ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ମୁଖ୍ଯମନ୍ତ୍ରୀ । ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ। ନୂଆ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀବିଭିନ୍ନ ସମୟରେ ଲୋକଙ୍କ ସହିତ ମିଶୁଛନ୍ତି । ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ଵାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।
ମଧ୍ୟପ୍ରଦେଶରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୩.୬ ତୀବ୍ରତା ରେକର୍ଡ
ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଭୂକମ୍ପର କମ୍ପନ ଅନୁଭୂତ । ଭୂକମ୍ପ ଖବର ପାଇବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ସୂଚନାନୁସାରେ, ଶୁକ୍ରବାର ସକାଳ ପ୍ରାୟ ୯ଟା ୪ସମୟରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରେ ହାଲୁକା ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ।
କିନ୍ତୁ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ନିଜ ଘରୁ ବାହାରକୁ ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଖଣ୍ଡୱାଠାରୁ ୧୦କିଲୋମିଟର ଦୂରରେ ବୋଲି କୁହାଯାଇଥିଲା। କୁହାଯାଉଛି ଯେ ଗୁଲମୋହର କଲୋନୀ, ହାଉସିଂ ବୋର୍ଡ କଲୋନୀ, ଆନନ୍ଦ ନଗର, ନାଭକର ନଗର, ସିଙ୍ଗାଦ ତାଲାଇ, ମାତା ଚୌକ, LIG ଏବଂ ର୍କିତ୍ତୀ ନଗର ସମେତ ଆଖପାଖ କଲୋନୀରେ ଏହି ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ଏହି ସମୟ ମଧ୍ୟରେ ଏହା ମଧ୍ୟ କୁହାଯାଇଥିଲା ଯେ କେତେକ ସ୍ଥାନରେ ବିସ୍ଫୋରଣ ପରି ଶବ୍ଦ ଶୁଣାଯାଇଥିଲା।
ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ : ଶାବଳରେ ପିଟି ଯୁବକଙ୍କୁ ହତ୍ୟା
ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ଶାବଳ ସାହାଯ୍ୟରେ ପିଟି ଯୁବକଙ୍କୁ ହତ୍ୟା । ତମାଣ୍ଡୋ ଥାନା ସିଭି ରମଣ କଲେଜ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ରାସ୍ତାକଡ଼ରେ ଥିବା ଏକ ଘରୁ ମୃତଦେହ ଜବତ କଲା ପୋଲିସ। ମୃତକଙ୍କ ନାଁ ସୁଶାନ୍ତ ଶତପଥୀ । ସେ ରୋଷେୟା ଭାବେ କାମ କରନ୍ତି । ସେହିଠାରେ ଭଡାରେ ରହୁଥିବା ଆଉ ଜଣେ ରାଜମିସ୍ତ୍ରୀ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ହତ୍ୟା କରିଛି । ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ କରିଛି ତମାଣ୍ଡୋ ଥାନା ପୋଲିସ। ତେବେ ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ୟୁଜିସି ନେଟ୍ ଅନିୟମିତତା, ସିବିଆଇ ରୁଜୁ କଲା ମାମଲା
ନୂଆଦିଲ୍ଲୀ: ୟୁଜିସି ନେଟ ଅନିୟମିତତା ଘଟଣା । ସିବିଆଇ ରୁଜୁ କଲା ମାମଲା । ଆଇପିସିର ଧାରା ୪୨୦, ୧୨୦- ବି ଅନୁସାରେ ରୁଜୁ ହୋଇଛି ମାମଲା । ଗତକାଲି ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପଦକ୍ଷେପ ନେଇଛି ସିବିଆଇ ।
ବିଭିନ୍ନ ସହରରେ ହୋଇଥିବା ୟୁଜିସି ନେଟ ନେଇ ଅନିୟମିତତା ଅଭିଯୋଗ ଆସିବା ପରେ ପୁଣି ଥରେ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା ।

