spot_img
Home Blog Page 1765

ମଧ୍ୟବିତ୍ତଙ୍କ ପାଇଁ ବଢିଲାଣି ଚିନ୍ତା, ପରିବା ଦର ଆକାଶ ଛୁଆଁ

ନନ୍ଦିଘୋଷ ବ୍ୟୁରୋ: ପରିବା ଦର ଆକାଶ ଛୁଆଁ । ମଧ୍ୟବିତ୍ତଙ୍କ ପାଇଁ ବଢ଼ାଇଛି ଚିନ୍ତା। ଟମାଟୋ କିଲୋ ୬୦, କଲରା କିଲୋ ୫୦, ଅଲଡି ୫୦ ଟଙ୍କା ରହିଛି।  ଅନ୍ୟପଟେ ପରିବା ବ୍ୟବସାୟୀ ମାନେ ମଧ୍ଯ ଚିନ୍ତାରେ। କେମିତି ରହିଛି ପନିପରିବା ଦର , ଆସିକା ବ୍ଲକର କର୍ଣ୍ଣଳି ଛକ ରାସ୍ତା କଡରେ କିଛି ପନିପରିବା ବ୍ୟବସାୟୀ ଓ ଖାଉଟିଙ୍କ ସହ ଅଧିକ ଆଲୋଚନା କରୁଛନ୍ତି ଆମ ଆସିକା ପ୍ରତିନିଧି ନରେନ୍ଦ୍ର ସାହୁ l

ଆଜି ସନ୍ଧ୍ୟାରେ ବସିବ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ବୁଧବାର ସନ୍ଧ୍ୟାରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ। ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ ବୈଠକ। ପ୍ରଥମ କ୍ୟାବିନେଟରେ ନିଆଯିବ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ବୈଠକରେ ହୋଇପାରେ ନିଷ୍ପତ୍ତି। ଲୋକସେବା ଭବନରେ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ ନେଇ ଉଠିପାରେ କଟକଣା।

ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ, କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ। ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ମୋଟ ୫୯ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଜଣେ ଆଇଜି, ୩ ଜଣ ଡିଆଇଜି, ୧୩ ଜଣ ଏସପି ଓ ଡିସିପି ରାଙ୍କ ଅଫିସର, ୧୮ ଜଣ ଅତିରିକ୍ତ ଏସପି, ୫୮ ଜଣ ଡିଏସପି, ୯୪ ଜଣ ଇନ୍ସିପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡଡେଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ।  ସଭାସ୍ଥଳକୁ ଆସିବା ପୂର୍ବରୁ କେଉଁ ଗେଟରେ କାହାର ଏଣ୍ଟ୍ରି ହେବ ସେ ନେଇ ସୂଚନା ଦିଆଯାଇଛି । ଦିନ ୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ରାଜଭବନ ଯାଇ ସେଠାରେ ୨ ଘଣ୍ଟା ରହିବା ପରେ ୪ଟା ୩୦ରେ ରାଜଭବନରୁ ବାହାରି ଜନତା ମୈଦାନ ଯିବେ । ସମ୍ପୂର୍ଣ୍ଣ ଜନତା ମୈଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୁଲିସ ଛାଉଣୀ କରାଯିବ। ଟ୍ରାଫିକ୍ରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି। ଶପଥ ଗ୍ରହଣ ଉତ୍ସବରେ ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି ଯୋଗଦେବେ।

ଟି-ଟ୍ଵେଣ୍ଟି ବିଶ୍ଵକପ, ଆଜି ଭାରତ-ଆମେରିକା ଟକ୍କର

ନନ୍ଦିଘୋଷ ବ୍ୟୁରୋ: ଟି-ଟ୍ଵେଣ୍ଟି ବିଶ୍ଵକପରେ ବୁଧବାର ହେବ ଜବରଦସ୍ତ ମୁକାବିଲା। ଟିମ ଇଣ୍ଡିଆ ସହ ଆମେରିକାର ହେବ ଟକ୍କର। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେ ଷ୍ଟାଡିୟମରେ ଖେଲାଯିବ ଏହି ମ୍ୟାଚ। ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ ଆରମ୍ଭ ହେବ। ବିଜୟ ଧାରା ବଜାୟ ରଖିବାକୁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଲଗାତାର ଦୁଇଟି ବିଜୟ ପରେ ହାଟ୍ରିକ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ। ଜବରଦସ୍ତ ପ୍ରଦର୍ଶନ କରି  ଗ୍ରୁପ ଏ ପଏଣ୍ଟ ଟେବୁଲର ଟପ ପୋଜିସନ ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ।  ତେବେ ଆମେରିକା ସହ ଭାରତର ମ୍ୟାଚ ସହଜ ହେବନି।  ଆମେରିକା ଦୁଇଟି ମ୍ୟାଚ ଜିତିଥିବାବେଳସେ ଭାରତ ମଧ୍ୟ ଦୁଇଟି ମ୍ୟାଚ ଜିତିଛି। ଗ୍ରୁପ୍ ପଏଣ୍ଟ ଟେବୁଲର ଟପରେ ଭାରତ ଥିବାବେଲେ ଆମେରିକା ଦ୍ଵିତୀୟ ସ୍ଥାନରେ ରହିଛି। ଆମେରିକା ଆଜିର ମ୍ୟାଚ ଜିତି ସୁପର ଏଇଟରେ ସ୍ଥାନ ପାଇବାକୁ ସଂଘର୍ଷ କରିବ।

ସାରା ଓଡ଼ିଶାରେ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ

ନନ୍ଦିଘୋଷ ବ୍ୟୁରୋ: ତାତିରୁ ନାହିଁ ତ୍ରାହି । ସାରା ଓଡ଼ିଶାରେ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଗ୍ରୀଷ୍ମ ପ୍ରବାହ । ମୌସୁମୀ ଆଗକୁ ନବଢିବାରୁ ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ । ଦୁଇ ଦିନ ତଳେ ମାଲକାନଗିରି ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା। ହେଲେ ମୌସୁମୀ ସକ୍ରିୟ ହେବାକୁ ପାଗ ଅନୁକୂଳ ନ ଥିବାରୁ ମାଲକାନଗିରିରେ ହିଁ ଅଟକି ରହିଯାଇଛି। କେବେ ମୌସୁମୀ ଆଗକୁ ବଢ଼ିବ ସେନେଇ ପାଣିପାଗ ବିଭାଗ ମଧ୍ୟ କୌଣସି ପ୍ରକାର ଆକଳନ କରିପାରି ନାହିଁ। ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟରେ ପୁଣିଥରେ ଚିନ୍ତା ବଢ଼ିବାରେ ଲାଗିଛି ।  ଆସନ୍ତା ୫ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଜି ଆନ୍ଧ୍ରପ୍ରଦେଶର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଏନ. ଚନ୍ଦ୍ରବାବୁ ନାଇଡୁ

ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଏନ. ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ। ପୂର୍ବାହ୍ନରେ କ୍ରିଷ୍ଣା ଜିଲ୍ଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ। ଚଳିତ ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନା ପାର୍ଟି ମେଣ୍ଟ କରି ନିର୍ବାଚନ ଲଢି ୱାଇଏସ ଜଗନମୋହନ ରେଡ୍ଡୀ ସରକାରକୁ ଗାଦିଚ୍ଯୁତ କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପିକୁ ୧୩୫, ପୱନ କଲ୍ଯାଣଙ୍କ ଜନସେନାକୁ ୨୧ ଓ ବିଜେପିକୁ ୮ ଆସନ ମିଳିଥିଲା। ୩୦ ବର୍ଷ ତଳେ ଅର୍ଥାତ ୧୯୯୫ରୁ ୧୯୯୯ରେ ଚନ୍ଦ୍ରବାବୁ ହୋଇଥିଲେ ମୁଖ୍ଯମନ୍ତ୍ରୀ। ପରେ ସେ  ୧୯୯୯ରୁ ୨୦୦୪ ଓ ୨୦୧୪ରୁ ୨୦୧୯ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୦୪ରେ ତାଙ୍କୁ ଗାଦିଚ୍ଯୁତ କରିଥିଲେ ୱାଇଏସ ରାଜଶେଖର ରେଡ୍ଡୀ। ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ହେବା ପରେ ସେ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୧୯ରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ରାଜ୍ଯରେ ୱାଇଏସ ଆର ଜଗନମୋହନଙ୍କ ଶାସନ ପ୍ରତିଷ୍ଠା ହୋଇଥିଲା। ପ୍ରାୟ ୫ ବର୍ଷ ପରେ ପୁଣି ଥରେ ସିଏମ ହୋଇଛନ୍ତି ଚନ୍ଦ୍ରବାବୁ। କେନ୍ଦ୍ରର ଏନଡିଏ ସରକାରକୁ ଟିଡିପି ନିଃସର୍ତ୍ତ ସମର୍ଥନ ଯୋଗାଇଛି।

ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଆଜି ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ। ନୂଆ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ମୋହନ ଚରଣ ମାଝୀ । ଅପରାହ୍ଣରେ ଜନତା ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ ବିଜେପି ଟିମ। ବିଜେପି ବିଧାୟକ ଦଳ ନେତା ମୋହନ ମାଝୀଙ୍କ ନେତୃତ୍ଵରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲା ବିଜେପି ଟିମ। ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ପରେ ସରକାର ଗଠନ ଦାବି ରଖିଥିଲେ ମୋହନ। ମୋହନ ମାଝୀଙ୍କ ସହ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ସାଥିରେ ଥିଲେ। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବ ଭୂପେନ୍ଦ୍ର ଯାଦବ ମୋହନ ମାଝୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଥିଲେ।

ବାଲୁକା କଳା ମାଧ୍ୟମରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ନନ୍ଦିଘୋଷ ବ୍ୟୁରୋ: ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ। ଆସନ୍ତାକାଲି ଶପଥ ଗ୍ରହଣ କରିବାକୁ ଯାଉଥିବା ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଲୁକା କଳାରେ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ। ନରେନ୍ଦ୍ର ମୋଦି ଓ ମୋହନ ମାଝୀଙ୍କ ବାଲୁକା ଚିତ୍ର ସହ କୋଣାର୍କ ଚକ୍ରକୁ ମଧ୍ୟ ବାଲୁକା କଳାରେ ସ୍ଥାନ ଦେଇ ସେ ଅଭିନନ୍ଦନ ଜଣାଇଛନ୍ତି।

ନୂଆ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ନନ୍ଦିଘୋଷ ବ୍ୟୁରୋ: ନୂଆ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପି ବିଧାୟକ ଦଳ ବୈଠକରେ ମନୋନୀତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ନୂଆ ନେତୃତ୍ଵ କାର୍ଯ୍ୟ କରିବେ ବୋଲି ମୋର ଆଶା ବୋଲି ନିଜ ସୋସିଆଲ ସାଇଟରେ ଉଲ୍ଲେଖ କରିଛନ୍ତି ପ୍ରଣବ ପ୍ରକାଶ ଦାସ।

 

ସଂକ୍ଷପରେ ଜାଣନ୍ତୁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ..

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ରହିବେ ୨ ଉପମୁଖ୍ୟମନ୍ତ୍ରୀ। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସେହିଭଳି ପ୍ରଭାତୀ ପରିଡ଼ା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଭାବେ ମୋହର ମାରିଛନ୍ତି ବିଧାୟକଦଳ ନେତା। ବିଧାୟକ ଦଳ ନେତା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଯୋଗ ଦେଇଥିଲେ। ଏହାସହ ବୈଠକରେ ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

ବିଜେପିର ହେଭିୱେଟ ନେତା ହେଉଛନ୍ତି କନକ ବର୍ଦ୍ଧନ ସିଂଦେଓ। ପାଟଣାଗଡ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି କନକ ବର୍ଦ୍ଧନ ସିଂଦେଓ। ପୂର୍ବତନ କ୍ଯାବିନେଟ ମନ୍ତ୍ରୀ ଥିଲେ କନକ ବର୍ଦ୍ଧନ। ୨୦୦୦ରୁ ୨୦୦୪ ଶିଳ୍ପ ଓ ସାଧାରଣ ଉଦ୍ଯୋଗ ମନ୍ତ୍ରୀ ଥିଲେ କନକ ବର୍ଦ୍ଧନ। ୨୦୦୪ରୁ ୨୦୦୯ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ବିଜେପି ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ଯ ମଧ୍ୟ ଥିଲେ କନକ ବର୍ଦ୍ଧନ। ୧୯୯୫ରୁ ୨୦୧୪ ଯାଏ ପାଟଣାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ପାଟଣାଗଡ଼ ଆସନରୁ ପୁଣି  ବିଜୟୀ ହୋଇଛନ୍ତି ୬୭ ବର୍ଷ ବୟସ୍କ କନକ ବର୍ଦ୍ଧନ ସିଂଦେଓ। ବିଧାୟକ ଭାବେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ।

ସେହିପରି ରାଜ୍ୟ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତ୍ରୀ ହେଉଛନ୍ତି ପ୍ରଭାତୀ ପରିଡ଼ା। ପ୍ରଭାତୀ ପରିଡ଼ାଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ ପ୍ରଭାତୀ ପରିଡ଼ା। ନିମାପଡ଼ାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା। ଦୀର୍ଘ ଦିନ ଧରି ବିଜେପିର ସଂଗଠନ ସହ ଜଡ଼ିତ ଅଛନ୍ତି ପ୍ରଭାତୀ। ପ୍ରଥମ ଥର ଲାଗି ନିମାପଡ଼ାରୁ ବିଧାୟିକା ହୋଇଛନ୍ତି ପ୍ରଭାତୀ…। ପେଷାରେ ଜଣେ ଓକିଲ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ  କାର୍ଯ୍ୟ କରୁଥିଲେ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ଵାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ପ୍ରଭାତୀ ପରିଡ଼ା। ୧୯୬୭ ମସିହାରେ ପ୍ରଭାତୀ ପରିଡ଼ାଙ୍କ ଜନ୍ମ। ୨୦୨୪ ନିର୍ବାଚନରେ ବିଜେପି ବିଧାୟିକା ଭାବେ ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା। ପ୍ରତିନ୍ଦ୍ଵନ୍ଦ୍ଵୀ ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା।