spot_img
Home Blog Page 180

ଭାରତ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ବଢ଼ିଲା ଏଲପିଜି ଗ୍ୟାସ ଦର

ଭାରତ ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ବଢ଼ିଲା ଏଲପିଜି ଗ୍ୟାସ ଦର

ନନ୍ଦିଘୋଷ ବ୍ୟୁରୋ: ଇରାନ ସହ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଦିନ ଗଡ଼ିବା ସହ ବିଧ୍ବଂସକ ହେବାରେ ଲାଗିଛି । ଆମେରିକା ଓ ଇସ୍ରାଏଲ ମିଶି ଇରାନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛନ୍ତି । ସେପଟେ ଇରାନ ପାଲଟା ଆକ୍ରମଣ କରି ଏହି ଦୁଇ ଦେଶଙ୍କ ସୖ ମିଡିଲ ଇଷ୍ଟ ଦେଶଙ୍କ ନିଦ ହଜାଇ ଦେଇଛି । ମିଡିଲ ଇଷ୍ଟର ବିଭିନ୍ନ ଦେଶରେ ଥିବା ଆମେରିକା ବେସକୁ ଟାର୍ଗେଟ କରି ଧ୍ବଂସ କରିବାରେ ଲାଗିଛି । ଆଉ ଏହାରି ଭିତିରେ ହର୍ମୁଜ ପ୍ରଣାଳୀକୁ ଇରାନ ଅବରୋଧ କରିଛି । ଯାହାର ପ୍ରଭାବ ଏବେ ତେଲ ଓ ଗ୍ୟାସ ଉପରେ ପଡ଼ିଛି । ବିଭିନ୍ନ ଦେଶରେ ତେଲ ଓ ଗ୍ୟାସର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏମିତି ସ୍ଥିତିରେ ଭାରତରେ ଏଲପିଜି ଗ୍ୟାସର ମୂଲ୍ୟ ବଢ଼ିଛି । ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଥିବା ବେଳେ କମର୍ସିଆଲ ରେଟ ଏକାଥରେ ୧୧୫ ଟଙ୍କା ବୃଦ୍ଧି ପାଇଛି ।

ମିଡିଲ ଇଷ୍ଟର ଦେଶଗୁଡିକ ଉପରେ ଇରାନର ଆକ୍ରମଣ ଫଳରେ ଏଲପିଜି ଉତ୍ପାଦନ କମି ଯାଇଛି । ଏହା ସହିତ ପରିବହନ ମଧ୍ୟ ପ୍ରଭାବିତ ହୋଇଛି । ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଛି ଇରାନ। କାତାର, ଇରାକ, ସାଉଦି ଆରବ ପରି ଦେଶରେ ଏଲପିଜି ଉତ୍ପାଦନ କମିଛି । ଅନେକ କ୍ଷେତ୍ରରେ ଗ୍ଯାସ୍ ପ୍ଲାଣ୍ଟ ମଧ୍ୟ ବୋମା ମାଡ଼ରେ ଧ୍ଵଂସ ହୋଇଯାଇଛି । ଯାହା ଫଳରେ ଏଲପିଜି ଦାମ ବଢ଼ିବାରେ ଲାଗିଛି । କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ ମଧ୍ୟ ବଢ଼ିଛି । ଏହା ବ୍ୟାରେଲ ପିଛା ୯୦ ଡଲାର ପାର୍ କରିଛି । ତେଣୁ ଆଗକୁ ପେଟ୍ରୋଲ ଡିଜେଲ ଦାମ ବଢ଼ିବାର ଆଶଙ୍କା ବି ଦେଖାଦେଇଛି । ଯୁଦ୍ଧ ଯଦି ଆଗକୁ ବଢ଼ିବ ତେବେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦାମ ଆହୁରି ବଢ଼ିବାର ଆଶଙ୍କା ରହିଛି ।

ବଢ଼ିଲା ଏଲପିଜି ଦାମ ; ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଛି

ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଛି। କମର୍ସିଆଲ ରେଟ ବଢ଼ିଛି ୧୧୫ ଟଙ୍କା। ଇରାନ ଯୁଦ୍ଧ ପାଇଁ ଏହି ରେଟ୍ ବଢ଼ିଛି । ଅନେକ ଦେଶରେ ଏଲପିଜି ଉତ୍ପାଦନ କମି ଯାଇଛି।

ବଢ଼ିଲା ଏଲପିଜି ଦାମ । ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଛି। କମର୍ସିଆଲ ରେଟ ବଢ଼ିଛି ୧୧୫ ଟଙ୍କା। ଇରାନ ଯୁଦ୍ଧ ପାଇଁ ଏହି ରେଟ୍ ବଢ଼ିଛି।
ଅନେକ ଦେଶରେ ଏଲପିଜି ଉତ୍ପାଦନ କମି ଯାଇଛି। ଏହା ସହିତ ପରିବହନ ମଧ୍ୟ ପ୍ରଭାବିତ ହୋଇଛି। ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଛି ଇରାନ। କାତାର, ଇରାକ, ସାଉଦି ଆରବ ପରି ଦେଶରେ ଏଲପିଜି ଉତ୍ପାଦନ କମିଛି। ଅନେକ କ୍ଷେତ୍ରରେ ଗ୍ଯାସ୍ ପ୍ଲାଣ୍ଟ ମଧ୍ୟ ବୋମା ମାଡ଼ରେ ଧ୍ଵଂସ ପାଇଛି। ତେଣୁ ବଢ଼ିଛି ଏଲପିଜି ରେଟ୍। କେବଳ ସେତିକି ନୁହେଁ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ ମଧ୍ୟ ବଢ଼ିଛି। ଏହା ବ୍ୟାରେଲ ପିଛା ୯୦ ଡଲାର ପାର୍ କରିଛି। ତେଣୁ ଆଗକୁ ପେଟ୍ରୋଲ ଡିଜେଲ ଦାମ ବଢ଼ିବାର ଆଶଙ୍କା ଦେଖା ଦେଇଛି।
ଯଦି ଆଉ କିଛି ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନ ହୁଏ, ତେବେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦାମ ଆହୁରି ବଢ଼ିବାର ଆଶଙ୍କା ଅଛି। …

ଅଁଳାବେରେଣୀରେ ଦନ୍ତା ଆତଙ୍କ ; ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଗାଁରେ ଥମିବାର ନାଁ ଧରୁନି ହାତୀ ଆତଙ୍କ l ଗତକିଛିଦିନ ଧରି ଏହି ଅଞ୍ଚଳରେ ଏଗାର ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରିଥିବା ବେଳେ ଏକ ଗୋଠଛଡା ଦନ୍ତା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରିଛି l

ଜାତିଆଣ ଆକ୍ଷେପରୁ ଖୋର୍ଦ୍ଧା ଜଟଣୀରେ ବୋମାମାଡ଼ ; ଗୁରୁତର ନାବାଳକ ଏମ୍ସରେ ଭର୍ତ୍ତି

ଖୋର୍ଦ୍ଧା ଜିଲ୍ଲା ଜଟଣୀ ପଦନପୁର ଛକରେ ଫୁଟିଲା ବୋମା । ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା । ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି।

ଜାତିଆଣ ଆକ୍ଷେପରୁ କଥା କଟାକଟି ପରେ ଉତକ୍ଷିପ୍ତ ହୋଇ ଯୁବକ ଫିଙ୍ଗିଲେ ଦୁଇଟି ବୋମା । ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ନାବାଳକ ଗୁରୁତର। ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରା ଯାଇଛି। ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରିବା ଦାବିରେ ପିପିଲି – ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୋଲିସ ବୁଝାସୁଝା କରିବା ପରେ ସେମାନେ ହଟିଥିଲେ। …

ଶନି ଅସ୍ତ ସମୟରେ କ’ଣ କରିବା ଉଚିତ୍ ଏବଂ ଅନୁଚିତ୍ ? Astrologer Dr. Saswati Hazra | Maha Upaya

ଶନି ଅସ୍ତ ସମୟରେ କ’ଣ କରିବା ଉଚିତ୍ ଏବଂ ଅନୁଚିତ୍ ? Astrologer Dr. Saswati Hazra | Maha Upaya

ଶନି_ଅସ୍ତ_କଣ ? ଶନି ଅସ୍ତ ସମୟରେ କ’ଣ କରିବା ଉଚିତ୍ ଏବଂ ଅନୁଚିତ୍ ? ଆସନ୍ତୁ ଜାଣିବା ଆଜିର ମହାଉପାୟରେ କଣ କହୁଛନ୍ତି ଆମ ଜ୍ୟୋତିର୍ବିଦ୍ ଶାଶ୍ବତୀ ହାଜରାଙ୍କ ଠାରୁ …

ପାଇପ ଫାଟି ଯାଇଥିବାରୁ ୪ ମାସ ହେଲା ଆସୁନି ପିଇବା ପାଣି…

ଜୟପୁର : ଡଲାଇଲାଣି ଖରା । ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା । ଖରାଦିନ ଆରମ୍ଭରୁ ଏପରି ସ୍ଥିତି ଦେଖି ପ୍ରମାଦ ଗଣିଲେଣି ଲୋକେ । କୋରାପୁଟ ଜିଲ୍ଲା ଜୟପୁର ପୌର ପରିଷଦର ହାନାଗୁଡା । ସହରକୁ ଲାଗି ରହିଥିବା ଏହି ଗାଁରେ ୬୦ ପରିବାରର ଦୁଇଶହ ଲୋକ ବସବାସ କରୁଛନ୍ତି । ହେଲେ ଖରା ଦିନ ଆରମ୍ଭ ନହେଉଣୁ ଏଠାରେ ପାଣିପାଣି ହନ୍ତସନ୍ତ ହେଲେଣି ଲୋକେ । ପାଣି ପାଇପ୍ ଫାଟି ଯିବାରୁ ପ୍ରାୟ ୪ ମାସ ହେଲା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଗାଁରେ ଥିବା ଏକମାତ୍ର ନୁଳକୂପ ଏବେ ଲୋକଙ୍କ ଭରସା । ପୌର ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଅଭିଯୋଗ ପରେ ଜୟପୁର ଉପ ଜିଲ୍ଲାପାଳ ତୁରନ୍ତ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରିବାକୁ ଜୟପୁର ପିଏଚଡି ବିଭାଗକୁ ତାଗିଦ୍ କରିଛନ୍ତି । ପାଇପ ମରାମତି କରି ଲୋକଙ୍କୁ ସୁବିଧା ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ । ଆଗକୁ ଖରା ଅଧିକ ହେବା ଆଶଂକା ଥିବାରୁ ଖୁବଶୀଘ୍ର ହାନାଗୁଡା ଗ୍ରାମ ସମେତ ଜୟପୁର ସହରର ସମସ୍ତ ଅଞ୍ଚଳରେ ପାଣି ସମସ୍ୟା ଦୁର କରାଯିବ ବୋଲି କହିଛନ୍ତି କାଉନସିଲର । ପାଣି ନଥିବାରୁ କେନାଲ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ପାଣି ପାଇଁ ଅନେକ ସମୟରେ କାମକୁ ଯାଇ ପାରୁ ନଥିବା ଅଭିଯୋଗ କରିଛନ୍ତି ।

କଟକରେ CISFର ୫୭ ତମ ପ୍ରତିଷ୍ଠା ଦିବସ ପାଳିତ

କଟକ : ବିମାନକୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ । ଆତଙ୍କୀକୁ କାବୁ କରିବା ସହ ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି CISF । ବିମାନରୁ ଦଉଡ଼ି ସାହାଯ୍ୟରେ ତଳକୁ ଓହ୍ଲାଇ ଗୋଟି ଗୋଟି ଆତଙ୍କୀକୁ କରୁଛନ୍ତି ନିପାତ । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବିମାନରୁ ଯାତ୍ରୀଙ୍କୁ କରୁଛନ୍ତି ସୁରକ୍ଷିତ ଉଦ୍ଧାର । ତେବେ ଏହା ସତସତିକା ଘଟଣା ନୁହେଁ । CISFର ୫୭ ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଗରେ ଏମିତି ଏକ ଦୁଃସାହସିକ ଡେମୋ ଦେଖାଇଛନ୍ତି ଯବାନ । ଖାଲି ସେତିକି ନୁହେଁ ଭିଭିଆଇପିଙ୍କ ଗସ୍ତ ବେଳେ ହମଲାର ସଫଳ ମୁକାବିଲା । ଡ୍ରୋନ ସହାୟତାରେ ଔଷଧ ପ୍ରେରଣ ଠାରୁ ଆରମ୍ଭ କରି ଅନେକ ମକଡ୍ରିଲ ଅନୁଷ୍ଠିତ ହୋଇଛି । କଟକ ମୁଣ୍ଡୁଳି ସ୍ଥିତ ଖାରବେଳ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପାଳିତ ହୋଇଛି CISFର ୫୭ ତମ ପ୍ରତିଷ୍ଠା ଦିବସ । ରାଇଜିଂ ଡେ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମୁଖ୍ଯ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । CISF ଦେଶର ୩୬୧ ସମ୍ବେଦନଶୀଳ ପ୍ରତିଷ୍ଠାନକୁ ସୁରକ୍ଷା ଦେଇ ଆସୁଛି ଏବଂ ଏଥିପାଇଁ ଆମେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ଅମିତ ଶାହା ।
୪ଦିନ ଧରି ମୁଣ୍ଡୁଳି ସ୍ଥିତ CISF ପରିସରରେ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉତ୍ସବ ଶେଷ ଭାଗରେ CISF ଯବାନ ମାନେ ସୁରକ୍ଷାର ଆକର୍ଷଣୀୟ ଦୁସାହସିକ କୌଶଳ ସବୁ ଦେଖାଇଥିଲେ । ବିମାନ ଅପହରଣ, ଭିଭିଆଇପିଙ୍କ ଗସ୍ତର ସୁରକ୍ଷା, କାରଖାନା କିମ୍ବା ପେଟ୍ରୋଲ ପମ୍ପରେ ହଠାତ ଅଗ୍ନିକାଣ୍ଡର ମୁକାବିଲା ପରି ରଣକୌଶଳ ପ୍ରଦର୍ଶନ କରିଛନ୍ତି । ଖାଲି ସେତିକି ନୁହେଁ, ଦୁଃସାହସିକ ରଣକୌଶଳ ସାଙ୍ଗକୁ ନିଜର ଦକ୍ଷତା ଦେଖାଇଛନ୍ତି ଯବାନ । ଏହି ଅବସରରେ ସଫଳ ଅଫିସର ଓ ଯବାନଙ୍କୁ ଟ୍ରଫି ଓ ପଦକ ପ୍ରଦାନ କରାଯାଇଛି । ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ ।