୁ ପ୍ରତି ପଞ୍ଚାୟତରେ ଉଜ୍ବଳା ଯୋଜନାର ପ୍ରଚାର ପ୍ରସାର ପାଇଁ ଉଜ୍ବଳା ଦିଦିଙ୍କୁ ନିଯୁକ୍ତି ଦିଆ ଯାଇଥିଲା। ସେତେବେଳେ ସେମାନଙ୍କୁ ତାଲିମ ଦିଆଯିବ, ଦରମା ଦିଆଯିବ କହିବା ସହ ତାଲିମ ନେବା ପରେ ନିଜେ ରୋଜଗାରକ୍ଷମ ହୋଇ ପାରିବେ ଭଳି ପ୍ରଲୋଭନ ଦିଆ ଯାଇଥିଲା । ତେବେ ଏହା ଭିତରେ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଟଙ୍କାଟିଏ ପାଉଣା ମିଳିଲା ନାହିଁ କି ତାଲିମ ଦିଆଗଲା ନାହିଁ। ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ବାରମ୍ବାର ଅଭିଯୋଗ କରିବାକୁ ଗଲେ ମଧ୍ୟ ସୁଫଳ ମିଳିଲା ନାହିଁ । ବରଂ ମନ୍ତ୍ରୀ ମହିଳା ମାନଙ୍କୁ ଅଭଦ୍ର ଆଚରଣ କରିଥିଲା ଉଜ୍ବଳା ଦିଦି ମାନେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେମାନେ ଏବେ ସହର ସହର ବୁଲି ଧର୍ମେନ୍ଦ୍ରଙ୍କ ଏଭଳି ଆଚରଣ ସମ୍ପର୍କରେ ଲିଫଲେଟ ବାଣ୍ଟୁଛନ୍ତି ।

 

କମାଲ ସିଜିନ୍, ୫୫ ମ୍ୟାଚ ପରେ ମଧ୍ୟ ପ୍ଲେଅଫରେ ସ୍ଥାନ ପକ୍କା କରି ପାରିନାହାନ୍ତି କୌଣସି ଦଳ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ । ଚାଲିଛି ଟକ୍କର । ସମସ୍ତ ଦଳ ବେଶ ଦମଦାର ଫର୍ମରୋ ରହିଥିବାବେଳେ ୫୫ଟି ମ୍ୟାଚ ଖେଳା ସରିଲାଣି । ମାତ୍ର ଏଯାବତ କୌଣସି ଗୋଟିଏ ଦଳ ମଧ୍ୟ ପ୍ଲେଅଫରେ ସ୍ଥାନ ପକ୍କା କରିପାରିନାହାନ୍ତି । ୧୦ଟି ଟିମରୁ ୯ଟି ଟିମ ପ୍ଲେଅଫ୍ ରେସରେ ରହିଛନ୍ତି । କୋଲକାତା ଏବଂ ରାଜସ୍ଥାନ ୮ଟି ଲେଖାଏଁ ମ୍ୟାଚ ଜିତି ସାରିଥିଲେ ସୁଦ୍ଧା ଏଯାବତ କ୍ବାଲିଫାଇ ହୋଇନାହାନ୍ତି ।  ସେପଟେ ସମସ୍ତ ଦଳ ୪ ଏବଂ ୫ ଲେଖାଏଁ ମ୍ୟାଚ ଜିତି ଏଯାବତ ଆଶା ଉଜ୍ଜିବିତ ରଖିଛନ୍ତି । ଶେଷ ମ୍ୟାଚ ଗୁଡ଼ିକ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଯେଉଁ ଦଳ ଜିତିବ ସେହି ଦଳ ପ୍ଲେଅଫରେ ସ୍ଥାନ ପକ୍କା କରିବ । ଅନ୍ୟପଟେ ଯେଉଁ ଦଳ ହାରିବ ସେହି ଦଳ ରେସରୁ ବାହାରିବ ।

ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ସାହସ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି

ଗଞ୍ଜାମ : ଖଲ୍ଲିକୋଟରେ ବିଜେପିକୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ସାହସ ଥିଲେ ବିଜେପି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ । ବିଜେପି ଓଡିଶାରେ ସରକାର ଗଠନ କରିବାକୁ ଦିନରେ ସ୍ବପ୍ନ ଦେଖୁଛି । ହେଲେ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛି ପାରୁନି । ଜଣେ ଲୋକ ସବୁବେଳେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ । କିନ୍ତୁ ଦଳର ତାଙ୍କ ଉପରେ ଆସ୍ଥା କି ବିଶ୍ବାସ ନାହିଁ । ଯେଉଁଥି ପାଇଁ ତାଙ୍କ ନାଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହିଁ । ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ୧୦ ପ୍ରତିଶତ ବିଧାନସଭା ଆସନ ବି ଜିତି ପାରିବନାହିଁ । ବିଜେପି ନେତା କହୁଛନ୍ତି ଜୁନ ୪ରେ ଗଣତି ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା କରିବେ । କିନ୍ତୁ ଓଡିଶାରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଓଡିଶାବାସୀ ବାଛିବେ ନା ଦିଲ୍ଲୀରେ ବସିଥିବା ହାଇକମାଣ୍ଡ ବୋଲି ଖଲିକୋଟ ପ୍ରଚାର ସଭାରେ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ବିଜେପି ଯଦି ଓଡିଶାରେ କ୍ଷମତାକୁ ଆସେ ତେବେ ରାଜ୍ୟକୁ ୨୦-୨୫ ବର୍ଷ ପଛକୁ ନେଇଯିବ । ୨୫ ବର୍ଷ ପୂର୍ବେ ଓଡିଶାରେ କଂଗ୍ରେସ ସରକାରରେ ଥିଲା । ମହାବାତ୍ୟା ହେଉ କି ମରୁଡି ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ କଣ କରିବେ ସେନେଇ କଂଗ୍ରେସ ନେତାମାନେ ଦିଲ୍ଲୀରେ ଥିବା ତାଙ୍କ ହାଇକମାଣ୍ଡଙ୍କୁ ପଚାରୁଥିଲେ । ବିଜେପିର ମୁଖ୍ୟମନ୍ତ୍ରୀ ସେହିଭଳି ସବୁ କଥାରେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରିବେ । ସେ ଓଡିଶାବାସୀଙ୍କ ପାଖରେ ନୁହେଁ, ହାଇକମାଣ୍ଡଙ୍କ ପାଖରେ ଉତ୍ତରାଦାୟୀ ରହିବେ । ନବୀନ ପଟ୍ଟନାୟକ କିନ୍ତୁ ଓଡିଶାବାସୀଙ୍କ ପାଖରେ ଉତ୍ତରଦାୟୀ ।

ବିଜେପି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଓ କ୍ଷମତାକୁ ମାଡି ବସିବେ । ତାଙ୍କ ରିମୋଟ୍ କଣ୍ଟ୍ରୋଲ ଦିଲ୍ଲୀ ଥିବା ହାଇକମାଣ୍ଡଙ୍କ ପାଖରେ ରହିବ । ନବୀନ ପଟ୍ଟନାୟକଙ୍କ ରିମୋଟ୍ କିନ୍ତୁ ସବୁବେଳେ ଓଡିଶାବାସୀଙ୍କ ପାଖରେ । ତେଣୁ ଓଡିଶାବାସୀ ବାଛିବେ ତାଙ୍କୁ କେମିତିକା ମୁଖ୍ୟମନ୍ତ୍ରୀ ଦରକାର । ଖଲିକୋଟ ରାଣୀ ସ୍ବର୍ଗତ ଭି. ସୁଜ୍ଞାନୀ ଦେଓ ସବୁବେଳେ ନିଜ ଅଞ୍ଚଳ ପାଇଁ କାମ କରୁଥିଲେ । ସେ ସବୁବେଳେ ୫୦-୬୦ ହଜାର ମାର୍ଜିନରେ ଜିତୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୁଇ ପ୍ରାର୍ଥୀଙ୍କୁ ମଧ୍ୟ ଖୋଲିକୋଟବାସୀ ୬୦ ହଜାର ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

କୋଲକାତା ଯିବାର ଥିଲା କିନ୍ତୁ ଗୌହାଟୀରେ ପହଞ୍ଚିଗଲେ କେକେଆର୍ ଟିମ୍

ନୂଆଦିଲ୍ଲୀ : ଆଇପିଏଲରେ ଏବେ ନଂ ୧ରେ ରହିଛି ଟିମ୍ କୋଲକାତା ନାଇଟ ରାଇଡର୍ସ ।  ହେଲେ ଏବେ ଆଗାମୀ ମ୍ୟାଚ କୋଲକାତାରେ ଖେଳାଯିବାର ହୋଇଥିବା ବେଳେ ଟିମ୍ କିନ୍ତୁ ଗୌହାଟୀ ପହଞ୍ଚି ଯାଇଛି । କେକେଆରର ଚାଟାର୍ଡ ଫ୍ଲାଇଟ୍ କୋଲକାତାରେ ଲ୍ୟାଣ୍ଡ କରିବା ପରିବର୍ତ୍ତେ ଗୌହାଟୀରେ ଲ୍ୟାଣ୍ଡ କରିଛି , ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ପ୍ରକୃତରେ ଲକ୍ଷ୍ନୌରୁ ଫେରିବା ସମୟରେ କୋଲକାତା ଟିମ୍ ସହ ଏପରି ଘଟଣା ହେଲା ଯେଉଁଥିପାଇଁ କୋଲକତାରେ ଲ୍ୟାଣ୍ଡ କରିବା ବଦଳରେ ୯୮୦ କିମି ଦୂରରେ ପ୍ଲେନ୍ ଅବତରଣ କରିଥିଲା । ସୂଚନା ଅନୁଯାୟୀ, ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଏବଂ ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲେନକୁ ଗୌହାଟୀକୁ ଡାଇଭଟ୍ କରିବାକୁ ପଡିଥିଲା ।

ବିଜେପି ନେତା ଟଙ୍କା ବାଣ୍ଟୁଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର :  ରାଉରକେଲା ବିଧାନସଭାର ୩୭ ନମ୍ୱର ୱାର୍ଡରେ ବିଜେପି ବାଣ୍ଟୁଛି ଟଙ୍କା। ବିଜେପି ମଣ୍ଡଳ ସଭାପତି ସପ୍ତେଶ୍ୱର ପାତ୍ର ଓ ଜଗବନ୍ଧୁ ସାହୁ ଟଙ୍କା ବାଣ୍ଟୁଥିବା ବେଳେ ଧରିଛନ୍ତି ଲୋକେ। ବିଜେପି ନେତା ଟଙ୍କା ବାଣ୍ଟୁଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ। ଟଙ୍କା ବଣ୍ଟାର ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି। ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ।

ଅରବିନ୍ଦ କେଜ୍ରିୱାଲ ମାମଲାରେ ସୁପ୍ରିମକୋର୍ଟଙ୍କ ଇଡିକୁ ପ୍ରଶ୍ନ,୧୦୦ କୋଟି କେମିତି ୧୧ଶହ କୋଟି ହୋଇଗଲା ?

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲକୁ ଅନ୍ତରୀଣ ଜାମିନ ଦିଆ ଯିବ କି ନାହିଁ , ସେ ନେଇ ବିଚାର କରୁଛି ସୁପ୍ରିମ କୋର୍ଟ  । ସେପଟେ ଅରବିନ୍ଦଙ୍କ ଆବେଦନକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରୁଥିବା ବେଳେ ଏଏସଜି ଏସ.ଭି ରାଜୁ ଇଡି ତରଫରୁ ଏକ ଯୁକ୍ତି ଉପସ୍ଥାପନା କରିଥିଲେ  । ଏ .ଭି ରାଜୁ  ସୁପ୍ରିମକୋର୍ଟଙ୍କୁ କହିଥିଲେ କି, ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିଲା। ଏହା ଉପରେ ଜଷ୍ଟିସ୍ ଖନ୍ନା ପ୍ରଶ୍ନ କରିଛନ୍ତି ଯେ ଅପରାଧୀକ ଆୟ ଯଦି ୧୦୦ କୋଟି ଟଙ୍କା ଥିଲା, ଏହା ୨-୩ ବର୍ଷରେ ୧୧୦୦ କୋଟି ଟଙ୍କା କିପରି ହୋଇଗଲା ?

ଜଷ୍ଟିସ୍ ଖନ୍ନାଙ୍କ ଏହି ଟିପ୍ପଣୀ ପରେ ଏଏସଜି ରାଜୁ କହିଥିଲେ ଯେ, ୫୯୦ କୋଟି ଟଙ୍କା ହୋଲସେଲରଙ୍କ ଲାଭ ଟଙ୍କା ଥିଲା । ଏଥିରୁ ମଦ କମ୍ପାନୀ ୯ଶହ ଟଙ୍କା ଆୟ କରିଥିଲେ । ଯାହା ପରେ ବିଚାରପତି କହିଥିଲେ ଯେ, ଏହି ଅନ୍ତର  ୩୩୮ କୋଟି ଟଙ୍କା ଥିଲା,ଯାହାକି ସମ୍ପୂର୍ଣ୍ଣ ଭାବେ ଅପରାଧୀକ ଆୟ ହୋଇପାରିବ ନାହିଁ  । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଉପରେ ଇଡି ତରଫରୁ ଏଏସଜି ରାଜୁ କହିଥିଲେ ଯେ,  ଯେତେବେଳେ ଆମେ ତଦନ୍ତ ଆରମ୍ଭ କରିଥିଲୁ ସେତେବେଳେ ଆମ ତଦନ୍ତ ସିଧାସଳଖ ଭାବେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନଥିଲା ।  ଯାଞ୍ଚ ସମୟରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭୂମିକା ସାମ୍ନାକୁ ଆସିଥିଲା ।  ସେଥିପାଇ ଏନେଇ ଆରମ୍ଭରୁ ତାଙ୍କ ସମ୍ପର୍କରେ କୌଣସି  ପ୍ରଶ୍ନ ପଚରା ଯାଇନଥିଲା  । ତଦନ୍ତ ତାଙ୍କ ଉପରେ କେନ୍ଦ୍ରୀତ ନଥିଲା ।

ମାମଲାର ଶୁଣାଣି କାଲେ ଜଷ୍ଟିସ୍ ସଞ୍ଜିବ ଖନ୍ନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଏହି ମାମଲାରେ ପ୍ରଥମେ କେବେ ଓ  କେଉଁ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଥିଲା ବୋଲି ପ୍ରଶ୍ନ ପଚାରିଥିଲେ । ଏହା ଉପରେ ଇଡି ତରଫରୁ ଏଏସଜି ରାଜୁଙ୍କ ଉତ୍ତର ଥିଲା ଯେ,୯ ମାର୍ଚ୍ଚରେ ପ୍ରଥମ ଗିରଫଦାରୀ ହୋଇଥିଲା । ଏହା ପରେ ଜଷ୍ଟିସ ଖନ୍ନା ଏଏସଜି ରାଜୁଙ୍କ ଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ, ଯେଉଁ ବୟାନ ଆଧାରରେ ଆପଣ ଯାହା କହୁଛନ୍ତି ସମ୍ଭବତଃ ତାହା କାହାକୁ ଲାଞ୍ଚ ଦିଆଯାଇଥିଲା ବୋଲି ଆପଣଙ୍କ କଳ୍ପନା ହୋଇପାରେ । ଏହା ଉପରେ ରାଜୁ କହିଥିଲେ ଯେ,ଆମେ ଆମର ତଦନ୍ତକୁ ଏହିସବୁ ବୟାନ ଆଧାରରେ ଆଗକୁ ବଢାଉଛୁ ଓ ଏଥିରେ ଆମକୁ ସଫଳତା ମିଳିଛି ।

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ।

ଏହାସହ ଏହି ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ମତଦାନ ହେବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବ । ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ନାମାଙ୍କନ ଦାଖଲ କରିହେବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ। ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ।

ସଲମାନ ଖାନ ଘରବାହାରେ ଫାଏରିଂ ଘଟଣା; ରାଜସ୍ଥାନରୁ ଧରା ହେଲା ୫ମ ଅଭିଯୁକ୍ତ

ମୁମ୍ୱାଇ : ସଲମାନ ଖାନଙ୍କ ଆପାଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୫ମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁମ୍ୱାଇର କ୍ରାଇମବ୍ରାଞ୍ଚ ଟିମ୍ ଏହି ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ।

ଇଦ୍ ପରଦିନ ବଲିଓଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ଘର ବାହାରେ ଫାଏରିଂ ହେବା ପରେ ଦିନକୁ ଦିନ ମାମଲା ଗମ୍ଭୀର ରୂପ ନେଉଛି ଏବଂ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯେତେବେଳେ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଜଣଙ୍କ ମୃତ୍ୟୁ ଘଟିବା ପରେ ମାମଲା ଅଧିକ ଗମ୍ଭୀର ହୋଇଯାଇଛି ।

ପୋଲିସ ଅନୁଯାୟୀ ଅଭିଯୁକ୍ତ ଜଣକ ଜେଲ ମଧ୍ୟରେ ହିଁ ଆତ୍ମହତ୍ୟା କରିଛନ୍ତି  । କିନ୍ତୁ ଅଭିଯୁକ୍ତ ଅନୁଜ ଥାପନର ପରିବାର ଲୋକ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଏବଂ ନ୍ୟାୟ ପାଇଁ ବମ୍ୱେ ହାଇକୋର୍ଟରେ କୋସ୍ ଫାଇଲ କରିଛନ୍ତି । ଏହା ମଧ୍ୟରେ ଆଉଜଣେ ଅର୍ଥାତ୍ ୫ମ ଅପରାଧୀକୁ କାବୁ କରିଛି ପୋଲିସ । ପଞ୍ଚମ ଅଭିଯୁକ୍ତ ଜଣକ ମହମ୍ମଦ ଚୌଧୁରୀ ବୋଲି ଜଣାପଡିଛି । ସେ ସୁଟର୍ସଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ପୋଲିସ କହିଛି ।

ଗଞ୍ଜାମରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ କ୍ୟାମ୍ପେନ, ଦଳୀୟ ପ୍ରାର୍ଥୀଙ୍କ କରୁଛନ୍ତି ପାଇଁ ପ୍ରଚାର

ବ୍ରହ୍ମପୁର : ଗଞ୍ଜାମର ବିଭିନ୍ନ ଅଞ୍ଚଳରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ପ୍ରଚାର ସଭା ସହ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପାଣ୍ଡିଆନ୍। ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍।

ସକାଳୁ କାର୍ତ୍ତିକ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରକୁ ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଧବଳେଶ୍ବରରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଗତକାଲି ସଂଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ କରିଥିଲେ। ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ।

ଭୋଟ ପାଇଁ ଟଙ୍କା ବାଣ୍ଟୁଛନ୍ତି ବିଜେପି କର୍ମୀ, ଟଙ୍କା ନନେଲେ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ

ରାଉରକେଲା : ରାଉରକେଲାରେ ବିଜେପି କର୍ମୀଙ୍କ ଦାଦାଗିରି। ଭୋଟ ଦେବାକୁ ଲୋକଙ୍କୁ ଟଙ୍କା ଯାଚୁଛି ବିଜେପି। ଟଙ୍କା ନନେଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ବିଜେପି କର୍ମୀଙ୍କ ଗୁଣ୍ଡାଗିରିଙ୍କ ନଗ୍ନ ଚିତ୍ର ଏବେ ପଦାରେ ପଡିଲାଣି। ରାଉରକେଲା ସହରର ବିଶ୍ଵକର୍ମା ବସ୍ତିରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ରାତିରେ ୪ ଜଣ ବିଜେପି ନେତା ଓ କର୍ମୀ ବିଜେପିକୁ ଭୋଟ ଦେବାକୁ କହି ଜଣିକିଆ ୫ ଶହରୁ ୧ ହଜାର ଟଙ୍କା ଲେଖାଏଁ ଟଙ୍କା ବାଣ୍ଟୁଥିଲେ। ଟଙ୍କା ବଣ୍ଟାକୁ ବିରୋଧ କରିବାରୁ ଜଣେ ବସ୍ତି ବାସିନ୍ଦାଙ୍କୁ ବିଜେପି କର୍ମୀ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସେକ୍ଟର ୩ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ତିରେ ସମସ୍ତ ବିକାଶ କାର୍ଯ୍ୟ ହୋଇଥିବା ଓ ସାରଦା ପ୍ରସାଦ ନାୟକ ବହୁ ବିକାଶ କାର୍ଯ୍ୟ କରିଥିବା ବଜେପି ନେତା ଓ କର୍ମୀଙ୍କୁ ବସ୍ତି ବାସିନ୍ଦା କହିଥିଲେ। ଦମ୍ ଅଛି ତ ସମ୍ଵଲପୁର ଓ ରାଉରକେଲାରେ ଜିତିକି ଦେଖାଏ ବୋଲି କହିବା ପରେ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।