ସରପଞ୍ଚରୁ ସିଏମ୍, ଜାଣନ୍ତୁ ମୋହନ ମାଝୀଙ୍କ ରାଜନୈତିକ କାହାଣୀ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକ ପରେ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛି ଦଳ । ତେବେ ସରପଞ୍ଚରୁ ସିଏମ ବନିଥିବା ମୋହନ ଚରଣ ମାଝୀ ୧୯୭୨ ଜାନୁଆରୀ ୬ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି । ସେ ୪ଥର ବିଧାୟକ ହୋଇଥିବାବେଳେ ପ୍ରଥମେ ସେ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ ପାଠ ପଢ଼ାଉଥିଲେ । ପରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଆଉ ୨୦୦୦ ମସିହାରେ ପ୍ରଥମେ କେନ୍ଦୁଝରର ବିଧାୟକଭାବେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୪ଥର ବିଧାୟକଭାବେ ଭାବେ ନିର୍ବାଚିତ ହୋଇଥିବାବେଳେ ବିଜେପିର ଜଣେ ଦକ୍ଷ ସଂଗଠନ ଥିଲେ । ମୁଖ୍ୟମନ୍ତ୍ରୀଭାବେ ତାଙ୍କ ନାମ ଘୋଷଣା ହେବା ପରେ ଛୁଟିଛି ଶୁଭେଚ୍ଛାର ସୁଅ ।