spot_img
Home Blog Page 1749

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କି କେ.ଏଲ ରାହୁଲ ?

ନନ୍ଦିଘୋଷ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଯାଇଛି, ବହୁ ଚିନ୍ତା ଏବଂ ବିଚାର ପରେ ମୁଁ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ସହଜ ହୋଇନି, କାରଣ ଅନେକ ବର୍ଷ ଧରି ଖେଳ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି  । ମୋର କ୍ୟାରିୟରରେ ମୋ ପରିବାର, ବନ୍ଧୁ, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଠାରୁ ମୁଁ ପାଇଥିବା ସମର୍ଥନ ଏବଂ ଉତ୍ସାହ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ  । ମୁଁ ପାଇଥିବା ଅଭିଜ୍ଞତା ଏବଂ ସ୍ମୃତିଗୁଡ଼ିକ ପ୍ରକୃତରେ ଅମୂଲ୍ୟ ଅଟେ । ମୋର ଦେଶକୁ ପ୍ରତିନିଧିତ୍ୱ କରିବା ଏବଂ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ ଖେଳିବା ମୋ ପାଇଁ ଗର୍ବର କଥା  । ଆଗାମୀ ନୂତନ ଅଧ୍ୟାୟ ପାଇଁ ମୁଁ ଉତ୍ସାହିତ ଥିବାବେଳେ, ମୁଁ ଖେଳ ସହିତ ମୋର ସମୟକୁ ସର୍ବଦା ମନେ ରଖିବି । ଏହା ଅବିଶ୍ୱାସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ  ।

କେ.ଏଲ୍ ରାହୁଲ ତାଙ୍କ ଆକାଉଣ୍ଟରେ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିନାହାଁନ୍ତି। ଏକ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ସେ ଲେଖିଛନ୍ତି ଯେ ମୋର ଏକ ଘୋଷଣା କରିବାର ଅଛି, ମୋ ସହିତ ଯୋଡି ହୋଇ ରୁହନ୍ତୁ  । ଯାହା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଳ୍ପନା କରୁଛନ୍ତି  । ଏହି ସବୁ ମଧ୍ୟରେ ଏହି ନକଲି ଇନଷ୍ଟାଗ୍ରାମର ଷ୍ଟୋରୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କେ.ଏଲ୍ ରାହୁଲ ୨୦୧୪ରେ ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିଅର୍ ଆରମ୍ଭ କରିଥିଲେ  । ବର୍ତ୍ତମାନ ତାଙ୍କୁ ମାତ୍ର ୩୨ବର୍ଷ ବୟସ  । ଏପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ପାଇଁ ୫୦ଟି ଟେଷ୍ଟ, ୭୭ଟି ଦିନିକିଆ ଏବଂ ୭୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୨୮୬୩ ରନ୍, ଦିନିକିଆରେ ୨୮୫୧ ରନ୍ ଏବଂ ଟି -୨୦ରେ ୨୨୬୫ ରନ୍ କରିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳର ଅଧିନାୟକ ମଧ୍ୟ ଅଛନ୍ତି ।

ଆଜିର ଦିନରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଆଜି  ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ଜହ୍ନ ରାଇଜରେ ଓହ୍ଲାଇଥିଲା ଚନ୍ଦ୍ରଯାନ-୩। ଭାରତର ତୃତୀୟ ମୁନ୍ ମିଶନକୁ ମିଳିଥିଲା ଐତିହାସିକ ସଫଳତା। ଚନ୍ଦ୍ରର ଦକ୍ଷିଣ ମେରୁର ଶିବଶକ୍ତି ପଏଣ୍ଟରେ ସଫ୍ଟଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର ବିକ୍ରମ। ଜହ୍ନରାଇଜରେ  ଓହ୍ଲାଇ ତଥ୍ୟ ପଠାଇଥିଲା ରୋଭର୍ ପ୍ରଜ୍ଞାନ। ମହାକାଶ ଯାତ୍ରା କ୍ଷେତ୍ରରେ ଏହି ସଫଳତାକୁ ନେଇ ପ୍ରତିବର୍ଷ ଆଜିର ଦିନ ୨୩ ଅଗଷ୍ଟରୁ ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ପାଳନ ହେଉଛି ପ୍ରଥମ ଜାତୀୟ ମହାକାଶ ଦିବସ। ଚଳିତ ବର୍ଷର ଥିମ ରହିଛି ଟଚିଂ ଲାଇଭସ ହ୍ଵାଇଲ ଟଚିଂ ମୁନ୍। ଏହି ଅବସରରେ ପ୍ରାୟ ମାସେ ଧରି ଦେଶର ବିଭିନ୍ନ ସ୍ଥାନରେ ଇସ୍ରୋ ସହଭାଗିତାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବ ବର୍ଣ୍ଣାଢ୍ୟ ଉତ୍ସବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପସ୍ଥିତ ରହିବେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ସମେତ ଅନେକ ପ୍ରମୁଖ ବ୍ଯକ୍ତିତ୍ଵ ।

ଭିଜିଲାନ୍ସ ଜାଲରେ OSRTC ଚିଫ୍ ଆକାଉଣ୍ଟସ ଅଫିସର, ୭ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSRTC ଚିଫ୍ ଆକାଉଣ୍ଟସ ଅଫିସର । ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗରେ ୭ଟି ସ୍ଥାନରେ ହେଉଛି ଚଢାଉ । ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ବର ଅଫିସ ସମେତ  ନନ୍ଦନ ବିହାର, ପଳାଶୁଣିର ଦୁଇଟି ଘର ଓ ବାରିପଦା ଷ୍ଟେସନ ରୋଡରେ ଯାଞ୍ଚ ଚାଲିଛି ।

ପରୀକ୍ଷା ପୂର୍ବରୁ ମହିଳା କନଷ୍ଟେବଳଙ୍କ ମୋବାଇଲରୁ ମିଳିଲା ୫ଟି ଆଡମିଟ୍ କାର୍ଡ!

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପୂର୍ବରୁ ଏସଟିଏଫର ବଡ଼ କାର୍ଯ୍ୟାନୁଷ୍ଟାନ  ।  ଗୋରଖପୁରର ଜଣେ ମହିଳା କନଷ୍ଟେବଳଙ୍କୁ ଏସଟିଏଫ ଗିରଫ କରିଛି। ତାଙ୍କ ମୋବାଇଲରେ କନଷ୍ଟେବଳ ନିଯୁକ୍ତିର ୫ଟି ଆଡମିଟ୍ କାର୍ଡ ମିଳିଛି  । ମହିଳା କନଷ୍ଟେବଳଙ୍କ ସହ ଏସଟିଏଫ ଅନ୍ୟ ୩ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି।

ଏଥିରେ ଜଣେ ଯୁବକ ଦିଲ୍ଲୀର ବାସିନ୍ଦା। ଦ୍ୱିତୀୟଟି ହେଉଛି ଡ୍ରାଇଭର ଏବଂ ତୃତୀୟଟି ହେଉଛି ବ୍ୟକ୍ତିଗତ ସୁରକ୍ଷାକର୍ମୀ  । ଦିଲ୍ଲୀର ଯୁବ ବାସିନ୍ଦା ଗୋରଖପୁରକୁ ଆସି ପ୍ରାର୍ଥୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ବର୍ତ୍ତମାନ ଏସଟିଏଫ ସମସ୍ତଙ୍କୁ ପଚରାଉଚରା କରୁଛି  ।

ୟୁପି ପୋଲିସ୍ କନଷ୍ଟେବଳ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ୨୩ ଅଗଷ୍ଟରୁ ଆରମ୍ଭ ହେବ  । ଯାହା ୨୩, ୨୪, ୨୫, ୩୦ ଏବଂ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ | ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଏବଂ ପରୀକ୍ଷା ସୂଚି ପ୍ରକାଶ ପାଇଛି  । ଏହି ପରୀକ୍ଷାରେ ପ୍ରାୟ ୪୮ ଲକ୍ଷ ପ୍ରାର୍ଥୀ ହାଜର ପରୀକ୍ଷା ଦେବେ ।

୬୦ ହଜାର ୨୪୪ ଜଣଙ୍କୁ ନିଯୁକ୍ତି ଦିଆଯିବ  । ଏଥିପାଇଁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ  । ପ୍ରତ୍ୟେକ ସିଫ୍ଟରେ ପ୍ରାୟ ୫ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବେ ।

ପରୀକ୍ଷା ପୂର୍ବରୁ ୟୁପି ପୋଲିସ ନିଯୁକ୍ତି ବୋର୍ଡ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରିଛି ।  କିଛି ଠକ ଟଙ୍କା ନେଇ ପ୍ରଶ୍ନପତ୍ର ଦେଉଥିବାର ଦାବୀ ହେଉଛି । ଯାହା ସମ୍ପୂର୍ଣ୍ଣ ଭୁଲ । ପ୍ରଶ୍ନପତ୍ର ଲିକ୍ ଭଳି କୌଣସି ଘଟଣା ଘଟି ନାହିଁ ।  ଏପରି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ବଲାଙ୍ଗୀର ଜେଲରେ ବଡ଼ଧରଣର ରେଡ୍, ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ

ବଲାଙ୍ଗୀର : ବଲାଙ୍ଗୀର ଜେଲରେ ବଡ଼ଧରଣର ରେଡ୍ । ଗ୍ଯାଙ୍ଗୱାର ଖବର ପ୍ରକାଶ ପରେ ବଡ଼ଧରଣର ଚଢାଉ କରିଛି ପୋଲିସ ବିଭାଗ । ସକାଳ ସାଢେ ୬ଟାରୁ  ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ ହୋଇଥିଲା । ରେଡରେ ୨ ପ୍ଲାଟୁନ ଫୋର୍ସ ଓ ୯ ଜଣ ଅଧିକାରୀ ସାମିଲ ହୋଇଥିଲେ । ଜେଲରୁ ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ ହୋଇଛି । ଭାଙ୍ଗ, ବିଡି, ଗଞ୍ଜେଇ ଓ ଚିଲମ ସହ ବିଭିନ୍ନ ସମାଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି  I ଏସପିଙ୍କ ସୂଚନା ଅନୁସାରେ, ଜେଲର ୧୨ଟି ୱାର୍ଡ ସମେତ ଡାଇନିଂ, କିଚେନ ଆଦି ସ୍ଥାନରେ ଯାଞ୍ଚ କରାଯାଇଥିଲା । ନିଶାଦ୍ରବ୍ଯ ମିଳିବା ନେଇ ଜେଲର ରିପୋର୍ଟ ପ୍ରଦାନ କରିବେ । ତେବେ ପ୍ରଶ୍ନ ଉଠୁଛି- ଜେଲକୁ ଏତେ ପରିମାଣର ନିଶାଦ୍ରବ୍ଯ ଚାଲାଣ ହେଉଥିଲା କେମିତି ? କଏଦୀଙ୍କୁ କିଏ ଯୋଗାଉଥିଲା ମାଦକଦ୍ରବ୍ଯ ? ଏଥିରେ ଜେଲ କର୍ତ୍ତୃପକ୍ଷଙ୍କର ସଂପୃକ୍ତି ନାହିଁ ତ ? ନିଶାକାରବାରରେ କିଛି ଜେଲ କର୍ମଚାରୀଙ୍କ ସଂପୃକ୍ତି ଥିବା ଜେଲର ସନ୍ଦେହ କରିଛନ୍ତି । ତେବେ କେମିତି ଜେଲ ଭିତରକୁ ନିଶାଦ୍ରବ୍ଯ ଯାଉଥିଲା ସେନେଇ ତଦନ୍ତ ପରେ ଜଣାପଡ଼ିବ ।

ବୋଲେରୋକୁ ଧକ୍କା ଦେଲା ଟ୍ରକ । ଜଣେ ମୃତ, ୩ ଗୁରୁତର

ଧର୍ମଗଡ଼ : ରୋଗୀ ନେଇ ଯାଉଥିବାବେଳେ ବୋଲେରୋକୁ ଧକ୍କା ଦେଲା ଟ୍ରକ ।  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ମଥୁରା ଛକ ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମହୁଳପାଟଣାରୁ ରୋଗୀ ନେଇ ବୋଲେରୋଟି ଭବାନୀପାଟଣା ଯାଉଥିଲା । ରାସ୍ତାରେ ଏକ ଟ୍ରକ ଧକ୍କା ଦେବା ଫଳରେ ବୋଲେରୋଟି ସମ୍ପୂର୍ଣ୍ଣ ଓଲଟିପଡ଼ିଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ଯୁ ହୋଇଥିବାବେଳେ ତିନି ଗୁରୁତର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ତ୍ରିପୁରାରେ ବର୍ଷା ବିପ୍ତାତ । ୨୨ ମୃତ, ୧୭ ଲକ୍ଷ ଲୋକ ପ୍ରଭାବିତ !

ନନ୍ଦିଘୋଷ ବ୍ୟୁରୋ : ତ୍ରିପୁରାରେ ପ୍ରବଳ ବର୍ଷା ହେତୁ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ହୋଇଯାଇଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଘର ନଷ୍ଟ ହୋଇଯାଇଥିବାରୁ ରାଜ୍ୟର ୪୫୦ ରିଲିଫ କ୍ୟାମ୍ପରେ ୬୫,୪୦୦ ଲୋକ ଆଶ୍ରୟ ନେଇଛନ୍ତି।

ଅଶ୍ୱାନୀ ତ୍ରିପୁରା ପାରା ଏବଂ ସାନ୍ତୀରବାଜରର ଦେବିପୁରରେ ଭୂସ୍ଖଳନ ଜନିତ ୧୦ ଜଣଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମାଣିକ ସାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟ କରିଛନ୍ତି । ଏହା ସହ ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।  ଅନ୍ୟପଟେ ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହାପୂର୍ବରୁ ରାଜସ୍ୱ ବିଭାଗର ସଚିବ ବ୍ରିଜେଶ ପାଣ୍ଡେ କହିଥିଲେ, ରାଜ୍ୟରେ ପ୍ରବଳ ବର୍ଷା ପରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି | ପ୍ରାଥମିକ ରିପୋର୍ଟରେ ଫସଲ, ଘର  ନଷ୍ଟ ହୋଇଥିବା ଦର୍ଶାଯାଇଛି ।

ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି

ଜଣେ ଅଧିକାରୀ କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରିଜେଶ ପାଣ୍ଡେ କହିଛନ୍ତି ଯେ ୨,୦୩୨ ସ୍ଥାନରେ ଭୂସ୍ଖଳନ ଘଟିଥିବା ବେଳେ ସେଥିମଧ୍ୟରୁ ୧,୭୮୯ ଟି ସ୍ଥାନ ସଫା ହୋଇଥିବାବେଳେ ଅନ୍ୟ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଗୋମତି ଏବଂ ଦକ୍ଷିଣ ତ୍ରିପୁରା ଜିଲ୍ଲାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଦୁଇଟି ହେଲିକପ୍ଟର ଯୋଗାଇ ଦେଇଛି ବୋଲି ସେ କହିଛନ୍ତି। ସାରା ରାଜ୍ୟରୁ ୭୫୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଆସାମ ରାଇଫଲ୍ସ ସୂଚନା ଦେଇଛି ।

ଆସନ୍ତା ୪ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ବର : ଆସନ୍ତା ୪ ଦିନ ଯାଏଁ ରାଜ୍ଯରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା । ଉପକୂଳ ଓଡ଼ିଶା ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ବଂଲାଦେଶ ଏବଂ ଏହାର ଆଖପାଖରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଥିବା ବେଳେ ଝାଡଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାସହ ଉତ୍ତର ବଙ୍ଗୋପସାଗର ଏବଂ ଆଖପାଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି  । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ଦୁଇ ଜିଲ୍ଲାରେ ୭୦ରୁ ୨ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ସେହିଭଳି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ଗଜପତି, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଅନୁଗୁଳ ଏବଂ ଢେଙ୍କାନାଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ, ପୁରୀ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ ଏବଂ ଦେବଗଡ ସତର୍କତା ଜାରି ହୋଇଛି ।  ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ଫଳରେ ମହାନଦୀ ଆହୁରି ଫୁଲିବା ସମ୍ଭାବନା ରହିଛି ।

କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲା । ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ୧୪ ତାରିଖରେ କେଜ୍ରିୱାଲଙ୍କ ଆବଦେନକୁ ଅଦାଲତ ଖାରଜ କରିଦେଇଥିଲେ । ମାମଲାରେ ସୁପ୍ରିମକୋର୍ଟ ସିବିଆଇର ଉତ୍ତର ଚାହିଁବା ସହ ଶୁଣାଣିକୁ ଆଜି କରିବାକୁ ନିଷ୍ପତ୍ତି ଶୁଣାଇଥିଲେ ।  ସୁପ୍ରିମକୋର୍ଟ ଖଣ୍ଡପୀଠ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । କେଜ୍ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁ ସିଂଘବି କୋର୍ଟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଅନୁରୋଧ କରିଥିଲେ । ଇଡି ମାମଲାରେ ଅନ୍ତରୀଣ ଜାମିନ ପୂର୍ବରୁ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା, ତେଣୁ ସେ ଏବେ ବି ଜେଲରେ ଅଛନ୍ତି। ସେ କେବଳ ଅନ୍ତରୀଣ ଜାମିନ ଚାହୁଁଛନ୍ତି। କୌଣସି ମଧ୍ୟବର୍ତ୍ତୀକାଳୀନ ଜାମିନ ଦେଇ ପାରିବୁ ନାହିଁ ବୋଲି ଅଦାଲତ କହିଥିଲେ ।

ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ

ଭୁବନେଶ୍ବର : ଆଜି ହେଉଛି ବିଧାନସଭା ଅଧିବେଶନର ଚତୁର୍ଥ ଦିନ । ଚିକିଟି ମଦମୃତ୍ଯୁକୁ ନେଇ ପୁଣି ଗୃହ ହୁଲସ୍ତୁଲ ହୋଇପାରେ । ବିରୋଧୀ ବିଜେଡି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛି । ଦୁଇଦିନ ଧରି ଗୃହରେ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରି ପ୍ରଶ୍ନ କରିଛି ବିଜେଡି । ଆଜି ମଧ୍ଯ ଗୃହ ସ୍ବାଭାବିକ ଆଶା କ୍ଷୀଣ ରହିଛି । ତେବେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ବିଦ୍ଯାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏଭଂ ସଂଖ୍ଯାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ, କ୍ରୀଡ଼ା ଓ ଯୁବକଲ୍ଯାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ବିରୋଧୀ ପକ୍ଷରୁ ମଧ୍ଯ ମୁଲତବି ପ୍ରସ୍ତାବ ଆସିବ ।