spot_img
Home Blog Page 1768

ମୋଦିଙ୍କ ନୂଆ ମନ୍ତ୍ରିମନ୍ତ୍ରିମଣ୍ଡଳ , ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ଘୋଷଣା ହୋଇଛି ମୋଦିଙ୍କ ମନ୍ତ୍ରିମଣ୍ଡଳ । ନଜର ପକାନ୍ତୁ କ୍ୟାବିନେଟ ଓ ରାଷ୍ଟମନ୍ତ୍ରୀଭାବେ କାହାକୁ ମିଳିଲା କେଉଁ ଦାୟିତ୍ବ ।

କ୍ଯାବିନେଟ ପାହ୍ଯା

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ

ଅମିତ ଶାହ, ଗୃହମନ୍ତ୍ରୀ

ଏସ୍ ଜୟଶଙ୍କର, ବୈଦେଶିକ ମନ୍ତ୍ରୀ

ନୀତୀନ ଗଡ଼କରି, ସଡ଼କ ପରିବହନ ମନ୍ତ୍ରୀ

ଜେପି ନଡ୍ଡା, ସ୍ଵାସ୍ଥ୍ୟ ମନ୍ତ୍ରୀ

ଶିବରାଜ ସିଂହ ଚୌହାନ, କୃଷି, ଓ ଗ୍ରାମୀଣ ବିକାଶ ମନ୍ତ୍ରୀ

ନିର୍ମଳା ସୀତାରମଣ, ଅର୍ଥ ମନ୍ତ୍ରୀ

ମନୋହର ଲାଲ ଖଟ୍ଟର, ଶକ୍ତି ଓ ସହରୀବିକାଶ ମନ୍ତ୍ରୀ

ଏଚଡି କୁମାରସ୍ଵାମୀ, ଇସ୍ପାତ ଓ ଭାରୀ ଉଦ୍ୟୋଗ

ପୀୟୁଷ ଗୋୟଲ, ବାଣିଜ୍ୟ ମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷା ମନ୍ତ୍ରୀ

ଜିତନ ରାମ ମାଞ୍ଝି, ଏମଏସଏମଇ ମନ୍ତ୍ରୀ

ଲଲନ ସିଂହ, ପଞ୍ଚାୟତିରାଜ ମନ୍ତ୍ରୀ

ସର୍ବାନନ୍ଦ ସୋନୱାଲ, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ

ରାମ ମୋହନ ନାଇଡୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ପ୍ରହ୍ଲାଦ ଯୋଶୀ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଜୁଏଲ ଓରାମ, ଆଦିବାସୀ କଲ୍ୟାଣ ମନ୍ତ୍ରୀ

ଗିରିରାଜ ସିଂହ, ବୟନଶିଳ୍ପ ମନ୍ତ୍ରୀ

ଅଶ୍ଵିନୀ ବୈଷ୍ଣବ, ସୂଚନା ଓ ପ୍ରସାରଣ ମନ୍ତ୍ରୀ

ଜ୍ୟୋତିରାଦିତ୍ୟ ସିନ୍ଧିଆ, ଟେଲିକମ ମନ୍ତ୍ରୀ

ଭୂପେନ୍ଦ୍ର ଯାଦବ, ପରିବେଶ ମନ୍ତ୍ରୀ

ଗଜେନ୍ଦ୍ର ସିଂ ଶେଖାୱତ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ

ଅନ୍ନପୂର୍ଣ୍ଣା ଦେବୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

କିରଣ ରିଜିଜୁ, ସଂସଦୀୟ ବ୍ୟାପାର ମନ୍ତ୍ରୀ

ହରଦୀପ ସିଂ ପୁରୀ, ପେଟ୍ରୋଲିୟମ ମନ୍ତ୍ରୀ

ମନସୁଖ ମାଣ୍ଡଭୀୟ, ଶ୍ରମ ଓ କ୍ରୀଡ଼ା ମନ୍ତ୍ରୀ

ଚିରାଗ ପାଶ୍ଵାନ, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ

ବୀରେନ୍ଦ୍ର କୁମାର, ସାମାଜିକ ନ୍ୟାୟ ମନ୍ତ୍ରୀ

ଜି. କିଶନ ରେଡ୍ଡି, କୋଇଲା ଓ ଖଣି ମନ୍ତ୍ରୀ

ସିଆର. ପାଟିଲ, ଜଳଶକ୍ତି ମନ୍ତ୍ରୀ

 

ରାଷ୍ଟ୍ରମନ୍ତ୍ରୀ ପାହ୍ୟା

————————-

ହର୍ଷ ମାଲହୋତ୍ରା, ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ

ଅଜୟ ତମତା, ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ

ସୁରେଶ ଗୋପୀ, ପେଟ୍ରୋଲିୟମ, ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ

—————-

ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ)

ଜିତେନ୍ଦ୍ର ସିଂ, ପିଏମଓ, ବିଜ୍ଞାନ ଓ ବୈଷୟିକ

ଅର୍ଜୁନ ମେଘୱାଲ, ଆଇନ ଓ ନ୍ୟାୟ

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ମୋଦିଙ୍କ ତୃତୀୟ ପାଳିର ସାମନାକୁ ଆସିଛି ନୂଆ ମନ୍ତ୍ରୀଙ୍କ ନାଁ। ଏଥିରେ ୪ କ୍ୟାବିନେଟ ମନ୍ତ୍ରୀ ନିଜ ନିଜର ମନ୍ତ୍ରଣାଳୟ ବଜାୟ ରଖିଛନ୍ତି। ଅମିତ ଶାହା ଗୃହମନ୍ତ୍ରୀ ହୋଇଛନ୍ତି। ସେହିପରି ରାଜନାଥ ସିଂହ ପ୍ରତିରକ୍ଷା, ନୀତୀନ ଗଡ଼କରି ସଡ଼କ ଓ ପରିବହନ ଓ ଏସ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ଵ ପୁଣି ସମ୍ଭାଳିବେ। ସେହିପରି ହର୍ଷ ମଲହୋତ୍ରା ଓ ଅଜୟ ତମତା ସଡ଼କ ଓ ପରିବହନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ଆଜି ରାତି ସୁଦ୍ଧା ଅନ୍ୟ ମନ୍ତ୍ରୀମାନଙ୍କ ନାଁ ଘୋଷଣା ହେବା ସମ୍ଭାବନା ରହିଛି।

ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରାଳୟ

ଅମିତ ଶାହ, ଗୃହମନ୍ତ୍ରାୟ

ଏସ୍ ଜୟଶଙ୍କର, ବୈଦେଶିକ ମନ୍ତ୍ରାଳୟ

ନୀତୀନ ଗଡ଼କରି, ସଡ଼କ ପରିବହନ ମନ୍ତ୍ରାଳୟ

ମନୋହରଲାଲ ଖଟ୍ଟର, ଶକ୍ତିମନ୍ତ୍ରାଳୟ

ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷାମନ୍ତ୍ରାଳୟ

ଅଶ୍ବିନୀ ବୈଷ୍ଣବ- ରେଳ ଓ ସୂଚନା, ପ୍ରସାରଣ ବିଭାଗ

ଜେପ୍ପି ନଡ୍ଡା- ସ୍ବାସ୍ଥ୍ୟ ବିଭାଗ

ନିର୍ମଳା ସିତାରମଣ – ଅର୍ଥ ମନ୍ତ୍ରାଳୟ

ଜୁଏଲ ଓରାମ- ଆଦିବାସୀ ବ୍ୟାପାର ମନ୍ତ୍ରାଳୟ

ଚିରାଗ ପାଶଓ୍ବାନ- କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ

ଦୁଲୁକୁଛି ଫୁଲବାଣୀ ସହର, ଧୁମଧାମରେ ଚାଲିଛି ମାଆ ନାରାୟଣୀଙ୍କ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ଫୁଲବାଣୀ ସହର । ଚାଲିଛି ମାଆ ନାରାୟଣୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା । ଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଛି ସାଂସ୍କୃତିକ କାର୍ଯ୍ଯକ୍ରମ ସାଙ୍ଗକୁ ମୀନାବଜାରର ସମ୍ଭାର । ପ୍ରତିଦିନ ମା ଙ୍କୁ ଦର୍ଶନ କରିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।   ସେପଟେ ଯାତ୍ରାକୁ ଶୃଙ୍ଖଳିତ ଭାବେ ସାରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ଦୁଲୁକୁଛି ଫୁଲବାଣୀ ସହର । ଧୁମଧାମରେ ଚାଲିଛି ମାଆ ନାରାୟଣୀଙ୍କ ଯାତ୍ରା। ନାଲି ନେଳୀ ଆଲୋକମାଳାରେ ଝଲସୁଛି ଗାଁ ଦାଣ୍ଡ । କେଉଁଠି ରଥ ଓ କଳାକୁଞ୍ଜ ତ କେଉଁଠି ବଡ ବଡ ଲାଇଟଗେଟ ଲଗାଯାଇଛି । ପ୍ରତିଦିନ ସନ୍ଧ୍ଯାରେ ମା ନାରାୟଣୀ ପାଶ୍ୱର୍ଦେବୀ ମାଆ ବରାଳଦେବୀ, ମା’ ବ୍ୟାଘ୍ରଦେବୀ , ମା’ ବ୍ରାହ୍ମଣଦେବୀ ଓ ଗ୍ରାମ୍ୟଦେବୀଙ୍କ ସହ ନାନା ପାଟ ପଟୁଆରରେ ବାହାରି ବଜାର ପରିକ୍ରମା କରୁଛନ୍ତି । ମାଆଙ୍କ ଘଟ ପରିକ୍ରମା ବେଳେ ଚାଙ୍ଗୁ ବାଦ୍ଯର ତାଳେ ତାଳେ ବେଶଧାରୀ ମାନେ ନୃତ୍ଯ ପରିବେଷଣ କରୁଛନ୍ତି । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଏବଂ ପ୍ରତିଦିନ ସନ୍ଧ୍ଯାରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଏବଂ ମୀନାବଜାର ଲୋକଙ୍କ ମନମୋହୁଛି ।

ପ୍ରତି ଦୁଇ ବର୍ଷ ବ୍ଯବଧାନରେ ଫୁଲବାଣୀରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ନାରାୟଣୀଙ୍କ ଯାତ୍ରା । ଚଳିତ ଥର ୯ଟି ସ୍ଥାନରେ ସୁସଜ୍ଜିତ ମେଢ ଦର୍ଶନୀୟ ହୋଇଛି । ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ୧୧ ତାରିଖରେ ସମାପନ ହେବ। ସେପଟେ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

 

କିଏ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ ?

ନନ୍ଦିଘୋଷ ବ୍ୟୁରୋ: କିଏ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ ଏବେ ତାରି ଉପରେ ସମସ୍ତଙ୍କ ନଜର । ଏହାରି ଭିତରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଦାୟିତ୍ୱ ନେଇ ସାରିଥିବା ବେଳେ, ଓଡିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଦଳ ନୂଆ ପର୍ଯ୍ୟବକ୍ଷକ ମଧ୍ୟ ନିଯୁକ୍ତ କରିଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । କିଏ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ତାହା ଏହି ଦୁଇ ନେତା ନିର୍ଣ୍ଣୟ କରିବେ। ଆସନ୍ତାକାଲି ବଛାଯିବ ବିଜେପି ବିଧାୟକ ଦଳ ନେତା। ଅନ୍ୟପଟେ ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ବିଜେପି ନେତା ସୁରେଶ ପୂଜାରୀ। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ। ବିଧାୟକ ଦଳ ବୈଠକରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ଥିର କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ।

ପଓ୍ବନ କଲ୍ୟାଣ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତେବେ ଜନସେନା ମୁଖ୍ୟ ତଥା ଅଭିନେତା ପଓ୍ବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି । କେବଳ ଉପମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କୁ ଏକ ଗୁରୁ ଦାୟିତ୍ବ ଦିଆଯିବ ବୋଲି ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ନିକଟରେ ଏକ ଇଣ୍ଟରଭିୟୁରେ ପଓ୍ବନ କଲ୍ୟାଣ କହିଛନ୍ତି କି, କ୍ୟାବିନେଟରେ ଯୋଗ ଦେବାକୁ ଇଛୁକ । ପଓ୍ବନ କଲ୍ୟାଣଙ୍କ ହାତରେ ଏବେ ବହୁ ବଡ଼ ବଡ଼ ଫିଲ୍ମର ଅଫରମାନ ରହିଛି । ଏଣୁ ସେ ଅଭିନୟ ସାଙ୍ଗକୁ ରାଜନୀତି କେମିତି ମ୍ୟାନେଜ କରିବେ ତାହା ଦେଖିବାର ବିଷୟ ।

ପୂର୍ବରୁ ଟିଡିପି ଏବଂ ଜନସେନା ପକ୍ଷରୁ ଅଭିଯୋଗ କରାଯାଇଛି କି, ପୂର୍ବ ସରକାର ଗ୍ରାମାଞ୍ଚଳ ଏବଂ ପଞ୍ଚାୟତସ୍ତରକୁ ଅଣଦେଖା କରିଛନ୍ତି । ଅର୍ଥ ଠିକ୍ ଭାବେ ଆବଣ୍ଟନ କରାଯାଇନାହିଁ । ଏଣୁ ଗୃହ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପଓ୍ବନ କଲ୍ୟାଣଙ୍କୁ ମିଳିପାରେ ।

 

ମୋଦିଙ୍କ ଶପଥ ଗ୍ରହଣ ପରେ ଏମିତି କହିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରବିବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଦେଶ ବିଦେଶରୁ ମୋଦିଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସହବାଜ ଶରିଫ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଟି-୨୦ ବିଶ୍ବକପରେ କେବେ ବଡ଼ ପାଳି ଖେଳିବେ ଜାଡେଜା ?

ନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା । ଯେଉଁଥିରେ ଭାରତ ୬ ରନରେ ବିଜୟ ହୋଇଛି । ୧୨୦ ରନର ଲକ୍ଷ୍ୟ ରହିଥିବାବେଳେ ପାକିସ୍ତାନ ଏହାକୁ ପୂରଣ କରିବାରେ ବିଫଳ ହୋଇଥିଲା । ତେବେ ଋଷଭ ପନ୍ଥ ଏବଂ ଅକ୍ଷର ପଟେଲଙ୍କ ଯୋଡ଼ି ଏହି ସ୍କୋର କରିବାରେ ସକ୍ଷମ ହୋଇଥିଲା । ଅନ୍ୟ କୌଣସି ଖେଳାଳି ସେମିତି ବଡ଼ ପାଳି ଖେଳିନଥିଲେ । କୋହଲି, ସୂର୍ଯ୍ୟକୁମାର ଯାଦବ, ଶିଭ ଦୁବେ ବିଫଳ ହୋଇଥିଲେ । ତେବେ ଜାଡେଜାଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଥିଲେ ସୁଦ୍ଧା ସେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂରେ ଚମକ ଦେଖା ପାରିନଥିଲେ ।

ତେବେ କେବଳ ଗତକାଲିର ମ୍ୟାଚ ନୁହେଁ । ଯଦି ଟି-୨୦ ବିଶ୍ବକପରେ ଜାଡେଜାଙ୍କ ବ୍ୟାଟିଂ ରେକର୍ଡ ଉପରେ ନଜର ପକାଇବା ତାହେଲେ ୧୧ଟି ପାଳିରେ ୯୯ଟି ବଲ ଖେଳି ୯୫ ରନ ସଂଗ୍ରହ କରିଛନ୍ତି । ଟି-୨୦ ବିଶ୍ବକପରେ ଏଭଳି ପ୍ରଦର୍ଶନ ଏକ ନୈରାଶ୍ୟଜନକ ପ୍ରଦର୍ଶନ କହିଲେ ଅଚ୍ୟୁକ୍ତି ହେବ ନାହିଁ । ତେବେ ସେ ୨୦୦୯ ମସିହାରୁ  ଟି-୨୦ ବିଶ୍ବକପ ଦଳରେ ଖେଳି ଆସୁଛନ୍ତି । ମାତ୍ର ବୋଲିଂରେ ସେ ଉଚ୍ଚକୋଟିର ପ୍ରଦର୍ଶନ କରିଥାନ୍ତି । ଜାଡେଜା ୨୧ ଓ୍ବିକେଟ ଅକ୍ତିଆର କରିବା ସହ ଜଣେ ସଫଳ ଭାରତୀୟ ବୋଲର ଭାବେ ଟି-୨୦ ବିଶ୍ବକପରେ ରେକର୍ଡ ରହିଛି ।

 

ବୃଦ୍ଧାଙ୍କୁ ଘରୁ ଘୋଷାଡି ନେଇ ଛିନ୍‌ଭିନ୍ କରି ମାରି ଖାଇଲା ବାଘ

ରାୟପୁର: ଛତିଶଗଡ଼ କାଂକେର ଜିଲ୍ଲା ଚନାର ଗାଁରେ ବାଘ ଆତଙ୍କ। ବୃଦ୍ଧାଙ୍କୁ ଘରୁ ଟାଣି ନେଇ ଛିନ୍‌ଭିନ୍ କରି ମାରି ଖାଇଲା ବାଘ। ଚନାର ଗାଁର ୭୫ ବର୍ଷୀୟା ରାଜିମ୍ ବାଇ ଗରମ ଯୋଗୁଁ ଘର କବାଟ ଖୋଲି ଶୋଇଥିଲେ  ।

ଠିକ୍ ଏହି ସମୟରେ ଏକ ଚିତାବାଘ ରାଜିମ୍ ବାଇଙ୍କୁ ଘର ଭିତରୁ ଟାଣି ନେଇ ମାରି ଦେବା ସହ ଖିନ୍‌ଭିନ୍ କରି ଖାଇଥିଲା। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଖଣ୍ଡବିଖଣ୍ଡିତ ମୃତଦେହକୁ ଛାଡ଼ି ଚାଲି ଯାଇଥିଲା ବାଘ। ମଣିଷ ଖିଆ ଚିତାବାଘକୁ ନେଇ ଏବେ ସେ ଅଞ୍ଚଳରେ ଆତଂକ ସୃଷ୍ଟି ହେବା ସହିତ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି l

ଘଟଣାସ୍ଥଳରେ ଛତିଶଗଡ ବନ ବିଭାଗ କର୍ମଚାରୀ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଚିତାବାଘକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି ବନ ବିଭାଗ କର୍ମଚାରୀ  ।

ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ

ଭୁବନେଶ୍ବର: ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ । ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡିଥିବା କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପଦ ଛାଡିଲେ ଭକ୍ତ । AICC ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।

ମାର୍ଚ୍ଚ ୨୨ରେ ପ୍ରଚାର କମିଟି ଅଧ୍ଯକ୍ଷ ଦାୟିତ୍ଵ ନେଇଥିଲେ। ରାଜ୍ଯରେ ଆଶାନୁରୂପ ସଫଳତା ପାଇନାହିଁ କଂଗ୍ରେସ। ଦଳର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ଭକ୍ତ ଦାସ।

କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା, କାରଣ ଖୋଜୁଛି ପୋଲିସ

ଅଟାୱା: କାନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ଯା। ୨୮ ବର୍ଷୀୟ ଯୁବକ ଯୁବରାଜ ଗୋୟଲଙ୍କୁ ଗୁଳିକରି ହତ୍ଯା କରାଯାଇଥିବା ଜଣାପଡିଛି। ୨୦୧୯ରେ ଯୁବରାଜ ଗୋୟଲ ପଞ୍ଜାବରୁ ଷ୍ଟୁଡେଣ୍ଟ ଭିସାରେ କାନାଡା ଚାଲି ଯାଇଥିଲେ। ନିକଟରେ ଯୁବରାଜ ଗୋୟଲଙ୍କୁ କାନାଡା ନାଗରିକ ଭାବେ ମାନ୍ଯତା ମିଳିଥିଲା।

ଯୁବରାଜ ସେଲ୍ସ ଏକଜିକ୍ଯୁଟିଭ ଭାବେ କାମ କରୁଥିଲେ। ଯୁବରାଜଙ୍କ ବାପା ରାଜେଶ ଗୋୟଲ ପଞ୍ଜାବ ଲୁଧିଆନା ବାସିନ୍ଦା। ଲୁଧିଆନାରେ ରାଜେଶ ଗୋୟଲଙ୍କ କାଠ ବ୍ୟବସାୟ ଅଛି। ମୃତ ଯୁବରାଜର କୌଣସି ଅପରାଧିକ ରେକର୍ଡ ନାହିଁ। ତେବେ କାହିଁକି ଯୁବରାଜଙ୍କୁ ହତ୍ଯା କରାଯାଇଛି ଏହାର ତନାଘନା ଚାଲିଛି। ଜୁନ ୭ ତାରିଖରେ ଘଟିଥିଲା ଏ ହତ୍ଯାକାଣ୍ଡ। ମାମଲାରେ ୪ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ। ହତ୍ଯା ପଛର କାରଣ ଖୋଜୁଛି ପୋଲିସ।

ଯୁବରାଜଙ୍କ ଟାର୍ଗେଟ କିଲିଂ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ କାହିଁକି ହତ୍ଯା କରିଛନ୍ତି ଏ ନେଇ ଖୋଳତାଡ଼ କରୁଛି ପୋଲିସ।