spot_img
Home Blog Page 1745

ପ୍ରଭାସଙ୍କୁ ଜୋକର କହି ଟ୍ରୋଲର ଶିକାର ହେଉଛନ୍ତି ଅର୍ଶଦ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ତାରକା ଅର୍ଶଦ ନିକଟରେ ଏକ ଇଣ୍ଟରଭିୟ୍ୟୁରେ ଦେଇଥିବା ବିବାଦୀୟ ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କଳକୀରେ ପ୍ରଭାସ ଜୋକରଙ୍କ ଭଳି ଦେଖାଯାଉଥିବା କହିଥିଲେ ଅର୍ଶଦ । ଯାହାକୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସାଙ୍ଗକୁ ପ୍ରଂଶସକମାନେ ମଧ୍ୟ ଅର୍ଶଦଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି । ଏପରିକି ଅର୍ଶଦଙ୍କ ପରିବାରକୁ ନେଇ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି ।

ଜୁନ ୨୭ ୨୦୨୪ରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ କଳକୀ ୨୮୯୮ ରିଲିଜ ହୋଇଥିଲା । ଏଥିରେ ଦିପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଅଭିନେତାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା । ବକ୍ସ ଅଫିସରେ ଏହା ହିଟ୍ ସାବ୍ୟସ୍ତ ହେବା ସହ ଭଲ ରୋଜଗାର ମଧ୍ୟ କରିଥିଲେ । ବିଦେଶରେ ଫିଲ୍ମକୁ ନେଇ ବହୁ ପ୍ରଂଶସା ମଧ୍ୟ କରାଯାଇଥିଲା । ତେବେ ଏତେ ସଫଳତା ମଧ୍ୟରେ ଅର୍ଶଦ କହିଥିବା ପ୍ରତିକ୍ରିୟାକୁ ନେଇ ଏବେ ସେ ସମାଲୋଚନାର ଶିକାର ହେଉଛନ୍ତି ।

 

ଦୁଇ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା:ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କଲା ମହାବିକାଶ ଅଘାଡ଼ି

