ସଂକ୍ଷପରେ ଜାଣନ୍ତୁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ..

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ରହିବେ ୨ ଉପମୁଖ୍ୟମନ୍ତ୍ରୀ। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସେହିଭଳି ପ୍ରଭାତୀ ପରିଡ଼ା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁରେ ମୁଖ୍ୟମନ୍ତ୍ରୀ ଭାବେ ମୋହର ମାରିଛନ୍ତି ବିଧାୟକଦଳ ନେତା। ବିଧାୟକ ଦଳ ନେତା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଯୋଗ ଦେଇଥିଲେ। ଏହାସହ ବୈଠକରେ ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

ବିଜେପିର ହେଭିୱେଟ ନେତା ହେଉଛନ୍ତି କନକ ବର୍ଦ୍ଧନ ସିଂଦେଓ। ପାଟଣାଗଡ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି କନକ ବର୍ଦ୍ଧନ ସିଂଦେଓ। ପୂର୍ବତନ କ୍ଯାବିନେଟ ମନ୍ତ୍ରୀ ଥିଲେ କନକ ବର୍ଦ୍ଧନ। ୨୦୦୦ରୁ ୨୦୦୪ ଶିଳ୍ପ ଓ ସାଧାରଣ ଉଦ୍ଯୋଗ ମନ୍ତ୍ରୀ ଥିଲେ କନକ ବର୍ଦ୍ଧନ। ୨୦୦୪ରୁ ୨୦୦୯ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ବିଜେପି ଜାତୀୟ କାର୍ଯ୍ୟନିର୍ବାହୀ କମିଟି ସଦସ୍ଯ ମଧ୍ୟ ଥିଲେ କନକ ବର୍ଦ୍ଧନ। ୧୯୯୫ରୁ ୨୦୧୪ ଯାଏ ପାଟଣାଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ରେ ପାଟଣାଗଡ଼ ଆସନରୁ ପୁଣି  ବିଜୟୀ ହୋଇଛନ୍ତି ୬୭ ବର୍ଷ ବୟସ୍କ କନକ ବର୍ଦ୍ଧନ ସିଂଦେଓ। ବିଧାୟକ ଭାବେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ।

ସେହିପରି ରାଜ୍ୟ ବିଜେପିର ଅନ୍ୟ ଜଣେ ବରିଷ୍ଠ ନେତ୍ରୀ ହେଉଛନ୍ତି ପ୍ରଭାତୀ ପରିଡ଼ା। ପ୍ରଭାତୀ ପରିଡ଼ାଙ୍କୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ ପ୍ରଭାତୀ ପରିଡ଼ା। ନିମାପଡ଼ାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା। ଦୀର୍ଘ ଦିନ ଧରି ବିଜେପିର ସଂଗଠନ ସହ ଜଡ଼ିତ ଅଛନ୍ତି ପ୍ରଭାତୀ। ପ୍ରଥମ ଥର ଲାଗି ନିମାପଡ଼ାରୁ ବିଧାୟିକା ହୋଇଛନ୍ତି ପ୍ରଭାତୀ…। ପେଷାରେ ଜଣେ ଓକିଲ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ  କାର୍ଯ୍ୟ କରୁଥିଲେ। ଉତ୍କଳ ବିଶ୍ଵବିଦ୍ଯାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ଵାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ପ୍ରଭାତୀ ପରିଡ଼ା। ୧୯୬୭ ମସିହାରେ ପ୍ରଭାତୀ ପରିଡ଼ାଙ୍କ ଜନ୍ମ। ୨୦୨୪ ନିର୍ବାଚନରେ ବିଜେପି ବିଧାୟିକା ଭାବେ ବିଧାନସଭାକୁ ପ୍ରଥମଥର ଲାଗି ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା। ପ୍ରତିନ୍ଦ୍ଵନ୍ଦ୍ଵୀ ପ୍ରାର୍ଥୀଙ୍କୁ ୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଭାତୀ ପରିଡ଼ା।