ଭୁବନେଶ୍ବରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଗାନ୍ଧୀମାର୍ଗରେ ଭବ୍ୟ ପରେଡ୍ ସମାରୋହ ହୋଇଛି। ମହାମହିମ ରାଜ୍ୟପାଳଙ୍କ ସମ୍ମୁଖରେ କଳା ପ୍ରଦର୍ଶନ କଲେ ପୁରୀର ସାହି ଯାତ । ଏହା ହେଉଛି ଓଡ଼ିଶାର କଳା , ସଂସ୍କୃତି ଓ ଐତିହ୍ୟର ପରିଚୟ। ଗଞ୍ଜାମ ଜିଲ୍ଲାର ପଶୁମୁଖା କଳାକାର ନିଜର କଳା ପ୍ରଦର୍ଶନ କରିଛନ୍ତି। ପ୍ରକୃତି ଓ ପଶୁ ସଂପଦର ସୁରକ୍ଷାର ବାର୍ତ୍ତା ଦେଇ ଏହି ନୃତ୍ୟ ପରିବେଷଣ ହୋଇଛି । ପୁରୀ ଜିଲ୍ଲାର ବଡଘୋଡା ନାଚ ପରିବେଷଣ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳି ନୃତ୍ୟ ଓ ଜନଜାତି ଜୀବନ ଶୈଳୀ ସହ ସେମାନଙ୍କ ପର୍ବ ପର୍ବାଣୀ ସମୟର ନୃତ୍ୟ ପରିବେଷଣ ହୋଇଛି। ଏହା ସହ ୧୨ ଟି ପ୍ରଜ୍ଞାପନ ମେଢ଼ ସାମିଲ ହୋଇଛନ୍ତି।
ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେ: ପେଟର ଭୋଟ ମେଣ୍ଟାଉଛି ଭାତ ସହ ଲୁଣ ଓ ଲଙ୍କା
ପରିଚୟ ଖୋଜୁଛନ୍ତି କୋହ୍ଲସାହି ଗାଁ ଲୋକେ: ପେଟର ଭୋଟ ମେଣ୍ଟାଉଛି ଭାତ ସହ ଲୁଣ ଓ ଲଙ୍କା
ନନ୍ଦିଘୋଷ ବ୍ୟୁରୋ: ଆଜି ଆମେ ଏଭଳି ଏକ ଗାଁ ସମ୍ପର୍କରେ କହିବାକୁ ଯାଉଛି ଯାହାକୁ ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେନି । ଲୋକଙ୍କ ପାଖରେ ପହଞ୍ଚି ପାରନି ମୌଳିକ ସୁବିଧା ସୁଯୋଗ । ଯନ୍ତ୍ରଣାରେ କାଳ କାଟୁଛନ୍ତି ପିଲାଠୁ ବୟସ୍କ । ଡିଜିଟାଲ୍ ଇଣ୍ଡିଆର ନାରା ଦିଆଯାଉଥିବାବେଳେ ଏଠାରେ ମଣିଷ ନିଜ ପରିଚୟ ଖୋଜୁଛି । ଏଠିକାର ଲୋକଙ୍କ ପାଖରେ ନା ଅଛି ଆଧାର କାର୍ଡ, ନା ଅଛି ଭୋଟର ଆଇଡି । ଭାତ ଥାଳିରେ ଡାଲି, ତରକାରୀ ବଦଳରେ ସାହାରା ପାଲଟିଛି ଲୁଣ, ଲଙ୍କା ଓ ଜଙ୍ଗଲୀ କନ୍ଦା । ଆଉ ଏହି ଗାଁଟି ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତର କୋହ୍ଲସାହି ।
ସତେ ଯେମିତି ବିକାଶ ଏଠି ଆଖିଠାର ମାରୁଛି । ସ୍ବାଧୀନତାକୁ ୭୮ ବର୍ଷ ପୂରିଥିଲେ ବି ଏମାନେ ନିଜ ମାଟିରେ ଖୋଜୁଛନ୍ତି ପରିଚୟ । ଏଠାରେ ବସବାସ କରନ୍ତି ୧୦ଟି ଭୂମିହୀନ ଆଦିବାସୀ ପରିବାର । ନା ମୁଣ୍ଡ ଗୁଞ୍ଜିବାକୁ ଅଛି ପକ୍କା ଘର, ନା ଅଛି ବିଦ୍ୟୁତ୍ ସଂଯୋଗ । ଝାଟିମାଟି ଛୋଟ କୁଡ଼ିଆ ସାହା ଭରସା । ଏମାନଙ୍କ ପାଖରେ ନାହିଁ ଆଧାର କାର୍ଡ କି ରାସନ କାର୍ଡ । କୌଣସି ନେତା ଓ ମନ୍ତ୍ରୀଙ୍କ ପାଦ ଏହି ମାଟିରେ ପଡ଼ି ନାହିଁ । ଆଜିଯାଏଁ ନିର୍ବାଚନର ସ୍ୱାଦ ଚାଖିନାହାନ୍ତି ଏଠାକାର ଲୋକେ ।
ଭାତ ଥାଳିରେ ବାସୀ ଭାତ ସହ ଟିକେ ଲଙ୍କା ଗୁଣ୍ଡ । ଏ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଆସିଯିବ । ଏଠାକାର ଲୋକଙ୍କ ପାଇଁ ଏହା ନିତିଦିନିଆ ବାସ୍ତବତା । ହାତରେ ମୁଠାଏ ବାସୀ ଭାତ ଆଉ ଲୁଣ, ଲଙ୍କା । ଏହାକୁ ଖାଇ ଜୀବନ ବଞ୍ଚୁଛନ୍ତି ଏହି ଅଭାବୀ ମଣିଷ । ତିଅଣ ଏଠି ସାତସପନ । କେବେ ଭାଗ୍ୟରେ ଭଲ ଥିଲେ ଜଙ୍ଗଲରୁ ମିଳେ ‘କନ୍ଦା’ । ସରକାରଙ୍କ ପୁଷ୍ଟିକର ଖାଦ୍ୟ ଯୋଜନା ଏଠି କାଗଜ କଲମରେ ସୀମିତ ।
ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା
ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଆସିକା ଓ ଧରାକୋଟ ଅଞ୍ଚଳରେ ସୁଧୁରୁନି ମଣ୍ଡି ସମସ୍ୟା । ଚାଷୀଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି । କଟନି ଛଟନି ସହିତ ଶୋଷଣର ଶିକାର ହେଉଛନ୍ତି ଚାଷୀ । କୁଇଣ୍ଟାଲ ପିଛା ୬ କିଲୋ କଟା ଯାଉଥିବାରୁ ବଢ଼ୁଛି ଅସନ୍ତୋଷ । ସେପଟେ ସରକାର କେବଳ ଚାଷୀଙ୍କୁ ବାହାସ୍ଫୋଟ ମାରି ଭୁଆଁ ବୁଲାଉଥିବା କହିଛନ୍ତି ସ୍ଥାନୀୟ ବିଧାୟକ ।
କେବେ ସରକାର କିଣିବେ ଚାଷୀଙ୍କ ଧାନ ?
ଗଞ୍ଜାମ ଜିଲ୍ଲାରେ ଗତ ଡିସେମ୍ବର ୨୩ରୁ ଖୋଲିଛି ମଣ୍ଡି । ହେଲେ ଏଯାଏଁ ଅଧିକାଂଶ ଚାଷୀଙ୍କୁ ମିଳିନି ଟୋକନ । ଫଳରେ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ବସ୍ତା ଧାନ । କିଏ ଶୀତ କାକରରେ ଖଳା ମୁଣ୍ଡରେ ଧାନକୁ ଜଗି ବସିଛି ତ ପୁଣି ଆଉ କିଏ ଘର, ବାରଣ୍ଡା ଓ ମନ୍ଦିର ପ୍ରାଙ୍ଗଣରେ ଅମଳ ଧାନକୁ ସାଇତି ରଖିଛି ।
ମିଲରଙ୍କ ମନମାନୀ !
ସେପଟେ ମିଲରେ ଚାଲୁଛି ମିଲରଙ୍କ ମନମାନୀ । ପ୍ରତି କୁଇଣ୍ଟାଲ ପିଛା ୬ କିଲୋ କଟା ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ସୂତା ଅଖା ପାଇଁ ମିଲରେ ୭ ଶହ ଗ୍ରାମ କଟିଲା ପରେ ପୁଣି ୬ କିଲୋ ନେଉଥିବାରୁ ବଢୁଛି ଅସନ୍ତୋଷ । ପ୍ରତି ବ୍ଲକରେ ଚାଷୀଙ୍କଠାରୁ ଖୋଲା ଖୋଲି ମିଲର ଶୋଷଣ କରୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଚାଷୀ ଅଭିଯୋଗ କଲେ ସେମାନଙ୍କୁ ସୋସାଇଟି କର୍ମଚାରୀ ନାଲି ଆଖି ଦେଖାଇବା ଓ ଅଖା ନଦେବା ଭଳି ଅଭିଯୋଗ ଧରାକୋଟ ଅଞ୍ଚଳରୁ ଆସିଛି । ଘଟଣାରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ଜେନା ହସ୍ତକ୍ଷେପ କରିବା ପରେ ଚାଷୀଙ୍କୁ ଅଖା ମିଳିଛି । କଟନୀ ଛଟନୀ ନେଇ କୌଣସି ବିଭାଗୀୟ ଅଧିକାରୀ ମୁହଁ ଖୋଲୁ ନଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
ଆରଜେଡି କାର୍ଯ୍ୟକାରୀ ସଭାପତି ହେଲେ ତେଜସ୍ବୀ ଯାଦବ
ଆରଜେଡି କାର୍ଯ୍ୟକାରୀ ସଭାପତି ହେଲେ ତେଜସ୍ବୀ ଯାଦବ
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରୀୟ ଜନତା ଦଳର କାର୍ଯ୍ୟକାରୀ ସଭାପତି ହେଲେ ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ପାଟନାରେ ଆୟୋଜିତ ଆରଜେଡିର ଜାତୀୟ କାର୍ଯ୍ୟ ନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତେଜସ୍ବୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।
ଏହି ଅବସରରେ ତେଜସ୍ବୀଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବଡି ଦେବୀ ଉପସ୍ଥିତ ଥିଲେ । ତେଜସ୍ବୀଙ୍କ ଏହି ଉତ୍ତରଣ ଦଳର ସାଂଗଠନିକ ବିନ୍ୟାସକୁ ସୁଦୃଢ଼ କରିବା ସହ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ତେଜସ୍ବୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ତେବେ ତେଜସ୍ବୀଙ୍କୁ ଏହି ପଦବୀ ଦେବା ପରେ ଖୁସିନାହାନ୍ତି ଭଉଣୀ ରୋହିଣୀ ଆଚାର୍ଯ୍ୟ । ଗତ ବିଧାନସଭା ନିର୍ବାଚନ ପରେ ନିଜକୁ ରାଜନୀତିକୁ ଦୂରେଇବା ସହ ଏହି ପରାଜୟ ଲାଗି ତେଜସ୍ବୀଙ୍କୁ ଦାୟୀ କରିଥିଲେ ସେ । ୨୦୧୫ରେ ପ୍ରଥମ ଥର ଲାଗି ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାସହ ସଡ଼କ ଓ ପୂର୍ତ୍ତ ବିଭାଗ ଦାୟିତ୍ବ ସମ୍ଭାଳି ଥିଲେ । ୨୦୨୨ରେ ପୁଣି ଥରେ ତେଜସ୍ବୀ ନୀତୀଶ କୁମାରଙ୍କ ଅଧୀନରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।
୨୦୨୬ ଟି-୨୦ ବିଶ୍ବକପରୁ ହଟିଲେ ପାକିସ୍ତାନକୁ ଭୋଗିବାକୁ ପଡ଼ିପାରେ ୫ ବଡ଼ କାର୍ଯ୍ୟାନୁଷ୍ଠାନ, ଆଇସିସି ଦେଲା ଧମକ
୨୦୨୬ ଟି-୨୦ ବିଶ୍ବକପରୁ ହଟିଲେ ପାକିସ୍ତାନକୁ ଭୋଗିବାକୁ ପଡ଼ିପାରେ ୫ ବଡ଼ କାର୍ଯ୍ୟାନୁଷ୍ଠାନ, ଆଇସିସି ଦେଲା ଧମକ
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶ ପରେ ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୦୨୬ ଟି-୨୦ ବିଶ୍ବକପ ନଖେଳିବାକୁ ଯୋଜନା କରୁଛି । ପିସିବି ମୁଖ୍ୟଙ୍କ ତାଜା ବୟାନ ଏହି ଦିଗକୁ ଇଙ୍ଗିତ କରୁଥିବା ବେଳେ ଆଇସିସି ବି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହୋଇ ରହିଛି । ଆଉ ଆଇସିସି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଚେତବାନୀ ବି ଦେଇ ଦେଇଛି । ଯଦି ପାକିସ୍ତାନ ବିଶ୍ବକପରୁ ନିଜ ନାଁ କାଟିବ ତେବେ ତା’ ଉପରେ ୩ଟି ମ୍ୟାଚର ବ୍ୟାନ ଲଗାଇବାକୁ ଆଇସିସି ପ୍ରସ୍ତୁତି ଚଲାଇଛି । ସୂଚନାଯୋଗ୍ୟ, ପିସିବି ମୁଖ୍ୟ ମୋହସିନ ନକଓ୍ବି ବାଂଲାଦେଶକୁ ସମର୍ଥନ କରିବା ସହ ପାକିସ୍ତାନ ବି ବିଶ୍ବକପରୁ ବାହାର ହେବା ଭଳି ସଙ୍କେତ ଦେଇଛନ୍ତି । ତେବେ ଶେଷ ନିଷ୍ପତ୍ତି ପାକିସ୍ତାନ ସରକାର ନେବେ ବୋଲି ସେ କହିଛନ୍ତି ।
ବିଶ୍ବକପରୁ ଓହରିଲେ ଭୟଙ୍କ ହେବ ପାକିସ୍ତାନ ସ୍ଥିତି
ନକଓ୍ବିଙ୍କ ବୟାନ ପରେ ଆଇସିସି ଚେତାବନୀ ଦେବା ସହ ପିସିବି ଉପରେ ବ୍ୟାନ ଲଗାଇବାକୁ ପ୍ରସ୍ତୁତି ଚଲାଇଛି । ଆଉ ଏଥର ଆଇସିସି ଯେଉଁ କାର୍ଯ୍ୟାନୁଷ୍ଠାନ ନେବ ତାହା ପାକିସ୍ତାନ ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି କରିବ । ଯଦି ପାକିସ୍ତାନ ଟି-୨୦ ବିଶ୍ବକପରୁ ଓହରି ଯାଏ ତେବେ ଆଇସିସି କି ପଦକ୍ଷେପ ନେଇପାରେ ଆସନ୍ତୁ ଜାଣିବା…
୧. ପାକିସ୍ତାନର ଟି-୨୦ ଲିଗ ପିଏସଏଲରେ ବିଦେଶୀ ଖେଳାଳିଙ୍କ ଖଷଳିବା ୁପରେ ବ୍ୟାନ ଲାଗି ପାରେ ।
୨. ପାକିସ୍ତାନ ସହ ଦ୍ବିପେକ୍ଷିକ ସିରିଜ ଖଷଳାଯିବା ଉପରେ ବ୍ୟାନ ଲାଗିପାରେ ।
୩. ଏସିଆ କପରୁ ବି ପାକିସ୍ତାନକୁ ବାହାର ହେବାକୁ ପଡ଼ିପାରେ ।
୪. ଆଇସିସିରୁ ମିଳୁଥିବା ଫଣ୍ଡିଂ କମ କରାଯାଇପାରେ । ଯାହା ପିସିବିର ରାଜସ୍ବ ଉପରେ ପ୍ରଭାବ ପକାଇବ ।
୫. ପିଏସଏଲରୁ ଅନ୍ତରାଷ୍ଟ୍ରୀୟ ମାନ୍ୟତା ହଟାଇ ଦିଆଯାଇପାରେ ।

