ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହା ୧୯ ତାରିଖ ଯାଏ ଚାଲିବ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ସଂସଦରେ ସବିଶେଷ ଆଲୋଚନା ଲାଗି ଦାବି କରିଥିଲେ ବିରୋଧୀ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି- ସର୍ବଦଳୀୟ ବୈଠକ ସଫଳ ହୋଇଛି। ଏଥିରେ ୩୬ ଦଳର ୫୦ରୁ ଅଧିକ ନେତା ଯୋଗ ଦେଇଥିଲେ। ଦେଶରେ ବିଏଲଓମାନେ ଆତ୍ମହତ୍ୟା କରିବା ପ୍ରସଙ୍ଗରେ ବି ସରକାରଙ୍କୁ ଘେରିଥିଲେ ଟିଏମସି ସାଂସଦ। ଏହି ଅଧିବେଶନରେ ୧୪ଟି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।..
ଦୈନିକ ଖବର କାଗଜ ‘ସକାଳ’ ସ୍ବନକ୍ଷତ୍ର ଦିବସ ଅବସରରେ ମିନିମାରାଥନ
ନନ୍ଦିଘୋଷ ବ୍ୟୁରୋ: ଦୌଡ଼ୁଛି ସାରା ଓଡ଼ିଶା । ଦୈନିକ ଖବର କାଗଜ ‘ସକାଳ’ ସ୍ବନକ୍ଷତ୍ର ଦିବସ ଅବସରରେ ’ସକାଳ’ ଏବଂ ’ନନ୍ଦିଘୋଷ ଟିଭି’ ପକ୍ଷରୁ ମିନିମାରାଥନ । ଭୁବନେଶ୍ବର ସମେତ ରାଉରକେଲା, ବାଲେଶ୍ବର, ସମ୍ବଲପୁର ଏବଂ ଜୟପୁରରେ ଅନୁଷ୍ଠିତ ହେଉଛି ମିନିମାରାଥନ । ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ସହରବାସୀମାନେ ଏହି ମାରାଥନରେ ଯୋଗ ଦେଇଛନ୍ତି । ଉତ୍ସାହର ସହ ଦୌଡ଼ୁଥିବା ଦେଖିବାକୁ ମିଳୁଛି ।
ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ: ବମ୍ଫକୁଦକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ
ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ: ବମ୍ଫକୁଦକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ
ନନ୍ଦିଘୋଷ ବ୍ୟୁରୋ: ଶେଷ ହୋଇଛି ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ବମ୍ଫକୁଦ ଟିମକୁ ହରାଇ ଦାରୁଥୁଙ୍ଗ ଗଡ଼ ଚାମ୍ପିଅନ ହୋଇଛି । Arise Youth Clubର ସମସ୍ତ ସଦସ୍ୟ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ । ଏହା ଦିପିନା ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଭାବେ ଜଣାଶୁଣା ।
ଫାଇନାଲ ମ୍ୟାଚରେ ଅତିଥି ଭାବେ ଭୁବନେଶ୍ୱର ବ୍ଲକର ଅଜିତ୍ ଶ୍ରୀଚନ୍ଦନ, ତପନ ଚକ୍ରବର୍ତ୍ତୀ, ସ୍ଵର୍ଣ୍ଣଲତା ବଳିଆରସିଂ, ଜ୍ଞାନରଞ୍ଜନ ପ୍ରଧାନ, ଜ୍ଞାନରଞ୍ଜନ ମାନସିଂହ (ପୂତୁଲୁ ଭାଈ), ସୁନିଲ୍ ସାହୁ (ଗାନ୍ଧୀ), ଦେବସ୍ମିତା (ମୋନା) ପ୍ରମୁଖ ଉପସ୍ଥିତ ଥିଲେ । ଫାଇନାଲ ପରେ ପୁରସ୍କାର ବିତରଣ ଉତ୍ସବକୁ ରାଜା ସ୍ବାଇଁ ପରିଚାଳନା କରିଥିଲେ ।
ଦିଲ୍ଲୀ ପୋଲିସ କବଜାରେ ତିନି ଆତଙ୍କବାଦୀ, ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ସହ ସମ୍ପର୍କ
ଦିଲ୍ଲୀ ପୋଲିସ କବଜାରେ ତିନି ଆତଙ୍କବାଦୀ, ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ସହ ସମ୍ପର୍କ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ହାତରେ ତିନି ପାକିସ୍ତାନୀ ଆତଙ୍କବାଦୀ । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଏମାନଙ୍କ ସମ୍ପର୍କ ଥିବା ସୂଚନା । ଏମାନେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ଗ୍ୟାଙ୍ଗର ବୋଲି କୁହାଯାଉଛି । ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଏହି ଗିରଫଦାରୀକୁ ଜୋଡି ଦେଖାଯାଉଛି । ତେବେ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ଡକ୍ଟର ଉମର ଉନ ନବୀ ସହ ଏମାନଙ୍କ ସାଧାସଳଖ ସମ୍ପର୍କ ଥିବା ନେଇ ସୁରକ୍ଷା ଏଜେନ୍ସି ସ୍ପଷ୍ଟ କରିନାହାନ୍ତି । ଏମାନେ ଉତ୍ତର ଭାରତରେ ରହୁଥିବା ବେଳେ ଆଇଏସଆଇ ସମ୍ପର୍କରେ ଥିଲେ ।
ଏହି ଗିରଫଦାରୀ ପରେ ଦିଲ୍ଲୀ ବ୍ଲାଷ୍ଟକୁ ନେଇ ନୂଆ ଦିଗ ପଦାକୁ ଆସିଛି । ଦିଲ୍ଲୀ ବ୍ଲାଷ୍ଟରେ କେବଳ ଆତଙ୍କବାଦୀ ସଂଗଠନ ସାମିଲ ନଥିଲେ । ଏମାନଙ୍କ ସହ ପାକିସ୍ତାନର ବଡ଼ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ବି ସାମିଲ ଥିବା ଜଣାପଡ଼ିଛି । ସମସ୍ତ ଆତଙ୍କବାଦୀଙ୍କୁ ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଧ୍ୟ ପ୍ରଦେଶରୁ କରାଯାଇଛି ।
କିଏ ଏହି ଶହଜାଦ ଭଟ୍ଟି ?
ପାକିସ୍ତାନର ପଞ୍ଜାମ ପ୍ରାନ୍ତର ମୂଳ ବାସିନ୍ଦା ହେଉଛି ଶହଜାଦ ଭଟ୍ଟି । ତା’ପାଖରେ ମରକ୍କାନ ପାସପୋର୍ଟ ଅଛି ଓ ସେ ୟୁଏଇରେ ଆକ୍ଟିଭ ରହିଛି । ନିଜକୁ ଇସଲାମ ଓ ପାକିସ୍ତାନର ସିପାହୀ କହି ସୋସିଆଲ ମିଡ଼ିଆରେ ଭିଡିଓ ପକାଇଥାଏ । ଲରେନ୍ସ ବତଷ୍ଣୋଇ ଗ୍ୟାଙ୍ଗ ସହ ତା’ର ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ପାର୍ଟନରସିପ ଥିଲା । ହେଲେ ୨୦୨୫ରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ିଯାଇଥିଲା । ୨୦୨୫ ଏପ୍ରିଲରେ ପହଲଗାମ ଟେରର ଆଟାକ ପରେ ବିଷ୍ଣୋଇ ଗ୍ୟାଙ୍ଗ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା । ଏହାର ଜବାବରେ ଭଟ୍ଟି ଭିଡିଓ ଜାରି କରି ସିଦ୍ଧୁ ମୁସେଓ୍ବାଲା (୨୦୨୨) ଓ ବାବା ସିଦ୍ଦିକି (୨୦୨୪) ହତ୍ୟା ଉପରୁ ପରଦା ଉଠାଇବାକୁ ଧମକ ଦେଇଥିଲା । ତା’ ପାଖରେ ପଲିଟିସିଆନ, ଫଣ୍ଡିଂ ଓ ଅସ୍ତ୍ରଶସ୍ତ୍ରକୁ ନେଇ ରେକର୍ଡିଂ ରହିଥିବା କହିଥିଲା ।

