spot_img
Home Blog Page 18

ମାଆ ପାଲଟିଲା ରାକ୍ଷସୀ, ନିଜ ଝିଅଙ୍କୁ କୂଅରେ ପକାଇ ମାରିଦେଲା

କୁଚିଣ୍ଡା : ମାଆ ପାଲଟିଲା ରାକ୍ଷସୀ । ନିଜର ୨ ଶିଶୁ କନ୍ୟାଙ୍କୁ କୂଅରେ ସେମାନଙ୍କୁ ମାରିଦେଇଛି ମାଆ। ତା ପରେ ଫେରାର ହୋଇ ଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଶର୍ଗୀଡିହି ଗାଁରେ ।ଜେମେସ ମାଡ଼କିଙ୍କ ୨ କନ୍ୟା ସନ୍ତାନ ଥିବା ବେଳେ ତାଙ୍କ ସ୍ତ୍ରୀ ସଞ୍ଜୁ ମାଡ଼କି ଦୁଇ ଝିଅଙ୍କୁ ନେଇ ଘରୁ ବାହାରିଥିଲେ । କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିଥିବା ଦେଖି ପିଲାମାନେ କୁଆଡ଼େ ଗଲେ ବୋଲି ଜେମେସ ପଚାରିଥିଲାେ। ସଂଜୁ ଯାହା କହିଲେ, ଜେମେସଙ୍କ ହୋସ୍ ଉଡ଼ିଗଲା। ଦୁଇ ଝିଅଙ୍କୁ କୂଅରେ ପକାଇ ଦେଇଥିବା ସେ କହିଥିଲେ। ସେଠାରେ ଦୌଡ଼ି ଦୌଡ଼ି ପଳାଇତିଲେ। ଜେମେସ ସାଙ୍ଗେ ସାଙ୍ଗେ କୂଅ ପାଖକୁ ଯାଇ ଗାଁ ଲୋକଙ୍କ ସହାୟତାରେ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଦୁଇ ଝିଅଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋଟିଏ ଝିଅର ବୟସ ୬ ବର୍ଷ ହୋଇଥିବା ବେଳେ ସାନ ଝିଅର ବୟସ ମାତ୍ର ଚାରି ମାସର। ତାର ନାମକରଣ ବି କରାଯାଇନି। ପୋଲିସ ଘଟଣାର ତଦନ୍ତ କରୁଛି।

ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ଆକ୍ରମଣ ମାମଲା, ଆଉ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ : ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କୁ ଆକ୍ରମଣ ଘଟଣାରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ମାନେ ହେଲେ ଶେରଗଡ଼ ବ୍ଳକ ପଥରପୁଞ୍ଜି ଗ୍ରାମର ଜିତୁ ସ୍ୱାଇଁ ଓ ରୁଦ୍ର ଗୌଡ଼ । ଗତ ୧୦ ତାରିଖ ରେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ବ୍ଲକ୍ ଅଫିସ ରେ ନିଜ ପ୍ରକୋଷ୍ଠ ରେ ଜନ ପ୍ରତିନିଧି ଙ୍କ ସହିତ ଆଲୋଚନା କରୁଥିବା ସମୟ ରେ ୧୦ରୁ ଉର୍ଦ୍ଧ ବିଜେପି କର୍ମୀ ଆକ୍ରମଣ କରିଥିଲେ। ଆଗରୁ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କୃଷ୍ଣ ଏବେ ଭୁବନେଶ୍ଵରରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆଜିଠୁ ବଢିବ ଇଣ୍ଡିଗୋ ବିମାନ ଦର

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ବଢିବ ଇଣ୍ଡିଗୋ ବିମାନ ଦର । ୪୨୫ ଟଙ୍କାରୁ ୨ ହଜାର ୩ଶହ ଟଙ୍କା ପର୍ଯ୍ୟନ୍ତ ବଢିବ ଭଡ଼ା । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଇଣ୍ଡିଗୋ ବିମାନ ଏହି ନିଷ୍ପତ୍ତି ନେଇଛି । ଯାତ୍ରୀଙ୍କ ପାଇଁ କାଲିଠୁ ଏହି ଦର ଲାଗୁ ହେବ । ତେବେ ଏହି ବର୍ଦ୍ଧିତ ଦର ଅନୁଯାଇ ଭାରତ ଏବଂ ଭାରତୀୟ ଉପମହାଦେଶର ସ୍ଥାନଗୁଡ଼ିକକୁ ଯାତ୍ରା କରିବାକୁ ହେଲେ ୪୫୦ ଟଙ୍କା  ଅଧିକ ଦେବାକୁ ପଡ଼ିବ।  ସେହିଭଳି ମଧ୍ୟପ୍ରାଚ୍ୟକୁ ଯାତ୍ରା କରୁଥିବା ଲୋକଙ୍କୁ ୯୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ଦକ୍ଷିଣ ପୂର୍ବ ଏସିଆ ଏବଂ ଚୀନର ସ୍ଥାନଗୁଡ଼ିକକୁ ଯାତ୍ରା କରିବାକୁ ହେଲେ ୧୮୦୦ ଟଙ୍କା ଏବ ୟୁରୋପ ଯାତ୍ରା ପାଇଁ  ଇନ୍ଧନ ଚାର୍ଜ ୨୩୦୦ ଟଙ୍କା ଯାତ୍ରୀଙ୍କୁ ଦେବାକୁ ପଡିବ ।  IATAର ଜେଟ୍ ଫୁଏଲ୍ ମନିଟର ଅନୁଯାୟୀ, ଯୁଦ୍ଧଗ୍ରସ୍ତ ଅଞ୍ଚଳ ପାଇଁ ଇନ୍ଧନ ମୂଲ୍ୟରେ 85 ପ୍ରତିଶତରୁ ଅଧିକ ବୃଦ୍ଧି ହୋଇପାରେ ।  ହଠାତ୍ ଇନ୍ଧନରେ ପ୍ରବଳ ବୃଦ୍ଧି ଯୋଗୁ  ଇଣ୍ଡିଗୋ ସମେତ ସମସ୍ତ ଏୟାରଲାଇନ୍ସର ଖର୍ଚ୍ଚ ଏବଂ ନେଟୱାର୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିବ ।

ଭାରତର ଏଲପିଜି ଜାହାଜକୁ ଅଟକାଇବ ନାହିଁ ଇରାନ

ନନ୍ଦିଘୋଷ ବ୍ୟୁରୋ : ଭାରତର ଏଲପିଜି ଜାହାଜକୁ ଅଟକାଇବ ନାହିଁ ଇରାନ। ଭାରତ ଆସୁଥିବା ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଛାଡ଼ିବ। ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ତେହେରାନ। ଖୁବ ଶୀଘ୍ର ଦୁଇଟି ଜାହାଜ ଭାରତରେ ପହଞ୍ଚିବ। ନୂଆଦିଲ୍ଲୀରେ ଥିବା ଇରାନର ରାଷ୍ଟ୍ରଦୂତ କହିଛନ୍ତି, ଭାରତ ହେଉଛି ଆମର ବନ୍ଧୁ ରାଷ୍ଟ୍ର। ତେଣୁ ଭାରତର ଜାହାଜକୁ ଅଟକା ଯିବ ନାହିଁ। ଇରାନର ଏହି ନିଷ୍ପତ୍ତି ପରେ ଦେଶରେ ଏଲପିଜି ସଂକଟର ଯେଉଁ ଆଶଙ୍କା ଥିଲା, ତାହା ଦୂର ହୋଇପାରେ। ସେପଟେ ଯୁଦ୍ଧ ଜୋରଦାର ହୋଇଛି। ଉଭୟ ପକ୍ଷରୁ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରହିଛି। ଇରାନ ଉପରେ ଇସ୍ରାଏଲ ଅନେକ କ୍ଷେପଣାସ୍ତ୍ର ବର୍ଷା କରିଥିବା ବେଳେ ଇରାନ ଦେଇଛି ଏହାର ଜବାବ। ଏପରିକି ଆମେରିକାର ସେନା ଶିବିର ଥିବା ଦୁବାଇ ଓ ରିୟାଦ ଉପରେ ଆକ୍ରମଣ କରିଛି ଇରାନ। ଲାଗୁଛି ଏବେ ଯୁଦ୍ଧ ଥମିବ ନାହିଁ। ଦିନକୁ ଦିନ ଆହୁରି ସଂକଟଜନକ ରୂପ ନେଇଛି ଏହି ଯୁଦ୍ଧ। … ଏହି ଯୁଦ୍ଧରେ ଇରାନର ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ହଜାରରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ଓ ଆମେରିକାର ସହଯୋଗୀ ଦେଶ ମଧ୍ୟ ଅନେକ କ୍ଷତି ସହିଲେଣି।

ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ : ଦୁବାଇରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଫସିଛନ୍ତି_ଓଡ଼ିଆ_ଶ୍ରମିକ

ଇରାନ ଓ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ଏବେ ଏକ ବିନାଶକାରୀ ମୋଡ଼ ନେଇଛି । ଇରାନ ବର୍ତ୍ତମାନ କେବଳ ଇସ୍ରାଏଲ୍ ନୁହେଁ, ବରଂ ମଧ୍ୟପ୍ରାଚ୍ୟର ପ୍ରାୟ ୧୧ଟି ଦେଶ ଇସ୍ରାଏଲ, ସାଉଦି ଆରବ, ସଂଯୁକ୍ତ ଆରବ, କୁଏତ, ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସାହାଯ୍ୟରେ କ୍ରମାଗତ ଆକ୍ରମଣ କରୁଛି । ଏହି ଆକ୍ରମଣ ଯୋଗୁ ଦୁବାଇରେ ବହୁ ସଂଖ୍ୟକ ଓଡିଆ ଶ୍ରମିକ ଫସି ରହିଛନ୍ତି ।

ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ ; ବେଙ୍ଗଳୁରୁ ଗଲେ ରାଜ୍ୟ କଂଗ୍ରେସ ବିଧାୟକ

ବେଙ୍ଗଳୁରୁ_ଗଲେ_ରାଜ୍ୟ_କଂଗ୍ରେସ_ବିଧାୟକ

ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗ । ବେଙ୍ଗଳୁରୁ ଗଲେ ରାଜ୍ୟ କଂଗ୍ରେସ ବିଧାୟକ । ୯ ଜଣ ବିଧାୟକ ବେଙ୍ଗାଲୁରୁ ଯାଇଛନ୍ତି । ପିସିସି ସଭାପତି ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁ ନେଇଛନ୍ତି ।

ଗ୍ଯାସ ଦର ବୃଦ୍ଧି ଓ ଗ୍ଯାସ ସିଲିଣ୍ଡରର ଅଭାବ ; ବିଜୁ ମହିଳା ଜନତା ଦଳ ପକ୍ଷରୁ ବକ୍ସିବଜାର ଠାରେ ବିକ୍ଷୋଭ ପ୍ରଦର୍ଶନ

କଟକରେ ରନ୍ଧନ ଗ୍ଯାସର ଅହେତୁକ ଦର ବୃଦ୍ଧି ଓ ଗ୍ଯାସ ସିଲିଣ୍ଡରର ମନୁଷ୍ୟାକୃତ ଅଭାବ ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ବକ୍ସିବଜାର ଠାରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଶତାଧିକ ମହିଳା ଏକାଠି ହୋଇ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି ।

ବନ୍ଧୁକ ଦେଖାଇ ମାଡ ମାରିବା ସହ ଲୁଟିନେଲେ ସୁନା ଅଳଙ୍କାର

ଦୁର୍ବୃତ୍ତଙ୍କ_ଆତଙ୍କରାଜ

ରାୟଗଡା ଫାୟାର୍ ଷ୍ଟେସନ ନିକଟରେ ଲୁଟେରାଙ୍କ ଆତଙ୍କ ; ବନ୍ଧୁକ ଦେଖାଇ ମାଡ ମାରିବା ସହ ଲୁଟିନେଲେ ସୁନା ଅଳଙ୍କାର

ରାୟଗଡା ଫାୟାର୍ ଷ୍ଟେସନ ନିକଟରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଲୁଟିନେଲେ ସୁନା ଅଳଙ୍କାର । ଲୁଟେରାଙ୍କ ମାଡରେ ପୂର୍ତ୍ତି ବିଭାଗର କର୍ମଚାରୀ ବସନ୍ତ କୁମାର ମିଶ୍ର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛନ୍ତି ଭର୍ତ୍ତି ।

ବାଣପୁର ଐତିହାସିକ ପଞ୍ଚୁଦୋଳର ମେଳନ ଯାତ୍ରା l

ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଗଣପର୍ବ ଐତିହାସିକ ପଞ୍ଚୁ୍ଦୋଳ ଯାତ୍ରା l ଏହି ପଞ୍ଚୁ୍ଦୋଳ ଯାତ୍ରା ଟି ବାଣପୁରର ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ l ପଞ୍ଚୁଦୋଳ ଯାତ୍ରାର ମେଳଣ ପର୍ବ ପ୍ରାୟ ଏକ ଘଣ୍ଟାଧରି ଧୁମ ଧାମରେ ପାଳିତ ହୋଇଯାଇଛି । ପ୍ରାୟ ୩୫୦ବର୍ଷ ତଳରୁ ବାଣପୁରର ଏହି ଗଣପର୍ବ ପାଳନ ହୋଇ ଆଶୁଥିବା ବେଳେ । ଚଳିତ ବର୍ଷ ଦୋଳ ପୂର୍ଣ୍ଣମାର ପଞ୍ଚାଦିନ ପରେ ବା ରବିବାର ରାତ୍ର ପ୍ରାୟ 2ଟା ପରେ l ପଞ୍ଚୁ୍ଦୋଳ ଯାତ୍ରାର ସ୍ଥାନାଧିପତି ଚରଣ ଚକାଦେବ..ମା’ ଭଗବତୀଙ୍କୁ ନିମନ୍ତ୍ରଣ କରିଥିଲେ l ମା ଭଗବତୀ ପଞ୍ଚୁ୍ଦୋଳ ପଡିଆରେ ଥିବା ଆସ୍ଥାନରେ ବିଜେ କରିବା ପରେପରେ ଉମାମହେଶ୍ୱର ଦେବ, ରଙ୍କନାଥ ଦେବ, ରଘୁନାଥ ଦେବ, ରାମେଶ୍ୱର ଦେବ ଆଦି ପ୍ରଭୁମାନେ ଆସ୍ଥାନ ବିଜେ କରୁଥିଲେ l ଏହା ପରେ ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁର ମାନେ ମେଳଣ ପଡିଆକୁ ଆସି ନିଜ ନିଜ ଆସ୍ଥାନରେ ବିଜେ କରିଥିଲେ । ତେବେ ଚଳିତ ବର୍ଷ 82ଟି ବିମାନରେ 166 ଦେବା ଦେବୀ ବିଜେ କରିଥିଲେ l

ସର୍ବ ପ୍ରଥମେ ମା’ ଭଗବତୀ ଓ ଚରଣ ଚକାଦେବ ପଞ୍ଚୁ୍ଦୋଳ ଯାତ୍ରାର ମେଳଣ ପଡିଆରେ ପ୍ରବେଶ କରି ଆସନ ଗ୍ରହଣ କରିବାପରେ l ଅନ୍ୟାନ୍ୟ ଦେବାଦେବୀ ମାନେ ସୁସଜିତ ଦୋଳ ବିମାନରେ ପାଟ ପଟୁଆର ରେ ଆସି ମେଳଣ ପଡିଆରେ ଥିବା ନିଜ ନିଜର ଅସ୍ଥାନରେ ବିଜେ କରିଥିଲେ । ସକାଳ 6ଟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପ ଠାରେ ସଂକୀର୍ତ୍ତନ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ l ପ୍ରାୟ ଦିନ 3ଟା ସମୟରେ ପ୍ରତିଯୋଗିତା ଶେଷ ହୋଇଥିଲା l ଏହାସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା।

ସୋମବାର ମେଳଣ ପର୍ବରେ ପଞ୍ଚୁଦୋଳ କମିଟି ତରଫରୁ ଶୋଭାଯାତ୍ରା ନିମନ୍ତେ ଶ୍ରୀ ଶ୍ରୀ ଭେଟିନାଥ ଦେବ ଭେଟେଶ୍ୱର .ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ l ଗାଲୁଆ ଗ୍ରାମର ଶ୍ରୀ ଶ୍ରୀ ବାବା .ଗୁପ୍ତେଶ୍ଵର ମହାଦେବ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ l ତୃତୀୟ ସ୍ଥାନରେ ମା, ଭଗବତୀ ଦେବୀ ବାଣପୁର ଦକ୍ଷେଶ୍ୱର ସାହି ଙ୍କୁ ଚୟନ କରାଯାଇ ଥିଲା l ଏଥିରେ ଜିଲ୍ଲାପାଳ ଅମ୍ରିତା ଋତୁରାଜ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଜିଲ୍ଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା , ପଞ୍ଚୁ୍ଦୋଳ କମିଟିର ଉପସଭାପତି ଅମର କାଣ୍ଡି, ସମ୍ପାଦକ ମାଧବ ଚନ୍ଦ୍ର ବାରିକି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପ୍ରଭୃତି ପୁରସ୍କାର ବିତରଣ କରିଥିଲେ।

ଗତକାଲି ସନ୍ଧ୍ୟାରୁ ଆଜି ଦିନ ତମାମ ହଜାର ହଜାର ସଂଖ୍ୟାର ଲୋକମାନେ ମେଳଣ ପଡିଆକୁ ଯାତାୟାତ କରୁଥିବା ବେଳେ । ଶ୍ରଦ୍ଧାଳୁମାନେ ପଞ୍ଚୁଦୋଳ ପଡିଆରେ ପହଞ୍ଚି ଦେବାଦେବୀଙ୍କ ଆଶୀର୍ବାଦ ଲାଭ କରିବା ସହ ଆନନ୍ଦ ଅନୁଭବ କରିଥିଲେ l
ଏହି ପଞ୍ଚୁ୍ଦୋଳ ଯାତ୍ରାରେ ବିଭିନ୍ନ ପ୍ରକାରର ଦୋକାନ ବଜାର ମାନ ଖୋଲା ଯାଇଥିବା ବେଳେ l ମହିଳା ଓ ପୁରୁଷ ମାନେ ଘର ସରଞ୍ଜାମ ନିମନ୍ତେ ଖଟ ପଲଙ୍କ, ଲୁହା ସାମଗ୍ରୀ ସମେତ ପିଲା ମାନଙ୍କ ନିମନ୍ତେ ଖେଳନା ସାମଗ୍ରୀ କିଣାବା ସହ..ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ଚଳିତ ବର୍ଷ ପଞ୍ଚୁ୍ଦୋଳ ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏଥିସହିତ ଛୋଟ ବଡ଼ ପିଲାମାନେ ବିଭିନ୍ନ ପ୍ରକାର ଦୋଳିରେ ବସି ମଜା ନେଉଥିଲେ l

ଅପରାହ୍ନର ଗୋଧୂଳି ସମୟରେ ସବୁ ଦେବଦେବୀ ଯଂଜ୍ଞ ମଣ୍ଡପ ଠାରେ ରୁଣ୍ଡହୋଇ l ମେଳନ ନିମନ୍ତେ ଯଜ୍ଞ ମଣ୍ଡପର ଚତୁଃପାର୍ଶ୍ଵରେ ପରିକ୍ରମା କରିଥିଲେ l ଏହି ମେଳନ ସମୟରେ ମା,ଭଗବତୀ ଓ ଚନ୍ଦ୍ରଶେଖରଙ୍କର ମିଳନ ହୋଇଥିଲା। ପରେ ପରେ ସମସ୍ତ ଦେବାଦେବୀ ମେଳଣ ପର୍ବରେ ସାମିଲ ହୋଇ ଯଂଜ୍ଞ ମଣ୍ଡପକୁ ସାତଥର ପରିକ୍ରମା କରିଥିଲେ l ମା’ ଭଗବତୀ ପ୍ରଥମେ ମେଳଣ ପଡିଆରୁ ପ୍ରତ୍ୟାବର୍ତନ କଲାପରେ ଅନ୍ୟ ଠାକୁର ମାନେ ମେଳଣ ପଡିଆରୁ ନିଜ ନିଜ ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତନ କରିଥିଲେ l

ପଞ୍ଚୁ୍ଦୋଳ ଯାତ୍ରାନିମନ୍ତେ l ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ପ୍ରଦାନ କରାଯାଇଥିଲା l ବହୁ ସଂଖ୍ୟକ ଲୋକଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ବାଲୁଗାଁ ଏସ୍ଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ, ବାଣପୁର ଆଇଆଇସି ରମେଶ କୁମାର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ପ୍ରମୁଖ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ପଞ୍ଚୁଦୋଳ କମିଟିମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଅକ୍ଲାନ୍ତ ପରିଶ୍ରମ ଫଳରେ ଚଳିତ ବର୍ଷ ସୁଚାରୁ ରୂପେ ମେଳଣ ପର୍ବ ସମାପନ ହୋଇଛି।