spot_img
Home Blog Page 1817

ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁତ ଭଲ କରିବ ବିଜେଡି

ସମ୍ବଲପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା  କାର୍ତ୍ତିକ ପାଣ୍ଡିଆନ।

ସମ୍ବଲପୁରରେ ହୋଇଥିବା ରୋଡ ଶୋରୁ ଜଣାପଡିଛି ନବୀନ ପଟ୍ଟନାୟକ କେତେ ଲୋକପ୍ରିୟ। ସମ୍ବଲପୁରରେ ବି ବିଜେଡିକୁ ଆଶାତୀତ ସଫଳତା ମିଳିବ ବୋଲି କହିଛନ୍ତି ପାଣ୍ଡିଆନ।

ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ

ତେହେରାନ: ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀଙ୍କ ମୃତ୍ୟୁ ହୋଇଛି  । ଏହି ହେଲିକପ୍ଟର ଦୁର୍ଘଟଣାରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛି  । ଇରାନୀ ମିଡିଆ ଦାବି କରିଛି ଯେ ହେଲିକପ୍ଟର ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି  । ଅନେକ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଦଳଙ୍କୁ ହେଲିକପ୍ଟରର ଧ୍ବଂସାବଶେଷ ମିଳିଛି  । ଅଜରବୈଜାନର ପାହାଡିଆ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ରବିବାର ଦିନ ହେଲିକପ୍ଟର କ୍ରାସ ହୋଇଥିବା ଖବର ସାମନାକୁ ଆସିଥିଲା  । କିନ୍ତୁ ଏହାକୁ ଗୁଜବ କହିଥିଲା ଇରାନୀ ମିଡିଆ  ।

ଏହି ଦୁର୍ଘଟଣା ଇରାନ ରାଜଧାନୀ ତେହରାନରୁ ପାଖାପାଖି ୬୦୦କିଲୋମିଟର ଉତ୍ତର ପଶ୍ଚିମରେ ଥିବା ଅଜରବୈଜାନ ସୀମାକୁ ଲାଗିଥିବା ଜୁଲଫା ସହର ନିକଟରେ ହୋଇଛି  ।  ରଇସି ଅଜରବୈଜାନ ରାଷ୍ଟ୍ରପତି ଇଲହାମ ଅଲିୟେବଙ୍କ ସହ ମିଶି ଏକ ଡ୍ୟାମର ଉଦଘାଟନ ପାଇଁ ଅଜରବୈଜାନ ଯାଉଥିଲେ  । ଏହା ତୃତୀୟ ଡ୍ୟାମ ଯାହାକୁ ଦୁଇ ଦେଶ ଅରାସ ନଦୀ ଉପରେ ନିର୍ମାଣ କରିଥିଲେ  ।

୬୩ ବର୍ଷୀୟ ରଇସି ଏକ କଠୋରପନ୍ଥୀ ନେତା ଭାବେ ଜଣାଶୁଣା  । ଇରାନର ଟପ୍‌ ନେତା ଅୟାତୁଲ୍ଲା ଅଲୀ ଖୋମେନେଇଙ୍କ ସହଯୋଗୀ ଭାବେ ରଇସି ଜଣାଶୁଣା  । ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ ରଇସି  । ଗତମାସରେ ରାଷ୍ଟ୍ରପତି ରଇସି ଓ ଖମେନେଇଙ୍କ ନେତୃତ୍ବରେ ଇରାନ ଇସ୍ରାଏଲ ଉପରେ ମିସାଇଲ ମାଡ କରିଥିଲା  ।

ରଇସିଙ୍କ ସହ ଇରାନର ବୈଦେଶିକ ମନ୍ତ୍ରୀ ହୁସୈନ ଅମୀରାବ୍ଦୁଲାହିଅନ, ଇରାନର ପୂର୍ବ ଅଜରବୈଜାନ ପ୍ରାନ୍ତର ଗଭର୍ଣ୍ଣର ଓ ଅନ୍ୟ ଅଧିକାରୀ ତଥା ଅଙ୍ଗରକ୍ଷୀ ମଧ୍ୟ ଯାତ୍ରା କରୁଥିଲେ  ।

୮ ଥର ବିଜେପିକୁ ଜଣେ ଦେଲେ ଭୋଟ୍, ପୋଲିଂ ଟିମ୍ ନିଲମ୍ବିତ

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ନିରପେକ୍ଷତା ଏବଂ ସ୍ୱଚ୍ଛତାକୁ ନେଇ ଏକ ଭିଡିଓ ପ୍ରଶ୍ନ ଉଠାଇଛି  । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ଏକାଧିକ ଥର ବିଜେପିକୁ ଭୋଟ୍ ଦେଉଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ନେଇ ବିବାଦ ଉପୁଜିବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିସହ ପୋଲିଂ ଟିମକୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ECI କୁ ସୁପାରିଶ କରାଯାଇଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଫେସବୁକରେ ପୋଷ୍ଟ କରି ନିର୍ବାଚନ ଆୟୋଗ ଏବଂ ବିଜେପିକୁ ଆକ୍ରମଣ କରିଛନ୍ତି। ଭାଇରାଲ ଭିଡିଓରେ ଜଣେ ଯୁବକ ଜଣେ ପ୍ରାର୍ଥୀଙ୍କୁ ୮ ଥର ଭୋଟ୍ ଦେଉଥିବାର ନଜର ଆସିଛନ୍ତି। ଅଭିଯୋଗ ହୋଇଛି ଯେ ସେ ବାରମ୍ବାର ମତଦାନ କେନ୍ଦ୍ରକୁ ଆସି ପ୍ରତ୍ୟେକ ଥର ବିଜେପିକୁ ଭୋଟ୍ ଦେଇଥିଲେ।

https://x.com/i/status/1792142014634500451

ଏହି ଘଟଣାଟି ଏଟା ଜିଲ୍ଲାର ନୟାଗାଓନ୍ ଅଞ୍ଚଳରେ ଘଟିଛି  । ପୋଲିସ୍ ଆଇପିସିର ୧୭୧-ଏଫ ଏବଂ ୪୧୯ ଏବଂ ଆରପି ଆକ୍ଟ ୯୫୧ ର ଧାରା ୧୨୮, ୧୩୨ ଏବଂ ୧୩୬ ଅନୁଯାୟୀ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

 

୨୦୨୪ରେ ବଦଳୁଛି କି ସମୀକରଣ? ଦେଖନ୍ତୁ କେଉଁ କ୍ଷେତ୍ରରୁ କିଏ ଲଢୁଛନ୍ତି ?

ଭୁବନେଶ୍ବର: କାହା ଗଡ଼ରେ କାହାର ଦବଦବା? ୨୦୨୪ରେ ବଦଳୁଛି କି ସମୀକରଣ? ଦେଖନ୍ତୁ କିଏ ଲଢୁଛନ୍ତି କେଉଁ କ୍ଷେତ୍ରରୁ? କିଏ ଦେଉଛନ୍ତି କାହାକୁ ଟକ୍କର? ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ହେଉଛି ଭୋଟ।

କନ୍ଧମାଳ ଲୋକସଭା ଆସନ:
କନ୍ଧମାଳ ଲୋକସଭା ଆସନରୁ ଏଥର ବିଜେଡ଼ି ପକ୍ଷରୁ ପୁନଃ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରାର୍ଥୀ ଥିବା ବେଳେ ବିଜେପି ଗତଥରର ପ୍ରାର୍ଥୀ ମହାମେଘ ବାହନ ଐର ଖାରବେଳ ସ୍ବାଇଁଙ୍କ ସ୍ଥାନରେ ସୁକାନ୍ତ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପକ୍ଷରୁ ମଇଦାନରେ ଅଛନ୍ତି ଅମିରଚାନ୍ଦ ନାୟକ।

ଆସିକା ଲୋକସଭା ସିଟ୍‌:

ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ଏଥର ପ୍ରାର୍ଥୀ ପରିବର୍ତ୍ତନ କରି ସାଂସଦ ପ୍ରମିଳା ବିଶୋଇଙ୍କ ସ୍ଥାନରେ ରଞ୍ଜିତା ସାହୁଙ୍କୁ ଯୋଦ୍ଧା ସଜାଇଛି। ସେପଟେ ବିଜେପି ଏହାର ଗତଥର ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କୁ ରିପିଟି କରିଥିବା ବେଳେ କଂଗ୍ରେସ ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରିଛି।

ବରଗଡ ଲୋକସଭା ଆସନ:

ଏବେ ନଜର ପକାଇବା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଉପରେ ଯେଉଁଠି ତିନି ପ୍ରମୁଖ ଦଳ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି। ବରଗଡ଼ ଲୋକସଭା ଆସନ ପାଇଁ ବିଜେଡି ଏଥର ମହିଳା ପ୍ରାର୍ଥୀ ଦେଇଥିବା ବେଳେ ଦଳ ପକ୍ଷରୁ ମଇଦାନରେ ଅଛନ୍ତି ପରିଣିତା ମିଶ୍ର। ସେପଟେ ବିଜେପି ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରି ୨୦୧୯ର ପ୍ରାର୍ଥୀ ପ୍ରଦୀପ ଦେବତାଙ୍କ ସ୍ଥାନରେ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି।

ସୁନ୍ଦରଗଡ ଲୋକସଭା ଆସନ:

ହକିର ବ୍ୟାପକ ବିକାଶ ଭିତରେ ଏଥର ଫୋକସରେ ରହିଛି ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ। ଏଠାରେ ହକି ଇଣ୍ଡିଆର ସଭାପତି ତଥା ୨୦୧୪ର ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ଏଥର ରିପିଟ କରିଛି। ୨୦୧୪ରେ ଦିଲ୍ଲୀପ ତିର୍କୀ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କଠାରୁ ସ୍ବଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ମାତ୍ର ବିଗତ ବର୍ଷ ଗୁଡିକରେ ସୁନ୍ଦରଗଡ଼ରେ ବ୍ୟାପକ ବିକାଶକୁ ଆଧାର କରି ବାଜି ପଲଟାଇବା ଲକ୍ଷ୍ୟରେ ଲଢୁଛି ବିଜେଡି । ଏଣୁ ଏଠାରେ ମଧ୍ୟ କଡ଼ା ଟକ୍କର ଚାଲିଛି। ସେପଟେ ସୁନ୍ଦରଗଡ଼ ଲୋକସଭା ମଇଦାନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଅଛନ୍ତି ଜନାର୍ଦ୍ଦନ ଦେହୁରୀ।

ବଲାଙ୍ଗୀର ଲୋକସଭା ଆସନ:

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମୀକରଣ ଦେଖାଇଥିବା ବଲାଙ୍ଗୀର ଲୋକସଭା କ୍ଷେତ୍ର ମଧ୍ୟ ଏଥର ଚର୍ଚ୍ଚାରେ ରହିଛି। ବିଜେପି ଏଠାରେ ତାର ଗତଥରର ପ୍ରାର୍ଥୀ ତଥା ସାଂସଦ ସଙ୍ଗୀତା ସିଂ ଦେଓଙ୍କୁ ପୁଣି ମଇଦାନକୁ ଓହ୍ଲାଇଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ। କଂଗ୍ରେସ ମଧ୍ୟ ଏଠାରେ ଏଥର ପ୍ରାର୍ଥୀ ପରିବର୍ତ୍ତନ ମନୋଜ ମିଶ୍ରଙ୍କୁ ପ୍ରାର୍ଥୀ କରିଛି।

ଓଡ଼ିଶା ନୁହେଁ ଛତିଶଗଡ଼ ସ୍ୱାର୍ଥ ପାଇଁ କାମ କରୁଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ବିଜେପିର ମହାନଦୀ ଷଡ଼ଯନ୍ତ୍ରର ମୁଖା ଖୋଲିଦେଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଓଡ଼ିଶାର ଜୀବନରେଖା ସହିତ ରାଜନୀତି କରିଛି ବିଜେପି । ମହାନଦୀକୁ ଶୁଖାଇ ଚାଷୀଙ୍କୁ ହଇରାଣ କରିବାକୁ ଯୋଜନା କରିଥିଲେ ଓଡ଼ିଶାର ବିଜେପି ନେତା ।

ତଥ୍ଯ ପ୍ରମାଣ ସହିତ ପାଣ୍ଡିଆନ କହିଛନ୍ତି, ମହାନଦୀ ବିବାଦ ସମ୍ପର୍କରେ କେନ୍ଦ୍ରର ବିଜେପି ସରକାର ଆଉ ଛତିଶଗଡ଼ ସରକାର ମିଶିକରି ଓଡ଼ିଶା ବିରୋଧରେ ଲଢେଇ କରିଥିଲେ । କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନ ହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ବିଜେପିର ସରକାର ଷଡ଼ଯନ୍ତ୍ର କରିଥିଲେ ।

ଏଥିରେ ଓଡିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଥିଲେ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁ ଓଡିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଥିଲା । ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଢିଶା ନ୍ଯାୟ ପାଇବ ବୋଲି ପାଣ୍ଡିଆନ କହିଛନ୍ତି ।

ଆଜି ଦୁଇଟି ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ନବୀନ

ଭୁବନେଶ୍ବର: ନବୀନଙ୍କ ଷଷ୍ଠ ଇଂନିସ । ଏଥର ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଆଜି ସେହି ଦୁଇଟି ଆସନରେ ଭୋଟ ହେଉଛି । ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଆଜି ହେଉଛି ନିର୍ବାଚନ । ୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହିଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ନିର୍ବାଚନ ଲଢୁଛନ୍ତି ।

ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଲେ । ଆଉ ବନିଗଲେ ଅପରାଜେୟ, ଅପ୍ରତିଦ୍ବନ୍ଦୀ ଆଉ ଓଡ଼ିଶାବାସୀଙ୍କ ଅତିଆପଣାର । ୧୯୯୭ ଆସିକା ଉପନିର୍ବାଚନରୁ ଏଯାଏ ନବୀନ ରହିଛନ୍ତି ଅନବିଟେବୁଲ ।

୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ । ପରେ ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ । ୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ ।

୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି ।

ରାଜ୍ଯରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ଓ ୩୫ ବିଧାନସଭାରେ ହେଉଛି ଭୋଟ

ଭୁବନେଶ୍ବର: ଆଜି ରାଜ୍ଯରେ ହେଉଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଓ ୩୫ ବିଧାନସଭାରେ ହେଉଛି ଭୋଟ୍ ।ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬୫ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ମହିଳା । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ଅଛନ୍ତି । ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ମତଦାନ ସାବ୍ଯସ୍ତ କରୁଛନ୍ତି ।

୯୧୬୨ଟି ବୁଥ ଥିବା ବେଳେ ୧୦୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରୁଛନ୍ତି । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଅଛନ୍ତି ।

କାମାକ୍ଷାନଗରରେ ବାଇକ ଶୋଭାଯାତ୍ରା କରି ଦମ ଦେଖାଇଲା ବିଜେଡି

କାମାକ୍ଷାନଗର : କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବାଇକ ଶୋଭାଯାତ୍ରା କରି ଦମ ଦେଖାଇଲା ବିଜେଡି l ବିଭିନ୍ନ ପଞ୍ଚାୟତ ସହ ଏନଏସିରେ ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଛି ଦଳ l ସହରର ଆଳତୁମା ଠାରୁ ହଜାର ହଜାର ଦଳୀୟ କର୍ମୀଙ୍କ ସହ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଇଲେକ୍ଟ୍ରି ଅଫିସ ଛକ, ହନୁମାନ ବଜାର, ଗୋପବନ୍ଧୁ ବଜାର, ଲକ୍ଷ୍ମୀ ବଜାର ଦେଇ ସହର ପରିକ୍ରମା କରି ସ୍ଥାନୀୟ ବାସିନ୍ଦାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ମଲ୍ଲିକ ଓ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ l କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ନଗର ବିଜେଡି ସଭାପତି ଆଦିତ୍ୟ ଆଚାର୍ଯ୍ୟ, ସମସ୍ତ ୧୫ ଟି ୱାର୍ଡର କାଉନସିଲରଙ୍କ ସମେତ କାନପୁରା, ବାଉଁଶପାଳ, କାଦୁଆ ପଞ୍ଚାୟତର ସରପଞ୍ଚ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଏଥିରେ ସାମିଲ ହୋଇଥିଲେ l

ନିର୍ବାଚନର ଦିନକ ପୂର୍ବରୁ ପ୍ରଚାର ବନ୍ଦ ଥିଲେ ସୁଦ୍ଧା ବିଜେପି କରୁଛି କ୍ଯାମ୍ପେନ

ଟିଟିଲାଗଡ଼ : ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି ବିଜେପି । ନିର୍ବାଚନର ଦିନକ ପୂର୍ବରୁ ପ୍ରଚାର ବନ୍ଦ ଥିଲେ ସୁଦ୍ଧା ଚାଲିଛି କ୍ଯାମ୍ପେନ । ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ଯାନୁଷ୍ଠାନ ଦାବି କଲା ବିଜେଡି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରେ ଆସନ୍ତାକାଲି ନିର୍ବାଚନ ହେବାକୁଥିବା ବେଳେ ଗତକାଲି ସଂଧ୍ଯା ୫ଟାରୁ ପ୍ରଚାର ବନ୍ଦ ରହିଛି । ତେବେ ନିୟମକୁ ଉଲ୍ଲଂଘନ କରି ଆଜି ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ମାରୱାଡି ୟୁବା ମଞ୍ଚର ପ୍ରାନ୍ତୀୟ ପରାଗ ଅଗ୍ରୱାଲ ଓ ସମର୍ଥକ ମିଶି ଟିଟିଲାଗଡ ସହରର ବିଭିନ୍ନ ସ୍ଥାନକୁ ବୁଲି ଓ ଘରକୁ ଘର ଯାଇ ନିର୍ବାଚନ ପ୍ରଚାର କରୁଥିବା ଭିଜୁଆଲ ଭାଇରାଲ୍ ହୋଇଥିଲା । ପୋଲିସ ଏ ସମ୍ପର୍କରେ ଖବର ପାଇ ନବୀନ ଜୈନଙ୍କ ଘରକୁ ଯାଇ ତାଗିଦ ମଧ୍ଯ କରିଥିଲା । ଘଟଣାକୁ ନେଇ ଟିଟିଲାଗଡ଼ ବିଜେଡି ପକ୍ଷରୁ ପ୍ରେସମିଟି ଜରିଆରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଦାବି କରିଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବାରେ ରେକର୍ଡ କରିବ ବିଜେପି

ଭୁବନେଶ୍ୱର : ୨୦୨୪ ନିର୍ବାଚନରେ ଭାରତୀୟ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବାରେ ରେକର୍ଡ କରିବ ବିଜେପି । ବରଗଡ଼ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଅଶ୍ଵିନୀ ଷଡ଼ଙ୍ଗୀ ବରଗଡ଼ ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲି ଠାରେ ମହିଳା ମାନଙ୍କୁ ଶାଢ଼ି ବାଣ୍ଟିଥିଲେ । ପାଖାପାଖି ୨୦୦ ରୁ ଅଧିକ ଶାଢ଼ି ବାଣ୍ଟିଛନ୍ତି । ଏହି ସବୁ ଶାଢ଼ି ଗୁଡିକ ଛତିଶଗଡ଼ରୁ ଆଣି ବଣ୍ଟା ହୋଇଛି ବୋଲି ସୂଚନା ଦେଇଛନ୍ତି ବିଜେଡି । କେବଳ ଅଶ୍ଵିନୀ ଷଡ଼ଙ୍ଗୀ ନୁହନ୍ତି ଏହା ପୂର୍ବରୁ ପୁରୀ ସଂସଦୀୟ କ୍ଷେତ୍ରର ସଂସଦ ପ୍ରାର୍ଥୀ ସମ୍ବିଦ ପାତ୍ର ମଧ୍ୟ ଲୋକମାନଙ୍କୁ ଘଣ୍ଟା ବାଣ୍ଟିଥିଲେ । ଯାହାକୁ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଯଦି ବିଜେପି ନିକଟରେ ସାହସ ଅଛି ତେବେ ଲୋକମାନଙ୍କୁ କିଛି ନଦେଇ ନିର୍ବାଚନ ଲଢ଼ିବା ଦେଖାଉ ବୋଲି କହିଛି ବିଜେଡି ।