spot_img
Home Blog Page 1816

ଜଳେଶ୍ବର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ। ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ଗୋରୁ ବେପାରୀଙ୍କୁ ସେ ସାହାଯ୍ଯ କରିବେ। ଜିତିବା ପରେ ଗୋରୁ ବେପାରୀ ଆରାମରେ ପଶ୍ଚିମବଙ୍ଗକୁ ଗୋଚାଲାଣ କରିପାରିବେ। କାଦରାୟାଁ ବସ୍ତିରେ ହୋଇଥିବା ଏକ ସଭାରେ ସେ କହିଛନ୍ତି, ନିର୍ବାଚନରେ ସେ ଜିତିବା ପରେ କାଦରାୟାଁରୁ ପଶ୍ଚିମବଙ୍ଗର ସୁନାକଣିଆକୁ ଗୋଚାଲାଣରେ କିଛି ଅସୁବିଧା ହେବନି। କିଛି ଅସୁବିଧା ହେଲେ-ବ୍ରଜପ୍ରଧାନ ଆଗରେ ଠିଆ ହେବ। ସେ ଏକଥା ବି କହିଛନ୍ତି, ଗୋ ଚାଲାଣକାରୀଙ୍କ ବିରୋଧରେ ପୋଲିସ ଯେତେବେଳେ କାର୍ଯ୍ଯାନୁଷ୍ଠାନ ନିଏ, ବର୍ତ୍ତମାନର ବିଧାୟକ କିଛି କରନ୍ତି ନାହିଁ। ଏଠି ପ୍ରଶ୍ନ ଉଠୁଛି-ବେଆଇନ ଗୋ ଚାଲାଣକୁ ଖୋଲାଖୋଲି ସମର୍ଥନ କରୁଛନ୍ତି କି ବ୍ରଜ ପ୍ରଧାନ । ତୁଷ୍ଟୀକରଣ ରାଜନୀତି କରୁଛନ୍ତି କି। କିଛି ଲୋକଙ୍କ ଭୋଟ ହାତେଇବାକୁ ଗୋ ଚାଲାଣକୁ ସେ ସମର୍ଥନ କରୁଛନ୍ତି କି, ଗୋ ଚାଲାଣକାରୀଙ୍କୁ ସାହାଯ୍ୟ କରିବାକୁ ଖୋଲାଖୋଲି ଘୋଷଣା କରୁଛନ୍ତି। ଭୋଟ ହାତେଇବାକୁ ବିଜେପି କେଉଁ ସ୍ତରକୁ ଯାଏ, ଏହି ଭିଡିଓରୁ ତାହା ସ୍ପଷ୍ଟ ଭାବେ ଜଣାପଡୁଛି।

ଭଞ୍ଜନଗରରେ ବିଜେପିର ଗୁଣ୍ଡାଗର୍ଦ୍ଦି, ବିଜେଡି ବୁଥ ଏଜେଣ୍ଟଙ୍କୁ ଆକ୍ରମଣ

ଭଞ୍ଜନଗର : ଭଞ୍ଜନଗରରେ ବିଜେପିର ଗୁଣ୍ଡାଗର୍ଦ୍ଦି। ତୁରୁମୁ ପଞ୍ଚାୟତ ବେରୁଆବାଡ଼ି ଗାଁରେ ବିଜେପି କର୍ମୀଙ୍କ ଗଣ୍ଡଗୋଳ। ୪୭ ନମ୍ବର ବୁଥରେ ବିଜେଡି ବୁଥ ଏଜେଣ୍ଟଙ୍କ ସହ ଯୁକ୍ତିତର୍କ ଓ ଆକ୍ରମଣ । ବିନା ପରିଚୟପତ୍ରରେ ବିଜେପି କର୍ମୀ ବୁଥ୍ ଭିତରକୁ ଧସେଇ ପଶିଥିଲେ। ବିନା ପରିଚୟପତ୍ରରେ ଭୋଟ ଦେବାକୁ ଉଦ୍ଯମ କରିଥିଲେ ବିଜେପି କର୍ମୀ। ବିଜେଡି ଏଜେଣ୍ଟ ବାରଣ କରିବାରୁ ବିଜେପି କର୍ମୀ ରକ୍ତମୁଖା ହୋଇଉଠିଥିଲେ। ସଂଘବଦ୍ଧ ଭାବେ ବିଜେଡି ଏଜେଣ୍ଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଘଟଣାସ୍ଥଳରେ ତାରାସିଙ୍ଗି ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ।

ଦ୍ବିତୀୟ ପର୍ଯ୍ୟାୟରେ ଦିନ ୩ଟା ସୁଦ୍ଧା କେଉଁଠି କେତେ ପ୍ରତିଶତ ମତଦାନ ଜାଣନ୍ତୁ

ଭୁବନେଶ୍ୱର : ମେ ୨୦ ଅର୍ଥାତ ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ। ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ପଡ଼ୁଛି ଭୋଟ। ମଇଦାନରେ ମୋଟ ୬୯୫ ପ୍ରାର୍ଥୀ ରହିଛନ୍ତି। ଅନ୍ୟପଟେ ଓଡ଼ିଶାରେ ୨ୟ ପର୍ଯ୍ୟାୟ ମତଦାନ ଜାରିରହିଛି । ସକାଳୁ ସକାଳୁ ଭୋଟ ଦେବାପାଇଁ ବୁଥ ସାମ୍ନାରେ ଭୋଟରଙ୍କର ଲାଗିଛି ଲମ୍ବା ଧାଡ଼ି । ରାଜ୍ୟରେ କେଉଁଠି କେମିତି ସାମାନ୍ୟ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଦିନ ୩ଟା ସୁଦ୍ଧା ରାଜ୍ୟରେ ଏହି ସବୁ ସ୍ଥାନରେ ହୋଇଛି କେତେ ପ୍ରତିଶତ ମତଦାନ ଜାଣନ୍ତୁ ।

ଆସିକା ୪୬.୨୩ ପ୍ରତିଶତ

ବରଗଡ଼ ୫୩.୮୮ ପ୍ରତିଶତ

ବଲାଙ୍ଗୀର 4୬.୯୬ ପ୍ରତିଶତ

କନ୍ଧମାଳ  4୮.୯୩ ପ୍ରତିଶତ

ସୁନ୍ଦରଗଡ଼ ୪୮.୯୬ ପ୍ରତିଶତ

ବିଜେପି କାଉନସିଲରଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ଭଦ୍ରକ : ବିଜେପି କାଉନସିଲରଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର ଆହତ। ଭଦ୍ରକ ବାସୁଦେବପୁରରେ ପୁଣି ନିର୍ବାଚନୀ ହିଂସା ଘଟିଛି । ରକ୍ତମୁଖା ହୋଇପଡ଼ିଛନ୍ତି ବିଜେପି କାଉନସିଲ ଜଗବନ୍ଧୁ ଦାସ  । ବିଜେପି କାଉନସିଲର ଜଗବନ୍ଧୁ ଦାସଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ବିଜେଡି କର୍ମୀ ସତ୍ଯକାନ୍ତ ନାୟକ  । ସତ୍ଯକାନ୍ତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର  ପୌର ପାଳିକା ପାଞ୍ଚ  ନମ୍ବର ୱାର୍ଡର ବିଜେପି କାଉନସିଲର ଜଗବନ୍ଧୁ ଦାସ ଧାରୁଆ  ଅସ୍ତ୍ରରେ  ଆକ୍ରମଣ କରିଛନ୍ତି । ଛକରେ  ବିଜେଡିର  ବ୍ଯାନର ଲଗାଇବାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।  କାଉନସିଲର ଜଗବନ୍ଧୁ ଦାସ,  ତାଙ୍କ ସାନଭାଇ ରୂପକ ଦାସ ଓ ସହଯୋଗୀ ଭୁଜାଲିରେ ସତ୍ଯକାନ୍ତ ନାୟକଙ୍କୁ  ଆକ୍ରମଣ କରିଥିଲେ  । ପୌରପାଳିକା ନିର୍ବାଚନ ସମୟରୁ ବିଜେପି କାଉନସିଲର ଜଗବନ୍ଧୁ ଦାସ ଉତକ୍ଷିପ୍ତ ଥିଲେ। ଚଳିତ ନିର୍ବାଚନ ସମୟରେ ବିଜେଡି କର୍ମୀ ସତ୍ଯକାନ୍ତ ନାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି  । ଜଗବନ୍ଧୁ ଦାସଙ୍କୁ ପୋଲିସ  ଥାନାରେ  ଅଟକ ରଖିଛି  ।

ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ, ସଶକ୍ତ ହେଲେ ଆଗକୁ ବଢିବ ରାଜ୍ୟ

ଭୁବନେଶ୍ବର: ମଧ୍ଯବିତ୍ତଙ୍କ ସାଥିରେ ସବୁବେଳେ ଅଛନ୍ତି ନବୀନ ସରକାର । ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ । ମଧ୍ଯବିତ୍ତଙ୍କୁ ରାଜ୍ଯ ସରକାରଙ୍କ ଉପହାର ସମ୍ପର୍କରେ ସୂଚନା ଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ମଧ୍ୟବିତ୍ତଙ୍କ ପାଇଁ ବହୁତ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥର ବିଜେଡିର ଇସ୍ତାହାରରେ ମଧ୍ଯବିତ୍ତଙ୍କ ପାଇଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ମଧ୍ୟବିତ୍ତଙ୍କୁ ପ୍ରଦାନ କରାଯିବ BSKY କାର୍ଡ । ଏହା ସହିତ ୨୦ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ସୁଧ ଉପରେ ମିଳିବ ରିହାତି । ପିଲାଙ୍କ ପାଠ ପଢ଼ା ପାଇଁ ନୂଆ ଛାତ୍ର ବୃତ୍ତି ସହ ୧୦ଲକ୍ଷ ଯାଏ ଶିକ୍ଷା ଋଣରେ ମଧ୍ୟ ରିହାତି ମିଳିବ । ସମସ୍ତଙ୍କ ପାଇଁ ସୁଲଭ ପରିବହନ ବ୍ୟବସ୍ଥା ହେବ । ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତ ସଶକ୍ତ ହେଲେ ଓଡ଼ିଶା ଆଗକୁ ବଢ଼ିବ ।

ଗୋ ଚାଲାଣକାରୀଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ ବିଜେପି ପ୍ରାର୍ଥୀ

0

ବାଲେଶ୍ବର: ଜଳେଶ୍ବରର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ। ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ଗୋରୁ ବେପାରୀଙ୍କୁ ସେ ସାହାଯ୍ଯ କରିବେ। ଜିତିବା ପରେ ଗୋରୁ ବେପାରୀ ଆରାମରେ ପଶ୍ଚିମବଙ୍ଗକୁ ଗୋଚାଲାଣ କରିପାରିବେ।

କାଦରାୟାଁ ବସ୍ତିରେ ହୋଇଥିବା ଏକ ସଭାରେ ସେ କହିଛନ୍ତି, ନିର୍ବାଚନରେ ସେ ଜିତିବା ପରେ କାଦରାୟାଁରୁ ପଶ୍ଚିମବଙ୍ଗର ସୁନାକଣିଆକୁ ଗୋଚାଲାଣରେ କିଛି ଅସୁବିଧା ହେବନି। କିଛି ଅସୁବିଧା ହେଲେ-ବ୍ରଜପ୍ରଧାନ ଆଗରେ ଠିଆ ହେବ। ସେ ଏକଥା ବି କହିଛନ୍ତି, ଗୋ ଚାଲାଣକାରୀଙ୍କ ବିରୋଧରେ ପୋଲିସ ଯେତେବେଳେ କାର୍ଯ୍ଯାନୁଷ୍ଠାନ ନିଏ, ବର୍ତ୍ତମାନର ବିଧାୟକ କିଛି କରନ୍ତି ନାହିଁ। ଏଠି ପ୍ରଶ୍ନ ଉଠୁଛି-ବେଆଇନ ଗୋ ଚାଲାଣକୁ ଖୋଲାଖୋଲି ସମର୍ଥନ କରୁଛନ୍ତି କି ବ୍ରଜ ପ୍ରଧାନ।

ତୁଷ୍ଟୀକରଣ ରାଜନୀତି କରୁଛନ୍ତି କି? କିଛି ଲୋକଙ୍କ ଭୋଟ ହାତେଇବାକୁ ଗୋ ଚାଲାଣକୁ ସେ ସମର୍ଥନ କରୁଛନ୍ତି କି? ଗୋ ଚାଲାଣକାରୀଙ୍କୁ ସାହାଯ୍ୟ କରିବାକୁ ଖୋଲାଖୋଲି ଘୋଷଣା କରୁଛନ୍ତି। ଭୋଟ ହାତେଇବାକୁ ବିଜେପି କେଉଁ ସ୍ତରକୁ ଯାଏ, ଏହି ଭିଡିଓରୁ ତାହା ସ୍ପଷ୍ଟ ଭାବେ ଜଣାପଡୁଛି।

ନିର୍ବାଚନ ଚାଲିଥିବାବେଳେ ବରଗଡରେ ଜଘନ୍ୟ ହତ୍ୟାକାଣ୍ଡ

ବରଗଡ଼: ନିର୍ବାଚନ ଚାଲିଥିବାବେଳେ ସରସରାରେ ଜଘନ୍ଯ ହତ୍ୟାକାଣ୍ଡ। ବରଗଡ଼ ସଦର ବ୍ଲକ ସରସରା ଗାଁରେ ସୋମବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ସରସରାର ବିଶ୍ବନାଥ ମେହେର୍ଦ୍ଦା ବୋଲି ସୂଚନା ମିଳିଛି ।

କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ। ତେବେ ପୂର୍ବ ଶତୃତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସ୍ପି ପି.ଏସ୍ ମୀନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ହତ୍ୟା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

ହତ୍ଯା ଅଭିଯୁକ୍ତ ଅଶୋକ ମହାନନ୍ଦ ୪ ଦିନ ତଳେ ଜେଲରୁ ଫେରିଥିଲା ।

ମାଆ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି କାର୍ତ୍ତିକ ପାଣ୍ଡିଆନ 

ସମ୍ବଲପୁର: ଆଜି ସକାଳୁ ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ମାଆ ସମଲେଶ୍ବରୀଙ୍କ ଦର୍ଶନ ସହିତ ପୂଜକ ଓ ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ  ।

ମନ୍ଦିର ପରିସର ଓ ମହାନଦୀ ଆଳତି ଘାଟ ଦେଖିଥିଲେ ପାଣ୍ଡିଆନ । ଶେଷରେ ସମ୍ବଲପୁରର ବିଭିନ୍ନ ଗୋଷ୍ଠୀର ଲୋକଙ୍କ ସହ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ବିଷୟରେ ଆଲୋଚାନା କରିଛନ୍ତି  ।

ବଜାରକୁ ଆସୁଛି ଏମିତି ଇଭି, ସୁଟକେସ୍‌ରେ ନେଇପାରିବେ ବାଇକ

ନନ୍ଦିଘୋଷ ବ୍ୟୁରୋ: ଆପଣ ନିଶ୍ଚିତ ଭାବରେ ଅନେକ ବାଇକ୍ ଦେଖିଥିବେ, ଯେଉଁଥିରେ ଆପଣ ଭିନ୍ନ ଫିଚର୍‌ ଦେଖିଥିବେ ନିଶ୍ଚିତ । କେବଳ ଏତିକି ନୁହେଁ, ଯାହାର ଡିଜାଇନ୍ର ଆପଣ ପ୍ରଶଂସକ ଅଟନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ବାଇକ୍ ଡି ବ୍ଲାସି R7 ବିଷୟରେ କହିବୁ ଯାହାକୁ ଆପଣ ନିଜ ସୁଟକେସରେ ନେଇପାରିବେ  ।

ଏହି ବାଇକ୍ ପକ୍କା ରାସ୍ତାରେ ଚାଲିପାରିବ  । ଏହି ବାଇକ୍ ଏକ ଇଟାଲୀୟ ନିର୍ମାତା ଦ୍ୱାରା ନିର୍ମିତ  । ବାଇକ୍ ର ଆଗ ଏବଂ ପଛରେ ଦିଆଯାଇଥିବା ଶକ୍ ଅବଜରଭର ଏବଂ ପ୍ରଶସ୍ତ ଟାୟାର ସହିତ ଆପଣ ଏହାକୁ କଚ୍ଚା ରାସ୍ତାରେ ମଧ୍ୟ ଚଲାଇ ପାରିବେ  । ସର୍ବାଧିକ ୩୦ ମାଇଲ ବେଗ ସହିତ ଫ୍ରିୱେ ବ୍ୟତୀତ ସମସ୍ତ ରାସ୍ତାରେ ଏହା ଚଲାଇବା ଆଇନଗତ ଅଟେ  । “ଏକ୍ସପ୍ରେସ” ର ଏକ ଶକ୍ତିଶାଳୀ ଯାନ୍ତ୍ରିକ ଟର୍କ କନଭର୍ଟର ଭେରୋମେଟିକ୍ ଟ୍ରାନ୍ସମିସନ୍ ଅଛି  । ଯାହା ବାଇକକୁ ସହଜରେ ପାହାଡ ଚଢିବାକୁ ସକ୍ଷମ କରିଥାଏ  ।

ସୋସିଆଲ ମିଡିଆରେ ଏହି ଛୋଟ ବାଇକ୍ ବହୁତ ଭାଇରାଲ୍ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ବହୁତ ପସନ୍ଦ କରୁଛନ୍ତି  । ଏହି ଭିଣ୍ଟେଜ୍ ବାଇକ୍ ଇନଷ୍ଟାଗ୍ରାମ ଏବଂ ସୋସିଆଲ ମିଡିଆରେ ବହୁ ପ୍ରଶଂସା ଲାଭ କରିଛି  ।

ଏହି ବାଇକ ଡି ବ୍ଲାସି ଆର୭୦ ବାଇକ୍ ର ମୂଲ୍ୟ ପ୍ରାୟ ୩ ଲକ୍ଷ ୪୮ ହଜାର ଟଙ୍କା  । ଏହା ଏକ ଫୋଲ୍ଡିଂ ଇଲେକ୍ଟ୍ରିକ୍ ବାଇକ୍ ଯାହା ୫୦ କିଲୋମିଟର ପର୍ଯ୍ୟନ୍ତ ଗତି କରିପାରେ । ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ରହିଛି  । ଏହାର ବ୍ୟାଟେରୀ କ୍ଷମତା ମଧ୍ୟ ଭଲ । ଆପଣ ଏଥିରେ ଲଗେଜ୍ ମଧ୍ୟ ନେଇପାରିବେ  । ଏହି ବାଇକ୍ ର କିଛି ମଡେଲ୍କୁ ବନ୍ଦ କରାଯାଇଛି କିନ୍ତୁ ଏହା ସମୟ ସହିତ ଅପଡେଟ୍ ଭର୍ସନ ସହିତ ବଜାରରେ ଉପଲବ୍ଧ ହେବ ।

ବଲାଙ୍ଗୀର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ନେଇ ନିଜ କ୍ଷୋଭ ବଖାଣିଲେ ରାଜ୍ୟ ସଭାପତି

ବଲାଙ୍ଗୀର: ବଲାଙ୍ଗୀରର ଅମାନିଆ ରାଣୀ ତଥା ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା ସିଂଦେଓଙ୍କ ଜାତକ ଖୋଲିଦେଲେ ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ । ସଂଗୀତାଙ୍କ ବିରୋଧରେ ଅସହାୟ ଅବସ୍ଥାରେ ମନମୋହନ ବିଷ ଓଗାଳୁଥିବାର ଏକ ଭିଡିଓ ଭାଇରାଲ ହେଉଛି ।

ଜଣେ ବ୍ଯକ୍ତିଙ୍କ ସହ ଆଲୋଚନା ସମୟରେ ସଂଗୀତାଙ୍କୁ ସ୍ବାର୍ଥୀ ଏବଂ ଅମାନିଆ ବୋଲି କହି ମନମୋହନ ଭର୍ତ୍ସନା କରୁଛନ୍ତି । ଏକଦମ ଅସହାୟ ଅବସ୍ଥାରେ ମନମୋହନ କହିଛନ୍ତି, ବଲାଙ୍ଗୀରରେ ବିଜେପି ହାରିବାର କାରଣ କେବଳ ସଂଗୀତା ସିଂହଦେଓ । ସେ କାହାରି କଥା ବି ଶୁଣନ୍ତି ନାହିଁ । ଏପରିକି ନିଜ ସ୍ବାମୀ କେଭି ସିଂହଦେଓଙ୍କୁ ବି ମାନନ୍ତି ନାହିଁ । ସବୁବେଳେ ହାରିବା ସମ୍ଭାବନାଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ସୁପାରିସ କରନ୍ତି । ଗତ ସାଧାରଣ ନିର୍ବାଚନରେ ଯେଉଁଭଳି ହାରିବା ପ୍ରାର୍ଥୀଙ୍କୁ ଚୟନ କରିଥିଲେ ଏଥର ବି ସମାନ ଭୁଲ୍ କରିଛନ୍ତି । ଏକଥା ତାଙ୍କୁ କହିଲେ ବି ସେ ଶୁଣନ୍ତି ନାହିଁ ।

କୌଣସି କାମରେ ଲୋକଙ୍କୁ ପଚାରନ୍ତିନାହିଁ କିମ୍ବା ଭଲ ବ୍ଯବହାର ବି କରନ୍ତିନାହିଁ । ଲକ୍ଷେ ଲୋକଙ୍କୁ ନେଇ କାମ କରିହେବ କିନ୍ତୁ ସଂଗୀତାଙ୍କ ଭଳି ରାଣୀଙ୍କୁ ନେଇ କାମ କରିହେବନି ବୋଲି ମନମୋହନ କହିଛନ୍ତି । କେବଳ ଝିଅ ନିବୃତ୍ତିଙ୍କ ପାଇଁ ହିଁ ସଂଗୀତା ଲଗାମଧରି ଅଛନ୍ତି । ଜଣେ ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ରାଜ୍ଯସଭାପତିଙ୍କ ଏଭଳି ବୟାନକୁ ଦଳର ଭିତରେ ଯେ କିଛି ଭଲ ନାହିଁ ତାହା ପ୍ରମାଣିତ କରିଛି।

ଭିଡିଓରେ ମନମୋହନଙ୍କ ସ୍ବର ଅତି ଅସହାୟ ଭଳି ମନେହେଉଛି । ଗଣତନ୍ତ୍ରରେ ଲୋକ ପ୍ରତିନିଧି ହୋଇ ସଂଗୀତା କିଭଳି ରାଣୀ ଠାଣି ଦେଖାଉଛନ୍ତି ତାହାର ପ୍ରମାଣ ହେଉଛି ମନମୋହନଙ୍କ ବୟାନ । ବଲାଙ୍ଗୀରରେ ସଂଗୀତା କିଭଳି ଏକଛତ୍ରବାଦ ଶାସନ ଚଳାଇଛନ୍ତି ତାହାର ଉଦାହରଣ ହେଉଛି ମନମୋହନଙ୍କ ଏହି ଭାଇରାଲ ଭିଡିଓ । ପ୍ରଶ୍ନ ଉଠୁଛି, କାହିଁକି ସାଂସଦ ପ୍ରାର୍ଥୀଙ୍କୁ ଡରିଲା ଭଳି ରହିଛନ୍ତି ରାଜ୍ଯ ସଭାପତି ମନମୋହନ ସାମଲ ? ସଂଗୀତା ରାଜ୍ଯ ନେତୃତ୍ବଙ୍କୁ ଗୁରୁତ୍ବ ଦେଉନାହାଁନ୍ତି କି ? ସବୁଜାଣି ବି ଏଭଳି ଜଣେ ଅହଂକାରୀ ନେତ୍ରୀଙ୍କୁ କାହିଁକି ଟିକେଟ ଦେଉଛି ଭାରତୀୟ ଜନତା ପାର୍ଟି । ଆଜି ବଲାଙ୍ଗୀରରେ ଭୋଟ ଚାଲିଥିବାବେଳେ ଏହି ସମୟରେ ଭିଡିଓ ଭାଇରାଲ ହେଉଛି ।

ତେବେ ମନମୋହନଙ୍କ ପାଖରେ ଛିଡ଼ା ହୋଇ ଭିଡିଓଟି ସୁଟ୍ କରିଥିବା ଲୋକଟି ନିଶ୍ଚୟ ଭାବେ ବିଜେପିର ନେତା କିମ୍ବା କର୍ମୀ ହୋଇଥିବେ ଏବଂ ଜାଣିଶୁଣି ସଂଗୀତାଙ୍କୁ ସତକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହା ତାଙ୍କ ଉଦ୍ଯମ ବୋଲି ଅନୁମାନ କରାଯାଉଛି । ତେବେ ଏହା କେବେକାର ଭିଡିଓ ତାହା ସ୍ପଷ୍ଟ ହୋଇନାହିଁ ।