spot_img
Home Blog Page 1766

ସରପଞ୍ଚରୁ ସିଏମ୍, ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକ ପରେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି ଦଳ । ତେବେ ସରପଞ୍ଚରୁ ସିଏମ ବନିଥିବା ମୋହନ ଚରଣ ମାଝୀ ୧୯୭୨ ଜାନୁଆରୀ ୬ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି । ସେ ୪ଥର ବିଧାୟକ ହୋଇଥିବାବେଳେ ପ୍ରଥମେ ସେ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ ପାଠ ପଢ଼ାଉଥିଲେ । ପରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଆଉ ୨୦୦୦ ମସିହାରେ ପ୍ରଥମେ କେନ୍ଦୁଝରର ବିଧାୟକଭାବେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୪ଥର ବିଧାୟକଭାବେ ଭାବେ ନିର୍ବାଚିତ ହୋଇଥିବାବେଳେ ବିଜେପିର ଜଣେ ଦକ୍ଷ ସଂଗଠନ ଥିଲେ । ମୁଖ୍ୟମନ୍ତ୍ରୀଭାବେ ତାଙ୍କ ନାମ ଘୋଷଣା ହେବା ପରେ ଛୁଟିଛି ଶୁଭେଚ୍ଛାର ସୁଅ ।

ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀଙ୍କ ନାଁରେ ବାଜିଲା ମୋହର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ନାମରେ ବାଜିଲା ମୋହର । ବିଜେପି ବିଧାୟକ ଦଳ ବୈଠକ ଶେଷ ପରେ ନିଷ୍ପତ୍ତି ନିଆଯାଇଛି । କେଭି ସିଂହଦେଓ ଏବଂ ପ୍ରଭାତି ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ ।

ଜୁନ୍ ୩୦ ଯାଏ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ନନ୍ଦିଘୋଷ ବ୍ୟୁରୋ: ଜୁନ୍ ୩୦ ତାରିଖ ଯାଏ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ତେବେ ଅଧିକାରୀମାନଙ୍କ ହେଡକ୍ବାଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ବାସ୍ଥ୍ୟଗତ ସମସ୍ୟାଥିଲେ ଛୁଟି ନେଇପାରିବେ । ସରକାରୀ ଛୁଟି ଦିନରେ ମଧ୍ୟ ଉପସ୍ଥିତ ରହିବେ ଅଧିକାରୀ । ନୂଆ ସରକାର ଗଠନକୁ ନେଇ ଛୁଟି ବାତିଲ କରାଯାଇଛି । ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ବିଜେପିର ବୈଠକ ଜାରି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଜାରି ରହିଛି । ନବନିର୍ବାଚିତ ବିଧାୟକ ଏବଂ ସାଂସଦମାନେ ଉପସ୍ଥିତ ରହିଛନ୍ତି । ବୈଠକ ଜାରି ରହିଥିବାବେଳେ କିଛି ସମୟ ମଧ୍ୟରେ ସ୍ପଷ୍ଠ ହେବ । ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ବହୁ ହେବିଓ୍ବେଟଙ୍କ ନାମ ରହିଛି । ମନମୋହନ ସାମଲ, କେ.ଭି ସିଂଦେଓ, ସୁରମା ପାଢ଼ୀ, ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ, ସୁରଜ ସୁର୍ଯ୍ୟବଂଶୀ, ମୋହନ ମାଝୀ, ପ୍ରଭାତି ପରିଡ଼ାଙ୍କ ଭଳି ବହୁ ହେବିଓ୍ବେଟଙ୍କ ନାମ ରହିଛି ।

ପିସିବିର ବଡ଼ ଯୋଜନା, ଏହି ୩ ଖେଳାଳିଙ୍କ ଉପରେ ନେଇପାରନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ । ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନର ପରାଜୟ ପରେ ଏବେ ପିସିବି ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । କୁହାଯାଉଛି କି, ୩ଜଣ ଖେଳାଳିଙ୍କ ଉପରେ ପିସିବି ପକ୍ଷରୁ ନଜର ରଖାଯାଇଥିବାବେଳେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠନ ମଧ୍ୟ ଗ୍ରହଣ କରାଯାଇପାରେ । ଅଧିନାୟକ ବାବର ଆଜମ, ମହମ୍ମଦ ରିଜଓ୍ବାନ ଏବଂ ଶଦାବ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ପିସିବି । ଏବେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

କହି ରଖୁଛୁ କି, ପାକିସ୍ତାନ ଚଳିତ ଟି-୨୦ ବିଶ୍ବକପରେ ପ୍ରଥମ ମ୍ୟାଚରେ ଆମେରିକାଠାରୁ ପରାସ୍ତ ହୋଇଛି । ପ୍ରଥମଥର ପାଇଁ ଟି-୨୦ ବିଶ୍ବକପ ଖେଳୁଥିବା ଆମେରିକାଠାରୁ ସୁପର ଓଭରରେ ପାକିସ୍ତାନ ପରାସ୍ତ ହୋଇଥିଲା । ଏହାପରେ ଭାରତଠାରୁ ମଧ୍ୟ ପରାସ୍ତ ହୋଇଛି । ଯାହାକୁ ନେଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ବେଶ ବିଦ୍ରୋହ ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଭାରତ ୧୧୯ ରନ କରିଥିବାବେଳେ ପାକିସ୍ତାନ ଆଗରେ ମାତ୍ର ୧୨୦ ରନର ବିଜୟ ଲକ୍ଷ୍ୟ ରହିଥିଲା । ଯାହାକି ପାକିସ୍ତାନ ସହଜରେ ହାସଲ କରିବ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ । ଏପରିକି ପ୍ରଥମରୁ ପାକିସ୍ତାନ ବ୍ୟାଟିଂ ମଧ୍ୟ ଭଲ କରିଥିଲା । ମାତ୍ର ପରେ ପାକିସ୍ତାନର ବ୍ୟାଟିଂ ପତନ ସମସ୍ତଙ୍କ ବେଶ ଚକିତ କରିଥିଲା । ଏବଂ ପାକିସ୍ତାନର ପରାଜୟ ପରେ ପିସିବି ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିବା କୁହାଯାଉଛି ।

କଂଗ୍ରେସକୁ ଫେରିବେ ବରିଷ୍ଠ ନେତା ସୁରେଶ ରାଉତରାୟ!

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସକୁ ଫେରିବେ ବରିଷ୍ଠ ନେତା ସୁରେଶ ରାଉତରାୟ l ପିସିସି ସଭାପତିଙ୍କ ସହ ଦଳର ନେତାମାନେ ସୁରେଶଙ୍କୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି l ଏ ନେଇ ଖୁବଶୀଘ୍ର ସେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ ବୋଲି କହିଛନ୍ତି ସୁର l ନିଲମ୍ବନ ଆଦେଶ ଉଠିଲା ପରେ କଂଗ୍ରେସ ଭବନ ଯିବି ବୋଲି କହିଛନ୍ତି ସୁର । ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟକୁ  ତୁରନ୍ତ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଛନ୍ତି l ତେଲ, ଡାଲି ଠାରୁ ଆରମ୍ଭ କରି ପରିବା ଦର ବି ଆକାଶ ଛୁଆଁ ହୋଇଛି l  ଲୋକେ ବହୁତ ହଇରାଣ ହେଉଛନ୍ତି l କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡ଼ିଶାକୁ ଅଧିକ ଗୁରୁତ୍ଵ ଦିଆଯାଉ ବୋଲି ସୁର ଦାବି କରିଛନ୍ତି  l

୩୦୦ ପାରର ନାରା ଦେଲେ ଅଖିଳେଶ

ନନ୍ଦିଘୋଷ ବ୍ୟୁରୋ: ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ହେବାକୁ ଥିବାବେଳେ ସମାଜବାଦୀ ପାର୍ଟି ୩୦୦ ପାର ଆସନରେ ବିଜୟୀ ହେବ ବୋଲି ସପା ମୁଖ୍ୟ ଅଖିଳେଶ ଯାଦବ ନାରା ଦେଇଛନ୍ତି । ୟୁପିରେ ସମାଜବାଦୀ ପାର୍ଟି ସାଂସଦ ଅଧିକ ଜିତିଥିବାବେଳେ ସେ ଜନସମର୍ଥନକୁ ସ୍ବାଗତ କରିଛନ୍ତି । ତେବେ ସେ କହିଛନ୍ତି କି, ଅସଲ ଖେଳ ୨୦୨୭ ବିଧାନସଭା ନିର୍ବାଚନ ସମୟରେ ହେବ ।

କହି ରଖୁଛୁ କି, ଅଖିଳେଶ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ବିଧାୟକ ରହିଥିବାବେଳେ ଏବେ ସାଧାରଣ ନିର୍ବାଚନରେ ସାଂସଦଭାବେ ବିଜୟୀ ହୋଇଛନ୍ତି। ଏଣୁ ସେ ବିଧାନସଭା ଆସନ ଛାଡ଼ିବେ ବୋଲି କୁହାଯାଉଛି । ତେବେ ସେ ଆଜି କିମ୍ବା ଆସନ୍ତାକାଲି ନିଜର ଇସ୍ତଫାପତ୍ର ପ୍ରଦାନ କରିବେ । ଏବଂ ଦିଲ୍ଲୀ ଯିବେ । ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରଦର୍ଶନକୁ ନେଇ ଅଖିଳେଶ ବେଶ ଖୁସି ରହିଛନ୍ତି । ଏହାସହ ସେ କହିଛନ୍ତି କି, ଏହା ବାସ ଆରମ୍ଭ । ଆଗକୁ ବଡ଼ ଲଢ଼େଇ ବାକି ରହିଛି ।

ଏହାସହ ଅଖିଳେଶ କହିଛନ୍ତି କି, ସରକାର ଗଠନ କରିଥିବା ଦଳ ମଧ୍ୟ ଖୁସି ନାହାନ୍ତି । ଜନତା ପରିବର୍ତ୍ତନ ପାଇଁ ଆମକୁ ବିପୁଳ ସମର୍ଥନ ଦେଇଛନ୍ତି । କେନ୍ଦ୍ରରେ ସରଗାର ଗଠନ କରିଥିବାବେଳେ ନେତାଙ୍କ ମୁହଁରେ ଖୁସି ନାହିଁ । ଯଦି ଇଣ୍ଡିଆ ମେଣ୍ଟ ସରକାର ଗଠନ କରିଥାନ୍ତା ଜନତା ଅଧିକ ଖୁସି ହୋଇଥାନ୍ତେ । ତେବେ ୨୦୨୭ ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଜନତା ପ୍ରତ୍ୟାଖ୍ୟାନ କରିବେ ଏବଂ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି କହିଛନ୍ତି ଅଖିଳେଶ ।

ମାଲକାନଗିରି ପୋଲିସକୁ ବଡ ସଫଳତା, ୭୦ଟି ସ୍ପାଇକ ଜାଲ ଠାବ

ମାଲକାନଗିରି: ପୋଲିସକୁ ମିଳିଛି ବଡ ସଫଳତା। ଜବତ ହେଲା ମାଓବାଦୀଙ୍କ ଦ୍ବାରା ଖୋଳାଯାଉଥିବା ୭୦ଟି ସ୍ପାଇକ ଜାଲରୁ ୪ହଜାର ୩ଶହ ୯୬ଟି ତୀକ୍ଷ୍ମ ଲୁହା ରଡ। ଛତିଶଗଡ ପୋଲିସ୍ ଏବଂ CRPF ପୋଲିସ୍ ମିଳିତ ଭାବେ ଏକ ଏରିଆ ଡୋମିନେସନ୍ ଅପରେସନ ଜାରିଥିବା ସମୟରେ ଏହା ଜବତ କରାଯାଇଛି ।

ମାଲକାନାଗିରି ଜିଲ୍ଲା ତେଲେଙ୍ଗାନା- ଛତିଶଗଡ ସମାବର୍ତ୍ତୀ ଏଜେନ୍ସି ଅଞ୍ଚଳରେ ସୁରକ୍ଷାବାହିନୀକୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆଦିବାସୀମାନେ ବୁଲୁଥିବା ସ୍ଥାନରେ ଏହି ସ୍ପାଇକ ଲଗାଯାଇଥିଲା । ସେଠାରେ ରହୁଥିବା ଆଦିବାସୀ ଲୋକଙ୍କୁ ସତର୍କ ରହିବାକୁ ପୋଲିସ୍ ତରଫରୁ ପରାମର୍ଶ ଦିଆଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଅପରେସନ୍ ଟି ସାଇ ମନୋହର ଏବଂ ଭଦ୍ରାଚଲମ୍ ASP ପାରିତୋଶ ପଙ୍କଜ ।

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ । ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପିର ବରିଷ୍ଠ ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବସନ୍ତ ପଣ୍ଡା ନବୀନ ନିବାସରେ ପହଞ୍ଚି ନିମନ୍ତ୍ରଣ କରିଛନ୍ତି। ବିଜେପିର ନିମନ୍ତ୍ରଣ ଗ୍ରହଣ କରି କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି ନବୀନ  ।

ଆସନ୍ତାକାଲି ବିଜେପିର ଶପଥ ସମାରୋହ ହେବ । ଭୁବନେଶ୍ୱରର ଜନତା ମୈଦାନରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ।

ସେହିପରି ନୂଆ ସରକାର ଶପଥ ଗ୍ରହଣ ଉତ୍ସବକୁ ଜଗନ୍ନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଛନ୍ତି ବିଜେପି ବିଧାୟକ ଟିମ। ଟିମରେ ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ, ପ୍ରଭାତୀ ପରିଡା, ଇରାଶିଷ ଆଚାର୍ଯ୍ୟ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରିଛନ୍ତି। ଜଗନ୍ନାଥଙ୍କ ଆଜ୍ଞାମାଳ ଆସିଲେ ଶପଥ ସମାରୋହ ହେବ ବୋଲି କହିଛନ୍ତି ବିଜେପି ନେତା।

କଂଗ୍ରେସକୁ କମବ୍ୟାକ୍‌ କରିବେ ସୁର ରାଉତରାୟ, ଖୁବଶୀଘ୍ର ରାହୁଲଙ୍କୁ ଭେଟିବେ

ଭୁବନେଶ୍ବର: ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ହେବ ଘରବାହୁଡା  । ଖୁବଶୀଘ୍ର ସେ କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି  ।  ପିସିସି ସଭାପତିଙ୍କ ସହ ଦଳର ନେତାମାନେ ଫେରି ଆସିବାକୁ ଅନୁରୋଧ କରିଛନ୍ତି  ସୁର ରାଉତରାୟ ।

ଖୁବଶୀଘ୍ର ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ସେ ଭେଟି ଆଲୋଚନା କରିବେ । ନିଲମ୍ବନ ଆଦେଶ ଉଠିଲା ପରେ କଂଗ୍ରେସ ଭବନ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ସୁର  । ସେପଟେ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟକୁ ସୁର ପରାମର୍ଶ ଦେଇଛନ୍ତି  । ତୁରନ୍ତ ଦରଦାମ ନିୟନ୍ତ୍ରଣ କର  । ତେଲ, ଡାଲି ଠାରୁ ଆରମ୍ଭ କରି ପରିବା ଦର ବି ଆକାଶ ଛୁଆଁ ହୋଇଛି  । ଲୋକେ ବହୁତ ହଇରାଣ ହେଉଛନ୍ତି  । କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡ଼ିଶାକୁ ଅଧିକ ଗୁରୁତ୍ଵ ଦିଆଯାଉ  ବୋଲି ଦାବି କରିଛନ୍ତି ସୁର ରାଉତରାୟ  ।