ମହାରାଷ୍ଟ୍ର: ଠାଣେର ନର୍ସରୀ ସ୍କୁଲରେ ୨ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆନ୍ଦୋଳନ କଲା ମହାବିକାଶ ଅଘାଡ଼ି। ବିଭିନ୍ନ ସ୍ଥାନରେ ମୁହଁରେ କଳାପଟି ବାନ୍ଧି ଆନ୍ଦୋଳନ କରିଛନ୍ତି କଂଗ୍ରେସ, ଏନସିପି ଓ ଶିବସେନା-ୟୁବିଟି କର୍ମୀ। ରାଜ୍ମଯରେ ହିଳାଙ୍କ ବିରୋଧରେ ଅପରାଧ ଓ ହିଂସା ପ୍ରତିବାଦରେ ଆଜି ମହାବିକାଶ ଅଘାଡି ବା ଏମଭିଏ ଅଂଶୀଦାର କଂଗ୍ରେସ, ଏନସିପି, ଶିବସେନା(ୟୁବିଟି) ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦକୁ ପ୍ରତ୍ଯାହାର କରିନିଆଯାଇଥିଲା।
ଗତକାଲି ବନ୍ଦ ଉପରେ ବମ୍ବେ ହାଇକୋର୍ଟ ରୋକ ଲଗାଇବା ପରେ ବନ୍ଦ ପାଳନ କରାଯିବା ନିଷ୍ପତ୍ତିରୁ ଓହରିଥିଲା ଏମଭିଏ। ବନ୍ଦ ନ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ନୋଟିସ ଜାରି କରିଥିଲେ ହାଇକୋର୍ଟ। ଏପରିକି ବନ୍ଦରେ ସାମିଲ ହେଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଶାସନକୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ। ମହାରାଷ୍ଟ୍ର ଠାଣେ ବଦଲାପୁରର ଏକ ନର୍ସରୀ ସ୍କୁଲରେ ଦୁଇ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା ଘଟଣାକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା । ଏହି ଘଟଣାକୁ ନେଇ ଗତ ୨୦ ତାରିଖରେ ହଜାର ହଜାର ଲୋକ ରେଳ ଷ୍ଟେସନରେ ହଲ୍ଲାବୋଲ କରିବା ସହ ରେଳରୋକ କରିଥିଲେ । ପୋଲିସ ଉପରକୁବି ଟେକାପଥର ମାଡ କରିଥିଲେ ଆନ୍ଦୋଳନକାରୀ । ଏହି ଘଟଣାରେ ୨୫ ଜଣ ପୋଲିସ ଆହତ ହୋଇଥିବାବେଳେ ୭୨ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା ପୋଲିସ । ଏପରିକି ଉତ୍ତ୍ଯକ୍ତ ଲୋକଙ୍କୁ ଘଉଡାଇବା ଲାଗି ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ସେପଟେ ଦୁଇ ଛାତ୍ରୀଙ୍କୁ ନେଇ ଆସିଛି ମେଡିକାଲ ରିପୋର୍ଟ। ଗତ ୧୫ ଦିନ ଧରି ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ରିପୋର୍ଟରେ ପ୍ରମାଣ ମିଳିଛି। ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିପରି ନିଯୁକ୍ତି ଦିଆଯାଇଥିଲା ତାହାକୁ ନେଇ ବି ଉଠିଛି ଅନେକ ପ୍ରଶ୍ନ। ତେଣେ ଏସଆଇଟି ନିଜ ରିପୋର୍ଟରେ ସ୍କୁଲର ପରିଚାଳନା କମିଟି ସଦସ୍ଯଙ୍କ ନାଁ ସ୍ଥାନୀତ କରିଛି। ଗତ ଅଗଷ୍ଟ ୧୩ରେ ସ୍କୁଲରେ ଟଏଲେଟରେ ଘଟିଥିଲା ଘଟଣା। ଅଗଷ୍ଟ ୧୬ରେ ଏନେଇ ଅଭିଭାବକଙ୍କ ପକ୍ଷରୁ ପୋଲିସକୁ ଦିଆଯାଇଥିଲା ଏଫଆଇଆର। ଅଗଷ୍ଟ ୧୭ରେ ଗିରଫ ହୋଇଥିଲା ୨୩ ବର୍ଷ ବୟସ୍କ ଅଭିଯୁକ୍ତ ଅକ୍ଷୟ ସିନ୍ଦେ।

ମହିଳାଙ୍କୁ ଭକୁଆ ବନେଇଛି ବିଜେପି :କଂଗ୍ରେସ

ଭୁବନେଶ୍ବର: ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ନଗଣ୍ଯ ସହାୟତା ରାଶି ଘୋଷଣା କରି ରାଜ୍ଯର ଲକ୍ଷ ଲକ୍ଷ ମାଆ ମାନଙ୍କୁ ଭଣ୍ଡାଇଛନ୍ତି ମୋହନ ସରକାର । ନିର୍ବାଚନ ପୂର୍ବରୁ ୫୦ ହଜାର ଟଙ୍କା ଦେବାକୁ କହି ଏବେ ବର୍ଷକୁ ୧୦ ହଜାର ତା ପୁଣି ଦୁଇଟି କିସ୍ତିରେ ଦେବାକୁ ଅଣାଯାଇଛି ଏସଓପି । ରାଜ୍ଯ ସରକାରଙ୍କ ପାଖରେ ଅର୍ଥବଳ ନାହିଁ ତାହା ଜଳ ଜଳ ହୋଇ ଜଣାପଡିଯାଉଛି । ଋଣ କରି ଘିଅ ଖାଇବାରେ ଓସ୍ତାଦ ବିଜେପି ସରକାର । ସୁଭଦ୍ରା ଯୋଜନାରେ ଗତକାଲି ରାଜ୍ଯ ସରକାର ଘୋଷଣା କରିଥିବା ଏସଓପିକୁ ନେଇ ଏପରି ବର୍ଷିଛି କଂଗ୍ରେସ । ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପ୍ରଶ୍ନ ବାଣରେ ମୋହନ ସରକାରଙ୍କୁ ଘାଇଲା କରିଛି । ନିର୍ବାଚନ ପୂର୍ବରୁ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେବେ ବୋଲି ଘୋଷଣା କରିଥିଲେ । ହେଲେ ଏବେ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ଲେଖାଏଁ ଉପକୃତ ହେବେ ବୋଲି କହୁଛନ୍ତି । ଏପରି ହେଲେ ମୋହନ ସରକାରଙ୍କ ଗଣିତ ଯେ ଭୁଲ ତାହା ପ୍ରମାଣିତ ହୋଇଯାଇଛି । କାରଣ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ମହିଳା ଉପକୃତ ହେଲେ ତାହା ମୋଟ ୧୩ ଲକ୍ଷରୁ କିଛି ଅଧିକ ହେବ । ଏପରି ସ୍ଥିତିରେ କୋଟିଏ ମହିଳା କେମିତି ଉପକୃତ ହେବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେହିପରି କେନ୍ଦ୍ର ସରକାରଙ୍କ କ୍ଯାବିନେଟରେ ଜଣେ ୬୫ ବର୍ଷର ମହିଳା ଅର୍ଥ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି । ଏପରିସ୍ଥଳେ ଓଡ଼ିଶାର ୬୦ ବର୍ଷରୁ ଅଧିକ ବର୍ଷର ମହିଳା ସୁଭଦ୍ରା ଯୋଜନାରେ କାହିଁକି ସାମିଲ ହେବେନି । କାହିଁକି ସେମାନେ ଅଯୋଗ୍ଯ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଗିରଫ ହେଲେ OSRTC ସିଏଓ ବିଜୟ କୁମାର ମଙ୍ଗରାଜ

ଭୁବନେଶ୍ବର: ଗିରଫ ହେଲେ OSRTC ସିଏଓ ବିଜୟ କୁମାର ମଙ୍ଗରାଜ । ଆୟ ବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗତକାଲି ୭ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଜେଡ ଆପାର୍ଟେମଣ୍ଟରେ ଥିବା ଫ୍ଲାଟ, ପଳାଶୁଣିରେ ଥିବା ଦୁଇଟି ଘର, ବାରିପଦାରେ ଥିବା ଘର, ଖାରବେଳ ଭବନରେ ଥିବା ଅଫିସ, ଇଡକୋ ଟାଓ୍ବାରରେ ଥିବା ଅଫିସ ସମେତ OSRTC ଅଫିସରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉରେ ତାଙ୍କର ଦୁଇଟି କାର ଓ ଭୁବନେଶ୍ବରରେ ଦୁଇଟି ପ୍ଲଟ ଥିବା ଜଣାପଡିଛି । ଏହାସହ ୫ଶହ ଗ୍ରାମର ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ସେହିପରି ଏକ କୋଟି ୪୭ ଲକ୍ଷ ଟଙ୍କାର ଜମା ଖାତା ରହିଛି । ଏନେଇ ଭୁବନେଶ୍ବର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି ।

ବର୍ଷାଦିନେ ନିଜର କେମିତି ନେବେ ଯତ୍ନ ?

ନନ୍ଦିଘୋଷ ବ୍ୟୁରୋ: ଏବେ ବର୍ଷାଋତୁ ଚାଲିଛି । ଏହି ସମୟରେ ଅଧିକ ଯତ୍ନବାନ ହେବା ନିହାତି ଜରୁରୀ । ବର୍ଷାଦିନେ ସଂକ୍ରମଣର ଭୟ ଥିବା ବେଳେ ଅଧିକ ସତର୍କତାର ସହ ଚଳିବାକୁ ପଡିଥାଏ । ବର୍ଷାଦିନେ ପରିବେଶ ସନ୍ତସନ୍ତିଆ ରହୁଥିବା ବେଳେ ଆମ ତ୍ବଚା ଏବଂ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ତେବେ ଜାଣନ୍ତୁ ବର୍ଷାଦିନେ କିଭଳି ନିଜର ଯତ୍ନ ନେବା ଉଚିତ୍ ।

ବର୍ଷାଦିନେ ଯେତେ ସମ୍ଭବ ତେଲଯୁକ୍ତ ଓ ମସଲା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହିସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। । ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ବଚା ଠିକ ରହିଥାଏ। ଏବଂ ତ୍ବଚାରେ ଚମକ ଆସିଥାଏ ।

ଦିନରେ ଅତି କମରେ ତିନି ଥର ମୁହଁକୁ ଭଲ ଭାବେ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଚର୍ମ ଭଲ ରହିବା ସହିତ ଅପରିଷ୍କାର ପଦାର୍ଥ ବାହାରି ଯାଇଥାଏ। ବର୍ଷା ପାଣି ଚର୍ମରେ ପଡ଼ିବା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ। ଧ୍ୟାନ ରଖନ୍ତୁ ବର୍ଷାରେ ଓଦା ହେବା ପରେ ତୁରନ୍ତ ଭଲ ଭାବେ ଧୋଇ ହେବା ଆବଶ୍ୟକ।

ବଦହଜମି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ୨ ରୁ ୩ ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥ ଯେପରିକି ଅଧିକମାତ୍ରାରେ ଫଳ ରସ ପିଅନ୍ତୁ। ଏହାସହିତ ପ୍ରଚୁର ମାତ୍ରାରେ ଫଳମୂଳ ଏବଂ ତଟକା ପନିପରିବା ଖାଆନ୍ତୁ ଯାହା ଭିତରୁ ତ୍ବଚାରେ ଚମକ ଆଣିବାରେ ସାହାଯ୍ୟ କରିବ ।

ବର୍ଷା ଦିନରେ ସପ୍ତାହକୁ ୨ଥର ନିଶ୍ଚୟ ସାମ୍ପୁ ଓ କଣ୍ଡିସନର କେଶରେ ଲଗାଇ ଦିଅନ୍ତୁ। ଏହାସହ ସପ୍ତାହକୁ ଥରେ ତେଲ ଲଗାଇବା ଆବଶ୍ୟକ। ନଚେତ ବର୍ଷାରେ ଓଦା ହେଇ କେଶ ଝଡିବା ଭଳି ସମସ୍ୟା ଦେଖାଯିବ ।

ଏସବୁ ରୋଗ ପାଇଁ ବ୍ୟବହୃତ ୧୫୬ଟି ଔଷଧ ବ୍ଯାନ

ନନ୍ଦିଘୋଷ ବ୍ୟୁରୋ: ଔଷଧ କଂପାନୀକୁ ବଡ ଝଟକା, ୧୫୬ ଔଷଧ ଉପରେ ପ୍ରତିବନ୍ଧକ ଲଗାିଲେ କେନ୍ଦ୍ରସରକାର । ସ୍ବାସ୍ଥ୍ଯ ଉପରେ ଗୁରୁତର ପ୍ରଭାବ ପକାଉଛି ଏସବୁ ଔଷଧ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୧୫୬ଟି ଫିକ୍ସଡ ଡୋଜ କମ୍ବିନେସନ ବା ଏଫଡିସିକୁ ନିଷିଦ୍ଧ କରିଛନ୍ତି। ତନ୍ମଧ୍ଯରେ ରହିଛି ଆଣ୍ଟିବାୟୋଟିକ, ପେନକିଲର, ଆଣ୍ଟି ଆଲର୍ଜିକ ଡ୍ରଗ୍ସ, ଆନାଲଜେସିକ ଓ ମଲ୍ଟିଭିଟାମିନ। ସ୍ବାସ୍ଥ୍ଯ ମନ୍ତ୍ରାଳୟ ପକ୍ଷରୁ ଜାରି ଗେଜେଟ ବିଜ୍ଞପ୍ତି ଏହି ଘୋଷଣା କରାଯାଇଛି। ଗେଜେଟ ଅନୁସାରେ ଏହି ଔଷଧଗୁଡିକର ଉତ୍ପାଦନ, ମାର୍କେଟିଂ, ବଣ୍ଟନ ଆଦିକୁ ନିଷିଦ୍ଧ କରାଯାଇଛି। ଜ୍ବର ଓ ଉଚ୍ଚରକ୍ତଚାପ ସମ୍ପର୍କିତ କିଛି ଔଷଧକୁ ମଧ୍ଯ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏକ୍ସପର୍ଟ ଗ୍ରୁପର ସୁପାରିସ ତଥା ଡ୍ରଗ ଟେକନିକାଲ ଆଡଭାଇଜରି ଗ୍ରୁପର ପରାମର୍ଶ ଅନୁସାରେ ନିଷ୍ପତ୍ତି ନେଇଛନ୍ତି ସରକାର। ଆମିଲେଜ, ପ୍ରୋଟିଏଜ, ଗ୍ଲୁକୋମାଇଲେସ, ପେକ୍ଟିନେଜ, ଆଲଫା ଗାଲାକ୍ଟୋସିଡେଜ, ଲାକ୍ଟେଜ, ବିଟାଗ୍ଲୁକୋନେଜ, ସେଲୁଲେଜ, ଲିପେଜ, ବ୍ରୋମିଲେନ ଆଦି ବିଭିନ୍ନ ଉତ୍ପାଦର ଫିକ୍ସଡ ଡୋଜ କମ୍ବିନେସନକୁ ନିଷିଦ୍ଧ କରିଛନ୍ତି। ସେହିପରି ପେଟ କାଟିବା ଲାଗି ବ୍ଯବହୃତ ହେଉଥିବା ଓମପ୍ରେଜୋଲ ମାଗ୍ନେସିୟମ ଓ ଡାଇକ୍ଲୋମିନ ଏଚସିଏଲର କମ୍ବିନେସନ ଡୋଜ ଏବଂ ଯନ୍ତ୍ରଣା ଓ ବିଭିନ୍ନ ରୋଗରେ ହେଉଥିବା ଫୁଲାକୁ ହ୍ରାସ ଲାଗି ବ୍ଯବହୃତ ହେଉଥିବା ମେଫେନାମିକ ଏସିଡ ଓ ପାରାସିଟାମଲ ଇଞ୍ଜେକସନର କମ୍ବିନେସନ ଡୋଜକୁ ବି ନିଷିଦ୍ଧ କରାଯାଇଛି। ନିଷିଦ୍ଧ ଔଷଧ ମଧ୍ଯରେ ରହିଛି ଆଣ୍ଟିଆଲର୍ଜିକ ମେଡିସିନ, ନାକଭିତ୍ତିକ ଔଷଧ ଓ ଅନେକ ସିରପ।

ବଢିଲା ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ବଳ

ନନ୍ଦିଘୋଷ ବ୍ୟୁରୋ: ବଢିଲା ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କ ବଳ । ପ୍ରତିଦ୍ବନ୍ଦ୍ବିତାରୁ ଓହରିବା ସହ ଟ୍ରମ୍ପଙ୍କୁ ସମର୍ଥନ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ରବର୍ଟ ଏଫ. କେନେଡି ଜୁନିଅର । ସେ କହିଛନ୍ତି- ନିର୍ବାଚନରେ ବିଜୟ ଲାଗି ସେ ବିଶେଷ ଆଶାବାଦୀ ନୁହନ୍ତି । ତେଣୁ ସେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଛନ୍ତି । 70 ବର୍ଷ ବୟସ୍କ କେନେଡି ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ତୀବ୍ର ସମାଲୋଚନା କରିଆସୁଥିଲେ । କେନେଡିଙ୍କ ସମର୍ଥନ ମିଳିବା ପରେ ଆସନ୍ତା ନଭେମ୍ବର ୫ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ବିଶେଷ ସଫଳତା ମିଳିବା ଆଶା କରାଯାଉଛି । ଟ୍ରମ୍ପ କହିଛନ୍ତି- ୧୯୬୩ରେ ତତକାଳୀନ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କ ହତ୍ଯା ସଂକ୍ରାନ୍ତ ଫାଇଲଗୁଡିକୁ ପ୍ରକାଶ କରିବା ସହ ହତ୍ଯା ଘଟଣା ନେଇ ଏକ ରାଷ୍ଟ୍ରପତିସ୍ତରୀୟ କମିଶନ ଗଠନ କରିବେ । ରବର୍ଟ ହେଉଛନ୍ତି ଆମେରିକାର ପୂର୍ବତନ ସିନେଟର ଓ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ରବର୍ଟ ଏଫ କେନେଡିଙ୍କ ପୁଅ ତଥା ପୂର୍ବତନ ରାଷ୍ଟ୍ରପତି ଡନ ଏଫ କେନେଡିଙ୍କ ପୁତୁରା । ଜଣେ ପରିବେଶଭିତ୍ତିକ ଆଇନଜୀବୀ ଓ ଟିକାବିରୋଧୀ ଆନ୍ଦୋଳନର ନେତା ଭାବେ ଜଣାଶୁଣା ରବର୍ଟ କେନେଡି ଜୁନିଅର । ଗତ ବର୍ଷ ଏପ୍ରିଲରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବା ଲାଗି ଘୋଷଣା କରି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଚାରରେ ସାମିଲ ଥିଲେ ।

ଏତିକି ଟଙ୍କାରେ ବିକ୍ରି ହେଲା କୋହଲିଙ୍କ ଜର୍ସି, ଶୁଣିଲେ ଉଡିବ ହୋସ୍

ନନ୍ଦିଘୋଷ ବ୍ୟୁରୋ: କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ନିକଟରେ ଅଭାବୀ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ‘କ୍ରିକେଟ ଫର୍‌ ଚ୍ୟାରିଟି’ ନାମର ଏକ  ନିଲାମ କାର୍ଯ୍ୟକ୍ରମର  ଆୟୋଜନ କରିଥିଲେ  । ଏହି ନିଲାମରେ ବିରାଟ କୋହଲିଙ୍କ ଜର୍ସି ଏବଂ ଗ୍ଲୋଭସର କ୍ରେଜ୍ ଦେଖିବାକୁ ମିଳିଥିଲା। ତାଙ୍କ ଜର୍ସି ୪୦ଲକ୍ଷ ଟଙ୍କାରେ ଏବଂ ଗ୍ଲୋଭସ୍ ୨୮ଲକ୍ଷ ଟଙ୍କାରେ ବିକ୍ରି ହୋଇ ରେକର୍ଡ ସୃଷ୍ଟି କରିଛି । ଏଥିପାଇଁ କେ.ଏଲ୍ ରାହୁଲ ଏବଂ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀ ନିଲାମ ପାଇଁ ଅନେକ କ୍ରିକେଟରଙ୍କ ଦସ୍ତଖତ ହୋଇଥିବା କ୍ରୀଡା ସାମଗ୍ରୀ ସଂଗ୍ରହ କରିଥିଲେ  ।

ଅଭାବୀ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ଭିପ୍‌ଲା ସଂଗଠନ ଦ୍ବାରା ଆୟୋଜିତ ହୋଇଥିବା ‘କ୍ରିକେଟ୍ ଫର୍ ଚ୍ୟାରିଟି’ ନାମକ ନିଲାମରେ ବିରାଟ କୋହଲିଙ୍କ ଜିନିଷକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତାଙ୍କ ଜର୍ସି ଏବଂ ଗ୍ଲୋଭସ୍ ପାଇବା ପାଇଁ ନିଲାମରେ ରେସ୍ ହୋଇଥିଲା | ବିରାଟଙ୍କ ଜର୍ସି ଆଗରେ ରୋହିତ ଶର୍ମା ଏବଂ ଧୋନି ଫିକା ପଡିଯାଇଥିଲେ । କୋହଲି ରାହୁଲଙ୍କୁ ଏକ ସ୍ୱାକ୍ଷରିତ ବିଶ୍ୱକପ ଜର୍ସି ଦେଇଥିଲେ, ଯାହା ୪୦ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଗ୍ଲୋଭ୍ସ ୨୮ଲକ୍ଷ ଟଙ୍କାରେ ବିକ୍ରି ହେଇଥିଲେ । ରାହୁଲ ଏହି ନିଲାମରୁ ମୋଟ ୧.୯୩କୋଟି ଟଙ୍କା ସଂଗ୍ରହ କରିଛନ୍ତି।

ଭାରତରେ କ୍ରିକେଟର କ୍ରେଜ୍ ଅଧିକା । ପ୍ରଶଂସକମାନେ କ୍ରିକେଟରଙ୍କ ସାମାନ୍ୟ ଝଲକ ପାଇଁ କିଛି ବି କରିପାରନ୍ତି। ଯଦି ସେମାନଙ୍କର କୌଣସି ଜିନିଷ ପ୍ରଶଂସକଙ୍କୁ ମିଳିବା ସେମାନଙ୍କ ପାଇଁ କୌଣସି ସ୍ୱପ୍ନଠାରୁ କମ୍ ନୁହେଁ  । ଯେହେତୁ ବିରାଟ ଏକ ଲୋକପ୍ରିୟ ଖେଳାଳି  ତେଣୁ କେ.ଏଲ୍ ରାହୁଲଙ୍କ ନିଲାମରେ ବିରାଟଙ୍କ ଜିନିଷ ଉପରେ ଅନେକଙ୍କ ନଜର ଥିଲା । ଏପରିକି ରୋହିତ ଏବଂ ଧୋନି ବିରାଟଙ୍କ ଜର୍ସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିନଥିଲେ । ରୋହିତଙ୍କ ବ୍ୟାଟ୍ ୨୪ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାବେଳେ ଧୋନିଙ୍କ ବ୍ୟାଟ୍ ୧୩ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।

ନିଲାମରେ ରାହୁଲ ଦ୍ରାବିଡଙ୍କ ବ୍ୟାଟର ମୂଲ୍ୟ ୧୧ଲକ୍ଷ ଟଙ୍କା ଥିଲା। କେ.ଏଲ୍ ରାହୁଲଙ୍କ ଟେଷ୍ଟ ଜର୍ସିର ମୂଲ୍ୟ ୧୧ଲକ୍ଷ ଥିବାବେଳେ ବିଶ୍ୱକପ୍ ବ୍ୟାଟର ମୂଲ୍ୟ ୭ଲକ୍ଷ ଟଙ୍କା ଥିଲା। ଏହାବ୍ୟତୀତ ଜସପ୍ରୀତ ବୁମ୍ରାଙ୍କ ବିଶ୍ୱକପ ଜର୍ସି ୮ଲକ୍ଷ ଟଙ୍କା ଏବଂ ରିଷଭ ପନ୍ତଙ୍କ ଆଇପିଏଲ ବ୍ୟାଟ ୭ଲକ୍ଷ ଟଙ୍କାରେ ନିଲାମ ହେଇଥିଲା। ୱେଷ୍ଟଇଣ୍ଡିଜ କ୍ରିକେଟର ନିକୋଲାସ ପୁରାନଙ୍କ ଆଇପିଏଲ ଜର୍ସି ୪୫ହଜାର ଟଙ୍କା ମୂଲ୍ୟରେ ନିଲାମ ହେଇଥିବା ବେଳେ ଚହଲ ଏବଂ ସଞ୍ଜୁ ସାମସନଙ୍କ ଆଇପିଏଲ୍ ଜର୍ସି  ୫୦ହଜାର ଏବଂ ଜୋସ୍ ବଟଲରଙ୍କ ଆଇପିଏଲ୍ ଜର୍ସି ୫୫ହଜାର ଟଙ୍କାରେ ନିଲାମ ହେଇଛି ।

ରାହୁଲ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି, ତାଙ୍କର ନିଲାମ ସଫଳ ହୋଇଛି ଏବଂ ସେ ଖୁସି ଯେ ଏହି ସମସ୍ତ ଅର୍ଥ ଅଭାବୀ ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟବହୃତ ହେବ।

 

ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ବିଜେଡ଼ିର ଦାବି

ଭୁବନେଶ୍ବର: ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ନେଇ ବର୍ଷିଲା ବିଜେଡି। ସାମ୍ବାଦିକ ସମ୍ମିଳନି କରି ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସଂରକ୍ଷଣକୁ ନେଇ ଦେଶରେ ସମସ୍ଯା ସୃ଼ଷ୍ଟି ହୋଇଥିବାବେଳେ ଓଡ଼ିଶାରେ ଉତ୍କଟ ସମସ୍ଯା ସୃଷ୍ଟି ହୋଇଛି । ଏସସି-ଏସଟିମାନଙ୍କୁ ଚାକିରି କ୍ଷେତ୍ରରେ ୩୮.୭୫ ପ୍ରତିଶତ ସଂରକ୍ଷଣ ଦେବାବେଳେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ତାଙ୍କୁ ମାତ୍ର ୨୦ ପ୍ରତିଶତ ଦିଆଯାଉଛି। ଓବିସି ଓ ଏସଇବିସି ପିଲାଙ୍କୁ କୌଣସି କ୍ଷେତ୍ରରେ ସଂରକ୍ଷଣ ଦିଆଯାଉନାହିଁ। ରାଜ୍ଯରେ ଜାତିଭିତ୍ତିକ ଜନଗଣନା ହେଉ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ରାଜ୍ଯରେ ଯେଉଁ ୨୨ ଶହ ସିଟରେ ମେଡିକାଲ ଆଡମିଶନ ହେଉଛି ସେଥିରୁ ୨୦ ପ୍ରତିଶତ ଏସସି-ଏସଟିଙ୍କୁ ଦେବାବେଳେ ଉଚ୍ଚବର୍ଗର ଅର୍ଥନୈତିକ ଦୁର୍ବଳ ବର୍ଗକୁ ୧୦ ପ୍ରତିଶତ ଦେଉଛନ୍ତି। ଅର୍ଥାତ ୨୨ଶହ ସିଟରୁ ୧୬୮ ସିଟ୍ ସେମାନଙ୍କୁ ଦିଆଯାଉଛି। ଏସସିଏସଟି ମାନେ ୨୦ ପ୍ରତିଶତ ସଂରକ୍ଷଣ ପାଉଛନ୍ତି। ତାଙ୍କର ହକ୍ ହେଉଛି ୩୮.୭୫ ପ୍ରତିଶତ। ମାତ୍ର ଓବିସି ଓ ଏସଇବିସି ସେମାନଙ୍କୁ କିଛି ମିଳୁନାହିଁ। ତେଣୁ ବିଜେଡି ଦାବି କରୁଛି ଓବିସି ଛାତ୍ରଛାତ୍ରୀଙ୍କୁ ଅନ୍ତତଃ ୨୭ ପ୍ରତିଶତ ଦିଆଯାଉ। ଚାକିରି କ୍ଷେତ୍ରରେ ୧୧.୨୫ ପ୍ରତିଶତ ଦେବାବେଳେ ଶିକ୍ଷା କ୍ଷେତ୍ରରେ ବି ୧୧.୨୫ ପ୍ରତିଶତ ଲାଗୁ କରନ୍ତୁ। ଏହା ଲାଗୁ ନହେଲେ ଛାତ୍ରଛାତ୍ରୀ ବଞ୍ଚିତ ହେବେ। ୨୦୧୧ ଜନଗଣନା ଅନୁସାରେ ୫୪% ହେଉଛନ୍ତି OBC। ୧୧.୨୫ % ସଂରକ୍ଷଣ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରି ରାଜରାସ୍ତାକୁ ଓଲ୍ହାଇଵେ OBC ଛାତ୍ରଛାତ୍ରୀ। ମେଡିକାଲ ନାମଲେଖା ଚାଲିଛି। ତେଣୁ SC ST ଛାତ୍ରଛାତ୍ରୀଙ୍କୁ ୩୮.୭୫% ଓ OBC ଛାତ୍ରଛାତ୍ରୀଙ୍କୁ ୧୧.୭୫% ସଂରକ୍ଷଣ ମିଳୁ ବୋଲି ଦାବି କରିଛନ୍ତି ଅରୁଣ।

ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ

ଭୁବନେଶ୍ବର: ଗତ ୧୨ ତାରିଖରୁ ଆରମ୍ଭ ହୋଇଛି ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା । ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏଥିରେ କେଉଁମାନେ ଆବେଦନ କରିପାରିବେ ଓ କେଉଁମାନେ କରିପାରିବେ ନାହିଁ ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଥିଲା। ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରିବତ୍ତର୍ନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୭ ହଜାର ୬୭୩ ଜଣ ନାମ ଲେଖାଇଥିବା ବେଳେ, ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ଟାରୁ ୬ ତାରିଖ ସଂଧ୍ୟା ୫ଟା ଭିତରେ ନାମ ଲେଖାଇବେ । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ନେଇ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ।