ଆଜି ଆନ୍ଧ୍ରପ୍ରଦେଶର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଏନ. ଚନ୍ଦ୍ରବାବୁ ନାଇଡୁ

ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଏନ. ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ। ପୂର୍ବାହ୍ନରେ କ୍ରିଷ୍ଣା ଜିଲ୍ଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ। ଚଳିତ ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନା ପାର୍ଟି ମେଣ୍ଟ କରି ନିର୍ବାଚନ ଲଢି ୱାଇଏସ ଜଗନମୋହନ ରେଡ୍ଡୀ ସରକାରକୁ ଗାଦିଚ୍ଯୁତ କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପିକୁ ୧୩୫, ପୱନ କଲ୍ଯାଣଙ୍କ ଜନସେନାକୁ ୨୧ ଓ ବିଜେପିକୁ ୮ ଆସନ ମିଳିଥିଲା। ୩୦ ବର୍ଷ ତଳେ ଅର୍ଥାତ ୧୯୯୫ରୁ ୧୯୯୯ରେ ଚନ୍ଦ୍ରବାବୁ ହୋଇଥିଲେ ମୁଖ୍ଯମନ୍ତ୍ରୀ। ପରେ ସେ  ୧୯୯୯ରୁ ୨୦୦୪ ଓ ୨୦୧୪ରୁ ୨୦୧୯ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୦୪ରେ ତାଙ୍କୁ ଗାଦିଚ୍ଯୁତ କରିଥିଲେ ୱାଇଏସ ରାଜଶେଖର ରେଡ୍ଡୀ। ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ହେବା ପରେ ସେ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୧୯ରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ରାଜ୍ଯରେ ୱାଇଏସ ଆର ଜଗନମୋହନଙ୍କ ଶାସନ ପ୍ରତିଷ୍ଠା ହୋଇଥିଲା। ପ୍ରାୟ ୫ ବର୍ଷ ପରେ ପୁଣି ଥରେ ସିଏମ ହୋଇଛନ୍ତି ଚନ୍ଦ୍ରବାବୁ। କେନ୍ଦ୍ରର ଏନଡିଏ ସରକାରକୁ ଟିଡିପି ନିଃସର୍ତ୍ତ ସମର୍ଥନ ଯୋଗାଇଛି।