spot_img
Home Blog Page 1816

ସେପ୍ଟେମ୍ବର ୧୭ରେ ଓଡ଼ିଶାରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା

ନନ୍ଦିଘୋଷ ବ୍ୟୁରୋ: ସେପ୍ଟେମ୍ବର ୧୭ରେ ଓଡ଼ିଶାରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ନୂଆଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ। ୧୮ ରୁ ୬୦ ବର୍ଷର ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନାକୁ କ୍ଯାବିନେଟ ମୋହର ମାରିଛି। ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ ପ୍ରସ୍ତାବ ପାରିତ ହୋଇଛି। ସେପ୍ଟେମ୍ବର ୧୭ ତାରିଖରେ ଯୋଜନାର ରିଲିଜ ହେବ। ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶା ଆସି ୫ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ଯୋଜନାର ଲଞ୍ଚିଂ କରିବେ ବୋଲି ମୁଖ୍ଯମନ୍ତ୍ରୀ ଘୋଷଣା କରିଛନ୍ତି ।

ଦିଲ୍ଲୀ ହଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ଉଦବୋଧନ ଦେଇ ଏହି ବଡ଼ ଘୋଷଣା କରିଥିଲେ। ଏହି ସମୟରେ ଦୁଇ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ । ଏହି ଅବସରରେ ନୂଆ ସରକାରର ଆଭିମୁଖ୍ଯ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ମଧ୍ଯ ମୁଖ୍ଯମନ୍ତ୍ରୀ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

T-20 ବିଶ୍ବକପ ଜିତିଲା ଭାରତ, ଟିମ୍ ଇଣ୍ଡିଆର ରୋମାଞ୍ଚକର ବିଜୟ

ନନ୍ଦିଘୋଷ ବ୍ୟୁରୋ: ୧୭ ବର୍ଷ ଅପେକ୍ଷାର ଅନ୍ତ । ୧୭ ବର୍ଷ ପରେ T-20 ବିଶ୍ବକପ ଜିତିଲା ଭାରତ । ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇ ଟି-ଟ୍ବେଣ୍ଟି ବିଶ୍ବକପ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। ଫାଇନାଲ ମ୍ଯାଚରେ ରୋମାଞ୍ଚକ ଭାବେ ମ୍ଯାଚ ଜିତି ନେଇଛି ରୋହିତ ବାହିନୀ । ୧୭୭ ରନର ବିଜୟ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ୧୬୯ ରନରେ ଅଟକାଇ ଦେଲା ଭାରତ । ଶେଷ ଓଭରରେ ଚମତ୍କାର ବ୍ଯାଟିଂ ସହ ଦୁଇ ୱିକେଟ ନେଇ ଭାରତକୁ ବିଶ୍ବବିଜୟୀ କଲେ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ଯା ।

ଏହାସହ ବିଶ୍ବକପ ଜିତି କୋଚ୍ ରାହୁଲ ଦ୍ରାବିଡ଼ଙ୍କୁ ବିଦାୟକାଳୀନ ଭେଟି ଦେଇଛି ଭାରତ । ଟସ ଜିତି ପ୍ରଥମେ ବ୍ଯାଟିଂ ଆରମ୍ଭ କରିଥିଲା ଭାରତ । ପ୍ରଥମ ଓଭରରେ ଭାରତ ଭଲ ପ୍ରଦର୍ଶନ କରିଥିବା ବେଳେ ଦ୍ବିତୀୟ ଓଭରରେ ମାତ୍ର ୯ ରନ କରି କ୍ଯାପଟେନ ରୋହିତ ଶର୍ମା ଆଉଟ୍ ହୋଇଥିଲେ । ସମାନ ଓଭରରେ ଶୂନ ରନରେ ପାଭିଲିଅନ ଫେରିଥିଲେ ରିଷଭ ପନ୍ତ । ପରବର୍ତ୍ତୀ ସମୟରେ ସୂର୍ଯ୍ଯକୁମାର ୟାଦବ ୩ ରନ କରି ଆଉଟ ହୋଇଥିଲେ । ପରେ ବିରାଟ କୋହଲି ଏବଂ ଅକ୍ଷର ପଟେଲ ଭାରତର ବ୍ଯାଟିଂ ଲାଇନକୁ ସମ୍ଭାଳିଥିଲେ । ଉଭୟ ଦୀର୍ଘ ସମୟ ଧରି ଦମଦାର ବ୍ଯାଟିଂ କରିଥିଲେ । ଦଳୀୟ ସ୍କୋରକୁ ୧୦୦ ରନ ପାର କରିବା ପରେ ୧୩ ଓଭର ୩ଟି ବଲରେ ଅକ୍ଷର ପାଭିଲିଅନ ଫେରିଥିଲେ । ୩୧ ବଲରେ ୪୭ ରନ କରି ଆଉଟ ହୋଇଥିଲେ ଅକ୍ଷର ।

ଏହାପରେ ଶିବମ ଦୁବେ ଓ ବିରାଟ ମଧ୍ଯ ଭଲ ବ୍ଯାଟିଂ କରିଥିଲେ । ବିରାଟ ୫୯ ବଲରେ ୨ ଛକା ଓ ୬ଟି ଚୌକା ମାରି ୭୬ ରନ କରି ଆଉଟ ହୋଇଥିଲେ । ଶେଷ ଆଡକୁ ଦୁବେଙ୍କ ବିସ୍ଫୋରକ ବ୍ଯାଟିଂ ଦେଖିବାକୁ ମିଳିଥିଲା । ଦୁବେ ୧୬ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡିଆ ଅପରାଜିତ ୨ ବଲରେ ୫ରନ ଏବଂ ଜାଡେଜା ୨ଟି ବଲରେ ୨ ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ ଭାରତ ୭ ୱିକେଟ ହରାଇ ୧୭୬ ରନ କରିଥିଲା । ୧୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକାକୁ ଭାରତ ଦ୍ବିତୀୟ ଓଭରରେ ଝଟକା ଦେଇଥିଲା । ୫ ବଲରେ ୪ ରନ କରିଥିବା ହେଣ୍ଡ୍ରିକ୍ସଙ୍କୁ ବୁମରା ପାଭିଲିଅନ ଫେରାଇଥିଲେ । ପରେ ତୃତୀୟ ଓଭରରେ ମାରକ୍ରମଙ୍କୁ ୪ ରନରେ ଆଉଟ କରିଥିଲେ ଅର୍ଶଦୀପ । ଶେଷ ସମୟରେ ମ୍ଯାଚ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା ।

ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୬ ବଲରେ ୧୬ ରନ ଆବଶ୍ଯକ ଥିଲା । ହାର୍ଦ୍ଦିକ ପାଣ୍ଡ୍ଯା ବୋଲିଂ କରିବାକୁ ଆସିଥିବା ବେଳେ ୨ ୱିକେଟ ନେଇ ଭାରତକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ, ଜଶପ୍ରୀତ ବୁମରାଙ୍କୁ ମ୍ୟାନ ଅଫ ଦି ସିରିଜ୍ ଘୋଷଣା କରାଯାଇଥିଲା।

ଭାରତ ଟି-୨୦ ବିଶ୍ୱକପ୍‌ ଜିତିବା ପରେ ବିଭିନ୍ନ ମହଲରୁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ନବୀନ ପଟ୍ଟନାୟକ  ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି

ନନ୍ଦିଘୋଷ ବ୍ୟୁରୋ: ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି । ଟି-୨୦ ବିଶ୍ବକପର ଫାଇନାଲରେ ମ୍ୟାନ ଅଫ ଦ ମ୍ୟାଚ ହେବା ପରେ ଅବସର ଘୋଷଣା କରିଛନ୍ତି ।

ଫାଇନାଲରେ ନାଟକୀୟ ମୋଡ଼, ୧୭ ବର୍ଷ ପରେ ଟି-୨୦ ବିଶ୍ବକପ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଇତିହାସ ରଚିଲା ଭାରତ । ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଳା ଭାରତ । ଟି-୨୦ ବିଶ୍ବକପ ୨୦୨୪ର ଟାଇଟଲ ହାତେବାରେ ସଫଳ ହୋଇଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୧୭୬ ରନ କରିଥିଲା । ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୬୯ କରି ପାରିଛି ଦକ୍ଷିଣ ଆଫ୍ରିକା ।

ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ଟାର୍ଗେଟ ରଖିଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଦମଦାର ବ୍ୟାଟିଂ । ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ବିକେଟ ବିନିମୟରେ ୧୭୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ବିରାଟ କୋହଲି ୭୬ ଏବଂ ଅକ୍ଷର ପଟେଲ ୪୭ ରନର ପାଳି ଖେଳିଛନ୍ତି । ଶିଭମ ଦୁବେ ୨୭ ରନ କରିଥିବାବେଳେ ଦଳର ପ୍ରଦର୍ଶନ ଭଲ ରହିଛି । ତେବେ ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ପୂରଣ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଉଥିବାବେଳେ ଭାରତରେ ବୋଲିଂ ବାହିନୀ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ପ୍ରଥମେ ବ୍ୟାଟିଂ କରିବ ଭାରତ

ନନ୍ଦିଘୋଷ ବ୍ୟୁରୋ: ଭାରତ- ଦକ୍ଷିଣ ଆଫ୍ରିକା ଫାଇନାଲ । ଟି-୨୦ ବିଶ୍ବକପର ଫାଇନାଲ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ଆଜିର ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହେବ । ବାର୍ବାଡେସରେ ଫାଇନାଲ ମୁକାବିଲା ଖେଳାଯାଉଥିବାବେଳେ ଦମଦାର ହେବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି । ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଇଛି । ସେପଟେ ରୋହିତ ଏବେ ଭଲ ଖେଳୁଥିବାବେଳେ ଫାଇନାଲରେ ତାଙ୍କଠାରୁ ବଡ଼ ପାଳିର ଆଶା ରଖିଛନ୍ତି ଭାରତୀୟ ପ୍ରଶଂସକ ।

ଜଗତସିଂହପୁର ଓ ପୁରୀ ଜିଲ୍ଲାର ମଧ୍ୟଭାଗରେ ପ୍ରବାହିତ ଦେବୀ ନଦୀ ବନ୍ଧର ଦୁର୍ବଳ, ଭୟଭୀତ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଲଗାଣ ବର୍ଷା। ସୃଷ୍ଟି ହୋଇପାରେ ବନ୍ୟାସ୍ଥିତି। ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ମଧ୍ୟଭାଗରେ ପ୍ରଭାହିତ ଦେବୀନଦୀ ବନ୍ଧର ଦୁର୍ବଳ ସ୍ଥାନ ଗୁଡିକ ଭାଙ୍ଗିବା ସମ୍ଭାବନା ରହିଛି । ଏନେଇ ବନ୍ଧ କୂଳରେ ବସବାସ କରୁଥିବା ଶହଶହ ପରିବାରର ଏବେ ଚିନ୍ତାରେ । ଆଉ ସେପଟେ ବନ୍ୟା ଆସିବା ପୂର୍ବରୁ ତୁରନ୍ତ ବନ୍ଧ ମରାମତି କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଘର ଦୂଆରେ ବର୍ଷା । ଭାଙ୍ଗିପାରେ ନଦୀ ବନ୍ଧ । ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି । ହେଲେ ପ୍ରଶାସନର ଏଥିପ୍ରତି ଖାତିର ନାହିଁ । କରାଯାଉନି ଘାଇ କି ବନ୍ଧ ମରାମତି । ଦେଖନ୍ତୁ ଏହି ଦୃଶ୍ୟକୁ । କେଉଁଠି ନଦୀ ବନ୍ଧର ମାଟି ଅତଡା ଖସିଲାଣି ତ ଆଉ କେଉଁଠି ଭାଙ୍ଗି ରାସ୍ତାରେ ପାଣି ବୋହିଲାଣି । ଜଗତସିଂହପୁର ଜଳସମ୍ପଦ ବିଭାଗ ଅଧିନ ନାଉଗାଁ ବ୍ଳକର ଓସକଣା ଏବଂ ପୁରୀ ଜିଲ୍ଲାର ଜଳସମ୍ପଦ ଅଧିନ କାକଟପୁର ବ୍ଳକର ଭଣ୍ଡିସାହି ଦେଇ ପ୍ରଭାବିତ ଦେବୀ ନଦୀ ବନ୍ଧରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଓସକଣା ଆଉ ଭଣ୍ଡିସାହି ବନ୍ଧକଡରେ ବସବାସ କରୁଥିବା ୧୦ରୁ ଅଧିକ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି । ନାଉଗାଁ ଓସକଣା ଠାରୁ ଭଣ୍ଡିସାହି ପାଖାପାଖି ଅଢେ କିଲୋମିଟର ରୁ ଉର୍ଦ୍ଧ୍ବ ନଦୀବନ୍ଧ ଦୁର୍ବଳ ରହିଛି।

ଉପକୂଳବର୍ତ୍ତି ସମତଳ ଅଞ୍ଚଳକୁ ନଦୀ ସ୍ରୋତ ଖାଇ ଚାଲିଥିବାରୁ ଏହା ସ୍ଥାନୀୟ ଅଂଚଳ ବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।  ନିର୍ମାଣଧୀନ ପଥର ବୁରୁଜ ଗୁଡିକ ନଦୀର ସ୍ରୋତରେ ଭାଷି ଯିବାରୁ ନଦୀପଠାକୁ ସୁରକ୍ଷା ଦେବା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପୂର୍ବରୁ ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଓସକଣା ଠାରୁ ଭଣ୍ଡିସାହି ପର୍ଯ୍ୟନ୍ତ ଦେବୀ ନଦୀବନ୍ଧର ତୁରନ୍ତ ମରାମତି କରାଯିବାକୁ ଦାବି ହୋଇଛି ।

ପିଲାଙ୍କ ପାଠ ପଢ଼ା ପାଇଁ ଭିନ୍ନକ୍ଷମ ବାପା କରୁଛନ୍ତି ସଂଘର୍ଷ , ସାହାର୍ଯ୍ୟ ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନନ୍ଦିଘୋଷ ବ୍ୟୁରୋ: ନିଜ ପିଲାଙ୍କ ପାଠ ପଢ଼ା ପାଇଁ ଭିନ୍ନକ୍ଷମ ବାପା କରୁଛନ୍ତି ଅସମ୍ଭବ ସଙ୍ଘର୍ଷ । ଦୂର୍ଘଟଣାରେ ନିଜ ଗୋଡ ହରାଇବା ପରେ ଏବେ ତାଙ୍କୁ ଲାଗିଛି ପିଲାଙ୍କ ପାଠପଢ଼ା ଚିନ୍ତା । ଏ ଅଫିସରୁ ନେ ଅଫିସ ଦୈାଡିବା ପରେ ଏବେ ଜିଲ୍ଲ।ପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲାର ଧନଞ୍ଜୟ ମେହେର । ପିଲାଙ୍କ ପାଠପଢାରେ ସହାୟତା ପାଇଁ ସମସ୍ତଙ୍କୁ ନେହୁରା ହୋଇଛନ୍ତି ଧନଞ୍ଜୟ।

ଗୋଡରେ ଲାଗିଛି ପ୍ଲାଷ୍ଟିକ ସପୋର୍ଟ । ଛୋଟେଇ ଛୋଟେଇ ଚାଲୁଛନ୍ତି । ପିଲାଙ୍କ ପାଠପଢାରେ ସହାୟତା ପାଇଁ ସମସ୍ତଙ୍କୁ ନେହୁରା ହେଉଛନ୍ତି ବଲାଙ୍ଗୀର ତୁରୋଇକେଲାର ଧନଞ୍ଜୟ ମେହେର । ୨୦୨୦ ମସିହାରେ ବାଇକ ଦୁର୍ଘଟଣାରେ ହରାଛନ୍ତି ନିଜ ଗୋଡ । ଭିନ୍ନକ୍ଷମ ଭତା ବାବଦକୁ ପାଉଛନ୍ତି ମାତ୍ର ୧୨୦୦ ଟଙ୍କା । ହେଲେ ଘରେ ଅଛନ୍ତି ଦୁଇ ଝିଅ ଆଉ ଗୋଟିଏ ପୁଅ। ଝିଅ ଯୁକ୍ତ ଦୁଇରେ ଆଡମିଶନ କରିବ। ହେଲେ ବାଧକ ସାଜିଛି ଅର୍ଥ । ଏ ଅଫିସରୁ ସେ ଅଫିସକୁ ଧାଇଁ ସେ ନୟାନ୍ତ ହେଲେଣି। ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସହାୟତା ପାଇଁ ନିବେଦନ କରିଛନ୍ତି।

ଧନଞ୍ଜୟଙ୍କ ଦୁର୍ଦ୍ଦଶା ଦେଖି ଜିଲ୍ଲା ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଳେୟରେ ପହଞ୍ଚିଥିଲା ନନ୍ଦିଘୋଷ ଟିମ୍ । ଆଉ ସେଉଠୁ ମିଳିଥିଲା ନିର୍ଭରଯୋଗ୍ୟ ପ୍ରତିଶୁତି। ଭିନ୍ନକ୍ଷମ ପରିଚୟ ପତ୍ର ଆଧାରରେ ଧନଞ୍ଜୟଙ୍କ ଝିଅର ଆଡମିଶନ ବାବଦକୁ ୫୦ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଅଧିକାରୀ ।

ଆରମ୍ଭ ହେଲା ଅମରନାଥ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ସରିଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା ଆଜିଠାରୁ ଆରମ୍ଭ ହେଲା ବାବା ଅମରନାଥଙ୍କ ର୍ତୀଥଯାତ୍ରା।  ଜାମ୍ମୁକାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ ଅମରନାଥ ଗୁମ୍ଫା ମନ୍ଦିରକୁ ଏହି ବାର୍ଷିକ ତୀର୍ଥଯାତ୍ରା ଅଗଷ୍ଟ୧୯ ପର୍ଯ୍ଯନ୍ତ ଚାଲିବ | ଶ୍ରୀନଗର ଠାରୁ ୧୪୧ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ବାଲ୍ଟାଲ ଏବଂ ପହଲଗାମ ଦୁଇଟି ମାର୍ଗ ଦେଇଯାଇପାରିବେ ଶ୍ରଦ୍ଧାଳୁ ।ଏହି ଯାତ୍ରା ଜାମ୍ମୁ କାଶ୍ମୀର ସରକାର ଏବଂ ଶ୍ରୀ ଅମରନାଥ ଜୀ ଶ୍ରୀକ୍ଷେତ୍ର ବୋର୍ଡଅମରନାଥ ମନ୍ଦିର ହିନ୍ଦୁମାନଙ୍କର ଅନ୍ୟତମ ପବିତ୍ର ମନ୍ଦିର ଭାବରେ ଜଣାଯାଏ। ଏହି ମନ୍ଦିରରେ ୫୧ଟି ଶକ୍ତିପୀଠ ରହିଛି । ଏହି ସ୍ଥାନରେ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ ଜୀବନ ଏବଂ ଅନନ୍ତତାର ରହସ୍ୟ କହିଥିଲେ ବୋଲି କିମ୍ବଦନ୍ତୀରେ ବର୍ଣ୍ଣନା କରାଯାଇଛି। ଏହି ମନ୍ଦିର ଅଧିକାଂଶ ବର୍ଷ ବରଫରେ ଆଚ୍ଛାଦିତ ହୋଇ ରହିଥାଏ ଏବଂ ପଡୁଥିବା ଟୋପା ଟୋପା ପାଣିବୁନ୍ଦାରୁ ଶିବଲିଙ୍ଗ ସୃଷ୍ଟି ହୁଏ। ଗ୍ରୀଷ୍ମ ଋତୁରେ ମନ୍ଦିରଟି ଖୁବ୍ କମ୍ ସମୟ ପାଇଁ ଖୋଲା ଯାଇଥାଏ । ୪୦ ମିଟର ଉଚ୍ଚତାରେ ଥିବା ଶିବଲିଙ୍ଗକୁ ଦେଖିବା ପାଇଁ ଭକ୍ତଙ୍କୁ ୩୫ରୁ ୪୮ କିଲୋମିଟର ଯିବାକୁ ପଡିଥାଏ, ଯେଉଁଥି ପାଇଁ ଯାତ୍ରାର ପ୍ରଥମ ଦିନରୁ ହିଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।

ଆଉ ଦୁଇଦିନ ଛେଚିବ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହି ଲଘୁଚାପର ପ୍ରଭାବ ଆଉ ଦୁଇଦିନ ରହିବ । ୧ ତାରିଖରୁ ବର୍ଷାର ପରିମାଣ କମିଲେ ବି କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ ହେବ କାଳବୈଶାଖୀ ବର୍ଷା । କାଲି ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୭୦ ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଆଜି ମୟୁରଭଞ୍ଜ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ କିଛି ସ୍ଥାନରେ ଆକସ୍ମିକ ବନ୍ୟାର ପରିସ୍ଥିତି ସୃଷ୍ଟିହେବା ସହ ଦୃଶ୍ୟମାନ ଦୂରତା କମିବ । ଉପକୂଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୩ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ୧ ତାରିଖରୁ ବର୍ଷାର ପରିମାଣ କମିବ । ଏହା ପରେ ୪ ରୁ ପୁଣି ବଢିବ ବର୍ଷା । ଗତ ୨୪ ଘଣ୍ଟାରେ ୧୦ ଟି ସ୍ଥାନରେ ପ୍ରବଳ ସହ ୩ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ନୟାଗଡ଼ ଭାପୁରରେ ସର୍ବାଧିକ ୧୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ଜୁନ ୧ ତାରିଖ ରୁ ଆଜି ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଦୁଇଟି ଜିଲ୍ଲା ବାଲେଶ୍ବର ଏବଂ ମୟୁରଭଞ୍ଜରେ ନିଅଣ୍ଟିଆ ସ୍ଥିତି ଉତ୍କଟ ଥିବାବେଳେ ୧୭ଟି ଜିଲ୍ଲାରେ ୨୦ ରୁ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି ।